ଚତୁର୍ଥ ଦୃଶ୍ୟ — ଜୟଦ୍ରଥବଧ ବା ଶକଟବ୍ୟୂହ-ଭେଦ — ବୈଷ୍ଣବ ପାଣି · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଚତୁର୍ଥ ଦୃଶ୍ୟ
(ଶବର ଶବରଣୀ ପ୍ରବେଶ)ଗୀତ- (ଭଲାଭଲାରେ ହଟକାରୀ ନାଗର...ବୃତ୍ତେ)ଶବରଣୀ- ଭଲା ଲାଗିଛି ପାଲା ରଣାଙ୍ଗନରେବୁଲୁଛନ୍ତି ଡାଙ୍କିଣୀ ପଲ-ପଲରେ ।ଶବର- ଶୂନ୍ୟେ ଘୂରିଛି ଚକ୍ର ଧୀରେ ହୋଇଣ ବକ୍ରକାଟୁଛି ଲକ୍ଷ ଲକ୍ଷ କାନ୍ଧ ଉପରୁ ବେକଗଜ ଅଶ୍ୱ ଅନେକ ରଡ଼ି ଛାଡ଼ି ପ୍ରତ୍ୟେକ୍ଷ ପଡ଼ନ୍ତି ତେଜି ପ୍ରିୟ ପ୍ରାଣରେ ।ଶବରଣୀ- ଧରମକୁ ଆଖି ଠାର ମାରି ପଞ୍ଝାଏସ୍ୱାର୍ଥ ଲୋଭେ ମାତିଛନ୍ତି ଘୋର ଅନ୍ୟାୟେ ।ଶବର- ଚଉଦ ବରଷର ଅଟେ ବାଳକବୀରତାହାକୁ କରି ଘେର ସପ୍ତରଥୀପ୍ରବର,ନେବାକୁ ଯମଘର କରୁଛନ୍ତି ବିଚାର, ତେଣୁ ଲାଗିଛି ମାୟା-ରଣରେ ।ଶବରଣୀ- ନାହିଁ ନଥିବାର ନ୍ୟାୟ ଶୁଣିଲା କାନମହାଜନ ବୁଡ଼ାଇଲେ ଧରମମାନ ।ଶବର- ହେଲା ଆସି ଅକାଳ ଫଳେ ଅନ୍ୟାୟ ଫଳଧରମ ରସାତଳ ହେଲା ହୋଇ ବିକଳତେଣୁ ସେ ଆଦିମୂଳ ବରଜି ରଣସ୍ଥଳ ଲୁଚିଲେ ଯାଇ ଦୂର ବଣରେ ।ଶବରଣୀ- ମରିବ ଅଭିମନ୍ୟୁ ନିରାଶ ହୋଇମାୟାବୀ ପ୍ରଭୁ ଛନ୍ତି ମାୟା ଭିଆଇ ।ଶବର- ଧନ୍ୟ ତାଙ୍କର ନାଟ ଧନ୍ୟ ସେ ପୀତପଟକରି କରାଏ ହଟ ଦେଖାଏ ସବୁ ବାଟଦୋଷ ଦୁହେଁ ପ୍ରଘଟ ବୁଦ୍ଧି ତାର ବିରାଟ,ସବୁ କୌଶଳ ତାର ଜାଣରେ । (ପ୍ରସ୍ଥାନ)
ପଞ୍ଚମ ଦୃଶ୍ୟ
(କୃଷ୍ଣ ଅର୍ଜ୍ଜୁନ ପ୍ରବେଶ)ଅର୍ଜ୍ଜୁନ- କହ ପ୍ରଭୁ ରୁକ୍ମିଣୀରମଣ ! ମନ କିମ୍ପା ହୁଅଇ ଅସ୍ଥିର ।ବୁଝି ତ ନପାରେ ସଖା ! କିମ୍ପା ଦିଶେ ଅଶୁଭ ଲକ୍ଷଣ ମାନ ।ଗୀତ- (ମନେପଡ଼ୁଛି ମା...ବୃତ୍ତେ)ଏହା ଫେଡ଼ି କହ ସଖା, ଏତେ ଅମଙ୍ଗଳ କିମ୍ପା ଯାଏ ଦେଖା ।ପଦ ।ଦିବସେ କିମ୍ପା କୁହୁଡ଼ି ଚାହୁଁ ଚାହୁଁ ଆସେ ମାଡ଼ିଗୃଧ୍ରବକ୍ଷୀ ଊର୍ଦ୍ଧ୍ୱଦେଶେ ଦେଉଅଛି ଚେକା ।୧।କାଳ ଫଣୀ ଫଣା ଟେକି ଗରଜେ ପଥେ କାହିଁକିବେନି ପାଶେ ନାଚନ୍ତି ଶୃଗାଳ ଦେଖ ସଖା ।୨।ପୁଣି ବାମ ନେତ୍ରକୋଣ କମ୍ପେ କିମ୍ପା ନାରାୟଣନାଚି ଉଠେ କ୍ଷଣେ କ୍ଷଣେ ମୋର ବାମ ପଖା ।୩।ଏତେ ଅମଙ୍ଗଳେ କାହିଁ ଦିନେ ମୁହିଁ ଦେଖିନାହିଁବଇଷ୍ଣବ କହି ଚିତ୍ତେ ଲାଗଇ ଆଶଙ୍କା ।୪।ଦୟାମୟ ! କଠିନ ସଂଗ୍ରାମେ ଜିଣି ନାରାୟଣୀ-ସେନାଉଡ଼ାଇଲି ବିଜୟ କେତନ ।ତଥାପି ମନରେ କିଛି ନ ଆସେ ଆନନ୍ଦଥର ଥର ଥରିଉଠେ ଛାତି, ଭରିଯାଏ ଆଖିକୋଣେ ଖାଲି ଅଶ୍ରୁଜଳ ।ତୁମେ ତ ସକଳ ଜାଣ ଅନ୍ତରର ଗୋପନ କାହାଣୀ ।ତେଣୁ ପଚାରଇ ଦୁଃଖ- ଘଟିଛି କି ଅମଙ୍ଗଳ ପାଣ୍ଡବ ଶିବିରେ ?
ଶ୍ରୀକୃଷ୍ଣ- ଧନଞ୍ଜୟ ! ବିବେକୀପ୍ରବର ତୁମେ ଅକଳଙ୍କ ଯୋଦ୍ଧା
ଜାଣନା କି ମଙ୍ଗଳ ଆଉ ଅମଙ୍ଗଳ ବେନି ସହୋଦର ।
ଖରାଛାଇ ଖେଳପରି ଖେଳନ୍ତି ଶୟଳେ ।
କେବେ ଜିଣେ ଅମଙ୍ଗଳ, କେବେ ବା ମଙ୍ଗଳ,
କେହି କହି ନପାରିବ ସେ ଦୁହିଁଙ୍କ କଥା ।
ତଥାପି ତ ଆମ୍ଭେ ଆସି ହେଲୁଣି ପ୍ରବେଶ ନଗର ନିକଟେ ।
ଆଉ କିଛି ବେଳପରେ ସବୁ ଯିବ ଜଣା ।
ଅର୍ଜ୍ଜୁନ- ଚାଲ ସଖା ! ନ କର ବିଳମ୍ବ । ମନ ମୋର ହୁଏ ଛନ୍ନଛନ୍ନ ।
ଶ୍ରୀକୃଷ୍ଣ- ଚିନ୍ତା ତେଜ ପାର୍ଥ ! ନିକଟ ହେଲାଣି ଆସି ବାରୁଣାନଗର ।
ଦଣ୍ଡକରେ ଜଣାଯିବ ସବୁ ଭଲ ମନ୍ଦ ।
ବିଳମ୍ବ ନକରି ଚାଲ ଶିବିରକୁ ତ୍ୱରା । (ଉଭୟ ପ୍ରସ୍ଥାନ)
ଷଷ୍ଠ ଦୃଶ୍ୟ
(ରକ୍ତାକ୍ତ ଅବସ୍ଥାରେ ଅଭିମନ୍ୟୁ ପ୍ରବେଶ- ହସ୍ତରେ ଭଙ୍ଗା ରଥଚକ)ଅଭିମନ୍ୟୁ- ମୃତ୍ୟୁପଥଯାତ୍ରୀ ମୁହିଁ ନିରସ୍ତ୍ର କ୍ଷତ୍ରିୟ । ବିରଥୀ କରିଛନ୍ତି କଉରବେ ମୋତେ ।ତଥାପି ମୁଁ ଚାହେଁ ରଣ । ମିଳିଛି ହସ୍ତରେ ଏକ ଭଗ୍ନ ରଥଚକ୍ର,ଏହା ଘେନି କରିବି ସମର, ନମରିବି ଭୀରୁପରି ।ଅର୍ଜୁନନନ୍ଦନ ମୁହିଁ ଯଶ ରଖି ନେବି ରଣମୃତ୍ୟୁ ।ରେ ରେ କୌରବ-କୁଳ-କଳଙ୍କ ମାନୀ ଦୁର୍ଯ୍ୟୋଧନ,ଆସ ଘେନି ସଙ୍ଗେ ସପ୍ତରଥୀ-ଆସୁ ଦୁଃଶା ଅଧର୍ମର ପୂର୍ଣ୍ଣ ଅବତାର ।ଦେଖୁ ନେତ୍ରେ ମୃତ୍ୟୁପଥଯାତ୍ରୀ ବାଳକର ରଣ ।ଦୁଃଶାସନ- (ଦ୍ରୁତ ପ୍ରବେଶି) ରହ ରହ କାଳରୂପୀ ସୁଭଦ୍ରାନନ୍ଦନ !ଯିବୁ କାହିଁ ? ନାଶିବୁ କାହାକୁ ଅବା ଭଗ୍ନ ଚକ୍ର ଧରି ।ଠିଆ ହୁଅ, ରଣ କର ଦୁଃଶାସନ ସଙ୍ଗେ ।ଅଭିମନ୍ୟୁ- ଲଜ୍ଜାହୀନ କୁରୁବୀର ! ନିତାନ୍ତ ପାଷଣ୍ଡ ତୁମେତୁମ ମୁଖେ ନସାଜଇ ବୀରତ୍ୱ ବଡ଼ିମା ଅସ୍ତ୍ରହୀନ ସାହାଶୂନ୍ୟ ବାଳକ ନିକଟେ ।ବାରମ୍ବାର ଲଭି ପରାଜୟ, ବରଜିଣ ନ୍ୟାୟ ଧର୍ମଏକରଥୀ ସଙ୍ଗେ ଲଢ଼ୁଅଚ ସାତଗୋଟା ରଥୀତଥାପି ବୀର ବୋଲିଣ କରୁଅଛ ଗର୍ବ ?
ଦୁଃଶାସନ- ତୁନିହୁଅ ନିର୍ଲଜ୍ଜ ବାଳକ ! ଛୋଟ ମୁଖେ ବଡ଼କଥା ନକର ପ୍ରକାଶ । ଧାଇଁଆସ ଗୁରୁ ଦ୍ରୋଣ, କର୍ଣ୍ଣ, ଅଶ୍ୱତ୍ଥାମା, କୃପାଚାର୍ଯ୍ୟ, ଶଲ୍ୟ ଆଦି ମହାରଥିଗଣ !
ମହାଭୟଙ୍କର ଏହି ସୁଭଦ୍ରାନନ୍ଦନରଥଚକ୍ର ଘେନି ନାଶେ କୌରବ ବାହିନୀ ।ଆସ ଆସ ସର୍ବେ ନକରି ବିଳମ୍ବବିନାଶ କରିବା ୟାକୁ ପଶୁ ପରକାରେ ।ସପ୍ତରଥୀ- (ପ୍ରବେଶି ଘେରିଲେ) ମାର ମାର ମାର ।ନ୍ୟାୟ ଧର୍ମ ତ୍ୟାଗ କରି ହତ୍ୟାକର ।କାଳରୂପୀ ବାଳକ ଏ ନୁହେଁ ଛାଡ଼ିବାର । (ଯୁଦ୍ଧକରି ସମସ୍ତେ ପ୍ରସ୍ଥାନ)ଅଭିମନ୍ୟୁ- (ପ୍ରବେଶି) ଓଃ ନାରାୟଣ, ପିତା !ଥରେ ଦଖ ଆସି ସନ୍ତାନର ଶେଷଦୃଶ୍ୟ ।ଅସ୍ତ୍ରହୀନ, ସାହାଶୂନ୍ୟ ଏକାକୀ ବାଳକ;ତଥାପି ମୂର୍ଖ କୌରବେ ନକରନ୍ତି ଦୟା ।ଏକ ବାଳକକୁ ବେଢ଼ି ସାତଗୋଟା ରଥୀବାରମ୍ବାର ହାରି ପୁଣି କରନ୍ତି ସଂଗ୍ରାମ- ଓଃ ନାରାୟଣ, ନାରାୟଣ !ଦୁଃଶାସନ- ନାରାୟଣର ପାର୍ଥ ସଙ୍ଗେ ଯାଇଅଛି ଦୂରେ ।ଡାକିଲେ ଆସିବ ନାହିଁ ଦେବାକୁ ସାହାଯ୍ୟ !ଆସ ମୂର୍ଖ ! ମୃତ୍ୟୁପାଇଁ ହୁଅରେ ପ୍ରସ୍ତୁତ ।ଅଭିମନ୍ୟୁ- ପ୍ରସ୍ତୁତ ମୁଁ ସଦା । ନୁହେଁ ପରାଙ୍ମୁଖ କେବେ ମରଣଭୟରେ ।ନିରସ୍ତ୍ର ମୁଁ, କରୁଛି ପ୍ରାର୍ଥନା ମାତ୍ର ଅସ୍ତ୍ରଖଣ୍ଡେ ପାଇଁ ।ଦୁଃଶାସନ- ଦେବୁନାହିଁ ଅସ୍ତ୍ରରେ ପାମର !ନିରସ୍ତ୍ରେ ବଧିବି ତୋତେ ପଶୁସମ ଆଜି । (ଗଦାରେ ପ୍ରହାର, ଅଭିମନ୍ୟୁର ପତନ)ଅଭିମନ୍ୟୁ- (ବିକଳରେ) ମା, ମା ! ପିତା, ପିତା ! ନାରାୟଣ !ନା...ରା...ୟ...ଣ । ପାଣି... ପାଣି । (ମୃତ୍ୟୁ)
ଶେଷ ଦୃଶ୍ୟ
(ଯୁଧିଷ୍ଠିର, ଭୀମ, ନକୁଳ ବସିଥିଲେ ଅଶ୍ରୁନେତ୍ରରେ ମ୍ରିୟମାଣ ହୋଇ । ପ୍ରବେଶ କଲେ ଅର୍ଜ୍ଜୁନ ସଙ୍ଗରେ ଶ୍ରୀକୃଷ୍ଣ)ଅର୍ଜ୍ଜୁନ- ଧର୍ମରାଜ ! ପ୍ରଣାମ ଚରଣେ ।ଯୁଧିଷ୍ଠିର- ଆରେ ଅର୍ଜ୍ଜୁନ ! ଭଲରେ ଫେରିଲେ ତ ଯଦୁପତି ?
ଅର୍ଜ୍ଜୁନ- ଆପଣଙ୍କ ଆଶୀର୍ବାଦରୁ ନାରୟଣୀସେନା ଧ୍ୱସଂକରି ଖୁବ୍ ଭଲରେ ଫେରିଲି ଅଗ୍ରଜ ! କିନ୍ତୁ ତୁମେମାନେ ଏପରି ବିଷାଦିତ କାହିଁକି ?
ଗୀତ- (ଆହେ ପ୍ରାଣପତି କରି ଏହି ବିନତି...ବୃତ୍ତେ)ହେ ଅଗ୍ରଜ, ଆଜି କିମ୍ପାଇ ରହିଅଛ ସର୍ବେ ମଉନ ହୋଇ,ନୀରଜନୟନୁ ନୀରଧାର ଯାଉଅଛି ବହି ହେ ।ପଦ ।କୁରୁରାଜ ଦୁର୍ଯ୍ୟୋଧନ ଦେଇଛି କି ଅପମାନ,ମୋତେ କହ ବହନ ଚାହିଁଲେଭାଇମାନଙ୍କୁ ହୃଦୟ ହୁଅଇ ଦହି ।୧।କିମ୍ପା ନଅର ଭିତରେ, ଅବକାକୁଳକାତରେ କରୁଛନ୍ତି କ୍ରନ୍ଦନ, ଭାଇ ବୃକୋଦର,ମୋର ଅଭିମନ୍ୟୁ ଅଛି କାହିଁ ।୨।ଡାକି ଡାକି ବାପା ବାପା, ଧାଇଁଆସୁନାହିଁ କିପାଁ,କିବା ଯାଇଅଛି ଖେଳତ, ଅଳିକରନ୍ତା ପାଖରେକାଖେ କାଖ ହେବା ପାଇଁ ।୩।ଫିଟୁନାହିଁ କାହା ତୁଣ୍ଡ, କେଶବ ଏ କାହା କାଣ୍ଡ,ଭ୍ରମିଯାଉଅଛି ମୁଣ୍ଡ, ବଇଷ୍ଣବ ଭାଷେମୋତେ କିଛି ବୁଦ୍ଧି ନଦିଶଇ ।୩।କହ ଭ୍ରାତାଗଣ ! କାହିଁ ଅଭିମନ୍ୟୁ ମୋର ?ଦେଖାଯାଉନାହିଁ କିପାଁ ତା ମୁଖଲାବଣ୍ୟ ?ଯୁଧିଷ୍ଠିର- କି ଦେବି ଉତ୍ତର ପାର୍ଥ ! ନ ସ୍ଫୁରେ ବଚନ ।ଭାଗ୍ୟହୀନ ମୁହିଁ; ମୋର ଯୋଗେ ତୁମ୍ଭେମାନେ ଭୋଗିଲ କଷଣ ।ନମଲି କିପାଁ ମୁଁ, କେଉଁ ରାଜଭୋଗ ଯୋଗେ ରହିଲି ଜୀବିତ । (କାନ୍ଦିବା ଆରମ୍ଭ)ଅର୍ଜ୍ଜୁନ- ହେ ମଧ୍ୟମଭ୍ରାତଃ ! କିମ୍ପା ନଦେଇ ଉତ୍ତରନୀରବେ ରହି ନୟନୁ ଢାଳ ଅଶ୍ରୁବାରି ?ଦେଖି ଦୁମ୍ଭମାନଙ୍କର ଏ ଦାରୁଣ ଦଶାଶତଶର ସମ ବୁକେ ବିଦ୍ଧ ହୁଏ ଚିନ୍ତା ।ଭୀମ- କି କହିବି ପାର୍ଥ ମୁହିଁ ତୋତେ ।ନିୟତିର ପ୍ରତିକୂଳ ହେତୁ ପାଣ୍ଡବେ ଜୀବିତ ଥାଇ ଲଭିଛନ୍ତି ମୃତ୍ୟୁ ।ଗୀତ-(ଆଜି ଚଣ୍ଡାଳ ଗାଳିଦେବ...ବୃତ୍ତେ)କି କହିବି ମୁହିଁ ତୋତେ ପାର୍ଥରେ, ସେ ଚରିତ ଯାହା କଲା ପାପିଷ୍ଠ ଜୟଦ୍ରଥରେ ।୧।ପାଣ୍ଡବ ଆଶା ତରଣୀ ବୁଡ଼ାଇଲା କୁରୁମଣି ବୁହାଇଲା ନିର୍ଦ୍ଦୟ ମରୁତରେ ।୨।ଏଡ଼େ ପାଷାଣ ତା’ ହିଆ, ତିଳେ ନାହିଁ ଦୟାମାୟା, ଅଟେ କୁରୁକୁଳର କୃତାନ୍ତରେ ।୩।ମୂଳରୁ ହାଣିଲା ତରୁ ସର୍ବେ ମନା କରୁ କରୁ, ରକ୍ଷାକରି ଚକ୍ରବ୍ୟୂହ ପଥରେ ।୪।ବଇଷ୍ଣବ ରସେ କହି ଗଲୁ ଆମ୍ଭେ ଚାରିଭାଇ ସମସ୍ତଙ୍କୁ କରିଲା ପରାସ୍ତରେ ।୫।ଧନଞ୍ଜୟ ! ପାଷଣ୍ଡ ସିନ୍ଧୁନୃପତି ହୋଇଲା କଣ୍ଟକରଣେ ଜିଣିନପାରିଲୁ ତାକୁ ।ବ୍ୟୂହମଧ୍ୟେ ଏକମାତ୍ର ଥିଲା ଅଭିମନ୍ୟୁ ।ସପ୍ତରଥୀ ମିଳି ତାକୁ ଅନ୍ୟାୟ ସମରେ ଦେଲେ ରଣ-ମୃତ୍ୟୁ ।ଅର୍ଜ୍ଜୁନ- ରଣମୃତ୍ୟୁ !! ହା ପୁତ୍ର, ହା ପୁତ୍ର ଅଭିମନ୍ୟୁ...(କାନ୍ଦି କାନ୍ଦି ପଡ଼ିଯାଉଥିଲେ)ଶ୍ରୀକୃଷ୍ଣ- (ଅର୍ଜ୍ଜୁନକୁ ତୋଳିଧରି) ଧୈର୍ଯ୍ୟଧର ସଖା ସବ୍ୟସାଚୀ !ମଲା ଗଲା ସଂସାରେ ଅଚିର ସକଳକେବା ପିତା ? କେ ଅଟଇ ପୁତ୍ର ?କେ ଅଟଇ ଜ୍ଞାତିବନ୍ଧୁ ଭ୍ରାତା ଭଗ୍ନୀ ପ୍ରିୟ ।ସବୁ ମିଛ ମାୟା-ମରୀଚିକା ସମଖାଲି ନାଚୁଛି ଆଖିରେ ମୋର, ମୋର, ମୋର...ମରଣଶୀଳ ଜଗତେ ନୋହେ କେ ଅମର ।ଗୀତ- (ଆହା କୁମୁଦିନୀ କେତେ ସୁନ୍ଦରୀ..ବୃତ୍ତେ)ସଖା ଉଠ ଉଠ ଆଉ କାନ୍ଦନା ।ବୀରଧର୍ମ କର ପାଳନ, ଆଉ ନିଜ କରମକୁ ନିନ୍ଦନା,ମର୍ତ୍ତ୍ୟେ କେ ନୋହେ ଅମର ।ପଦ ।ଧର ଗାଣ୍ଡୀବ ଧନୁ, ଖାଣ୍ଡବଦାହୀ ପ୍ରଚଣ୍ଡତେଜେ ବିନାଶ ମୂଢ଼େ ।ତାକୁ କେମନ୍ତେ ଦ୍ରୋଣ କରିବତ୍ରାଣ ତାର ସାହସ କେଡ଼େ ।କରି ପ୍ରତିଜ୍ଞା କୁରୁସମରେ ପଶଦୁରାଚାର ଜୟଦ୍ରଥ ପ୍ରାଣେ ନାଶ ।ରଖ କ୍ଷିତିରେ କୀର୍ତ୍ତିଅଶେଷ (ଆଉ) ନଫେରିବ କୁମର ତୋର ।୧।କେତେ ଦାରୁଣ ଶିଶୁପରାଣ ରଣେନାଶିଲେ ଦୁଷ୍ଟ କୌରବବଳେ ।ତେଜି ମମତା, ନିଜ କ୍ଷମତା ପରକାଶିଲେ ଏକାବେଳେ ।ଯେବେ କ୍ଷତ୍ରିୟ ରକତ ଥିବୁ ପାଇ,ପୁତ୍ରହନ୍ତା ପ୍ରତିଶୋଧ ନେବୁ ତୁହି ।ଉଠ ବେଳ ଯାଉଅଛି ବହି, ବିପ୍ର ବଇଷ୍ଣବ ଚିର ।୨।ତ୍ୟାଗକର ଚିନ୍ତା ମନୁ ପ୍ରିୟ ସଖା ମୋରଆୟୁଷ ପୂରିଲେ ପ୍ରାଣୀ ଲଭଇ ମରଣ,ତଥାପି ଦୁଷ୍ଟ କୌରବ କାରଣ ଏଥିର ।କରିଣ କୂଟ କପଟ ଅନ୍ୟାୟ ଅଧର୍ମ, ବିନାଶିଲେ ଅଭିମନ୍ୟୁ ପ୍ରାଣ ।ତବ ପ୍ରାଣେ ଛେଚି ଶତବଜ୍ର, ଦେଲେ ଦାରୁଣ ଅନୁଶୋଚନା ପାଞ୍ଚି ଖଳବୁଦ୍ଧିସେଥିପାଇଁ ନହୁଅ ଅଧୀର-ବୀର ତୁମେ ଅକଳଙ୍କ ଯୋଦ୍ଧାଆକର୍ଷଣ କର ଆଣ୍ଟେ କାର୍ମୁକ ଗାଣ୍ଡୀବ ହୁଅ ପଣବଦ୍ଧ ।ଯାହା ଯୋଗେ ଆଜି ପାଣ୍ଡବଙ୍କ କୁଳ ଗଲା ବୁଡ଼ି ।ସେହି ଆତତାୟୀ ଦଳେ ନରଖି ଦୟାମାୟାଧ୍ୱଂସକର, ଖାଣ୍ଡବ ଧ୍ୱଂସିଲା ପରି ବୀରତ୍ୱ ବିକ୍ରମେ ।ଅର୍ଜ୍ଜୁନ- (ଆଶ୍ୱସ୍ତ ହୋଇ) ଦୟାମୟ !ଭୁଲିନପାରିବି ଆଉ କାଳକୂଟ ବିଷଜ୍ୱାଳାଭୁଲିନପାରିବି ମନୁ ପୁତ୍ରହନ୍ତାଦଳେ ।ସ୍ପର୍ଶୀ ତବ ଚରଣ ରାଜିବ, କଲି ପଣଲେଖିରଖ ଲୌହର ଫଳକ ଘେନିପ୍ରସ୍ତର ବୁକୁରେ ଗାଣ୍ଡୀବ କାର୍ମୁକ ଯୋଖି ସୁତୀକ୍ଷ୍ଣ ମାର୍ଗଣ,ତୁଳାକରି ଉଡ଼ାଇବି ପୁତ୍ରହନ୍ତାଦଳେ ।(ଗୀତ)ଆହା ଅଭିମନ୍ୟୁ, ଭୁଲିବିକି ମନୁ, ପିଣ୍ଡେ ପ୍ରାଣ ଥାଉ ତୋତେ । ଆହା ବତ୍ସରେ !ଦୁଷ୍ଟ ଜୟଦ୍ରଥ ଦେଲୁ ଏଡ଼େ କଷ୍ଟ ଅନ୍ୟାୟେ ବିନାଶି ସୁତେ । ଆହା ବତ୍ସରେ !!ରେ ପାଷଣ୍ଡ ତୋର ନାହିଁରେ ନିସ୍ତାର ଅର୍ଜ୍ଜୁନ ବାଣମୁଖରୁକାଲି କେଉଁଠାରେ ଲୁଚାଇବ ନେଇ ଦେଖିବି ସେ ଦ୍ରୋଣ ଗୁରୁ । ଦୁଷ୍ଟ ଜାଣିଥା ।ଆହେ ପଦ୍ମଆଖି ଥାଅ ତୁମେ ସାକ୍ଷୀ ଛୁଉଁଛି ଗାଣ୍ଡୀବ ଧନୁକାଲି ଜୟଦ୍ରଥ ଜୀବନ ନାଶିବି ଅସ୍ତ ନ ହେଉଣୁ ଭାନୁ । ହରି ଶୁଣ ହେ ।ବ୍ରହ୍ମା ଇନ୍ଦ୍ର ଚନ୍ଦ୍ର ବରୁଣ କୁବେର ନର ନାଗକୁଳ ଯେତେଦେଖ ମୋର ପଣ ପଶୁପକ୍ଷୀଗଣ ବିନାଶିବି ଜୟଦ୍ରଥେ । ସର୍ବେ ଶୁଣିଥା ।ଛୁଇଁ ତବ ପାଦ କହୁଚି ଗୋବିନ୍ଦ, ଜୟଦ୍ରଥ ପ୍ରାଣ ନେବି,ନମାରିପାରିଲେ ସୂର୍ଯ୍ୟେସ୍ତ ପୂର୍ବରୁ ନିଜେ ଅନଳେ ପଶିବି । ହରି ଶୁଣ ହେ ।ଛେଦିଲେ ତୋ ଶିର ପୁତ୍ରଶୋକ ମୋର ଦୂର ହୋଇଯିବ ଜାଣଅଭିମନ୍ୟୁ-ବଧ ନେବି ପ୍ରତିଶୋଧ ଭଣେ ବୈଷ୍ଣବ ଚରଣ । ଜନେ ଶୁଣିମା ।(ସମସ୍ତଙ୍କର ପ୍ରସ୍ଥାନ)
ଦ୍ୱିତୀୟ ଅଙ୍କ
ପ୍ରଥମ ଦୃଶ୍ୟ
(ଦ୍ରୋଣ-ଶିବିର-ଦୁର୍ଯ୍ୟୋଧନ ସହ ଦ୍ରୋଣାଚାର୍ଯ୍ୟଙ୍କ ପାଶେ ଜୟଦ୍ରଥର ପ୍ରବେଶ)ଜୟଦ୍ରଥ- (ଦ୍ରୋଣ ପାଦ ଧାରଣ କରି) ରକ୍ଷାକର ଗୁରୁଦେବ !ଅଧମ ହତଭାଗ୍ୟ ଜୟଦ୍ରଥକୁ ରକ୍ଷାକର ।
ଦ୍ରୋଣ- ସିନ୍ଧୁରାଜ ! ଏତେ ଅଧୈର୍ଯ୍ୟ କାହିଁକି, ମୁଁ ତାର କାରଣ କିଛି ଜାଣିପାରୁନାହିଁ । କଅଣ ଘଟିଲା ତା ମୋ ନିକଟରେ ପ୍ରକାଶ କର, ତେବେ ଯାଇ ସିନା ରକ୍ଷାର ଉପାୟ ନିର୍ଦ୍ଧାରଣ କରିବି ।
ଜୟଦ୍ରଥ- ଆଚାର୍ଯ୍ୟେ ! ଯାହା ଯାହା ଅଦ୍ୟ ସନ୍ଧ୍ୟା ପୂର୍ବରୁ ପାଣ୍ଡବ ଶିବିରରେ ଘଟିଲା, ତାହା ମନେପଡ଼ିଲେ ଏକାବେଳକେ ମୋର ବାକ୍ୟରୁଦ୍ଧ ହୋଇଯାଇଛି । ମୋର ଆଉ ବଞ୍ଚିବାର ଆଶା ନାହିଁ ।
(ଗୀତ)ଆଚାର୍ଯ୍ୟ ଯିବ ଏ ଜୀବନ,ନ କରିଲେ ରକ୍ଷା, ହେଲି ମୁଁ ଅରକ୍ଷ, ଭବନ ଲାଗଇ ବନ ।ପଦ ।ନାରାୟଣୀସେନା ବିନାଶି, ନାରାୟଣ ସଙ୍ଗତେ ଆସି ।ଶୁଣି ସୁତବଧ ମନେ ବହି କ୍ରୋଧ ପ୍ରତିଜ୍ଞା କଲା ଅର୍ଜ୍ଜୁନ ।୧।ଅଭିମନ୍ୟୁ ମଲା ମୋ ଯୋଗେ, ଭୀମ ଏହା କହନ୍ତେ ରାଗେ ।କାଲି ସୂର୍ଯ୍ୟ ଅସ୍ତ ନୋହୁଣୁ ମାରିବ ଛୁଇଁଅଛି ଶରାସନ ।୨।ଧରି ଶ୍ରୀକୃଷ୍ଣଙ୍କ ଚରଣ, ହୃଷ୍ଟମନେ କରିଲା ପଣ ।ରବି ଅସ୍ତ ହେଲେ ନ ନାଶି ପାରିଲେ ପଶିବ ସେ ହୁତାଶନ ।୩।ସପ୍ତରଥୀ କଲେ ସମର, ସବୁ ଦୋଷ ହୋଇଛି ମୋର ।ବଇଷ୍ଣବ ଭାଷ କରିବି ମୁଁ କିସ ଉପାୟ ବତା ବହନ ।୪।
ଦ୍ରୋଣ- ସିନ୍ଧୁରାଜ ! ମୋତେ ତୁମ୍ଭେ ଏତ ବ୍ୟସ୍ତ କରନାହିଁ । କିନ୍ତୁ ଅର୍ଜ୍ଜୁନ ସମକକ୍ଷ ଯୋଦ୍ଧା କୌରବ ପକ୍ଷରେ ଜଣେ ସୁଦ୍ଧା କେହି ନାହିଁ, ଯେ କାଲି ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ତୁମ୍ଭଙ୍କୁ ରକ୍ଷାକରି ନନ୍ଦିଘୋଷକୁ ବାଧାଦେବ । ତେବେ ତୁମ୍ଭ ପ୍ରାଣରକ୍ଷା ନିମନ୍ତେ ମୁଁ ଯଥେଷ୍ଟ ଯତ୍ନ କରିବି- ତେଣିକି ତୁମ୍ଭର ଅଦୃଷ୍ଟ ।
ଦୁର୍ଯ୍ୟୋଧନ- ଗୁରୁଦେବ ! ଏକଥା କହନାହିଁ । ମୋର ଭଗ୍ନୀ ଦୁଃଶୀଳା କି ଏ କାଳରେ ବୈଧବ୍ୟ ଦଶା ଭୋଗିଲେ ତୁମ୍ଭଙ୍କୁ ସୁନ୍ଦର ଦିଶିବ ? କିନ୍ତୁ ଆଜିର ମାନ ଯେପରି କାଲି ଯୁଦ୍ଧରେ ନଷ୍ଟ ନହେଉ । ଆଚାର୍ଯ୍ୟେ ! ତୁମ୍ଭ ପାଦ ଧରୁଛି, କାଲି ଯେପରି ହେଉ ଜୟଦ୍ରଥକୁ ରକ୍ଷାକର । ତୁମ୍ଭର ବାହୁ ଏକା ଦୁର୍ଯ୍ୟୋଧନର ଏ ରଣରେ ପ୍ରଧାନ ସମ୍ବଳ । ଏତେବେଳେ ନିରାଶ କଲେ ମୋର ଆଶାତରୀ ଦୁର୍ଜୟ ବିଜୟ ବାତଯୋଗରେ ସମରସାଗରରେ ଜଳମଗ୍ନ ହେବ । ଜୟଦ୍ରଥକୁ ପାର୍ଥ ହସ୍ତରୁ ଏ ଥରକ ରକ୍ଷାକର ।
ଶକୁନି- (ପ୍ରବେଶି) ଭଣଜା ! ମୁଁ ତତେ ଅନେକ ଖୋଜି ଖୋଜି ଆସିଲିଣି । ଆଚାର୍ଯ୍ୟେ କଣ କହୁଛନ୍ତି, କାଲି ଦିନକ ଜୟଦ୍ରଥକୁ ରଖିବେ ତ ? ଯେବେ କାଲି ଜୟଦ୍ରଥ ବଞ୍ଚେ, ତେବେ ଅର୍ଜ୍ଜୁନ ତ ତା’ ଛାଆଁକୁ ମରିବ । ଅର୍ଜ୍ଜୁନ ମଲେ ଯୁଧିଷ୍ଠିରର ବଳ ସରିଲା; ସେହି ଶୋକରେ ମଧ୍ୟ ସେ ମରିପାରେ । ତେଣିକି କ’ଣ ଏକା ଭୀମ ନକୁଳ ସହଦେବଙ୍କୁ ଘେନି ଆଉ ସାତଦିନ ଯୁଦ୍ଧ ପୂର୍ଣ୍ଣ କରିବ ? ତା କେବେ ହେବନାହିଁ ଭଣଜା ! ଏକା ଯେବେ ସମସ୍ତେ ଘେରି ଜୟଦ୍ରଥକୁ କାଲିକ ବଞ୍ଚେଇନିଅ, ତା ପରଦିନକୁ ତୋର ଅକଣ୍ଟକ ରାଜ୍ୟ ।
ଦୁର୍ଯ୍ୟୋଧନ- ମାମୁଁ ! ଯାହା କହିଲ ତା ସତ୍ୟ । ଅର୍ଜ୍ଜୁନ ମଲେ ଚାରିପାଣ୍ଡବେ ତା ଦୁଃଖରେ ମରିବେ । କୃଷ୍ଣ ଏହା ଦେଖି ଦ୍ୱାରକାକୁ ପଳେଇବ । ଗୁରୁଦେବ ! ଶୁଣିଲ ତ ମାମୁଁଙ୍କ କଥା । କାଲି ସିନ୍ଧୁପତି ଜୟଦ୍ରଥକୁ କିପରି ରକ୍ଷାକରିବା, ଉପାୟ କୁହନ୍ତୁ ତେବେ ଜୟ ହେବ । ତା ନହେଲେ ଏଇ ରାତ୍ରେ ଜୟଦ୍ରଥକୁ ନେଇ ମୁଁ ବନକୁ ଯାଉଛି ।
ଦ୍ରୋଣ- ଏ କି କଥା ଦୁର୍ଯ୍ୟୋଧନ ! ତୁମ୍ଭେ ବନବାସୀ ହେବ ? ନାଁ, ମୁଁ ପ୍ରତିଜ୍ଞା କରୁଛି, କାଲି ସିନ୍ଧୁପତିକି ରକ୍ଷାକରିବି । ତାର ଉପାୟ ମୋ’ ଠାରୁ ଶୁଣ-
ଗୀତ-(ରାମକେରୀ...ବୃତ୍ତେ)କୌରବ-ମୁକୁଟ ଶକଟବ୍ୟୂହ ରଚିବି କାଲିଦ୍ରୋଣର ପ୍ରତିଜ୍ଞା କି କେବେ ମନରୁ ଯିବ ଭୁଲି ।୧।ବାର ବାର ଫଳି, ମୁଁ ସୈନ୍ୟଗଣରେ ଗଢ଼ିବଇଁଦଣ୍ଡା ଝୁରା ଅଖ ଚକ ଯେ, ସୈନ୍ୟ ହୋଇବେ ତହିଁ ।୨।ସୈନ୍ୟ ସୈନ୍ୟ ଅର ମଧ୍ୟରେ ପଦ୍ମେକ ନିର୍ଭାକରିତହିଁରେ କେଶର କରିବି, ପୁଣି ନାଡ଼ ତାହାରି ।୩।ସେହି ନାଡ଼ ଛିଦ୍ରେ ରଖିବି ଭିଣୋଇକି ତୋ ନେଇଭଳି ଭଳି ରଥୀ ଫଳିକେ ଜଗିବେ ସଜା ହୋଇ ।୪।ସେମାନଙ୍କୁ ହଟାଇ ସିନା, ଗମନ୍ତେ ଅରଜୁନକେଭେ ନ ଅଣ୍ଟିବ ସମୟ ଶେଷ ହୋଇବ ଦିନ ।୫।ବାରୁଣୀ ଚୁମ୍ବନ୍ତେ ବିଜୟୀ ଅଗ୍ନି ଜାଳିତହିଁରେ ତେଜିବ ଜୀବନ ବଇ ଏ ରସେ ଭାଳି ।୬।
ଶକୁନି- ଜୟଦ୍ରଥ ! ଆଉ ତୁମର ଭାବନା କଅଣ ? ଯେତେବେଳେ ଆଚାର୍ଯ୍ୟେ ଜବାବ ଦେଲେଣି, ଜାଣ, ତୁମେ ବିଷ୍ଣୁ-ପଞ୍ଜୁରିରେ ରହିଲ । ଏଥିରୁ ଜଣାଯାଉଛି ଏଣୁତେଣୁ ଗୁଡ଼ାଏ ମରିବେ, ହେଲେ ତୁମ୍ଭ ଦେହରେ କାଣ୍ଡ ହାଓ୍ୱା ସୁଦ୍ଧା ବାଜିବ ନାହିଁ । ଶକଟ- ତା ଭିତରେ ଫଳି- ତା ଭିତରେ ଅଖ, ଅଖ ଭିତରେ ଚକ, ଚକ ମଝିରେ ଅର, ଅର ଦେହରେ ପଦ୍ମ, ପଦ୍ମ ଦେହରେ ପାଖୁଡ଼ା, ପାଖୁଡ଼ା ଦେହରେ ତା ନାଭି, ନାଭି ତଳକୁ କେଶର, କେଶର ତଳକୁ ନାଡ଼, ନାଡ଼ ଭିତରେ ଯେଉଁ କଣା, ତା ଭିତରେ ଯାଇଁ...ତମେ ସେଠି ନିଦରେ ଶୋଇଲେ କିଛି ଭାବନା ନାହିଁ । ଯେତେ ଏଥିରେ ମାଲ୍ମସଲା ଲାଗୁଛି, ଜଣାଯାଉଛି, ଅଣି କାଠି, ଫଣା କାଠି କାଢ଼ି ଶାଲରୁ ଗୋଟେଇବାକୁ ପଡ଼ିବ । ଏକାଦଶ ଅକ୍ଷୌହିଣୀ ବଳ ଅଣ୍ଟିବେ କି ନା ସନ୍ଦେହ । ଚାଲ, ଆଉ ଭାବନା କ’ଣ ?
ଦୁର୍ଯ୍ୟୋଧନ- ଗୁରୁଦେବ ! ତେବେ ଆଜ୍ଞାହେଲେ ଆମ୍ଭେମାନେ ଶିବିରକୁ ଯିବୁ; ରାତ୍ର କ୍ରମେ ହେଉଛି ଅଧିକ ।ଦ୍ରୋଣ- ହଉ ତୁମ୍ଭେ ଯାଅ । ଦିବସରେ ଆଜି ବହୁତ ଶ୍ରମ କରିଛ । ଟିକିଏ ଟିକିଏ ନିଦ୍ରା ଯାଇ ସେ କ୍ଳାନ୍ତି ଦୂରକର ।
ଶକୁନି- ଆଚାର୍ଯ୍ୟେ ! ଗାଁରେ ଯେତେବେଳେ ହଇଜାଲାଗ, ସେତେବେଳେ ଫେର୍ ଯେଉଁ ନିଦ ହୁଏ ତା ଭୀଷ୍ମମାତାକୁ ଜଣା । କାଲି ଯା’ର ମରିବା ପାଳି, ତାକୁ ଆଜି ନିଦ ପରା ଭାଇବୋହୂ ଦେଢ଼ଶୁର ସମ୍ବନ୍ଧ; ଖାଲି ଗଡ଼େଇ-ପଡ଼େଇ ହେବାଟା ସାର । ହେଉ ଚାଲ ।