ଜନ୍ମଭୂମି
୧୮୭୫–୧୯୨୮
- ପଢ଼ିବା ସମୟ
- ୭୩ ମିନିଟ୍
- ଶବ୍ଦ
- ୧୧୬୩୪
- ସ୍ଥିତି
- ସାର୍ବଜନୀନ (Public domain)
“ଛାଡ଼ି ବନ୍ଧୁ ନଗର ଚହଳ,ଯିବା ଚାଲ ଯେଉଁ ସ୍ଥାନେ ଗୋପାଳ କୃଷକମାନେଆନନ୍ଦେ କାଟନ୍ତି ଦିନ, ସୁଖେନ୍ଦୁ ବିମଳଯାହାଙ୍କର ଚିତ୍ତାକାଶେ ସବଦା ଉଜ୍ଜ୍ୱଳ ।”ପୁଣି:-“ନଦୀକୂଳେ ସରୋବର ତୀରେସରଳା କୁମାରୀଚୟ ତୋଳି ନୀଳ କୁବଳୟପୂଜନ୍ତି ଦେବ ଶଙ୍କରେ ବାଲୁକା ମନ୍ଦିରେଜଳାର୍ଦ୍ର କୁନ୍ତଳ ଧୀରେ କମ୍ପଇ ସମୀରେ ।”ଏ ସବୁ ସଙ୍ଗେ ନନ୍ଦକିଶୋରଙ୍କର ଅନ୍ୟାନ୍ୟ କାବ୍ୟ ମଧ୍ୟରେ ପଲ୍ଲୀଚିତ୍ରର ଯେ କୌଣସି ସ୍ଥାନରୁ ତୁଳନା ପାଇଁ ଉଦ୍ଧାର କରାଯାଇପାରେ ।
ନନ୍ଦକିଶୋରଙ୍କ ‘ନିର୍ଝରିଣୀ’-ବିଶେଷରେ ତାହାର ‘କାକବାରତା କବିତାଟି ଓଡ଼ିଶାରେ କାବ୍ୟକଳାର ଗୋଟିଏ ଅଦ୍ଭୁତ ସୃଷ୍ଟି । ଏହା ସବୁଠି ଥିଲା ଅଥଚ କାହିଁ ନଥିଲା । ଆଜିକାଲି ଏହାର ଅନୁକୃତି-କୌତୁକ ପରି ଲେଖାମାନ ଶ୍ରଦ୍ଧେୟ ଗୋଦାବରୀଶ ମହାପାତ୍ର ଯେପରି କୂଟ−ସଙ୍କେତରେ ସମାଜ ସମାଲୋଚନାରେ ବ୍ୟବହାର କରନ୍ତି, ତାହା ଦେଖିଲେ ‘ନିର୍ଝରିଣୀ’ କବିଙ୍କ କାବ୍ୟ−କଳାର ଦିବ୍ୟଦୃଷ୍ଟି ପ୍ରାଣରେ ଉଲ୍ଲାସ ଆଣେ । ଏହି ଦିବ୍ୟଦୃଷ୍ଟି (vision) ଦେଖି କବିଙ୍କ ଯଥାର୍ଥ ଲୋକପ୍ରାଣତା କଳନା କରାଯାଏ । ଏ କ୍ଷେତ୍ରରେ ନନ୍ଦକିଶୋର ଓଡ଼ିଶାରେ ଏକାବେଳକେ ନମସ୍ୟ-। ତାଙ୍କ ‘ଡାମରା କାଉ’ ଅମରକୀର୍ତ୍ତି ଅର୍ଜନ କରି ବସିଚି । ଏ କୀର୍ତ୍ତି ନିକଟରେ ଅତିକ୍ରାନ୍ତ ହେବାର ନୁହେଁ । ଏହା ସାଙ୍ଗକୁ ନନ୍ଦକିଶୋରଙ୍କ ପ୍ରାଣର ଆଉ ଗୋଟିଏ ନୂତନ ସ୍ଫୂର୍ତ୍ତି ହେଉଚି ତାଙ୍କର ‘ନାନାବାୟା ଗୀତ’ । ମା’ କୋଳରେ ପିଲାକୁ ଶୁଆଇବାର ଓ ଶାନ୍ତ କରିବାର ଗୀତ ପୃଥିବୀରେ ସର୍ବତ୍ର ଅଛି । ପ୍ରଜନନରେ ସଂଗୀତର ପ୍ରଥମ ପ୍ରତିଷ୍ଠା । ଅତି ଗଦ୍ୟମୟ ସୈନିକଜୀବନର ପ୍ରାରମ୍ଭ ମଧ୍ୟ ସଂଗୀତରେ ଗଢ଼ା ହୁଏ । ଇଂରେଜିରେ ତାକୁ କହନ୍ତି ‘Nursery songs’-ଓଡ଼ିଶାରେ ତାହାର ଗୋଟିଏ ସେପରି ପ୍ରତିଷ୍ଠିତ ନାମ କିଛି ଥିବାର ମନେ ହେଉନାହିଁ । ନନ୍ଦକିଶୋର ତା’ ନାମ ଦେଇଛନ୍ତି ‘ନାନାବାୟା ଗୀତ’ । ଖାଲି ପୁରପଲ୍ଲୀ କାହିଁକି ଓଡ଼ିଶାର ବନ ପ୍ରାନ୍ତର ମଧ୍ୟ ଏହି ଗୀତରେ ପୂର୍ଣ୍ଣ । ଏ ସଙ୍ଗୀତ ମାନବପ୍ରାଣଗଠନର ଆଦି ଉପାଦାନ । ଏହା ସର୍ବତ୍ର ଅଛି । କିନ୍ତୁ ଖୋଜିଲେ ସହଜରେ ମିଳେ ନାଇ । ଏହା ଅତି ପୁରାଣ ପରମ୍ପରାରେ ପ୍ରତିଷ୍ଠିତ ହେଲେ ମଧ୍ୟ ପଦ ପଦାର୍ଥ−ଯୋଜନାରେ ଏହାର ତାଦୃଶ ସଂଗତି ନାଇ । ଏହା ସ୍ୱଭାବସୁନ୍ଦର । ଇନ୍ଦ୍ରଧନୁର ବର୍ଣ୍ଣ−ବିଭବ ତଥା ଦୂର ବନାନ୍ତର ଅନାଶକ୍ତ ଧୂମ୍ରନୀଳିମା ପ୍ରଭୃତି ପରି କାବ୍ୟକଳାର ସ୍ୱାଭାବିକ ଉପାଦାନ ସଙ୍ଗେ ଏହାର କଥଞ୍ଚିତ୍ ତୁଳନା କରାଯାଇ ପାରେ । ପଲ୍ଲୀପ୍ରାଣରୁ ଏହାକୁ ଛାଣି ବାହାର କରି ଫିଟାଇ ଦେଖାଇ ଦେଲେ−ନନ୍ଦକିଶୋର । ଦେଖ ‘କାକବାରତା’ରେ:-
ଉଞ୍ଚ ପରବତ ଘୁଞ୍ଚି ଘୁଞ୍ଚିକାତହିଁରେ ବସିଛି ତିନି ମଞ୍ଜିକା ।ତିନି ତିନି ପଣ ଅଠର ପଣଭାଇଙ୍କି ଡକାଇ କଉଡ଼ି ଗଣକଉଡ଼ି ଗଣାରେ ପାହିଲା ରାତି,ଚୋର ନେଇଗଲା କଜଳପାତି ।ଷାଠିଏ ଟଙ୍କାର ବଳଦ ମଲା,ଏକା କାଳୀଗାଈ ମଥାନ କଲା ।ସେହିପରି ‘ନାନାବାୟା ଗୀତରୁ ଚୁଟିଆ ମୂଷା’-ଚୁଟିଆ ମୂଷାରେ ଚୁଟେଇ ମୂଷିଧାନ ଆମାରକ ଖାଉଥବା ବସି ।କରୁଥା ଯାହା ତୋ ମନର ଖୁସିଘର ଛାଡ଼ି ମୁହିଁ ଯାଉଛି ରୁଷି ।ଟିକି ଟିକି ଧାନ ଶଏ ଭରଣ,ସାତଟା ଅମାର କଲୁଣି ଶୂନ୍ୟ ।ଗଣେଶ ବାହନ ଅଟୁରେ ମୂଷା,ତୋତେ ମାରିବାକୁ ନାହିଁ ଭରସା ।ପାଠ ନ ଆସିବ ମାରିଲେ ତୋତେଅବଧାନ ବେତ ମାରିବେ ମୋତେ ।ଟୁକୁ ମୂଷାରେ ଟୁକେଇ ମୂଷିଖାଇବୁ ଯେତେକ ଖାରେ ଖୁସି ।’’
ଏହିପରି ଗୀତମାନ ଉଦାହରଣ ଦେଇ ଦେଖେଇଦେବା ଯେପରି ସହଜ, ଭାଷାରେ ଉଦ୍ଘାଟନ କରି ଏହାର ପ୍ରାଣ ପ୍ରକାଶ କରିବା ସେପରି ସହଜ ନୁହେ । ଶୁଣିଲେ ଲୋକେ ମନେକରିବେ, ଏ ତ ଥିଲା, ଏଥିରେ ଅଧିକା କ’ଣ ଅଛି ? ଏହିପରି ନିତି−ଥିଲା ଜିନିଷରେ ଯାହା ଅଧିକ ଥାଏ ତାହାଇ ହେଉଚି ସେ ଜିନିଷର ପ୍ରାଣ । ଜୀବନ୍ତ ବସ୍ତୁରେ ପ୍ରାଣ ଥାଏ; କିନ୍ତୁ ଦିଶୁନଥାଏ-। ବସ୍ତୁରେ ସେଇ ଟିକିକ ଅଧିକା । ଏ କବିତାସବୁରେ ସେହି ଅଧିକା ଜିନିଷଟି ଅଧିଗମ୍ୟ, ହୁଏତ ସ୍ପଷ୍ଟ ବର୍ଣ୍ଣନୀୟ ନୁହେ ।
ଆଉ ଗୋଟିଏ ନୂଆ କଥା କହି ଏ ଲେଖାଟି ସାରିଦିଏ । ନନ୍ଦକିଶୋର ଯେତେବେଳେ ସରକାରୀ ଚାକିରି ପାଇଥିଲେ, ସେତେବେଳେ ଖାଣ୍ଟି ଓଡ଼ିଆ−ଭାବ−ଭାବିତ ସରକାରୀ ଚାକିରିଆ ବି ବେଶୀ ନଥିଲେ । ସରକାରୀ ଚାକିରି ପାଇବା ଗୋଟିଏ ଗୌରବାବହ ବିଷୟ ଥିଲା । ପୁଣି ଓଡ଼ିଆଏ ଚାକିରି ପାଇଲେ କି ନାଇ, ତାହା ଦେଖିବା ପାଇଁ ଆମ ଶିଷ୍ଟ ବିଶିଷ୍ଟ ଲୋକେ ଚାହିଁ ବସିଥିଲେ । ଏସବୁ ଭିତରେ ପୁରୋଦୃଷ୍ଟିସମନ୍ୱିତ ଯଥାର୍ଥ ମହାଭାରତୀୟ ଭାବ ପ୍ରକାଶ ଗାଇବା ଏକପ୍ରକାର ଅସମ୍ଭବ ଥିଲା । ସେତେବେଳେ ମଧ୍ୟ ନନ୍ଦକିଶୋର ‘ହିନ୍ଦୀ’ ଯେ ଦିନେ ମହାଭାରତୀୟ ଜାତୀୟ ଭାଷା ହେବ, ଏହା କଳ୍ପନା କରିଥିଲେ ଓ ସେହି ଦିଗରେ କାର୍ଯ୍ୟ କରାହେଉ ବୋଲି ବିଚକ୍ଷଣ ବଙ୍ଗାଳୀମାନଙ୍କୁ ମଧ୍ୟ ଆହ୍ୱାନ କରିଥିବାର ପ୍ରମାଣ ମିଳେ । ନିମ୍ନରେ ତାଙ୍କର ସେହି ବିଷୟକ ଲେଖାଟି ଉଦ୍ଧାର କରାଗଲା :-
“ବଙ୍ଗଭାଷୀ କହନ୍ତି କି ସେମାନେ ନିଜ ସାହିତ୍ୟକୁ ଅତି ଉନ୍ନତ କରିଅଛନ୍ତି । କିନ୍ତୁ ବାସ୍ତବିକ ଇଉରୋପୀୟ ଓ ସଂସ୍କୃତ ସାହିତ୍ୟର ତୁଳନାରେ ଏପରି କି ଉନ୍ନତି ହୋଇଅଛି ଯେ ତାହାର ଖାତରରେ ମାତୃଭୂମିର ଏକତ୍ୱସାଧନ ଓ ଦୁଃଖମୋଚନ ରୂପ ମହତ୍କାର୍ଯ୍ୟରେ ବଙ୍ଗବାସୀ ସଦୃଶ ସ୍ୱଦେଶଭକ୍ତଙ୍କୁ ବାଧାଦେବ? ଅପରନ୍ତୁ ବଙ୍ଗବାସୀ ଅତି ବିଚକ୍ଷଣ ଓ ବୁଦ୍ଧିମାନ୍ । ଅଳ୍ପଦିନ ମଧ୍ୟରେ ସେ ହିନ୍ଦୀ ପରି ଗୋଟିଏ ଉନ୍ନତ ଭାଷାକୁ ଆହୁରି ଉନ୍ନତତର କରିପାରିବେ ଓ ତାହା ସେ ସହଜରେ କରିପାରନ୍ତି । ମୁକୁଳ ନାମକ ମାସିକ ପତ୍ରିକାର ୩ୟ ଭାଗ, ୧ମ ସଂଖ୍ୟାରେ ଆମ୍ଭେମାନେ ପଢ଼ିଥିଲୁ ଯେ ସ୍ୱନାମ ଧନ୍ୟ ସ୍ୱର୍ଗୀୟ ନବୀନଚନ୍ଦ୍ର ରାୟ ହିନ୍ଦୀ ଭାଷାରେ ବ୍ୟାକରଣାଦି ନାନା ପୁସ୍ତକ ରଚନା କରି ଉତ୍ତର−ପଶ୍ଚିମାଞ୍ଚଳର ମହତ୍ ଉପକାର କରିଯାଇଛନ୍ତି । ଆମ୍ଭେମାନେ ଆଶାକରୁ ସକଳ ପ୍ରତିଭାବାନ ବଙ୍ଗବାସୀ ସେହିପରି ସ୍ୱୀୟ ନାମ ଧନ୍ୟ କରି କ୍ଷୁଦ୍ର ବଙ୍ଗ ପରିବର୍ତ୍ତେ ବିଶାଳ ଭାରତକୁ ଉନ୍ନତ କରିପାରିବେ ଏବଂ ପତିଭାବାନ୍ ମହାରାଷ୍ଟ୍ରୀବୃନ୍ଦ ଓ ଭାରତର ପ୍ରତ୍ୟେକ ପ୍ରଦେଶର ଅଧିବାସୀବୃନ୍ଦ ସ୍ୱଦେଶର କଲ୍ୟାଣ ପାଇଁ ସେମାନଙ୍କ ସହାୟ ହେବେ ଏବଂ ଆର୍ଯ୍ୟାବର୍ତ୍ତର ଲଳିତ ଓ ଓଜସ୍ୱିନୀ ଭାଷା ହିନ୍ଦୀ ହିମାଳୟଠାରୁ କୁମାରିକା ପର୍ଯ୍ୟନ୍ତ ଦେଶନିବାସୀ ପ୍ରତ୍ୟେକ ହୃଦୟକୁ ସଂଯୋଗ କରିବ ।”
ବ୍ୟକ୍ତିଗତ କଥା କହିବା ହୁଏତ ଠିକ୍ ନ ହୋଇପାରେ । କିନ୍ତୁ ଏଠି ପଦେ ଅଧେ କହିଦେବାକୁ ମନ ହେଉଚି, କାହିଁକିନା, ନନ୍ଦକିଶୋର ମୋ ପକ୍ଷରେ ଏ ପର୍ଯ୍ୟନ୍ତ ପୂରାପୂରି ଇତିହାସର ବସ୍ତୁ ହୋଇନାହାନ୍ତି । ତାଙ୍କ କବିତ୍ୱ ସଙ୍ଗେ ବ୍ୟକ୍ତିତ୍ୱ ମୋ ସ୍ମୃତିରେ ମିଶିକରି ଅଛି । ତେଣୁ ତାଙ୍କୁ ଦେଖିବାରେ ମୋ ଦୃଷ୍ଟିଭଙ୍ଗିରେ ପୂରାପୂରି ନିର୍ବ୍ୟପେକ୍ଷତା ଫୁଟି ନାଇ ବୋଲି କେହି ହୁଏତ ମନେ କରିପାରନ୍ତି । ସେଥିପାଇଁ ମୋ ନିଜ ଅନୁଭୂତି କଥା ଟିକଏ କହିଦେବା ମନ୍ଦ ହେବ ନାଇ ।
ମୁଁ ଯେତେବେଳେ କଲିକତାରେ ଏମ୍. ଏ. ଓ ବି. ଏଲ୍. ପରୀକ୍ଷା ଦେବାପାଇଁ ପଢ଼ୁଥିଲି, ସେତେବେଳେ ଓଡ଼ିଶା ଶିକ୍ଷାବିଭାଗର ଆଉ ଦୁଇ ତିନିଜଣଙ୍କ ସହିତ ଭଲ ଶିକ୍ଷତ ହୋଇପାରିବାର ଯୋଗ୍ୟତା ଅର୍ଜନ କରିପାରିବାଲାଗି ସେ କଲିକତାକୁ ପ୍ରେରିତ ହୋଇଥିଲେ । ମୋର ତାଙ୍କ ସହିତ ଖୁବ ଭାବଆଳାପ ଥିଲା-ମଧ୍ୟେ ମଧ୍ୟେ ମୁଁ ବରାବର ତାଙ୍କ ବସାକୁ ଆସୁଥିଲି । ମୋର ଏମ୍. ଏ. ପରୀକ୍ଷା ପାଇଁ ମନୋବିଜ୍ଞାନରେ ଯେଉଁସବୁ ପୁସ୍ତକ ପାଠ୍ୟ ଥିଲା, ସେହି ପୁସ୍ତକରୁ ଖଣ୍ଡେ ଅଧେ ମଧ୍ୟ ତାଙ୍କର ପାଠ୍ୟ ଥିଲା । ଦୁହେଁ ବେଳେ ବେଳେ ସେହି ବିଦ୍ୟାର ମଧ୍ୟ ଆଲୋଚନା କରୁଥିଲୁ । ସେତେବେଳେ ସେ ଅନେକ ଥର ମତେ ଦେଖାଇଛନ୍ତି ତାଙ୍କର ଲେଖାସବୁ, ଯାହାକି ଅତି ସୁନ୍ଦର ଓ ସରଳ ଇଂରେଜି ବୋଲି ତାଙ୍କ ଶିକ୍ଷକ ଭାରି ବହୁମାନ କରୁଥିଲେ । ସେକାଳେ ଭଲ ଇଂରେଜି ଲେଖିବାର ମମତା ଅନେକଙ୍କର ଥିଲା । ନନ୍ଦକିଶୋର ସେଥିରୁ ଜଣେ । ସେଇ ସମ୍ପର୍କରେ ଓଡ଼ିଆ କବିତା ପ୍ରସଙ୍ଗରେ ଇଂରେଜି କାବ୍ୟକବିତା କଥା ଆମ ଦୁହିଁଙ୍କ ଭିତରେ ପଡ଼ୁଥିଲା । ସେଥିରେ ଓ୍ୱାର୍ଡ଼ସଓ୍ୱାର୍ଥ ପ୍ରଭୃତି ହ୍ରଦତୀରନିବାସୀ (Lake Districts) ଇଂରେଜ କବିମାନଙ୍କ ପ୍ରତି ତାଙ୍କ ପ୍ରାଣରେ ଗାଢ଼ ଆଦର ଥିବାର ମୁଁ ଜାଣେ । ଥରେ କଥା ପଡ଼ିଥିଲା ପୋପ୍ ଡ଼୍ରାଇଡ଼େନ୍ଙ୍କ ଭଳି ବଡ଼ ବଡ଼ କାବ୍ୟ ଲେଖିବା କବିଙ୍କ ପରେ ଓ୍ୱାର୍ଡ଼ସଓ୍ୱାର୍ଥ ପ୍ରଭୃତି ହ୍ରଦତୀରବର୍ତ୍ତୀ କବିମାନଙ୍କ ଗୋଟିକିଆ କବିତା ଲେଖା ଯେପରି ଇଂରେଜି ସାହିତ୍ୟକୁ ନିଃଶ୍ୱାସ ମାରିବାକୁ ଅବକାଶ ଦେଇଥିଲା, ଆଜି ଓଡ଼ିଶାରେ ମଧ୍ୟଯୁଗର କାବ୍ୟକଳାପରେ ସେହିପରି କବିତା ଲେଖା ହେବା ଦରକାର । ନନ୍ଦକିଶୋରଙ୍କ ‘ବସନ୍ତକୋକିଳ’ ଭଳି କବିତା ବହୁପରିମାଣରେ ଏହି ଭାବରେ ପ୍ରଭାବିତ ପ୍ରାଣରୁ ବାହାରିଥିବା ନିତାନ୍ତ ଅସଙ୍ଗତ ବା ଅସମ୍ଭବ ନୁହେ । ସୂକ୍ଷ୍ମଭାବରେ କଳନା କରି ବସିଲେ, ସେଥିରେ ପ୍ରକୃତି ଓ ପ୍ରକାରର ସାମଞ୍ଜସ୍ୟ ହୁଏତ ଖୁବ୍ ଦେଖାଯିବ । ସ୍ଥଳବିଶେଷରେ ଇଂରେଜି ଭାବକୁ ଶିରୋଭୂଷଣ କରି ନିଜେ ନନ୍ଦକିଶୋର କବିତା ଲେଖିଥିବାର ମଧ୍ୟ ଦେଖାଯାଏ ।
ଗୁଣଗ୍ରାହିତା ମଧ୍ୟ ତାଙ୍କର କିପରି ଥିଲା ମୁଁ ନିଜ ଅନୁଭବରୁ ଜାଣେ । ପୁରୀ ଜିଲ୍ଲାରେ ଡେପୁଟି ଇନ୍ସ୍ପେକ୍ଟର ଥିଲାବେଳେ ମୁଁ ମୋ ନିଜ ରଚିତ ‘ପ୍ରଣୟିନୀ’ ଓ ‘କୋଣାର୍କେ’ ଦୁଇଖଣ୍ଡି କାବ୍ୟ ତାଙ୍କୁ ଦେଇଥିଲି । ସେ ତାକୁ ପଢ଼ିସାରି ଆସି ମୋତେ କୁଣ୍ଢାଇ ପକାଇ ଯାହା କହିଥିଲେ ସେଥିରୁ କିୟଦଂଶ ହେଉଚି, “ନୀଳକଣ୍ଠ, କି ଅମୃତ ନିସ୍ୟନ୍ଦରେ ଭାବଧାରା ସହିତ ଶଦ୍ଦ ଗଳି ପଡ଼ୁଛି-? ପଢ଼ିଲେ ଛାଡ଼ି ହେଉନାହିଁ ।”
ମୋର ପରି ବ୍ୟକ୍ତିଗତ ଭାବରେ ତଥା ସାହିତ୍ୟିକଭାବରେ ଜାଣିଥିବା ଅନେକ ଲୋକ ଏବେ ବି ଜୀବିତ ଅଛନ୍ତି । ତେଣୁ ତାଙ୍କ କାବ୍ୟ ଓ ସାହିତ୍ୟର ଯଥାର୍ଥ ଆଲୋଚନାପାଇଁ ପ୍ରାଣବନ୍ତ ଯୁବକ ହୁଏତ ଦରକାର । ସେ ନିଜ କାବ୍ୟ−ସାହିତ୍ୟ କଳନାରେ ଯେଉଁ ପୁରୋଦୃଷ୍ଟିରେ ଆତ୍ମଦାନ କରିଥିଲେ, ଆଜି ପ୍ରବର୍ଧମାନ ଓଡ଼ିଆ ସାହିତ୍ୟରେ ତାହାର ପ୍ରଭାବ ଓ ପ୍ରେରଣା ସେହି ପ୍ରାଣବନ୍ତ ଯୁବକମାନେ କଳନା କରି ଦେଖାନ୍ତୁ । ଶରୀର ସଂବଂଧରୁ ଅତୀତ ହେଲେ ବ୍ୟକ୍ତିର ନିର୍ମଳ ପ୍ରତିଭା ଓ ଆତ୍ମାର ଅନାବିଳ ପ୍ରକାଶ ଦେଖାପଡ଼େ । ସେହି ଭାବରେ ମୁଁ କହୁଚି, କବି ନନ୍ଦକିଶୋରଙ୍କ ପ୍ରଭାବ ଆଜି ସର୍ଜନ ସାହିତ୍ୟର ପୃଷ୍ଠରଟ୍ଟରୂପେ ଖୁବ୍ ଉପାଦାନ ଯୋଗାଉଚି । ତାହା ମୁଁ ଆଉ ବିଶେଷ କହି ବୁଝାଇବି ନାଇ । ଯୁବକମାନେ ଏଥିରେ ଯେପରି ଅଜ୍ଞାତଭାବରେ ଉଦ୍ବୁଦ୍ଧ ହେଉଛନ୍ତି, ତାହା ସେମାନେ ବିଚାର ଦୃଷ୍ଟିରେ ଦେଖିଲେ ବୁଝିପାରିବେ ଓ ବାଟ ଦେଖାଇବାକୁ ସମର୍ଥ ହେବେ ।
ନିଉକାପିଟାଲ୍, ଭୁବନେଶ୍ୱରନୀଳକଣ୍ଠ ଦାସତା ୧୨। ୪ । ୧୯୫୫ଜନ୍ମଭୂମି
ପ୍ରଥମ ଭାଗ
“ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ”ନବୀନ ସମ୍ରାଟଙ୍କ ନିକଟରେ ଉତ୍କଳମାତାର ଗୁହାରିଅଜୟ ବ୍ରିଟିଶ ରାଜ୍ୟ−ଅଧିପତିଭାରତ−ସମ୍ରାଟ ଇଂଲଣ୍ଡେଶ୍ୱର,ଯା ରାଜ୍ୟେ ସବିତା ଚିର ସମୁଦିତଅର୍ଦ୍ଧଧରାର ଯେ ମଣ୍ଡଳେଶ୍ୱର,ଅବତରି ଦେବ ଧାମୁଁ ସୌଦାମିନୀଯା ରାଜ୍ୟେ ଖଟନ୍ତି ଦାସୀରୂପରେ,ପ୍ରବଳ ପ୍ରତାପେ ଭାସେ ଯାର ତରୀନିଖିଳ ନୀରଧି−ବରୁଣ ଘରେ;ସେହି କ୍ଷଣଜନ୍ନା ସପ୍ତମ ଏର୍ଡୱାଡ୍ହେବେ ରାଜସିଂହାସନାଭିଷିକ୍ତ,ପାନ ମିତ୍ର ଗଣ ଉତ୍ସବ−ଉଦ୍ଯୋଗକରୁଛନ୍ତି, ମହା ଉତ୍ଫୁଲ୍ଲ ଚିତ୍ତ ।ସର୍ବ ଧରାପତି ଅଭିଷେକ ବିଧିକି ବର୍ଣ୍ଣୁବୁ ତୁ ରେ କ୍ଷୀଣା ଲେଖନୀ,ଥିଲେ ଥିବ ଦିନେ ଉତ୍ସବ−ଉପମାଦୁର୍ଲ୍ଲଭ ସେ ଦୃଶ୍ୟ ମଧ୍ୟେ ଅବନୀ ।କୋଟି କୋଟି ମୁଦ୍ରା ହେଉଛି ବ୍ୟୟିତନାନା ରାଜୋଚିତ ବିଳାସ ପାଇଁ,ଦେଲେ ମୁଦ୍ରା କୋଟି କୋଟି ମୁକ୍ତହସ୍ତେଦରିଦ୍ର ସେବାର୍ଥେ ବ୍ରିଟେନସାଇଁ ।ଘୋର ରାଜସିକ ଉତ୍ସବେ ଏ କି ରେସାତ୍ତ୍ୱିକ ସୁଦାନ−ଦେବ ପ୍ରସାଦ ।ଭାରତର ଉପ− ଯୁକ୍ତ ଏ ସମ୍ରାଟଭିକ୍ଟୋରିୟାଙ୍କର ଯୋଗ୍ୟଦାୟାଦ ।ଦୀନସେବା ପୁଣ୍ୟ ବ୍ରତ−ପୁରସ୍କାରଦିବ୍ୟ−ଶାନ୍ତି ପ୍ରାଣେ ହେଲା ବର୍ଷଣ,ଯଥାକାଳେ ନୃପ ବିଭୁ−ଧ୍ୟାନ କରିଅମୂଲ୍ୟ−ପଲଙ୍କେ କଲେ ଶୟନ ।ଆତ୍ମା ପ୍ରସାଦର ଚିର ସହଚରକୂଟନୀତି−ପାପ−ମିଥ୍ୟାର ଅରି,ସୁନିଦ୍ରା ଆସିଣ ସମ୍ରାଟ−ସଦନେବିରାଜିଲେ ଶାନ୍ତି ବର୍ଷଣ କରି ।ଦୀନ−ଦୁଃଖି−କଥା ଭାଳି ନରେଶ୍ୱରହେଲେ କ୍ରମେ ଗାଢ଼ ନିଦ୍ରା−ମଗନ,ଉତ୍ସବ−ଉଦବିଗ୍ନ− ମାନସେ ସମ୍ରାଟଦେଖିଲେ ଅପୂର୍ବ ଏକ ସ୍ୱପନ ।ହୀରକ−ରତନ− ମଣି−ମାଣିକ୍ୟରେଖଚିତ ଏକଇ ସୁ−ସିଂହାସନ,ପାତ୍ର ମନ୍ତ୍ରୀ ସହ ଅସଂଖ୍ୟ ଜନତାମଧ୍ୟେ ଲଭିଛନ୍ତି ଆପେ ଆସନ ।ଦେଶ−ଦେଶାନ୍ତରୁ ଆସିଛନ୍ତି ପ୍ରଜାନିଜ ନିଜ ଅଳି କରିବା ପାଇଁ,ତହିଁ ମଧ୍ୟେ ଦୀନା ବିଷର୍ଣ୍ଣ ପ୍ରତିମାବସିଅଛି ନାରୀ କୋଣରେ ଯାଇଁ ।ଜଣ ଜଣ ହୋଇ ସର୍ବ ସଖୀ ଯାଇଁନୋଇଁ ଶିର ନିଜ କଥା କହିଲେ,ସଙ୍କୋଚରେ ସେହି ବିଷର୍ଣ୍ଣା ପ୍ରତିମାଶ୍ରୀଛାମୁରେ ଯାଇ ମଥା ନୋଇଁଲେ ।ଶପ କେଶପାଶ ପାଣ୍ଡୁର କପୋଳପିନ୍ଧିଛି ମଳିନ ବସନ ବାଳୀ,ତାଚ୍ଛଲ୍ୟେ ତା ପ୍ରତି ଚାହାଁନ୍ତି ସକଳେ,ନିରେଖି ଲୋତକ ଦିଏ ସେ ଢାଳି ।ମଧୁ ଚକ୍ରେ କିବା ହେଲା ଲୋଷ୍ଟ୍ରପାତ,ଜନତା−ସିନ୍ଧୁକି ହେଲା ଉଦ୍ଦେଳ,ଗର୍ଜ୍ଜିଲେ ସକଳେ “କିଏ ସେ ଏହୁଟାନିଏ ସମ୍ରାଟଙ୍କ ମହାର୍ଘ ବେଳ ?ଶିଳ ଶିଳପତା ଗଗନେ ଉଡ଼ୁଛିତୁଳା କହୁଅଛି ରଖ ହେ ମତେ,ହାତୀ ଘୋଡ଼ା ଯହିଁ ବୁଡ଼ିମରୁଛନ୍ତିଛେଳି କହେ ପାଣି ଏଠାରେ କେତେ !ସୁବର୍ଣ୍ଣର ଜରା− ଜଡ଼ଉ କୌଷେୟ,ରତନ−କାଞ୍ଚଲା, ହୀରା−ମହୁଡ଼,ପିନ୍ଧି ଆସିଛନ୍ତି ରାଣୀ ମହାରାଣୀ,ତାଙ୍କ କଥା ହୋଇ ଯାଉଛି ହୁଡ଼ ।ମଳିନ ବସନେ କିଏ ରେ ଏଇଟାସମ୍ରାଟ−ମମ୍ମୁଖେ କରେ ଗମନ ?ନିର୍ବୋଧ ଦଉଡ଼େ ସେଠାକୁ, ଯେଠାବେଯିବାକୁ ଡରନ୍ତି ଦେବତାଗଣ ।”ଦରିଦ୍ର−ଜନୀନ ସତୀ−ଶିରୋମଣିଭକ୍ଟେ ରିୟାଙ୍କର କୁଳନନ୍ଦନଜନତା−ଉପରେ କଟାକ୍ଷେ ନିହିଲେଦାମିନୀ−ଭାସ୍କର−ଦୃପ୍ତ−ନୟନ ।ରହିଲା ତଟସ୍ଥେ ସମଗ୍ର ଜନତାଉତୁରିଲା ଜଳେ ପଡ଼େ କି ତୈଳ,ତୁଟିଲା ଉତ୍ସାହ ବ୍ରୀଡ଼ା−ଭୟ−ଭଳେ,ଭଟା ଖାଇଲା କି ସିନ୍ଧୁ ଉଦ୍ଦେଳ ?କହିଲା କାମିନୀ “ପ୍ରବଳ ପ୍ରତାପନିଖଳ−ଅବନୀ−ଅଧି−ଈଶ୍ୱର,ମୋ ନାମ ଉତ୍କଳ ଘର ଆର୍ଯ୍ୟବର୍ତ୍ତ−ଦାକ୍ଷିଣାତ୍ୟ−ସନ୍ଧିସ୍ଥଳେ ମୋହର,ଉତ୍ତରେ କପିଶା ପୂର୍ବେ ନୀରନିଧି,ଦକ୍ଷିଣେ ଚିଲିକା ନୀଳିମାମୟ,ପଷ୍ଚିମେ ମୋହର ମଧ୍ୟ ପ୍ରଦେଶାଦି,ମୋର ପଶ୍ଚିମାଂଶ ପର୍ବତମୟ ।ପାହାଡ଼ ଭିତରେ ବସା ବାନ୍ଧି ପ୍ରଭୋସୁଖେ କରୁଥିଲେ ମୁଁ ବସବାସ,ମୋ ଘରେ ଯାଇଣ ପଶିଲେ ଯବନେ,ଘଟାଇଲେ ନାଥ ମୋ ସର୍ବନାଶ ।ପ୍ରାଚୀନ କାଳରେ ଥିଲା ମୋ ଗୌରବଭାସ୍କର୍ଯ୍ୟ, ସ୍ଥାପତ୍ୟ, କାବ୍ୟ, ପୁରାଣ,ଅସଂଖ୍ୟ ବିପଦ− ବାତ୍ୟା ବହି, ଅଛିଆଜି ମଧ୍ୟ ପୂର୍ବ କୀର୍ତ୍ତି−ପ୍ରମାଣ ।ପୁରାଣ ମନ୍ଦିର ଶିବ−ବିଷ୍ଣୁ−ସୂର୍ଯ୍ୟ−ଶକ୍ତି−କ୍ଷେତ୍ର, ବୌଦ୍ଧ କୀରତିରାଜି,ଏତେ ମଲାରେ ଭୋ ଭାରତ ସମ୍ରାଟ !ଜଳେ ଜକଜକ ଗୌରବ ଆଜି ।ତଥାପି ମୋ ସୁତେ ପଡ଼ିଯାଇଛନ୍ତି ।ଅବନତି−ପଙ୍କୁ ଉଠି ନ ପାରିଗଭୀର ବେଦନା− ଭରେ କୋଟି ସୂତେନିଶି ଦିବା ଦେଉଅଛନ୍ତି ଘାରି ।ଅଛି ପୂର୍ବ ଯଶ, କିନ୍ତୁ ଗତ କଥାକହି କେବେ କେହି ନ ହୁଏ ବଡ଼,ସଦା ମୋ ଗୃହରେ ବହୁଅଛି ଏବେଦାରିଦ୍ର୍ୟ ଜଡ଼ତା ଅଧର୍ମ ଝଡ଼ ।କୋଟି ସୁତେ ମୋର ଅଳସ ଅଜ୍ଞାନବେଳେ ଖାଇ ବେଳେ ଶୋଇ ଉପାସ;ନାହିଁ ବୁଦ୍ଧି ବଳ ନାହିଁ ତତ୍ପରତାହୋଇଅଛି ତେଣୁ ମୋ ସର୍ବନାଶ ।ବାଟି ବାଟି ମୋର ପଡ଼ିଛି ପଡ଼ିଆଚଷି ନ ଖାଆନ୍ତି ମୋ ସୁତେ ତାହା,ସେତୁ ମନ୍ଦିରାଦି ଭାଙ୍ଗି ମୋ ଯାଆନ୍ତିନ ଚାହାନ୍ତି କେହି ତେଣିକି ଆହା !ଜନମିଲେ ମୋର କୋଳେ କବିସୂର୍ଯ୍ୟଭଞ୍ଜ ଦୀନକୃଷ୍ଣ ଏ ଆଦି କବିମଳିନ ଦିଶୁଛି ଏ ଯୁଗେ ଭୋ ପ୍ରଭୁ !ଉତ୍କଳ ସାହିତ୍ୟ ଆନନ−ଛବି ।ପଠାଣ ମୋଗଲ ମରହଟ୍ଟାଗଣନିଦାରୁଣ ହେଲେ ମୋ ସୁତ ପ୍ରତି,ମୋ ପୂର୍ବ ପ୍ରତିଭା ହୋଇଗଲା ଜଡ଼,ପଗଲି ମୁହିଁ ଗଭୀରେ ଅତି ।ଶତ ବର୍ଷ ପୂର୍ବେ ବିଧି କୃପାବଳେଉଦ୍ଧାରିଲେ ମୋତ ଇଂଲଣ୍ଡବାସୀ,କଅଁଳିଲା ଅସ୍ଥି ମାରିଲି ନିଶ୍ୱାସଶତ ଶତ ବର୍ଷ ପରେ ମୁଁ ଆସି ।ଅର୍ଦ୍ଧଶତ ବର୍ଷ ପୂର୍ବେ ମୋ ଗୃହରେପଡ଼ିଲା ଦୁର୍ଭିକ୍ଷ ଦାରୁଣ ଘୋର,କଲବଲ ହୋଇ ନିଦାଘ ନିର୍ଘାତେମଲେ ଦଶ ଲକ୍ଷ ସନ୍ତାନ ମୋର ।ସେହି ଦିନଠାରୁ ବ୍ରିଟେନରାଜଙ୍କକରୁଣା କଟାକ୍ଷ ହେଲା ମୋ ପ୍ରତି,ପାଶ୍ଚାତ୍ୟ ସଭାତା ଦେବଦୂତେ ତେଣୁପଠାଇ ଦେଲେ ସେ ଦରିଦ୍ର କତି ।ସେତୁ ନାଳ କଳ ବିଦ୍ୟାଳୟ ତୋଳିକଲେ ରଜା ମୋର ଯେ ଉପକାର,ଦରିଦ୍ର ପ୍ରଜା ମୁଁ କୃତଜ୍ଞତା ବିନାକରିବି କି ଆଉ ପ୍ରତ୍ୟୁପକାର ?ପଶ୍ଚିମୁଁ ଆସିଣ ଖ୍ରୀଷ୍ଟ−ଶିଷ୍ୟଗଣସ୍ୱର୍ଗ ସମାଗତ ଦୃତ ସଙ୍କାଶ,ବିଦ୍ୟାଳୟ ଛାପାକଳ ଆଦି ସ୍ଥାପିପାଶ୍ଚାତ୍ୟ ସଭ୍ୟତା କଲେ ପ୍ରକାଶ ।ନଗରେ ନଗରେ ଗ୍ରାମେ ଗ୍ରାମେ ବୁଲିମହର୍ଷି−ଈଶାଙ୍କ ଦିଦ୍ୟ ଜୀବନ,ପବିତ୍ର ସୁନୀତି କରିଣ ପ୍ରଚାରମୋ ଘରେ ସୁଜ୍ଞାନ କଲେ ବଣ୍ଟନ ।ପ୍ରାତଃ ସ୍ମରଣୀୟ ରେଭେନ୍ସା ସାହେବକଲେ କୃପାରେ ମୋ ଯେ ଉପକାର,ଯୁଗଯୁଗାନ୍ତର କାଳକାଳକୁ ମୋସୁତେ ଭୁଞ୍ଜୁଥିବେ ସୁଫଳ ତାର ।ମୋର ଯୋଗ୍ୟ ସୁତ ଶ୍ରୀ ଚନ୍ଦ୍ରଶେଖର‘ସିଦ୍ଧାନ୍ତଦର୍ପଣ’ କରି ପ୍ରକାଶ,କରିଛି ମୋ ସୁତ ସୁଚିର ସଞ୍ଚିତନିର୍ବୋଧ କଳଙ୍କ କିଞ୍ଚିତ ନାଶ ।ଜ୍ୟୋତିଷ୍କ−ଜଗତ ପର୍ଯ୍ୟବେକ୍ଷଣରେଆଧୁନିକ ନବ ଯୁଗ ବିଜ୍ଞାନସହାୟ ନ ଘେନି ବୈଜ୍ଞାନିକ ସତ୍ୟପ୍ରତିଭାରେ ପାଇଅଛି ସନ୍ଧାନ ।ମୋର ଯୋଗ୍ୟ ସୁତ ଶ୍ରୀମଧୁସୂଦନଦେଶହିତବ୍ରତ କରି ଗ୍ରହଣନାନା ସେବାକରି ମୋର ହିତ−ଅର୍ଥେଆସି ଏ ଇଂଲଣ୍ଡେ କଲା ଭ୍ରମଣ ।ଦେବାଲାଗି ଚିର ସ୍ଥାୟୀ ବନ୍ଦୋବସ୍ତଯେ ପ୍ରତିଜ୍ଞା କଲେ ବ୍ରିଟିଶରାଜ,ମୋ ସୁତ ବହୁତ ଗୁରାରୀ କଲେହେଁପାଇ ନାହିଁ ସେହି କୃପା ମୁଁ ଆଜି ।ଇଂଲଣ୍ଡୁ ନେଉଟି ଶ୍ରୀ ମଧୁସୂଦନକରିବାପାଇଁ ମୋ ଦୁଃଖ ମୋଚନଶିଳ୍ପାଗାର ଖୋଲି ସ୍ୱଦେଶ ସାମଗ୍ରୀକରନ୍ତି ସୁଦୂର ସ୍ଥାନେ ପ୍ରେରଣ ।ରଜତ କନକ ମାଣିକ୍ୟ ବିପଣୀ,ଲାଟ କିମିଶ୍ନର ଯାଆନ୍ତି ତହିଁ,ଶ୍ୱେତାଙ୍ଗ ମହିଳା ରାଜରାଣୀ କଣ୍ଠେକନକଲଳାମ ଅଛଇ ରହି ।ମୋ ସୁଦିନ ଅବା ଫେରି ଆସିପାରେମୋର ଶତପୁତ୍ର ଶତଯତନେ,କିନ୍ତୁ ଜଣକର ଯତନେ କି ହେବନ ଜାଗିଲେ ମୋର ସର୍ବ ନନ୍ଦନେ ।ରାଧ ନାଥ, ମଧୁ, ଫକୀରମୋହନରାମଶଙ୍କରରାଦି ଲେଖକ କବିଫେରାଇ ଅଛନ୍ତି କିଞ୍ଚିତେ ମୋହରପୁରାତନ ଯୁଗ ଗୌରବ−ରବି ।ସେତୁ ମନ୍ଦିରାଦି କରନ୍ତି ସଂସ୍କାରକିଛି କିଛି ରାଜପ୍ରତିନିଧିଏ,ଇଂରେଜଙ୍କ ବିନୁ ମୋ ଘୋର ବିପାକଆଉ ଦୂର କରିପାରିବ କିଏ ?କଲେହେଁ ନୃପତି କିଛି ଉପକାରମୋ ଘୋର ଦୁର୍ଦ୍ଦଶା ଘୁଞ୍ଚଉ ନାହିଁ,ଶତ ଦୁଃଖ କଷ୍ଟ ଦୀନତା ଲାଞ୍ଛନାରହିଅଛି ମୋର ବ୍ରିଟେନ ସାଇଁ ।କୋଟି ସୁତମାତା ହୋଇ ମୁଁ ସମ୍ରାଟ,ଅର୍ଦ୍ଧକୋଟି ସୁତ ଅଛି ହରାଇ,ଗଞ୍ଜାମ ସମ୍ୱଲ− ପୁର କାନ୍ଥି ନେଲେମାନ୍ଦ୍ରାଜ, ମଧ୍ୟଭୂ, ବଙ୍ଗ ଛଡ଼ାଇ ।ଅଙ୍ଗହୀନା ହୋଇ ପଡ଼ିଅଛି ମୁହିଁନିତାନ୍ତ ଦୁର୍ବଳ ଦରିଦ୍ର ହୀନ,ଏକତା ଅଭାବେ ମୋର ସୁତଗଣଫେରାଉ ନାହାନ୍ତା ପୂର୍ବ ସୁଦିନ ।ଭାଇଠାରୁ ଭାଇ ହୋଇଣ ବିଚ୍ଛିନ୍ନସମବେତ ଚେଷ୍ଟା କରି ନ ପାରି,ଜୀବନ ସଂଗ୍ରାମେ ଅନ୍ୟାନ୍ୟ ପ୍ରଦେଶସଙ୍ଗେ ପଦେ ପଦେ ଯାଆନ୍ତି ହାରି ।ବଙ୍ଗ ମହାରାଷ୍ଟ୍ର− ମାନ୍ଦ୍ରାଜ ପଶ୍ଚିମପଞ୍ଜାବ ଗୁର୍ଜ୍ଜର ରାଜପୁତାନା,ବ୍ରିଟିଶ ଜାତିଙ୍କ ପଛରେ ଚାଳନ୍ତିଘେନିଣ ଉନ୍ନତି−ବିଜୟବାନା ।ମୁହିଁ ଏକା ପ୍ରଭୁ ଅଙ୍ଗହୀନା ହୋଇନ ପାରଇ ଚାଲି ତାଙ୍କ ସଙ୍ଗତେ,ପୂର୍ଣାଙ୍ଗ ନବୀନ ଶକ୍ତି ଦେଇ ଭୂପ !ଜଡ଼ତା−ଜାମ୍ୱାଳୁଁ ଉଦ୍ଧାର ମତେ ।ଥିଲା ଦିନ ଯେବେ ଏ ଭାରତେ ମୁହିଁପାଇଥିଲା ଉଚ୍ଚ ଆସନ ଏକ,ସତେ କି ବ୍ରିଟିଶ ସିଂହାସନ ଛାୟାତଳେ ଫେରିବ ମୋ ସୋ ପୂର୍ବ ଟେକ ।ଏକ ରାଜଛତ୍ର ତଳେ ରହି ଯେବେସର୍ବ ପୁତ୍ର କନ୍ୟା ଧରିଲି ଅଙ୍କେ,ଦଶ ଜଣ ସଙ୍ଗେ ଜଣେ ହୋଇ ମୁହିଁକଲି ଘର ଦ୍ୱାର କେଡ଼େ ନିଶଙ୍କେ ।ଆଜି ଥୋକେ ସୁତ ହେଲେଣି ତେଲଙ୍ଗାଥୋକାଏ ଖୋରଟା ଥୋକେ ବଙ୍ଗାଳୀ,ନିଜ ଘର ଛାଡ଼ି ହୋଇ ନାରଖାରବୁଲନ୍ତି ଯେସନେ ଦାସ କାଙ୍ଗାଳୀ ।ଭଗିନୀସୁତ ମୋ ବଡ ବଡ଼ ଯେତେରାଜକର୍ମଯାକ ବସନ୍ତି ମାଡ଼ି,କୋଟି ପୁତ୍ରେ ମୋର ଦୂରେ ଦୂରେ ଥାଇମୂଲ ଲାଗୁଛନ୍ତି ପେସନେ ହାଡ଼ି ।ଉନ୍ନତ ଇଂରେଜ ଗର୍ବିତ ଉଦ୍ଧତ,ବୋଲି କ୍ଷୁର୍ଣ୍ଣ ଯେଉଁ ଭାରତ ସୁତ,ନିଜ ଭ୍ରାତା ପ୍ରତି ଗର୍ବିତ ଉଦ୍ଧତହୁଅନ୍ତି ଏକଥା ବଡ଼ ଅଦ୍ଭୁତ ।ଦୁର୍ବଳ−ସହାୟ ଲଜ୍ଜା ନିବାରଣସ୍ୱାଧୀନତେ−ନ୍ୟାୟ−ଧର୍ମ୍ମାବତାର,ମହାସ୍ୱାର୍ଥ−ତ୍ୟାଗେ ହେ ବ୍ରିଟିଶସିଂହକ୍ରୀତଦାସଗଣେ କଲ ଉଦ୍ଧାର ।କେତେ କେତେ ଦେଶେ ଦେଲ ଜ୍ଞାନଶକ୍ତିଅତ୍ୟାଚାର ଉପଧର୍ମକୁ ତଡ଼ି,ତବ ବାନାଛାୟା− ତଳେ କି ଉତ୍କଳଅବସାଦ−ପଙ୍କେ ରହିବ ପଡ଼ି ?ସମଗ୍ର ଉତ୍କଳ− ଭାଷୀ ଦେଶ ଖଣ୍ଡେଏକୀଭୂତ କରି କର ସବଳ,ଏକ ଶାସକଙ୍କ ତଳେ ଥାଇ ଶୁଭମନାସନ୍ତୁ ମୋର ସୁତ ସକଳ ।ଓଡ଼ିଆଏ ହୋଇ ହାତ ଧରାଧରିପରସ୍ପରେ କରି ସାହାଯ୍ୟ ଦାନ,ସମବେତ ଚେଷ୍ଟା କରି ଧନେ, ଜ୍ଞାନେକରନ୍ତି ଉନ୍ନତ−ମାର୍ଗେ ପ୍ରୟାଣ ।ଜାତୀୟତା−ନାଶ ଅବନତି−ମାର୍ଗ,ଜାତୀୟ ମମତା ଉନ୍ନତି−ହେତୁପ୍ରାଟୀନ ଗୌରବ ଜ୍ଞାନଧର୍ମ ଶିଳ୍ପଫେରାଇ ଉଡ଼ାଅ ବିଜୟକେତୁ ।ସ୍ୱତନ୍ତ୍ର−ସାଧନା କରି ଉତ୍କଳୀୟେବଙ୍ଗ−ମହାରାଷ୍ଟ୍ର ସଙ୍ଗତେ ଯାଇଁଏକାସନେ ବସି ସ୍ୱଦେଶ−ଉନ୍ନତିକରିବେ ଯେସନ କନିଷ୍ଠ ଭାଇ ।ବିଚ୍ଛିନ୍ନ ହୋଇଣ ଚିରକାଳ ଯେବେରହିବ ଏ ଭାବେ ଉତ୍କଳ ଦେଶ,ହୀନ, ଅନୁନ୍ନତ, ପତିତ ରହିବ,ନ ଘୁଞ୍ଚିବ ତାର ମିଳନ ବେଶ ।ଦ୍ୱିତୀୟ ଗୁହାରୀ ଶୁଣିବାକୁ ଆଜ୍ଞାହେଉ ଭୋ ସମ୍ରାଟ ରାଜରାଜେଶ,ବଙ୍ଗଦେଶ ପରି ଚିରସ୍ଥାୟୀ ହେଉକର−ବନ୍ଦୋବସ୍ତ ଉତ୍କଳ−ଦେଶ ।ନ୍ୟାୟ−ଅବତାର ବ୍ରିଟିଶ−କେଶରୀବଙ୍ଗ−ଭଗିନୀକୁ ଦେଲେ ଯେ ବର,ଯେ ଦିବ୍ୟ ଦାନରେ ବଙ୍ଗବାସିଗଣେଦିନୁଁ ଦିନରେ ହୋନ୍ତି ଉନ୍ନତତର ।ଅଭାଗୀ ଉତ୍କଳ ଘୋର ଦୀନତାରେସତୃଷ୍ଣ−ନୟନେ ରହିଛି ଚାହିଁ,କୃପା−କଟାକ୍ଷରେ ପତିତ ପ୍ରଦେଶେବୋ ଭୂପତି ବାରେ ଚାହିଁବ ନାହିଁ ?ମୋ ବଙ୍ଗ−ଭଗିନୀ ଉତ୍ତୁଙ୍ଗ ପ୍ରାସାଦେପୁତ୍ର କନ୍ୟା ଘେନି କରଇ ଘର,ଥିନି ମୁହିଁ କିବା, ହେଲା ମୋ କି ଦଶାଭାଳିଣ କରତି ହୁଏ ଅନ୍ତର !ନ୍ୟାୟ ସତ୍ୟଶୀଳ ଶ୍ୱେତଦ୍ୱୀପବାସୀକରିଥିଲେ ଥରେ ଏ ସତ୍ୟପଣ;“ପାଇଁବେହିଁ ଚିର− ସ୍ଥାୟୀ ବନ୍ଦୋଦସ୍ତନିଖିଳ−ଉତ୍କଳ−ନିବାସିଗଣ” ।ନିରାଟ ନିର୍ଜନ ଅନୁବଂର ଶୁଷ୍କପାହାଡ଼ିଆ, ଠେଙ୍ଗା, ଧୋଇଆ, ଜମିଚାରିଗୁଣ ହୋଇ− ଗଲା ବନ୍ଦୋବସ୍ତେଥିଲା ଯାହା ଜମା କିଞ୍ଚିତ କମି ।ଧୋଇଆ ମୂଲକ ଓଡିଶା ପ୍ରଦେଶେ,ଧୋଇଯାଏ କ୍ଷେତୁଁ ପାଚିଲା ଧାନ,କୂଳ ଲଙ୍ଘି ନଦୀ ଗୃହ ଧନ ଜନଭସାଇଣ କରେ ସିନ୍ଧୁ ପ୍ରୟାଣ ।ଏ ଭଳି ଦେଶରେ କର ବୃଦ୍ଧି ହେବାଆହେ ନ୍ୟାୟ−ରାଜ ନୁହେ ଉଚିତ,ସହି ନ ପାରିଣ କର ଗୁରୁଭାରସ୍ୱଭୂମି କରଇ ସ୍ୱାମୀ ବିକ୍ରୀତ ।ଧୋଇ ସଙ୍ଗେ ପୁଣି ଅକାଳ ମରୁଡ଼ିନାଶେ କୃଷକର ତିଆରି ଧାନ,କେଉଁ ବର୍ଷ ପୁଣି ଦାରୁଣ ନିଦାଘେବିଲରେ ଲଙ୍ଗଳ ନ ପାଏ ସ୍ଥାନ ।ସ୍ଥାନେ ସ୍ଥାନେ ହେଉ ଜଳର ଭଣ୍ଡାର;ତୃତୀୟ ଗୁହାରୀ ମୋର ରାଜନ,ସେ ଜଳ−ଭଣ୍ଡାରୁ ଶୁଷ୍କ କେଦାରକୁହେଉ ନିଦାଘରେ ନୀର−ବଣ୍ଟନ ।ମୋର ବାଡ଼ିପାଶେ ବରୁଣ−ନିଳୟଅକ୍ଷୟ−ଲବଣ−ନୀର−ନିଦାନ,ସେ ଜଳ ରାନ୍ଧିଣ ଲୁଣ ଖାଉଥିଲେତୁଚ୍ଛା−ଭାତେ ମୋର ଦୁଃଖୀ ସନ୍ତାନ ।ମହିମା−ବାରିଧି ଅତୁଳ−ସମ୍ପଦଅଧିକାରୀ ଆହୋ ବ୍ରିଟିଶ−ରାଜ,ଲୁଣଗଣ୍ଡାପାଇଁ କରିଦେଲେ ମନା,କହିବାକୁ ମତେ ମାଡ଼ୁଛି ଲାଜ ।ମୋ ବାଡ଼ିଭିତରେ ଲୁଣର ଅମଳ,ଅଲଣା ଖାଆନ୍ତି ଦୁଃଖୀ ଓଡ଼ିଆ,ଲୁଣଇ ଖାଇଲେ ପକଡ଼ି ନିଅନ୍ତିଖୋଲଟି କହି ତାଙ୍କୁ ନୀଳପରାଡ଼ିଆ ।ଦୁଃଖୀ ରଙ୍କ ଲୋକେ ଧରିନେବେ ବୋଲିଅଛନ୍ତି ଅସଂଖ୍ୟ କରମଚାରୀ,ଶଅ ଶଅ ଟଙ୍କା ଦରମା ପାଆନ୍ତି,ଲୁଣଗଣ୍ଡାପାଇଁ ହୁକୁମ ଜାରି ।ନ୍ୟାୟ ଦୟାଶୀଳ ବ୍ରିଟିଶକେଶରୀଚତୁର୍ଥ ଗୁହାରୀ ଏହା ମୋହରନିମକଟିକସ କରିଦିଅ ମାଫି,ରହି ଥାଉ ମହାକୀର୍ତ୍ତି ତୁମ୍ଭର ।ପଙ୍ଗାଲୁଣ ହୁଏ ମୋ ଘରେ ଅମଳ,ଗୋଡ଼ାଲୁଣ ହୁଏ ବିକ୍ରୟ ଦାଣ୍ଡେ ।ଟିକସ ହେବାରୁ ଦାମୀ ପଙ୍ଗାଲୁଣ,ଗୋଡ଼ାଲୁଣ ଶୋଷେ ସମ୍ପତ୍ତି ଚାଣ୍ଡେ ।ପଞ୍ଚମ ଗୁହାରୀ ଏ ମୋର ସମ୍ରାଟସ୍ୱଦେଶ ଶାସନେ ଓଡ଼ିଆଗଣବିଦ୍ୟା ବୁଦ୍ଧି ଭଳି ପାନ୍ତୁ ନ୍ୟାଯ୍ୟ−ଅଂଶରାଜକର୍ମେ ତାଙ୍କୁ କର ଗ୍ରହଣ ।ଶାସନ ବିଭାଗେ ଶିକ୍ଷା ରେଳ ଡାକ−ସର୍ବ ଇଲାକାରେ ହୋଇ ନିୟୁକ୍ତ,ମୁରବୀ ବଳରେ ବିଦେଶୀୟେ ଆସିଓଡ଼ିଆଙ୍କ ଟଙ୍କା ନେଲେ ବହୁତ ।ପାଠ ପଢ଼ି ଘାସ କାଟନ୍ତି ଓଡ଼ିଆ,ବିଦେଶୀ ପାଅନ୍ତି ଉଚ୍ଚ−ଚାକିରୀଚାକିରୀ ନ ପାଇ ନିରନ୍ନ ଓଡ଼ିଆ,ବାହୁନେ ବିକଳେ ଓଡ଼ିଆ ନାରୀ ।ନୌକରି ନ ପାଇ ଶିଖି ନ ପାରନ୍ତି,କାର୍ଯ୍ୟକ୍ଷମ ଜାତି ହୋଇବ କାହିଁ,ବେକରେ ପଡ଼ିଲେ ବଜେଇ ଶିଖନ୍ତି,କୂଳେ ଥାଇଁ କେହି ପହଁରେ ନାହିଁ ।ତୁମ୍ଭ ଦେଖାଦେଖି ଏ ଦେଶୀୟ ନୃପେଗରିବ ଓଡ଼ିଆ ରଇତ−ଟଙ୍କାଓଡ଼ିଆ ନ ରଖି, ବିଦେଶୀୟ ଭାତ୍ୟେଦିଅନ୍ତି ନ କରି କରୁଣା, ଶଙ୍କା ।ନ୍ୟାୟ−ରାଜ ଆହେ ଭାରତ−ସମ୍ରାଟଦୁର୍ବଳ−ସହାୟ ଇଂରେଜ ଜାତି,ଉନ୍ନତ−ପ୍ରଦେଶୁଁ ଆସି ବୈଦେଶିକଛାଣି ନେଉଛନ୍ତି ଦରିଦ୍ର−ଥାତି ।“ଓଡ଼ିଆଙ୍କ ପାଇଁ ଓଡ଼ିଶା−ପ୍ରଦେଶ” *ପ୍ରବର୍ତ୍ତିତ ହେଉ ଏ ନ୍ୟାୟନୀତି;ଗାଇବ ଉତ୍କଳ ଯାବତ ଚନ୍ଦ୍ରାର୍କବ୍ରିଟିଶ ରାଜାଙ୍କ ନ୍ୟାୟ−କୀରତି ।ଅଛି ମୋ ପ୍ରାଚୀନ ସାହିତ୍ୟ ଭଣ୍ଡାରବିସ୍ମୃତି−ଅନ୍ଧାରେ ବୁଡ଼ିଛି ତାହା,ପିତୃ ପିତାମହ− ସଞ୍ଚିତ ରତନଦେଖି ତା ଓଡ଼ିଆ ନ ଦେଖେ ଆହା ।ଜାତୀୟ ସାହିତ୍ୟ− ଉନ୍ନତି ନୋହିଲେଜାତୀୟ ଉନ୍ନତି ନ ହୁଏ କେବେ,ସାହିତ୍ୟ ଜାତୀୟ− ଜୀବନ−ଆଦର୍ଶ,ଉଠିଲେ ସେ ଜାତି ଉଠଇ ତେବେ ।
* ‘Assam for the Assamees’ ଏହି ନୀତି ଅବଲମ୍ୱନପୂର୍ବକ ଗୋଟିଏ ସୁଦ୍ଧା କାର୍ଯ୍ୟ ବଙ୍ଗୀୟ ଆବେଦନକାରୀ ବନ୍ଧୁମାନଙ୍କୁ ଦେଇ ନ ଥିଲେ ବୋଲି ଆସାମ ଶାସନକର୍ତ୍ତା ମହାମନା କଟନ୍ ସାହେବ ସ୍ୱୀୟ ବିଦାୟ ବକ୍ତୃତାରେ କହିଥିଲେ ଅଥଚ ବଙ୍ଗବାସିଗଣ ତାହାଙ୍କୁ ଦେବତୁଲ୍ୟ ଭକ୍ତି କରନ୍ତି ।
ଜଗତର ଇତି− ହାସେ ଦେଖାଯାଏ,ରାଜା ସାହିତ୍ୟର ପ୍ରତିପୋଷକ,ଥିଲେ ଅଗଷ୍ଟସ୍ ବିକ୍ରମ−ଆଦିତ୍ୟଏଲିଜାବେଥ୍ ତା ପୃଷ୍ଠପୋଷକ,ପ୍ରାଚୀନ ଉତ୍କଳ− ସାହିତ୍ୟ ଉଦ୍ଧାରପାଇଁ କର ନୃପ, ଉତ୍ସାହ ଦାନ;ରାଜକରୁଁ କିଛି ଅଂଶ ଦେଲେ ହେବବର୍ଦ୍ଧିତ ଦେଶୀୟ ସାହିତ୍ୟମାନ ।ବଙ୍ଗ ପ୍ରଦେଶକୁ ରାଜ ସରକାରଉତ୍ସାହ ଦେଲାରୁ ବଙ୍ଗଳାଭାଷା,ସାହିତ୍ୟବିଭବେ− ସମୃଦ୍ଧିଶାଳିନୀଶ୍ରେଷ୍ଠ ସ୍ଥାନେ ଆଜି ବଳାଏ ଆଶା ।ଆଜି ମଧ୍ୟ ବଙ୍ଗେ ରାଜସରକାରୁଁଲେଖକ କବିଏ ପାଆନ୍ତି ବୃତ୍ତି,ଚନ୍ଦ୍ର ଶେଖରଙ୍କୁ ବନ୍ଦ୍ୟପଦ ଦେଇଲଭିଲ ନୃପେଶ କିପାଁ ନିବୃତ୍ତି !ଚିତାସମ ଉପ− ବାସ ଋଣ ଚିନ୍ତାସାମନ୍ତଙ୍କୁ ପ୍ରତିନିୟତ ଦହେ,ସ୍ୱଦେଶୀୟ ଦାନ ସଙ୍ଗେ ରାଜକୀୟଦାନ କିଛି ମିଶୁ ଦୀନମିତ୍ର ହେ ।ବଙ୍ଗ କବିପରି ‘ସିଦ୍ଧାନ୍ତ ଦର୍ପଣ’ଲେଖକ ପାଆନ୍ତୁ ରାଜାନୁଗ୍ରହ,ଉତ୍କଳସାହିତ୍ୟ ଦରିଦ୍ର ସେବକେହେ ବ୍ରିଟିଶରାଜ ହୁଅ ସହାୟ ।ପ୍ରାଚୀନ ଉତ୍କଳ− ସାହିତ୍ୟର ଏକଇତିହାସ ହେଉ ଲେଖା ଉତ୍କଳେ,ଉତ୍କଳ ଭାଷାର ହେବ ସମୁତ୍ଥାନଜାଗିବେ ଭାରତୀ ନବୀନ ବଳେ ।ତୁମ୍ଭ ଦେଖାଦେଖି ଏ ଦେଶୀୟ ଧନୀଦେଶୀୟ ସାହିତ୍ୟେ ବଳାଇ ମନ,ରାଜା ମହାରାଜା− ପଦଲାଭ ଆଶେକରିବେ ତୁମ୍ଭଙ୍କୁ ଅନୁକରଣ ।ତାଙ୍କୁ ଅହଙ୍କାର− ପରିତୃପ୍ତି ଛଳେହୋଇବ ଉତ୍କଳସାହିତ୍ୟୋନ୍ନତି,କ୍ଷୁଦ୍ର କାର୍ଯ୍ୟ ସୂତ୍ରେ ମହତ ବ୍ୟାପାରସାଧନ କରନ୍ତି ଜଗତପତି ।ମୋ ଷଷ୍ଠ ଗୁହାରୀ ଏହା ଶ୍ରୀଛାମୁରେହେଉ କୃଷିବ୍ୟାଙ୍କ” ବୋଲୁଁ ଉତ୍କଳ,ଏହି ସମୟରେ ହେଲା କୋଳାହଳ,ରାଜସଭା ହେଲା ଟଳମଟଳ ।ଗର୍ଜିଲେ ସମସ୍ତେ “ଏ ବଡ଼ ଅନ୍ୟାୟ,ଜଣେ କିମ୍ପା ନେବ ଏତେ ସମୟ,ନିଠେଇ ନିଠେଇ ଲୁଣ ତେଲ କଥାମାଇପିଟା କହେ ନ କରି ଭୟ ।ଦଣ୍ଡି ମଥାମଣି ଚଉକୀ ନ ଇଣପିନ୍ଧି ଖଣ୍ଡେ ଲୁଗା ମାଣିଆବନ୍ଧି,ବ୍ରିଟିଶ ସମ୍ରାଟ ମହା ଦରବାରେଏତେବେଳଯାଏ କରିବ ବନ୍ଦି” ।କହିଲେ ଏକାଳେ ରାଜକୀୟ ମନ୍ତ୍ରୀସମୟ ହୋଇଛି ଯାଅ ଉତ୍କଳ,ଏକା ନୁହ ତୁମ୍ଭେ କରିବେ ଗୁହାରୀସାମ୍ରାଜ୍ୟର ଯେତେ ପ୍ରଜା ସକଳ ।କହିଲେ କାମିନୀ, “ଯାଉଛି ହେ ବାବୁ,ନ କର ଦୁଃଖୀକୁ ଥଟ୍ଟା ନକଲ,ଏଥି ପାଇଁ ଡରେ ଆସୁ ନ ଥିଲି ମୁଁ,ଆସି ହେଲି ଏଥି କି କଲବଲ !ରାଣୀ ମହାରାଣୀ ଡରେ ଥରହର,ଆଉ କିଛି ମୁହିଁ କହିବି ନାହିଁ,ଚୁପୁଡ଼ିଲେ ଅତି ଲେମ୍ୱୁ ହୁଏ ପିତା,ଅସନ୍ତୁଷ୍ଟ ହେବେ ବ୍ରିଟିଶସାଇଁ ।ବାଲେଶ୍ୱର ରାଧା ନାଥ ଲାଇବ୍ରେରୀସ୍ଥାପୟିତା ରାୟ ଶଶିଭୂଷଣ,ଦଶ ଟଙ୍କା ମୋତେ ଦେଇ ବାଟଖର୍ଚ୍ଚଏତେ ଦୂର ଦେଶେ କଲେ ପ୍ରେରଣ ।ଯାଉଛି ପଳାଇ ରହିବି ଲୁଚିଣନୀରବେ କରିବି ଲୋତକପାତ,ଶୁଣିଲେ ଶୁଣିବେ ଗୁହାରୀ ସମ୍ରାଟନୋହିଲେ ଭରସା ଜଗତତାତ ।ଚିରକାଳ ମୁହିଁ ଅଟେ ରାଜଭକ୍ତରାଜ−ଅନୁଗ୍ରହ ମୋହର ବଳ,ଶୁଣିଲେ ଶୁଣନ୍ତୁ ନ ଶୁଣିଲେ ନାହିଁମୋର ଏ ଗୁହାରୀ, ଥାନ୍ତୁ କୁଶଳ ।ନୃପ ନରରୂପି ମହତୀ ଦେବତା,ସ୍ମୃତିକାର ମନ ଅଛନ୍ତି ଭାଷି,ତେଣୁ ଦୁଃଖ ସୁଖେ ରାଜ−ଅନୁରକ୍ତଚିର ରାଜଭକ୍ତ ଭାରତବାସୀ ।ମୁଁ ପୁଣି ଉତ୍କଳ ଯାତନା−ଜଞ୍ଜାଳେକେତେ ହୋଇଥିଲି ଦୁଃଖେ ପୀଡ଼ିତ,ଇଂରାଜ−ରାଜତ୍ୱେ ପୂର୍ବ ଅତ୍ୟାଚାରକୁସଂସ୍କାର ହୋଇଅଛି ଦୂରିତ ।ତେଣୁ ମୁହିଁ ଦୁଃଖ ସୁଖେ ରାଜଭକ୍ତଇଂରାଜ ମଙ୍ଗଳେ ମୋର ମଙ୍ଗଳ,ଜୟ ମହାରାଜ ଜୟ ଭୋ ସମ୍ରାଟ”କହିଣ ମେଲାଣି ନେଲେ ଉତ୍କଳ ।ସ୍ୱପ୍ନ ସିନା ସଦା ଦରିଦ୍ର ସହାୟଚଢ଼ିଲେ ଉତ୍କଳ କଳ୍ପନା ରଥେ;ମହାସିନ୍ଧୁ ଡେଇଁ ପଶିଲେ ନବରେକେତେ ଦେଶ ଟପି ଆକାଶପଥେ ।ଏମନ୍ତ ସମୟେ ଭାଙ୍ଗିଗଲା ନିଦ୍ରାପ୍ରବୁଦ୍ଧ ସମ୍ରାଟ ଉଦ୍ବିଗ୍ନମନସ୍ରାମାଜ୍ୟ କାର୍ଯ୍ୟରେ ନିବେଶିଲେ ଚିତ୍ତପାସୋରିଲେ ପରା ନିଶି−ସ୍ୱପନ ।ଜନ୍ମଭୂମି
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ