କୃତଘ୍ନ
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୨୦
- ସ୍ଥିତି
- ସାର୍ବଜନୀନ (Public domain)
ପଞ୍ଚମ ବରାଡ଼ୀଦେଖୁଛି ତ ଧରିଅଛୁ ମାନବ ଆକାର,ମାତ୍ର ତୋର କାର୍ଯ୍ୟ ଦେଖେଁ ଆଶ୍ଚର୍ଯ୍ୟ ପ୍ରକାର ।ପଶୁଏ ପାରନ୍ତି ମଧ୍ୟ ଚିହ୍ନି ଶତ୍ରୁ ମିତ୍ର,ମାତ୍ର ତୋର ବ୍ୟବହାର ଦେଖେଁ ମୁଁ ବିଚିତ୍ର ।ଯେଉଁ ଲୋକ କରେ ତୋର ମଙ୍ଗଳକାମନା,କେଉଁ ଜ୍ଞାନ ବଳେ ଦେଉ ତାହାକୁ ଯନ୍ତ୍ରଣା?ନିୟତ ପାଇଛୁ ଯାହାଠାରୁ ଉପକାର,ଧିକ ଧିକ! ତାହା ପ୍ରତି କରୁ ଅତ୍ୟାଚାର!ପିଶାଚପ୍ରକୃତି ହୀନବୁଦ୍ଧି ତୁହି ବୋଲି,ଉପକାରୀ ଉପକାରମାନ ଯାଉ ଭୁଲି ।କରିବାର ଥାଉ ତୋର ପ୍ରତିଉପକାର,ବୃଥା କେଉଁ ଜ୍ଞାନେ ବୋଲ କରୁ ଅତ୍ୟାଚାର?ତୋ ଉପରେ ଦିଏ ଯେବା ସ୍ନେହ ପ୍ରୀତି ଢାଳି,କଟୁ କଥା କହି ତୁହି ଦେଉ ତାକୁ ଗାଳି ।ଏହି କି ରେ ଦୁରାଚାର ତୋର ମନୁଷ୍ୟତ୍ୱ?ପଶୁ ମଧ୍ୟ କରିବାକୁ ନ ପାରେ ଏମନ୍ତ ।ଦେଖିଛି ମୁଁ ହିଂସ୍ର ପଶୁ ମଧ୍ୟ ପୋଷମାନେ,ସ୍ନେହ ପ୍ରୀତି ଯେବେ ତାକୁ କର ସାବଧାନେ ।ପଶୁରୁ ଅଧମ ତୁହି ନିତ୍ୟନ୍ତ ନିର୍ବୋଧ,କରିବାକୁ ଯାଉ ଉପକାରୀ ପ୍ରାଣବଧ ।ପାଇଲା ପ୍ରାଣରେ କଷ୍ଟ ତୋର ଉପକାରୀ,ନିର୍ଲଜ୍ଜ ନିଷ୍ଠୁର ପଶୁ ନ ଦେଖୁ ବିଚାରି ।ଉପକାରୀ ବନ୍ଧୁ ପଡ଼ିଥିଲେ ବିପଦରେ,ବେଳ ପାଇ ଅନିଷ୍ଟ ତୁ କରୁ ସହଜରେ ।ଲୋକ ପ୍ରାଣେ କଷ୍ଟ ଦିଏ ଯେଉଁ ଅତ୍ୟାଚାରୀ,ପକ୍ଷାନ୍ତରେ ନୁହେ କି ସେ ନରହତ୍ୟାକାରୀ?ତୋର ଯେ ମଙ୍ଗଳ ପାଞ୍ଚେ କରି ପ୍ରିୟ ଜ୍ଞାନ,କେଉଁ ଯୁକ୍ତି ବଳେ ତାର କରୁ ଅପମାନ ।ବୃଥା ନ ଦିଅନ୍ତି ପଶୁ ଅନ୍ୟ ଲୋକେ କଷ୍ଟ,ପଶୁରୁ ଅଧମ ତୁହି ଦୁରାଚାର ନଷ୍ଟ ।ଯେ ଲୋକ ଜୀବନ ଦେଇ ପାଇ ତୋହପାଇଁ,ତାହା ମନେ ଦେଉ ଦୁଃଖ, ଲାଜ ମାଡ଼େ ନାହିଁ?ଉପକାରୀ ବୋଲି ବେଳେ ନ କରୁ ସମ୍ମାନ,ପଶୁ! ପଶୁ! ଧିକ ଧିକ! ଧିକ ତୋହ ଜ୍ଞାନ!ଧିକ ତୋତେ! ଧିକ ତୋତେ! ଧିକ ତୋହ ଜ୍ଞାନେ!ନ ଦେଖେଁ ମୁଁ ପଶୁ ମଧ୍ୟ ତୋହର ସମାନେ ।
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି