ପଞ୍ଚଦଶ ଛାନ୍ଦ — କେଳି-କଳା-ନିଧି — ବ୍ରଜନାଥ ବଡ଼ଜେନା · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ପଞ୍ଚଦଶ ଛାନ୍ଦ
ଶୃଙ୍ଖଳା(ରାଗ-ଚୋଖୀ)ଆରେ ରମଣୀ ସୁରସାରସା ଚାହିଁ ତ ବରଷାରସାକ୍ଷୁଁ କରୁଛୁଁ ନିଶା-ଧବ-ଆନନାନ ନାଶ ମୋର ଭରସାରସାଳସା ମୃଦୁ ହାସାହାଶାନ୍ତ ମତି ତୁ ଯୋଷା-କୁଳେ ବିମନାମନାକ ହିଁ ନାହିଁ ମୋ ଆଗଆଗ ନବୁଝି କାହିଁକି ହୋଉ ବିରାଗ ।୧।ରାଗ-ପ୍ରବାଳ-ଅଧର ଧରଇ କୋପରେ ଥରଥର ଚଳ-ଦଳ ଦଳ ପରା ରମଣୀମଣଲି ବଡ଼ ଅଧୀରାଧୀରା ମାତୁ କୋପାତୁରାତୂଳା ତୁଳା ଅଙ୍ଗୀ ରଙ୍ଗ ସଙ୍ଗୀତ ଗୁଣୀଗୁଣିବେ ତୋ ଗୁଣ ଅଶେଷଶେଷରେ ଶେଷ ନୋହିବ କେତେ ମୋ ଭାଷ ।୨।ଭାଷାରେ ବାଣୀ ମାଧୁର୍ଯ୍ୟ ଧୂର୍ଜ୍ଜଟୀ-ପର-ଶଉର୍ଯ୍ୟଊର୍ଜ୍ଜସ୍ୱଳ ନୋହୁ ରହୁ ମୋ ବଡ଼ପଣପଣତରେ ଗଣ୍ଠି ବାନ୍ଧ ବାନ୍ଧବୀ କରି ନିର୍ବନ୍ଧବନ୍ଧନ ହେଉ ତା-ଖଡ୍ଗ ଦାଢ଼ ରସାଣଶାଣ ଝଳି କରିଛି ଅସିଅସିତ-କେଶୀ କାହିଁକି ନ ଚାହୁଁ ହସି ।୩।ହଂସୀବର ସୁଗମନା ମନାନନ୍ଦେ ଅନା ଅନାଅନାୟାସେ କାହିଁକି ଏ କାଳ ଯାଉଛିଉଞ୍ଚି ଅତରେ ବସନସନମତ କଲେ ଘନଘନ-କେଶୀ ପିନ୍ଧାଇବି ଭାଙ୍ଗିତ ଅଛିଅଛି କଉଁ ହେତୁ କହ ତାହତାଦର କରୁ ମୋତେ ନରେନ୍ଦ୍ର ସୁତା ।୪।ସୂତାର ମୁକୁତା ହାର ହା ରତ୍ନ ଚୂଡୀ କେୟୂରଉରଜ ପରେ ମଣ୍ଡନ୍ତି ପରା ପଦକଦକ-ଦକ କରେ ଅଙ୍ଗ ଅଙ୍ଗନା ଏ ତୋ ବିରାଗରାଗ ମୁଖ ଦେଖି ମାର ମାରେ ଶାୟେକଏ କଉଁ ବିବେକ ବନିତାନିତାନ୍ତରେ ପତିପରେ ହୋଉ କୋପିତା ।୫।ପୀତାମ୍ବର ଗୋପୀଗଣ ଗଣନୀୟ ଆଚରଣରଣ-ରଣରେ ତା ଗୁଣମଣି ହେଜ ତଯତନେ ରାଇ ନିଶିରେ ଶିରେ ବହି ଅବନୀରେନିରେଖି କରି ପକାଇ କଲେ ଚକିତକିତ-ବ ସେ କେମନ୍ତ ହରିହରି ବାସ ଯାହାକଲେ ଗୋପ ଚତୁରୀ ।୬।ତୁରିତେ ପ୍ରକାଶ ମିତ ମିତହାସ ଭ୍ରୂ ରଚିତଚିତ୍ତ ମୋହକୁ ନିମିତ୍ତ ହାବଭାବାଦିବାଦୀ କାମ ଦୀପ୍ତିସରୁ ସରୁ କଟୀରେ ନ କରୁକରୁଣା କାହିଁକି ମୋରେ କୃପାରସଧିସଧୀରରେ ଇଙ୍ଗିତେ ବୋଲବୋଳଇ ତୋ ହୃଦେ ଗୋଳି ଚନ୍ଦନ ଜଳ ।୭।ଜଳଇ ତନୁ ମୋରତ ରତନ ବେଣୀ ଭାଷିତଶୀତଳରେ ଭାଷି ସୁଧା କଲସ ଯୋଡ଼ିଯୋଡ଼ି ଅଙ୍ଗେ ଢ଼ାଳି ଦିଅ ଦି ଅଙ୍ଗ ସଘନେ ରହରହସ ମୁଦରେ ହୃଦରେ ମୋ ପହୁଡ଼ି
ହୁଡ଼ି ନାହିଁ ମୋ ଜାଣିବାରେ
ବାରେ ଏବେ ନିଯୁକ୍ତ କର ତୋ ସେବାରେ I୮I
ବାରେ ତୋ ନୟନ ବାର ବାର ମଣ୍ଡୁକୀ ବେଭାର
ଭାରତୀ ନ କହୁ ଦରହାସ ପ୍ରକାଶି
କାଶୀ ଝାସ ଫଳ ମତେ ମତ୍ତେଭଗତି ଦେ ସତେ
ଶତେଗୁଣେ ବନ୍ଧରୀତି ବିରଞ୍ଚି ନିଶି
ନିଷିକାମ ନ-ବସ ରୁଷି
ଋଷିଦମ୍ଭ-ଆରମ୍ଭ-ସ୍ତମ୍ଭନୀ ସୁକେଶୀ I୯I
କେ ଶିକ୍ଷା ଦେଲା ଏ ଭାବ ଭାବବତୀ ତୋ ସ୍ୱଭାବ
ଭାବନ କରୁଛି ଏତ ନୁହେ ନିଅତ
ଅନ୍ତର ଚିତ୍ତେ ବାହାର ହାର କରେ ଯେ ତାହାର
ହା, ରଚିତ କି ହୁଅଇ ଏମନ୍ତ ମତ
ମତ୍ତଗଜ ରାଜଗମନା
ମନାଘେନି ଏବେ ମନ ମାନେ ଦିଅନା I୧୦I
ଅନା ଯାଉଛି ଦିବସ ବସ ଭାବରେ ସାରସ
ରସ-ଆଶେ ପାଶ ପାଶ ହୋଏ ଭ୍ରମର
ମରନ୍ଦ ପିଇ ଶୟନ ଅନକୁଳ କରେ ମନ
ମନସିଜ ଶରାସନେ ସନ୍ଧୁଛି ଶର
ଶରଣ ନୋହିଲେ ନବୀନା
ବିନାଶ ହେବେ ରସିକ ସୁରତି ବିନା I୧୧I
ବିନାୟକ ତାତକାଣ୍ଡ-କାଣ୍ଡ ଯା ନ ସହେ ଖଣ୍ଡ
ଖଣ୍ଡ କରିଦିଏ ପିଣ୍ଡ ଦଣ୍ଡ ଦଣ୍ଡରେ
ଡରେ ଯା ଗୋପ-ଅବଳା ବଳାତ୍କାରେ କାମକଳା
କଳାପେ ହେଲେ ତରଳା କରି ସ୍ନେହରେ
ହରେ ନିଜ ସୁତାକୁ ବିହି
ବିହିତ ଅବିହିତ ସେ ଜାଣଇ ନାହିଁ ।୧୨।
ନାହିଁ ନାହିଁ ବିନା ଆନ ଆନନ୍ଦ-କର-ବଚନ
ଚନ-ପୂର୍ବ-ର ରେ ତୋର ଶୁଣା ନ ଗଲା
ଗଳା-ରତ୍ନ ମାଳା ତୁହି ତୁ ହିମାଂଶୁ ଜିତ-ମୂହୀଁ
ମୁହିଁ ତ କଥା କହିଲି ଯେତେ ଭାସିଲା
ଶିଳାହୃଦ କରୁଛୁ କିପାଁ
କି ପାଉଛୁ ମାନୁଁ ଲାଭ ଚାରୁ ସ୍ୱରୂପା ।୧୩।
ରୂପାଧର-ହାସୀ କର କରଜ କାଣ୍ଡେ ପ୍ରହାର
ହାର ହେବାର ମୋହର ଯେବେ ବିଚାରୁ
ଚାରୁବେଶୀ ଗଣ୍ଡଦଂଶ ଦଶନରେ, ବାହୁପାଶ
ପାଶରେ ଅଛି ତ ଆସ ଛନ୍ଦ ରୋଷରୁ
ସ୍ୱରୁପ ଏ ସରୁ ଉଦରୀ
ଦରିଦ୍ର ମୁଁ ତୁ, ମୋର, ତ ରତନ ପରି ।୧୪।
ପରିହାସେ ଚନ୍ଦ୍ରମୁହୀଁ ମୁହିଁ କି ତୋତେ ଡାକଇ
କଇତବ ନୋହେ ତୁ ମୋ ଜୀବନ ସତ
ସନ୍ତତେ ତୋ ଗୁଣ ଭାବି ଭାବିନୀ ମୁଁ ଥିବି ସେବି
ସେ ବିନା ଆନ ବିଷୟେ ମନ ନୋହେତ
ହେ ତରଳ-ଖଞ୍ଜନେକ୍ଷଣେ
କ୍ଷଣେ ରସେ ରସୁ ନାହୁଁ କଉଁ କାରଣେ ।୧୫।
ରଣେ ଆଜି ରତି ବର ବରଷିବ ତୀକ୍ଷଶର
ଶରଣ ଜନେ ନିର୍ଦ୍ଦୟା ନିକି ବିହିତ
ହିତ କହୁଛି କିଶୋରିସୋରିଷେ ରୋଷ ନଧରି
ଧରିତ୍ରୀ-ଚାହିଁବା ସ୍ନେହ ଛାଡ଼ି ଦିଅ ତ
ଅନ୍ତରେ ଘେନି ଏ ବିଯୋଗ
ବିଯୋଗରେ ସେବିଛି ମୁଁ ଯେ ଚରଣଯୁଗ ।୧୬।
ଯୁଗତେ ମୁଁ ଦାସ ଆର ଆରତ କାଳେ ମୋହର
ହରଷ ମନ ତୋହର କିପାଁ ନକରୁ
କରୁଣା ନିଧି ହୋଇତ ଇତସ୍ତତଃରେ ସତତ
ତତପର କରୁଅଛୁ କଉଁ ବିଚାରୁ
ଚାରୁ ବେଶ ଦେବାକୁ କରି
କରିଛି କେତେ କାମନା ମନେ ମୋହରି ।୧୭।
ହରଣ ନେତ୍ରେ କଜ୍ଜ୍ୱଳ ଜଳଜ କୋଳେ ଭ୍ରସଳ
ସଂଲଗ୍ନରେ ଥିଲାପରି ହୋଇବ ତୋରା
ତୋ ରାଜୀବ କଳି କୁଚ-କୁ ଚନ୍ଦନ ଶଶିରଜ
ରଞ୍ଜନ କରନ୍ତି ଗଜଗତି ରୁଚିରା
ଚିରାଭିମତ ମୋ ସର୍ବାଂଶେ
ବାସେ ଉଞ୍ଛ ବାସେ ଭାଙ୍ଗି ପିନ୍ଧାନ୍ତି ରସେ ।୧୮।
ରସେ କରୁଥାନ୍ତୁ ନା, ନା ନା ନା ଚାଟୁରେ ସୁମନା
ମନାଇ ପାଦରେ ଲାକ୍ଷା ଲେଖନ୍ତି ସରୁ
ସରୁଛି ମୋ ଏ କାମନା ମନାସିବାର ନବୀନା
ବିନାୟକ-ଜନ୍ମ-ନିଶି-ଶଶୀ ଯା କରୁ
କରୁ କରୁ ଏତେ ବିନୟ
ନୟନ କୃପାରେ କିପାଁ ନ ଢ଼ାଳୁ କହ ।୧୯।
କହନ୍ତେ ଏ ଚାଟୁମାନ ମାନ କରି ବିସର୍ଜ୍ଜନ
ଜନମ କଲା ସେ ମନେ ସ୍ନେହ ପ୍ରକର
କରମଶେ ସ୍ମିତ ତାରତାର ବିମ୍ବାଧର ପର
ପରବେଶ ହେଲା ଗଣ୍ଡ କାଢ଼ିଲା କର
କରଇ ତା ମନେ ପ୍ରଶଂସା
ସଂସାରେ ପୀରତି ଦମ୍ପତିର ଭରସା ।୨୦।
ରସାର୍ଦ୍ର ନୟନ ସଞ୍ଚିଶଚୀଶ-ସମ୍ପତ୍ତି ପାଞ୍ଚି
ପାଞ୍ଚି ରଖିଥିଲା ଯାଚି ଦେଲା କାନ୍ତରେ
ତରେ ଅଙ୍ଗ ପୁଲକିଲା କି ଲାଘବେ ସ୍ନେହ ହେଲା
ହେଳା ରୀତି ନୀବିଶ୍ଳଥ କୁଚ କମ୍ପରେ
ପରେ ନେତ୍ର ବିକାରେ ଭାବ
ଭାବ ବକ୍ରଗ୍ରୀବା ଭୂରୁ ବିକାରୁ ହାବ ।୨୧।
ହା ବଦନ ନତି କରିକରୀ ଗାମିନୀ ଚତୁରୀ
ତୁରିତେ ଔଦାର୍ଯ୍ୟ ପରିପାଟୀ ଆଚରି
ଚରିତେ ଅପାଙ୍ଗ ଅଙ୍ଗ ଅଙ୍ଗନା କରି ତରଙ୍ଗ
ବଳୟାବଳୀରେ ରଣଝଣ ପ୍ରସାରି
ସାରି ଦେଲା କାନ୍ତ ଗିଆନ
ଆନନ୍ଦେ ଲଳିତ ଲୀଳା ପ୍ରକାଶମାନ ।୨୨।
ମାନସ ମୋଦରେ ଧବ ଧବଳାଂଶୁ ମୁଖେ ଭାବ
ଭାବନାରେ ଦେଇ ଚୁମ୍ବ ଭିଡିଲା ଯାଇ
ଜାଈ ଶେଯ ପଲଙ୍କରେ କରେ ଧରି ତା ଅଙ୍କରେ
କରେ ନାନା କଉତୁକ ଉରେ ଯୋଖାଇ
ଖାଇ ଅଧରରୁ ପୀୟୁଷ
ଉସତରୁ ଉରପରୁଁ ଖସାଇ ବାସ ।୨୩।
ବାସବ ସମ୍ପତ୍ତି ହେଲା ହେଳାଭାବେ ଭୋଗବାଳା
ବାଳାରୁଣ ଅଧର ଯା ଖଣ୍ଡେ ଦଂଶନ
ସନମତ ଭାବେ ନାହି ନାହିଁ କରୁ କରୁ ସହୀ
ସହି ନ ପାରେ ରସିକ ନୀବି ବନ୍ଧନ
ଧନବଳେ କଲା ମୋକ୍ଷଣ
କ୍ଷଣ ଉପରେ କ୍ଷଣକୁ ଦେଲା ସେ କ୍ଷଣ ।୨୪।
କ୍ଷଣଦା ଯାକରେ ରସି ରସିକ କୋକିଳ ଭାଷୀ
ଭାସିଗଲେ କାମରସ-ରାଶି-ବୀଚିରେ
ଚିରେ କେତେରୂପେ ବନ୍ଧ ବନ୍ଧନ କରି ନିର୍ବନ୍ଧ
ବନ୍ଧ କଲେ ଅତନୁ-ତାପ ତା ପୂର୍ଣ୍ଣରେ
ନରେ ଅତି ଅଧମବର
ବରଜନାଥଙ୍କୁ କୃପାସିନ୍ଧୁ ଉଦ୍ଧର ।୨୫।
ଷଷ୍ଠଦଶ ଛାନ୍ଦ
ବରଷା-(ପ୍ରାନ୍ତ ଯମକ)ରାଗ-କେଦାର କାମୋଦୀହେଲା ପ୍ରବେଶ କାନ୍ତ ବରଷାକାଳଯେ କାନ୍ତ ବିହୀନ ତା ବରଷା କାଳ ଯେପୂର୍ଣ୍ଣ ହୋଇଲେ ଆଶାମାନ ତମରେମନୋଜରାଜ ବିଜେ ମାନ ତମରେ ଯେ ।୧।ବନଦ ଘନ ଘନ ନିନଦ କରେସମ୍ପୂର୍ଣ୍ଣ ହେଲେ ତଟିନୀ ନଦ କରେ ଯେଦେଲା ଗ୍ରୀଷ୍ମ କାଳର ତଡିତ ପତିଝଟ ଝଟ ଝଟକେ ତଡିତ ପନ୍ତି ଯେ ।୨।ଫୁଟେ କିଆ କଦମ୍ବ କଦମ୍ବତରୁରଟେ ଭେକ ମିଥୁନ କଦ ମତ୍ତରୁ ଯେଅବିରତେ ପ୍ରସରେ ଖରାଂଶୁ ଗତନିବିଡ଼ ଘନୋଦରେ ଖରାଂଶୁ ଗତ ଯେ ।୩।ଚନ୍ଦ୍ର ଲୁଚିଲା ମେଘେ ତାର କାତରେପତି ସଙ୍ଗେ ଅଦୃଶ୍ୟ ତାରକା ତରେ ଯେହୋଇଲା ବାସବ-କୋଦଣ୍ଡ ଉଦୟଜଣା ନ ଗଲା ଦିନ ଦଣ୍ଡ ଉଦୟ ଯେ ।୪।ପ୍ରଫୁଲ୍ଲିତ ସରସେ ସୁମନା ବରପ୍ରଫୁଲ୍ଲିତ ସୁରସେ ସୁମନା ବର ଯେଫୁଟେ ପ୍ରବାସୀ ଜାଈ ତମାଳ ମଲ୍ଲୀଫୁଟେ ପ୍ରବାସୀ ଜାଇତ ମାଳ ମଲି ଯେ ।୫।ଡାକେ ଟେକେ ମୟୂର କାଳ କଣ୍ଟକମଣିଲା ବିରହୀ ଏ କାଳ କଣ୍ଟକ ଯେକେ କାନ୍ତ ଫୁଲ ଶର-ଧରଙ୍କ ଦରେଲୁଚିଲା କାନ୍ତା ପୟୋଧର-କନ୍ଦରେ ଯେ ।୬।ବାଳା ଲୀଳାରେ କେଉଁ-ନାଗର ରସେଘାରି ନୋହିଲା ମାର-ନାଗର ରସେ ଯେମାତେ ଯଥା ମିଳିନ୍ଦବର ସାରସେଦମ୍ପତି ମତ୍ତ ତଥା ବରଷା-ରସେ ଯେ ।୭।ପ୍ରମାତିଲେ ନାଗରୀ ନାଗର ବରେପ୍ରଫୁଲ୍ଲ ସଙ୍ଗ ଯଥା ନାଗର ବରେ ଯେସ୍ତନରେ ଚିହ୍ନଦେଇ ଦଶ ନଖରେଓଷ୍ଠ ଖଣ୍ଡନ ମତ୍ତେ ଦଶନ ଖରେ ଯେ ।୮।ଅନ୍ତର ଘେନଇ ନବୀନା ପଲକେନ ଶୁଏ କାନ୍ତହୃଦ ବିନା ପଲଙ୍କେ ଯେରତି ରଙ୍ଗେ ଦୁହିଁଙ୍କ ମଦନ ସରେଜ୍ଞାନ ହାରେ ରମଣୀ ମଦନ ଶରେ ଯେ ।୯।ବିପରୀତେ ହୁଁ ହୁଁ ତାହାର ପଦକନାଚଇ ଯା’ ହୃଦରେ ହାର ପଦକ ଯେ,ଶୁଣି ଦେଖିଛି ଯାର ଶ୍ରୁତି-ଈକ୍ଷଣତାକୁ କି ଗୁଣେ ସରି ଶ୍ରୁତି-ଈକ୍ଷଣ ଯେ ।୧୦।ବନ୍ଧ ନିର୍ବନ୍ଧ ରତେ ମଜ୍ଜି ରସରେପୁର ପୁରେ କିଙ୍କିଣୀ ମଞ୍ଜୀର ସ୍ୱରେ ଯେକର୍ଣ୍ଣକୁ କି ରୁଚଇ ହୁଁ ହୁଁ ତା ନାନାକି ମଧୁର କି ହା ହା ହୂ ହୂ ତା ନାନା ଯେ ।୧୧।ନ ରଖି ପଛେ ଆଗେ ମୁଖରେ ଭାଷିରସେ ଭୁଷନ୍ତେ ମଲି ମୁଖରେ ଭାଷି ଯେଭିଡ଼ିଣ କାନ୍ତାକୁ ନବ ରସା-କରେବସ କରି ରବେ ସେ ଭରସା- କରେବସ କରି ରବେ ସେ ବରସା-କରେ ଯେ ।୧୨।କରି ନାନା ଆଶେ ଆବେଶ କରନ୍ତିତଦନ୍ତେ ପୁଣି ଚାରୁ ବେଶ କରନ୍ତି ଯେଅଙ୍ଗ କି ଶୋଭା ଦିଶେ ଦିବ୍ୟ ଭୂଷାରେଉପମା ନ ମିଳେ ତ୍ରିଦିବ ଭୂଷାରେ ଯେ ।୧୩।କେଳି-କଳା-ନିଧି ଏ ଗୀତର ନାମଷୋଳ ଛାନ୍ଦ ଏ ଷୋଳକଳା ସୁଷମ ଯେସମ୍ପୂର୍ଣ୍ଣ ମଣ୍ଡଳରେ ପ୍ରକାଶ ହୋଏଉଜ୍ଜଳ ଭାବେ ଜନ ମାନସ ମୋହେ ଯେ ।୧୪।ସର୍ବ ମଣ୍ଡନ ପୁଣି ହେବ ଅବଶ୍ୟସୁରେ ଭୋଗ କରିବେ ଏହାର ରସ ଯେଗୁଣୀ ଚକୋର ଗଣେ ରସିବେ ଭାବେରସିକ କଇରବେ ପ୍ରଫୁଲ୍ଲ ହେବେ ଯେ ।୧୫।ଖଳ ଶୀଳ ଅନ୍ଧାର ହେବ ଦଳନମୁଦି ହେବ ଗ୍ରହଳ-ମୁଖ ନଳିନ ଯେଅକଳଙ୍କ ଅକ୍ଷୀଣ ସର୍ବଦା ଏହୁକେହି ଦଂଶିବ ଖଳ ହୃଦୟ ରାହୁ ଯେ ।୧୬।ଏ ଗୀତ କଷ୍ଟ ଶିଷ୍ଟ କବି ଜାଣିବେଅପୁଷ୍ଟ ପଦ ପୁଷ୍ଟ କରି ଭଣିବେ ଯେନଷ୍ଟ ଦୁଷ୍ଟଙ୍କ ଇଷ୍ଟ ଅନିଷ୍ଟ ମୂଳହୃଷ୍ଟ ହୁଅନ୍ତି ଦୋଷେ ସେ କାଷ୍ଠଶୀଳ ଯେ ।୧୭।ଷୋଳ ଛାନ୍ଦ ଏ ଗୀତ ଷୋଳ ପ୍ରକାରପ୍ରଥମ ଛାନ୍ଦେ ଆଦ୍ୟ ଯମକ ସାର ଯେଦ୍ୱିତୀୟେ ଅବନାରେ ନେତ୍ର ପ୍ରଶଂସାତୃତୀୟ ଛାନ୍ଦ ପ୍ରାନ୍ତ-ଯମକ ଭାଷା ଯେ ।୧୮।ଚତୁର୍ଥେ ପୁଷ୍ପବତୀ ଅଦ୍ଭୁତ ପଦପଞ୍ଚମେ ମଧୁଶଯ୍ୟା ରସବିନୋଦ ଯେଷଷ୍ଠ ପଦେ ବିରାମେ ଏକା ଯମକସପ୍ତମେ କ୍ରମେ ବୃଦ୍ଧି ଶୃଙ୍ଖଳା ଟେକ ଯେ ।୧୯।ନିରୋଷ୍ଠ ସୋଷ୍ଠ ଏକାକ୍ଷର ଦ୍ୱ୍ୟକ୍ଷର-ଠାରୁ ସର୍ବ ବର୍ଣ୍ଣରେ ପଦ ବିଚାର ଯେସ୍ୱରେ ଘଟନ ପଦ ମହାଯମକଏକ ଶ ସ୍ୱର ବର୍ଣ୍ଣେ ପଦ କୁତୁକ ଯେ ।୨୦।ଅଷ୍ଟମ ଛାନ୍ଦେ ଏତେ ରୂପେ ବସତିନବମେ ଆଦ୍ୟପ୍ରାନ୍ତ ଅକ୍ଷର ସ୍ଥିତି ଯେଦଶମେ ନାନା ଗୁଡ଼ ଆଶୟ ନ୍ୟାସଏକାଦଶେ ପୁରୁଷ ଚିଟାଉ ରସ ଯେ ।୨୧।ଦ୍ୱାଦଶେ ସ୍ତ୍ରୀ ଚିଟାଉ ତ୍ରିଭଙ୍ଗୀ ଛନ୍ଦତ୍ରୟୋଦଶେ ପ୍ରବାସ ବାହୁଡ଼ାନନ୍ଦ ଯେଚତୁର୍ଦ୍ଦଶରେ ଅନୁଲୋମ ବିଲୋମପଞ୍ଚଦଶେ ଅକ୍ଷର ଶୃଙ୍ଖଳା ଶ୍ରମ ଯେ ।୨୨।ଷଟଦଶେ ବରଷା ବର୍ଣ୍ଣିତ ହୋଏପାଞ୍ଚ ଅକ୍ଷରେ ପ୍ରାନ୍ତ ନିୟମ ରହେ ଯେଏଥି ସର୍ବଯମକ ପଦହିଁ ଅଛିକିଛି ହିଁ ପଦ ଦତ୍ତାକ୍ଷର ହୋଇଛି ଯେ ।୨୩।ତହୁଁ ଛାନ୍ଦମାନଙ୍କ ଭାବ ବିଶେଷଏତେକ ପଦ ଏଥି ହୋଇଛି ଦୃଶ୍ୟ ଯେଏଠାରୁ ଛାନ୍ଦପଦ ହୋଇଲା ଶେଷରସିକ ପଣ୍ଡିତେ ନ ଧରିବା ଦୋଷ ଯେ ।୨୪।ବର୍ଣ୍ଣରେ ଅଟୁ ଆମ୍ଭେ ଶିଷ୍ଟ କରଣରଘୁ ଅରକ୍ଷିତଙ୍କ ବଂଶେ ନିପୁଣ ଯେବାଲୁଙ୍କେଶ୍ୱର ପଟ୍ଟନାୟକଙ୍କରଭାଗ୍ୟରେ ହେଲୁଁ ଆମ୍ଭେ ଚାରି କୁମର ଯେ ।୨୫।ଗୋପୀନାଥ ପଟ୍ଟନାୟକ ଅଗ୍ରଜଜଗନ୍ନାଥ ନାମରେ ତାଙ୍କ ଅନୁଜ ଯେବଡ଼ଜେନା ପଦ ମୋର ରାଜଦତ୍ତଲୋକନାଥ ନାମରେ କନିଷ୍ଠ ଭ୍ରାତ ଯେ ।୨୬।ଆମ୍ଭେ ଚାରିହେଁ କବି ଚାରି ଜାତିରେସଂସ୍କୃତ ପରାକୃତ ହିନ୍ଦୁସ୍ଥାନୀରେଓଡିଆ ବଙ୍ଗଳା ତେଲଙ୍ଗୀ ଭାଷାରେହାସ ରସ କୌତୁକ ଉକ୍ତି ରୀତିରେ ଯେ ।୨୭।ଶ୍ରୀକ୍ଷେତ୍ର-ବରେ ପୂର୍ବେ ନିବାସ ଥିଲାବିଧି-ବଶରେ ସେହୁ ଅନ୍ତର ହେଲା ଯେତହୁଁ କେତେକାଳ ଗଲା ଓଡ଼ିଶାରେଷଷ୍ଠ ପୁରୁଷ ହେଲା ଢେଙ୍କାନାଳରେ ଯେ ।୨୮।ରସିକ ମାନଙ୍କର ପ୍ରମୋଦକରସୁରସ ପଦ ଅଟେ ଏ ଗୀତ ମୋର ଯେସୁର-ସମ୍ପଦ ପ୍ରାୟେ ଚିତ୍ତେ ଆଭାଷିସୁଜନେ ଦୋଷ-ପଦେ ନୋହିବ ଦ୍ୱେଷୀ ଯେ ।୨୯।ନୀଳାଚଳ-ନିବାସ କରୁଣାସିନ୍ଧୁପାତକ-ତମ-ନାଶନ ଦୀନ-ବନ୍ଧୁ ଯେଅଧମ ଉଦ୍ଧାରଣ ପତିତ ଗତିବ୍ରଜନାଥ ଦୀନକୁ ଦିଅ ସୁଗତି ଯେ ।୩୦।ସମାପ୍ତ