ଷଷ୍ଠ ଛାନ୍ଦ — କେଳି-କଳା-ନିଧି — ବ୍ରଜନାଥ ବଡ଼ଜେନା · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଷଷ୍ଠ ଛାନ୍ଦ
ଏକା ଯମକରାଗ-ଚୋଖିଚତୁର ବିଚାରେ ଧୀରେ ଯେ ଗଙ୍ଗା ରସନିଧିରେଝାସିଥାଇ ସୁବୁଧିରେ ଯଥା ବିଧିରେଉଜ୍ଜ୍ୱଳ କଳା ନିଧିରେ କୋଳେ ଧରେ ସେ ଅଧୀରେକ୍ଷଣାକୁ ମାର ଯୁଦ୍ଧରେ ପ୍ରେମ ସିଦ୍ଧିରେତାକୁ ଗଣି ନାଗର ଧୀରେପଡ଼ଇ ନାହିଁ ସେ ମୃଡ଼ପର ବ୍ୟାଧିରେ ।୧।ଯା ଅଙ୍ଗେ ଖେଳ ଲୋଚନ ସରାଗେ ଢ଼ାଳି କାଞ୍ଚନଅଙ୍ଗା ଇଙ୍ଗିତେ ବଚନ କରେ ରଚନଭୂରୁ-ଚାପ ଆମଞ୍ଚନ ହାସ-ପୀୟୁଷ ସେଚନକରି କରଇ ସଞ୍ଚନ ତାପ ମୋଚନହେଉ ପଛେ ସେ ଅକିଞ୍ଚନତାକୁ ସରି ନୁହଇ ସହସ୍ର ଲୋଚନ ।୨।ବାର-ଚତୁର-ବରଷୀ ରାମାକୁ ରସାଇ ରସିଯେ ଅଛି କାମେ ଭରସି ଉତ-କରଷିଚୁମ୍ବ ମଣ୍ଡୁଛି ସରସୀ ରୁହ-ମୁଖ ଆକରଷିସେ ଲୋହସମ ଅରସିକର ପରଶିଧନ୍ୟ ତାର ନବୀନ ରସୀଯା ଶରୀରେ ହାସ-ସୁଧା ସ୍ନେହେ ବରଷି ।୩।କରି ବାଳାକୁ ପ୍ରସନ୍ନ କରିଥିବ ବିବସନକୋଳରେ ଦେଇ ଆସନ ଓଷ୍ଠେ ଦଶନକାମେ କରିଣ ଦଂଶନ କରେ ପୀୟୁଷ ଅଶନହେବ ଫୁଲ ଶରାସନ-ଜର ନାଶନଥିବ ଯେ ନାଗର ଏସନତାକୁ କଉଁଗୁଣେ ସରି ପାକ-ଶାସନ ।୪।ଯେ ପୂର୍ବରେ ଅନିବାର ସେବା କରିଛି ଶିବାରଶିବେ ଲାଗି କରିବାର ପଙ୍କଜବାରସେ ବିପରୀତରେ ବାର ବରଷୀର ରସିବାରଦେଖ ଅଛି ବାରମ୍ବାର ଉଲ୍ଲସିବାରସାର ସେ ରସିକ ଯୁବାରହା ରସେ ବିହରେ ଧନ୍ୟ ତା ଜୀଇବାର ।୫।ଶ୍ରୀଅଙ୍ଗ ମଣ୍ଡି ବେଶରେ ଯେତେବେଳେ ସେ ପାଶରେମିଳୁଥିବ ହରଷରେ ରତି ଆଶରେଦେଖି ତାହାକୁ ଦୃଶରେ ତରଳି ସୁମନ-ଶରେଯେ ବୁଡ଼ଇ ସୁରସରେ ଲାବଣ୍ୟ ସରେତା ଭାଗ୍ୟ କହିଲେ ନ ସରେଯେ ବନ୍ଧା ହୁଅଇ ବାଳା ବାହୁ-ପାଶରେ ।୬।ଯେ ଦାସ ହୋଇ ନୂତନ ବାଳାର ରତି ରତନପାଉଅଛି ବରତନ ଅତି ଯତନଚାରୁ ଭ୍ରୂଲତା-ନର୍ତ୍ତନ ଭଙ୍ଗୀ ଧୃତି-ବିକର୍ତ୍ତନଖଣ୍ଡେ ମକର-କେତନ-ଶର ପତନସର୍ବ ଦୁଃଖ କରେ ସାନ୍ତ୍ୱନଏଥୁଁ କଉଁ ସୁଖକର ବଡ଼ ଚିନ୍ତନ ।୭।ଓଷ୍ଠୁଁ ରସ ସୁ-ପ୍ରେମରେ ନ ପିଇ ଯାହା ଅମରେପିଅନ୍ତି ସୁଧା ଭ୍ରମରେ ନିଷିକାମରେବହୁ-ଚମ୍ପକ-ଦାମରେ ନମଣ୍ଡି ଗଳା କାମରେମଣିହ୍ୱନ୍ତି ସୁଷମରେ ହାର ପାମରେ
ଯୋଖିବାକୁ ରାମା ସମରେ
ମିଳିବ କି ନାଗ-ନର-ସୁର ଗ୍ରାମରେ ।୮।
ସେ ଯଉଁ ମନ୍ଦ ହସିତ ସେ ଯଉଁ ସ୍ନେହ ଭାଷିତ
ପ୍ରେମ କ୍ରୀଡ଼ାରେ ଇଷିତ ବ୍ରୀଡ଼ା ମିଶ୍ରିତ
କୋଳକରୁଁ ଉଲ୍ଲସିତ ହୋଇ କାମେ ଲଭେ ଶୀତ
ଏ ରୂପେ ଯେ ପ୍ରଶଂସିତ ପୁଂସ ଯୋଷିତ
ରସିକେ ବିଚାର ବସି ତ
ରାମା ସମାନ ସୁଷମା କଉଁ ଭୂଷିତ ।୯।
ବିପରୀତେ ସେ ରସିବା ଲାଜେ ନ ଚାହିଁ ହସିବା
ଉହୁଁ ଉଁହୁଁ ନା ଭାଷିବା ଝୁଲି ବସିବା
ମାର ଶରେ ଉଲ୍ଲସିବା ଉରେ ଉରଜ ଠେସିବା
କକ୍ଷରେ ନଖ ଭୁଷିବା ବେଳେ ମିଶିବା
ମୁଖୁ ଝାଳ ଝରି ଆସିବା
ଶୋଭା ଦେଖିଛି ଯା’ଠାରେ ପ୍ରସନ୍ନ ଶିବା ।୧୦।
ଚିତ୍ତେ ବିଚାର ସଂସାର ଭିତରେ ନାରୀ ସେ ସାର
ଯେଣୁ ପୁରୁଷ ବିସାରକୁ ସେ କାସାର
ମାର ତାପେ ଘନସାର ନିଜେ ଅଟଇ ତୁଷାର
ହାସୀ-ବିହୀନେ ବୃଷାର ପଦ ଅସାର
ଖଞ୍ଜନ-ଗଞନ-ଦୃଶାର
ବିନା,ଚିତ୍ତ ସୁଖ କେ କରିବ ପ୍ରସାର ।୧୧।
ଉଜ୍ଜ୍ୱଳ ଚନ୍ଦ୍ର କିରଣ ମନ୍ଦ ଗନ୍ଧ ସମୀରଣ
ଉପବନ ସଞ୍ଚରଣ ଷଟଚରଣ
କୋକିଳାଦି ଉଚ୍ଚାରଣ ନାନା ବିଳାସ କରଣ
କାର୍ଯ୍ୟକୁ ଏକା ବାରଣ ଗତି କାରଣ
ତା ବିହୀନେ ନାହିଁ ଶରଣ
ବିଷ ପରି ଦିଣଇ ଏ ଉପକରଣ ।୧୨।
କେ ଯୋଗୀ ବୃଷକେତନୁଁ ସେ ନାରୀରେ ଅର୍ଦ୍ଧ ତନୁ
ଗଙ୍ଗାରସେ ସାୟଂତନୁ ମାତେ ଯତନୁ
କେଡ଼େ ପ୍ରଭୁ ନନ୍ଦ ତନୁ ଜ ହିଁ ସେ ବ୍ରଜ-ସୁତନୁ
ମାନଙ୍କୁ ବିକିଲେ ତନୁରତିରତନୁ
କି କରଇ ନାହିଁ ଅତନୁ
କେ ବଞ୍ଚିବ ବାଳା-ମୋହ-ନେତ୍ର-ପତନୁ ।୧୩।
ଏକ ନିଉନ ସତର ବରଷୀ ପ୍ରେମ ଉତ୍ତର
ଶୁଣି କେ କିଣା ପତର ନ ଦେବ ତର
ଅମୋଘ ମୋହ-ମନ୍ତର ବନ୍ଦୀ-ମନ୍ଦିର ଚିତ୍ତର
କେ ନୋହିବ ତା ଚାତର ଚାହିଁ ଚାତର
ଇନ୍ଦ୍ର ଜାଲିକତା ନେତ୍ରର
ବାଇ କରିଦେବା କଥା ତାକୁ ଇତର ।୧୪।
ଯଉଁ ରସିକ କୁଞ୍ଜର ଗମନାକୁ ମନୋଜର
ଶ୍ରମେ କରି ଜରଜର ଫେଡ଼ି ପଞ୍ଜର
ନ ଦିଶନ୍ତି, ମନୋଜ ଜର
ନ ଜାଣେ ସେ; ତା ପୁଣ୍ୟ ଭାଗ୍ୟ କି ଆଜର ।୧୫।
କାମେ ହୋଇ ଅଶକତ ଅଳ୍ପ ଘୁମାଇ ରକତ-
ପଦ୍ମାକ୍ଷ-ଓଷ୍ଠ-ବ୍ୟକତ-ହାସ-ଯୁକତ
ସୁରତ ଶ୍ରମ ନକତ ଉଜାଗରୁ ଅଶକତ
ଗତି ଦର୍ଶନ-ଭକତ ନିଶ୍ଚେ ମୁକତ
ସେ ବେଶ ମୋହିବ ଶୁକ ତ
ଶୁଖିଯିବ ଦେଖି ଶିବ ଦେହୁଁ ରକତ ।୧୬।
ଘଟଣ-ଘଟ-ଉରଜେ ଥରେ ଦେଇଛି କର ଯେ,
କିବା ଟିପିଛି କରଜେ କର୍ପୂର ରଜେ
ମଳୟ-ଜ ଅତର ଯେ ଗୋଳି ବୋଳିଛି, ସୁର, ଯେ
ତାକୁ ନିଊନ ସେ ରଜେ କାମିବରଜେ
ଯେ ରତାନ୍ତେ ସଜ ସରଜେ
ନାଗର ଭୂପତି ସମ୍ପତ୍ତି ସେ ଅରଜେ ।୧୭।
ପଲଙ୍କେ ଶେଯ ପଡ଼ାଇ ଶୋଇ ହୃଦେ ପହୁଡ଼ାଇ
ରାମାକୁ ଭିଡ଼ି ଭିଡ଼ାଇ ଥାଇ ଜଡ଼ାଇ
ଗୁପତେ ଦୀପ ଘୋଡ଼ାଇ ସର୍ବାଙ୍ଗୁ ବାସ ଫେଡ଼ାଇ
ସେ ଯେ ଢାଙ୍କୁଣୀ ଛଡ଼ାଇ ଘର ବୁଡ଼ାଇ
କନ୍ଦର୍ପର ଦର୍ପ ତଡ଼ାଇ
ରତି-ପଣ୍ଡିତ-ପତକା ସେହୁ ଉଡ଼ାଇ ।୧୮।
ଯାହାର ନାହିଁ ରମଣୀ ତାର ଜନ୍ମ ବୃଥା ମଣି
ଯା ବିନା ରୟଣୀ ମଣି ହୋଏ ଦ୍ୱିମଣି
ଅଟେ ସେ ପାପ କର୍ମଣୀ ଦିବ୍ୟ ମୁକ୍ତା ଶ୍ରେଣୀ ମଣି
ପ୍ରତେ ହୁଏ ଯଥା ଚନ୍ଦ୍ରଚୂଡ଼ସ୍ଥ ମଣି
ବାଳା ଲୀଳା ଅନୁକ୍ରମଣି
ଯେ ନ ଜାଣେ ସଂସାରେ ମାତ୍ର ତା ଭ୍ରମଣି ।୧୯।
ନୟନ ଲଲାଟ ଇବ ବନ୍ଧୁ ମୋ ପାଶେ ହୋଇବ
ହୃଦୁ ଅଲଗେ ଶୋଇବ କଲା ଦଇବ
ଓଷ୍ଠଁ ସୁଧା ନ ପିଇବ ତାର ଯେବେ କେ ଜୀଇବ
ମାର ଶରରେ ଦଇବ ତରଛାଇବ
ସତେ ଏତେକାଳ ପାଇବ
ବ୍ରଜନାଥ ଶୁଣିବ ସେ ବୀଣା ବାଇବ ।୨୦।
୧। ରସୀ=ରସିକା ।
୨। ବିସାର=ମାଛ ।
୩। ଘନସାର=କର୍ପୂର ।
୪। ବୃଷା=ଇନ୍ଦ୍ର ।
୫। ବାରଣ=ହାତୀ ।
୬। ନକତ=ନକ୍ତ=ରାତି ।
୭। ରୟଣୀ ମଣି=ଚନ୍ଦ୍ର ।
୮। ଦ୍ୱିମଣି=ସୂର୍ଯ୍ୟ ।
୯। ଚନ୍ଦ୍ରଚୂଡ଼ସ୍ଥ ମଣି=ସର୍ପ ।
୧୦। ଇବ=ପରି ।
ସପ୍ତମ ଛାନ୍ଦ
ସିଂହାବଲୋକନ-ଶୃଙ୍ଖଳାରାଗ-ବଙ୍ଗଳାଶ୍ରୀଋତୁ ଅନ୍ତେ ଲଭି ପ୍ରାଣ ବଲ୍ଲଭୀ କିକହଇ କୁମାର ବର ।ବର-ବରନୀରେ କି ଦଶା ପଡ଼ୁଛିକି ପାଞ୍ଚିଛି କୁଶଧର ।୧।ଧରଣୀ-ପତି ତ କାର୍ଯ୍ୟ ବିଷୟରେପେଷୁଛନ୍ତି ବିଦେଶକୁ ।ଶକୁନ୍ତ ପକ୍ଷ ହୀନ ଥିଲା ପରାଏହୋଇ ହରିବି ଦିନକୁ ।୨।ନକୁଳ-ଅହି ନ୍ୟା-ୟରେ ତ ପୀରତିରତି ପତିର ମୋହର ।ହରିଣୀ-ନୟନା ତୋ ସହାୟେ ସିନାତାକୁ ନ ଥାଇ ମୋ ଦର ।୩।ଦର-କଣ୍ଠି କଣ୍ଠୀ ରବ-କଟି ଚକ୍ରଆକାର କରିବ ଧନୁ ।ଧନୁ-ମାସର ସରସିଜ ପରାଏସଢ଼ାଇ ଦେବ ମୋ ତନୁ ।୪।ତନୁ-ଦରୀରେ ତନୁରୁ ତନୁ ଭିନ୍ନସହି ତ ନୁହଇ ଲବ ।ଲବଣୀ ଅଙ୍ଗୀ ନ ଦେଖିଲେ ତୋତେଏଆଖି ନିଶ୍ଚେ ଫୁଟିଯିବ ।୫।ଜୀବନ-ଗଳା-ମାଳା ଡୋଳା ପିତୁଳାବୋଲି ଡାକିବି କାହାକୁ !ହା କୁଳିଶ-ହୃଦ ଫାଟିଯା ଫାଟିଯାନ ବଢ଼ାଉଁ ମୁଁ ପଦକୁ ।୬।ପଦକୁ ପଦ ପ୍ରମୋଦେ ଫୁଲୁଥାଇଶୁଣି ତୋ ସ୍ନେହ ବଚନ ।ବଚନ-ରତି ରୀତି ସହି ସୂଚଇଅଧରେ ସ୍ମିତ ସଂଚନ ।୭।ସଂଚ-ନବ-ଘନ କୁନ୍ତଳାରେ ଏହାଭାବି ଯିବ ପରା ଜୀବ ।ରାଜୀବ ନୟନା ତୋତେ ଚାହୁଁ ଚାହୁଁଯିବାକୁ ସତ ବଳିବ ।୮।ବଲ୍ଲୀ ବନାଗ୍ନିରେ ଦହି ହେବା ପରାତୁହି ହେବୁ ମାର-ଶରେ ।ରସରେ ଥାଇ ର ସିବାର ଅନ୍ଧାରବିହିବ ଧନୀ ବାସରେ ।୯।ନିବାସରେ ଦିଗ ବାସ-ପର ଦଣ୍ଡ-ବଶେ ବୁଦ୍ଧି ହେବ କାରା ।ହେ , ବକା-ରାତି ଏତେ ଦଣ୍ଡ ବିହିଲିବୋଲିବୁ ରମଣୀ-ହୀରା ।୧୦।ମଣିହିଁ ରାମାମ ଣି ହୃଦ ଦେଶରେପାଲଟିବ ଆଶୀ ବିଷ ।ଆସି ବିଷମ ସମୟ ତ ହୋଇଲାସଇଲା ପରାଣ ଆଶ ।୧୧।ରାଣ ଆସ-ବେଶ କରି ଦେଖଇଁ ମୁଁନୟନ ହେଉ କୃତାର୍ଥ ।ଉଁକୃତାର୍ଥ ଛଳ କେ ଜାଣି ପାରିବରତେ ହୋଇ ସମରଥ ।୧୨।ସମର ଥୟେ ନ କରି ଯେ ମନ୍ମଥଡରେ ହୁଏ ଥରହର ।ଥର ଥରକେ ପଳାଇ ଯାଏ ଚାପେନ କରି ସନ୍ଧାନ ତୀର ।୧୩।ଧନ ତୀର ହୋଇ ଥିଲାକୁ ଲାଗଇଭାସି କାମନଦ ରସେ ।ମନ-ଦର ସେ ଏ ଥର ବଢ଼ାଇବଅହର୍ନିଶେ ସରବାଂଶେ ।୧୪।ସେ ଶର ବାଂଶେ ଯୋଖିଣ ଲାଖ କରିବିନ୍ଧିବ ମୋ ଦେହ ଟିକି ।ମୋ ଦେହ ଟିକି ଟି କି କଲେ ହୋଇବରେ ବଲ୍ଲଭା ସାହା କେ କି ।୧୫।ଭାଷା ହା କେକୀ କୁ ନ୍ତଳା ଆସୁନାହଁଚିତ୍ତର ମାର-ବିରହେ ।ତର ମାର ବୀର ହେବ ଯମ ସମରଖ ଅନ୍ଧକାରାତି ହେ ।୧୬।ଅନ୍ଧକାରାତି ହେ ବନ ଦେଖିବାରୁତୋ ଆସ୍ୟ ନିଶେଶକୁ ।ଆଶ ନିଶେଷକୁନ୍ଦନାଙ୍ଗୀ ଛାଡ଼ୁଛିନିସ୍ତୋକ ଅପଘନକୁ ।୧୭।ସ୍ତୋକ ଅପଘନକୁ ଯଥା ମୁଁ ତଥାତୋ ବିଷୟେ ତତପର ।ଏ ତତପର ଫଳ ମୋର ତୋତେ ଯାବସାଉଛି ଅଙ୍କପର ।୧୮।କପରଦ-ଧର ପର-ପରତାପକେ ପୁଣି ଅବା ସହିବ ।ସହୀ ବଦନକୁ ଚାହୁଁ ଚାହୁଁ ତୋରକେହି ଯିବି ମନ ହେବ ।୧୯।ନହେ ବସୁଧା ଗାର ଗାରୁଁ ଗାରୁଁ ତୋନ ସରିବ ରାତ୍ରି ଦିନ ।ତ୍ରି ଦିନ ଅନ୍ତର ସହି ନ ପାରୁ ତମୋରେ ହୋଇ ଏକ ମନ ।୨୦।କମନ ଶମନ ସମାନ ହୁଏ ତବିମାନ ମାତ୍ରକ ପାଇ ।କମ୍ପାଇ ଦିଅଇ ଶରେ ଶରୀର ତରତ ହେବା ଯାଏ ତୁହି ।୨୧।ଏ ତୁହୀନ କର ହୁଏ ଦିନକରନୋହିଲେ ତୋ ଚତୁରକ୍ଷ ।ତୁ ରକ୍ଷକ ମୋରପ୍ରୀତିକି ଆମ୍ଭରନାହିଁ ରେ ସଂସାରେ ଲକ୍ଷ ।୨୨।ରେ ଲକ୍ଷଣ-ବତୀ ସ୍ନେହ-ହୀନ-ବର୍ତ୍ତୀପ୍ରାୟ ହେଉଛି ମୋ ଦଶା ।ମୋଦା ସାଗରେ ମ-ଜ୍ଜିଥାଇ ମୋ ଦରତିରେ ନ ଥାଇ ସୁରସା ।୨୩।ସୁର-ସାମନ୍ତ-ପ-ଦ ଛାଡ଼ି ବୁଡ଼ିବିଏଥର ଚିନ୍ତା-ଅର୍ଣ୍ଣବେ ।ଅନ୍ନ ବେଶ ବାସ ସବୁ ହେବ ବିଷତୋ ଭାବ ଅଭାବେ ଏବେ ।୨୪।ଏ ବେନି ନୟନ ଫୁଟିଯିବ ଧନତୋତେ ନ ଦେଖି ସ୍ୱଚ୍ଛନ୍ଦେ ।ଛନ୍ଦେ ମନ୍ଦ କନ୍ଦ-ରପ ଦ୍ୱନ୍ଦ କରିନାଶିବ ମୋତେ ବିପଦେ ।୨୫।ପଦେ ସ୍ନେହ କହ ହୃଦେ ଥୋଇ ଥାଇଁବିଦେଶ–ସଙ୍ଖାଳି କରି ।କରି-ଗମନା ଘେ-ନିଥିବୁ ମୁଁ ଦାସୀଆଶେ ଅଛି ଅନୁସରି ।୨୬।ଶରୀରରେ ତୋର ତାର ଅଳଙ୍କାରଖଞ୍ଜୁଅଛି ମନ ହେଜି ।ହେ ଜୀବନ ଧନ ଅଳତା ଦେଉଛିମାଜି ପଦ ନଖରାଜି ।୨୭।ରାଜି ରାଜିବ ମୁ ଖୀ ତୋତେ କରାଇଲେଖୁଛି ପତ୍ରାଳୀ–କମ ।କମଳ-ମୁଖ ପୋ-ଛି ଦେଇ ଲଲାଟେରଚୁଛି ଚିତା ସୁଷମ ।୨୮।ସମୟ ଜଗି ଭୁ-ଞ୍ଜାଇ ଦେଉଅଛିଭାଙ୍ଗି ନାଗବଲ୍ଲୀ ଦଳ ।ଦଳନ କରି ହ-ରିଣ ନୟନରେରଞ୍ଜୁଛି ସରୁ କଜ୍ଜଳ ।୨୯।ଜଳ ଝରୀ ଘେନି ଜଳଜ ନୟନୀରହିଛି ଅନୁବରତ ।ରତ ଶ୍ରମ ଚାହିଁ ବିଞ୍ଚଣୀରେ ମୁହିଁବିଞ୍ଚି ଦେଉଛି ସଂଘାତ ।୩୦।ଘାତକ ବିଧାତା କରୁଛି ଏ କଥାଆୟତ୍ତ ନାହିଁ ମୋହର ।ହରଷରେ ଚାହିଁ ମେଲାଣି ଦେ ସହୀହକରାନ୍ତି ନୃପବର ।୩୧।ବର ବରନୀ-ବ-ର ଏ ଗୀର ଶୁଣିବରଷାଏ ନେତ୍ରୁଁ ଜଳ ।ଜଳପିବ କିସ ଗଳ ଦେଶେ ଠୁଳହେଉଛି ଊର୍ଦ୍ଧ୍ୱ ଅନିଳ ।୩୨।ନୀଳ କାନ୍ତି ପର-କାଶ କରେ ତାରତାର ଅରୁଣ-ଅଧର ।ଧରଣୀ ଭୂଷା ଏ ଦଶା ଦେଖି କାନ୍ତକୋଳକଲା ତତପର ।୩୩।ପରସନ ସେବା ପଟୁ ଚାଟୁ କହିକହି ସହୀ ସହି କଲା ।କଳାପୀ-କଳାପ-ଚୂଳ ଚିନ୍ତି ଚିତ୍ତେମେଲାଣି ହୋଇ ସେ ଗଲା ।୩୪।ଗଳାରୁ ହାର ବା-ହାର କରି ହୁହେଁକଲେ ପାଲଟ ବନ୍ଧନ ।ଧନ-ପତି-ପଦ ପଦେ ଫିଙ୍ଗି ଦେଇଜାଣୁ ଜାଣୁ ହେଲେ ଦୀନ ।୩୫।ଦିନ ଗୋଟିକ କୋ-ଟି କଳ୍ପ ହୋଇବଦଇବ କଲା ଏମନ୍ତ ।ମନ୍ତର ଅନଙ୍ଗ-ନାଗ ଦଂଶନକୁନାହିଁ, କହେ ବ୍ରଜନାଥ ।୩୬।୧। ଦିଗବାସ=ମହାଦେବ ।୨। ପର=ଶତ୍ରୁ ।୩। ଅନ୍ଧକାରାତି=ଅନ୍ଧକ+ଅରାତି=ମହାଦେବ ।୪। ଅନ୍ଧକାରାତି=ଅନ୍ଧକର+ଅତି=ଅତିଶୟ ଅନ୍ଧାର ।୫ । କେହି=କିପରି ।୬। ନହେ=ନଖରେ ।୭। କମନ=ମଦନ ।୮। ତିରେ=ର, ଳର ସାମଞ୍ଜସ୍ୟ ହେତୁ-ତିଳେ ।୯। ତାର=ଉଜ୍ଜଳ ।୧୦। ଜଳପିବ=କହିବ ।
ଅଷ୍ଟମ ଛାନ୍ଦ
(ରାଗ–ଚକ୍ରକେଳି)ପ୍ରିୟବତୀ ବିନା ଅତି କାତରେ ।ବିରହରେ ସେ କୁମାର ଆତୁରେ ।୧।ଗୁଣ ଗଣ ଗୁଣି ଗୁଣି-ଭୂଷଣ ।ଦିବା ରାତ୍ରେ ଲଭେ ଅତି କଷଣ ।୨।ନେତ୍ରୁ ଲୁଅ-ରସ କରେ ବରଷା ।ତିନ୍ତି ତନୁ ପଙ୍କିଳ ହୋଏ ରସା ।୩।ହାର ଫୁଟି ଫୁଟି ଯାଇ ତାପରେ ।ସୂତ୍ର ମାତ୍ର ଅଛି ଉର ଉପରେ ।୪।ସ୍ୱପ୍ନେ ନାହିଁ ଅଶନ ଦରଶନ ।ଲପନରେ ନାହିଁ ଲବେ ପ୍ରସନ୍ନ ।୫।ଦୁର୍ବଳତା ହୋଇବାରୁ ପ୍ରବଳ ।ଦଣ୍ଡେ ନ ଛାଡ଼ନ୍ତି ସଖା କେବଳ ।୬।ଓଷ୍ଠ ଶୁଖି ବଚନ ନ ଆସଇ ।ଏଣୁ ନିରୋଷ୍ଠରେ କଷ୍ଟେ ଭାସଇ ।୭।ନିରୋଷ୍ଠରସ ନିଧିର ସନ୍ନିଧି ଛାଡିଲି ।ସୁଧା ସଂଧାନ ନକରି ଏଡ଼ିଲି ।୮।ଏଣି-ଈକ୍ଷଣୀ କି ଦେଲି ଆରତ !ଜାଣି ଚଳାଇଲି ଅଙ୍ଗେ କରତ ।୯।କହୁଁ କହୁଁ ଏହା ତା କଣ୍ଠ ଶୁଖେ ।ସରୋଷ୍ଠରେ ଚିନ୍ତା କରେ ବିମୁଖେ ।୧୦।ସୋଷ୍ଠବାମାପୂର୍ବ ମୋ ଭୀମ ପୂର୍ବ ପାପୁଁ ।ବାମ ଭୀମ ପ୍ରାଭବ ଭସ୍ମ-ବପୁ ।୧୧।କୋରିକିତ କରେ ମଣ୍ଡି ଶିରକୁ ।କରେ ଏକାକ୍ଷରେ ସ୍ତୁତି ହରଙ୍କୁ ।୧୨।ଶଶ ଶାଶ୍ୟ ଶେଶ ଶଶେଶ ଶଶ୍ୟ ।ଶ୍ରୀଶ ଶିଶୁ ଶୁଶୀ ଶେଶାଶ ଶଶ ।୧୩।ଏଥି ଉତ୍ତାରେ ଦଶ ଅବତାରେ ।କରେ ସ୍ତୁତି ବେନି ବେନି ଅକ୍ଷରେ ।୧୪।ମୀନ ନନମ୍ୟ-ମାନ ମାନ୍ୟ ନାମ ।କୁର୍ମ କର୍ମକ ମର୍ମ ମୋ କୁକର୍ମ ।୧୫।କୁଲାଳକ କୋଳ କକଳା କଳ ।ଲୀଳା ଲୁଲୋଳ ଲୋକାକୁଳ କାଳ ।୧୬।ସିଂହ ହସାସ୍ୟ ଶିଷ୍ୟ ହିଁସା –ସହ ।ହେ ସୁହାସୀ ସହସା ସାହା ସହ ।୧୭।ଦାତା ଦୈତ୍ୟ ଦାତୃତା ଦ୍ୱିଦ୍ୟୋତିତ ।କ୍ଷିତି କ୍ଷତ୍ରିୟ ତତି କ୍ଷିତେ କ୍ଷାତ ।୧୮।ଦଶ-ଦିଶେଶ ସଦା ଆଶା-ଶ୍ୟାଶୀ ।ଦ୍ୱିହଶ ଦୃଶ ସୁଦଶା ଦ୍ୱିଦେଷୀ ।୧୯।ରାମା ରରମ୍ୟ ରାମ ରରେ ରମ୍ୟ ।ମମ ମୋହହ ହେ ମହା ମହିମ ।୨୦।ବୁଦ୍ଧା-ବୁଦ୍ଧ ବିଦ୍ଧ ବୌଦ୍ଧ ବାନ୍ଧବ ।ବିଧି ବିଧି ବଧ ବୋଧାଧି ଧବ ।୨୧।କଳ୍କୀ କଳିକାଳ-କେଳି-କଳକ ।କୋପୀ ପଙ୍କାକ ପାପୀଙ୍କ କମ୍ପକ ।୨୨।ଚିତ୍ତେ ଅତନୁ ମହା ଜମକରେ ।ଚିନ୍ତେ ଅତନୁ ମହା ଯମକରେ ।୨୩।ନନ୍ଦ ନନ୍ଦନ ନନ୍ଦନ ନନ୍ଦନ ।ମଦ ମଦ ମନ୍ଦ ନ୍ଦ୍ୱନ୍ଦ ମଦନ ।୨୪।ବେନି ଅକ୍ଷରେ ଲୁଅ ପୁର୍ଣ୍ଣକାରୀ ।ତିନି ଅକ୍ଷରେ ସ୍ତୁତି ପୁଣି କରି ।୨୫।ନମୋ–ନମ ମନୋଜ ମୀନ-ଜନ୍ୟ ।ଜନ-ମନ ମଜ୍ଜନ-ମାନ ମାନ୍ୟ ।୨୬।ପୁଣି ଦରଭରେ ମହା କ୍ରୋଧରେ ।ନିନ୍ଦା-ଗର୍ଭ କରିଣ ସ୍ତୁତି କରେ ।୨୭।ସୁରାନୁରାଗୀ ଅଟୁ ପୁଣ୍ୟଜନ ।ଦେବ-ପର ତୁ ଅସୁର ମଣ୍ଡନ ।୨୮।ଭ୍ରମରର ଝଙ୍କାର-ନାଦ ଶୁଣି ।ତିନି ବର୍ଣ୍ଣ ନାମେ ତା’ କହେ ବାଣୀ ।୨୯।ରାମା ରାମା ଭ୍ରୂରେ ଭରମ ଭର ।ମୋର ମର୍ମ ମା ଭରମ ଭ୍ରମର ।୩୦।ପୁଣି ବିଧୁରେ ତା ଚତୁରାକ୍ଷରେ ।ଭଣେ ବିଧୁରେ ତା ଚତୁରାକ୍ଷରେ ।୩୧।ତାର–କେଶ ତୋର ତାର-ତର ତ ।କାନ୍ତା ରତା-ତୁରୀ ର ତ କରତ ।୩୨।ସଂସାରେ ତ ସ୍ମର ତୋର ସୁରତି ।ତୋର ରୋଷକୁ ସରି କା ଶକତି ।୩୩।ତା’ର ଆକାର ବର୍ଣ୍ଣ ସୁଷମାରେ ।ତାର ଆକାର ବର୍ଣ୍ଣେ ସ୍ତୁତିକରେ ।୩୪।ଦାରା ତାରା ବାଳା ମାଳା ମା-ହାରା ।ଶ୍ୟାମା ରାମା ବାମା କାମା ସାକାରା ।୩୫।ପଞ୍ଚାସ୍ୟ ସେ ପଞ୍ଚା କରି ଶଙ୍କରେ ।ପଞ୍ଚାକ୍ଷରେ ତାଙ୍କର ସ୍ତୁତି କରେ ।୩୬।ନମୋ ଶିବ ଶିବେଶ ଶିବମୟ ।ଶଶି-ଯଶା-ଶ୍ରୟେଣ ଶୟ-ଶୟ ।୩୭।ଷଡ଼ାକ୍ଷର ଜେ ଗଉରୀ-ମହେଶେ ।ଷଡ଼ାକ୍ଷରେ ତାହାଙ୍କୁ ଭାବେ ଶେଷେ ।୩୮।ଶିବାର୍ଦ୍ଧ-ତନୁ ଶିବୋନ୍ନତ–ଶାୟୀ ।ଯଶ-ଧନ୍ୟାଧି-ନାଶ ସିଦ୍ଧି-ଦାୟୀ ।୩୯।ସପ୍ତାର୍ଚ୍ଚିତ-ତେଜରେ ଛାୟା ଈଶେ ।ସପ୍ତାର୍ଚ୍ଚିତ-ବର୍ଣ୍ଣେ ସ୍ତୁତି କଲା ସେ ।୪୦।ଦିବସ-ପତି ମହତ୍ତ-ମହନ୍ତ ।ଦିବ-ଶ-ପତି ମହତ୍ତ ମହନ୍ତ ।୪୧।ଅଷ୍ଟାକ୍ଷରେ ଚାରୁ ଚାରି-ବଦନ ।ଅଷ୍ଟାକ୍ଷରେ ଏ ବିଚାରୁ ବନ୍ଦନ ।୪୨।ବର ଚତୁର-ମୁଖ କୁଶକର ।ବରେ ଚତୁର ମୂର୍ଖ-କୁ ତ କର ।୪୩।ନବ ବର୍ଣ୍ଣ ଘନ ନଭ ସଞ୍ଚାରେ ।ନବ ବର୍ଣ୍ଣ ଘନ ସ୍ତୁତି ଉଚ୍ଚାରେ ।୪୪।ଜଳ ବିଦ୍ୟୁତ୍ତରଳ-ରସମୟ ।ଜଳ ବିନ୍ଦୁତର ତୋର ସମୟ ।୪୫।ଦଶାବତାର-ମୂଳ ରାଧା-ପତି ।ଦଶ ବର୍ଣ୍ଣରେ ଏଣୁ କରେ ସ୍ତୁତି ।୪୬।ବ୍ରଜପୁର ତରୁଣୀଙ୍କ ମୋହନ ।ପୀତାମ୍ବର ବେଣୁକର ମୋହନ ।୪୭।ସର୍ବ ବର୍ଣ୍ଣମୟ ପରମା-ନନ୍ଦେ ।ସର୍ବ ବର୍ଣ୍ଣେ ସ୍ତୁତି ଭାଷେ ଅନନ୍ଦେ ।୪୮।ଶଂଖ ଚକ୍ର ଗଦା ବନଜ ହାଥ ।ଟାଳ ମୂଳ ଠୁଳ କ୍ଷୋଭ ପ୍ରମତ୍ତ ।୪୯।ଝସ ସଜ୍ଞ୍ୟ ଧନ୍ୟ ଫେଡ଼ ଛରାଗ ।ବର୍ଣ୍ଣାବଳୀ ସ୍ତୁତ୍ୟ ନମୋ ନୃସିଂହ ।୫୦।ମୂଢ଼ ଦୋଷ ଧୈାତ ହେଉ ହୃଦରୁ ।ଯଶୋଦା ନନ୍ଦନ କଳପ ତରୁ ।୫୧।ବାତୁଳ କାହିଁ ପାଇବ ତୋ ପଦ ।ପୁନଃ ପୁନଃ ପିଏ ବିଷୟା ମଦ ।୫୨।ମନ୍ଦ ବାତେ କମ୍ପନ ଲତା ଦେଖି ।ପୁଣ ଭୃଙ୍ଗ ଝଙ୍କାର ଅନୁଲକ୍ଷି ।୫୩।ପିକ-ଡାକ-ସୁରେ ଡରେ ଭଣଇ ।ଏ ଏ ଅ ଏ ଆ ଓ ଓ ଊ ଉଇଁ ।୫୪।ଆଉ ଏ ଲୁ ଆ ଋ ଉଋ ଆ ଲୁ ଅ ।ନ ଦିଶଇ ଦିବସେ ରାତ୍ର ଉହ ।୫୫।ଭ୍ରମେ ରାମା ରାମାକୁ ଦେଖି ପାଶେ ।ଶ୍ଳୋକ ଗୀତରେ ଦୁହିଁକି ସେ ଭାଷେ ।୫୬।ବନ୍ଧୁ ଜୀବ-ରୁଚିରାଧର-ରାମା ।କେଳି କୈାତୁକ ପରାଜିତ କାମା ।୫୭।ପୁଣି ଉନ୍ମତ୍ତେ କାନ୍ତାକୁ କହେ ସେ ।ହିନ୍ଦୁସ୍ଥାନୀ ଓଡିଆ ଭାଷା ରସେ ।୫୮।ତୁ , ମୁଝେ ଅବନୀ ସାର ମନରେ ।ଆସି ତାପ ହର ମୋହିନୀ ବାରେ ।୫୯।ଗୁରୁ ସୂନୁକୁ ଗୁରୁ ମୃତ୍ୟୁ ପୁରୁଁ ।କଲ ରକ୍ଷନ ଶମନ ଭୟରୁ ।୬୦।ବେତେ ଦେବେ କେତେ ଭେଦେ ସେ ଯେତେଭ୍ରମି ଭ୍ରମି ନ ଜାଣିଛନ୍ତି ତୋତେ ।୬୧।ମୀନ ଈନ ଦୀନ ହୀନ ଲୀନ ମୁଁ ।ତାର ବ୍ରଜନାଥକୁ ଭବ ଭ୍ରମୁଁ ।୬୨।୧ । ବିରହ ତାପରେ ମୁକ୍ତା ଫାଟିଯାଏ ବୋଲି କବି ପ୍ରସିଦ୍ଧି ।୨ । ବାମାପୂର୍ବ=ବାମା+ଅପୂର୍ବ; ବାମା=ସ୍ତ୍ରୀ, ଅପୂର୍ବ=ଦୁଷ୍ପ୍ରାପ୍ୟ ।୩ । ଶଶ=ମହାଦେବ ।୪ । ଶାଶ୍ୟ=ତ୍ରିଗୁଣାତ୍ମକ ।୫ । ଶେଷ =ମଙ୍ଗଳ ପ୍ରଦ ବା ଅଷ୍ଟୈଶ୍ୱର୍ଯ୍ୟଦାତା ।୬ । ଶଣେଶ=ଚନ୍ଦ୍ର ।୭ । ଶ୍ରୀଶ=କମଳାପତି ଶ୍ରୀକୃଷ୍ଣ ।୮ । ଶିଶୁ=ମଦନ ।
୯ । ଶୁଶୀ=ଗତି ନାଶକ ଶ୍ରୀଶ ଶିଶୁ ଶୁଶୀ=କାମ ଶତ୍ରୁ ସରଳାର୍ଥ-ହେ ମୃତ୍ୟୁଞ୍ଜୟ, ହେ ତ୍ରିଗୁଣାତ୍ମକ, ହେ ଅଷ୍ଟୈଶ୍ୱର୍ଯ୍ୟ ଦାତା, ହେ ଚନ୍ଦ୍ରଶେଖର, ହେ କାମପର (ମୋର ପ୍ରାଣ ସମା) ବରନାରୀର ଆଶା ପୂର୍ଣ୍ଣ କରନ୍ତୁ (ବାସୁଦେବ) ।
୧୦ । ନନମ୍ୟମାନ=ଅତିଶୟ ପୂଜନୀୟ ।୧୧ । କୋପୀ ପଙ୍କାଙ୍କ ପାପୀକଙ୍କ ପଙ୍କ (ପାଠାନ୍ତର) ।୧୨ । ଜେ=ଉତ୍ପନ୍ନ ବା ଜାତି ।୧୩ । ଲୀନ=ଅକିଞ୍ଚିତ୍ କର ।୧୪ । ତାର=ତାରଣ କର , ଉଦ୍ଧର, ଉଦ୍ଧାର କର ।
୧୫ । ପଦ (ପ୍ରଥମ ପାଦ) ସରଳାର୍ଥ-ହେ ମୀନରୂପଧାରୀ ହରି , ତୁମ୍ଭର ନାମ ସର୍ବତ୍ର ପୂଜନୀୟ ଅଟେ । ମୁଁ ତୁମ୍ଭଙ୍କୁ ପୁନଃ ପୁନଃ ନମସ୍କାର କରୁଅଛି ।