କେଳି-କଳା-ନିଧି — ବ୍ରଜନାଥ ବଡ଼ଜେନା · ସ୍ୱର୍ଣ୍ଣଲିପିପ୍ରଥମ ଛାନ୍ଦ
ଆଦ୍ୟ ଯମକ(ରାଗ-ମଙ୍ଗଳ ଗୁଜ୍ଜରୀ)ଜୟ ଜୟ ବୃନ୍ଦାବନ-ଗଗନ-ଚନ୍ଦ୍ରମାବିଧୁ ବିଧୂତ-କଲ୍ମଷ ସର୍ବ ସୁଖ-ସୀମା ହେ ।୧।ରାଧା ରାଧା-ପତି-ମୁଖ ଚୁମ୍ବନ ଲାଳସବଂଶୀ-ବଶୀ-କରଣ-ପ୍ରବୀଣ ପୀତବାସ ହେ ।୨।ନନ୍ଦ-ନନ୍ଦନ ଗୋପିକା-ହୃଦୟ-ଚନ୍ଦନକୁନ୍ଦ କୁନ୍ଦ-ହୀରା ତୋରା ସୁନ୍ଦର ରଦନ ହେ ।୩।ବ୍ରଜ-ବ୍ରଜ-ତାରକା-ନିଚୟ ନିଶା-ଈଶସୁରା-ସୁରାର୍ଚ୍ଚିତ-ପଦ ବିପଦ ବିନାଶ ହେ ।୪।ନାଗ-ନାଗ-ଦଳନ କମଳ-ଦଳ-ନେତ୍ରହର, ହର-ପୂଜ୍ୟ ପାପ, ଖଗ-ରାଜ-ପତ୍ର ହେ ।୫।ସୁର ସୁରସିକମାନେ ଅଙ୍ଗୀକାର କରସାର-ସାରସ ଚରଣେ ବନ୍ଦୁଛି ତୁମ୍ଭର ହେ ।୬।ପର ପରମ ମିତ୍ରରେ ତୁମ୍ଭେ ସମମନତର ତରଳିତ ହୋଇ ଅଳ୍ପଗୁଣ ଘେନ ହେ ।୭।ଆଗ ଆଗ ଗ୍ରହଣ କରନ୍ତି ଖଳମାନେନାଗ ନାଗ ସେ ତ ଜ୍ଞାନ-ଅଙ୍କୁଶ ବିହୀନେ ହେ ।୮।ସ୍ୱତଃ ସ୍ୱତନ୍ତ୍ର ସେ ପର-ପୀଡ଼ା-କ୍ରୀଡ଼ା-କର୍ମେନାହିଁ ନାହିଁ ଭୟ ଯା ଉଭୟ ଲୋକ ଧର୍ମେ ହେ ।୯।ସଦା ସଦାନନ୍ଦନାଶ ବିଷୟେ ତ୍ୱରିତକୁଳକୁ ଲଜ୍ଜିତ କର୍ମ କରଣେ ସମର୍ଥ ହେ ।୧୦।ଧର ଧରଣୀର ନୁହେ ତାଙ୍କ ପରି ଭାରପର ପରମ୍ପରା କ୍ରମେ ସଜ୍ଜନେ ତାଙ୍କର ହେ ।୧୧।ମହତ୍ତମହତରୁ ସାଧବେ ପୂର୍ଣ୍ଣଶଶୀବିଗ୍ରହ ବିଗ୍ରହ ବୁଧ-ଆନନ୍ଦାଭିଳାଷୀ ହେ ।୧୨।ସୁଖରେ ସୁଖରେ ପୁଣି ବିହାର କରନ୍ତିତାରକା-ତାରକା-ମୋଦ-ପ୍ରଦ ସର୍ବପ୍ରୀତି ହେ ।୧୩।ସେହିତ ସେହିତ ଗୁଣୀ ଚକୋର ନିକରେସଙ୍ଗୀତ ସଙ୍ଗୀତାଭିଜ୍ଞ ଧାର୍ଯ୍ୟ ମହେଶ୍ୱରେ ହେ ।୧୪।ଶ୍ରବଣ, ଶ୍ରବଣ ମନଦେଇ ଏବେ କରଅଶେଷ ଅଂଶେ ସଂଯୁତ ଏ ଗୀତ ପ୍ରକର ହେ ।୧୫।ପ୍ରବନ୍ଧ ପ୍ରବନ୍ଧ ଏ ମୋ ବହୁ ରସାଶ୍ରୟସାର ସଂସାର ସମ୍ମତ ଗଭୀର ଆଶୟ ହେ ।୧୬।ମତ୍ସମ ମତ୍ସ-ମଜ୍ଜନ ହୋଇ ସୁଖ ପାନ୍ତିବିଶ୍ରଦ୍ଧ ବିଷଧର ଯେ ପଶି ନ ପାରନ୍ତି ହେ ।୧୭।ସୁପ୍ରଭାଂଶୁ-ପ୍ରଭା ନାମେ ଅଛି ଏକ ପୃଥ୍ୱୀଉତ୍ତରେ ଉତ୍ତରେ ତାର କହି ନୋହେ କୀର୍ତ୍ତି ହେ ।୧୮।ଅଳକା ଅଳଙ୍କାର ସେ ରାଜ-ରାଜେ ଶୋଭାରଜତର ଯତନ ମନ୍ଦିର ଚନ୍ଦ୍ର-ପ୍ରଭା ହେ ।୧୯।ସୁବର୍ଣ୍ଣ ସୁବର୍ଣ୍ଣପୁରୀ ଲଙ୍କା ସମାନରେସକଳ ସଂକଳନ ଅକଳନ ସେ ନରେ ହେ ।୨୦।ରାଜା ଯେ ରାଜା ଯେମନ୍ତେ ଶରଦେ ସୁନ୍ଦରନନ୍ଦନ ନନ୍ଦନ-କର ସର୍ବ ପ୍ରାଣୀଙ୍କର ହେ ।୨୧।
ସମ୍ବନ୍ଧିତ ରଚନା
ରାଧାନାଥ ରାୟ
ଚିନ୍ତାମଣି ମହାନ୍ତି
ମହୀରାମ ହୀରା ସେ ଶୋଭାରେ ସୁମନସ
ସୁମନା ସୁମନାମ୍ବୁଜ ବିକାଶକୁ ହଂସ ହେ ।୨୨।
ବିରସେ ବୀର ସେ ବଳ ପ୍ରତାପ ଶୁଣିଲେ
ଶରମୁ ଶର-ମୁଦ୍ଗର-ଖଡ୍ଗ ନ ବହିଲେ ହେ ।୨୩।
ସଦାନେ ସଦା ନେବାରେ ବିପ୍ର-ଗୁଣୀ-ଭାଟ
ଯଶ ତେଜ ସତେ ଶତେ ରାଜ୍ୟେ କଲେ ସ୍ଫୁଟ ହେ ।୨୪।
ବିଭାର ବିଭାର ଘେନି ନୃପ ତ୍ୱରା ହୋଇ
ଚାର ସଂଚାର ସକଳ ଦେଶକୁ କରାଇ ହେ ।୨୫।
ସ୍ୱରୂପ ସ୍ୱରୂପ ତାର ଲେଖି ଚିତ୍ରକର
ପଟଳେ ପଟ୍ଟ ଲେଖିଣ ଦେଲେ ଚାର କର ହେ ।୨୬।
ହୃଦରେ ହୁନ୍ଦରେ ଦେଖି ଲେଖିଲା କେ ବାଳା
ତରଳ-ତର ଲବଣୀ ପ୍ରାୟେ କେ ହୋଇଲା ହେ ।୨୭।
ସୁମନା ସମନା-ଶୁଗେ କେହି ଛନ୍ନ ହୋଇ
ବାତୁଳେ ବା ତୂଳେ ହେଲା କେଉଁ ଚନ୍ଦ୍ର ମୁହିଁ ।୨୮।
ବିକାଶ ବିକାଶ ହାସରେ କେ ରାମା ଭଣେ
ଏ ପୁରୁ ଏ ପୁରୁଷ ବାହାର ଶୋଭାଗୁଣେ ହେ ।୨୯।
ଭାଳେ କେ ଭାଲେ କେବଳ କର ମାରି ମାରି
ଦାସୀ ତଦାଶ୍ରିତ ହୋଇ କେ ମନେ ବିଚାରି ହେ ।୩୦।
ବିଚାରେ ବିଚାରେ ଖୋଜି ଖୋଜି ରାଜ୍ୟପୁରୀ
ସୁଷମା ସୁ-ସମା ବାମା ନ ମିଳିଲା ନାରୀ ହେ ।୩୧।
ପ୍ରକଟ ପ୍ରକଟକେ ନାମ ତା ମୋତି-ମାଳୀ
ରସାର ରସାଳୟ ସେ ସର୍ବ ସୁଖ-ସ୍ଥଳୀ ହେ ।୩୨।
ଧନେଶ ଧନେ ସମାନ ଲୋକମାନେ ତହିଁ
ଧରିତ୍ରୀ ଧର ତ୍ରିବର୍ଗ ମୂର୍ତ୍ତିବନ୍ତ ଯହିଁ ହେ ।୩୩।
ନୃପତି ନୃପତି ତାରାଗଣେ ଚନ୍ଦ୍ର ସମ
ସୁରଥୀ ଶୂରଥିର ଯେ କୃପାନିଧି ନାମ ହେ ।୩୪।
ତାର-ସୁତା ତାର-ସୁ-ତାରକା-ପତି-ମୁହୀଁ
ଅପସରୀ ଅପସରି ଯିବେ ଶୋଭା ଚାହିଁ ହେ ।୩୫।
ଜାତକର ‘ଜାତକ-ରହସ୍ୟ’ ନାମ ସିଦ୍ଧି
ଜନକ ରଞ୍ଜନଙ୍କର ‘କେଳି-କଳା-ନିଧି’ ହେ ।୩୬।
ସୁର ମଣି ସୁ-ରମଣୀ ମୁଖକୁ ଦେଖିବେ
ଶଚୀ ତେଜି ସଚ୍ଚିତ୍ତେ ଜୀବନ ସମର୍ପିବେ ହେ ।୩୭।
ଆନନରେ ଆନନରେ ଦେବା କି ଉପମା
କଳା-କରେ କଳା-କରେ ନାହିଁ ଯା ସୁଷମା ହେ ।୩୮।
ଆଦରଶେ ଆଦର-ସେ କାନ୍ତିରୁ ନୋହିବ
କେଶେ ତାର କେ-ସେ ତାର ଘନ ଲକ୍ଷ୍ୟ ଦେବ ହେ ।୩୯।
ବି-ସାରସ ବିସାର ସମାନ ନେତ୍ରେ ନୋହେ
ପରକାଶ ପର-କାଶ-କାନ୍ତି ହାସ ବହେ ହେ ।୪୦।
ରୂପ ଅନୁରୂପ ଅନୁ-ଆନ ସର୍ବାଂଶରେ
ସମ ତହିଁ ସମ୍ମତହିଁ ହେଲା ପରସ୍ପରେ ହେ ।୪୧।
ନବ-ରସା ନବର ସାଇରୁ ତୋଳି ପାଣି
ଆଣିଲେ ସେ ଆଣି-ଲେଶେ କେ ପାରିବ ଭଣି ହେ ।୪୨।
ସୁର ଜନେ ସୁରଞ୍ଜନେ ତିଥି ଲଗ୍ନ ଯୋଗେ
ବିଭା-ବରୀ ବିଭା ବରି କଲେ ଅନୁରାଗେ ହେ ।୪୩।
କୁଶେ-ଶୟ କୁଶେ ଶୟ ବର କନ୍ୟାଙ୍କର
ବିଧି ବରେ ବିଧିବରେ ବାନ୍ଧିଲେ ସତ୍ୱର ହେ ।୪୪।
ଅଦ୍ୱିତୀୟ ଅଦ୍ୱିତୀୟ କରି ହୋମ କଲେ
ରମଣୀ ଏ ରମଣୀୟେ ଅତି ବନ୍ଦାଇଲେ ହେ ।୪୫।
ପରଭାବେ ପରଭାବେ ଭାର ଯଉତୁକ
ବିତରଣୁ ବିତଇ ନୁହଇ ସଂଖ୍ୟା ଲୋକ ହେ ।୪୬।
ବାଜୀବାରେ ବାଜୀବାରେ ବାଦ୍ୟ କମ୍ପେ ମହୀ
ପଥ ରଜେ ପଥର ଯେ ପଦାଘାତେ ହୋଇ ଯେ ।୪୭।
ବଂଧୁ ଜୀବ ବଂଧୁଜୀବ-ଅଧରୀକି ଧରି
ସ୍ନେହରସେ ସେ ହରଷେ ଗଲେ ନିଜ ପୁରୀ ହେ ।୪୮।
ନିରବଧି ନୀରବ-ଧୀ ବାଳାଠାରେ ଦେଇ
ସହଚରୀ ସହ ଚରିତକୁ ତା ପୁଚ୍ଛଇ ହେ ।୪୯।
ସରସିଜ-ଶର-ଶ୍ରୀ-ଯତନ-ନେତ୍ର ଦ୍ୟୁତି
ରସି କହେ ରସିକ ହେବାକୁ ମୋଦ ମତି ହେ ।୫୦।
ସୁ-ରଚିତ ସୁର-ଚିତ୍ତ ମୋହେ ଏ ମୋ ଗୀତ
ବ୍ରଜନାଥ ବ୍ରଜନାଥ ଚିନ୍ତେ ଅବିରତ ହେ ।୫୧।
୧ । ରାଧାପତି=ଚନ୍ଦ୍ର । ରାଧା ରାଧାପତି ମୁଖ=ରାଧାଙ୍କର ଚନ୍ଦ୍ରମପଖ ।
୨ । ସାର=ଶ୍ରେଷ୍ଠ ସାରସ=ପଦ୍ମ ।
୩। ଅର୍ଥ-ପ୍ରବନ୍ଧ (ପ୍ର+ବନ୍ଧ) । ପ୍ର=ଉତ୍କୃଷ୍ଟ । ବନ୍ଧ=ପୋଖରୀ (ଦେଶଜ=ବଡ଼ ପୋଖରୀ) ।
୪। ପଟଳ=ଚିତ୍ରଫଳକ ପ୍ରବନ୍ଧ=କବିତା ଓ ଉତ୍କୃଷ୍ଟ (ଉତ୍କୃଷ୍ଟ କବିତା) ।
୫। ଅନୁଆନ (ଦେଶଜ )=ଅତୁଳନୀୟ ।
୬। ଆଣି=ଠାଣି, ଟେକ, ସୌନ୍ଦର୍ଯ୍ୟ ।
୭। କୁଶେଶୟ=ବ୍ରାହ୍ମଣ । କୁଶେ=କୁଶଦ୍ୱାରା । ଶୟ=ହସ୍ତ ।
୮। ଅଦ୍ୱିତୀୟ=ବ୍ରାହ୍ମଣ; ଅତୁଳନୀୟ ।
‘କେ-ସେ ’କୁ ‘କେଶେ ’ ପାଠନ୍ତର ଗ୍ରହଣ କଲେ କ୍ରିୟା ‘ଦେବ’ ସ୍ଥାନରେ ‘ହେବ’ ସ୍ଥାନରେ ହେବ । କେଶେର ଅର୍ଥ ବାଳ ପରିମାଣ ବା ରେଣୁ ପରମାଣ ।
ପାଠାନ୍ତର :-କେଶେ ତାର କେ-ସେ ତାର ଘନଲକ୍ଷ୍ୟ ହେବ । ପାଠାନ୍ତରରେ ଗ୍ରହଣ କରାଯିବ ।ତାର ଘନ=ଉତର ମେଘ ବା କଳାମେଘ ।ପାଠାନ୍ତର=(ରସୀ କହେ ରସିକ ହେବାକୁ ମୋଦ ମତି ) ।ଏହି ପାଠାନ୍ତର ଗ୍ରହଣ କଲେ “ରସୀ” ର ଅର୍ଥ ରସଜ୍ଞା ବା ତତୁରୀ କରିବାକୁ ହେବ ।
“ରସୀକହେ” ଗ୍ରହଣ କଲେ “ସେ” ଊହ୍ୟ କର୍ତ୍ତା ଧରିବାକୁ ହେବ । ନେତ୍ର ଦ୍ୟତିକୁ ‘କହେ’ ବା ‘ରସି’ ଅସମାପିକା କ୍ରିୟାର ଅଧିକରଣ କରି ଅନ୍ୱୟ କରାଯବ ।
ଦ୍ୱିତୀୟ ଛାନ୍ଦ
ଅବନା ନେତ୍ର ବର୍ଣ୍ଣନାରାଗ-ଅଷାଢ ଶୁକ୍ଳଶ୍ରବଣ କରତ ନୃପ ନନ୍ଦନଜଗଜ୍ଜନ ମନ ହର ନୟନରଙ୍ଗ ତରଙ୍ଗ ଖଞ୍ଜନ ଗଞ୍ଜନତଋଣ ବର ଗରବ ଗଞ୍ଜନଅତ୍ୟନ୍ତ ରଞ୍ଜନତପବନ୍ତ-ବର ତପ-ଭଞ୍ଜନ ।୧।ବଦନ କମଳ ପର ଭ୍ରମରଦ୍ୱନ୍ଦ ମରନ୍ଦ ରସ ମତ୍ତଭରଅମୃତ କର ଅଙ୍କଗତମୃଗକଚ ତମ ଦରଶନ ତରଙ୍ଗଅଥ କର୍ଣ୍ଣ-ଗର୍ତ୍ତଅବ କଳନଋ ଚଞ୍ଚଳ ଆର୍ତ୍ତ ।୨।ରଙ୍ଗ ଧବଳ କୃଷ୍ଣ ବର୍ଣ୍ଣଧରଅସମ-ଶର ରଣ ଜୟ ଶରତଋଣ-ଗଣ-ହୃଦ-ମର୍ମ-ରକ୍ତଶସ୍ତ୍ର-ଅନ୍ତ-ଲଗ୍ନ କରଇ ବ୍ୟକ୍ତଏ ଉତ୍ତଋଁ ତର୍କକୃଷ ବର୍ଣ୍ଣ ଜନ ଗଞ୍ଜନ-ପଙ୍କ ।୩।ବଦନ ମଦନ ନୃପ ସଦନକପଟ ନୟନ ତ୍ରୟ ବରନରଙ୍ଗ ରତନ ମର୍କତ ଅମଳଅର୍ଣ୍ଣବ ଫଳ ଏ ତର୍କ ସଫଳଦଗଧ ହୃଦୟଏ ରତ୍ନଚୟ କରଇ ସଞ୍ଜୟ ।୪।ଅଥ ଆନନ ମନମଥ ରଥଗଣ୍ଡମଣ୍ଡଳ ଚକ୍ରଦ୍ୱୟ ସତଓଷ୍ଠ ଅଧର ଅକ୍ଷ ଏ ପ୍ରତ୍ୟକ୍ଷଦଶନ ରତନ ଘଟନ ଲକ୍ଷମଣ୍ଡନ ବସନପ୍ରସନ୍ନ ହସ ଅଞ୍ଜନ ରଞ୍ଜନ ।୫।ଅଳକ ଝଲକ ରକନ ଗଣଅବଜ ଅର୍କ ଝଟକ ଦର୍ପଣନୟନ ତ ଏ ସ୍ୟନ୍ଦନ ଅମରପଲକ ଅଶ୍ୱ ଅତ୍ୟନ୍ତ ତତ୍ପରଚଳଇ ଚଞ୍ଚଳଦର୍ପକ ଦର୍ପ କରଇ ପ୍ରବଳ ।୬।ଜନମନ ମତ୍ସ୍ୟ ଧରଣ ସଜରଚନ କରଇ ମକରଧ୍ୱଜଅଞ୍ଜନ ତନ୍ତ ଅଷ୍ୟନ୍ତ କଣ୍ଟକଦୃଶ୍ୟ ଅଣ୍ଡଜ-ଗ୍ରଥନ ଏ, ତର୍କରକତ ବହଇକୃଷ୍ଣତ୍ୱ କଣ୍ଟକ ଋପ କହଇ ।୭।ମତ୍ସ୍ୟର ସ୍ୱବରନ ତ ଧବଳଆନନ ରସ ଖଣ୍ଡ ଗଣ୍ଡସ୍ଥଳସ୍ତନ ପରବତ ସ୍ଥଳ ଦର୍ପକପତନ କରଇ ମତ୍ସ୍ୟ କଣ୍ଟକଅସଂଶୟ ଏ ତସର୍ବ ମନ ମତ୍ସ୍ୟ ଏଥର ହତ ।୮।ମୃଗ ମଦ ଚନ୍ଦ୍ର ରକ୍ତ ଚନ୍ଦନଏକ ସ୍ଥଳସ୍ଥ ରସଜ୍ଞ ମଦନକରଇ ସ୍ତନ ମରଦନ ଆଶନୟନ ବର୍ଣ୍ଣ ତ୍ରୟ ଏ ରହସ୍ୟସର୍ବ ବର୍ଣ୍ଣ ଧରସତ୍ତ୍ୱ, ରଜ, ତମ ମୟ ଈଶ୍ୱର ।୯।ତରୁଣ ଜନ ଧଇର୍ଯ୍ୟ ଖଣ୍ଡନଆସକତ ତ ସନ୍ତତ ନୟନଅମଙ୍ଗ ତରଙ୍ଗ ରଙ୍ଗ ଧରଇହସ ରହସ ପ୍ରକଟ କରଇଅଧବଳ ରକ୍ତଧବଳ ବର୍ଣ୍ଣ ଲକ୍ଷଣ ବ୍ୟକତ ।୧୦।ଏଣ ଖଞ୍ଜନ ମତ୍ସ୍ୟ ଜବରଙ୍ଗରଣ ସଂଚରଣ ଅଶ୍ୱ ତରଙ୍ଗଅମଳ କମଳ ପ୍ରସନ୍ନ ରସଏ ତ୍ରୟ କର୍ମ କରଣଋ ଦୃଶ୍ୟସ୍ମର ନର-ଇନତ୍ରୟ ଜୟଋ ଦତ୍ତ ତ୍ରୟ ବର୍ଣ୍ଣ ।୧୧।ହର ହୃଦୟ-ମର୍ମ-ଲଗ୍ନ-ଶରତଋଣ-ଗଣ-ତରଳ-ମନ୍ତରତପକର ଦମ୍ଭଧନ-ତସ୍କରବ୍ରତ-ସଂଯତ-ଧର-ବ୍ରଜଧରଏ ନୟନ ବରସ୍ମର-ସର୍ବସ୍ୱ-ସଞ୍ଚୟନ-ଘର ।୧୨।ଆସ୍ୟ ମଣ୍ଡଳ ଦର୍ପକ-ଫଳକନଜର ରନ୍ଦ୍ର-ବତ ଏକ ତର୍କବଦନ ପଞ୍ଜର ଗତ ଗଞ୍ଜନରତ୍ନସ୍ଥ ସଦନ ପର ମଦନମୃଗ-ମଦ-ରସଲକ୍ଷ ବତ ପରକଟ ଏ ଦୃଶ୍ୟ ।୧୩।ଗରଳ ଅମୃତ ମୟ ଏ ସତଅଙ୍ଗ ଅବଶ କରଇ ସତତଏ ଉତ୍ତଋଁ ଯଉଁ ଆନନ୍ଦ ରସଜନ୍ମ କରଇ ବଢ଼ଇ ହରଷଦଣ୍ଡ ମଣ୍ଡ ନତମନ୍ଦ ଭଲ ଏ ନୟନ ଆୟତ ।୧୪।ଅଙ୍ଗ ମଙ୍ଗଳ ଦ୍ରବ୍ୟ ସଞ୍ଚୟନଘଟଣସ୍ତନ ଘଟ ସଙ୍ଘଟନମୃଗମଦ ରସ ପତ୍ର ରଚନଆମ୍ରଦଳ, ହଂସ ମଦ ଗମନଏ ମତ୍ସ ଉପମହର-ପର-ଜୟ-କରଣ-କ୍ଷମ ।୧୫।ଚନ୍ଦ୍ର ଅଙ୍କଗତ ନକ୍ଷତ୍ର ଦ୍ୱୟକନ୍ଦର୍ପ ମତ୍ତ ଅତ୍ୟନ୍ତ ଅସ୍ଥୟପରସ୍ପର ଅମରକ୍ଷ ଜର୍ଜ୍ଜରପଲକ ଛଳ କଳହ ତତ୍ପରଆଦ୍ୟରତ ସ୍ପୃହଅଳ୍ପ ଚଞ୍ଚଳ ଚଳନ ଉଦୟ ।୧୬।କନକ ଚତ୍ୱର ଉପର ଏଣକରଇ ମତ୍ତତର ସଞ୍ଚରଣବହଳ କର ନବତୃଣ ବନକବଳ ସତରକ ସର୍ବକ୍ଷଣଅଳକ ଆବୃତକରଇ ଗମନ ଖଣ୍ଡନ ମତ ।୧୭।ଅସ୍ତ୍ରକ ରଚନ ଘଟଣ ଶସ୍ତ୍ରଅସମ ଆଳକ କର୍ତ୍ତନ ଶସ୍ତ୍ରଅଟଇ ଏ ରଣ-ରଣର ମତଅଥ ଆନନ ଦର୍ପଣର ଅନ୍ତମୃଗମଦ ରସଲଗ୍ନ ସଦୃଶ ଏ ପକ୍ଷ୍ମଳ ଦୃଶ୍ୟ ।୧୮।ଚନ୍ଦ୍ର କବଳ ଚନ୍ଦ୍ର କଋକଋବମନ ଉଦ୍ଗତ ଧର୍ମବଳଋଦନ୍ତଦ୍ୱୟର କ୍ଷତ ପ୍ରକାଟଇରକତ ଅମୃତ ରସ ଝରଇଦଶନର ମଳକୃଷ୍ଣବର୍ଣ୍ଣ ବ୍ୟକ୍ତ ନୟନ ସ୍ଥଳ ।୧୯।ଏମନ୍ତ ବର ନୟନ ବର୍ଣ୍ଣନଅବନ ଅକ୍ଷର ଚୟ ଘଟନଅରସକର ହରଷ ଖଣ୍ଡନଉଜ୍ଜ୍ୱଳ-ରସଜ୍ଞ-ହୃଦ ମଣ୍ଡନକୃଷ୍ଣ-ପଦ ପଦ୍ମବ୍ରଜ-ଇନ ମନ ଭ୍ରମର ସଦ୍ମ ।୨୦।
ତୃତୀୟ ଛାନ୍ଦ
ପ୍ରାନ୍ତ ଯମକ(ରାଗ କୌଶିକ)ଚାହିଁ ଇନ୍ଦୁ ଖରେ ଦୁଃଖରେ ରସିକ କହେ ଧନକୁ କି ଭେଟିବି ।ମନ କନକ ତା ନିଉଁଛାଳି କରି ଜୀବନ-ଧନକୁ ଖଟିବି ।ଚନ୍ଦ୍ରମାଏ ନେତ୍ର ପଲକ କାଟିବିମନ ମଜ୍ଜାଇ ସେ ଯାଇ ଅନାଇଲେ ପାଶେ ବସି ପୁଣି ଖଟିବି ।୧।ଚାଟୁ ବିନୟ ସୁନୟନୀର ଆଗେ, ଆଗେ ଅନୁରାଗେ ରଞ୍ଚୀବି ।ତାହାର ସରସ ମନ ଦେଖିଲେ ତ ଅଙ୍କ ପରେ ଆଣି ସଞ୍ଚିବି ।ଚନ୍ଦ୍ରମାତା କିଳ-କିଞ୍ଚିତ ପାଞ୍ଚିବିରାଗ ଅନୁରାଗ ବାଦ ଲାଗିଲା ତ କାହା ବଳ ବଡ଼ ଆଞ୍ଚିବି ।୨।କୋଳେ ଧରୁଁ ମହୀ ମହିଳା ବସନ୍ତେ ବଳେ ବଳେତ ବସାଇବିଉହୁଁ ନା ଉହୁଁ ନା ବଚ ନବ ଚତୁରୀର ଶ୍ରବଣେ ମିଶାଇବି ।ଚନ୍ଦ୍ରମାଛଡ଼ାଇ ରୋଷ ରସାଇବିମୃତ୍ୟୁଞ୍ଜୟ ପର ପରଜୟ ମନୋରଥ ଫଳ ଖରସାଇବି ।୩।ଶଶୀ କସ୍ତୂରୀ ତୁରୀତେ ଗୋଳିବାକୁ ଆଳୀ ଆଳିଙ୍କି ଡ଼କାଇବି ।ନବ-ସପତ-ବରସୀ ରସିବାକୁ ମୋର ଶପତପକାଇବି ।ଚନ୍ଦମାଚିତ୍ର ଖଡ଼ିକା ନିକାଇବି,ବଦନୁ ପ୍ରସନ୍ନ ସନମତି ପାଇ ଦନ୍ତ ଚଉକି ପକାଇବି ।୪।ଆସ ଆସ ବସ ବସନ ଅଞ୍ଚଳ ଧରି ତା ବିଜେ କରାଇବି ।ଲାଜ ନମ୍ର ଆସ୍ୟ ଆସ୍ୟରୁ ଅଳପ ହାସରୁ ତା ଠଉରାଇବି ।ଚନ୍ଦ୍ରମାଆଳୀକି ଇଙ୍ଗିତେ ରାଇବିସେବା କାରଯରେ ଜଞ୍ଜାଳେ ଲଗାଇ ଧନ ଆନନ୍ଦ ସ୍ଫୁରାଇବି ।୫।କୁଚ ରୁଚିର ଅନ୍ତର ଅନ୍ତର୍ଗତେ କରି ଯେ ତାକୁ ଅନାଇବି ।ଇଙ୍ଗିତ ବେତ୍ତିନୀ ତିନି ବର୍ଣ୍ଣ ନେତ୍ରଗତି ସମ୍ମତି ଚିହ୍ନାଇବି ।ଚନ୍ଦ୍ରମାସେ ଚିତ୍ର ଚିତ୍ରେ ବନାଇବିନାଗରୀ ଅନାଇ ନାମ ଏ ମୋ, ମନ ମନ ଶୁଣିବା ମନାଇବି ।୬।ମନ ପରସନ୍ନା ରସନାକୁ ଧରି କଟିକି ଟିକିଏ ଚାହିଁବି ।ଭାଙ୍ଗି ରୁଚିର ଶାଟୀକି ଟିକି ଟିକି ବେଣୀ ଝୁମ୍ପା ଆଣି ବହିବି ।ଚନ୍ଦ୍ରମାମୁଁ ତ କିଣା ତୋର କହିବିସମ୍ମତିରୁ ତାର ଶତକୋଟିଧର ଶତକୋଟି ନିନ୍ଦା ବିହିବି ।୭।ମନୋହାରିଣୀ ହରିଣୀଈକ୍ଷଣୀର ବିହାରେ ହାର ଛିଣ୍ଡାଇବି ।ତଦନ୍ତେ ଦନ୍ତ ତିରଣ ରଖି ପଦେ ଅଳତା ଲତା ମଣ୍ଡାଇବି ।ଚନ୍ଦ୍ରମାପୁଣି ତା ମନ ଭଣ୍ଡାଇବିହାରିଲୁ ରତରେ ତରେ ଦିଅ ବୋଲି ଚୁମ୍ୱନ ଧନ ତଣ୍ଡାଇବି ।୮।ଦର୍ପକ ଦର୍ପକର ଅରି ଅରିଷ୍ଟପ୍ରଦ ପାଦପ ମୁଣ୍ଡାଇବି ।ମକର ଉପର ପରତାପ ଖଣ୍ଡା ଆଞ୍ଚିବା ଖଣ୍ଡ ଖଣ୍ଡାଇବି ।ଚନ୍ଦ୍ରମାପୁଣି ସମୟ ଉଣ୍ଡାଇବିଭଲା ମାର କାହିଁ ଯିବ ଜୀବଧନ ହାଥରେ ଥରେ ଦଣ୍ଡାଇବି ।୯।ହୋଡ଼ ରଖି ରତ ରତନ ତା ଆଗେ ପଶା କାଠିକି ଗଡ଼ାଇବି ।ବାହିବି ସାର ବିସାର ନେତ୍ରୀ ଖେଳ ମାରିବା ଦାନ ହୁଡ଼ାଇବି ।ଚନ୍ଦ୍ରମାପାଚିଲାସାର ସଢ଼ାଇବିତା ପୁରୁଷାୟିତ ଇତର କି ଜିଣି ତାକୁ କାମକୁ ଲଢ଼ାଇବି ।୧୦।ଅତି ବିପତ୍ତି ପତିକି ତାର ଦେଇ ରତି ଛାତିରେ କୋଡ଼ାଇବି ।କାମାନଳ–ତରୁ ତରୁଣୀ ହେତୁରୁ ନିର୍ମୂଳ କରି ତଡ଼ାଇବି ।ଚନ୍ଦ୍ରମାମହତ୍ତ୍ୱ ତାର ବୁଡ଼ାଇବିଏହି ତ ମୋହିତ ମୋହି ତରୁଣୀ କି ପୁଣି କି ଉରେ ଜଡ଼ାଇବି ।୧୧।କୁନ୍ଦନ–ନିନ୍ଦନଅଙ୍ଗୀ କି ଅଙ୍ଗୀ କି ସୁଖେ ହେମକାଳେ କରିବି ।ତା ଉରଜ ଉରେ ଜଡ଼ାଇ ଯଉରେ ଯୁଡ଼ାଇଲା ପରି ଧରିବି ।ଚନ୍ଦ୍ରମାଶୀତ ଇଷିତରେ ହରିବିଶ୍ୟାମ ଉଷୁମାଙ୍ଗୀ ତା-ପରେ ଉପରେ କଉଁ କଉଁ ତାପ ହରିବି ।୧୨।ନିଦାଘରେ ଘରେ ଜଳଯନ୍ତ୍ର ରଚି ଚନ୍ଦ୍ର ଚନ୍ଦନ ଗୋଳାଇବି ।ମୁଗୁନି ଚତ୍ୱରେ ମୁଁ ଗୁଣୀ ମଣିକି ମଣିମା ଡାକେ ଚଳାଇବି ।ଚନ୍ଦ୍ରମାଚାମର ପାଶେ ଢଳାଇବିପଦକୁ ପଦ ତା ପଦ ପଦମରେ ତୂଳି ପାହାଡ଼ା ତୋଳାଇବି ।୧୩।ଘଟଣ ଘଟ ନଳିନ କଳି କୁଚ ଚନ୍ଦନରେ କି ବୁଡ଼ାଇବିହୃଦେ ସେହି ଯୋଡ଼ି ଯୋଡ଼ି ଭିଡ଼ି ଭିଡ଼ି ମୋ ଦେହେ ତା ଛଡ଼ାଇବିଚନ୍ଦ୍ରମାଶେଯ ସଜାଡି ପଡ଼ାଇବିସଜଳ ଜଳଜ-ମୁହିଁକି ମୁହିଁ କି ଉର ଉପରେ ଗଡ଼ାଇବି ।୧୪।ଦକ୍ଷିଣ ଗବାକ୍ଷ ପାଖେ ଲକ୍ଷ ଲକ୍ଷ ବାସ କୁସୁମ ଲଗାଇବି ।ଝଙ୍କାର-ଶବଦ-ବଦ-କପଟଦ ସେ ଚାରି ପାଖେ ଜଗାଇବି ।ଚନ୍ଦ୍ରମାଉଞ୍ଚ୍ଥିତା ବାସ ଭଙ୍ଗାଇବିପିନ୍ଧାଇ ଦେବିକି ବିକି ତ ହୋଇଚି କହି ସହୀକି ମଙ୍ଗାଇବି ।୧୫।କେଳି ମନ୍ଦିରେ ଦିରଦର ରଦର ଗବାକ୍ଷମାନ ଲଗାଇବି ।ଦ୍ୱାର କପାଟ ପାଟ ପରା ଦିଶିବ ବିଚିତ୍ର ଚିନ୍ତେ ରଙ୍ଗାଇବି ।ଚନ୍ଦ୍ରମାକନ୍ଦର୍ପ ଦର୍ପ ଭଞ୍ଜାଇବିହୃଦ ପଦକର ଗୁଣପଦ କରି ରାଗେ ଅନୁରାଗେ ଗାଇବି ।୧୬।ପରାଣ ରାଣ ମୋ ପରା ହୁଅ କହି ନାହିଁ ଶବଦ ଘୋଷାଇବି ।ତା ଉରୁ ସନ୍ଧିରୁ ଧୀରେ କର ଦେଇ ଏ କିରେ ବୋଲି ହସାଇବି ।ଚନ୍ଦ୍ରମାଓଷ୍ଠ ଦଶନେ ଦଂଶାଇବିପୟୋଧର ଧର ତୁହି ଟାଣ ପରା ବୋଲି କରଜେ ଭୁଷାଇବି ।୧୭।ରସିକା ସାରକୁ ରସି କାସାରକୁ ନେଇ ଜଳ କେଳି ବିହିବି ।ତା କୁଚ କଳି ବିକଚ କଳି କଂଜ ଧରି ଲାଜଭରେ ରହିବି ।ଚନ୍ଦ୍ରମାହସିଲେ ସେ କିସ କହିବିଶ୍ରୀମୁଖେ ଭ୍ରମରେ ଭ୍ରମରେ ମୁଁ ହୋଇ ପଦ୍ମ ନିଶ୍ଚେ ଚୁମ୍ବି ଚାହିଁବି ।୧୮।ମୋହିବାକୁ ମିତ ଚିତ୍ତ ତ ତତନ୍ତ ତତପର ହୋଇ ବାଇବି ।ଗାୟନେ ହାହା ହୂହୂ ହୃଦ କମ୍ପନ ଉଚ୍ଚ ସ୍ୱରକୁ ଲମ୍ୱାଇବି ।ଚନ୍ଦ୍ରମାହୃଦ ତାର ଦର-ବାଇବିଜଳଜ ଜ-ଜ-ଜ ଧ୍ୱଜ ଜୟ ନାଶ ବିଧି ବଲ୍ଲୀ ପଲ୍ଲବାଇବି ।୧୯।ନବ ଘନେ ଯେବେ ଚପଳା ଚପଳା ଚହଟହଟ ନିରେକ୍ଷିବି ।କଳାକେ ତ ପାଶେ ଯେ ଶେଯେ ହେମାଙ୍ଗୀ ପହୁଡ଼ିବା ଶୋଭା ଯୋଖିବିଚନ୍ଦ୍ରମାଇନ୍ଦ୍ର ଧନୁ ପୁଣି ଦେଖିବି,ଅଳିକକୁ ତାର ତାର ସିନ୍ଦୁରରେ ଚିତ୍ରି ପୁଣି ଭୂରୁ ଲେଖିବି ।୨୦।ନୀଳ ଚେଳାବୃତ୍ତ ବୃତ୍ତ କୁଚେ ତାର ତାର ହାରକୁ ଲୋଟାଇବି ।ଘନାଚ୍ଛନ୍ନ ଧରାଧର ପର ତାର ବକାଳି କେଳି ଘଟାଇବି ।ଚନ୍ଦ୍ରମାତା କେଶ ପାଶ ଫିଟାଇବିଲଗାଇ ତରଳ ଚିରନ୍ତେ ସଜଳ ଜଳଦ କାନ୍ତି କଟାଇବି ।୨୧।ବେଣୀ ବାନ୍ଧି ଏକି କେକୀ ନ ନାଚିଲା ଏକା ଏକାଳରେ ଭାସିବି ।ଅଙ୍ଗେ ଧରି ମୋର ପୁଲକ କଦମ୍ବ କଦମ୍ବ ପରା ଆଭାସିବି ।ଚନ୍ଦ୍ରମାହସାଇ ତାକୁ ଯେ ହସିବିମାଳତୀ କାଶ ସଂକାଶ ମଣି ରସ ନଦୀତ ବଢ଼ିବ ଭାଷିବି ।୨୨।ଏଣୁ ଅତନୁ କାତରେ ତରେ ତନୁ ରମ୍ଭା ଭେଳାପରେ ବସିବି ।କମ୍ଭ କରି ଧରି କୁଚକୁ ଚତୁରୀ-ରିପୁ ପାରହୋଇ ଆସିବି ।ଚନ୍ଦ୍ରମାଏଣୁ ବନ୍ଧ ରଚି ବସିବିସେ ଯେ ସୁଶୀଳା ତାକୁ ତହିଁ ବସାଇ ସେ ରସପୂର୍ଣ୍ଣେ ଉଲ୍ଲସିବି ।୨୩।ଖେଳି ଦଶଅବତାର ତାର କେଶ-ମୁହୀଁ କି ମୁହିଁକି ଜିଣିବି ।ଆଦ୍ୟେ ତା ନୟନ ପ୍ରତି-ବିମ୍ବିଲେ ମୁଁ ଅପ୍ରତିତରୁ କି ଜାଣିବି ।ଚନ୍ଦ୍ରମାକେତେ ତାହା ପୁଣି ଗଣିବିହସି ଦର ଦର ଦର ଖେଳହେଲେ ଏକି ବୋଲି ସିନା ଗୁଣିବି ।୨୪।ତୋହରି ପରି ଏକ କଳା କୈଳାସ-ଈଶଙ୍କ ଶିରେ ଚଢ଼ାଇବି ।ହେମ ଚମ୍ପା କମ୍ପା କଞ୍ଜ ବେଲପତ୍ରୀ ବିଚିତ୍ର କରି ଚଢ଼ାଇବି ।ଚନ୍ଦ୍ରମାଦିବ୍ୟ ଅବଢ଼ା ବଢ଼ାଇବିତୀର୍ଥସରୁଁ ପଙ୍କ ପଙ୍କ-ଜାକ୍ଷୀ ଅଙ୍କ-ଗତ ହୋଇଲେ କଢ଼ାଇବି ।୨୫।ସହସ୍ର ସହସ୍ର ଏ ସହସ୍ର ନାମ ଚଣ୍ଡିକା ପାଠ ପଢ଼ାଇବି ।ଥିଲେ ଜୀବ ଜୀବନକୁ ନଛାଡ଼ିବି ମନକୁ ଏହା ଦଢ଼ାଇବି ।ଚନ୍ଦ୍ରମାପ୍ରୀତି ସଂପତ୍ତି ବଢ଼ାଇବିବ୍ରଜନାଥ ଦୁଃଖ ହର ହର ତୁମ୍ଭ ପ୍ରାସାଦ ବେଢ଼ା ବେଢ଼ାଇବି ।୨୬।୧। ନିଉଁଛାଳି=ରାଜାମାନଙ୍କ ଆଗରେ ପାହାଡ଼ ପକାଇ ତା ଉପରେ ଭେଟିଦ୍ରବ୍ୟ ରଖିବାକୁ ନିଉଛାଳି କହନ୍ତି ।
୨। କିଳ କିଞ୍ଚିତ=ନାୟକ ସଙ୍ଗ ଜନିତ ଆନନ୍ଦ ହେତୁ ନାୟକ ସମୀପରେ ନାୟିକାର ଏକ କାଳରେ ନାନା ଭାବର ଉଦୟକୁ-ଅର୍ଥାତ୍ ହର୍ଷ, କ୍ରନ୍ଦନ, ଭୟ, କ୍ରୋଧାଦି ବିଭିନ୍ନ ଅଭିନୟକୁ କିଳ-କିଞ୍ଚିତ କହନ୍ତି ।
୩। ଖରସାଇବି=ପୋଡ଼ିଦେବି ।୪। ଶପତ=ରାଣ ବା ନିୟମ ।୫। ସେବାକାର ଜର-ପାଠାନ୍ତର ।୬। ଇଙ୍ଗିତ ବେତ୍ତିନୀ=ଇଙ୍ଗିତଜ୍ଞା, ଯେ ଠାର (ସଙ୍କେତ) ବୁଝିପାରେ ।୭। ଶତକୋଟିଧର=ଇନ୍ଦ୍ର ।୮। ହୋଡ଼ (ଦେଶଜ)=ବାଜି, ପଣ ।୯। କୁନ୍ଦନ=ସୁନା ।୧୦। ଅଙ୍ଗୀ=କୁରୁତା ।
୧୧। ଝଙ୍କାର ଶବଦ ବନ୍ଦ-କପଟଦ=ଝଙ୍କାର-ଶବ୍ଦ-ବଦ-କପଟଦ, ବଦ=କହୁଥିବା ଅର୍ଥାତ୍ କରୁର୍ଥାବା, କପଟଦ=କପଟତା ନାଶକାରୀ, ଫଳିତାର୍ଥ-ଝଙ୍କାର ଶଦ୍ଦ କରୁଥିବା ପ୍ରତାରଣା ନାଶକାରୀ ଅର୍ଥାତ ‘ଭ୍ରମରମାରୀ ଗଛ’ ।
୧୨। କରଜ=ନଖ ।୧୩। ତତନ୍ତ=ଏକତାରା ବାଦ୍ୟଯନ୍ତ୍ର ।୧୪। ଅପ୍ରତିତରୁ=ବିମର୍ଷରୁ ବା ନିରାନନ୍ଦରୁ ।୧୫। ଏ=ବିଷ୍ଣୁ ।
ବୈଦେହୀଶ ବିଳାସ (ଚତୁର୍ଥ ଭାଗ)ଉପେନ୍ଦ୍ର ଭଞ୍ଜ ବୈଦେହୀଶ ବିଳାସ (ତୃତୀୟ ଖଣ୍ଡ)ଉପେନ୍ଦ୍ର ଭଞ୍ଜ ଉପେନ୍ଦ୍ର ଭଞ୍ଜ