କ୍ରନ୍ଦନ — ଫକୀରମୋହନ ସେନାପତି · ସ୍ୱର୍ଣ୍ଣଲିପିଚକ୍ରକେଳିପ୍ରଥମରେ କରିଜନ୍ମ ଗ୍ରହଣକେ ଜାଣେ କିପାଁ ମୁଁକଲି କ୍ରନ୍ଦନ ।କ୍ଷୁଧା ତୃଷ୍ଣା ଯେବେଲାଗଇ ମୋତେ,କଥା ଆସେ ନାହିଁକାନ୍ଦିଲି କେତେ ।ପାଠ ପଢ଼ା ବେଳେଚାଟଶାଳୀରେକାନ୍ଦିଛି ମୁଁ କେତେମାଡ଼ ଗାଳିରେ ।ବିଭା ବେଳେ ମୋରପ୍ରାଣପ୍ରେୟସୀବାପଘରେ କେତେକାନ୍ଦିଲା ବସି ।ଚଳାଇ ନ ପାରିଗୃହ ସଂସାରକରିଥିଲି ପ୍ରାଣେକାନ୍ଦଣା ସାର ।ପୋଷିଥିଲି ପକ୍ଷୀଯତନେ କେତେ,କନ୍ଦାଇ କନ୍ଦାଇଗଲା ସେ ମୋତେ ।ଯାହାଙ୍କୁ ମଣିଛିପ୍ରେମେ ଆପଣା,ଶେଷେ ହୋଇଅଛିସାର କାନ୍ଦଣା ।ପାପ କରି କେତେଅନୁତାପରେକାନ୍ଦିଛି ତ ବସିମନୋଦୁଃଖରେ ।କିଞ୍ଚିତରେ ଲାଭକରି ଚେତନଭକ୍ତିଭରେ କେତେକଲି କ୍ରନ୍ଦନ ।ପ୍ରିୟ ଜନେ ଗଲେମୋ ପାଶୁଁ ଛାଡ଼ି,କାନ୍ଦିଛି ବହୁତମୁଁ ଡକାପାଡ଼ି ।ଜୀବନଟାଯାକକଲି କ୍ରନ୍ଦନ,କାନ୍ଦି କାନ୍ଦି ପୁଣିଯିବ ଜୀବନ ।ଜଗତେ ଆସିଛିକାନ୍ଦିବାପାଇଁ,ନ ସାରି ମୋ କାର୍ଯ୍ୟଯିବି କିପାଇଁ?ଆଦିମ ନରଦମ୍ପତିର ଧର୍ମଜ୍ଞାନନଳିନୀଗୌଡ଼ାଅନନ୍ତ ନକ୍ଷତ୍ର ଗ୍ରହ ଅନନ୍ତ ଆକାଶେଜାଣନ୍ତି ସେ ପ୍ରଭୁ ସୃଷ୍ଟି କଲେ କି ସକାଶେ ।ପୃଥିବୀ ଗୋଟିଏ ସେହି ଗ୍ରହମଣ୍ଡଳରେ,ଭଗବାନ ଏହା ସୃଷ୍ଟି କଲେ ପ୍ରଥମରେ ।ସାଗର ସରିତ ଦ୍ୱୀପ ବନ ଉପବନବୃକ୍ଷ ଲତା ଆଦି ଯାହା ଯାହା ପ୍ରୟୋଜନ ।ଏ ସମସ୍ତ ପଦାର୍ଥରେ ପୃଥିବୀ ମଣ୍ଡାଇସୃଷ୍ଟି କଲେ ପଶୁପକ୍ଷୀ କୀଟ କୃମି ଯାଇ ।
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନାଫକୀରମୋହନ ସେନାପତି ଫକୀରମୋହନ ସେନାପତି
ବୃକ୍ଷବାଟିକାଫକୀରମୋହନ ସେନାପତି ଫକୀରମୋହନ ସେନାପତି
ପୃଥିବୀରେ ପ୍ରୟୋଜନ ଦ୍ରବ୍ୟ ଯେ ସମସ୍ତ,
ସର୍ବ ସୃଷ୍ଟି କାର୍ଯ୍ୟ ପ୍ରଭୁ କଲେ ସମାପତ ।
ଭାଳିଲେ ସେ ମହାପ୍ରଭୁ ଆପଣା ମନରେ,
ସୃଜିବେ ବିଶେଷ ପ୍ରାଣୀ ପୃଥିବୀ ମଧ୍ୟରେ ।
କରିବ ସେ ପ୍ରାଣୀ ଏହି ପୃଥିବୀ ଶାସନ,
କରିବ ସେ ପୁଣି ତାଙ୍କ ମହିମା କୀର୍ତ୍ତନ ।
ଏତେକ ବିଚାରି ମହାପ୍ରଭୁ ବିଶ୍ୱପତି
ସୃଜନ କଲେଜ ଏକ ମାନବଦମ୍ପତୀ ।
ପୃଥିବୀ ମଧ୍ୟରେ ଯେତେ ଛନ୍ତି ସୃଷ୍ଟ ପ୍ରାଣୀ,
ସମସ୍ତଙ୍କ ଦେହୁଁ ଶ୍ରେଷ୍ଠ ସାର ଅଂଶ ଆଣି,
କରିଥିଲେ ପ୍ରଭୁ ନରଦମ୍ପତୀ ସୃଜନ,
ପୁଣି ତାଙ୍କୁ ଜ୍ଞାନ ଦେବା ହେଲା ପ୍ରୟୋଜନ ।
ସେ କାଳରେ ମହାପ୍ରଭୁ ଭାଳିଲେ ମନରେ,
ଯେତେ ରୂପ ପ୍ରାଣୀ ଥିଲେ ପୃଥିବୀ ମଧ୍ୟରେ ।
ସିଂହ, ବ୍ୟାଘ୍ର, ସର୍ପ, ମୃଗ, ଭଲ୍ଲୁକ, ମର୍କଟ,
ଶୃଗାଳ, ଛାଗଳ, ମେଷ, ଉଲୂକ, କର୍କଟ,
ଗର୍ଦଭ, ଗଣ୍ଡାର, ଶ୍ୟେନ, ଶାରୀ, ଚକ୍ରବାକ,
କୁକ୍କୁର, ବିରାଡ଼ି, ମୂଷା, ଛୁଚା, ଚିଲ୍ଲ, କାକ,
ଇତ୍ୟାଦି ଯେତେକ ଥିଲେ ପଶୁ ପକ୍ଷୀକୁଳ,
ସମସ୍ତଙ୍କ ପ୍ରକୃତିକୁ ଆଣି କଲେ ଠୁଳ ।
ମିଶ୍ରିତ ପ୍ରକୃତି ଆଣି ନର ହୃଦୟରେ
ନିହିତ କଲେକ ଧର୍ମଜ୍ଞାନ ସହିତରେ ।
ପର ପ୍ରତି ଦୟା ମାୟା ସ୍ନେହ ପ୍ରୀତି ଭକ୍ତି
ଏ ସମସ୍ତ ସ୍ୱର୍ଗ ଆଣି ଦେଲେ ବିଶ୍ୱପତି ।
ପାଇଲେ ମାନବ ସର୍ବ ପ୍ରାଣୀଙ୍କ ସ୍ୱଭାବ,
ବିଶେଷେ ବିବେକ ଅଧିକରେ ଧର୍ମ ଭାବ ।
ଏହିରୂପ ସୃଷ୍ଟି କରି ମାନବଦମ୍ପତୀ,
ଥାପିଲେ ପୃଥିବୀ ମଧ୍ୟେ ପ୍ରଭୁ ବିଶ୍ୱପତି ।
ଫଳପୁଷ୍ପପୂର୍ଣ୍ଣ ଏକ ଉଦ୍ୟାନ ମଧ୍ୟରେ
ସେ ନରଦମ୍ପତୀ ଉପସ୍ଥିତ ପ୍ରଥମରେ ।
ଦେଖିଲେ ସେ ବେନି ଜନ ଜଗତକୁ ଚାହିଁ,
ସେମାନଙ୍କ ବିନା ଅନ୍ୟ ଲୋକ କେହି ନାହିଁ ।
ଦେଖିଲେ ଚକିତ ନେତ୍ରେ ଚାହିଁ ଇତସ୍ତତ
ମନୋହର ଜଗତର ପଦାର୍ଥ ସମସ୍ତ ।
ସ୍ୱଭାବତଃ ହେଲା ଜାତ କ୍ଷୁଧା ତୃଷ୍ଣା କ୍ଳାନ୍ତି,
ଫଳ ଖାଇ ଜଳ ପିଇ କଲେ ଲାଭ ଶାନ୍ତି ।
କିପାଁ କାହୁ ଆସିଛନ୍ତି ନାହିଁ କିଛି ଜ୍ଞାନ,
ନ ଜାଣନ୍ତି ଆତ୍ମକାର୍ଯ୍ୟକାର୍ଯ୍ୟର ବିଧାନ ।
ଭବିଷ୍ୟତ ତାଙ୍କ ପକ୍ଷେ ଘୋର ଅନ୍ଧକାର,
ବିଧାତା ବିଧାନ କରିଛନ୍ତି ଏପ୍ରକାର ।
ନ ଥିଲା ପ୍ରଥମେ ମନେ ଲଜ୍ଜା ଭୟ କ୍ଳେଶ,
ନ ଥିଲା ସେ କାଳେ ମଧ୍ୟ ଜ୍ଞାନ ହିଂସା ଦ୍ୱେଷ ।
ମାତ୍ରକ ନିହିତ ଥିଲା ମନେ ସର୍ବ ଭାବ,
କ୍ରମେ ବିକାଶିତ ହେଲା ସେଥିର ପ୍ରଭାବ ।
ଅଙ୍କୁର ଯେମନ୍ତ ହୁଏ ବୀଜରୁ ଉତ୍ପତ୍ତି,
ଲଭିଲେ ସମସ୍ତ ଭାବ ସେ ନବଦମ୍ପତୀ ।
ଦୁହିଙ୍କର ମୁଖ ଦୁହେଁ ଚାହିଁ ପରସ୍ପରେ
ଭ୍ରମୁଥାନ୍ତି ଶୂନ୍ୟ ମନେ ପୃଥିବୀ ମଧ୍ୟରେ ।
ଭ୍ରମଣ କରନ୍ତି ଦୁହେଁ ଉଲଙ୍ଗ ଦେହରେ,
ଲଜ୍ଜା ବା ବିକାର ମନେ ନାହିଁ କିଞ୍ଚିତରେ ।
ଦିବା ଅବସାନ ଦିବାଙ୍କର ଗଲେ ଅସ୍ତ,
ଏହା ଦେଖି ବେନିଜନ ହେଲେ ମହାବ୍ୟସ୍ତ ।
କ୍ରମଶ ଆସନ୍ତେ ଘୋଟି ଘୋର ଅନ୍ଧକାର,
ସେମାନଙ୍କ ମନେ ହେଲା ଭୟର ସଞ୍ଚାର ।
କ୍ଳାନ୍ତି ଜନ୍ମିଥିଲା କରି ଦିବସେ ଭ୍ରମଣ,
ଭୂମିତଳେ ପଡ଼ିଯାଇ ହେଲେ ଅଚେତନ ।
ରାତି ଗଲା ପାହି ରାବ କଲେ ପକ୍ଷିଗଣ,
ବସିଲେ ଯେ ଉଠି ଚେତା ପାଇ ବେନିଜନ ।
ହୋଇଛନ୍ତି ପୂର୍ବଦିଗେ ତପନ ଉଦିତ,
ସେ ଆଲୋକ ଦେଖି ହେଲେ ଉଭୟେ ଚକିତ ।
ଏହି ରୂପେ ଦେଖି ନିତ୍ୟ ତପନ ଉଦୟ
ଉତ୍ତେଜିତ ହେଲା ତାଙ୍କ ଜ୍ଞାନ ଭକ୍ତି ଭୟ ।
ସୂର୍ଯ୍ୟ ଉଦୟାସ୍ତ ଦେଖି ଜନମିଲା ଜ୍ଞାନ,
ଏହି ଦେବ ଜଗତର ପ୍ରଭୁ ଭଗବାନ ।
ଜ୍ଞାନ କଲେ ଏହି ମହାପ୍ରଭୁ ଦିବାକର
ଅଟନ୍ତି ଜଗତକର୍ତ୍ତା ପରମଈଶ୍ୱର ।
ଚକିତ ନେତ୍ରରେ ଥାନ୍ତି ତାହାଙ୍କୁ ଅନାଇ,
କିରଣ ପ୍ରଭାବେ କିନ୍ତୁ ନ ପାରିଲେ ଚାହିଁ ।
ସେ ନରଦମ୍ପତୀ ଭକ୍ତି ଭାବେ ବାରମ୍ବାର
କର ଯୋଡ଼ି କଲେ ନତଶିରେ ନମସ୍କାର ।
ଏ ଅନ୍ତେ ଉଦୟ ହେଲା ବାରିଦ ଆକାଶେ,
ବିଦ୍ୟୁ ବଜ୍ର ଦେଖି ହତଜ୍ଞାନ ହେଲେ ତ୍ରାସେ ।
ମାତ୍ରକ ଜାଣିଲେ ହେବା ଯୋଗୁଁ ଜଳ ବୃଷ୍ଟି,
ଏହା ଯୋଗେ ପାଇଅଛି ରକ୍ଷା ସର୍ବ ସୃଷ୍ଟି ।
ସେ କାଳରେ ହେଲା ନରଦମ୍ପତୀଙ୍କ ଜ୍ଞାନ,
ସୃଷ୍ଟି ରକ୍ଷାକାରୀ ଇନ୍ଦ୍ର ଦେବତା ପ୍ରଧାନ ।
ସେ ନରଦମ୍ପତୀ ପୁଣି ଭୟ ଭକ୍ତିଭରେ
ଓଳଗି ହେଲେକ ଇନ୍ଦ୍ର ଦେବତା ପୟରେ ।
ଦେଖିଲେ ଅରଣ୍ୟେ ଅଗ୍ନି ଜଳି ଅକସ୍ମାତ
ମୁହୂର୍ତ୍ତ ମଧ୍ୟରେ କଲା ବନ ଭସ୍ମସାତ ।
ଚମକି ପଡ଼ିଲେ ଦେଖି ଅଗ୍ନିର ଉଷ୍ଣତା,
ବିଚାରିଲେ ଏହି ଦେବ ଜଗତ ଦେବତା ।
ଚିତ୍ତ ମଧ୍ୟେ ଚିନ୍ତା କରି ଏହି ସର୍ବ କଥା
ଭକ୍ତିଭରେ ବେନିଜନେ ନୁଆଁଇଲେ ମଥା ।
ସେ ନରଦମ୍ପତୀ ପୁଣି କଲେ ନିରୀକ୍ଷଣ,
ପ୍ରବାହିତ ପବମାନ ଜଗତଜୀବନ
ବିନୀତ ବଚନେ ପୁଣି ସେ ନରଦମ୍ପତୀ
ସ୍ତୁତି ପଢ଼ି ବାୟୁଦେବେ କଲେକ ପ୍ରଣତି ।
ଜନମିଲା ଜ୍ଞାନ ତାଙ୍କ ଯାନ୍ତେ କିଛି ଦିନ,
ଯାବନ୍ତ ଜଗତ ଜଗଦୀଶଙ୍କ ଅଧୀନ ।
ଦୂର ହେଲା ସେକାଳରେ ମନୁ ସର୍ବଭ୍ରାନ୍ତି,
ଭାଳିଲେ ସ୍ୱତନ୍ତ୍ର ଛନ୍ତି ଦେବ ଅଧିଷ୍ଠାତ୍ରୀ ।
ଭକ୍ତିରେ ସେ ନର ନାରୀ କଲେ ଉଚ୍ଚାରଣ,
ଏକ ମାତ୍ର ଜଗଦୀଶ ଜଗତଜୀବନ ।
ଏକ ଏବ ଅଦ୍ୱିତୀୟ ଦେବ ବିଶ୍ୱପତେ!
ସର୍ବଶକ୍ତିମାନ ଦେବ! ନମସ୍ତେ ନମସ୍ତେ ।
ସନ୍ୱ୍ୟାସିନୀ
ପଞ୍ଚମ ବରାଡ଼ୀ
କିଏ ମା ତୁ ସନ୍ନ୍ୟାସିନୀ କଷାୟବସନା?
ଜଗତରେ ତୋର କିଛି ନାହିଁ କି ବାସନା?
ଜଳାଞ୍ଜଳି ଦେଇଅଛୁ ତୁ କି ଆତ୍ମସୁଖେ?
ନିୟତ ତ ବସିଥାଉ ଦେଖେଁ ମ୍ଳାନମୁଖେ ।
କେବେ ଶୁଣି ନାହିଁ ତୋର ହାସ୍ୟ ବା କ୍ରନ୍ଦନ,
ନିର୍ଜନରେ ଥାଉ କରି ଗମ୍ଭୀର ବଦନ ।
ଯତ୍ନ ଦେଖେ ନାହିଁ କେଭେ ଆହାରେ ବିହାରେ,
ଆତ୍ମବଳି ଦେଉ ସଦା ପର ଉପକାରେ ।
କେଡ଼େ ଧୀରେ କହୁ କଥା କେଡ଼େ ସୁମଧୁର,
ଯେ ଖାଦ୍ୟ ମିଳଇ ତୋତେ ମଣୁ ତା ପ୍ରଚୁର ।
ପ୍ରସ୍ତୁତ ତୁ ସହିବାକୁ ଜଗତ ଯନ୍ତ୍ରଣା,
ସମଜ୍ଞାନ ତୋ ପାଶରେ ପ୍ରଶଂସା ଗଞ୍ଜଣା ।
ଆତ୍ମପର କିଛି ଜ୍ଞାନ ନାହିଁ ତୋହ ପାଶେ,
ନ କରୁ ତୁ କାର୍ଯ୍ୟ କିଛି ସୁଖ ଅଭିଳାଷେ ।
ଆକାଙ୍କ୍ଷା, ଭରସା, ଆଶା ନାହିଁ ତୋର କିଛି,
ଜଗତ ବନ୍ଧନ ସର୍ବ ଛିଡ଼ି ତ ଯାଇଛି ।
ଚାଲି ଯାଉଥାଉ ଦେଖେଁ ପଦନଖ ଚାହିଁ,
ଏତେ ଯେ ପଦାର୍ଥ ଅଛି କିଛି ନ ଅନାଇ ।
ଅଭିଳାଷ ନାହିଁ ତୋର ଜଗତ ଐଶ୍ୱର୍ଯ୍ୟ,
ବିଶେଷ କିଛିହିଁ ନାହିଁ କରିବାକୁ କାର୍ଯ୍ୟ ।
ବିଞ୍ଚି ପଡ଼ିଅଛି ପୃଷ୍ଠେ ଜଟାଯୁକ୍ତ କେଶ,
ଦେଖେ ତୋତେ ଧ୍ୟାନମଗ୍ନ ଉଦାସୀନବେଶ ।
ଆନନ୍ଦ ଉତ୍ସବୁ ରହିଥାଉ ଦୂରେ ଦୂରେ,
ତପୋମଗ୍ନା ତପସ୍ୱିନୀ ଅପର୍ଣ୍ଣା କି ତୁ ରେ ।
ନୟନ ମୁଦ୍ରିତ କରି ବସିଥାଉ ଧ୍ୟାନେ,
ଜଡ଼ପିଣ୍ଡ ବୋଲି ଜ୍ଞାନ ହୁଏ ଅନୁମାନେ ।
ସେକାଳରେ ଦେଖେଁ ନେତ୍ରୁ ବହି ଅଶ୍ରୁଜଳ
ସିକ୍ତ କରୁଥାଏ ଅବିରଳ ବକ୍ଷସ୍ଥଳ ।
ଦେଖେଁ ତୋତେ କେହି ଯେବେ କରେ ଅପମାନ,
ଚାଲି ଯାଉ ନ ଶୁଣି ତା କରି ତୁଚ୍ଛ ଜ୍ଞାନ ।
କାହାକୁ ତୁ ବସି ଧ୍ୟାନ କରୁ ନିର୍ଜନରେ?
ମନ ପ୍ରାଣ ସମ୍ପିଛୁ କି ତାହାଙ୍କ ପୟରେ?
ମୋ- ମୋହନ ବଂଶୀଫକୀରମୋହନ ସେନାପତି