ଜୟଦ୍ରଥବଧ ବା ଶକଟବ୍ୟୂହ-ଭେଦ
ବୈଷ୍ଣବ ପାଣି · ଭାଗ ୪ / ୫
ସମ୍ପୂର୍ଣ୍ଣ ସୂଚୀପତ୍ର
ତୃତୀୟ ଅଙ୍କ
ପ୍ରଥମ ଦୃଶ୍ୟ
(ଦୁର୍ଯ୍ୟୋଧନ ଓ ଦ୍ରୌଣାଚାର୍ଯ୍ୟ ପ୍ରବେଶ)ଦୁର୍ଯ୍ୟୋଧନ- ଆଚାର୍ଯ୍ୟେ !ଜାଣୁଅଛି ହେବ ଗର୍ବ ଖର୍ବ ନିଶ୍ଚେ ପାଣ୍ଡବକୁଳର ।ଶତକୃଷ୍ଣ ହେଲେ ଅଦ୍ୟ ନପାରିବେ ରଖି ଅର୍ଜ୍ଜୁନକୁ ।ତାହାରି ମୂର୍ଖତା ଯୋଗୁଁ ମରିବ ଏକ୍ଷଣି ।ଅସ୍ତାଚଳ ଚୁମ୍ବିଲେଣି ସୂର୍ଯ୍ୟଏହିକ୍ଷଣି ଅଛି ନନ୍ଦିଘୋଷ ବ୍ୟୂହ ଚତୁର୍ଥ ଫଳିରେ ।ଟେକିଅଛି କୃଷ୍ଣ ଶଲ୍ୟ ପାଶେ କପିଧ୍ୱଜ ନେଇ ।ଚାଲ ଗୁରୁ, ଦେଖିବା ନୟନେ ମିଳି ଅର୍ଜ୍ଜୁନର ଅନଳ ପ୍ରବେଶ ।ଦ୍ରୋଣ- ଦୁର୍ଯ୍ୟୋଧନ ! କିମ୍ପା ମୋର ନ ମାନଇ ମନ,କୃଷ୍ଣ ଥାଉଁ ଥାଉଁ ଅର୍ଜ୍ଜୁନ ମରିବ, ଏହା ହେବ ନାହିଁ ପରା ।ଆଉ ମଧ୍ୟ ବିଜୟୀର ଅଟଳ ପ୍ରତିଜ୍ଞା-ସେ ତ ଟଳିବାର ନୁହେଁ ।କି ଉପାୟ କରି...କି ଉପାୟ କରି ଅର୍ଜ୍ଜୁନ-ଜୀବନ ରଖିବ ଶ୍ରୀହରିସବୁ କ୍ଷଣକରେ ପଡ଼ିଯିବ ଜଣା ।ସ୍ଥଗିତ ହେଲାଣି ରଥ- ଚାଲ ଦୁର୍ଯ୍ୟୋଧନ ଅର୍ଜ୍ଜୁନ ନିକଟ ।ଦୁର୍ଯ୍ୟୋଧନ- ଗୁରୁଦେବ ! ତବଯୋଗେ ଦୁଇଦିନ ରଣରେ ରହିଲା ମୋ ମାନ ।ମରନ୍ତେଣ ପାର୍ଥ, ସମାପତ ଭାରତସମର ।ଅଷ୍ଟାଦଶ ଦିବସ ମଧ୍ୟରୁ ଅଦ୍ୟ ଦ୍ୱାଦଶ ଦିବସ ।ଚାଲ ଗୁରୁ, କୃଷ୍ଣାର୍ଜ୍ଜୁନ ପାଶେ । (ଉଭୟ ପ୍ରସ୍ଥାନ)(କୃଷ୍ଣ ପ୍ରବେଶ)
ଶ୍ରୀକୃଷ୍ଣ- (ସ୍ୱଗତ) ଏହି ଯେ ଠିକ୍ ସମୟ ହୋଇଛି । ଏକ୍ଷଣି ଦିବସ ତ ତୃତୀୟ ପ୍ରହର, କିନ୍ତୁ ସମସ୍ତେ ଜାଣୁଛନ୍ତି ସନ୍ଧ୍ୟା ହୋଇଛି ବୋଲି । ଉଭୟ ପକ୍ଷର ବୀରଗଣେ ନିଜ ନିଜ ଅସ୍ତ୍ରଶସ୍ତ୍ର ସଜାଡ଼ି ରଖିଲେଣି, ମୁଁ ଯେ ସୁଦର୍ଶନ ଚକ୍ରକୁ ପଠାଇ ସୂର୍ଯ୍ୟମଣ୍ଡଳକୁ ଘୋଡ଼ାଇରଖିଛି, ଏକଥା ଅର୍ଜ୍ଜୁନ ମଧ୍ୟ ଜାଣେ ନାହିଁ । ଅର୍ଜ୍ଜୁନ ଦିବା ଅବସାନ ଜାଣିପାରି ନୀରବ । ଏହା ତାକୁ କହିବି ନାହିଁ । ପ୍ରକୃତଭାବରେ ଦ୍ରୋଣ ନିକଟକୁ ଭେଦି ଜୟଦ୍ରଥକୁ ପାର୍ଥ ମାରିପାରିବନାହିଁ । ସେ ଯୋଗେ ମୁଁ ଏହି କୌଶଳରେ ଅର୍ଜ୍ଜୁନକୁ ରକ୍ଷାକରିବି ।
(ଅର୍ଜ୍ଜୁନ ପ୍ରବେଶ)(ପ୍ରକାଶ୍ୟେ) ହେ ଅର୍ଜ୍ଜୁନ ! ଆଉ ବିଳମ୍ବ କାହିଁକି ?ସୂର୍ଯ୍ୟାସ୍ତ ହେଲାଣି । ଏବେ ତୁମ୍ଭର ପ୍ରତିଜ୍ଞା ପାଳନ କର ।
ଅର୍ଜ୍ଜୁନ- ସଖା ! ସେ ନିମନ୍ତେ ଇନ୍ଦ୍ରସୁତ ଭୀତହେବନାହିଁ । ମୁଁ ଯେ ପ୍ରତିଜ୍ଞା କରିଥିଲି ସୂର୍ଯ୍ୟାସ୍ତ ପୂର୍ବରୁ ଜୟଦ୍ରଥକୁ ନମାରିଲେ ଅଗ୍ନିରେ ପଶି ନିଜ ଜୀବନକୁ ବିସର୍ଜନ କରିବି, ତାହା କେବେ ଭୁଲିନାହିଁ । ଏହି ଯେ ଦୁର୍ଯ୍ୟୋଧନାଦିଙ୍କୁ ଘେନି ଆଚାର୍ଯ୍ୟ ଦ୍ରୋଣ ଏଠାକୁ ଆସୁଛନ୍ତି । ସ୍ୱହସ୍ତରେ ଚିତା ପ୍ରସ୍ତୁତ କରି ସମସ୍ତଙ୍କ ସମ୍ମୁଖରେ ଅଗ୍ନିରେ ପଶିବି ।
(ଦ୍ରୋଣ, କର୍ଣ୍ଣ, ଦୁର୍ଯ୍ୟୋଧନ, ଦୁଃଶାସନାଦି ଭ୍ରାତାଗଣ ପ୍ରବେଶ- ପରେ ଭୀମ ସାତ୍ୟକି ନକୁଳାଦି ପ୍ରବେଶ)କର୍ଣ୍ଣ- ଅର୍ଜ୍ଜୁନ ! ଆଉ ଏଣେତେଣେ ଅନାଇ କି ଲାଭ ?ଗୀତ- (କହ କହ ଭବାନି ଗୋ...ବୃତ୍ତେ)ରେ ଅଲାଜୁକ ଅର୍ଜ୍ଜୁନ, ତୋ ମୁଖରେ ଲାଜ ନାହିଁନବୁଝି ନିଜର ବଳ ପ୍ରତିଜ୍ଞା କଲୁ କିମ୍ପାଇ ।ପଦ ।ଯା’କୁ ବୋଲୁ ସଖା ସଖା, କରୁ ସେ ଏକାଳେ ରକ୍ଷାଦେଖାକର ଅଭିମନ୍ୟୁ, ବସିଛି ତୋ ବାଟ ଚାହିଁ ।୧।ପିତା ପୁତ୍ର ହୋଇ ସାଥୀ, କାଳଆଳେ ହର ରାତିସୁଖେ ଭୁଞ୍ଜୁ କୁରୁପତି ଅକଣ୍ଟକ ଭାବେ ମହୀ ।୨।ଶାଶୁ ବୋହୂ ଦୁଇ ରାଣ୍ଡ, କାନ୍ଦିଣ କୋଡ଼ିବେ ମୁଣ୍ଡନିନ୍ଦିବେ କର୍ମକୁ ସେ ତ ଦାଣ୍ଡ ଭିକାରୁଣୀ ହୋଇ ।୩।ଛୁଇଁ ଗାଣ୍ଡୀବ କୋଦଣ୍ଡ, ପଣ କଲାବେଳେ ଭାଣ୍ଡଜାଣି ନଥିଲୁ ଏ କାଣ୍ଡ ହେବ ବଇଷ୍ଣବ କହି ।୪।ଦୁର୍ଯ୍ୟୋଧନ- ସଖା କର୍ଣ୍ଣ !ପ୍ରାଣ ଯିବାବେଳେ ନକହିବ କଟୁକଥା ଯେଡ଼େ ଶତ୍ରୁହେଲେ ।ସହଜେ ତ ଆମ୍ଭ ଭାଇ ପାର୍ଥ ।ବିପଦରେ, ରଣରେ ବା ନୃପତିର ଦ୍ୱାରେ କିଅବା ଶ୍ମଶାନେଯେହୁ କରନ୍ତି ସାହାଯ୍ୟ, ସେହୁ ପ୍ରକୃତ ବନ୍ଧୁ ହୁଏ ଗଣା ।ଦୁଃଶାସନ ! ଆଣ ଚନ୍ଦନିନ୍ଧନ, ଘୃତଭାଣ୍ଡମାନ ଯାଇ ଆମ୍ଭ ସଦନରୁ ।କରିଦିଅ ଅନଳ ପ୍ରସ୍ତୁତ । ଏତେବେଳେ କେ କାହାର ନୁହେଁ ଶତ୍ରୁ ମିତ୍ର ।
ଦୁଃଶାସନ- ଯେ ଆଜ୍ଞା ! ଯାଉଛି ଦଣ୍ଡକ ମାତ୍ରେ ଡକାଇ ଭୃତ୍ୟଙ୍କୁ କହିବି ତବ ଆଦେଶମାନ । ବୁହାଇ ଆଣିବି ଘୃତଭାଣ୍ଡ ଓ ଚନ୍ଦନ ସମିଧ । (ବେଗେ ପ୍ରସ୍ଥାନ)
ଶ୍ରୀକୃଷ୍ଣ- ବିଜୟୀ ! କି ଭାବୁଛ ଚିତ୍ତେ ? ଅକାଟ୍ୟ ଅଟଇ ବିଧିଲିପି ।ଭାବିବା ଉଚିତ ଥିଲା ଏ ପ୍ରତିଜ୍ଞା କରିବା ପୂର୍ବରୁ ।ଗୀତ- (କିମ୍ପା ଡାକ ସେନାପତି...ବୃତ୍ତେ)ଦେଖିବାକୁ ତୋ ମରଣ, ବେଢ଼ିଛନ୍ତି ଚାହାଁ କୌରବଗଣ କି, ଅର୍ଜ୍ଜୁନରେହରଷରେ ପାଳ ନିଜ ପଣ କି ।୧।କର୍ଣ୍ଣ ଦୁର୍ଯ୍ୟୋଧନ ଦ୍ରୋଣ, ଅଶ୍ୱତ୍ଥାମା ଶଲ୍ୟ କୃପ ବ୍ରାହ୍ମଣ କି, ଅର୍ଜ୍ଜୁନରେଥରେ ନମି ଏହାଙ୍କ ଚରଣ କି ।୨।ଅନଳ ସଜାଇ ପଶ, କ୍ଷତ୍ରିୟ ପ୍ରତିଜ୍ଜୟା ନହେଉ ନାଶ କି, ଅର୍ଜ୍ଜୁନରେଯୁଗେ ଯୁଗେ ରହିଥିବ ଯଶ କି ।୩।ତୋର ଭାଇ ଦୁଃଶାସନ, ବୋହି ଆଣିଲାଣି ଘୃତଚନ୍ଦନ କି, ଅର୍ଜ୍ଜୁନରେକରେ ଚିତା କର ସମ୍ପାଦନ କି ।୪।ବିପକ୍ଷ ଭାବନା ରଖି, ସାହା ହେଉଛନ୍ତି ସମୟ ଦେଖି କି, ଅର୍ଜ୍ଜୁନରେଭାଇଠାରୁ ନାହିଁ କେହି ସାକ୍ଷୀ କି ।୫।ଯେ ଯା’ର ସେ ତା’ର ସିନା, ଜୀବ ଯିବାବେଳେ ପଡ଼ଇ ଚିହ୍ନା କି, ଅର୍ଜ୍ଜୁନରେବଇ ବୋଲେ ପୂରୁ ତୋ କାମନା କି ।୬।(ଏକାଳେ ଭୃତ୍ୟକନ୍ଧେ ଚନ୍ଦନକାଷ୍ଠ ଘେନି ଦୁଃଶାସନର ପ୍ରବେଶ)ଦୁର୍ଯ୍ୟୋଧନ- ଦୁଃଶାସନ ! ସଜାଇଦିଅ ଅନଳକୁଣ୍ଡ !ବୃଥା କିମ୍ପା ନଷ୍ଟକର କାଳ ।ଚାହୁଁ ଚାହୁଁ ରଣସ୍ଥଳେ ଅନ୍ଧକାର ଘୋଟିବ ଏକ୍ଷଣି ।ଚାରି ଦିଗେ ଗୃଧ୍ରଶ୍ୱାନ ଶିବାବୃନ୍ଦ ରଡ଼ି ଦେଖୁ ଦେଖୁ ପଡ଼ିବ ଉଛୁଳି ।ଡେଉଁଛନ୍ତି ଅସୀମ କବନ୍ଧ; ଯିବାବେଳେ ଝୁଣ୍ଟିବ ଅନ୍ଧାରେ ଅର୍ଜ୍ଜୁନ !ଆଉ ହେଳା କାହିଁପାଇଁ ଭାଇ !ମୁହିଁ ଭିକାରୀ କେଡ଼େ ଦେଖ, ଏତେବେଳେ କାର୍ଯ୍ୟରୁ ମୋହରିକ୍ଷତ୍ରୀ ଧର୍ମ ଯେବେ ନ ପାଳିବ ତୋ ସମାନ ବୀରଏ ସଂସାରେ ନରହିବ କା’ର ଧର୍ମର ଠିକଣା ।ଦୁଃଶାସନ- ଅର୍ଜ୍ଜୁନ ! ସଜାଡ଼ି ସମିଧ ମୁହିଁ କୁଣ୍ଡମଧ୍ୟେ ଢାଳିଦେଇଅଛି ଘୃତ ତହିଁକାଢ଼ି ଅନଳାସ୍ତ୍ର ତୂଣୁ ଲଗାଅ ଅନଳ ।ଛି ଛି.... ଭାବି ନପାରିଲୁ ନିଜ ବଳ ?ଗୀତ- (ଯାଅ ଗୋ ଉର୍ବଶୀ...ବୃତ୍ତେ)ପଶରେ ଅର୍ଜ୍ଜୁନ ଅନଳ ଜାଳି, ଆଗେ ହେଲା ତୋହ ମରଣ ପାଳିରେ ।ଅନା ତୋହ ବଳ ନୟନରୁ ଜଳ ଗଡ଼ାଉଅଛନ୍ତି ତୋ କଥା ଭାଳିରେ ।ତୋର ଭାଇ ଭୀମା କାହିଁ ତା ଗରିମା ଚାହାଁ ତା ବଦନ ପଡ଼ିଛି କାଳିରେ ।କେମନ୍ତ ନକୁଳ ହେଉଛି ଆକୁଳ ମେଣ୍ଢା ସମ ଛାଡ଼ୁଛନ୍ତି ବୋବାଳିରେ ।ନାହିଁ ସେ ପୂର୍ବର ଗର୍ଜନ-ତର୍ଜନ ହୋଇଛି ବଇଆ କଳିରେ ।(ଅର୍ଜ୍ଜୁନ ଅଗ୍ନିବାଣ ପେଷି ଚିତାଗ୍ନି ଲଗାଇବା)ଅର୍ଜ୍ଜୁନ- ଯାଦବେନ୍ଦ୍ର ! ଭାବୁନାହିଁ ଜୀବନ ତେଜିବା କଥା ପାର୍ଥ;କିନ୍ତୁ ଭାବୁଛି ଏତିକି- ତବ ରାଜିବଚରଣୁ ଯାହା ହେଉଛି ମେଲାଣି ।ହରି ! ଏହି ମୋ ମିନତି- ଜନ୍ମେ ଜନ୍ମେ ଯେହ୍ନେ ତବ ପଦେ ଥିବ ମତିସର୍ବଜୀବ- ଗତିଦାତା ତୁମ୍ଭେ- ନାହିଁ ଭୟ କୃତାନ୍ତ ଦଣ୍ଡକୁ ।ମୃତ୍ୟୁକାଳେ ଯା’ ନାମ ସ୍ମରଣ କଲେ ପ୍ରାଣୀ ନମାଡ଼ଇ ଜନ୍ତୁପତି ସୀମା ।ତାକୁ ସମ୍ମୁଖରେ ଦେଖି, ବୀରଧର୍ମ ପାଳି ମୁହିଁ ରଣଭୂମେ ତେଜୁଛି ଜୀବନ ।କି ସାଧ୍ୟ ଯମର ସେହୁ ଦଣ୍ଡିବ ପକାଇ ମୋତେ ଅନନ୍ତ ନରକେ ?ଗୀତ- (ଧୀରେ ଘେନ ଧୀରେ...ବୃତ୍ତେ)ହେ ନନ୍ଦ-ନନ୍ଦନ ବଂଶୀଧାରୀ ! ସଂସାର ସୁଖ ମୋ ଗଲା ସରି,ପରଲୋକେ ସଖା ଦେବୁ ମୋତେ ଦେଖା, ଭବାର୍ଣ୍ଣବେ ତୋର ନାମ ଲଭିତରିଯାନ୍ତି ପ୍ରାଣୀ, ଧରି ତୋ ନାମକୁ ବଂଶୀପାଣି ।୧।ନଦେଖିଲି ଧର୍ମଙ୍କର ମୁଖ, ରହିଲା ଏତିକି ମନେ ଦୁଃଖନଦେଖିଲି ମାତ କୁନ୍ତୀଙ୍କ କୁନ୍ତୀଙ୍କ ବଦନ ନଶୁଣିଲା ଶ୍ରୁତି ସୁରଡାକଭାଇ ବୃକୋଦର ! ସୁଭଦ୍ରାକୁ ନକରିବ ହତାଦର ।୨।ବିଧବା-ବଧୂ ବିରାଟଜେମା, ଦୋଷ କଲେ ଦେଉଥିବ କ୍ଷମାବାମାଗଣେ ଶୁଭେ ପାଳୁଥିବ ଭାଇ ପାରିକରାଇ ଏ ଶୋକସୀମା,କହି ମିଠାକଥା, ତାଙ୍କ ଚିତ୍ତରୁ ତୁଟାଇଦେବ ଚିନ୍ତା ।୩।ଆହେ ଗୁରୁ ଦ୍ରୋଣାଚାର୍ଯ୍ୟ, ଶିଷ୍ୟ ଶିରେ ଦିଅ ପଦରଜହେ ମାନଗୋବିନ୍ଦ କର ଆଶୀର୍ବାଦ ଛନ୍ଦ ତେଜି ଭୁଞ୍ଜ ନିଜ ରାଜ୍ୟମୋର ଭ୍ରାତା ଚାରି, ତାଙ୍କୁପର ନମଣିବ ଦଣ୍ଡଧାରୀ ।୪।ସାକ୍ଷୀ ଥାଅ ଇନ୍ଦ୍ର ବ୍ରହ୍ମା ହର, ହେ ଚନ୍ଦ୍ର ବରୁଣ ଦିବାକରଅଷ୍ଟବସୁ ନବଗ୍ରହ ଦିଗପାଳେ ଅନଳ ଅନୀଳ ପାରାବାର,ନଦୀନଦ ଗିରି, ବୃକ୍ଷଲତା ଗୁଳ୍ମ ତୃଣ ଆଦିକରି ।୫।ଆକାଶ ପାତାଳ ବସୁମତି, ଯକ୍ଷ ରକ୍ଷ ନର ନାଗ ଯତିଦେଖ ସତ୍ୟ ପାଳି ମରୁଛି ଅର୍ଜ୍ଜୁନ କ୍ଷତ୍ରିୟ ପ୍ରତିଜ୍ଞା ଚିତ୍ତେ ଚିନ୍ତିଭାଷେ ବଇଷ୍ଣବ, ମନୁ ମୂରୁଛିବ ନାହିଁ ରାଧାମାଧବ ।୬।ନାରାୟଣ ! ନିଅ ଏ ଗାଣ୍ଡୀବ ଶରାସନ, ସରିଅଛି କାର୍ଯ୍ୟ ମୋର ଏଥୁ ।ରେ କାର୍ମୁକ ! ଦୁଃଖ କିଛି ନକରିବୁ ମନେ ତୋତେ ତେଜିଗଲି ବୋଲି ।ତୋତେ ସଦା କରିଣ ଧାରଣ କେତେ କେତେ ବିପଦରୁ ରଖିଲି ଏ ପ୍ରାଣ ।ମହା ମହା ରଣେ ମୋତେ କରିଛୁ ସାହାଯ୍ୟ ।ସ୍ୱର୍ଗେ ନିବାତକବଚ ମାରି ଅରଜିଛୁ ଯଶଶଙ୍କରଙ୍କୁ କରିଛୁ ପରାସ୍ତବନସ୍ଥଳେ ଉଡ଼ିଯାଉଥାଏ ତା’ର ପ୍ରାଣ ।ତୋ ଯୋଗେ ଗାଣ୍ଡିବୀ ନାମ ଅର୍ଜ୍ଜୁନର ଅଟେ ।ଅଗ୍ନିଦତ୍ତ ତୁହିଁରେ ଗାଣ୍ଡୀବ,ଆଜି ରଣେ କାହିଁପାଇଁ ଦେଲୁ ପରାଭବ ?କି ହେବ ଭାବିଲେ ସେଇ କଥାରେ ଅକ୍ଷୟତୂଣ, ତୋତେ ତ୍ୟାଗ କଲି ଆଜି ଗାଣ୍ଡୀବ ସହିତେ ।ହରି ! ନମି ସମସ୍ତଙ୍କୁ ଏବେ ପଶୁଛି ଅନଳେ,ପ୍ରଜ୍ୱଳିତ ହୋଇ ଅଗ୍ନି ଜଳେ ।ଶ୍ରୀକୃଷ୍ଣ- ଅର୍ଜ୍ଜୁନ ! ମୃତ୍ୟୁକାଳ ଉପସ୍ଥିତ ହେବାରୁ କି ହେଉଅଛୁ ବୁଦ୍ଧି-ଭ୍ରଷ୍ଟ ତୁହି ?ଗୀତ- (କେ ରକ୍ଷା କରିବ....ବୃତ୍ତେ)ରେ ଗାଣ୍ଡିବୀ, ଧର କରେ ଗାଣ୍ଡୀବ କୋଦଣ୍ଡ ତୋରରାଣ୍ଡ ସ୍ତିରୀପରି ଦଶା ନ ବହର ବୀରବର ।ପଦ ।ସେହି ଭୂଷଣ ତୋହରି, ତେଜୁ ତାକୁ କେଉଁପରି,ହେଜି କି ପାରୁଚୁ ଭାବ ସଧବା ରମଣୀଙ୍କର ।୧।ଅନଳେ କଲେ ପ୍ରବେଶ, ହୁଅନ୍ତି ନାନା ସୁବେଶ,କରେ ନାଇ ସୁନାଚୁଡ଼ି ମୁଣ୍ଡରେ ମଣ୍ଡି ସିନ୍ଦୂର ।୨।ବୀର ଯେବେ ସ୍ୱଇଚ୍ଛାରେ, ମରଣ ବରଣ କରେଝାସେ ନିଜ ଅଙ୍ଗ ତାରେ ଅଙ୍ଗେ ବହି ଅସ୍ତ୍ରଭାର ।୩।ଯେବେ ମୋ ବଚନ ମାନ, ଧର କରେ ଧନୁ ତୁଣ,ବଇ କହେ ଇନ୍ଦ୍ରସୁନୁ ନିଜ ପଥ ଅନୁସର ।୪।ଅର୍ଜ୍ଜୁନ- ଲଙ୍ଘି କେ ପାରିବ ତବ ବାକ୍ୟ ।ପ୍ରକୃତରେ ସଧବାନାରୀ ଆଭରଣ ଯେଉଁପରିବୀରର ତେସନ ଅଳଙ୍କାର ଅସ୍ତ୍ରଶସ୍ତ୍ର ।ରମଣୀ ଯେମନ୍ତେ ପତିବ୍ରତେ ବ୍ରତୀ ହୋଇ ପଶନ୍ତି ଅନଳେ,ବୀରର ଅଟଇ ଧର୍ମ ଜାଣିଛି ସେପରି ଦୃଢ଼ବ୍ରତ ।ଜଗନ୍ନାଥ, ମାନି ଶ୍ରୀମୁଖବଚନଏ ବେଶ ଗାଣ୍ଡିବୀ ହୋଇ ଧର୍ମ କରୁଛି ପାଳନ ।ମୁହିଁ ଝାସୁଛି ଅନଳେ ।ଗୀତ- (ଚକ୍ରକେଳି...ବୃତ୍ତେ)ନମଃ ସର୍ବଭକ୍ଷ ହୁତାଶନ ହେ, ତବ ଗର୍ଭେ ଦିଅ ଦାସେ ସ୍ଥାନେ ହେ ।ଶ୍ୱେତଯଜ୍ଞେ ଘୃତ କରି ମହାର, ଲୁଦୁବୁଦୁ ବ୍ୟାଧି ହେଲା ତୋହର ।ମୁହିଁ ଖାଣ୍ଡବ ଦହିଲି ପାବକ, ଦେଲି ଔଷଧି ରୋଗ ହେଲା ମୋକ୍ଷ ।ଯେଣୁ ସନ୍ତୋଷେ ପୋଡ଼ିଲି ଖାଣ୍ଡବ, ତୋଷେ ଦତ୍ତ କଲ ଏହି ଗାଣ୍ଡୀବ ।ପୁଣି ଭୀମକୁ ଦେଇଥିଲ ବର, ସେହି ବରେ ଅଜ୍ଞାତ ଗଲା ତାର ।ଯାଜ୍ଞସେନୀ ସେହି ଯଜ୍ଞରୁ ପୁଣି, ଜନ୍ମି ହେଲା ପାଣ୍ଡବ ପାଟରାଣୀ ।ବହିଅଛି ଧନଞ୍ଜୟ ନାମକୁ, ମିତ୍ରଭାବେ ନିଅ ଧନଞ୍ଜୟକୁ ।ବୃହଦ୍ଭାନୁ କୃଷାନ ବାୟୁସଖା, ବଇଷ୍ଣବକୁ ବାରେ କର ରକ୍ଷା ।ଶ୍ରୀକୃଷ୍ଣ- ଦୁର୍ଯ୍ୟୋଦନ ! ଇହଧାମ ତେଜି ଯିବାବେଳେ ବନ୍ଧୁଜନ ବନ୍ଧୁ ସଙ୍ଗେ ଦେଖାହେବା ଅର୍ଜ୍ଜୁନର ଉଚିତ ।ସହଜେ ତ ବନ୍ଧୁ ପାର୍ଥର ଅଟଇ ଜୟଦ୍ରଥ,ତା’ ନୋହିଲେ ଶତ୍ରୁଭାବେ ଦେଖୁ ଆସି ଶତ୍ରୁର ମରଣ ।ଯାଇଣ ଭିଣୋଇକି ଡାକିଆଣ,ଦେଖା କରୁ ଅର୍ଜ୍ଜୁନ ସଙ୍ଗରେ ହେବ ଶାନ୍ତି ତା’ର ଚିତ୍ତ ।ଦେଖୁ ଦେଖୁ କେଡ଼େ ପଣ ନକଲା ବିଜୟୀ !ଏପରି ପ୍ରତିଜ୍ଞା କେହି କରିନାହିଁ କେବେ ।ଦେଖୁ ପାର୍ଥ-ମୃତ୍ୟୁ ଜୟଦ୍ରତ ଆସି ଏବେ ।ଦୁର୍ଯ୍ୟୋଧନ- ଦୁଃଶାସନ ! ଘେନିଆସ ଜୟଦ୍ରଥେ ।କହ କିମ୍ବା ଲୁଚିଛି ସେ ପଦ୍ମର ମଧ୍ୟରେ ।ଶତ୍ରୁ ତା’ର ପଶୁଛି ଅନଳେ, ଦେଖୁ ଆସି ଡୋଳେ ।ମରିଥାନ୍ତା ସେହୁ, ମରୁଅଛି ତୃତୀୟ ପାଣ୍ଡବ,ଦେଖୁ ଏତେବେଳେ ଅର୍ଜ୍ଜୁନ ନିଧନ ବେନିଡୋଳେ । (ବେଗେ ଦୁଃଶାସନର ପ୍ରସ୍ଥାନ)ଶ୍ରୀକୃଷ୍ଣ- ରହ ପାର୍ଥ ! କିମ୍ପାଇ ସେ ଚିନ୍ତା ରଖି ପଶିବୁ ଅନଳେ ?ଜୟଦ୍ରଥ ସହ କରି ଦେଖା ଶତ୍ରୁମିତ୍ର ଭାବ ଭୁଲିଯାଇଝାସ କୁଣ୍ଡେ, ନାହିଁ କିଛି କ୍ଷତି ।ଏହି ଆସୁଅଛି ଦୁଃଶାସନ ସହ ସିନ୍ଧୁପତି ।(ଦୁଃଶାସନ ଜୟଦ୍ରଥକୁ ଘେନି ପ୍ରବେଶ)ଜୟଦ୍ରଥ- ଅର୍ଜ୍ଜୁନ ! ଏବେ ପ୍ରତିଜ୍ଞା ହୋଇଛି ତ ପୂର୍ଣ୍ଣ ?ଗୀତ (ଆଜ୍ଞା ଦିଅ ଭୋଜରାଜ...ବୃତ୍ତେ)ମାରିବୁ ବୋଲି ତୁ ପରା କରିଥିଲୁ ମୋତେ ପଣରେ ପାମର ଦେଖ କା’ର ଘଟୁଛି ଆଗ ମରଣ ।ପଦ ।ପର ପାଇଁ ଯେଉଁ ଗର୍ତ୍ତ, ଖୋଳେ ଜାଣିନାହୁଁ ପାର୍ଥ !ନିଜେ ତହିଁରେ ପତିତ ହୋଇ ହରାଏ ପରାଣ ।୧।ଦନ୍ତହୀନ ଅହି ପରି, ଏକ୍ଷଣି ଦଶା ତୋହରିକିସ କରିବୁ ମୋହରି, ପୋଡ଼ୁ ତୋର ଧନୁର୍ବାଣ ।୨।ଶ୍ରୀହରି ଚରଣ ଛୁଇଁ, ଅକାରଣେ ଥିଲୁ କହି,ଏତେବେଳେ ନାହିଁକିରେ ତୋର ସେ ପୂରୁବ ଟାଣ ।୩।ଅନାଉ ଅଛୁ କିମ୍ପାଇ, ନପଡ଼ି ଅନଳେ ଡେଇଁ,ବିପ୍ର ବଇଷ୍ଣବ କହି ଧରାପଡ଼ିଗଲା ଗୁଣ ।୪।
(ଏକାଳେ ସୁଦର୍ଶନକୁ ଶ୍ରୀକୃଷ୍ଣ ଚିନ୍ତାକରନ୍ତେ ଚକ୍ର ସୂର୍ଯ୍ୟମୁଖୁ ଅନ୍ତରହେବା- ଦିବସ ପ୍ରହରେ ଥିବା ଦେଖି କୌରବସୈନ୍ୟ ମଧ୍ୟରେ ହାହାକାର ଧ୍ୱନି ଓ ଜୟଦ୍ରଥର ପଳାୟନ)
ଅର୍ଜ୍ଜୁନ- ରେ ପାମର ଜୟଦ୍ରଥ, ପଳାଉ କେଣିକି, କେଉଁଠାରେ ଲୁଚିବୁରେ ପାଜି ! ଅର୍ଜ୍ଜୁନ ବାଣମୁଖରୁ ତ୍ରାଣ ନାହିଁ ତୋର । ନର, ନାଗ, ଯକ୍ଷ, ରକ୍ଷ, ଗନ୍ଧର୍ବ, କିନ୍ନର, ନପାରିବେ କେହି ରକ୍ଷାକରି ।
ଶ୍ରୀକୃଷ୍ଣ- ଗୋଡ଼ାଅ ଗାଣ୍ଡିବୀ, ଦୁଷ୍ଟ ପଳାଉଛି କେଣେ,କହୁଥିଲା ଦୁଷ୍ଟ କେତେ ଛଳଭାଷା । (ଜୟଦ୍ରଥକୁ ଗୋଡ଼ାଇ ପ୍ରସ୍ଥାନ)ଦୁର୍ଯ୍ୟୋଧନ- ହାୟ ହାୟ... ଆଚାର୍ଯ୍ୟେ !ନପାଇବି ଭିଣୋଇକି ମୋରଥିଲା ପ୍ରହରେକ ଦିନ କେହି ନପାରିଲେ ଜାଣିକିବା ମେଘାଚ୍ଛନ୍ନ ଗଗନମଣ୍ଡଳ,ଅଦିନେ ଆସିଲା କାହୁଁ ଆକାଶରେ ମେଘ !ନାହିଁ ପବନର ସତ୍ତା, କେଉଁପରି ମିଳାଇଣ ଗଲା ବାରିବାହ ?ଆଚାର୍ଯ୍ୟେ ! ଏ କିସ ଘଟଣା କହ ନପାରଇ ବୁଝି ।ଦ୍ରୋଣାଚାର୍ଯ୍ୟ- ଦୁର୍ଯ୍ୟୋଧନ !କେ ବୁଝିପାରିବ କହ କୃଷ୍ଣର କୌଶଳଯେହୁ ମାୟାଜାଲ ଘୋଡ଼ାଇଛି ଜଗତଚକ୍ଷୁରେସେ କି ଘୋଡ଼ାଇ ନପାରେ ଏହି ସୂର୍ଯ୍ୟମଣ୍ଡଳକୁ ?ପୂର୍ବେ ମୁଁ କହିଛି ତୋତେ ରାଜା !କୃଷ୍ଣ ଥାଉ କେହ୍ନେ ଅର୍ଜ୍ଜୁନ ବିନାଶଯେଣୁ ଏକ ଆତ୍ମା ଶ୍ରୀକୃଷ୍ଣ-ଅର୍ଜ୍ଜୁନ,ତେଣୁ ସନ୍ଦେହ ହୋଇଛି ମନେ ମୋର ।ଦୁର୍ଯ୍ୟୋଧନ- ନାହିଁ କିଛି ଅସ୍ତ୍ର ଜୟଦ୍ରଥ କରେକେସନେ କରିବ ରଣ ଅର୍ଜ୍ଜୁନ ସହିତେ,ନିଶ୍ଚେ ଗଲା ଜୟଦ୍ରଥ ପ୍ରାଣନାରାୟଣ ସଙ୍ଗେ ନେଇ ପାର୍ଥ ଗୋଡ଼ାଇଛି ତାକୁପଛେ ଧାଇଁଅଛି ଭୀମ ଭୀମପରାକ୍ରମେ ।ଆଶା ନାହିଁ ଅର୍ଜ୍ଜୁନ ହସ୍ତରୁ ନିସ୍ତରିବ ସିନ୍ଧୁପତି ।ଦ୍ରୋଣ- ବତ୍ସ ଦୁର୍ଯ୍ୟୋଧନ ! ଶୁଣ କର୍ଣ୍ଣ ଡେରିତେଣେ ପଶି କୌରବଦଳରେ ମାରୁତି ମାରୁଚି ସୈନ୍ୟଗଣେ ।ଓହୋ, କେଡେ ମାୟାଧାରୀ ଜଗନ୍ନାଥ !ମାୟାକରି ଆଣି ଜୟଦ୍ରଥେ କେଡ଼େ ବଡ଼ ବ୍ୟୂହ ମୋର ବ୍ୟର୍ଥ କରିଦେଲା ।ଚାଲ ଦୁର୍ଯ୍ୟୋଧନ ! କର୍ଣ୍ଣ ଦୁଃଶାସନ ସହରକ୍ଷାକରିବା ତାଙ୍କୁ ଭୀମର ମୁଖରୁ ।
ଦୁଃଶାସନ- ଗୁରୁଦେବ ! ଦେଖି ଏହି କାଣ୍ଡ ମୁଣ୍ଡ ଭ୍ରମିଯାଉଅଛି ମୋର, ଚଳୁନାହିଁ ତିଳେ ହସ୍ତପଦ । ଅବସନ୍ନ ହୋଇଲାଣି ଅଙ୍ଗ । ହାୟ, କି ନକଲା ଗୋପାଳ ବାଳକ ! (ସମସ୍ତେ ପ୍ରସ୍ଥାନ)