କବି ଏବଂ ଚିତ୍ରକର
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୭୭
- ସ୍ଥିତି
- ସାର୍ବଜନୀନ (Public domain)
ଚକ୍ରକେଳିକବି ଚିତ୍ରକର ଦୁଇଟି ଭାଇ,ନାନା ଚିତ୍ର ଆଣି ଦେବେ ଦେଖାଇଁ ।କେ ବଡ଼ କେ ସାନ ନାହିଁଟି ଜଣା,ମାତ୍ରଦୁହିଙ୍କର ଅସ୍ତ୍ର କଳ୍ପନା ।କେତେକ ଦୃଷ୍ଟାନ୍ତ ଦେଖି ଜଗତେ,କବି ବଡ଼ ବୋଲି ହୁଏ ପରତେ ।ଜଣକ ହାତରେ ରହିଛି ତୁଳି,ଆନ ଜନ ହାତେ ଲେଖନୀ କାଳି ।ଦେଖାଏ ଯେ ଜଣେ ବାହାର ଛବି,ଅନ୍ୟ ରାଜ୍ୟ ଚିତ୍ର ଦେଖାଏ କବି ।ଜଗତରେ ଯେବେ ନ ଥାନ୍ତେ କବି,ପାଆନ୍ତେ କି ଲୋକ ଉଚ୍ଚ ପଦବୀ?ଅତି ନୀଚଜାତି ପଶୁର ବଂଶ,ବର୍ତ୍ତମାନ ଯାର ଅଟେ ସର୍ବସ୍ୱ,ମାନବେ ଜାଣନ୍ତି ଭୂତ ଘଟନା,ଏହା ତ କେବଳ କବି କଳ୍ପନା ।କେତେ ମହାବୀର କେତେ ଧାର୍ମିକ,କେତେ ମହାରାଜ ଖ୍ୟାତ ବଣିକ,ଭାସି ଯାଇଛନ୍ତି କାଳସ୍ରୋତରେ,ମାତ୍ର ଦେଖୁଅଛୁଁ କବି ଚିତ୍ରରେସାବିତ୍ରୀ ଆଦର୍ଶ ସତୀ ଚରିତ,ଏହା ତ କେବଳ କବି ସଙ୍ଗୀତ ।ଅପୂର୍ବ ଶ୍ରୀରାମ ସୀତା କାହାଣୀ,ବାଲ୍ମୀକି ପ୍ରସାଦେ ପାରୁଛୁଁ ଜାଣି ।କୁରୁ ପାଣ୍ଡବଙ୍କ ଯୁଦ୍ଧ ଘଟଣା,ଜଗତେ ଯା ସଙ୍ଗେ ନାହିଁ ତୁଳନା,ବହୁ କାଳ ଗତ ହୋଇଛି ଯାଇ,ଭୂତ ଅନ୍ଧକାର ଦେଲା ଘୋଡ଼ାଇ,କୃଷ୍ଣ ଦ୍ୱୈପାୟନ ଲେଖନୀ ଧରିଦେଖାଉ ଅଛନ୍ତି ପ୍ରତ୍ୟେକ୍ଷ ପରି ।ପ୍ରକୃତିର କେତେ ସୁନ୍ଦର ଦ୍ରବ୍ୟ,ବିଗତ ଆତ୍ମୀୟ କେତେ ମାନବ,ଯାଇଛନ୍ତି ମିଶି ପଞ୍ଚ ଭୂତରେ,ଦେଖୁଅଛୁଁ ଚିତ୍ର କରଙ୍କ ବରେ ।କବି ଚିତ୍ରକର ଏ ବେନି ଜନଦିଅନ୍ତି ଜଗତ ହିତେ ଜୀବନ ।କବି ଚିତ୍ରକର ମାନବେ ତୋଷିପଦବୀ ଲଭନ୍ତି ଜଗତେ ଋଷି ।
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି
ମୋ- ମୋହନ ବଂଶୀ
ଫକୀରମୋହନ ସେନାପତି
କ୍ଷଣିକ
ଫକୀରମୋହନ ସେନାପତି