ନବମ ଛାନ୍ଦ — କେଳି-କଳା-ନିଧି — ବ୍ରଜନାଥ ବଡ଼ଜେନା · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ନବମ ଛାନ୍ଦ
ଆଦ୍ୟ ପ୍ରାନ୍ତ ଯମକ(ରାଗ-ଚିନ୍ତା କେଦାର)ବନ-ପ୍ରିୟ ଡାକନ୍ତେ ଜୀବନ-ବନଜାନନ କରି ଭାବନବନପରାମଣି ସଦନ-କୁମାର, କଲା ଅଶନ ବିଷ ଭାବନ ସେ ସୁନ୍ଦର ।୧।ରମଣୀର ପୀରତି-ପରମ-ରମଣୀୟ-ତା ଛାଡ଼ି ଭରମରମଣର କି ରହଇ ପିକବର, ତୋ ଆଗରେ କହଇ ମରମ ହେ କୋକିଳ ।୨।ଗରଜାଳା ଅନଙ୍ଗ ନାଗର ଗରହୀତ ପୀଡ଼ା ମୋ ଅଙ୍ଗରଗରବ ଆସି ଏବେ ମୋର ଭାଗିଲା, ଦୁର୍ବଳରୁ ନ ଚଳଇ ଗର ହେ କୋକିଳ ।୩।ସାର ରତ୍ନ ସେ ରସା ଯୋଷାରେ ସାରସାକ୍ଷୀ ରସ, ମୁଁ ବିସାରସାରଣୀ ରତିଧନ କରି କା’ ସଙ୍ଗେ ରଙ୍ଗେ ବାହିବିଟି ପଶା-ସାର ହେ କୋକିଳ ।୪।ମାଳତୀ ହାସୀ କେଶେ ତମାଳ ମାଳ ମେଘ କଜ୍ଜଳ ତମାଳମା ଲକ୍ଷ ନୁହଇ ଏ ନାରୀ ରତନ ହୋଇଥିଲା ମୋର ଗଳାମାଳ ହେ କୋକିଳ ।୫।କ୍ଷଣେ ତାକୁ ଚାହିଁଲେ ଈକ୍ଷଣେ କ୍ଷଣେ ବୁଡ଼େ ଚିତ୍ତ ସେହିକ୍ଷଣେକ୍ଷଣଦା ଗୋଟିଏ ତା ସଙ୍ଗେ ବଞ୍ଚିବ ଜନ୍ମିଥିଲେ ତ ଶୁଭ ଲକ୍ଷଣେ ହେ କୋକିଳ ।୬।ଯା ଗଙ୍ଗାରେ ଝାସିବା ପ୍ରୟାଗ ଜାଗର୍ତ୍ତରେ କରିଥିବ ଯାଗଜାଗରେ ଜାଗରେ ଶିବ ସେବିଲେ ସେ ମିଳିପାରେ ବା ଜାଗେ ଅଜାଗ କୋକିଳ ।୭।ସୁନାରୀଙ୍କ ମଧ୍ୟେ ଯାର ସୁ-ନାଁ ସୁନାସିକା-ତନୁ ନିନ୍ଦେ ସୁନାସୁନାସୀର ପଦ ତେଜି ମହୀପର ଜନ୍ମିଅଛି ସେ କେଉଁ ଦୋଷୁ ନା ହେ କୋକିଳ ।୮।ଆନନରେ ତା’ ଅଛି ଧିଆନ ଆନ ହୋଇ ଯାଉଛି ଗିଆନଆନନ୍ଦ ମୋହର ସଂସାରରେ ସାରସାକ୍ଷୀ ବିନେ କରିବ କେ ଆନ ହେ କୋକିଳ ।୯।ସୀତା ରାଘବ କଣ୍ଠ ଭୂଷିତା ସୀତାଂଶୁ-ଚୁଡ଼ ସଙ୍ଗ ଯୋଷିତାସୀତାହିଁ ପିତା ଲାଗୁଛି ମୋତେ, କୋଳେ ନଥିବାରୁ ଇଷିତ ହସିତା ହେ କୋକିଳ ।୧୦।ନୀରଜାକ୍ଷୀ ଦର୍ଶନେ ମୁନିର ନିରତେ ତ ହେବ ସ୍ୱେଦ ନୀରନୀରସ କାଷ୍ଠ ପଲ୍ଲବ ଧରିଯିବ ବାଳା କେଳି ନୂପୁର ଧ୍ୱନିର ହେ କୋକିଳ ।୧୧।ନିଆଶ କେ ସେ ସୁର କନିଆ ନିଆଁ ମ ମୋ ଗହନ ବନିଆନିଆଳୀ ଗଭା ଶୋଭା ପ୍ରଭା ଦେଖିଲେ ଯୋଗୀ ଦେହେ ଲାଗିଯିବ ନିଆଁ ହେ କୋକିଳ ।୧୨।ପର-ମୋଦେ ହୋଇ ତତପର ପର-ମଦାକୁ କୋଳି ଉପରପରସନ କରି ପାରିଲା ସମୟେ ମୋତେ ସମ ନିକି ବୃକ୍ରପର ହେ କୋକିଳ ।୧୩।ହା ! ସତେ ହେବ ସେହି ମୁହାଁସ ହାସ ମିଶା ରସ ପରିହାସହା ସଙ୍ଗେ ରଙ୍ଗେ ମୁଁ ଶୁଣାଇ ଶୁଣିବି ହେଉ ନାହିଁ ତ ଏଡ଼େ ସାହସ ହେ କୋକିଳ ।୧୪।ହର ଏ ଘୋର ଦୁଃଖ ମୋହର ହର,ତୁମ୍ଭେ ନାଶକ ମୋହ-ରହରଷେ ଏହି ଆଜ୍ଞା କର ସତ୍ୱର ତୋର ରମଣୀ ସଙ୍ଗେ ବିହର ହେ କୋକିଳ ।୧୫।କଲି ପୂର୍ବେ ମୁଁ ପାପ ବିକଳି କଳିଯୁଗେ ସେହି ସାର କଳିକଳିନ୍ଦଜା-ଜଳ-ନୀଳ-କେଶୀ-କେଣ ବାନ୍ଧି ମଣ୍ଡେ ଯେ ମଲ୍ଲିକା କଳି ହେ କୋକିଳ ।୧୬।ଗରଜନେ ଅନଙ୍ଗ ନାଗର ଗର-ବ ମୋ ଗଲାନି ଅଙ୍ଗରଗରଗଳ ଆଗେ ଉଜାଗର ଯୋଗେ ପୂର୍ବେ ଜାଳି ତ ନାହିଁ ଜାଗର ହେ କୋକିଳ ।୧୭।
ରହରେ ବାନ୍ଧୁଁ କେଶବରହ ରହସେ ବୋଲୁଥାଇ ସେ ରହ
ରହନ୍ତା ଯେବେ ଏବେ ଜୀବ ତା’ ସେବା କରିବାକୁ ହୁଅନ୍ତି ଅରହ ହେ କୋକିଳ ।୧୮।
ଶିବ କରିବେ ଭାଗ୍ୟ ଦିଶିବ ଶିବ-କର୍ମ ସତେ ପ୍ରକାଶିବ
ସିବ ବିପରୀତ କୋଳେ ମୋର ଧନ ଶିବ ବଇରୀ ରସେ ତୋଷିବ ହେ କୋକିଳ ।୧୯।
ମାନସ ଯେ, ଲଭି ଅପମାନ ମାନସରେ ଗୁଣେ ଗୁଣ ମାନ
ମାନବ-ବରେ ଘେନିବେ ଏ ଗୀତରେ ବ୍ରଜନାଥର ଶ୍ରମମାନ ହେ କୋକିଳ ।୨୦।
୧ । ମୁହାଁସ (ଦେଶଜ)=ଗର୍ବ ।
୨ । ବିକଳ=ଦୁର୍ବୁଦ୍ଧିରେ ।
୩। ସିବ ବିପରୀତ=ବସି ।
ଦଶମ ଛାନ୍ଦ
ଆଶୟ(ରାଗ–କାନଡା)ନଦୀନା ବିନା କୁମାର ମାର-ଶରେ ନିଶ-ବାସରେ ପୀଡ଼ା ପାଇବେଶ,ବାସ,ହାସ,ବିଷ ମଣଇଭ୍ରମର ଝଙ୍କାରେ ଭ୍ରମ ଲଭି ଦରେ ଆଦରେ ତାକୁ ଭଣଇ ସେ । କୁମାର ।ପିଣ୍ଡ ପ୍ରାଣ ମୋର ଦୂର ହୋଇଛିରଣ-ରଣ ବାଣ–ଗଣେ ଛାଇଛିମାତ୍ର ଗୁଣମଣି ଗୁଣ-ଗଣ ଗୁଣି ଗୁଣି କେବଳ ଜୀଇଛି ହେ । ମଧୁପ ।୧।ତ୍ରୁଟିଏ ନରହି ଫାଟି ଯାଉନାହିଁ ଶତକୋଟି ହୃଦ ହୋଇଲାପ୍ରୀତି ପଥେ ମୋ କଳଙ୍କ ଥୋଇଲାନଗର-ନାଗରୀ-ବଦ୍ଧ-ସିଦ୍ଧି-ଛାର-ଗଣେ ମୋତେ ଗଣାଇଲା ହେ । ମଧୁପ ।ଶୁଣ କହଇ ତା ପ୍ରେମ ରୀତିସାର-ସରୁଁ ତ ଜାଣ ସ୍ନେହ-ରୀତିଚୁମ୍ଭି ଆନ ଫୁଲ ତୁମ୍ଭେ ତ ପ୍ରଫୁଲ୍ଲ ତା ମୋ ଏକନିଷ୍ଠ ପ୍ରୀତି ହେ । ମଧୁପ ।୨।ପକ୍ୱ ବିଜପୁର କରେ ଧରି ମୋର ତା ପୁରତେ ଦିନେ ହୋଇଲିଏ ସମାନ କା’ ସୁଷମା ବୋଇଲିକର୍ପୂର ଲବଣ ଦୁହେଁ ଏକ ବର୍ଣ୍ଣ ହସି ବୋଇଲା ଛଇଳୀ ହେ । ମଧୁପ ।ପୁଣି ବୋଇଲା ଥିଲେ କରଗତେଟେକୁ ନ ଥାଅ କାହାକୁ କି କେତେକୁଟଜ ଠାରୁ ସରୋଜ ଯାଏ ଭୃଙ୍ଗ ରଙ୍ଗ କେଳିକରେ ଯେଉଁ ମତେ ହେ । ମଧୁପ ।୩।ଦିନେ ସୁରତାନ୍ତେ ମୋ ପାଶୁଁ ପ୍ରଭାତେ ମେଲାଣି ମାଗି ଯା’ନ୍ତେ ଧନଦେଖି ସେ ଶୋଭା ବୋଇଲି ଜୀବନତୋତେ ଶଶି-ମୁହୀଁ ବୋଲିବାକୁ ମୁହିଁ ଏତେ କାଳେ ଆସି ହେଲା ମନ ହେ । ମଧୁପ ।ଶୁଣି ବକ୍ରେ ଚାହିଁ ଏହା କହିଲାଚନ୍ଦ୍ରମା ହିଁ ତ କଳଙ୍କ ବହିଲାମୁକୁର-ବଦନୀ ହେତୁ ଘେନି ମନେ ଆନନ୍ଦ କହି ନୋହିଲା ହେ । ମଧୁପ ।୪।କରି ଆଲିଙ୍ଗନ ବୋଇଲିରେ ଧନ ଧନ୍ୟ ତୋ ବଚନ ଚାତୁରୀଆଜ ଲାଜ-ସାଗରୁ କଲୁ ପାରିପାରିକଲା ଲୋକ ପାରି ନୁହଇ କି ହସି ବୋଇଲା ବିଚାରି ହେ । ମଧୁପ ।ବେଶ କରି ବସିଲେ ତାକୁ ମୁହିଁବେଣୀ, କିଙ୍କିଣୀ ସାମଗ୍ରୀ ଲୁଚାଇଗଳାରୁ ହାର ବାହାର କରି ଧରି କଣ୍ଠେ ମୋ ଆଣି ଲମ୍ୱାଇ ହେ । ମଧୁପ ।୫।ବିପରୀତ ରତେ ଲାଗିଲେ ମୁଁ ଯେତେ ସହି ନ କରେ ପ୍ରାଣ ସହୀମୁଁ ବୋଲଇ ନିରାଶ କିମ୍ପାଇକି ହେଲେ ସମ୍ମତି କରିବୁ ସୁଦନ୍ତୀ କହି କିନା ଜାଣିଥାଇଁ ହେ । ସୁନ୍ଦରୀ ।ବୋଲେ ଶୁଣ ତେବେ ମନ ହରଷେଏକ ରାତ୍ର ମାତ୍ର ମୁଁ ଥିବି ପାଶେକନ୍ଦର୍ପ-କେଳି-କୁତୁକ ପାଶୋରିବ ତେବେ ମୋ ସହି ସର୍ବାଂଶେ ହେ । ସୁନ୍ଦର ।୬।ଏ କଥା ହୃଦରେ ଥାଇ କାମ ଦରେ ଆଚରଣେ ନାହିଁ ଭରସାଦିନେ ବସିଲି ହୋଇ ଅଫରସାସୁରସା ମୋ ପାଶେ ମିଳନ୍ତେ ସୁରସେ ଧୀରେ ଚାହଁଲି ମୁଁ ରସା ହେ । ମଧୁପ ।କିଛି ନ କହି ହୋଇଛି ମଉନହାସ ବିକାଶ ହୋନ୍ତେ ଘନ ଘନହାଇ ଛଳେ ତା ମିଶାଇ ନିବାରୁଛି ମନକାମେ ଛନ ଛନ ହେ । ମଧୁପ ।୭।ତା ରୂପ ମାଦକ ଲାଗେ ବୋଲି ଦକ-ଦକରେ ନ ଟେକଇ ଶିରଚାହିଁ ଚତୁରୀ ରଚେ ଚାରୁ ଗୀରଗଣ୍ଡ ମଣ୍ଡଳେ ମଣ୍ଡନ ହୋଇ ନାହିଁ କାହିଁକି ଆଉ ଶ୍ରୀକର ହେ । ମଧୁପ ।ଧରା ନଖେ ଲେଖିଲେ ହେବ ପରାଯଉଁ ଭଙ୍ଗୀ କି ଯଉଁ ରୀତି ତୋରାକି ରୂପେ ପୁରୁଷମାନେ ଚାଟୁ କହି ଶିଖିବ ଏଥର ପରା ହେ । ମଧୁପ ।୮।ହୃଦୟ-ପଦକ ଏ ପଦ ପଦକ ଶୁଣି ହୃଦରେ ମୋଦି ପୁରିବାହାରକୁ ଉଠୁଥାଇ ବାହାରିପୁଲକ ଅଙ୍ଗେ ପ୍ରକାଶ ହେବ ବୋଲି ବସିଲି ଅଙ୍ଗ ସାଙ୍କୋରି ହେ । ମଧୁପ ।ଧୀରେ ପଦ-ପତନ ଧରାପରବଳା , ନୂପୁର କରନ୍ତେ ମୁଖରହୋଇ ଅସମ୍ଭାଳ ଉଠି କଲି କୋଳ ବୋଲେ ଏ ଦୋଷ କାହାର ହେ । ମଧୁପ ।୯।କରି ବିବସନ କରିବି ଦର୍ଶନ ସର୍ବାଙ୍ଗ ତାର ଲାଗୁଥାଇନାହିଁ ସହି ଦୁଇକଥା ନ କହିନିରତେ ନୀରଜ-ନେତ୍ରେ ଶଶିରଜ ଗୁପତରେ ଥାଇ ବହି ହେ । ମଧୁପ ।ଶାଢ଼ୀ ରଖଇ ଯେବେ ଭାଙ୍ଗିକରିପାଶେ ନ ପଶେ ସେ ଦିନ ଚତୁରୀଦାସୀ ପେଷି ତା ଘେନାଇ ଗଲେ ଆସି ହସି ବୋଲେ ହେଲି ପାରି ହେ । ମଧୁପ ।୧୦।ଚନ୍ଦନ ସିନ୍ଦୂର ଗୋଳିଲେ ମୁଁ ଦୂର ନୋହି ପାଶରେ ବସିଥାଇଯେବେ କସ୍ତୁରୀ ଅଳତା ଗୋଳାଇଚିତ୍ର କାଠି ଉଠି ଆଣନ୍ତେ ବିମ୍ୱୋଷ୍ଠୀ ପିଠି ପାଶେ ବଟିଯାଇ ହେ । ମଧୁପ ।ଯୋଗେ ଯେବେ ଧରା ପଡ଼େ ସେ କ୍ଷଣେମୋତେ ଭୁଲାଇ ସେ ପ୍ରେମ-ଈକ୍ଷଣେନାନା ଭାବ ଦେଇ ରସାଇ ରସଇ ତା ଅଭିମତ ଲକ୍ଷଣେ ହେ । ମଧୁପ ।୧୧।ଦିନେ ଉପବନେ ଫୁଲ ବେନି ଜନେ ତୋଳୁଚୁଁ ବାଛି ନବସ୍ଫୁଟଅବାଟେ ସେ ଚଳନ୍ତେ ଛାଡ଼ି ବାଟମୁଁ ବୋଇଲି ଏଣେ ଆସ ଆସ ତେଣେ ଦେଖ କାନ୍ତାର ସଙ୍କଟ ରେ । ସୁନ୍ଦରୀ ।ଶୁଣି ବୋଲେ ମୋ ହୁଢ ହେଲା ବଡ଼ଏଣେ ଏଣିକି କାନ୍ତାରେ ନ ପଡ଼ଗଣିକା ସୁମନା ତେଣେ ଥିବ ସିନା ଘେନି ତା ବାସ ନ ଛାଡ଼ ହେ । ମଧୁପ ।୧୨।ଏତେ ଭାଷି ବସି ଶ୍ରମ-ପ୍ରେମ-ବାମା-ବିଧିରେ ରସିକା ସିଂହାଣୀକିଳ-କିଞ୍ଚିତି ରଚିତ ଚାହାଣୀଆସ୍ୟ ପ୍ରକାଶ କରି କରି-ଗମନା ମନ ଦମ୍ଭ ଦେଲା ହାଣି ହେ । ମଧୁପ ।ମୁଁ ବୋଇଲି ନ ରୋଷରେ ବାନ୍ଧବୀଛାର ପରାଇ ଏବେ ସେବି ଥିବିବୋଇଲା ଏ ନୂଆ ପ୍ରୀତି-ବାଣୀ, ଏହା ଘୋଷୁଥାଅ ଭାବି ଭାବି ହେ । ମଧୁପ ।୧୩।ଖଞ୍ଜରୀଟ-ନେତ୍ରୀ ପିଞ୍ଜରୀ ପିକକୁ ପଢ଼ାଉଛି ଦିନେ ନିର୍ଜ୍ଜନେକାନ୍ତା-କାନ୍ତ-ଉକ୍ତି ସ୍ନେହ-ବଚନେଅତି ଗୁପ୍ତେ ରହି ପାଶେ ତାର ମୁହିଁ ଶୁଣିଛି ତା ଏକମନେ ହେ । ମଧୁପ ।ପୁରୁଷକୁ କହିବା ବେଳେ ବାଳୀମୃଦୁ-ବାଣୀ ଯୋଗେ ନମ୍ର ମଉଳିବାଳାକୁ ପୁରୁଷ ଉକ୍ତିରେ ସୁହାସେ ପୁଲକଇ ଗଣ୍ଡସ୍ଥଳୀ ହେ । ମଧୁପ ।୧୪।ହୃଦୟ ତରଳି ଯାଆନ୍ତେ ସମ୍ଭାଳି ରଖେ, ନାରୀ ଉକ୍ତି ପଢ଼ାଇସ୍ତନୁଁ ବାସ ଖସୁଁ ଧରେ ଓଢ଼ାଇନିବିଡ଼ ନୀବି ଶ୍ଳଥରେ ଇଷି ଭାଷି ଖୋସଇ କର ବଢ଼ାଇ ହେ । ମଧୁପ ।ଦେଖି ଧନ ଏ ବିକାର ପ୍ରକାରଧୈର୍ଯ୍ୟ ବିବେକ ବୁଡ଼ିଗଲା ମୋରବୃକ୍ଷାରୋହଣ-ବନ୍ଧ-ସଂଖ୍ୟାଦୀକ୍ଷାକୁ ଶିକ୍ଷାକଲୁଁ ପରସ୍ପର ହେ । ମଧୁପ ।୧୫।ଦିନେ ଦିନେଶ-ଅବସାନେ ବୋଇଲି ଏବେ ନାହିଁ ତ ପୂର୍ବ ତୋରବୋଲେ ଆର ଦିଗରେ ଅଛି ପରାହେଉ ହେଉ ବୋଲି ଦକ୍ଷିଣକୁ ମୁଖ କରି ବସିଲା ଚତୁରା ହେ । ମଧୁପ ।ହେଲୁ ଦକ୍ଷିଣ ବେଇଲି ଛଳନାହେବି ଅବା ଯିବି ବୋଇଲାସିନ୍ଦୂର ତା ଇନ୍ଦୁ ମୁଖେ ଦେଇ ନେତ୍ରେ ଲୋତକ ବିନ୍ଦୁ ଥୋଇଲା ହେ । ମଧୁପ ।୧୬।ଜୀବ ଯିବାପରି ହୋଇ ଜବାଧରୀ ପାଦ ଧରି ହେଲି ବିନୋୟୀତୋଳି କର ନେଇ ଶିରେ ଲଗାଇବୋଲେ ପଡ଼ି ଚିହ୍ନା ପଛେ ପୁଣି ମନାରମ୍ଭେ ତ କହ ଘେନାଇ ହେ । ମଧୁପ ।ବୋଇଲିରେ ବନ୍ଧୁ ତୋର ବାଣୀକିପ୍ରତି ଉତ୍ତର ପାରଇ ଆଣି କିଯେତେ ହେଲେ ଜଳ ପ୍ରବଳ କମଳ ବୁଡ଼ାଇ ପାରେ ପୁଣିକି ରେ । ସୁନ୍ଦରୀ ।୧୭।ଦିନେ ଦିନେ ରତି ମାଗନ୍ତେ ସୁଦନ୍ତୀ କରକୁ କୋରକିତ କଲାନୀଳ ଚେଳେ ଅଧର ଘୋଡ଼ାଇଲାବୋଇଲି ହାସ ପ୍ରକାଶେ କହ ତେବେ ଶୁଣି ମୁଖ କମ୍ପାଇଲା ସେ । ସୁନ୍ଦରୀ ।ସୁନାସିକା ରମଣୀକି ଚାହିଁଲିମୋ ପରି ଏ ସ୍ଥିର ନୋହୁ ବୋଇଲିଅଙ୍କୁଶ ମିଳିଲା ମାତ୍ରେ ହସ୍ତୀ ହେବ ପରା ବୋଇଲା ଛଇଳୀ ହେ । ମଧୁପ ।୧୮।ଦିନେ ରାତ୍ରେ ଚିତ୍ର-ତପନ ଉଦୟ ହୃଦୟ ମୋ କରେ କମ୍ପନହୋଏ ଅତନୁ ତମ ଉଦ୍ଦୀପନଧନ ଲପନ ଶଶୀ ଅବା ଦେଖନ୍ତି ସପନ ହେଲା ସପନ ହେ । ମଧୁପ ।ଇନ୍ଦ୍ର ଜାଲିକ ହିଁ ନାହିଁ ଏ ଦେଶେପଟ୍ଟ-ଘଟକ ନାହିଁ ଆଶ ପାଶେଆକ୍ଷି ହୃଦରେ ଯେ ରଖି ଦେଖୁଥିଲି ଲୋତକ ଧୂମେ ନ ଦିଶେ ହେ । ମଧୁପ ।୧୯।ଉତ୍ପଳ-ନୟନା ସରୋଜ-ବଦନା ହେତୁ ଘେନି ସିନା ମନୋଜବିନ୍ଧି ନ ପାରଇ ସନ୍ଧି ନାରାଜଏବେ କୋଦଣ୍ଡ ମଣ୍ଡଳାକାର କଲା କରି ଯତନେ ତା ମାଜ ହେ । ମଧୁପ ।ବାଜି ମରମ ନଭେଦିବ କେହିକାଞ୍ଚନାଙ୍ଗୀ କଞ୍ଚୂକସେହ୍ନା ନାହିଁକୁଞ୍ଚିତ-କେଶୀ କି ମୁଁ ଞ୍ଚିତ ଆସିଛି ବଞ୍ଚିବା ଭରସା କାହିଁ ହେ । ମଧୁପ ।୨୦।ଫୁଟି ଫୁଲ ଗୋଟି ଗୋଟି ଝଡ଼ୁଛିସେ ଲତା ଉପରୁ କୃଷ୍ଣଫଣୀ ଚାରୁ ତରୁ ଉପରେ ପଡ଼ୁଛି ହେ । ମଧୁପ ।ଚିତ୍ରେ ଲେଖି ଭେଟି ତାକୁ ମାଗିଲିଏହା ଜାଣି ଦାନ ଦିଅ ନାଗିଲିପଟ୍ଟ ଓଲଟାଇ ଦିବ୍ୟ ଶୋଭା ଏହି ହସି ଭାସିଲା ଛଇଳୀ ହେ । ମଧୁପ । ୨୧ ।ପୁରୁଷାୟିତ କର ବୋଲି ମାଗନ୍ତେ ବୋଲଇ ସେ କଉଁ ଆଶେମୁଁ ସେ ଆସେ ବସାଇଲେ ନ ଆସେମୁକୁର ବିତାନ ସଦନେ ଏ ଘେନି ଆଲୋକେ ପାଶେ ନ ପଶେ ହେ । ମଧୁପ ।କି କରିବି ମୁଁ ବନ୍ଧ ପରିପାଟୀଭେଟେ ଭେଟୁଁ ତ ଦମ୍ଭ ଦିଏ କାଟିନୟନ ମନ ମଜ୍ଜନ ହୋଏ ଯଉଁ ଅଙ୍ଗେ ଅଙ୍ଗେ ପଡ଼େ ଦୃଷ୍ଟି ହେ । ମଧୁପ ।୨୨।ଲବଣୀ-ପିତୁଳା ଶିରୀଷ-କୋମଳା ତୁଳା ତୁଳାଅଙ୍ଗୀ ନାମରେଯେବେ ଡ଼ାକଇ ମୁଁ କହେ ପ୍ରେମରେମୁର୍ଚ୍ଛା ଯାଇଥିଲେ ନ ଛାଡ଼ି ଏ ଘେନି ଆଚ୍ଛା ଆଶ୍ୱାସ ଯେ ଧୀରେ ହେ । ମଧୁପ ।କହୁଁ କହୁଁ ଖେଳୁଥାଇ କଟାକ୍ଷବର୍ଣ୍ଣ ତିନି ପ୍ରକାଶୁ ଥାଇ ଅକ୍ଷସେ କ୍ଷଣରେ ତିନି ଈକ୍ଷଣ ଧଇର୍ଯ୍ୟ ରକ୍ଷଣେ ନୋହିବ ସକ୍ଷ ହେ । ମଧୁପ ।୨୩।ଫୁଟୁ ନାହିଁ ନେତ୍ର ଫାଟୁ ନାହିଁ ଗାତ୍ର କାଟୁ ନାହିଁ କଟୁ ବଚନଫିଟୁ ନାହିଁ ପିଣ୍ଡରୁ ଏ ଜୀବନଗୁଣି ଗୁଣମଣି ରମଣୀ ଲଭିବା ଲୋଭ ଯା ବହିଛି ମନ ହେ । ମଧୁପ ।ଏହୁ ଛାନ୍ଦ ରସିକ ହୃଦ ହାରାଖଳ-କୁଳ-ଅଚଳ-ପବି-ପରାମାର-ମାରକ ଯା କୁମାର କୁମାର ବ୍ରଜନାଥ ସେ ତତ୍ପରା ହେ । ମଧୁପ ।୨୪।୧ । ଅଫରସା=ଅଭିମାନଯୁକ୍ତ; ଦୁଃଖିତ ।୨ । ସାଙ୍କୋରି=(ଦେଶଜ) ସଙ୍କୁଚିତ କରି ।୩ । ବଟିଯାଇ-(ଦେଶଜ) ଠକିକରି ଚାଲିଯାଏ ।୪ । ଦକ୍ଷିଣ ହେଲୁ=ଅନୁକୂଳ ହେଲୁ ।୫ । ଦକ୍ଷିଣ ଯିବି=ମରିବି (ମରିବା ବେଳେ ସଧବା ସ୍ତ୍ରୀମାନଙ୍କୁ ସିନ୍ଦୂର ଲଗାଇ ଦିଆଯାଏ)-।୬ । କଞ୍ଚୂକ ସେହ୍ନା=ସାଞ୍ଜୁ ପିନ୍ଧା ଯୋଦ୍ଧା ।୭ । ନାଗିଲି=ଅଳି କଲି ।୮ । ଭେଟୁଁ (ଦେଶଜ)-ପ୍ରଥମରୁ ।
ଏକାଦଶ ଛାନ୍ଦ
ଦୃଷ୍ଟାନ୍ତରରାଗ–ଶଙ୍କରାଭରଣକୁସୁମ ସମୟ ଆସି ହେଲା ପରବେଶକଳିନ୍ଦ କରି କୁମୁଦ ପ୍ରାୟେ ହୋଇ କୃଶକାମେ କୁମର କାତରକାନ୍ତାଠାକୁ ଲେଖ ଲେଖେ ବିନୟ ଉତ୍ତର ।୧।ଖଗ-ରାଜ-ପତି ଶତ ପଦ-ପାଦ ଚିନ୍ତିଖୁଦର-ଉଦରୀକି ମୋ ସ-ପ୍ରେମ ମିନତିଖଣ୍ଡ-ଚନ୍ଦ୍ର-ଚୂଡ଼-ପରଖେଦ-ନଦେ ପଡ଼ିବାର କୃତ୍ୟ ନାହିଁ ମୋର ।୨।ଗଣ୍ଠି ହରାଇଲା ରଙ୍କ ଚିନ୍ତା ଚିତ୍ତେ ବହିଗ-ର କରଗତ ମୃଗ ପ୍ରାୟେ ଅଛି ଜୀଇଗୁଣ ଗୁଣି ଗୁଣି ତୋରଗଳାରୋଗୀ ଗୁଣୀଗତି ହୋଇଅଛି ମୋର ।୩।ଘୋଟେ ଘନ-ସନ୍ତାପ ଶ୍ରାବଣ ଘନ ସମଘଟ ମୀନ କରି ମୋତେ ରଖିଅଛି କାମଘୋର ନିଦାଘେ ଚାତକଘନେ ତନ ମନ ପରି ତୋର ଧ୍ୟାନ ଯାକ ।୪।ନୀରନିଧି ପ୍ରାୟେ ତୋ ମୋ ଅକଳିତ ପ୍ରୀତିନାଗ-ନଦୀ ସଦୃଶ ତା, କଲି ରସବତୀନିଶ୍ଚେ ନ ରହିବ ପ୍ରାଣନୟନ ନିମେଷ ପରି ତୁ ମୋ ପରିତ୍ରାଣ ।୫।ଚିତ୍ତରେ ପଡ଼ୁଛି ଦିନେ ରତି ଅନ୍ତେ ମୋରଚରଣ ଧରି ମାଗିଲୁ ନୋହିବ ଅନ୍ତରଚଣ୍ଡାଳ ମୁଁ କେଡ଼େ ଗୋରିଚିର କଲି ତା, ପ୍ରଭାତ-ରବି-ରଙ୍ଗ ପରି ।୬।ଛଦ୍ମ ନୋହେ ପଦ୍ମମୁଖୀ ସଦ୍ମ ହୋଏ ନଗଛାଗ ଆଗ ଲତାପରି ରଖିଛି ଅନଙ୍ଗଛଇଳା ତୋ ଆଶା-ବାଡ଼ଛିଣ୍ଡାଇ ଖାଇବାକୁ ସେ ହୋଇଛି ଉହାଡ଼ ।୭।ଜୀବନ ତୋ ସାହା ପାଇ ମନ ମୋଦ ଥିଲାଜରତୀ-ସ୍ତନ ପରା ତା ଟାଣ ଏବେ ଗଲାଜଉ ଜୁଆ ଯଉଁ ପ୍ରୀତିଜଳିଲା ଜ୍ୱଳନ ତହିଁ ହେଲା ଏ ମୋ ରୀତି ।୮।ଝସକେତୁ ସମରେ ଶ୍ରମରେ ଶାନ୍ତି ପାଇଝିମି ଝିମି ଝାଳ ଝରି ଝରି ଆସୁଥାଇଝଳି ଶ୍ରୀମୁଖ ସେ ତୋରଝାଡ଼ମୃଗ ପରି ନେତ୍ରୁଁ ନୋହିଲା ଅନ୍ତର ।୯।ନିଧୁବନେ ବିପରୀତ ମାଗିଲେ ରେ ଧନନାନା ଭାଷି ନାନା ଆସେ ଢାଳୁ ଯା ନୟନନିତି ଚିନ୍ତି ସେହି ରୀତିନିଶି-ଶେଷ ଶଶିପରି ହେଲିନି ସୁଦନ୍ତୀ ।୧୦।ଟାହି କରି ଯାହା କହୁଥାଉ ପ୍ରାଣସହିଟିକିକେ ସ୍ନେହ ତୁଟିବ ବିଜୁଳି ପରାଇଟେକି ଅଛି ଦିନା କେତେଟସକର ପ୍ରୀତି ଏବେ କଲି ସେହିମତେ ।୧୧।ଠିକ ଭାବ ବଣିଜ ଯେ କଲି ଲାଭ ଲୋଭେଠୁଳ ମୂଳଧନ ବୁଡ଼ି ଯାଉଛି ମୋ ଏବେଠଣ ପ୍ରୀତି ତୋ ସାଗରଠାବ କେହି ହେବ ତାକୁ ଠେକି ହୃଦେ ମୋର ।୧୨।ଡାଳ ପଲ୍ଲବ ପଲ୍ଲବେ ମୂଳ ଜଳେ ଯଥାଡୋଳା-ପିତୁଳା ତୋ ଶୁଭେ ମୋର ଶୁଭ ତଥାଡର ନାହିଁ ମୋ ହୁଃଖକୁଡାକି ବିନ୍ଧୁଥିବ ତୋତେ ମାର ବିଶିଖକୁ ।୧୩।ଢଳହଳ ଜଳନେତ୍ରୀ ମୋ ଯିବା ଅୟନେଢାଳି ଗତି ଯୋଖି ରଖିଥିବୁ ଏକମନେଢାଉଠାରୁ ହେଲା ହୀନଢାଳେ ଯଉଁ ଅନୁରାଗ ହିଙ୍ଗୁଳ ସମାନ ।୧୪।ଅଳି କେତକୀ କୁସୁମେ କେଳି କଲାପରିଅନୁରାଗରେ ତୋ ଅନୁରାଗ ଥିବ ଗୋରୀଅଂଶୁକ ହିଁ ଅହି ହେବଅହଚକ୍ର ଯୁଗପରି ଚିନ୍ତା ନ ଛାଡ଼ିବ ।୧୫।ତାପରେ ଉରଜ ପରେ ଫୁଟିଥିବ ହାରତୋଳିବାକୁ ଆଳୀ ଭାଳି ହୋଇବେ କାତରତନୁ ତନୁ ତୋର ଚାହିଁତୁଳିବେ ପ୍ରତିପ-ଚନ୍ଦ୍ର-କଳା ତୁଲେ ସହୀ ।୧୬।ଥୋଇଛୁ ଯା’, ବିଦେହ ଦହନ-ହୃଦେ ମୋତେସ୍ଥାଣୁ ମୋହୀ ଏଣୁ ମୁହଁ ଜଳୁଛି ସନ୍ତତେଥାଇ ଶଶୀ କେତେ ଦୂରେସ୍ଥିର କୁମୁଦ ଶୁଖଇ ତାର ଅଭାବରେ ।୧୭।ଦମ୍ପତି-ପ୍ରୀତି-ସମ୍ପତ୍ତି ଭିନ୍ନ ନୋହିବାରଦୃଶ୍ୟ-ପଲ୍ଲବ-ଲୋକନେ ନିନ୍ଦଇ ନାଗରଦେବବର ପଦ ଇଚ୍ଛେଦେହେ ଦେହ ଜଡ଼ାଇ ପୁଲକ ହେଲେ ବାଛେ ।୧୮।ଧାତା ବାମ ହେଲେ ହିତ ହୁଅଇ ଅହିତଧେନୁ-ଜାନୁ-ଖମ୍ୱ-ବଚ୍ଛା-ବନ୍ଧନ ନିମିତ୍ତଧ୍ରୁବ ଏ କଥା ନିକରଧର ହେଲା ଧରଣୀ-ମଣ୍ଡନା ଏ ମୋ ଚିର ।୧୯।ନିକଟେ ଯିବ ପ୍ରବାସ ଜୀବବନ୍ଧୁ ଯିବିନାନା ଆସେ ଚାଟୁଭାଷି ତୋ ରସେ ମଜ୍ଜିବିନେତ୍ର ପିତୁଳା ପରାଇନିମିଷେ ଅନ୍ତର ନୋହି ସେବିଥିବି ରହି ।୨୦।ପତ୍ରାଳି ରେଖି ଲେଖିବି ଗୋଳିଣ କସ୍ତୁରୀପୟରେ ଅଳତା–ଲତା ଦେବି ସରୁ କରିପୋଛି ଶ୍ରୀମୁଖ ବାନ୍ଧବୀପରିପାଟୀରେ ଚନ୍ଦନପାଟୀ କାଟିଦେବି ।୨୧।ଫିଟାଇବି ଯେତେବେଳେ ମୋ ବନ୍ଧା କବରୀଫୁଟିଯିବ ପରା ଆଖି ତାହା ଦେଖି କରିଫୁଲ୍ଲାରବିନ୍ଦ-ବଦନାଫାଟୁ ନାହିଁ ଦେହ ଦେଇ ତୋତେ ଏ ବେଦନା ।୨୨।ବସାଇବି କି ଏଣିକି କୋଳ ବିନା ତଳେବନ୍ଧ ବିନା ଶୁଆଇବି ନାହିଁ ଶେଯେ ତିଳେବନ୍ଧୁ ଅପସର ହୋଇବସିବାବେଳେ ବସିବି ତୋତେ ଆଉଜାଇ ।୨୩।ଭାଙ୍ଗି ଲାଗିଲୁଗା ଲାଗି ଲାଗି ପିନ୍ଧାଇବିଭାବିନିଧି ଭିଡ଼ା ବାନ୍ଧି ବେଣୀ ବନ୍ଧାଇବିଭାଲେ ଦେବି ଚନ୍ଦ୍ର-ଝୁମ୍ପିଭାବେ ନାସା-ମୋତି ଦେବି ଭବ ଯିବେ କମ୍ପି ।୨୪।ମନ୍ଦର ସ୍ତନ ଉପରେ ଲୋଟାଇବି ହାରମନ୍ଦାର-ଅଧର-ପାନେ କରିବି ସୁନ୍ଦରମନ୍ଦ ହାସୁଁ ତୋ ରମଣୀମଧ୍ୟ ଭାଗରେ ମଣ୍ଡିବି କିଙ୍କିଣୀ ରମଣୀ ।୨୫।ଯାବତବେଳେ ମୁଁ ରହି ଆଲଟ ସେବାରେଯୁକ୍ତ ହେବି ମାଳୀ–ପଣେ ଫୁଲ ଗୁନ୍ଥିବାରେଯାମେ ଯାମେ ଜଗି ଜଗିଯୋଗାଣ କରାଉଥିବି ନାଗବଲ୍ଲୀ ଭାଙ୍ଗି ।୨୬।ରାମା ତୁ ମୋ ଗଳାମାଳା, ମୁଁ ତୋ ପାଦବଳାରତ୍ନମଣି ତୁ’ ମୋ, ତୋର ମୁଁ ଶେଯ ମୁଚୂଳାରୂପ ନେତ୍ରର ତୁ ମୋରରାଣ ଅଛି, ପରାଣ ତୁ, ମୁଁ ପିଣ୍ଡ ନିକର ।୨୭।ଲକ୍ଷ ଦେବା ତୋତେ ମୋତେ, ଲକ୍ଷଣା ତ ନାହିଁଲଳନା ତୋ ମୋହ ପରି , ମାତ୍ର ତୁହି ମୁହିଁଲୀଳା ହେଳା ହାବ ଭାବଲାବଣ୍ୟବତୀ ଏହି ତୋ ଅଳଙ୍କାର ସର୍ବ ।୨୮।ବେଶ-ରସ-ପରିହାସେ ବାସର-ରଜନୀବାଣ୍ଟୁଅଛି ମୁଁ ଯେ ଅଣ୍ଟୁନାହିଁ ଚନ୍ଦ୍ରାନନୀବିହି ବିହିଲା କି ଜାଣିବେନି ବେନି କରି ନେତ୍ର ଓଷ୍ଠ କର୍ଣ୍ଣ ପୁଣି ।୨୯।ଶୋଭା ଘେନିବାକୁ କି ବୋଲାଏ ଏ ନୟନଶୃଙ୍ଗାର-ବାହକ କେତେ ହେବ ପାଞ୍ଚମନଶିବ ଆସବ ବଚନଶ୍ରୁତି ବେନି ନିକି ଘେନି ପାରେ ତା ରଚନ ।୩୦।ଷଟ୍ପଦ ପ୍ରାୟେ ରସନା ମୁଖପଦ୍ମ ରସଷଷ୍ଟି ଦଣ୍ଡ ପିଇଲେ ସେ ଲେଶ ନୋହେ ଶେଷଷଣ୍ଢଧ୍ୱଜ କି ନାଗରଷଣ୍ମାତୁର ମାତା କଲେ ଅର୍ଦ୍ଧ କଳେବର ।୩୧।ସରସିଜ-ନୟନା ମୋ ମନ ସ୍ଥିର ନାହିଁସର୍ବାଂଶେ ତୋ ଛାମୁ ଯୋଗ୍ୟ ଗୀର ଅବା କାହିଁସହଜେ ତ ଥିବି ହୁଡ଼ିସଂଗ୍ରହଣ ଗୁଣ କରି ଦୋଷ ଦେବୁ ଛାଡ଼ି ।୩୨।ହୃଦୟରେ ଅନୁଗ୍ରହ ଉଦୟ କରାଇହସ୍ତାକ୍ଷରେ ଉତ୍ତର ଲେଖିବୁ ପ୍ରାଣସହୀହଂସ କହିବ ତ ସବୁହାଥ-ସାରେଣୀ ଏଥର ହେବି ଜାଣିଥିବୁ ।୩୩।କ୍ଷିତିପ-କୁମାର ତା ପାଳିତ ହଂସଠାରେକ୍ଷେମ ଲେଖ ଦେଲା ତାକୁ ଘେନିଲା ଚଞ୍ଚୁରେକ୍ଷଣଦାକୁ ଦେଲା ନେଇକ୍ଷଣେ ମଜ୍ଜିଲା ସେ ପଢ଼ି, ବ୍ରଜନାଥ କହି ।୩୪।୧ । ଟସକର=ତସ୍କର ।୨ । ଅହଚକ୍ର=ଦିନସବୁ ।