ତୃତୀୟ ଭାଗ — ଜନ୍ମଭୂମି — ନନ୍ଦକିଶୋର ବଳ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ତୃତୀୟ ଭାଗ
ପରଲୋକଗତ ମଧୁସୁଦନ
୧
କାହିଁ ଗଲ ଆହେ ଶ୍ରୀ ମଧୁସୂଦନତେଜି କର୍ମମୟ ଧରଣୀତୁମ୍ଭ ବିଚ୍ଛେଦରେ ବିଷାଦ କାତରେକାନ୍ଦନ୍ତି ଉତ୍କଳ ଜନନୀ,କାଳରେ ! କି ଦାରୁଣ ତୋ’ ଏ ବିଧିକହ କହ କାଳ ଲୁଚାଇଲୁ କାହିଁଅମୂଲ୍ୟ ସଂପଦ ସେ ନିଧି ?
୨
ଉତ୍କଳ ଗଗନୁଁ ଖସି ପଡ଼ିଲା ରେଉଜ୍ଜ୍ୱଳ ଜ୍ୟୋତିଷ୍କ ସୁନ୍ଦରଉତ୍କଳ ଗଳାରୁ ରତନ ମାଳାରୁହଜିଲ୍ଲା ମାଣିକ୍ୟ ମଧୁର,ଆହାରେ ! ଉତ୍କଳ–ନନ୍ଦକାନନୁପୂଜା–ପାରିଜାତ ଝଡ଼ିଲା, ନିଭିଲାରତ୍ନଦୀପ ବାଣୀ ଭବନ୍ତୁ ।
୩
ଉତ୍କଳ–ବାଣୀଙ୍କ ବାଜେଣା ବୀଣାରୁଝଡ଼ିଗଲା ତା’ର ସୁସ୍ୱରଭାରତ ମାନସେ ଉତ୍କଳ–ପଦ୍ମିନୀହେଲେ ମଧୁହୀନା ନିକର,ହେ ମଧୁ ! ମଧୁହୀନ ଏବେ ଜୀବନମଧୁହୀନ ହେଲା କଟକ ନଗର,ମଧୁହୀନ ବିଶ୍ୱଭୁବନ ।
୪
ଜଣକ ବିହୁନେ କେତେ କେତେ ସ୍ଥାନଶୂନ୍ୟ ହୋଇଗଲା ଏ ଦେଶେ,କେତେକାଳ ଆହା ଶୂନ୍ୟ ଥିବ ତାହାପୂର୍ଣ୍ଣ ତା କରିବ କିଏ ସେ ?ବିଭୁ ହେ ! ବିଚିତ୍ର ତୁମ୍ଭର ବିଧାନ,ତବ ଶୁଭ ଇଚ୍ଛାବଳେ ଯଥାକାଳେପଠାଇଲ ସ୍ୱର୍ଗୁଁ ଆହ୍ୱାନ ।
୫
ଚିର ବ୍ରହ୍ମନିଷ୍ଠ ଏକେଶ୍ୱରବାଦୀନିରାକାର ବ୍ରହ୍ମୋପାସକ,ବିଜ୍ଞାନ ଉଜ୍ଜ୍ୱଳ ଧର୍ମପ୍ରଚାରକସମାଜର ସୁସଂସ୍କାରକ,ଋଷି ହେ ! ପୁରାଣ ବ୍ରହ୍ମତତ୍ତ୍ୱଦର୍ଶୀ,ଉତ୍କଳର ବ୍ରାହ୍ମ ନକ୍ଷତ୍ରମଣ୍ଡଳମଧ୍ୟେ ଶାରଦ ରାକା ଶଶୀ ।
୬
ପ୍ରାଚ୍ୟ ଜ୍ଞାନଭକ୍ତି ପ୍ରତୀଚ୍ୟ କର୍ମରଶୁଭ ସମାବେଶ ସୁନ୍ଦର,ସୁକଠୋର ନ୍ୟାୟ, ସୁକୋମଳ ଦୟାଶୁଭ ପରିଣୟେ ମଧୁର,ଉଦାର, ଅସଂକୀର୍ଣ୍ଣ ବିଶ୍ୱଜନୀନନିଖିଳ ମାନବମଣ୍ଡଳୀ ମଧ୍ୟରେଆତ୍ମା–ପର–ଜ୍ଞାନବିହୀନ ।
୭
ଭକ୍ତିପ୍ରସ୍ରବଣ ଥିଲା ମହାପ୍ରାଣପବିତ୍ର ବ୍ରହ୍ମ ପୂଜାବେଳେଦର ଦର ଧାରେ ପ୍ରେମାଶ୍ରୁ ପ୍ରବାହବହଇ ଶୁଭ୍ର ଗଣ୍ଡସ୍ଥଳେ;ଭକ୍ତ ହେ ! ଥିଲ ବ୍ରହ୍ମନିଷ୍ଠ ବୈରାଗୀ,ନିର୍ଲିପ୍ତ ସଂସାରୀ ଦାତା ମିତାଚାରୀଜନପ୍ରେମୀ ସ୍ୱାର୍ଥ–ତିଆଗୀ ।
୮
ପିତୃମାତୃଭକ୍ତ ସଂଯତ ଚରିତ୍ରସୋଦର–ସନ୍ତାନବତ୍ସଳ,ବନ୍ଧୁଜନ ପ୍ରିୟ ପରଉପକାରୀସ୍ୱଦେଶପ୍ରେମିକ ସରଳ;ଗୁଣୀ ହେ ! ଦାନ କରୁଥିଲ ଗୋପନେକାହା ପ୍ରାଣେ କେବେ ନ ଦେଇଣ ବ୍ୟଥାତୋଷୁଥିଲ ମଧୁ ବଚନେ ।
୯
ଆଦର୍ଶ ଶିକ୍ଷକ ତେଜସ୍ୱୀ ନିର୍ଭୀକସ୍ନେହଶୀଳ କୃପା କରୁଣ,ବଜ୍ର–ଦୃଢ଼–ହୃଦ କୁସୁମ କୋମଳଭୀମକାନ୍ତ ମଧୁ ମିଳନ;ଜ୍ଞାନି ହେ ! ଗଭୀର ପାଣ୍ଡିତ୍ୟ ଆଧାର,ସାହିତ୍ୟ, ଗଣିତ, ଭାଷା ଧର୍ମତତ୍ତ୍ୱଆଦି କେତେ ଜ୍ଞାନଭଣ୍ଡାର ।
୧୦
ଜ୍ଞାନ, ବୁଦ୍ଧି ବଳେ କ୍ରମଶଃ ଉତ୍କଳେଶିକ୍ଷା ଶୀର୍ଷ ସ୍ଥାନ ମଣ୍ଡିଲ,ଜ୍ଞାନାର୍ଜନ ତୃଷ୍ଣା, ସ୍ୱତର୍ତ୍ତବ୍ୟନିଷ୍ଠାଆଦର୍ଶ ଦେଖାଇ ଚଳିଲ;କର୍ମୀ ହେ ! କରୁଣା କୋମଳ ବେଭାରେଜ୍ଞାନଚର୍ଚ୍ଚା ସ୍ରୋତ କଲ ପ୍ରବାହିତନିଖିଳ ଉତ୍କଳ ସଂସାରେ ।
୧୧
ବୀଣାପାଣୀ ବରପୁତ୍ର ଭକ୍ତକବିପବିତ୍ର ଗମ୍ଭୀର ରଚନା,ଉତ୍କଳୀୟ ଛାନ୍ଦେ ପ୍ରବନ୍ଧ ସଙ୍ଗୀତେକଲା ନବଯୁଗ ସୂଚନା;କବି ହେ ! ତପସ୍ୱିନୀ ସମ କଳ୍ପନାସରଜି ପବିତ୍ର ସଂଯତ ସାହିତ୍ୟକଲ ବାଣୀ ଅର୍ଘ୍ୟ ରଚନା ।
୧୨
ଉତ୍କଳର ଗ୍ରାମେ ଗ୍ରାମେ ତବ ନାମଘୋଷିତ ହୁଅଇ ହେ କବି,ପ୍ରତି ବିଦ୍ୟାଳୟେ, କୋମଳ ହୃଦୟେବିମ୍ବିତ ତବ ଜ୍ଞାନ–ରବି;ଗୁରୁ ହେ ! ସାହିତ୍ୟକ୍ଷେତ୍ରେ ମହାରଥୀ,ତବ ସମ ସୁତ ଅଙ୍କେ ଧରି ସିନାମାତୃଭୂମି ଯେ ସୁତବତୀ ।
୧୩
ରାଧାନାଥ ସଙ୍ଗେ ହେ ମଧୁସୂଦନ,ଚିରସଖ୍ୟ, ଚିରମିଳନନ,ଯୌବନେ, ବାର୍ଦ୍ଧକ୍ୟେ, ଗୃହେ, କର୍ମକ୍ଷେତ୍ରେଯେସନ ନରନାରାୟଣ;ପ୍ରାଣାନ୍ତେ, ଏକତ୍ର ବେନିଙ୍କ ସମାଧିବେନିଏ ଏକତ୍ର ଲଭିଲ ବିରାମଏକତ୍ର କର୍ମଯୋଗ ସାଧି ।
୧୪
କେତେ ଥର କେତେ ମୃତ୍ୟୁଶଯ୍ୟା ପାଶେକରୁଥିଲ ବିଭୁ ପ୍ରାର୍ଥନା,ପ୍ରାଣସ୍ପର୍ଶୀ ବାଣୀ ଲଭୁଥିଲେ ଶୁଣିମୁମୂର୍ଷୁ ଅଭୟ ସାନ୍ତ୍ୱନା;ବିଶ୍ୱାସି ! ଅଭୟ ବ୍ରହ୍ମପାଦପଦେ,ସାରା ଜୀବନରେ ସଂଚିତ ପୁଣ୍ୟରେଆଶ୍ରୟ ଲଭ ଦିବ୍ୟ ସଦ୍ମେ ।
୧୫
ଭବ ପରପାରେ ବ୍ରହ୍ମର୍ଷିମଣ୍ଡଳେପାଇ ସ୍ନେହ ପ୍ରେମାଲିଙ୍ଗନ,ଦିବ୍ୟଧାମେ ଦେବ ସୁର ସଭାମଧ୍ୟେପାଇଅଛ ଦିବ୍ୟ ଆସନ;ଦେବ ହେ ! ପବିତ୍ର ମଧୁର ଜୀବନନିଖିଳ ଉତ୍କଳେ ମାନବ ମଣ୍ଡଳକରୁଁ ସର୍ବେ ଅନୁକରଣ ।
୧୬
ସେ ସୁନ୍ଦର ମୂର୍ତ୍ତି, ସେ ସୌମ୍ୟ ବଦନମଧୁର କୋମଳ ବଚନସହାନୁଭୂତିରେ ସଦା ପୂର୍ଣ୍ଣ ପ୍ରାଣନ କରିପାରେ ବିସ୍ମରଣ,ହ ଦେବ ! ନ ଦେଇ ପାରିବ ବିଦାୟ,ସମ୍ପଦେ, ବିପଦେ, ସ୍ମରେ ତବ ପାଦେହୁଅ ହେ ମୋ ଚିର ସହାୟ ।
୧୭
ହେ ବରେଣ୍ୟ ଦେବ ଶ୍ରୀଚରଣେ ତବହୁଏଁ ମୁଁ ଭୂମିଷ୍ଠ ପ୍ରଣତ,ଯାବତ ଜୀବନ ଆଦର୍ଶ ସ୍ୱରୂପେବିରାଜ ମୋ’ ପ୍ରାଣେ ସନ୍ତତ;ହେ ଦେବ ! ଉତ୍କଳର ଇତିହାସରେ“ଶ୍ରୀ ମଧୁସୁଦନ ଭକ୍ତକବି” ନାମରହିଲା ସୁବର୍ଣ୍ଣ ଅକ୍ଷରେ ।ଋଷି ମଧୁସୂଦନ(ରାଗ-କଳହଂସକେଦାର)ନାହାନ୍ତି ଆଉ ପ୍ରାଣେ ମଧୁସୂଦନନ ଦେଖିବ ନେତ୍ର ସେ ଚାରୁ ବଦନ ।ସୁନ୍ଦର ସହାସ ସେ ରୂପ ମୋହନନ ଦେଖିବ ଆଉ ଏ ଲୋକଲୋଚନ ।ଅଚିନ୍ତା ନିଦ୍ରା ଦେବ ଭଜିଲ କାହିଁ,ସେ ନିଦ୍ରାରେ କି ସ୍ନେହ ମମତା ନାହିଁ ?ନାନା ଦୁଃଖେ ଦୁଃଖିନୀ ଉତ୍କଳ–ମାତାତା ଦୁଃଖ କିଏ ନେବ ହେ ପୂଜ୍ୟଭ୍ରାତା !କିଏ ଭକ୍ତ ବତ୍ସଳ ଶ୍ରୀପଦେ ଆଉଜଣାଇବ ଉତ୍କଳ ଦୁର୍ଭାଗ୍ୟ ଦାଉଦେଶର ନାନା ପାପତାପ ଦୀନତା,ଦୁଃଖିତ ହେବ କିଏ କହି ସେ କଥା ?କିଏ ଆଚାର୍ଯ୍ୟ ଆଉ ବ୍ରହ୍ମୋପାସନା,କରି ଉତ୍କଳେ ଦେବ ଶିକ୍ଷା ସାନ୍ତ୍ୱନା ?ସେ ଗମ୍ଭୀର ପବିତ୍ର ସୁନ୍ଦର ଲେଖାଆଉ କି ଭକ୍ତକବି ନ ଦେବ ଦେଖା ?ଋଷି ସ୍ୱଦେଶଭକ୍ତ କବି ପଣ୍ଡିତ !ଏ କଥାରେ କି ଆଉ ହେବ ଉଦିତ ?କର୍ତ୍ତବ୍ୟନିଷ୍ଠା ଚରିତ୍ରର ମହିମାସାଧୁଶୀଳତା ଗାଢ଼ ଜ୍ଞାନ ଗରିମା,ଅମୃତ ପ୍ରିୟବାଣୀ ସହାନୁଭୂତି,ଅତିଥିସେବା ଶିଷ୍ଟ ବିଚାର ଯୁକ୍ତି ?ଉତ୍କଳ ଭାରତୀଙ୍କ ପ୍ରିୟ ନନ୍ଦନ,ଉତ୍କଳପ୍ରବନ୍ଧର ସୃଷ୍ଟି କାରଣ,ବ୍ରହ୍ମ ସଙ୍ଗୀତ ଆଦି ସୁପ୍ରଚାରକଭାଷାତତ୍ତ୍ୱର ଆଦି–ସୁପ୍ରବର୍ତ୍ତକ,କେଉଁଆଡ଼େ ଗଲ ହେ ପଣ୍ଡିତ କବିଦିଶି ଯାଉଛି ତବ ସୁନ୍ଦର ଛବି ।କିଛି ତ ଦୋଷ ଦିଶୁ ନାହିଁ ତୁମ୍ଭରଦେବତାରୂପେ ଦିଶ ନେତ୍ରେ ମୋହର ।ଆଦର୍ଶ ରୂପେ ଆହେ ସାଧୁ ମନୀଷୀମୋ ପ୍ରାଣେ ବିଭାସିତ ଦିବସ ନିଶିଜାଗ୍ରତେ ମଧୁ ଦେଖେଁ ମଧୁ ସ୍ୱପନେ,ପ୍ରଭାବିତ କର ମୋ ସାରା ଜୀବନେ ।ଭକ୍ତ ଜୀବନ ଭକ୍ତ–ଚିନ୍ତା–ବଚନଭକ୍ତ ଲେଖନୀ ଭକ୍ତ ଭଙ୍ଗି ସ୍ୱପନ ।ବ୍ରହ୍ମୋପାସନା ବେଳେ ନୟନୁଁ ନୀରଝରି ସ୍ୱର୍ଗୀୟ ଦୃଶ୍ୟ ସୃକେ ମହୀର ।ସେ ଦିବ୍ୟ ଦୃଶ୍ୟ କିହେ ଚିର ଜୀବନଆଉ ଦେଖିବ ନାହିଁ ମର ନୟନ ?ସ୍ୱର୍ଗ ବିହଙ୍ଗ ତେଜି ଦେହ–ପିଞ୍ଜର
୧
ମୃତ୍ୟୁବିଜୟୀ ବୀର ହେ ମୃତ୍ୟୁଞ୍ଜୟ !ଅପ୍ରତ୍ୟାଶିତଭାବେ ନେଲ ବିଦାୟ ।ଦୀନ କୁଟୁମ୍ବ ଦୀନ ସାହିତ୍ୟ ସହକା ହାତେ ଦେଇଗଲ ହେ ସୁଧି କହ ?ଦୀନ ଉତ୍କଳଭାଷା ତପସ୍ୟା କରିନିଷ୍ଠାପର ସାଧକ ତୁମ୍ଭରି ପରିପାଇଣ ଥିଲା କେତେ ବରଷ ପରେ,ହରାଇଲା ତା ପୁଣି କେତେ ସତ୍ୱରେ ।ଭାଷା–ବିଜ୍ଞାନ ପ୍ରତ୍ନତତ୍ତ୍ୱ–ଚୟନକିଏ କରିବ ଆଉ ବାଣୀଭୂଷଣ ହେ ।
୨
ମଧୁର ହାସ ହସ ହସ ଆନନ,ସରଳ ସୁମଧୁର ବାଣି–ଭାଷଣ,ବିଜୁଳୀ ପରି ତ୍ୱରା ବୁଲି ଆସିବା,ନିଶିଦିବସ ଖଟି କର୍ମ କରିବା,ଅଦମ୍ୟ ଉତ୍ସାହରେ ସଭା, ସମିତିକରି କରାଇ ପ୍ରବର୍ତ୍ତାଇବା ରୀତି,ସାରା ଦିବସ ସାମାଜିକ ସାଧନା,ସାରା ଯାମିନୀ ବାଣୀ–ସୁଆରାଧନା,ଦୀନ ପରିବାରର ଉନ୍ନତିକାମ,ଅର୍ଜିବା ଧନ ଯଶ ସାହିତ୍ୟେ ନାମ,ସବୁ ବନ୍ଧୁଙ୍କୁ ସଦା ସଙ୍ଖୁଳୁଥିବା,ସ୍ମିତ ହାସ୍ୟେ ସଭିଙ୍କ ମନ ତୋଷିବା,ଅଗାଧ ଜ୍ଞାନ ସହ ସରଳ ଛବି,ଚିରକାଳକୁ ସିନା ଲୁଚିଲା କବି !
୩
ଅଭିଶପ୍ତ ଉତ୍କଳଭାଷା, ନୋହିଲେବଛା ବଛା ସୁକର୍ମୀ ଅକାଳେ ଗଲେ !ଶ୍ରୀ ରାଧାନାଥ–ମଧୁସୂଦନ କବିଫକୀରମୋହନଙ୍କ ବରେଣ୍ୟ ଛବି,ରାମଚନ୍ଦ୍ର–ସୁଢ଼ଳ–ଶ୍ରୀ ପଦ୍ମନାଭଶ୍ୟାମସୁନ୍ଦର–ଗୋପୀନାଥ–ଅଭାବ,ପାଶୋର ନ ଯାଉଣୁଁ ହେ ମୃତ୍ୟୁଞ୍ଜୟ !ଗଙ୍ଗାଧର ସଙ୍ଗତେ ନେଲ ବିଦାୟ !
୪
ବିସୋର ନୋହିଲେହେଁ ଅମୂଲ୍ୟ ନିଧି !ଅଜ୍ଞେୟ ଆଜ୍ଞା ବିଧି–କଠୋର–ବିଧି ।ଆଗ ପଛ ହୋଇଣ ସର୍ବେ ଚଳିବା,ଏହା ସୁମରି ନିତ୍ୟ କାର୍ଯ୍ୟ କରିବା ।ସ୍ୱର୍ଗୀୟ ଜ୍ଞାନୀ କବି ସାଧୁ ପ୍ରଭାବପ୍ରାଣେ ପ୍ରାଣେ ଉଠାଅ ନବୀନ ଭାବ ।ନବ ଉତ୍ସାହେ ଯୁବାଯୁବତୀଗଣଉଠି ଠିଆ ହେଉନ୍ତୁ ଜଣକୁଜଣ ।ଏହା କି ଅସମ୍ଭବକୋଟି ସନ୍ତାନେଉଦ୍ଧାରିବେ ସତେ କି ଜନନୀ–ମାନେ ?ଯେ ଯାଏ ସେ ଠାବ ତ ନ ପୁରେ ଆଉ,ଯେ ଯାହା କ୍ଷେତ୍ରେ କର୍ମ କରିଣ ଯାଉ ।ନିଷ୍ଠାରେ କର୍ମ କଲେ ଶ୍ରୀ ଭଗବାନଉଦ୍ଧାରିବେ ନିକର ଉତ୍କଳ–ମାନ ।ପରଲୋକଗତଙ୍କ ଜୀବନାଦର୍ଶସ୍ୱଦେଶବାସୀ–ପ୍ରାଣ କରିଣ ସ୍ପର୍ଶଅନୁକରଣକାରୀ କଲେ ଆହ୍ୱାନ,ସଫଳ ହୁଏ ଭବେ ତାହାଙ୍କ ପ୍ରାଣହେ ମୃତ୍ୟୁଞ୍ଜୟଶିଷ୍ୟ ! ହୁଅ ଜାଗ୍ରତ,ଜଣକ ସ୍ଥାନେ ଶତ ହେଉ ପ୍ରାପତ;ସେହିପରି ନିଷ୍ଠାରେ ଅରଜ ଜ୍ଞାନ,ସେହିପରି ସାହିତ୍ୟେ ଦିଅ ହେ ଧ୍ୟାନ ।‘ଜୀବନରୁ ଜୀବନ ହୁଏ ଉତ୍ପନ୍ନ’ଉତ୍କଳେ ହେବ ନାହିଁ କି ପ୍ରତିପନ୍ନ ?ସ୍ୱର୍ଗତ ନୀଳମଣି ବିଦ୍ୟାରତ୍ନଆହେ ନୀଳମଣି ! ଉତ୍କଳର ମଣି,ଅକାଳରେ ଗଲ ଏ ଭବ ତେଜି ।ତୁମ୍ଭ କାର୍ଯ୍ୟ ଭାଳି ତୁମ୍ଭ ଗୁଣ ଗୁଣିବ୍ୟାକୁଳ ହେଉଛିଁ ତୁମ୍ଭଙ୍କୁ ହେଜି ।“ହିତୈଷିଣୀ”, “ପ୍ରଜାବନ୍ଧୁ” ପ୍ରକାଶିଣକଲ ଏ ଦରିଦ୍ର–ଉତ୍କଳ ହିତ,“ଉତ୍କଳ–ମଧୂପ” ପ୍ରକାଶ କରିଣକଲ କେତେ କେତେ ଜ୍ଞାନ ସଞ୍ଚିତ ।ଥିଲ ସ୍ୱଦେଶର ହିତେ ସଦା ରତ,ସାହିତ୍ୟ ସେବାରେ ତଦ୍ଗତମନ,ଯେତେବେଳେ ଯେଉଁ କାର୍ଯ୍ୟେ ଲାଗୁଥିଲପ୍ରାଣପଣେ କରୁଥିଲ ସାଧନ ।ତୁମ୍ଭରି ଯତନେ “ପ୍ରଜାବନ୍ଧୁ” ମୁଖେ“ଉତ୍କଳମିଳନ” ପାଇଁ ଘୋଷଣା,ପ୍ରଥମ “ଉତ୍କଳସମ୍ମିଳନୀ” ପାଇଁତୁମ୍ଭରି ପ୍ରାଣରୁ ହେଲା ପ୍ରେରଣା ।ଦରିଦ୍ର ଗୃହରେ ଜନ୍ମି ନୀଳମଣିଅଳ୍ପ ଶିକ୍ଷା ପାଇ କରିଛ ଯାହା,ଧନାଢ଼୍ୟ ସନ୍ତାନ ସୁଶକ୍ଷିତ ପକ୍ଷେନୁହଇ କି ସୁଧି ! ଅସାଧ୍ୟ ତାହା !ସଂସାରରେ ନୁହେ ପୂର୍ଣ୍ଣ ସୁଖୀ କେହି,ଏ ଜଗତେ ନାହିଁ ପୂର୍ଣ୍ଣତା କାହିଁ,ପ୍ରାଣେ କେଉଁ ସ୍ଥାନେ ଥିଲା ଦୁର୍ବଳତା,ତାହାପାଇଁ ଆଜି ନିନ୍ଦିବୁଁ ନାହିଁ ।
୧
ସ୍ୱର୍ଗୀୟ ରଙ୍ଗଜୀବ ହେ ଗଙ୍ଗାଧର !ଗଙ୍ଗାର ନୀର ସରି ତୁଳି ତୁମ୍ଭର,ଯାହା ସେ ପରଶିଲା କଲା ପବିତ୍ରବାଣୀମନ୍ଦିରେ ତବ ପର୍ବ ବିଚିତ୍ରଗୁନ୍ଥି ନୀରବେ କାବ୍ୟ−କବିତାହାରଦେଲ ଜନନୀ କଣ୍ଠେ ଯେ ଉପହାର,ରହିଲା ତାହା ଏବେ କାଳ କାଳକୁନାହିଁ ଉପମା କାହିଁ ମାଳ ମାଳକୁ ।ଭାଷା ସୁତ୍ରରେ ଭକ୍ତି ତନ୍ତ୍ରେ ବୟନଖଣ୍ଡକୁ ଖଣ୍ଡ ଶାଟୀ କରି ଚୟନପିନ୍ଧାଇ ଦେଇ ଅଛ ଜନନୀ ଅଙ୍ଗେସୁଷମ ଅଳଙ୍କାର ସାଜି କି ରଙ୍ଗେ ।କାହିଁ ଉତ୍କଳେ ଆଉ ତା ପଟାନ୍ତରତେଣୁ ଜନନୀ ତବ ଶୋକେ କାତିର ।
୨
ଦୀନ କୁଟୀର କୋଣେ ଜନମ ଲଭିସାରା ଉତ୍କଳେ ଖ୍ୟାତି ଲଭିଛି କବି !କାବ୍ୟ କବିତା ପୁଣି ମହତପଣଉଡାଉଅଛି ଗଉରବ କେତନଚାରିତ୍ର୍ୟ ବଳେ କାଳ−ଅପର−ପାରେପ୍ରସାଦ ଲଭୁଥିବ ଏ ପରକାରେବେନି ଲୋକ ସାଧନୀ ତବ କରଣିଲଭୁଛି ଲୋକମୁଖୁଁ ବିଜୟଧ୍ୱନି ।ଇହଲୋକର ହାହାକାର ଶବଦସଙ୍ଗେ ମିଶଇ ପର−ଦେବାଶୀର୍ବାଦ ।ଘଟଇ ଏହା କେତେ ଜଣଙ୍କ ଭାଗ୍ୟେ ?ଦୈନ୍ୟ ଦୁର୍ଭାଗ୍ୟ ପରିଣତ ସୌଭାଗ୍ୟେ ।ଫେର ବୈକୁଣ୍ଠେ ଫେର ହେ କବିବର !ଆଶୀର୍ବାଦ ଘେନିଣ ଜନନୀଙ୍କର ।
୩
“ତପସ୍ୱିନୀ” ଆଙ୍କିଲ ତପସ୍ୱୀ ସମରଘୁ−ବଧୁଙ୍କ ଦେଖି ଦଶା ନିର୍ମମଦେଖି ତପୋବନର ପ୍ରଣୟ ଛବି‘ପ୍ରଣୟ−ଅଙ୍କୁର’କୁ ରୋପିଲ କବି !ପାଣ୍ଡବ ପାଟରାଣୀ ଦୌପଦୀ ଯୋଷାବିରାଟ ଘରେ ତାର ଦେଖି ଦୁର୍ଦ୍ଦଶାକାନ୍ଦିଲା ତବ ସାଧୁ ପ୍ରାଣ ବିକଳେ“କୀଚକବଧ” ଭାଷା ଲତାରେ ଫଳେ ।କବିହୃଦୟ−ବଧୂ କରି ଦର୍ଶନ“କବିତା−କଲ୍ଲୋଳ”ର ହେଲା ସ୍ଫୁରଣ,“ଇନ୍ଦୁମତୀ” ପ୍ରଣୟ ବିରହ ବାଣୀକବିତା କକ୍ଷେ କବି ଆଣିଲ ଟାଣି ।ଉତ୍କଳଲକ୍ଷ୍ମୀଙ୍କର ସୁହାସ ଛବିମୋହିଲା ଦେଶଭକ୍ତି ବିଜ୍ଞାନୀ କବି“ମହିମା” ବିଶ୍ୱେ ଦେଖି ସୁପ୍ରକାଶିତକାବ୍ୟ ସନ୍ଦର୍ତ୍ତେ କଲ ସୁପ୍ରକାଶିତ ।ନାରୀକବି କୁନ୍ତଳାକୁମାରୀକୁନ୍ତଳିନୀକୁଳମଣି କୁନ୍ତଳାକୁମାରୀଉତ୍କଳମଣୀକବି କୁନ୍ତଳ ଭୂଷଣନାନାଗୁଣେ ଅଳଙ୍କୃତା ମନସ୍ୱିନୀ ନାରୀକବିତା ସଙ୍ଗୀତ ବିଭୂଭକ୍ତି ପ୍ରେମେ ଧନ୍ୟ ।ନାରୀଚିକିତ୍ସକ ସେବାଧର୍ମେ ସୁଦୀକ୍ଷିତାସ୍ୱକର୍ତ୍ତବ୍ୟନିଷ୍ଠାବତୀ ସୁଦକ୍ଷ ଗୃହିଣୀକବିତାରସଜ୍ଞା ନାନାଭାଷେ ସୁପଣ୍ଡିତାକାବ୍ୟସୁଧାପାୟୀ ବିଭୁପ୍ରେମ ବିରହିଣୀ ।ସ୍ୱଦେଶର ପୂର୍ବ ଗଉରବେ ଗରବିତାନିସର୍ଗଲାବଣ୍ୟମୁଗ୍ଧା ଅୟି ପ୍ରେମମୟି !କି ଅପୂର୍ବ ପ୍ରତିଭାରେ ହୋଇ ସନ୍ଦୀପିତାଏ ଦାନ ଉତ୍କଳେ ଅବତୀର୍ଣ୍ଣା ଶକ୍ତିମୟି !ଧନ୍ୟ କଲା ମୋ କୁଟୀର ତବ ଆଗମନନିଃସମ୍ବଳ ସ୍ନେହ ତେଣୁ କଲି ନିବେଦନ ।କବିବର ରାଧାନାଥସତେ କି ତେଜି ସ୍ୱର୍ଣ୍ଣ ଦେହ−ପିଞ୍ଜରଉଡ଼ି ଯାଇଛି ଆତ୍ମା−ପକ୍ଷି ତୁମ୍ଭର ?ସତେ କି ସେହି ସୌମ୍ୟ ମୁଖ ସୁନ୍ଦରଲୁଚି ଯାଇଛି କବିବର ତୁମ୍ଭର ?ପୁଣ୍ୟ ପ୍ରଭାତ କାଳେ ପୂତ ପ୍ରଦୋଷେମୋ ଦ୍ୱାରେ କେ ଡାକିବ ମଧୁର ଘୋଷେ ?ଦରିଦ୍ର କୁଟୀରେ ସେ ପଦ−ପୁଷ୍କରପଡ଼ିବ ନାହିଁ ଆଉ ହେ କବିବର ?କାବ୍ୟ−ଆଳାପେ ଯାପି ଯାମ ପ୍ରହରବୁଲିବା ନାହିଁ ଆଉ ପଣ୍ଡିତବର ?ସେହି ମଧୁର ମୂର୍ତ୍ତି ମଧୁର ବାଣୀସେ ଟହ ଟହ ହସ ସରଳ ଠାଣୀନୋହିବ ଆଉ ତାହା ନେତ୍ର ପଥିକ,ଏଥୁଁ କି ଦୁଃଖ ଆଉ ଅଛି ଅଧିକ ?ତେମନ୍ତ ଅନୁରାଗ ସାହିତ୍ୟ−ରସେ,ସେ ଏକତାନ ମନ ଜ୍ଞାନ−ଆବେଶେ,ହେଉ ନାହିଁ ତ ଆଉ ଗୋଚର କାହିଁ,
ତେଜି ମୋହ ବନ୍ଧନ କ୍ଷୁଦ୍ର ଭାବର
ରଚିଛି ନୀଡ଼ ମନ୍ଦାକିନୀର ତଟେ
କେଉଁ ନନ୍ଦନ ବନେ କଳପ ବଟେ ।
ଆଉ ତ ନାହିଁ ତାର ଫେରିବା ଆଶା
ସେ ଦେଶୁଁ ଏ ଦେଶକୁ, କିମ୍ପା ଦୁରାଶା !
ସଂସାର ଦୁଃଖ ତାପ ଭୋଗ ଜଞ୍ଜାଳ,
ଆଉ ସେ ପ୍ରାଣେ କରୁ ନାହିଁ କଟାଳ ।
ମହା ବିକ୍ରମେ ଯୁଝି ଭବ–ସଂଗ୍ରାମେ
ଲଭିଛି ଚିରଶାନ୍ତ ସ୍ୱର୍ଗୀୟଧାମେ ।
ସଂସାର ଖେଳ ସାରି ଶିଶୁ ଅଥୟ
ମାତୃ–ଅଭୟ ଅଙ୍କ ନେଲା ଆଶ୍ରୟ ।
ଆଗ ପଛ ହୋଇଣ ସମସ୍ତେ ଯିବା
ସେହି ଅଜ୍ଞାତ ଲୋକେ ସର୍ବେ ମିଳିବା ।
ଯେତେ ଏ ଭବେ ନଦନଦୀ ଅଛନ୍ତି
ସମସ୍ତେ ଶେଷେ ସିନ୍ଧୁ ଗର୍ଭେ ମିଶନ୍ତି ।
ସୁରଭି ଫୁଲ ବୃନ୍ତୁଁ ପଡ଼ିଛି ଝଡି,
ଉଜ୍ଜ୍ୱଳ ତାରା ନଭୁଁ ଯାଇଛି ପଡ଼ି ।
ଯାଇଛି ଛିଡ଼ି ମଧୁବୀଣାର ତାର
ଶୁଖି ଯାଇଛି ନଦୀଶଯ୍ୟାରୁ ଧାର ।
ଏ ଜଗତେ ନୁହେଁ ତ କିଛି ହଁ ଚିର
ତେବେ ରେ ପ୍ରାଣ କିପାଁ ହେଉ ଅସ୍ଥିର
ଯାଇଛି ଫୁଲ ଅଛି ସୁବାସ ତାର
ଯାଇଛି ତାରା ପ୍ରଭା ଅଛି ତାହାର ।
ନୀରବ ବୀଣା, ସ୍ୱର ସ୍ମୃତି–ଶ୍ରବଣେ,
ଶୁଖିଛି ଧାରା ବହେ ବିଶ୍ୱ ଜୀବନେ ।
କହନ୍ତି ସାଧୁ ଆତ୍ମା ସ୍ୱରାଗ ପୁରୁଁ,
ପବିତ୍ର ବାଣୀ ପାଣେ ପ୍ରବେଶ ଦୂରୁଁ ।
ତରୁ ବଲ୍ଲରୀ ପଶୁ ପକ୍ଷୀ ଜୀଅନ୍ତି,
ସାଧୁ ମରିଣ ମୃତ୍ୟୁଞ୍ଜୟ ହୁଅନ୍ତି ।
ସୁକୃତିମନ୍ତ ସାଧୁ ବଞ୍ଚିବ ଚିର,
ସ୍ଥାପି ଆଦର୍ଶ ମୂର୍ତ୍ତି ପ୍ରାଣ ମନ୍ଦିର ।
ଜୀବନେ ନ ଶୁଣିଲ ମୋର ବଚନ,
ବିଫଳ କଲ ମୋର ଯେତେ ଯତନ ।
ଏବେ ଜୀବନେ ପାଳ ମୋ ଉପଦେଶ,
ନ କର ଏ ଜୀବନ ଉଦାସେ ଶେଷ ।
ଦୁର୍ଲ୍ଲଭ ଏ ଜୀବନ ପ୍ରଭୁ ପ୍ରସାଦ
ବିଭୁଙ୍କ ଇଚ୍ଛା ଏହି ଜୀବନେ ସାଧ ।
ଦେଖ ଦେଶର କେତେ କେତେ ଦୁର୍ଦ୍ଦଶା
କେତେ ଦୁଃଖେ ଜନମଭୁମି ବିବଶା !
ସହସ୍ର ମଧ୍ୟ ହରି କଲେ ଆହ୍ୱାନ,
ତାଙ୍କର ଶ୍ରୀଚରଣେ ସମର୍ପ ପ୍ରାଣ ।
ମହାନ ଭବିଷ୍ୟତ ଦେଖ ଅଗ୍ରତେ,
ଜୀବନ ବ୍ୟର୍ଥ କେବେ ନୁହେଁ ଜଗତେ ।
ଶୁଣ ଅମୃତପୁତ୍ର ମାନବଗଣ !
ବ୍ରହ୍ମ ହିଁ ମାନବର ଲକ୍ଷ୍ୟ ସାଧନ ।
ଭାରତର ସମ୍ବଳ ସେ ବ୍ରହ୍ମଜ୍ଞାନ,
ଭାରତର କଲ୍ୟାଣ ବ୍ରହ୍ମ ବିଧାନ
ଏକ ସେ ବ୍ରହ୍ମ ସର୍ବ ମାନବ ପାତା,
ସକଳ ନରନାରୀ ଭଗିନୀ ଭ୍ରାତା
ଭକ୍ତବତ୍ସଳ ହରି ଶ୍ରୀପଦ ତଳେ
ବସ ଭକତ ସଙ୍ଗେ ମନ ନିର୍ମଳେ ।
ସେ ପଦେ ଇହ ପର ପ୍ରଭେଦ ନାହିଁ,
ଚିରଜୀବନ ଲୀଳା ମରଣ କାହିଁ ?
ସ୍ୱର୍ଗ–ସୋପାନ ମୃତ୍ୟୁ ସେ ପଦତଳେ,
ଲୀଳା କରନ୍ତି ହରି ଭକ୍ତମଣ୍ଡଳେ ।
ସେଠାରେ ମୋତେ ସଦା କର ଦର୍ଶନ,
ବିକଳ ହେଲେ ସେଥି କର ଗମନ ।
ଏହି ଆଦର୍ଶେ କର ସାଧୁ ଜୀବନ,
ଆଦର୍ଶ ରୂପେ ଯାପ ନିଜ ଜୀବନ ।
ମୋର ଜୀବନେ ଫଳ ଫଳିବ ଯେବେ,
ଯଥାର୍ଥ ଶ୍ରାଦ୍ଧ ହେବ ମୋହର ତେବେ ।
ହେ ଗୁରୁ ଅପରାଧୀ ମୁଁ ଶ୍ରୀଚରଣେ,
ବିଫଳ କଲି ମୁହିଁ ସ୍ନେହ ଯତନେ ।
ମୁଁ ଯେ ଦୁର୍ବଳ ଅବିଶ୍ୱାସୀ ଅଜ୍ଞାନ
ଶ୍ରୀମୁଖେ ସ୍ୱର୍ଗୁଁ ମୋତେ କର କଲ୍ୟାଣ ।
ହେ ଦେବ ! ପ୍ରଭାବିତ କର ଜୀବନେ
ଉଦ୍ବୋଧିତ ହୁଏ ମୁଁ ତବ ବଚନେ ।
ପ୍ରାର୍ଥନାଶୀଳ ହେଉ ଏ ମୋର ପ୍ରାଣ,
ସ୍ୱାର୍ଥ ଆଶଙ୍କା ଦୂରେ କରୁ ପ୍ରୟାଣ ।
ପ୍ରତି ବଚନ ମୋତେ ଅଭ୍ରାନ୍ତି ବେଦ,
ଯାଇଛ ଚାଲି ବୋଲି ନ ରହୁ ଖେଦ ।
ସ୍ୱାର୍ଥ ମମତା ଖେଦ ତେଜୁ ଏ ଚିତ୍ତ,
ଆତ୍ମ ସଂଯୋଗ ହେଉ ଚିର ସ୍ଥାପିତ ।
ସ୍ୱର୍ଗତ ମହାରାଜା ଶ୍ରୀରାମଚନ୍ଦ୍ର
କି ଘୋର ଅଶନ ପାତେ ରୁଚିର ବସନ୍ତେ
ବିକମ୍ପିତ ଉତ୍କଳ ଭୂବନ,
କି ଘୋର ତମସ୍ରି ଅକାଳରେ ଗ୍ରାସି
ଆଚ୍ଛାଦିଲା ଉତ୍କଳ–ଗଗନ ।
ଅକାଳେ କିପାଇଁ ଆହା ଉତ୍କଳ–ଅମ୍ବରୁଁ
ବିଭ୍ରଷ୍ଟ ଏ ସମୁଜ୍ଜ୍ୱଳ ଚନ୍ଦ୍ର,
ଏ କି ନିଦାରୁଣ ବାର୍ତ୍ତା ନାହାନ୍ତି ଏ ଭବେ
ମହାରାଜ ଭଞ୍ଜ ରାମଚନ୍ଦ୍ର !
ପ୍ରବେଶିଚ୍ଛ ଦିବ୍ୟଲୋକେ ପୁଣ୍ୟ ମହିମାରେ
ଆରୋହିଣ ହିରଣ୍ମୟ ରଥ,
ଚିର ହସ ହସ ମୁଖେ ପବିତ୍ର ହୃଦୟେ
ଆଲୋକିଣ ତ୍ରିଦିବର ପଥ ?
ସତେ କି ଶ୍ରୀରାମଚନ୍ଦ୍ର ତେଜି ଧରାଧାମ
ଯାଇଅଛ ଅଜ୍ଞାତ ବିଦେଶେ
ସେ ତ୍ରିଦିବ ପୁରେ ଦେବ ତୁଙ୍ଗ ସିଂହାସନେ
ବସିଅଛ ରାଜ ଋଷି ବେଶେ ?
କେମନ୍ତେ ସରଳ ପ୍ରାଣ ସରସ ହୃଦୟ
ସୁପବିତ୍ର ଆତ୍ମା ନିଷ୍କଳଙ୍କ,
ସୁଧୀର ପ୍ରଶାନ୍ତ ବୀର ହିଂସା ଦ୍ୱେଷ–ମୁକ୍ତ
କି ସୁନ୍ଦର ବିନୀତ ନିଃଶଙ୍କ !
ଥରେ ଯେ ଦେଖିଛି ସେହି ଚନ୍ଦ୍ରମାବଦନ
ଇନ୍ଦିବର–ନିନ୍ଦୀ ସେ ନୟନ,
ଶୁଣିଛି ଅମୃତବାଣୀ କଳିଛି ସେ ଜ୍ଞାନ
ପରଶିଛି ଶାନ୍ତ ପୂତ ମନ ।
ନ ପାରେ ପାସୋରି ସେହି ଦିବ୍ୟ ରୂପ ଗୁଣ
କେମନ୍ତେ ହେ ପ୍ରିୟ ପରିଜନ
ତୁମ୍ଭ ବିଚ୍ଛେଦରେ ଦେବ ଧରିବେ ସେ ଧୌର୍ଯ୍ୟ
କେମନ୍ତେ ସେ ହେବେ ଶାନ୍ତ ମନ ?
ବିଜ୍ଞାନ ଦର୍ଶନ–ଜ୍ଞାନ ସାହିତ୍ୟ ରହସ୍ୟ
ଏକାଧାରେ ଥିଲା ସମାବେଶ,
କ୍ରୂରକାଳ ଅକାଳେ ତା ହରି ନେଇ ଆହା
ଉତ୍କଳର କଲା ସର୍ବଶେଷ ।
ପବିତ୍ର–ଚାରିତ୍ର୍ୟ ଗୁଣେ ବିଶାଳ ଉତ୍କଳେ
ନାହିଁ ନାହିଁ ତବ ପଟାନ୍ତର,
କୁସଂସ୍କାର ମୁକ୍ତ ଧର୍ମ ବୀର ବିକ୍ରମରେ
ସାଧିଲ ଜୀବନେ ବୀରବର ।
ବିନୟ କରୁଣା ଧୈର୍ଯ୍ୟ ସଂଯମ ଆଦର୍ଶ
ଦେଖାଇଲ ହେ ସୁଧୀ ଅଗ୍ରଣୀ,
ତବ ସମ କୃତୀ ପୁତ୍ର ଧରି ନିଜ ଅଙ୍କେ
ଧନ୍ୟା ହେଲେ ଉତ୍କଳଜନନୀ ।
“ନୃପତି ବିଳାସ ଅର୍ଥେ ପ୍ରକୃତି ସର୍ବସ୍ୱ
ପ୍ରଜା–ଅର୍ଥ–ନାରୀ–ନୃପପାଇଁ”
ପୁରାତନ ଏ ସଂସ୍କାର ସମୂଳେ ଉତ୍ପାଟି
ଯାଇଅଛ ଆହେ ନରସାଇଁ ।
ରାଜବେଶେ ଯୋଗୀବର ପବିତ୍ର ଚରିତ୍ର
ଜ୍ଞାନ ଭକ୍ତି କର୍ମ–ସମାବେଶେ,
ମହତ ଉଦାର ଚିତ୍ର ଆଙ୍କି ଯାଇଅଛ
ନୃପକୁଳେ ଏ ଉତ୍କଳ ଦେଶେ ।
“ରାଜା ରାଜ୍ୟାଶ୍ରମ ଋଷି” ଏ ବୁଧ ବଚନ
ପ୍ରମାଣିତ କଲ ସ୍ୱଜୀବନେ,
“ରାମରାଜ୍ୟ” ସୃତି ଦବ ହେଲା ଉଦ୍ବୋଧିତ
ଶାନ୍ତ ସମୁନ୍ନତ ସୁଶାସନେ ।
ନୃପ–ଧର୍ମେ ଅପୂର୍ଣ୍ଣତା ଥିଲା କି ଛାମୁରେ
କିନ୍ତୁ “ମନୁଷ୍ୟତା” ମେଘାସନେ
କାହିଁ ପ୍ରତିଦ୍ୱନ୍ଦୀ ତବ ଦରିଦ୍ର ଉତ୍କଳେ,
ଭାରତେ ଅଳପ ମଧ୍ୟେ ଜଣେ ।
ପଶୁରକ୍ତେ କଳଙ୍କିତ ଅବନୀର ଅଙ୍କ
ଶୁଣିବନି ପଶୁର ଆରତି,
କମ୍ପିଲା ହେ ମହାରାଜା ତବ ସିଂହାସନ
ଉଚ୍ଚାରିଲ ଅଭୟ–ଭାରତୀ ।
ଧର୍ମନାମେ ପଶୁହତ୍ୟା କୋମଳ ପରାଣ
ନ ସହିଲା ଆହେ ମହାବାହୁ
ତବ ରାମରାଜ୍ୟ ଦେବ ପଶୁରକ୍ତ ସ୍ରୋତେ
ସିକ୍ତ କଳଙ୍କିତ ନୁହେଁ ଆଉ ।
ତୁମ୍ଭରି ଉତ୍ସାହ–“ପ୍ରଭା” କଲା ବିଭାସିତ
ଭାରତୀଙ୍କ ଦରିଦ୍ର କୁଟୀର,
ସେହି ସମୁଜ୍ଜ୍ୱଳ “ପ୍ରଭା” କଲା ଉଦ୍ଭାସିତ
“ଚିଲିକାର” ଆଲେଖ୍ୟ ରୁଚିର ।
ତୁମ୍ଭରି ଉତ୍ସାହ ମନ୍ତେ ଅପୂର୍ବ–ଆବେଶେ
“ଋଷିପ୍ରାଣେ ଦେବାବତରଣ”,
ତୁମ୍ଭରି ରାଜସଭାରେ ଉତ୍କଳ ଭାଷାରେ
ଆଦିପର୍ବ ଭାରତ ଗାୟନ ।
କବିଙ୍କ ଭବିଷ୍ୟ ବାଣୀ ପୂର୍ଣ୍ଣରୂପେ ଦେବ
ସ୍ୱଜୀବନେ ନ କରୁଁ ପାଳନ,
କନ୍ଦାଇ ଉତ୍କଳ ଧରା ଆହେ ବୀରମଣି
କଲ କେଉଁ ଦେଶକୁ ଗମନ ?
ନାନା ଦୁଃଖେ ଦୁଃଖିନୀ ଯେ ଉତ୍କଳ ଜନନୀ
କେମନ୍ତେ ହେ ତାକୁ କରି ତ୍ୟାଗ,
ଭୁଞ୍ଜିବା ଅଚିନ୍ତା–ନିଦ୍ରା ଆଶାୟୀ–ଉତ୍କଳ
ଆଶାସ୍ଥଳ ଆହେ ମହାଭାଗ ।
ସହାସ ବିମଳ ମୁଖ ଶାଳରୁହ ଦେହ
ହେମଗୌର ସୁନ୍ଦର ମୂରତି,
ଅପାର ଗୁଣ–ଗାରିମା ଦିବ୍ୟ ଭାବରାଶି
ସ୍ମୃତି ଦିଏ ହୃଦୟ କରତି ।
ଫଟନ୍ତି କୁସୁମ ସମ ପୂର୍ଣ୍ଣ ଯୌବନରେ
ବାହୁଡ଼ିଲ ପ୍ରିୟ ମହାରାଜ,
ତ୍ରିଦିବ ନନ୍ଦନ ଯୋଗ୍ୟ ପୂଜା ପାରିଜାତ
ଚାଲିଗଲ ସାରି ନିଜ କାର୍ଯ୍ୟ ।
ଇଚ୍ଛାହୁଏ ମହାଯତି ତବ ଯୋଗ୍ୟ ପୀଠ
ଗଢ଼ି ଏକ ତୁଳସୀ ଚତୁରେ,
ଚିରକାଳ ସଞ୍ଚିବଇଁ ଆରତୀ ମନ୍ଦିରେ
ସ୍ମୃତି ତବ ସାଧୁ ଆଦର୍ଶରେ ।
ଯାଅ ଯାଅ ମହାରାଜ ସେହି ଦିବ୍ୟଲୋକେ
କିଣିଛ ଯା ସୁକୃତିର ବଳେ,
ପବିତ୍ର ମଧୁର ତବ ସୁନ୍ଦର ଆଦର୍ଶ
ପୂଜା ପାଉ ଦରିଦ୍ର ଉତ୍କଳେ ।
ଯାଅ ସେହି ପୁଣ୍ୟଲୋକେ ଯହିଁ ବିରାଜନ୍ତି
ରାଜା ହରିଶ୍ଚନ୍ଦ୍ର, ରାମଚନ୍ଦ୍ର,
ମହୀୟାନ ସୂର୍ଯ୍ୟବଂଶ ରାଜର୍ଷିମଣ୍ଡଳେ
ଗୁଣାରାମ ଭଞ୍ଜ ରାମଚନ୍ଦ୍ର,
ନିଜ ପୂତ ବଂଶ ଭବେ ସ୍ନେହ ପରବଶ
ନେବେ କରି ପାଣି ପ୍ରସାରଣ
ସେହି ପୁଣ୍ୟଧାମପ୍ରାନ୍ତେ ଯୋଗ୍ୟ ସିଂହାସନେ
ବସାଇବେ କରି ଆଲିଙ୍ଗନ ।
ସ୍ୱର୍ଗତ ଅଭିରାମ ଭଞ୍ଜ
ଆହା କି ଦାରୁଣ ବାର୍ତ୍ତା ଶୁଭିଲାରେ
କଟକରେ ଦିବା ଦୁଇ ପ୍ରହରେ
ଉତ୍କଳ–ଆକାଶୁ ଖସି ପଡ଼ିଲା ରେ
ଉଜ୍ଜ୍ୱଳ ଜ୍ୟୋତିଷ୍କ ଅସମୟରେ !
ପ୍ରାଣ ଅଭିରାମ ଭାଇ ଅଭିରାମ
ଫାଙ୍କି ଦେଇ କେଉଁ ଆଡ଼େ ହେ ଗଲ ?
ଝୁରି ଝୁରି ତବ ଜ୍ଞାନ ଗୁଣଗ୍ରାମ,
ବିକଳେ କାନ୍ଦଇ ଦୀନ ଉତ୍କଳ ।
ସର୍ବଜନପ୍ରିୟ ଥିଲ ଯୋଗ୍ୟ ଭାଇ,
ଉଦାର ବିନୟ ମଧୁରଭାଷୀ,
ତେଣୁ ସିନା କରୁଛନ୍ତି ‘ହାଇ’ ‘ହାଇ’
ତବଲାଗ ସର୍ବ ସ୍ୱଦେଶବାସୀ ।
କଠୋର ସାଧନେ ଜ୍ଞାନ ଉପାଜନେ
ବ୍ରହ୍ମଚର୍ଯ୍ୟାଶ୍ରମ ଯାପିଲ ଭାଇ
ଗୃହସ୍ଥ ଆଶ୍ରମେ ପ୍ରବେଶୁଁ ପ୍ରବେଶୁଁ
କେଉଁଆଡ଼େ ପ୍ରିୟ ଗଲ ପଳାଇ ?
ତୁମ୍ଭ ପରିବାର କିବା ନାରଖାର
ସନ୍ତାପେ ମଗନ ବନ୍ଧୁ ସ୍ୱଜନ,
ତୁମ୍ଭ ବିଚ୍ଛେଦରେ ଉତ୍କଳ ସଂସାର
ବିଷାଦ–ସାଗର–ନୀରେ–ମଗନ !
ଦେଖ ତ୍ୱଦଗତପ୍ରାଣ ବୃଦ୍ଧପିତା
କି ଦଶା ଲଭନ୍ତି ତବ ବିରହେ,
ବାଳିକା ବନିତା ସତୀ ଯେହ୍ନେ ସୀତା
ତାହା ଦୁଃଖ ପ୍ରାଣ କେମନ୍ତେ ସହେ ?
ଗୋଟି ଗୋଟି କରି ନିରିମାଖୀବାଳା
ତିନୋଟି ସନ୍ତାନ ଥିଲା ହରାଇ
କାଟି ପୁଣି ଗଳା ଗଲ ଗଳାମାଲା
ତା’ ପରି ଦୁଃଖିନୀ ସଂସାରେ କାହିଁ ?
ଦାରୁଣ ଦୁର୍ଦ୍ଦୈବ ନିର୍ଘାତ ବାରତା
ଶୁଣି ପରନେତ୍ରୁଁ ଲୋତକ ବହେ,
ଦେଖୁନା କି ଭାଇ ପରଲୋକେ ରହି
ସତୀପତ୍ନୀ ତବ କି ଦୁଃଖ ସହେ ?
ଶ୍ମଶାନ–ତୁଳସୀ ସମ ଥିଲ ଭାଇ
ମହାନାୟକଙ୍କ ମୁକୁଟମଣି
କି କରିଣ ଗଲ ଦୀନ ଜାତି ପାଇଁ
ଚିର ଲୁପ୍ତ ଯାର ପୂର୍ବକରଣୀ !
ଉତ୍କଳ ଜନନୀ ଦୀନାହୀନା ଅତି
ଅଭାଗିନୀ ମାତା ସାରାସଂସାରେ
ତୁମ୍ଭଲାଗି ହୋଇଥାନ୍ତା ଭାଗ୍ୟବତୀ
ତେଣୁ ଦୁଃଖେ କର କପାଳେ ମାରେ ।
ଏ ମର୍ତ୍ତ୍ୟମଣ୍ଡଳେ ଜନ୍ମ ଲଭି ଭାଇ
କେତେ କାଳ ଅବା ବଞ୍ଚିବ କିଏ ?
ଭେଟିବା ସକଳେ ବେଳେ ସେହିଠାରେ
ଆଗପଛ ହୋଇ ଯାଇ ସଭିଏଁ ।
କିନ୍ତୁ ଭ୍ରାତ ଭବଲୀଳାଖେଳା ତବ
ଅଳପ ଦିବସେ ଯାଆନ୍ତେ ସରି
ଝରି ହେଉଅଛୁ ଗୁଣ ଗଉରବ
ମହାନ ଆନନ ସ୍ମରଣ କରି ।
ସଂସାର ସଉଦା ଅଳପ ଦିନରେ
ସରିଲେହେଁ ତବ ଏ ଭବହାଟେ
ସୁନ୍ଦର ଆଦର୍ଶ ଦେଶବାସୀ ନରେ
ଦେଖାଇ ଗମିଲ ନିୟତ ବାଟେ ।
ଯେଝା ବେଳକାଳେ ଗମନ୍ତି ସକଳେ
ସେ ଦେଶେ ଯେଠାକୁ ଅଛ ହେ ଯାଇ,
ଧନ୍ୟ ତା ଜନମ ଏ ମହୀମଣ୍ଡଳେ
ଯାଇପାରେ ଯେହୁ ସର୍ବେ କନ୍ଦାଇ !
ଯାଅ ଯାଅ ବନ୍ଧୁ, ସ୍ୱର୍ଗ ତୋରଣରେ
ପାଛୋଟି ନିଅନ୍ତୁ ଆସି ଅମର
ଭୁଞ୍ଜ, ସୁଖ ସେ ସ୍ୱର୍ଗଲୋକରେ
ଅବା ପୁଣ୍ୟଲୋକେ ପୁଣି ବିହର ।
ସ୍ୱର୍ଗତ କବି ଫକୀରମୋହନ
“ଉତ୍କଳର ବ୍ୟାସକବି” ଫକୀରମୋହନ
କରିଛନ୍ତି ତ୍ରିଦିବ ପ୍ରୟାଣ,
“ଆହାରେ ଦଇବ” ବୋଲି ମହାଶୋକାଚ୍ଛନ୍ନ
କାନ୍ଦୁଅଛି ଜନନୀର ପ୍ରାଣ ।
ଉତ୍କଳଜନନୀ ଅଙ୍କୁ ଗୋଟି ଗୋଟି କରି
ଚାଲିଗଲେ ତା କୃତିସନ୍ତାନ,
ଗଲେ ଯେହୁ ଅନ୍ଧାରିଣ ଉତ୍କଳ ଭବନ,
ଚିର ଶୂନ୍ୟ ପଡ଼ିଲା ସେ ସ୍ଥାନ ।
ଅଭାଗିନୀ ଜନନୀର ଅଳପ ତା ପାଣ୍ଠି
ସରିଗଲା ଦେଖୁଁ ଦେଖୁଁ ଆସି,
ରାଧାନାଥ, ମଧୁସୂଦନଙ୍କ ପଛେ ପଛେ
ଶ୍ରୀ ଗୌରୀଶଙ୍କର ସ୍ୱର୍ଗବାସୀ ।
ଏବେ ପୁଣି ଗଲେ ଚାଲି ଫକୀରମୋହନ
କରି ଶୂନ୍ୟାୟିତ ମାତୃପ୍ରାଣ,
ଅଭିଶପ୍ତ ଉତ୍କଳର ଉନ୍ନତିର ଆଶା
ଏହିପରି ହେଲା ଅନ୍ତର୍ଦ୍ଧାନ ।
ହେଲେହେଁ ଜନନୀ ବହୁ ଯୋଗ୍ୟସୁତ–ମାତା
ପୁତ୍ରଶୋକ ନ ପାରଇ ସହି
ମା’ ଜନନୀ, ତୋର ଅବା କେତୋଟି ରତନ
ତୋର ଦଶା କହି ନ ସରଇ !
ଶୂନ୍ୟ ହେଲା ତୋ କୋଳେ ମା’ ଯେଉଁ ସ୍ଥାନ ଆଜି
କିଏ ତାହା କରିବ ପୂରଣ
ହେ ପ୍ରଭୁ ମଙ୍ଗଳଧାତା ଯୁକ୍ତ ପ୍ରତିନିଧି
କେତେ କାଳେ କରିବ ପ୍ରେରଣ !
ଉତ୍କଳ–ସାହିତ୍ୟ–ନଭୁଁ ପ୍ରସନ୍ନ ଚନ୍ଦ୍ରମା
ହୋଇଗଲା କିବା ଅସ୍ତଗତ
ରତ୍ନଦ୍ୱୀପ ନିଭିଲା କି ସାହିତ୍ୟ–ମନ୍ଦିରେ
ହୀନପ୍ରଭ ସାହିତ୍ୟ–ଜଗତ ।
ଘୋର ଅମାଧ୍ୱାନ୍ତପୂର୍ଣ୍ଣ ଦୁର୍ଦ୍ଦିନ–ଯାମିନୀ
ଗ୍ରାସିଥିଲା ଉତ୍କଳ–ସଂସାର,
ଉତ୍କଳଭାରତୀ କଣ୍ଠେ ଛୁରିକା ବସାଇ
ଦେଲେ ଯେବେ ଛଳମିତ୍ର ତାର
ଭାଷାହୀନ ପରପଦ–ଆଶ୍ରୟ ଭିକ୍ଷାର୍ଥୀ
ହୋଇ ଯାଉଥିଲା ଏ ଉତ୍କଳ,
ମାତୃଭାଷାହୀନ ହୋଇ ହରାଇ ଥାନ୍ତା ସେ
ମନ ଖୋଲି କାନ୍ଦିବାର ବଳ ।
ସେ ଘୋର ଦୁର୍ଦ୍ଦିନ ବେଳେ ଉଦ୍ଦାମ ସାହସେ
ଲଜ୍ଜା, ଶଙ୍କା ଫିଙ୍ଗି ମହାମତି
ଯୁଝିଲ ଅସମ ରଣେ, ଲଭିଲ ବିଜୟ,
ଧନ୍ୟ ଧନ୍ୟ ଧନ୍ୟ ସେନାପତି !
ଉତ୍କଳ–ଭାଷା–ମନ୍ଦିର କରିଣ ପ୍ରତିଷ୍ଠା
କଲ ଯେଉଁ ଶୁଭ ଶଙ୍ଖଧ୍ୱନି,
ମୃତ୍ୟୁସଞ୍ଜୀବନ ମନ୍ତ୍ର କରି ଉଚ୍ଚାରଣ
ଜଗାଇଲ ଉତ୍କଳ ଅବନୀ ।
କାଳେ ସେ ମନ୍ଦିରେ ପୁଣି ପଟ୍ଟପୁରୋହିତ
ରୂପେ ଆହା ପୂଜିଲି ଭାରତୀ
ଦେଲେ କେତେ ଦିବ୍ୟ ବର ଅଚଳା ଭକ୍ତିରେ
ତୁଷ୍ଟା ସେହି ଦେବୀ ସରସ୍ୱତୀ ।
ରାମାୟଣ ହରିବଂଶ ଶ୍ରୀମହାଭାରତ
ବେଦ, ଗୀତା–ପୁଣ୍ୟମୟ ବାଣୀ
ସରଳ, ସହଜ ପୁଣି ସରସ ଭାଷାରେ
ବ୍ୟାସକବି ଯାଇଛ ବଖାଣି ।
ସରଳ ସୁନ୍ଦର ପଦ୍ୟ ପୁଷ୍ପମାଳା ଗୁନ୍ଥି
ଦେଲ ଜନନୀଙ୍କ ଶ୍ରୀଚରଣେ
ପ୍ରାଣପତ୍ନୀ କୃଷ୍ଣକୁମାରୀଙ୍କ ସ୍ମୃତି ଫୁଲେ
‘ଉପହାର’ ରଚିଲ ଯତନେ ।
ରାଜପୁତ୍ର ଶାକ୍ୟସିଂହ ଅତୁଲ୍ୟ ବୈରାଗ୍ୟ
‘ଅହିଂସା ପରମଧର୍ମ’ ଶିକ୍ଷା
ଆଚାଣ୍ଡାଳ ବ୍ରାହ୍ମଣଙ୍କ ପ୍ରଚଳିତ ଭାଷେ
ନିଷ୍କାମ କର୍ମର ଦିବ୍ୟ ଦୀକ୍ଷା
ଗାଇଲ “ବୌଦ୍ଧାବତାରେ” ହେ ସନ୍ନ୍ୟାସୀ କବି,
ଭାରତର “ଇତିହାସ” କଥା,
“ଉତ୍କଳ ଭ୍ରମଣ”, “ପୂଜାଫୁଲ,” “ଧୂଳି” ସଙ୍ଗେ
“ଅବସରବାସରେ” ସୁଗାଥା ।
ବିଚିତ୍ର ଘଟଣାପୂର୍ଣ୍ଣ ସୁଦୀର୍ଘ ଜୀବନେ
ଠୁଳ ତବ ଯେତେ ଅଭିଜ୍ଞତା
ଖାଣ୍ଟି ଓଡ଼ିଆରେ କବି ଦେଇଛ ଗଛେଇ
ଅପୂର୍ବ ସେ ଉପନ୍ୟସ କଥା ।
“ଛମାଣ ଆଠଗୁଣ୍ଠ”, “ମାମୁଁ”, “ପ୍ରାୟଶ୍ଚିତ”
“ଲଛମା”, “ଗଳ୍ପସ୍ୱଳ୍ପ”, “ସ୍ୱଚରିତ”
ଯାବତଚନ୍ଦ୍ରାର୍କ ତବ ଘୋଷୁଥିବେ କୀର୍ତ୍ତି
ସାଧୁଥିବେ ଜଗତର ହିତ ।
ତବ ମାଟିଦେହ ସିନା ମିଶିଛି ମାଟିରେ
ଚିନ୍ମୟ ସେ କୀର୍ତ୍ତିମୟ ପ୍ରାଣ,
ଗୃହେ ଗୃହେ ପ୍ରାଣେ ପ୍ରାଣେ ପାଉଥିବ ପୂଜା
ଦିନୁଁ ଦିନ ହୋଇ ମହୀୟାନ ।
ଆସିବ ସେ ଦିନ, ଯେବେ ସେ “ଶାନ୍ତିକାନନ” *
ହେବ ଉତ୍କଳର ତୀର୍ଥଧାମ
ସ୍ୱର୍ଣ୍ଣାକ୍ଷରେ ଲେଖା ହେବ ଜାତି ସିଂହଦ୍ୱାରେ
“ଫକୀରମୋହନ” ଏହି ନାମ ।
ନିଷ୍କାମ ତପସ୍ୟାମୟ ଜୀବନ–ଆଦର୍ଶ
ଶତ ଶତ ଯୁବକଙ୍କ ପ୍ରାଣେ
ସୃଜିବ ମହତ ପ୍ରାଣ କର୍ମୀ, କବି କାଳେ
ମହାପ୍ରଭୁ–ମଙ୍ଗଳ–ବିଧାନେ ।
ସରଳ ମଧୁର ତବ ସୁନ୍ଦର ସ୍ୱଭାବ
ହେ ସୁଜନ ଯେ ଦେଖିଛି ଥରେ,
ଅମାୟିକ ଭାର ତବ ପ୍ରେମପୂର୍ଣ୍ଣ ପ୍ରାଣ
ବିସୋରିବ ନାହିଁ ଜୀବନରେ ।
ଦରିଦ୍ରସଙ୍ଖାଳି ଧନ ସଦୟ ହୃଦୟ
ଦାତା ବନ୍ଧୁବତ୍ସଳ, ଉଦ୍ୟମୀ,
ବାର୍ଦ୍ଧକ୍ୟରେ ଯୁବକର ବଳେ ବଳୀୟାନ
କର୍ମବୀର, ବିଶ୍ୱାସୀ, ସଂଯମୀ ।
ପ୍ରାଚୀନ ମହତ ଆର୍ଯ୍ୟ ହୃଦୟ ସହିତ
ସମାବେଶ ଉନ୍ନତି–ଆଶ୍ରୟ
ପ୍ରାଚ୍ୟ ପ୍ରତୀଚ୍ୟର ଆହା ଅପୂର୍ବ ସଂଯୋଗ
ସାଧିଲ ଜୀବନେ ମହାଶୟ ।
ଥିଲ ଏକାଧାରେ କେତେ ସଦ୍ଗୁଣ ନିଧାନ
ସ୍ୱଦେଶହତୈଷୀ ମହାପ୍ରାଣ,
ପଢ଼ୁଥିଲେ ଉତ୍କଳର ସାହିତ୍ୟର କଥା
ହରାଉଣ ଥିଲ ବାହ୍ୟଜ୍ଞାନ ।
* ଫକୀରମୋହନଙ୍କ ଗୃହ ନିକଟରେ ପ୍ରତିଷ୍ଠିତ ଉପବନ ।
ପ୍ରେମପୂର୍ଣ୍ଣ ହୃଦୟରେ ସମଗ୍ର ଜୀବନେ
ଯାପିଅଛ କର୍ମମୟ ପ୍ରାଣ,
ତ୍ରିସନ୍ଧ୍ୟାରେ ପୂତମନେ କରିଅଛ ସାଧୁ
ପରାତ୍ପର ବ୍ରହ୍ମପଦ ଧ୍ୟାନ ।
ଆଦର୍ଶ ଜୀବନ ଯାପି ହେ କର୍ମୀପ୍ରବର,
ଯାଇଅଛ ଦିବ୍ୟଧାମେ ଏବେ,
ଥିଲ ରାଧାନାଥ ମଧୁସୂଦନଙ୍କ ସଙ୍ଗେ
ଚିରସଖା ପାଛୋଟି ସେ ନେବେ ।
ଉପଇନ୍ଦ୍ର, ଦୀନକୃଷ୍ଣ, ଅଭିମନ୍ୟୁ, ରାଧୁ,
ମଧୁସଙ୍ଗେ ଏକାସନେ ବସି
ଉତ୍କଳର ସୁଖେ ସୁଖୀ ହେବ କି ହେ କବି
ତା ଉପରେ ଆଶୀର୍ବାଦ ବର୍ଷି ।
ସ୍ୱର୍ଗତ ପଣ୍ଡିତ ମୃତ୍ୟୁଞ୍ଜୟ
ଯାଅ ଯାଅ ଭାଇ, ସେ ଦେଶେ ଯେ ଦେଶେ
ଅଭାବ ଯାତନା ବାଧଇ ନାହିଁ,
ସ୍ୱକୃତ–ସୁକୃତ–ସୁଫଳ ଭୁଞ୍ଜିଣ
ଥାଅ ବିଭୁପଦପଙ୍କଜ ଧ୍ୟାୟି ।
ଯେଉଁ ସ୍ୱଦେଶର ଶୁଭ ମନାସିଣ
ସାରା ଜୀବନଟା କଲ ଯାପନ,
ମଧୁପ ସମାନ ସତ୍କର୍ମ−ସଦ୍ଗୁଣ
ମଧୁ ସେ ଉତ୍କଳ କରୁ ଗ୍ରହଣ ।
“ଇନ୍ଦୁମତୀ” କାବ୍ୟ ପ୍ରଣେତା ମେହେର
ଆହେ ଭ୍ରାତ ! ତୁମ୍ଭଙ୍କୁ ମୁଁ କେବେ ଦେଖିନାହିଁ,
ତବ କଥା ମନେ ମୋର ପଡ଼ଇ କିପାଇଁ ?
ଚିହ୍ନ କି ତ ଚିହ୍ନ ମୋତେ ତୁମ୍ଭେ, ଜାଣେ ନାହିଁ
ତୁମ୍ଭଙ୍କୁ ମଣଇ କିନ୍ତୁ ମୁହିଁ ନିଜ ଭାଇ ।
ଲୋଡ଼େ ନାହିଁ ଦେଖିବାକୁ ମୁଁ ତୁମ୍ଭ ମୁରତି,
ଦେଖି କାଳେ ତୁଟିଯିବ ମାୟା ତୁମ୍ଭପ୍ରତି,
ପଢ଼ିଅଛି ‘ଇନ୍ଦୁମତୀ’ କାବ୍ୟ କେତେଥର
ସେହିଠାରେ ପରିଚୟ ତୁମ୍ଭର ମୋହର ।
ଲାବଣ୍ୟ–କାସାର–ହଂସ, ପୁରୁଷ ଅଦ୍ଭୁତ
କାଳିଦାସ ଭାରତୀୟ ବାଣୀ–ବର ସୁତ;
ଯୋଗ୍ୟ ଅନ୍ତେବାସୀ ତୁମ୍ଭେ ଅଟ ତାହାଙ୍କର
ବଲିହାରି, ଗୁରୁପ୍ରତି ସମ୍ଭାର ଅର୍ଘ୍ୟର ।
ପବିତ୍ର ପ୍ରଣୟ ଏ ମୋ ଭାରତୀ–ନନ୍ଦନ
ମହାର୍ଘ ଭାବିଣ ପ୍ରିୟ କର ହେ ଗ୍ରହଣ ।
ସଂସାର ଆବିଳ ସ୍ତୁତି ହାଟେ ଘାଟେ ମିଳେ
ଏ ମୋହର ସ୍ନେହେ ନାହିଁ ସ୍ୱାର୍ଥଭାବ ତିଳେ ।
ଖଣ୍ଡେ କାବ୍ୟ ଲେଖିଦେଇ ରହିଲ ନିଶ୍ଚିନ୍ତ
ଐଶୀଶକ୍ତି ନାଶି କର୍ମେ ହେଲା କି ଉଚିତ ?
ଶୁଣିଅଛି ଦରିଦ୍ରତା କଠୋର ନିର୍ଘାତ
ସହି କଷ୍ଟେ କବି, ତୁମ୍ଭେ କର ଦିନପାତ ।
ସୁଦୂରେ ତୁମ୍ଭରି ପରି ମୁହିଁ ଆଉଜଣେ
ଦାରୁଣ ଦୁଃଖ ପ୍ରହାରେ ବଞ୍ଚେ କ୍ଷୁର୍ଣ୍ଣମନେ ।
ଅଛି କବିବାଣୀ, “ଦୁଃଖୀ ପାଇଁ ଦୁଃଖୀଜନ
ଯେଉଁ ସୁଖପାଏ, ନ ପାଏ ତା’ ସୁଖୀଜନ ।”
ତେଣୁ ମୋର ତୁମ୍ଭପ୍ରତି ଏ ସହାନୁଭୂତି
ନାଚଇ ମୋ ନେତ୍ରେ “ଇନ୍ଦୁମତୀ”–କବି ମୂର୍ତ୍ତି ।
ଜନ୍ମିଥାନ୍ତ ଯେବେ ସଭ୍ୟ ଉନ୍ନତ ଦେଶରେ
ବାଜୁଥାନ୍ତା ନାମ ତବ ଦିଗଦିଗନ୍ତରେ ।
ଆବାଳବୃଦ୍ଧବନିତା ଦୁଃଖୀ ପ୍ରିୟ କବି
ହୃଦ ମଧ୍ୟେ ରଖିଥାନ୍ତେ ତବ ଦୀନ ଛବି ।
ପୂର୍ବ ସୁକୃତ ବିହୀନେ ପଡ଼ି ଏ ଉଷର
ସୁପ୍ରତିଭା ମଣିଆଭା ବିନଷ୍ଟ ତୁମ୍ଭର ।
କବିତା−ଲତାରେ ଏକମାତ୍ର ଫୁଲଫୁଟି
ଅନାଦରେ ସେ ଲତିକା ଗଲାକି ଉକୁଟି !
ଶୁଣିଅଛି ଅଟ ତୁମ୍ଭେ ସୁଶୀଳ ବିନୀତ
ତେଣୁ ତୁମ୍ଭ ନାମେ ଆଜି ଭଣିଲି ଏ ଗୀତ ।
କଠୋର ଶୃଙ୍ଖଳ ଫିଙ୍ଗିଦିଅ ବିଷାଦର
ପଦାଘାତ କର ଅତ୍ୟାଚାରେ ସମାଜର ।
ଦରିଦ୍ରତା ନୁହେ କବି ପ୍ରତିଭା−ନାଶକ
ବିଘ୍ନ ସିନା ଭେଲ ଖାଣ୍ଟି ସୁନା ପରୀକ୍ଷକ ।
ପବିତ୍ର ସୁନ୍ଦର କାବ୍ୟ ଲେଖି ପ୍ରିୟ କବି !
ସମୁଜ୍ଜ୍ୱଳ କର ମାତୃଭୂମି ମୁଖଛବି ।
କର୍ମନାଶା−ନୀରେ ହେଉ ଜାତି ବିସର୍ଜନ
ବୈଶ୍ୟଠୁଁ ଶିଖନ୍ତୁ ଆଜି କ୍ଷତ୍ରିୟ ବ୍ରାହ୍ମଣ ।
ଭିକ୍ଷୁକ ସଙ୍ଗତେ ନୃପ−ମୁକୁଟ−ମଣ୍ଡିତ
କାଳବଳେ ହେବେ ସର୍ବେ ଭବୁଁ ଅନ୍ତର୍ହିତ ।
କିନ୍ତୁ ତୁମ୍ଭେ ଦୀନ କବି ରହିବ ଜୀବିତ
ଯେତେଦିନ ଭବେ ଥିବ ଓଡ଼ିଆ ସାହିତ୍ୟ ।
ଯେତେ ଛପାଇଲେ ନ ଲୁଚଇ ଅଗ୍ନି, ସତ୍ୟ,
ଲୁଚିଲେ କି ଚମ୍ପୁକବି ବଳଦେବ ରଥ ?
କବି ଗଙ୍ଗାଧର
କିଏ କହିବ ପୁଣି ହେବ କି ନାହିଁ ?
କବିତାବିମୋହିନୀ ମୂରତି ଦେଖି
ସଂସାର ସୁଖ ଚିରଦିନ ଉପେକ୍ଷି
କାବ୍ୟ−ସୌନ୍ଦର୍ଯ୍ୟେ ହୋଇ ଉଦ୍ଭ୍ରାନ୍ତ ବତ
ବୁଲୁଥିଲ ଭାରତୀ କୁଞ୍ଜେ ସତତ ।
ବିହଙ୍ଗମ−କାକଳୀ ତରୁ ବ୍ରତତୀ
ବନ ଗିରି ନଗରୀ ତଟିନୀ ତତି
ପଲ୍ଲୀ ପ୍ରାନ୍ତର କ୍ଷେତ୍ରେ ନିକୁଞ୍ଜ ସର
ଶ୍ମଶାନ ଉପବନ ହ୍ରଦ ସାଗର ।
ଉତ୍କଳ ଗଉରବ ମନ୍ଦିରଗଣ
ଜ୍ୟୋତିଷ୍କ ବ୍ୟତୀତ ନୀଳଗଗନ
ସବୁରୀ ସଙ୍ଗେ ତବ ଆତ୍ମା ଅମର
ସଂଯୁତ ଦିଶୁଅଛି ହେ କବିବର !
ରାଜା ରାମମୋହନ ରାୟ
ପ୍ରାଚୀନ ଭାରତ ପୂଣ୍ୟର ଧାମ,
କୋଟିସ୍ମୃତିପୂର୍ଣ୍ଣ ଯାହାର ନାମ,
ପବିତ୍ର ପୁରାଣ କୀରତିମୟ,
ଜ୍ଞାନ କର୍ମ ପ୍ରେମେ ଯୋଗ ଆଳୟ,
ନିଜେ ଲୀଳାମୟ ହରି
ବ୍ରହ୍ମ ଜ୍ଞାନ−ରତ୍ନ ଭଣ୍ଡାର ସ୍ୱରୂପେ
ବାଛି ନେଲେ କୃପାକରି ।
ଜନକାଦି ଋଷି ଏ ଦେଶେ ଆସି
ଗଲେ ଆଦି ଶାସ୍ତ୍ର ବେଦ ପ୍ରକାଶି,
ରାମାୟଣ ମହାଭାରତ ବ୍ୟାସ
ବାଲ୍ମୀକି ଏ ଦେଶେ କଲେ ପ୍ରକାଶ,
ସାଙ୍ଖ୍ୟାଦି ଷଡ଼ ଦର୍ଶନ
କପିଳାଦି ଋଷି ଏହି ଦେଶେ ଜନ୍ମି
କରିଥିଲେ ପ୍ରଣୟନ ।
ମହାକର୍ମ−ଯୋଗୀ ବୁଦ୍ଧ ଗୌତମ
ପ୍ରଚାରି “ଅହିଂସା ପରମ ଧର୍ମ,
ରିପୁନାଶ କର୍ମ−ନିର୍ବାଣ ହେତୁ”
ଉଡ଼ାଇଲେ ସାମ୍ୟ−ଗୌରବ−କେତୁ,
ମହାପ୍ରେମିକ ଚୈତନ୍ୟ
“ନାମେ ଭକ୍ତି ଜୀବେ ଦୟା” ଉପଦେଶି
ଏହି ଦେଶେ କଲେ ଧନ୍ୟ ।
ପୁରାଣ ଗାୟକ ଶୁକ ସନକ,
ମନୁ ପରାଶର ସ୍ମୃତିକାରକ,
ଭବଭୂତି କାଳିଦାସାଦି କବି,
ଭୂତଳେ ଅତୁଳ ଭାରତ ଛବି
ରାମ କୃଷ୍ଣ ଯାର ବୀର,
ଜ୍ଞାନ−ଗାରିମାରେ ଭାରତ ସମାନ
କେଉଁ ଦେଶ ପୃଥିବୀର ।
ନାନକ କବିର ତୁଳସୀ ଦାସ
ତୁକାରାମ ବା ଜଗନ୍ନାଥ ଦାସ
ନାନା ଯୁଗେ ନାନା ସାଧୁ ସଜ୍ଜନ
ସମାଜ ସଂସ୍କାର କଲେ ସାଧନ,
ଦେଶେ ଘୋର ବିଶୃଙ୍ଖଳା
ଘୋଟେ ଯେବେ ତେବେ ଜନ୍ମନ୍ତି ମହାତ୍ମା
ଘେନି ପରମାତ୍ମା କଳା ।
ପୁଣି ଏ ଭାରତ ଦୁର୍ଭାଗ୍ୟବଳେ
ପଡ଼ୁଥିଲା ଅବନତି−କବଳେ
ଏମନ୍ତ ସମୟେ ଜଗତଗୁରୁ
ଅଭୟ ଉଚ୍ଚାରି ତ୍ରିଦିବ ପୁରୁ
ମହାପୁରୁଷ−ରତନ
ଅମାନିଶାଧ୍ୱାନ୍ତେ ଭାସ୍କର ପରାଏ
ଭାରତେ କଲେ ପ୍ରେରଣ ।
ଏକେଶ୍ୱରବାଦ−ପୁନଃସ୍ଥାପକ,
ସ୍ୱାଧୀନତା−ଚିରପରିପୋଷକ,
ମହାନ ପଣ୍ଡିତ ଦରିଦ୍ର ମିତ୍ର,
ଭୀମକାନ୍ତସମାବେଶ−ଚରିତ୍ର
ସତ୍ୟନ୍ୟାୟବିଭୂଷଣ
ଶାସ୍ତ୍ର−ଅନ୍ତଦର୍ଶୀ ସୁଜ୍ଞ ସଂସ୍କାରକ
ରାଜା ଶ୍ରୀ ରାମମୋହନ ।
ଜ୍ଞାନ କର୍ମ ପ୍ରେମ ବୀର ବିକ୍ରାନ୍ତ,
ବହ୍ନି ସିନ୍ଧୁ ସମ ତେଜସ୍ୱୀ ଶାନ୍ତ,
ସ୍ୱଦେଶବତ୍ସଳ ଉଦାରଚେତା,
ମହାସମନ୍ୱୟ−ଧର୍ମପ୍ରଣେତା,
ରମଣୀ−ଚିରସହାୟ
ପ୍ରାଚ୍ୟ ପ୍ରତୀଚ୍ୟର ସମନ୍ୱୟକାରୀ
ଶ୍ରୀ ରାମମୋହନ ରାୟ ।
ସମ୍ବଲପୁର
ସମ୍ବଲାଇ−ପାଳିତ ସମ୍ବଲପୁର
ଘୋର ଜାଙ୍ଗନ ସ୍ଥଳ ଦୁରୁଁ ସୁଦୂର ।
ନିସର୍ଗ−ଚାରୁ ତୋର ସୁନ୍ଦର ଚିତ୍ର
ନିରେଖି ନର−ନେତ୍ର ମୁଗ୍ଧ ପବିତ୍ର ।
ଦକ୍ଷିଣେ ଚିତ୍ରୋତ୍ପଳା କଳ ନିନାଦେ
ବହଇ ଧୋଇ ବାର ପର୍ବତ ପାଦେ ।
ଶିଳାବନ୍ଧୁର ନଦୀ ସିକତାଶଯ୍ୟା
ଚିତ୍ରକର ତୁଳିକି ଦିଅଇ ଲଜ୍ଜା ।
ପାଷାଣେ ପରିଚ୍ଛନ୍ନ ତଟିନୀ ତୀର
ପୁଲିନେ ଶୋହେ ସୋମନାଥ ମନ୍ଦିର ।
ସ୍ୱଦେଶ ସେବାରତ ବ୍ରଜମୋହନ
ସେତୁ ସୋପାନ ଦିଶେ କେଡ଼େ ସତନ । (୧)
ପଖାଳି ସେ ମନ୍ଦିର ପୂତ ଚରଣ
ସ୍ୱଚ୍ଛୋଦ ସର ଦିଶେ କି ଶୋଭାବନ !
ଶତ ସହସ୍ର ତହିଁ ଫୁଲ୍ଲ କମଳ
ନୀଳ ନିର୍ମଳ ଜଳେ କି ଢଳ ଢଳ !
ନୀଳ ସଲିଳେ ରକ୍ତ କମଳଗଣ
ତରଣୀ ଚାଳି ମାଳୀ କରେ ଚୟନ ।
ବାରୁଣୀ ଦିଶେ ଦିଶେ ବାର ପର୍ବତ;
ଶୋଭଇ ପ୍ରାକୃତିକ ପ୍ରାଚୀରବତ ।
ବାରପର୍ବତପ୍ରାନ୍ତେ ବୁଡ଼ଇ ରବି
ପ୍ରଦୋଷେ ପ୍ରକଟିଣ ରୁଚିର ଛବି ।
ଅକଳନ୍ତା ସିନା ସେ ବର୍ଣ୍ଣବିଭବ,
ବଖାଣି ପାରେ କିଏ ସେ ଦୃଶ୍ୟ ତବ ?
ତଟିନୀତୀରେ ଉଭା ରାଜନବର (୨)
କେଡ଼େ ପ୍ରାଚୀନ ପୁଣି କେଡ଼େ ଜବର !
ଏଡ଼େ ଜଟିଳ ଦୃଢ଼ ଗଡ଼କୁ କରି
ଏଡ଼ୁଣ ଥିଲେ ପରା ନୃପତି ଅରି ।
(୧) ପରଲୋକଗତ ବ୍ରଜମୋହନ ପଟ୍ଟନାୟକଙ୍କ ବହୁ ଯତ୍ନ ଓ ଅର୍ଥଦ୍ୱାରା ଏହି ବନ୍ଧ ଓ ପାବଚ୍ଛ ନିର୍ମିତ ହୋଇଥିଲା ।
(୨) ମହାନଦୀତୀରସ୍ଥ ସମ୍ବଲପୁର ରାଜାଙ୍କର ପୁରାତନ ସୁଦୃଢ଼ ସୁଦୃଶ୍ୟ ଦୁର୍ଗ ଅଧୁନା ସୋନପୁର ମହାରାଜା ଅଧିକୃତ ।
ଏହା ସମ୍ବଲପୁରର ଗୋଟିଏ ଦର୍ଶନୀୟ ସ୍ଥାନ ।
ବେଢ଼ା ଭିତରେ ବଡ଼ ବଡ଼ ବିଟପୀ
ଉଭା ଯୁଗ ଯୁଗାନ୍ତ ଗଗନ ଟପି ।
ଏ ବୃକ୍ଷେ ବସି ଅତିଦୂର ଅତୀତେ
ତୋଷୁଥିଲେ ବିହଙ୍ଗେ ମଧୁରଗୀତେ
ଅନ୍ତପୁରସ୍ଥା ନୃପଯୋଷାମାନଙ୍କୁ,
କାନ୍ତ ବାରତା ଆଣି ଦେଇଣ ତାଙ୍କୁ ।
ରାଜମହିଷୀ ରାଜଜେମା ସକଳେ
ମାର୍ଜନା କରୁଥିଲେ ଯେ କୂପଜଳେ,
ଅଦ୍ୟାପି ରାଜେ ତାହା ଦୁର୍ଗ ଭିତରେ,
ଶିଳାସୋପାନ ଶୋଭେ ଚଉପାଶରେ ।
ଦୁର୍ଗ ଚୌଦିଗେ ଥିଲା ଦୁର୍ଗ ପରିଖା,
ଅତଳଜଳ ସର ଅଦ୍ୟାପି ଦେଖା ।
କିମ୍ବଦନ୍ତୀ କହଇ ଏ ସର ଖାଇ
ରୂପେ ବିରାଜୁଥିଲା ଚୌଦିଗେ ଥାଇ ।
କାଳ−କାମୋଡ଼େ ଖଣ୍ଡ ଖଣ୍ଡ ପରିଖା
‘ନଶ୍ୱର ଏ ସଂସାର’ ଦିଏ ଏ ଦୀକ୍ଷା ।
ଗଡ଼ ନିକଟେ କେତେ ‘ଗୁଡ଼ି’ ସୁନ୍ଦର (୩)
ପୂର୍ବ ଗୌରବ ମୂକସାକ୍ଷୀ ତୋହର ।
ଦୁର୍ଗସୀମାନ୍ତେ ଘନ ବଂଶ ନିକୁଞ୍ଜ,
ମହୀଗରଭେ ଗୁପ୍ତ ଗୃହର ପୁଞ୍ଜ,
ପ୍ରାଚୀନ ଭଗ୍ନଦୁର୍ଗ ସଙ୍କେତମାନ,
କରନ୍ତି ପୂର୍ବକୀର୍ତ୍ତି ସଙ୍ଗୀତ ଗାନ ।
ଉତ୍ତରେ ‘ବୁଢ଼ା ରାଜା’ ପ୍ରହରୀ ପରି
ଜଗି ରହିଛି ଶୋଭାଧନ ତୋହରି ।
ପର୍ବତ ପଦପ୍ରାନ୍ତେ ବିଟପୀ ବଲ୍ଲୀ
ଶ୍ୟାମସମ୍ଭାର ଘେନି ହସଇ ପଲ୍ଲୀ !
(୩) ସମ୍ବଲପୁରରେ ଅସଂଖ୍ୟ ଉଚ୍ଚ ମନ୍ଦିର ଅଛି । ଗୁଡ଼ିମନ୍ଦିର । ଏହା ସମ୍ବଲପୁରୀ ଭାଷାର ଗୋଟିଏ ନିଦର୍ଶନ ।
ଶସ୍ୟଶ୍ୟାମଳ କ୍ଷେତ୍ର ନେତ୍ରମୋହନ,
ରସାଳଡାଳେ ଢାଳେ ବିହଙ୍ଗସ୍ୱନ ।
ନେତ୍ରଶ୍ରବଣେମୋହୀ ଏ ଶୋଭାରାଜି
ଘେନି ତୋ ଅପଘନ ଅଛୁ ତୁ ସାଜି ।
ଶତଶତମନ୍ଦିରପୂତ ନଗରୀ
ପୁରାଣକୀର୍ତ୍ତିରତ୍ନହାରା ସୁନ୍ଦରୀ ।
ଶସ୍ୟଶ୍ୟାମଳା ଶ୍ୟାମଗିରିକୁନ୍ତଳା
ଦେଶବିଦେଶ−ଅନ୍ନପୂର୍ଣ୍ଣା କମଳା । (୪)
ଏ ଶୋଭା ଲୋଭେ ଅବା ଭକ୍ତବତ୍ସଳ
ମଣ୍ଡିବେ ଭବିଷ୍ୟତେ ତୋ ଅଙ୍କସ୍ଥଳ । (୫)
ଶୈଳବନ୍ଧୁର ରମ୍ୟ ବନ୍ୟ ନଗର
ଉଜ୍ଜ୍ୱଳ ଭବିଷ୍ୟତ ଅଛି ତୋହର ।
ବୈକୁଣ୍ଠ, ନୀଳକଣ୍ଠ, ବ୍ରଜମୋହନ
କରିଗଲେ ତୋହର ଅଙ୍କ ମଣ୍ଡନ ।
ଆସନ୍ତୁ ତାଙ୍କ ପରି ପରୋପକାରୀ
ଦେଶପ୍ରେମିକ ଜନଯାତନାହାରୀ ।
ଏତେ ମାଗୁଣୀ ତବ ଚରଣେ ମୋର
କର ଶିଳାସୁଦୃଢ଼ ସନ୍ତାନେ ତୋର ।
ଦୃଢ଼ ପରାଣେ ସାଧି କର୍ତ୍ତବ୍ୟମାନ
ରଖନ୍ତୁ ତୋ ସନ୍ତାନେ ତୋର ସମ୍ମାନ ।
ଯେ ତୋତେ ଅନୁନ୍ନତ କହିବ କହୁ,
ତୋ ଚାରୁ ଦୃଶ୍ୟ ସ୍ମୃତିପଥେ ମୋ ରହୁ ।
୪) ‘ସମ୍ବଲପୁରୀ ଚାଉଳ’ ନାନାସ୍ଥାନକୁ ରପ୍ତାନୀ ହୁଏ । କଟକ ଅଞ୍ଚଳରେ ଏହି ଚାଉଳ ବହୁକାଳରୁ ପ୍ରସିଦ୍ଧ ।
(୫) କଳ୍କୀ ଅବତାର ସମ୍ବଲପୁରରେ ହେବାର ପୌରାଣିକ ଉକ୍ତି ପ୍ରକୃତିବାଦ ଅଭିଧାନରେ ଅନୁସନ୍ଧେୟ ।