ଜନ୍ମଭୂମି
ନନ୍ଦକିଶୋର ବଳ · ଭାଗ ୨ / ୩
ସମ୍ପୂର୍ଣ୍ଣ ସୂଚୀପତ୍ର
ଦ୍ୱିତୀୟ ଭାଗ
“Land of my sires ! what mortal handCan e’er untie the filial band,That knits me to thy rugged strand !Still as I view each well−know scence,Think what is now, and what hath been,Seems as, to me, of all bereftSole friends thy woods and streams were left,And thus I love them better still,Even in extremity of ill.”-Sir W. scott.ଉତ୍କଳ ପ୍ରଭାତଉଠ ଗୋ ଦୁଃଖିନୀ ଉତ୍କଳ ଜନନି !ପାହିଛି ବିଷାଦ ଯାମିନୀ ତବ,ଉଠି ଦେଖ ନଭେ ନବ ଦିନମଣିଶୁଣ ସୁପ୍ରଭାତେ ବିହଙ୍ଗରବ ।ନବୀନ ଚେତନେ ନବୀନ ଉଦ୍ୟମେଜାଗି ଉଠିଛନ୍ତି ଜଗତଜନ,କିପାଇଁ କହ ଗୋ ପ୍ରିୟ ମାତୃଭୂମିଅଛୁ ଅଦସାଦ−ନିଦ୍ରା ମଗନ ?ଜାଗିଛି ଯୁରୋପ ଜାଗିଛି ମାର୍କିନଉଡ଼ାଇ ଉନ୍ନତି−ବିଜୟ ଧ୍ୱଜା,ଆଦି−ମଧ୍ୟ−ଯୁଗ− ଅଜ୍ଞାନ−ଆଳସ୍ୟତେଜି କରିଛନ୍ତି ସଭ୍ୟତା ସଜ୍ଜା ।ଜାଗିଛି ଜାପାନ ଏହି ନିକଟରେକରିଣ ସାହସେ କର ମର୍ଦ୍ଦନ,ଆଦର ମମ୍ମାନେ ପାଇଅଛି ସର୍ବସଭ୍ୟଜାତ ସହ ସମ−ଆସନ ।ଅବସାଦ ତେଜି ଅଳପ ଅଳପଜାଗୁଛନ୍ତି ନିଜେ ପ୍ରିୟ ଭାରତ,ବଙ୍ଗ ମହାରାଷ୍ଟ୍ର ଦ୍ରାବିଡ଼ ପଞ୍ଜାବନବଜ୍ଞାନ−ଭାନୁ−କର ପ୍ରାପତ ।କିପାଁ ତେବେ ପ୍ରିୟ ଉତ୍କଳ ଜନନିଅବସାଦ−ନିଦ୍ରା ନ ଭାଙ୍ଗେ ତବ,ଫୁଟିଛି ପବିତ୍ର ଧର୍ମ−ସୁକୁସୁମଶୁଭୁଅଛି ପୁଣ୍ୟ ପ୍ରଭାତ−ସ୍ତବ ।ବିଜ୍ଞାନ ଭାସ୍କର− ସମୁଜ୍ଜ୍ୱଳ କରେଧରା ମୁଖ ଛବି ଦିଶେ ଉଜ୍ଜ୍ୱଳବିଜୟୀ ହୁଅନ୍ତି ସେହିମାନେ ଯେହୁଜୀବନ−ସଂଗ୍ରାମେ ଖଟାନ୍ତି ବଳ ।କର୍ମ ଅସି କରେ ଧରି ହୁଙ୍କାରିଣଉନ୍ନତି ପଥରେ ଯାଆନ୍ତି ଜନେ,ଦିବସେ ସୁଷୁପ୍ତା ବୋଲି କେତେ ଲୋକହସନ୍ତି ଚାହିଁଣ ତୋହ ଆନନେ ।ଉନ୍ନତ ସବଳ କର୍ମଷ୍ଠ ଜଗତେଏ ଭାରତ ସର୍ବଂ ପୃଷ୍ଠେ ପତିତ,ତୁ ପୁଣି ଅଧମ ଦେଶରେ ଅଧମତେଣୁ ସବୁଠାରେ ତୁହି ଲାଞ୍ଚିତ ।ତଥାପି ନୈରାଶ୍ୟ− କଥା ନ କହିବି,ଚିର ଅବସନ୍ନ ସୁପ୍ତ ସ୍ୱଦେଶ,କାହା ଚିରଦିନ ନ ଯାଏ ସମାନ,ହେବ ଦିନେ ତବ ଦୀନତା ଶେଷ ।ଲାଗିଅଛି ଦୁଃଖ ସୁଖର ସଂସାରେଚକ୍ରନେମି କ୍ରମେ ପରିବର୍ତ୍ତନ,ତୋପରି ବସୁଧା ସକଳ ଦେଶରହୋଇଯାଇଅଛି ପତନୋତ୍ଥାନ ।କର୍ମହିଁ ଜୀବନ କର୍ମହିଁ ଉଦ୍ଦେଶ୍ୟଜଡ଼ତା ଜୀବନ୍ତ ମରଣ ସିନା,ଦୁର୍ଲ୍ଲବ ମାନବ ଜନମ ବିଅର୍ଥଜୀବନ−କର୍ତ୍ତବ୍ୟ ସାଧନ ବିନା ।ଉଠି ପ୍ରିୟଭ୍ରାତା ଉଠ ଗୋ ଭଗିନି,ମାତୃଭୂମି ଦୁଃଖ ଦୀନତା ନାଶ,ବିନୀତ ଚିତ୍ତରେ ତବ ପୂତ ପଦେନିବେଦଇ କବି ପ୍ରାଣ−ଉଚ୍ଚ୍ୱାସ ।ଶୁଭଯୋଗଫୁଟିଛି ଉତ୍କଳ ନିରାଟ−ଉଷରେନବପ୍ରାଣ−ପାରିଜାତ−ପ୍ରସୂନ,ଶୁଭୁଛି ଉତ୍କଳ− ଦାରୁଣ ଶ୍ମଶାନେମଙ୍ଗଳ−ବାଜଣା ଶୁଣ ହେ ଶୁଣ ।ପାହିଛି ସୁଦୀର୍ଘ ବିଷାଦ ଯାମିନୀଉଇଁଛିରେ ଆଜି ସୌଭାଗ୍ୟ ରବି,ଯାଇଛି ପ୍ରାଚୀନ ନିବିଡ଼ ଅନ୍ଧାରଦେଖ ଜନନୀଙ୍କ ବିମଳ ଛବି ।ପୂର୍ବ ଅତ୍ୟାଚାର ପାଷାଣର ଭାର,ହୋଇଛି ତା ବକ୍ଷୁଁ ଅପସାରିତ,ଜାତୀୟ ଜୀବନ ଉଠିଛି ଅଙ୍କୁରି,ଶୁଭୁଅଛି ଦୂରୁଁ ଆଶା ସଙ୍ଗୀତ ।ଶତ ଶତ ବର୍ଷ ମୋହ ନିଦ୍ରା ଅନ୍ତେଉଠି ବସିଛନ୍ତି ଦୁଃଖିନୀ ମାତା,ଅବହେଳା ତେଜି ମାତାମୁଖ ହେଜିଭ୍ରାତାହସ୍ତ ଆଜି ଧରେ ରେ ଭ୍ରାତା ।ଚଉଦିଗେ ଜାଗେ ନବୀନ ଜୀବନଚଉଦିଗେ ଶୁଭେ ଆଶାର ବାଣୀ,ଅବସାଦ ନିଦ୍ରା ଯାଇଅଛି ଭାଙ୍ଗିପଡ଼ିଅଛି ମନେ ପୂର୍ବ କାହାଣୀ ।କି ଥିଲା ! କି ହେଲା ! କି ହେବ ! ବୋଲିଣ,ଶୁଭୁଅଛି ଏକ ଅସ୍ପଷ୍ଟ ସ୍ୱନ,ଘୋର ଘନ ଘୋଷେ ଜାତୀୟ ଗଗନେକମ୍ପାଇ ଧରା ସେ ଉଠୁ ବହନ ।ହୋଇଅଛି ନେତ୍ରେ ନେତ୍ର ଭେଟାଭେଟି,ଚାରିଚକ୍ଷୁ ପ୍ରାନ୍ତେ ପୀରତି ମେଳ,ବରକଣ୍ଠେ କନ୍ୟା ବରଣମାଳିକାଲମ୍ୱାଇବ, ଖରେ ଆସୁଛି ବେଳ ।ଏହା କି ସ୍ୱପନ, କବି−କଳପନା,ସତ୍ୟ କି ଏଥିରେ କିଛିହିଁ ନାହିଁ ?କେମନ୍ତେ ମୁଁ ଏଥେଁ କରିବି ସଂଶୟ,ଏତେ ବିଳାପ କି ଛଳନା ଭାଇ ?କ୍ରନ୍ଦନେ ନିଶ୍ଚୟ ହେବ ନାହିଁ କିଛି,କେତେ କ୍ରନ୍ଦନ ମୁଁ କରଇଁ ନିତି,ଏକା ପ୍ରୀତି−ବାଳା ନୁହେ ଫଳବତୀ,ବର୍ଷ ପରେ ବର୍ଷ ଯାଏ ରେ ବିତି ।କବି−କଳପନା କର୍ମେ ପରିଣୀତାକରି ପାର କିଏ ଜାତୀୟ ବୀର,ଆସ ସୁପୁରୁଷ ! ପଶ କର୍ମାଙ୍ଗନେ,ମରି ଅମରତା ଲଭ ମହୀର ।ଏ ନବୀନ ଯୁଗେ ଏହି ଶୁଭ ଯୋଗେସ୍ୱାର୍ଥତ୍ୟାଗ ସଙ୍ଗେ ସ୍ୱଦେଶପ୍ରୀତିଶୁଭ ବିବାହରେ କର ସମ୍ମିଳନ,ଗାଉ କବି ତବ ଗୌରବ−ଗୀତି ।ଭାରତୀ-ଉଦ୍ଦୋଧନ(ରାମକେରୀ-ରାଗିଣୀ)ନିମଗ୍ନ ଅଛଇ ଉତ୍କଳ ଅବସାଦ−ନିଦ୍ରାରେ,କିଏ ସେ ତେ ନାମ ରାଇଣ ଆସି ଡାକଇ ଦ୍ୱାରେ !ସୁଧାଜିଣା ବୀଣା ବାଜଇ ଶୁଭେ ମଧୁ ଗାୟନ,ସେ ଗୀତ ଶ୍ରବଣେ ସ୍ମରଣ ହୁଏ ଗତ ଜୀବନ ।ଶୁଭଅଛି ଦୂରୁଁ ଅତୀତ−ଉଦ୍ଦୋଧନ ସଙ୍ଗୀତ,ଶ୍ରବଣେ ବିଷାଦ−ମିଶ୍ରିତ ସୁଖେ ବିକ୍ଷୁବ୍ଧ ଚିତ୍ତ ।“ଯଯାତିକେଶରୀ ଲଲାଟ−ଇନ୍ଦୁ ଏକାମ୍ରବନଅପୂର୍ବ ସୁନ୍ଦର ମନ୍ଦିର କଲେ ପରା ସ୍ଥାପିନ;ମର୍କତକେଶରୀ ପାଷାଣ ବନ୍ଧ ବାନ୍ଧ କଟକେଗୌରବ−କେତନ ଉଡ଼ାଇ ଗଲେ କାଳକାଳକେ,ନୀଳାଦ୍ରି କନ୍ଦରେ କୋଣାର୍କେ କୀର୍ତ୍ତି−କେତୁ ଉଡ଼ାଇଅନଙ୍ଗ ନୃସିଂହ ମନ୍ଦିର ଦେଇଥିଲେ ତୋଳାଇ,ଶୂରବୀରପଣେ ଏହାର ସୁତେ କଲେ ଉନ୍ନତି,କେମନ୍ତେ ହରାଇ ବସିଲା ଏ ସେ ପୂର୍ବ ସମ୍ପତ୍ତି ।ଉତ୍କଳ କୋଳେ ତ ଜନମି କବି ଉପେନ୍ଦ୍ରଭଞ୍ଜଅରପି ଥିଲେ ତା ଚରଣେ ତୋରା କବିତା କୁଞ୍ଜ,ଦୀନକୃଷ୍ଣ ଅଭିମନ୍ୟୁ ତ ବଢ଼ି ଏହାର କୋଳେ,ଗାଇଥିଲେ ସୁଧା−ସଙ୍ଗୀତ ପ୍ରେମ ଭକତି ଭୋଳେ,ଶୁଦ୍ରଭକ୍ତି ଗୀତେ କଲେକ ସାରାଦେଶ ଉନ୍ନତ ।କେମନ୍ତେ ହା ବିଧି ଉଭେଇ ଗଲା ଗୌରବରବି,କେମନ୍ତେ ବିଷାଦମଳିନ ଦିଶେ ଉତ୍କଳ ଛବି ।ଆଜି ସେହି ଦେଶ ବିଶାଳ ନଦୀ ଗିରି କାନନ,ଘୋର−ଅବଦାନ−ଜଡ଼ିତ କିପାଁ ଓଡ଼ିଆ−ମନ ।ଏହା ସଙ୍ଗେ ପୁଣି ଶୁଭଇ ଗୀତ ଅମୃତଜିଣାନବ−ଆଶା−ସୁଧା−ମଧୁର−ମନ−ପରାଣ−କିଣା“ପାହିଛି ବିଷାଦ ରଜନୀ ଉଠ ଉଠ ଉତ୍କଳହୃଦୟେ ଧରିଣ ନବୀନ ଆଶା ନବୀନ ବଳ ।ପାଶ୍ଚାତ୍ୟ ବିଜ୍ଞାନ−ଅମୃତ ପିଇ କୋଟି ନନ୍ଦନତୋ ଦଶା ଫେଡ଼ିବେ ଏଣିକି ଲଭି ନବ ଜବନ ।”କି ଥିଲା କି ହେଲା କି ହେବ ବୋଲି ଶୁଭୁଛି ବାଣୀସ୍ୱପନ କି ଅବା ସତ୍ୟ ଏ ନ ପାରଇ ସେ ଜାଣି ।ସତେ କି ଉତ୍କଳ ନନ୍ଦନେ ଲଭି ନବ ଜୀବନଜାତୀୟ ଗୌରବେ ଲଭିବେ ଧରା ଅଭିନନ୍ଦନ ?ପାହିଛି କି ଦୁଃଖ ଯାମିନୀ ଭାଙ୍ଗିଅଛି କି ଧ୍ୱାନ୍ତି,ପରାଚୀ ଦିଗନ୍ତେ ଉଇଁଛି କିରେ ଛାୟାର କାନ୍ତ !ଆଶା ମାୟାବିନୀ କି ଅବା ଇନ୍ଦ୍ରଜାଲ ବିସ୍ତାରିଦେଖାଉଛି ମାୟାକାନନ ଆହା କି ମନୋହାରୀ ।ନିମଗ୍ନ ଥିଲା ଏ ଉତ୍କଳ ଅବସାଦ ନିଦ୍ରାରେ,କିଏ ସେ ତା ନାମ ରାଇଣ ଆସି ଡାକିଲା ଦ୍ୱାରେ ।ଜାଣିଛି ଜାଣିଛି ଭାରତ ଏହା ତୋହରି ସ୍ୱନ,ତୁହି ତ ମା’’ ବାନ୍ଧି ରଖିଛୁ କୋଟି−ଓଡ଼ିଆ−ମନ ।ଭାଷା ବିନା ଦୀନ ଦେଶର କିବା ଅଛି ନିଜର ?ଟାଣେ ଏକ ପାଶେ ଆନକୁ ମାତଃ ! ମାୟା ତାହର ।ବୀଣାପାଣି କର କରୁଣା ମେଣ୍ଟ ଉତ୍କଳ−ତୃଷା,ପିନ୍ଧାଇ ଦିଅ ମା’ ତା ଭାଲେ ତବ ଗୌରବ ଭୂଷା ।ମୃତ୍ୟୁଜିଣା ବୀଣା ବଜାଅ ବାଣୀ ! ଉତ୍କଳେ ଥରେ,ସେ ସ୍ୱନ ଶ୍ରବଣେ ଏ ସୁପ୍ତ ଦେଶ ଉଠୁ ମା’’ ଖରେ ।ଉତ୍କଳ ମଙ୍ଗଳଗୀତ(ରାଗରସକୁଳା)ଆଜି ଶୁଭଦିନେ ଏ ଶୁଭସ୍ଥାନେକେତେ ଶୁଭସ୍ମୃତି ଜାଗ୍ରତ ପ୍ରାଣେ,ଶତ ଶତ ଯୁଗ କବିସମାଜଶୁଭ ମେଳେ ବିଜେ ଏସ୍ଥଳେ ଆଜି,ଶୁଭେ କି ସୁଧା ସଙ୍ଗୀତ,ବର୍ତ୍ତମାନ ସଙ୍ଗେ ମିଳାଇ ଦିଏ ଯାଭବିଷ୍ୟ ଦୂର ଅତୀତ !ପ୍ରାଚୀନ ଉତ୍କଳ ପୁଣ୍ୟର ଧାମକୋଟି ସ୍ମୃତିପୂର୍ଣ୍ଣ ଯାହାର ନାମ,ପୁରାଣ ପବିତ୍ର କୀରତିମୟଜ୍ଞାନ−କର୍ମ−ପ୍ରେମ−ଯୋଗ−ଆଳୟ,ନିଜେ ଲୀଳାମୟ ହରିଧର୍ମସମସ୍ୱୟ ପୂତ ପୀଠରୂପେବାଛିନେଲେ କୃପାକରି ।ବୁଦ୍ଧଶିଷ୍ୟ ଏଥି ପ୍ରଚାରି ‘କର୍ମପ୍ରାଧାନ୍ୟ’ ‘ଅହିଁସା ପରମ ଧର୍ମ’‘ବାସନା ବିନାଶ ନିର୍ବାଣ ହେତୁ’ଉଡ଼ାଇଲେ ସାମ୍ୟ ଗୌରବ କେତୁଖଣ୍ଡଗିରି ଜୌଗଡ଼ରେଶ୍ରୀକ୍ଷେତ୍ରେ ଅଦ୍ୟାପି ବୌଦ୍ଧଧର୍ମ ଜୟବିରାଜେ ଉଜ୍ଜ୍ୱଳାକ୍ଷରେ ।ପୁଣ୍ୟଭୂମି ଜାଣି ଜ୍ଞାନୀ ଶଙ୍କରନାନକ କବିର ଭକତବରନାନାଯୁଗେ ନାନା ସାଧୁ ସନ୍ନ୍ୟସୀପୂତ କଲେ ପୁଣ୍ୟ ଉତ୍କଳେ ଆସିପ୍ରେମ ବୀର ଶ୍ରୀ ଚୈତନ୍ୟଗୋତ୍ର ସୁମରିଣ ଅନ୍ତିମ ଜୀବନଯାପି ହେଲେ ଏଥି ଧନ୍ୟ ।ଶୁଦ୍ରମୁନି ଜ୍ଞାନୀ ଶାରଳା କବିଉତ୍କଳ ସାହିତ୍ୟେ ତରୁଣ ରବି,ବିଷ୍ଣୁ “ପଞ୍ଚସଖା” ପୁରାଣକାରକଠୋର ସାଧନେ ସିଦ୍ଧି−ଯାହାର,ଜଗନ୍ନାଥ ବଳରାମଆଦି ଯେତେ ସାଧୁ ଗାଇଲେ ପୁରାଣକେ ଗଣିବ ତାଙ୍କ ନାମ ।ବାଣୀବର−ପୁତ୍ର, ଉପେନ୍ଦ୍ର କବି,ସାହିତ୍ୟ−ଗଗନେ ପ୍ରଦୀପ୍ତ ରବି,ଦୀନକୃଷ୍ଣ, ଅଭିମନ୍ୟୁ ସାମନ୍ତ,କବିସୂର୍ଯ୍ୟ ବିଶି ସଂଖ୍ୟା ଅନନ୍ତ,ବାଣୀ−ବନରେ ବିହାରକରି ମାତୃ−କଣ୍ଠେ ଲମ୍ୱାଇଣ ଗଲେକବିତା−କୁସୁମହାର ।ଯଯାତି ଲଲାଟ−ଇନ୍ଦୁ ମର୍କତଅନଙ୍ଗ ନୃସିଂହ ଥିଲେ ଭକତ,ପ୍ରତାପ, କପିଳ, ପୁରୁଷୋତ୍ତମଶୂର ବୀରପଣେ ସେ ନିରୂପମ,ସେତୁବନ୍ଧ ରାମେଶ୍ୱରକାଞ୍ଚୀକାବେରୀରେ ଉଡ଼ିଥିଲା ଦର୍ପେବିଜୟ−ବାନା ଯାଙ୍କର ।ବିରୋଜାପୀଠରେ କମ୍ୱୁ−କଟକେ,ଏକାର୍ମ୍ର କାନନେ ପୁଣ୍ୟ କୋଣାର୍କେ,ଶଙ୍ଖ ଚକ୍ରଆଦି ଚାରି କ୍ଷେତ୍ରରେଉତ୍ତୁଙ୍ଗ ମନ୍ଦିର ବିରାଜ କରେ,ଅତୁଳ ସେ ଶିଳ୍ପକଳା !କହ କହ କାଳ ଉତ୍କଳ−ସୌଭାଗ୍ୟକେଉଁ ଆଡ଼େ ଆହା ଗଲା !କିପାଁ ଏ ଉତ୍କଳ କି ପାପ ଫଳେ,ପଡ଼ିଗଲା ଅବନତି−କବଳେବିଚ୍ଛିନ୍ନ ବିଭିନ୍ନ ଉତ୍କଳ ଦେଶ,ଦରିଦ୍ର ଲାଞ୍ଛିତ ମଳିନବେଶ,କାନ୍ଦେ ହୋଇ ଅତି ଦୀନଫେରିବ କି ତାର ସେ ପୂର୍ବ ଗୌରବହେବ କି ପୁଣି ସୁଦିନ ?ନାହିଁ ତାର କିଛି ସେ ଅକିଞ୍ଚନ,ଆଳସ୍ୟ ଅଜ୍ଞାନେ କ୍ଷୀଣ ଜୀବନ,ବଜା ମା’’ ଭାରତ ! ତୋ ବୀଣା ଥରେ,ନବ ପ୍ରାଣ ଲଭି ଉଠୁ ସେ ଖରେ,ଅତୀତ−ଗୌରବ−ବାଣୀଶୁଣା ଶୁଣା ବାଣି ! ନବ ଆଶା ପ୍ରାଣେଢାଳି ମାତଃ ବୀଣାପାଣି ।ମୃତ୍ୟୁସଞ୍ଜୀବନୀ ତୋ ବିଦ୍ୟାବଳେ,ବାଞ୍ଚାଅ ଭାରତି ! ମୃତ ଉତ୍କଳେ,ଜାତି ସଂଗଠନ−ସୁମନ୍ତ୍ର ପଢ଼ି,ଅବିଦ୍ୟା ଆଳସ୍ୟ ଦିଅ ମା’ ତଡ଼ି,ଉଠୁ ଏ ପ୍ରାଚୀନ ଦେଶଉନ୍ନତ ସମାଜେ ପାଉ ଉଚ୍ଚ ସ୍ଥାନଧରିଣ ନବୀନ ବେଶ ।ସଙ୍ଗୀତ(ରାଗ-ଆଶାବରୀ)ଉଠ ଜନନି ଗୋ ପାହିଲା କାଳଯାମିନୀ,ଆଶା−ଚକ୍ରବାଳେ ଭାଗ୍ୟଭାନୁ ଛବିନବପ୍ରାଣ−ପ୍ରଦାୟିନୀ । ଘୋଷା ।ନିଖିଳ ଭୁବନେ ମା’ ତୋର ସମାନେକିଏ ଅଛି ଅଭାଗିନୀ,କେଉଁ ଆଡ଼େ ଗଲା ତୋର ସେ ସୁଦିନହେଲୁ ମା’ ଚିରଦୁଃଖିନୀ ।ଗଙ୍ଗା−ଗୋଦାବରୀ− ନୀରଧି−ନର୍ମଦାମଧ୍ୟେ ହୋଇ ବିରାଜିତଋଷି ଭକ୍ତ ଜ୍ଞାନୀ କବି ବୀର ସୁତକଲୁ କୋଳେ ସୁପାଳିତ ।କେଉଁ ବିଧି ବଶେ, କି ଗୃଢ଼ ଉଦ୍ଦେଶେଭାଗ୍ୟରବି ଅସ୍ତିମିତ,ବିଷମ ବିପଦେ ପଡ଼ିଲୁ ଜନ୍ମଦେବିତିଲା ଦୀର୍ଘ ଅତୀତ ।ଅଛି ସେହି ଦେଶ ସେହି ଗିରି ନଦୀସେ ସୌଭାଗ୍ୟ ଗଲା କାହିଁ,ଘୋର−ଅବସାଦ− ଜଡ଼ିମା−ଜଡ଼ିତଉତ୍କଳ−ଚିତ୍ତ କିପାଇଁ ?ସୁର୍ଦୀର୍ଘ−ବିଷାଦ− ନିଶି−ପାହାନ୍ତାରେଶୁଣି ମାତଃ ଶୁଣ ଦୂରେ,‘ଉଠ ଗୋ ଉତ୍କଳ !’ ‘ଉଠ ଗୋ ଉତ୍କଳ ! ’ଡାକେ କେ ଧୀରେ ମଧୁରେ ।ତୋର ସଖୀମାନେ ଉନ୍ନତି−ସୋପାନେକରିଛନ୍ତି ଆରୋହଣ,ଥିବୁ କେତେ ଦିନ ଆଳସ୍ୟ ଅଜ୍ଞାନମୋହନିଦ୍ରା ନିମଗନ !ଏ ଯୁଗ ନବୀନ ନବ ନିମନ୍ତ୍ରଣଆଣିଛି ମା’ ତୋହ ପାଇଁ,ଜଗତ−ଆହ୍ୱାନ କରିଣ ଶ୍ରବଣନିଦ୍ରାଳସ ରହି ନାହିଁ ।ପାହି ଯାଉ ଦୀର୍ଘ ବିଷାଦ−ଯାମିନୀଉଇଁ ଆସୁ ଭାଗ୍ୟ−ରବି,ଘୁଞ୍ଚି ଯାଉ ଘୋର ନିବିଡ଼ ଅନ୍ଧାରଦିଶୁ ଉଷା−ନବ−ଛବି ।ଶତ−ଶତ−ବର୍ଷ ଅବସାଦ ଅନ୍ତେଉଠ ଗୋ ଉତ୍କଳ−ମାତା !ଅବହୋଳା ତେଜି ମାତା ମୁଖ ହେଜିଭ୍ରାତା ହସ୍ତ ଧରୁ ଭ୍ରାତା ।ଚଉଦିଗେ ଜାଗୁ ନବୀନ ଜୀବନଚଉଦିଗେ ଆଶା−ବାଣୀ,ଅବସାଦ−ନିଦ୍ରା ଦିଅ ଭାଙ୍ଗି ବିଭୂ !ଶୁଣାଅ ପୂର୍ବ କାହାଣୀ ।ଧର୍ମ କର୍ମ ଜ୍ଞାନେ ଉନ୍ନତି−ସୋପାନେକରିଣ ଅଧିରୋହଣ,ସୁସଭ୍ୟ ସମାଜେ ଉତ୍କଳ−ସନ୍ତାନେପାଆନ୍ତୁ ଉଚ୍ଚ−ଆସନ ।ଉତ୍କଳ ଜନନୀ ଆହ୍ୱାନ(ରାଗଆଡ଼ା ଠେକା)ଡାକନ୍ତି ଉତ୍କଳ ମାତା କୋଟି ସନ୍ତାନେ ତାଙ୍କର,କେ ରହି ପାରିବ ଦୃରେ ଶୁଣି ଡାକ ମାତାଙ୍କର,କହନ୍ତି ଡାକିଣ ମାତା “ମୋର ପ୍ରାଣ−ସୁତସୁତା ।କିପାଁ ହେଲେ ଅରକ୍ଷିତ ତେଜି ନିଜ ପ୍ରିୟ ଘର ।ନଦୀ ହ୍ରଦ ଗିରି ବନ ମୋ ତନୁରେ ସୁଶୋଭନ,ନିରନ୍ତର ନୀରନିଧି ପଖଳନ୍ତି ମୋ ପୟର ।କେତେ କର୍ମ−ଧର୍ମ−ବୀର ଜନମିଲେ ମୋ କୋଳର,ନ ଥିଲି ମୁଁ କାଙ୍ଗାଳୁଣୀ, ଅଛି ଗୌରବ ପୂର୍ବର ।ବୌଦ୍ଧ ଶୈବ ବଇଷ୍ଣବ ଦେଲେ ମୋତେ ନବ ନବଯୁଗଧର୍ମ, ଦେଖ ଚିହ୍ନ ମନ୍ଦିର ଗିରି କନ୍ଦର ।ଭଞ୍ଜଆଦି କବିଗଣ ଭ୍ରମି ଭାରତୀ−ଭୁବନକବିତା କମଳ−ମାଳା ଲମ୍ୱାଇଲେ ମୋ କଣ୍ଠର ।ନାହିଁ ମୋର ସେ ସୁଦିନ ଏବେ ମୁଁ ଯେ ଦୀନହୀନ,ଅକିଞ୍ଚନ ବୋଲି ମୋତେ ହେଳଇ ସାରାସଂସାର ।ସୁମରି ପୂର୍ବ ସୁଦିନ କାନ୍ଦେ ମୁହିଁ ନିଶିଦିନ,ଥାଉଁ କୋଟିସୁତ ଏହି ଦୁଃଖ କି ନ ଯିବ ମୋର ?ମିଳିଲେ ସକଳ ଭାଇ ମୋ ଦୁଃଖ ରହିବ ନାହିଁ,ଭୁଲିଣ ସକଳ ଭେଦ ପୋଛ ମା’ ନୟନ ନୀର ।”ଉତ୍କଳ ବନ୍ଦନା(ଲକ୍ଷ୍ନୌଠୁଂରି)ଜୟ ମା’ ଉତ୍କଳ ପୁରାଣ ପବିତ୍ର,ଜୟ ମା’ ଉତ୍କଳ ସୁନ୍ଦର ବିଚିତ୍ର,ଗଙ୍ଗା ଗୋଦାବରୀ ମହେନ୍ଦ୍ର−ନୀରଧିଚୌଦିଗେ କୀର୍ତ୍ତି ତୋ ଘୋଷେ ନିରବଧି,କଳନାଦିନୀ ତୋ ଶତ ସ୍ରୋତସ୍ୱତୀ,ପଦ ଧୌତ କରେ ତୋ ନୀଳାମ୍ୱୁପତି,ଶତ ଗିରିବନ ତୋ ତନୁରେ ରାଜେ,କୋଟି ତୀର୍ଥକ୍ଷେତ୍ରେ ଉରସେ ବିରାଜେ,ଜୟ ମା’’ ଉତ୍କଳ କବିବୀର−ମାତା,କୋଟି ଶିଳ୍ପିମାତା ଅବନୀ ବିଖ୍ୟାତା,ଜୟ ମା’’ ଉତ୍କଳ ପୁରାଣ ପବିତ୍ର,ଜୟ ମା’’ ଜୟ ମା’ ସୁନ୍ଦର ବିଚିତ୍ର ।ଜୟ ମା’’ ଜୟ ମା’’ ଉତ୍କଲ ଜନନୀ,ପ୍ରାଚୀନ ଗୌରବ ବିଭବଶାଳିନୀ,ଭୀମାକାନ୍ତ ଦୃଶ୍ୟେ ରୁଦ୍ର ସୁହାସିନୀ,ପୂର୍ବେ ଭାଗ୍ୟବତୀ ଆଜି ହା ଦୁଃଖିନୀ ।ଅନ୍ନ−ନୀର−ଦାତ୍ରୀଶୁଭ−ପ୍ରଦାୟିନୀ,ସର୍ବ ସୁଖ−ଦାତ୍ରୀ ପୁଣ୍ୟ ବିଧାୟିନୀ,ଯଶକୀର୍ତ୍ତିବତୀ କୋଟି ପୁତ୍ର−ମାତା,ପତିତା ଲାଞ୍ଛିତା ଚରଣେ ଦଳିତା,ପାହି ଯାଉ ଗୋ ମା’ ଚିର ଦୁଃଖନିଶା,ଅବସାଦେ ଆଉ ରହ ନା ବିବଶା ।ଜୟ ମା’ ଜୟ ମା’ ଉତ୍କଳ ଜନନୀ,ଉଠୁ କୋଟି କଣ୍ଠୁ ଜୟ ଗୀତ ଧ୍ୱନି,ପୁରୀ ବାଲେଶ୍ୱର କଟକ ଗଞ୍ଜାମ,କାନ୍ଥି ସମ୍ୱଲପୁର ଗାଉ ମା’ ତୋ ନାମ,ସର୍ବ ଝାଡ଼ଖଣ୍ଡ ଗଡ଼ଜାତ ଦରୀ,ପ୍ରତିଧ୍ୱନି କରୁ ନାମ ମା’ ତୋହରି,କପିଳାସ ମାଲ୍ୟଗିରି ମେଘାସନଗନ୍ଧମାର୍ଦ୍ଦନରୁ ଉଠୁ ଏ ଗାୟନ,ଶୋଲେରୀ ଭାଲେରୀ କରୁ ନିନାଦିତ,ଏହି ଗୀତ ହେଉ ଆକାଶେ ଉତ୍ଥିତଧୌଳି ଜୌଗଡ଼ରେ ଖଣ୍ଡଗିରି ଶିରେସାରଙ୍ଗଗଡ଼ରେ ଉଦୟଗିରିରେସପ୍ତକ୍ରୋଶୀ ଗଣ୍ଡେ, ପ୍ରଧାନ ପାଟରେ,ଉଠୁ ଏହି ଗୀତ ଗମ୍ଭୀରସ୍ୱରରେ ।ମାତୃଭୂମିଜନନୀଙ୍କ ଜନନୀ ଗୋ ଜନ୍ମଭୂମି ମମ ।ତୋ ମୋ ମେଳା ଗୂଢ଼, ଗୂଢ଼ତର, ଗୂଢ଼ତମ ।କେତେ ପୁରୁଷରୁ ପାଳୁଆଛ ହେ ସ୍ୱଦେଶ,ପିତୃ ପିତାମହଗଣେ ନାହିଁ ତାର ଶେଷ ।ତବ ରକ୍ତ ମାଂସେ ପୁଷ୍ଟ ମମ ଅପଘନ,ତୁମ୍ଭରି ଶକତି ଅନୁପ୍ରାଣିତ ଜୀବନ ।ଜନମି ତୋ ଅଙ୍କେ ମାତଃ ଖାଇ ତୋର ଅନ୍ନ,ଲୋଟି ତୋ ଧୂଳିରେ ମାଗୋ ହେଲା ମୋ ବର୍ଦ୍ଧନ ।ଜନମି ପାଳିତ ହେଲି ମାତଃ ଅଙ୍କେ ତବ,ଆଶ୍ରିବ ଚରମେ କୋଳ ମୋର ମୃତ ଶବ ।ବଢ଼ାଇ ତୁମ୍ଭରି କୋଳେ ସୁନ୍ଦରୀ ତରୁଣୀ,ଯୌବନର ସଖୀ କରି କରାଇଛ ଋଣୀ ।ଧୂଳିଘର କରି ଯେବେ ଖେଳୁଥିଲୁଁ ଦାଣ୍ଡେ,ଜାଣିଥିଲ ପିଲାଖେଳ ଭାଙ୍ଗିଯିବ ଚାଣ୍ଡେ ।ପ୍ରିୟତର ଧୂଳିଘର ପାଇଁ ଦୟାବତୀ,ପାଳୁଥିଲ କେଉଁ କୋଣେ ବାଳା କଳାବତୀ ।ମିଳି ଏବେ ଯୁଗ୍ମେ ଯୁଗ୍ମେ ଖେଳୁଁ ପ୍ରେମ ଭୋଳେ,ଖାଇ ତବ ଅନ୍ନ ନାଚି କୁଦି ତବ କୋଳେ ।ଜାଣିଅଛି ନ ରହିବ ଚିର ଏହି ଖେଳା,ଭବିଷ୍ୟ ଖେଳାଳୀ ସର୍ଜୁଅଛି ବୁଝି ବେଳା ।ସୁତ ହିତ ପାଇଁ ଦରଦେଶୀ ନାରୀନର,ପୋଷ୍ୟ ପୁତ୍ର କନ୍ୟା କରି ରଖ ନିଜ ଘର ।ମାତଃ ଏତେ କରୁଅଛ ଆମ୍ଭ ହିତ ପାଇଁ,ତୁମ୍ଭ ଲାଗି ପ୍ରାଣ ଦେଇ ନପାରୁଁ କିମ୍ପାଇଁ ?ଏକ କୋଳେ ବଢ଼ି ଖେଳି ବୁଲି କାହିଁପାଇଁ,ନ ହୁଅନ୍ତି ପ୍ରେମ−ସୂତ୍ରେ ବନ୍ଧା ଭାଇଭାଇ ?ଏକ ଭ୍ରାତୃ ବନ୍ଧନରେ ବଦ୍ଧ ଭ୍ରାତାଗଣ,ନ କରନ୍ତି କିପାଁ ମାତୃ ଗୌରବ ବର୍ଦ୍ଧନ ?ଏକ କୋଳେ ଜନ୍ମି ଏକ ଘରେ ଅନ୍ନ ଖାଇ,ଏକ ଭାଷା କହି ଭିନ୍ନ ଭିନ୍ନ ଭାଇ ଭାଇ !ମାତୃଭୂମି ତେଜି ଯେଉଁ ଗର୍ବିତ ଯୁବକ,ହୁଏ ବିଦେଶୀୟଙ୍କର ଭକତି ସେବକ;ସେହି ମାତୃପିତୃଦ୍ରୋହୀ ଆତ୍ମଦ୍ରୋହୀ ଜନ,ନୋହିବ କେବେହେଁ କାହା ସମ୍ମାନ ଭାଜନ ।ସ୍ୱାର୍ଥ, ଅହଙ୍କାର, ବୃଥା ଲଜ୍ଜା, ଅଭିମାନେ,ମାତୃଦ୍ରୋହୀ ହୋଇ ଯାଇ ପାରନ୍ତି ଯେମାନେ,ସୁଧୀଜନେ ଜାଣନ୍ତି ସେ ପଶୁର ସ୍ୱଧର୍ମସ୍ୱାର୍ଥପାଇଁ କରିବ ସେ ସର୍ବ ହୀନ କର୍ମ ।ମାତା ଯେବେ କୁମରକୁ ଆଦରେ ବଢ଼ାଇଖୁଦ କୁଣ୍ଡା ଦେଇ ତାକୁ ଯତନେ ପଢ଼ାଇଭବିଷ୍ୟତ ଭରସାରେ ବାନ୍ଧେ ଆଣ୍ଟ ମନେ,ପୁତ୍ରଟେକ ଗାଇ ବୁଲେ ପଡ଼ିଶା ଭବନେ ।ସେ କୁମର ବଢ଼ି ଯେବେ ଅର୍ଜିଜ୍ଞାନ ଧନେବୁଲି ପ୍ରତିବାସୀ ଧନିପୁତ୍ରଙ୍କ ଗହଣେଦୁଃଖିନୀ ଜନନୀ କି ସେ ଆଉ ନ ପଚାରେସେ କୁପୁତ୍ତ୍ରେ କି କହନ୍ତି ସମସ୍ତେ ସଂସାରେ ?ସେହିପରି ସ୍ୱଦେଶୀୟ ଶିକ୍ଷିତ ଯୁବକବିଦେଶୀୟମାନଙ୍କର ସ୍ତାବକ ସେବକହୋଇ ଯେବେ ‘ଓଡ଼ିଆ’ ଏ ନାମେ ସମ୍ୱୋଧିତହେବାକୁ ହୁଅନ୍ତି ଜନସମାଜେ ଲଜ୍ଜିତ,ଓଡ଼ିଆ ଭାଷାକୁ କରି ହେୟ ପଦାଘାତବିଦେଶୀୟ ଭାଷାକୁ ସେ କରି ପ୍ରଣିପାତ,ସେପରି ଉତ୍କଳ ସୁତେ ସୁସଭ୍ୟ ବ୍ରହ୍ମାଣ୍ଡକହନ୍ତି ‘ଏ କାପୁରୁଷ ଅକାଳକୁଷ୍ମାଣ୍ଡ’ ।ସମସ୍ତେ ସ୍ୱଦେଶ ଉକ୍ତ ଏହି ଜଗତରେକିପାଇଁ ବିଦେଶ ଭକ୍ତ ଉତ୍କଳୀୟ ନରେ !ତୁଙ୍ଗଗିରି ଘନବନ ଦୀର୍ଘନଦୀରାଜିଚାରୁହ୍ରଦେ ଅଛୁ ଦେଶ ! ଅପଘନ ସାଜି,ଭୀମକାନ୍ତ ବେଶେ ବସୁ ହେ ରୁଦ୍ରସୁନ୍ଦର !ନୀରନ୍ତର ନୀରନିଧି ଧୁଅନ୍ତି ପୟର ।କୋଟି କୋଟି ବୌଦ୍ଧ ଶିବ ବିଷ୍ଣୁ ତୀର୍ଥରାଜିପୂରୁବ ଗୌରବ ତୋର ପ୍ରଚାରନ୍ତି ଆଜି,କେତେ କର୍ମ ଧର୍ମ ବୀର ଜନମିଲେ କୋଳେ,କେତେ କବି ଗାଇଗଲେ କାବ୍ୟାବଳୀ ଭୋଳେ ।ନିଖିଳ ଭାରତେ ଶ୍ରେଷ୍ଠ ଠାବ ତୁ ଉତ୍କଳଅଟୁ ପୁଣ୍ୟ ଜ୍ଞାନ−ଭକ୍ତି ସମନ୍ୱୟ ସ୍ଥଳସମଗ୍ର ଭାରତେ କରି ଭାତୃତ୍ୱେ ବନ୍ଧନଶ୍ରୀକ୍ଷେତ୍ରେ କରୁ ମା’ ସାମ୍ୟଧର୍ମ ସଂରକ୍ଷଣ ।ଜଗନ୍ନାଥ, ବଳରାମ, ଅଚ୍ୟୁତ, ଅନନ୍ତ,ଅରକ୍ଷିତ ଦାସ , ବିରସିଂହ, ଯଶୋବନ୍ତ,ତୋହରି କୋଳେ ମା’ ଜନ୍ମି ଘୁମି ଗ୍ରାମେ ଗ୍ରାମେପ୍ରଚାରି ପବିତ୍ର କଲେ ପୁଣ୍ୟ ହରି ନାମେ ।ଦେଖାଉ ବିଚିତ୍ର ଦୃଶ୍ୟ ତୁହି ମା’ ଉତ୍କଳ ।ବୌଦ୍ଧ ଜୈନ ଶୈବ ବଇଷ୍ଣବ ଏ ସକଳମହା ସମନ୍ୱୟ ଧର୍ମେ ହସ୍ତ ଧରାଧରିହୋଇଣ କ୍ରୀଡ଼ନ୍ତି ମାତଃ ବକ୍ଷରେ ତୋହରି ।ବୌଦ୍ଧ ଧର୍ମ ଭାରତରୁ ଚିର ନିର୍ବାସିତତୋ ଉଦାର ଗର୍ଭେ ମାତଃ ରହିଲା ସଞ୍ଚିତ ।ତୋହ କୋଳେ ଜନ୍ମିଥିଲେ କେତେ ଶିଳ୍ପୀ ବୀରକୀର୍ତ୍ତି ଯାର ଆଜି ମଧ୍ୟ ଖ୍ୟାତ ପୃଥିବୀର ।ଥିଲା ଦିନ ଯେବେ ତୁହି ଉତ୍କଳେ ଭାରତେଲିଭିଥିଲା ସ୍ଥାନ ଶ୍ରେଷ୍ଠ ଜାତିଙ୍କ ସଙ୍ଗତେ ।ବଉଦ୍ଧ କେଶରୀ ଗଙ୍ଗ ବଂଶୀୟେ ଶାସନକରି କଲେ କେତେ ପୁଣ୍ୟ କୀରତି ସ୍ଥାପନ ।ଶିଳାବନ୍ଧ ମହାନଦୀ କାଠଯୋଡ଼ି ତୀରେବାନ୍ଧି ଉଡ଼ାଇଲେ କୀର୍ତ୍ତିକେତୁ କର୍ମବୀରେ ।ଏକ୍ରାମ୍ରେ ଶ୍ରୀକ୍ଷେତ୍ରେ ଯାଜପୁରେ କୋଣାର୍କରେଶଙ୍ଖ ଚକ୍ର ଗଦା ପଦ୍ମ ଚାରିକ୍ଷେତ୍ର ବରେ ।ସ୍ଥାପିଣ ତୋ ସୁତେ କୀର୍ତ୍ତିସ୍ତମ୍ଭ ସଂସ୍ଥାପନକରି ଉଡ଼ାଇଲେ ଶିଳ୍ପକଳାର କେତନ ।ଉତ୍ତାଳ ସାଗରେ ହେଲେ କରି ଜଳଯାତ୍ରାବାହିଣ ବୋଇତ ବାଲି ବୋର୍ଣ୍ଣିଓ ସୁମାତ୍ରାତୋହରି ବଣିକବର୍ଗ ବାରିଧି ବକ୍ଷରେବାଣିଜ୍ୟ କଲେ ମା’ ଯାଇ ଦ୍ୱୀପ ଦ୍ୱୀପାନ୍ତରେଜୟଲବ୍ଧା କାଞ୍ଚି ରାଜଜେମା ପଦ୍ନାବତୀ,ଥିଲେ ବୀର୍ଯ୍ୟ ପୁରସ୍କାରରୂପା ରୂପବତୀସମୁଦ୍ର ପୁଳିନୁ ଛାଡ଼ି ପୋତି ଓଡ଼ିଆଏଯାଇଥିଲେ ଜଳଯାନେ ତାମ୍ରଲିପ୍ତି ଯାଏ ।ଦକ୍ଷିଣେ କର୍ଣ୍ଣାଟ ସେତୁବନ୍ଧ ରାମେଶ୍ୱରଉତ୍ତରେ ମଗଧ ଗୌଡ଼ଦେଶ ଅଧିକାରକରିଥିଲେ ଜନ୍ମଭୂମି ବୀରସୁତଗଣ,ଘୋର ଯୁଦ୍ଧେ ପରାଜିଲେ ଅସଂଖ୍ୟ ଯବନ ।ଶତ ଶତ ବର୍ଷ ବିତିଗଲା ଶତ୍ରୁଥାଟଭାଙ୍ଗି ନ ପାରିଲେ ଓଡ଼୍ର କୃପାଣ କପାଟତୋହରି କୋଳରେ ଜନ୍ମି ଭଞ୍ଜ ବୀରବରେଭଣିଗଲେ କେତେ କାବ୍ୟ ଅମର ଅକ୍ଷରେ ।କବିସୂର୍ଯ୍ୟ ବିଶ୍ୱମ୍ଭର କବି ଅଭିମନ୍ୟୁକବିତା କୁସୁମ ତୋଳି ଭାରତୀ−କାନନୁ,ଭକ୍ତକବି ଜଗନ୍ନାଥ ଗାଇ ହରିନାମଗଙ୍ଗା ଗୋଦାବରୀଯାଏ କଲେ ଦିବ୍ୟଧାମ ।ଶ୍ରୀ ସାରଳାଦାସ କୃଷ୍ଣସିଂହ ବଳରାମଗାଇଲେ ଅର୍ଜ୍ଜୁନ ସୀତା ରାମ ନାମ ।କେତେ କବି ଗୁନ୍ଥି ଆହା କାବ୍ୟ−ପୁଷ୍ପହାରଭକ୍ତିଭରେ ଲମ୍ୱାଇଲେ ମା’ ତୋର ଗଳାର ।ଯା ଚରଣ ଚୁମ୍ୱିୟାଏ ଅସୀମ ସାଗରକଳତାନେ ଶତନଦୀ ବହେ ଯା ବକ୍ଷର,ଲତା ଦୋଳାସନେ ବସି ବନ ଦେବୀଗଣଗିରିବନେ ଗାଆନ୍ତି ଯା ବିଜୟ ଗାୟନ,ଶତବୀର ଶିଳ୍ପୀ କବି ଭକ୍ତ ଯେଉଁ ଦେଶେ,ଜାତହୋଇ କ୍ରୀଡ଼ି ଚାଲିଗଲେ ଦିବ୍ୟବେଶେ ।କୋଣାର୍କ ଏକାମ୍ର ନୀଳାଚଳର ମନ୍ଦିରକାଠଯୋଡ଼ି ବନ୍ଧ ଜଳ କାଞ୍ଚୀ ତ୍ରିବେଣୀରକରିଥିଲେ ଦାକ୍ଷିଣାତ୍ୟ ଆର୍ଯ୍ୟାବର୍ତ୍ତ ଦେଶେଜୈତ୍ରଯାତ୍ରା ଯେ ଉତ୍କଳ−ସୁତ ବୀରବେଶେସେହି ଆମ୍ଭ ଜନ୍ମଭୂମି ତେବେ କିପାଁ ଭାଇଓଡ଼ିଆ, ଏ ନାମେ ଲଜ୍ଜାନତ ହେଇଥାଇଁ ?ଉତ୍ଥାନ ପତତ ସଦା ଲାଗିଛି ଜଗତେ,ସୁଖଦୁଃଖ ଲାଳାଭୂମି ସଂସାର ସତତେ ।ନିଜର ଗୌରବେ ମାତୃ ଗୌରବ ବଢ଼ାଇପ୍ରୀତିସୂତ୍ରେ ବଦ୍ଧ ହୁଅ ହେ ଭଉଣୀ ଭାଇ ।ପୌରବ ଗୌରବ କୁରୁ ପାଣ୍ଡବ ଗହଣେତୁଚ୍ଛ କରି ସର୍ବ−ଆଗେ ଭୀମ ଅପମାନେମହାବୀର କର୍ଣ୍ଣ ଯେହ୍ନେ ରାଜନ୍ୟମଣ୍ଡଳେପ୍ରଣିପାତ କଲେ ସୂତ ପିତା ପଦତଳେ,ସେହିପରି ଦୀନ ଉତ୍କଳର କୋଟିସୁତେ ।ବିଶାଳ ଜଗତ ଦାଣ୍ଡେ ନିର୍ବିକାର ଚିତ୍ତେସୁଖ ଦୁଃଖେ ଗଉରବେ ଲାଞ୍ଛନା ସମୟେ‘ଓଡ଼ିଆ’ ଏ ନାମ ଶିରେ ଘେନ ହେ ନିର୍ଭୟେ ।ସେ ନାମକୁ ମହୀୟାନ କରିବା ସକଳେଜ୍ଞାନ ଭକ୍ତି ଧର୍ମ ଅର୍ଜି ନିଜ ବୁଦ୍ଧିବଳେ ।ଆସିବ ଏମନ୍ତ କାଳ ଏ ମହୀମଣ୍ଡଳମଧ୍ୟେ ସମ୍ମାନିତ ହେବ ଦରିଦ୍ର ଉତ୍କଳ ।କର୍ଣ୍ଣ ଯେହ୍ନେ ହୋଇଥିଲେ ଅଙ୍ଗମହୀପତିସେହିପରି ଉଠିବ ଏ ଉତ୍କଳ ତଡ଼ତି ।ଇଂଲଣ୍ଡ କି ଥିଲା ଚିରଦିନ ସମୁନ୍ନତନ ଥିଲା କି ସେହି ଦେଶେ ଦୀନତା ବହୁତ ?କିନ୍ତୁ ଶ୍ୱେତଦ୍ୱୀପବାସୀ ମନୁଷ୍ୟତା ଫଳେଜଗତେ ସୁସୂଜ୍ୟ ଆଜି ଜ୍ଞାନ ବୀର୍ଯ୍ୟ ବଳେ ।କରିଛି ମାନବ ଯାହା କରିବ ମାନବ,ଏ ଜଗତେ କିଛିମାତ୍ର ନୁହେଁ ଅସମ୍ଭବ ।ଥିଲା ଏହି ଉତ୍କଳର ଗୌରବ ସୁଦିନ,ଦିନାକେତେ ହେଲା ଏହି ଦେଶ ହେଲା ଦୀନ ।ମା’ ଜନନୀ ଜନ୍ମଭୂମି । ଦୀନ ହୀନ ବେଶେହେଲେ ହେଁ ଲାଞ୍ଛିତ ତୁ ଲୋ ଏହି ଧରାଦେଶେ ।କିପାଁ ସୁତ ନେତ୍ରେ ତବ ମୋହିନୀ ପ୍ରତିମାବୋଲି ଦେଉଅଛି ମାତଃ ତ୍ରିଦିବ ମହିମା ?କେହି ତ ନମାନେ ତବ ଗୌରବ ସମ୍ମାନଶୁଣି ତବ ଜୟ ଥୋକେ କରନ୍ତି ଲାଞ୍ଛନନଶୁଣିଲେ ନାହିଁ କେହି ନ କରିବି ଭୟ,ଆମରଣ ଗାଇବି ଗୋ ଜନନି ତୋ ଜୟ ।ଏ କ୍ଷିଣ କଣ୍ଠର ଧ୍ୱନି ନ ଶୁବିଲା ନାହିଁ,ଜନ୍ମିବେ ତୋ କୋଳେ ମୋର ଯୋଗ୍ୟତର ଭାଇ ।ଏ ଗୀତର ପ୍ରତିଧ୍ୱନି ଘୋର ଘନ ଘୋଷଶୁଣି ସ୍ୱର୍ଗେ ବୃନ୍ଦାରକେ ଲଭିବେ ସନ୍ତୋଷ ।କାଳ ନିରବଧି ସୃଷ୍ଟି ବିପୁଳ ଅଶେଷ,ଅବଶ୍ୟ ଉଠିବୁ ଦିନେ ଦେ ଦୀନ ସ୍ୱଦେଶ ।ନିବେଦନହେ ପ୍ରିୟ ଉତ୍କଳବାସି ! ଉଠ ନିଦ୍ରାତେଜିଅନ୍ୟାୟ ସ୍ୱଦେଶେ,ଦେଖ ଦେଖ ମାତୃଭୂମି ପୋଛନ୍ତି ଲୋତକକି ବିଷାଦ−ବେଶେ ?କେତେ କାଳ ଭ୍ରାତୃବର୍ଗ ରହିବା ଉଦାସକ୍ଷୁଦ୍ର ସ୍ୱାର୍ଥ ଲୋଟି,ଚିରଦିନ ମାତୃଭୂମି ରହିଥିବ ଦୀନଥାଉଁ ସୁତ କୋଟି ?ଅର୍ଥ କି ଜୀବନେ ସାର ଯିବ କି ତା ସଙ୍ଗେପରିଣାମ ବେଳେ,ଅସାର ଅର୍ଥର ଲୋଭେ ସ୍ୱଦେଶ−ଦୁର୍ଦ୍ଦଶାନ ଦେଖୁଛି ହେଳେ !ଦୁର୍ଲ୍ଲଭ ମାନବ ଜନ୍ମ ପାଇ ସ୍ୱଦେଶିଏଭ୍ରାନ୍ତ ବିଶ୍ୱାସରେପୂଜନ୍ତି ଉଦ୍ଭିଦେ ଜଡ଼େ ପଶୁ ପକ୍ଷୀ ପ୍ରେତେଭଣ୍ଡ ନାରୀ ନରେସହସ୍ର ବିଧବା ବାଳା ବିକଳ ବିଳାପଶୁଣ ଶୁଣ ଭାଇ,ଜୀବନ କି ସ୍ୱାର୍ଥଭୋଗ ? ଅନ୍ୟ କର୍ତ୍ତବ୍ୟ କିମାନବର ନାହିଁ ?ମନୁଷ୍ୟତା−ବିବର୍ଜିତ ହୋଇ କାଳବଳେଆତ୍ମ ସ୍ୱାଧୀନତାନିଜ ଶକ୍ତି ଗଉରବ ପାସୋରି ଅଛନ୍ତିସ୍ୱଦେଶ ଜନତା ।ଅନ୍ତରସ୍ଥ ବ୍ରହ୍ମଶକ୍ତି ନିଷ୍କର୍ମ ନିସ୍ତେଜକୁସଂସ୍କାର ଭାରେ,ମହା ଶକ୍ତିମାନ ବହ୍ନି ଭସ୍ମ ସମାହିତହୁଏ ଯେ ପ୍ରକାରେ ।ସର୍ବ ସୃଷ୍ଟି ମଧ୍ୟେ ଏକା ମାନବ ପ୍ରଧାନ,ମନ ମାନବରନିଖିଳ ଅବନୀ ପୂଜ୍ୟ ଯେଣୁ ସେ ମନରେପ୍ରକାଶ ଈଶ୍ୱର ।ଉଦ୍ଭିଦେ ମାନବେ ଜଡ଼େ ବିରାଜିତ ବ୍ରହ୍ନଏହା ସତ୍ୟମାନେକୋଟିଗୁଣ ଶ୍ରେଷ୍ଠରୂପେ ନାହାନ୍ତି କି ବ୍ରହ୍ନତବ ନିଜ ପ୍ରାଣେ ।ଆତ୍ମା ସମ୍ମାନକୁ ତେଜି କିପାଇଁ ମନୁଜମସ୍ତକ ଆନତତ୍ରିଭୁବନେ ସମସ୍ତଙ୍କ କରି ପାଦ ପୂଜାଶଙ୍କିତ ସତତ ।ଅମୃତର ପୁତ୍ର ନର ବିସୋରିଣ ତତ୍ତ୍ୱନୀରତା ହୀନତାବକ୍ଷ ପତାଇଣ ନେଇ ନିରାଶ ନିର୍ବୀର୍ଯ୍ୟସ୍ୱଦେଶ ଜନତା !ଉଠାଅ ମସ୍ତକ, ଯାହା କରିଛି ମାନବକରିବ ମାନବ,ଅପଭୟ ତେଜ, ଉଡ଼ୁ ନ୍ୟାୟ ସତ୍ୟ ଧ୍ୱଜା,ଚଳୁ ଧର୍ମନାବ ।ଆତ୍ମ ଅଧିକାର ଆତ୍ମ ସ୍ୱତ୍ତ୍ୱ କର ଦାବୀମାନବ ମାନବୀ,ଅନ୍ୟେ ଦାସ ଦାସୀ କରି ନିଜେ ହେଲେ ଦାସକହେ ସତ୍ୟ କବି ।ହୋଇଣ ଉଦାର ଆନ ଅଧିକାର ମୂଲ୍ୟବୁଝି ପ୍ରାପ୍ୟ ଦିଅ,ନ ଦେଲେ ନ ମିଳେ, ଜାଣି ପର ପ୍ରାପ୍ୟ ଦେଇନିଜ ପ୍ରାପ୍ୟ ନିଅ ।ସରଳ ନିର୍ଭୀକ ପ୍ରାଣେ ଜନ୍ମଭୂମି ଦଶାଫେଡ଼ ନାରୀନର ।ଚଳିଯିବ କାଳ, ଦେଶେ ରହିବ ସୁନାମସୁକୀର୍ତ୍ତ ତୁମ୍ଭର ।ସଂସାର ସୈକତ ଭୂମେ ଭବାବ୍ଧି ତିତୀର୍ଷୁଭଗ୍ନପୋତ ଭାଇଅନୁସରି ପଦାଙ୍କକୁ ଜୀବନ ଜଳଧିଜଳୁଁ ହେବ ନାହି ।ମୃତ୍ୟ−ତଳ୍ପେ କୃତକୃତ୍ୟ ଜୀବନକୁ ସ୍ମରିସାନ୍ତ୍ୱନା ପାଇବ,ଭବିଷ୍ୟତ ଜୀବନରେ ଉନ୍ନତ ଲୋକରେସ୍ୱସ୍ଥାନ ଲଭିବ ।ମାତୃଭୂମି ସେବାକର ଦେଇ ଯେଝା ଶକ୍ତି,ଜ୍ଞାନୀ ଦେଉ ଜ୍ଞାନ,ବଳ ଦେଉ ବଳବାନ ପୁଣ୍ୟ ପୁଣ୍ୟବାନ,ବଡ଼ କିବା ସାନ,ଧନୀ ଧନ, ମାନୀ ମାନ ମାତୃପୂଜା ପାଇଁ,କାବ୍ୟ ଦେଉ କବି,ବାକ୍ୟ ଦେଉ ବାଗ୍ମୀ ଓଲଟି ଯିବ ଅଳ୍ପ ଦିନେଜନ୍ମଭୂମି−ଛବି ।ଉତ୍କଳ ଦଶାଦେଖୁ ଶୁଭ ନବଯୁଗେ ବ୍ରିଟିଶସୁରାଷ୍ଟ୍ରେପଞ୍ଜାବ ଦ୍ରାବିଡ଼ ଆନ୍ଧ୍ର ବଙ୍ଗ ମହାରାଷ୍ଟ୍ରେନବୀନ ଚେତନା ଲଭି ନବକର୍ମେ ବ୍ରତୀଉତ୍ସାହେ ମାତିଣ ସର୍ବେ କରନ୍ତି ଉନ୍ନତି,କେବଳ ଉତ୍କଳ ଦୂରେଅତିଦୂରେ ପଡ଼ିଦାରିଦ୍ର୍ୟ−ଅଜ୍ଞାନ−ଅବସାଦେ ଅଛି ଜଡ଼ି,କୋଟି ସୁତେ ଥାଇଁ ଆଜି ଉତ୍କଳ ପତିତ,ଭାଇ ଭାଇ ଭିନ୍ନ ହୋଇ ଲାଞ୍ଛିତ ଦଳିତ ।ଶିଳ୍ପ ବ୍ୟବସାୟ ଜ୍ଞାନ ଧର୍ମେ ସର୍ବେ ବଳୀ,ହୀନ ହୋଇ ପଡ଼ିଛନ୍ତି କେବଳ ଉତ୍କଳୀ;ଶ୍ରେଷ୍ଠ ଜ୍ଞାନୀ କବି ଶିଳ୍ପୀ ଥିଲେ ତ ଏଥିରପ୍ରମାଣ ପ୍ରାଚୀନ ସେତୁ, ସାହିତ୍ୟ, ମନ୍ଦିର,ଥିଲା ଦିନ ଯେବେ ଏହି ଉତ୍କଳ ଭାରତେଲିଭଥିଲା ସ୍ଥାନ ଶ୍ରେଷ୍ଠ ଜାତିଙ୍କ ସଙ୍ଗତେ;ପୁଣି କି ଫେରିବ ନାହିଁ ଗୌରବ ସମ୍ମାନ,ଉନ୍ନତ ସମାଜେ ଏହା ନ ପାଇବ ସ୍ଥାନ ?ଇଷ୍ଟଦେବୀ-ଆବାହନ(ରାଗ-ଚୋଖି)
୧
ଜୟ ଇଷ୍ଟଦେବୀ, ଜୟ ବନ୍ଦୁଁ ଶ୍ରୀଚରଣ ଦ୍ୱୟଆସ ଆସ ମାଗୋ ଆଜି ଦୀନ ଭବନେ,ତୋ ଭକ୍ତ ସନ୍ତାନଗଣ ନିବେଦି ଭକ୍ତି ଚନ୍ଦନପୂଜିବେ ଏ ଶୁଭଦିନେ ତୋ ଶ୍ରୀଚରଣେ,କଲ୍ୟାଣ କର ମା’ ଅଭୟାଆସି ପୁଣି ସମ୍ୱତ୍ସରେ କରିଣ ଦୟା ।
୨
ଘନକାଳ ଅବସାନ ଦାଉ ଦାଉ ଦିଗମାନଛାୟାପଥେ ସୁଶୋଭନ ନୀଳ ଗଗନ,ଶାରଦ−ଆକାଶେ ଜହ୍ନ ଦେଖିଣ ସିନ୍ଧୁ ଉଚ୍ଛନ୍ନଉଚ୍ଛ୍ୱସିତ ଊର୍ମ୍ମିଛଳେ ବନ୍ଦେ ଚରଣ,ଆସ ମା’ ବୈକୁଣ୍ଠୁଁ ଓହ୍ଲାଇସିନ୍ଧୁ−ଊର୍ମି−ସୋପାନରେ ପଦ ପକାଇ ।
୩
ମହୀ ଶିଶିରମଣ୍ଡନା ଉଷା ବିଶଦବସନାନୀଳନଭେ ଉଭା ଧନୀ ପବିତ୍ର ମନ,ବିବିଧ ପୁଷ୍ପ ସଜାଡ଼ି ସାଜିଛି ଚିତ୍ର ଚାଙ୍ଗୁଡ଼ିଶ୍ୱେତକାଶ ଚାମରେ ସେ କରେ ବ୍ୟଜନ,ବଜାନ୍ତି ବାଜଣା ବିହଙ୍ଗେଆସ ମାତଃ କ୍ରିଦିବରୁ ଓହ୍ଲାଇ ରଙ୍ଗେ ।
୪
ଥିଲା ଶୁଭଦିନ ଯେବେ ଏହି ଉତ୍କଳରୁ ତେବେଯାଇଥିଲେ ଦିଗବିଜୟେ କ୍ଷତ୍ରୀୟ ବୀରେ,ସେତୁବନ୍ଧୁ ରାମେଶ୍ୱରେ କାଞ୍ଚୀ ଗଉଡ଼ ଦେଶରେଉଡ଼ାଇଲେ ଜୟବାନା ନୀରଧିନୀରେବିଜୟ ଲକ୍ଷ୍ମୀ ! ତୋ ବଳରେସୁମାତ୍ରା ବୋର୍ଣ୍ଣିଓ ବାଲି ଯବଦ୍ୱୀପରେ ।
୫
ଥିଲା ଦେବି, ଶୁଭକାଳେ କାହିଁ ଲୁଚିଲା ତା ଢାଳେଧନଧାନ୍ୟେ ପୂର୍ଣ୍ଣ ଥିଲା ଏହି ଉତ୍କଳ,ଏହି ଉତ୍କଳୀୟମାନେ ଉକ୍ତ କବି ବୀରପଣେକୀର୍ତ୍ତିବାନା ଉଡ଼ାଇଲେ ମହୀମଣ୍ଡଳ,କାହିଁ ଗଲା ମାତଃ ସେ ଦିନ,ଏବେ ଉତ୍କଳର ଦଳା କି ଦୀନହୀନ ।
୬
ଥିଲା ଶୁଭଦିନ ଯେବେ ତବ ପୂଜା ପାଇଁ ତେବେକରୁଥିଲୁଁ ଆୟୋଜନ ଯୋଗ୍ୟ ବିଧାନେ,ପଡ଼ିଛି ଏବେ ଦୁର୍ଦ୍ଦିନ ଧନ ବିଦ୍ୟା ବୁଦ୍ଧି ହୀନଉତ୍କଳ ବିହ୍ୱଳ ଘୋର ମୋହ−ସ୍ୱପନେ,ନବଭାନୁକରେ ଜନନି !ଉଦ୍ଭାସିତ ହେଉ ପୁଣି ଜନ୍ମ−ଅବନୀ ।
୭
ଆସୁଥିଲ ମାତଃ ସୁଖେ ଆସ ଏବେ ପୁତ୍ର ଦୁଃଖେଦୁଃଖବେଳେ ଲୋଡ଼ା ସିନା ବନ୍ଧୁ ସଙ୍ଖୁଳା,ଦୁଃଖ ସୁଖେ ମା’ ଜନନି ତୁମ୍ଭେ ବିପଦାତାରିଣୀଚାରିଯୁଗେ ଖ୍ୟାତା ମାତଃ ମହାମଙ୍ଗଳା,ଆସିଣ ବିରାଜ ଜନନି,ତବ ଆବିର୍ଭାବେ ହେଉ ସୁସ୍ଥ ଧରଣୀ ।
୮
ଧନ୍ୟ ହେଉ ପଦ ସେବି ଆସ ଆସ ଇଷ୍ଟଦେବି,ଲକ୍ଷ୍ମୀରୂପେ ଧନଧାନ୍ୟେ ଏ ଦେଶ ଭର,ସରସ୍ୱତୀ ରୂପେ ଜ୍ଞାନ ବିଦ୍ୟା ବୁଦ୍ଧି କର ଦାନ,ଶକ୍ତିରୂପେ ବାହୁବଳ ବିଧାନ କର,ଜନ୍ମଭୂମି ରୂପେ ଅଭୟେ,ପବିତ୍ର ଶ୍ରୀପଦ ତବ ସେବୁଁ ନିର୍ଭୟେ ।
୯
ଜୟ ଜନ୍ମଦେ ଅନ୍ନଦେ ଜୟ ସୁଖଦେ ଜ୍ଞାନଦେଜୟ ଜୟ ଶାନ୍ତି ମୁକ୍ତି ଶୁଭ ଦାୟିନି,ଚିର ନୁହେ ଏ ଜୀବନ ସ୍ଥିର ନୁହେ ଧନ ଜନରହୁ ମନେ ଏ କଥା ମା’ ପାପନାଶିନି,ପବିତ୍ର ହେଉ ମା’ ଜୀବନ,ପ୍ରାଣାନ୍ତେ ପାଉ ମା’ ଯେହ୍ନେ ତୋ ଶ୍ରୀଚରଣ ।ଉତ୍କଳ କବିକୁଳ ଗୁରୁ ଉପେନ୍ଦ୍ରଭଞ୍ଜସୁପଣ୍ଡିତ ହେ ଉପେନ୍ଦ୍ର ଭଞ୍ଜ ବୀରବର !କବିକୁଳପତି ତୁମ୍ଭେ ଅଟ ଉତ୍କଳର ।ରାଜସିଂହାସନ ସୁଖ ତେଜି ମହାମନା ।କଲ କେତେ କେତେ କାବ୍ୟ ସଙ୍ଗୀତ ରଚନା ।ତୁମ୍ଭ ଘେନି ମାତୃଭାଷା ସାହିତ୍ୟ−ଶାଳିନୀତୁମ୍ଭ ଯୋଗୁଁ ମାତୃଭାଷା ଆଜି ହେ ମାନିନୀ ।ଯୁଦ୍ରରାଜ୍ୟ ସୁଖ ତେଜି ପଣ୍ଡିତ ମହାନଉତ୍କଳ−ଭାଷାକୁ ଦେଇଗଲ ଜୀବନଦାନ ।ହୋଇଥାନ୍ତା ସିନା କ୍ଷୁଦ୍ର−ଖଣ୍ଡ ନନେଶ୍ୱରସମଗ୍ର ଉତ୍କଳେ ଆଜି ରାଜତ୍ୱ ତୁମ୍ଭର ।ଗଞ୍ଜାମ ସମ୍ୱଲପୁର ଓଡ଼ିଶା ଦେଶରପ୍ରତି ଗୃହେ ପାଉଅଛି ପୂଜା କବିବର ।ଅଗୁରୁର ଧୂପ ସମ ନିଜର ଦହନେସୌରଭେ କରିଛ ଆମୋଦିତ ଧରାଜନେ ।ତୁମ୍ଭବିନା ହରାଇଣ ଜାତୀୟ−ସାହିତ୍ୟଉତ୍କଳ−ସନ୍ତାନେ ହୋଇ ଥାଆନ୍ତେ ପତିତ ।ତୁମ୍ଭ ରକ୍ତ−ସିକ୍ତ−ଭୂମି−ଉପ୍ତ−ତରୁ−ଫଳଖାଇଣ ଜୀବନ ଦାନ ପାଇଛି ଉତ୍କଳ ।ମହାଜନ ରକ୍ତପାତ ନୁହଇ ନିଷ୍ଫଳତୁମ୍ଭ କାବ୍ୟରାଜ୍ୟ ନିଶ୍ଚେ ଫଳିବ ସୁଫଳ ।ଉତ୍କଳ−ସାହିତ୍ୟ−ତରୁ ଅନୁଦିନ ବଢ଼ିଉତ୍କଳର ଦୀନ ଦଶା ଦେବ ନିଶ୍ଚେ ତଡ଼ି ।ଦ୍ୱାପଞ୍ଚାଶ କାବ୍ୟ କବି କରିଛ ରଚନକବିତ୍ୱ ପାଣ୍ଡିତ୍ୟ ମଣି−କାଞ୍ଚନ ମିଳନ ।ଗଙ୍ଗା ଗୋଦାବରୀ−ସିନ୍ଧୁ−ରେବା ବନ୍ଦ୍ୟ କବିଉତ୍କଳ ସାହିତ୍ୟାକାଶେ ଚିର ଦୀପ୍ତ ରବି ।ଭାରତି−ନିକୁଞ୍ଜ ସୁତରୁଣ ପିକବରସାହିତ୍ୟ−କାସାରେ ଫିଲ୍ଲ ସୁରଭି ପୁଷ୍କର ।ଦେଖ ଦେଖ ଦିବୁଁ ମାତୃଭୂମି−ପ୍ରିୟକବିଉତ୍କଳ−ଜନନୀ ଜୀନ ହୀନ ମୁଖ ଛବି ।ଜନ୍ମି ଯହିଁ ଦେଲ ଭାଷା ନିମନ୍ତେ ଜୀବିତଉତ୍କଳରୁ ହୋଇଅଛି ତାହା ବିତାଡ଼ିତ ।ଶ୍ରୀଧରସ୍ୱାମୀଶ୍ରୀଧର ଜନମି ଥିଲେ ଏ ଦୀନ ଉତ୍କଳକହିବୁ ମା’ ଜନନୀ ଗୋ କି ସାହସ ବଳେ ?ମହାନ ପଣ୍ଡିତ ସେ ଯେ ଜ୍ଞାନୀ ଭାଷ୍ୟକାରଥିଲେ ଏଥି ତାରା ମଧ୍ୟେ ଚନ୍ଦ୍ରମା ପ୍ରକାର ।କାହିଁଛନ୍ତି ତାଙ୍କ ବଂଶ ଶକ୍ତି ତାଙ୍କର କାହିଁତାଙ୍କ ବଂଶଧରଠାରେ ତାଙ୍କ ରକ୍ତ ନାହିଁ ?ତଖାପି ନ ଥିଲୁ ମା’ ଉତ୍କଳ ! ଚିରଦିନ
୧
ହେ ଚନ୍ଦ୍ରଶେଖର ନବ ଉତ୍କଳ−ମଣ୍ଡନନବଯୁଗେ ଜ୍ଞାନବୀର କୁଳସୁନନ୍ଦନ,ଶ୍ମଶାନ−ତୁଳସୀ ଦେବ ତୁମ୍ଭେ ଏ ଉତ୍କଳେତୁମ୍ଭ ଘେନି ଏ ଉତ୍କଳ ଖ୍ୟାତ ଭୂମଣ୍ଡଳେ,ସ୍ୱାର୍ଥ ଧୂଳି−ବିଲଣ୍ଠିତ ଯେ ଦେଶନିବାସୀ,ସେହି ଦେଶେ ଜନ୍ମି ଜ୍ଞାନ−ଅମ୍ୱରବିଳାସୀ,ଜ୍ୟୋତିଷ୍କ−ଜଗତ ସଙ୍ଗେ କରିଣ ସମ୍ଭାଷ,ସିଦ୍ଧାନ୍ତ−ଦର୍ପଣ ତତ୍ତ୍ୱ କଲ ହେ ପ୍ରକାଶସାଧୁ ସାଧୁ ! ସୁପଣ୍ଡିତ ଦେବ−ଅବତାରମହା ଦୈନ୍ୟେ ମହା ସତ୍ୟ କରିଛ ପ୍ରଚାର,ସଭ୍ୟଦେଶେ କରିଥିଲେ ଜନମ−ଗ୍ରହଣ,ସୁଯୋଗେ ଥାଆନ୍ତି କରି କେତେ ଉଦ୍ଭାବନ,ଦୁର୍ଦ୍ଦୈରେ ପଡ଼ିଣ ଘୋର ଅରଣ୍ୟେ ଉଷର,ପ୍ରତିଭା−ହୀରକ−ପ୍ରଭା ମଳିନ ତୁମ୍ଭର ।
୨
ତଥାପି ଗହନ ବନେ ଯଥା ବିକଶିତସୁରଭି ପ୍ରସୂନ କରେ ଦିଗ ଆମୋଦିତ,ପଙ୍କଜ ମୃଣାଳେ ଯେହ୍ନେ ପ୍ରଫୁଲ୍ଲ ପୁଷ୍କରଶୈବାଳ ସଙ୍ଗତେ ସୁଦ୍ଧା ଦିଶଇ ସୁନ୍ଦର,ସେହିସରି ଜ୍ୟୋତି ତବ ପ୍ରତିଭାରଉଦ୍ଭାସିତ କରି ଅଛି ଜ୍ୟୋତିଷ୍କ−ସଂସାର ।ଦେବଦୂତ ସମ ଆଶା ଘେନି ହେ ସାମନ୍ତ !ଅବସନ୍ନ ଉତ୍କଳକୁ ଦେଲ ଏ ଉଦନ୍ତ,ନବ ବୈଜ୍ଞାନିକ−ଉଦ୍ଭାବନ−ନବଜ୍ଞାନମଧ୍ୟେ ଉତ୍କଳର ମଧ୍ୟ ଅଛି କିଛି ସ୍ଥାନ,ନୈରାଶ୍ୟରେ ଆନ ଜାତି ପଦସେବା କରିମହୀରୁ ଓଡ଼ିଆ−ଜାତି ଯିବ ନାହିଁ ମରି,ଧନ୍ୟ ସୁପଣ୍ଡିତ ଦୁଃଖ ରୋଗେ ରହି ମ୍ଳାନସ୍ୱଦେଶକୁ ଦେଲ କିଣି ସଭ୍ୟ ଲୋକେ ସ୍ଥାନ ।ସ୍ୱର୍ଗୀୟ କବିବର ରାୟ ରାଧାନାଥ ରାୟବାହାଦୂର(ରାଗ-ଚୋଖି)
୧
ସତେ କି ହେ କବିବର ମଧୁ ମୂରତି ତୁମ୍ଭରଚିରି କାଳକୁ ଲୁଚିଲା ଧରଣୀ ତଳୁଁ ।ସେ ସୌମ୍ୟ ସୁନ୍ଦରାନନ ଦେଖିବ ନାହିଁ ନୟନଆଉ ଏ ଜୀବନେ ଆହା ଅଭାଗ୍ୟ ବଳୁଁ ।ତବ ଶୋକେ ବିଶ୍ୱ ଉତ୍କଳହୃଦୟବିଦାରୀ ଦୁଃଖେ ଘୋର ବିକଳ ।
୨
ପଣ୍ଡିତ ସୁଜନ ଧୀର ଜ୍ଞାନୀ କବି କର୍ମବୀରବିନୟୀ ମଧୁରଭାଷୀ ସରଳମନା,ବୈରାଗ୍ୟର ପ୍ରଚାରକ ସାହିତ୍ୟର ସଂସ୍କାରକ,ଚିରସଖୀ ଥିଲେ ତବ ଦେବୀକଳ୍ପନା,ବୀଣାପାଣି ବରସନ୍ତାନ !ବଢ଼ାଇଲ ତୁମ୍ଭେ ଉତ୍କଳର ସମ୍ମାନ ।
୩
ଆର୍ଯ୍ୟ ତପୋଧନ ସମ ଧରି ଅଟଳ ସଂଯମପବିତ୍ର ସାହିତ୍ୟ ବ୍ରତ କଲ ପାଳନ,ମାଦକ ଉନ୍ନାଦେ ଯେହ୍ନେ ହୁଏ ନର ତୁମ୍ଭେ ତେହ୍ନେସାହିତ୍ୟେ ଆସକ୍ତ ଥିଲ ସାରା ଜୀବନ,ଏକତାନ ମନେ ହେ ଜ୍ଞାନି ।କବିତାକୁ ପ୍ରିୟପଣେ ଥିଲ ତ ମାନି ।
୪
ଏଡ଼େ ଜ୍ଞାନୀ ସୁପଣ୍ଡିତ ହେଲେହେଁ ଥିଲ ବିନୀତଅହଙ୍କାର ଦର୍ପ ଗର୍ବ ନ ଥିଲ ଜାଣି,ସରଳ ଶିଶୁ ସମାନ ଗୁଣଗ୍ରାହୀ ଗୁଣବାନଚିରକାଳ ଶାନ୍ତିପ୍ରିୟ ଥିଲ ହେ ଜ୍ଞାନି !ମଧୁର ରଚିତ୍ର ପ୍ରଭାବେଆସିଛି ଯେ ବାରେ ମଜ୍ଜିଅଛି ସେ ଭାବେ ।
୫
ଜ୍ଞାନୀ ମୂର୍ଖ ଧନୀ ଦୀନ ମାନୀ ଅବା ମାନହୀନସର୍ବ ଜନପ୍ରିୟ ଥିଲ ହେ ସୁଧୀବର,ହେ ଅଦମ୍ୟ ଜ୍ଞାନବୀର ଥିଲ ଉଦାସୀନ ଚିର,ନୀରବରେ ପର ଦୁଃଖେ ଥିଲ କାତର,ଦେବଦୁର୍ଲ୍ଲଭ ସେ ସ୍ୱଭାବବିସ୍ତାରୁ ଉତ୍କଳ କ୍ଷୀଣ ପ୍ରାଣେ ପ୍ରଭାବ ।
୬
ଉତ୍କଳର ଧୂଳିରେଣୁ ମଣୁଥିଲ ରତ୍ନ−ରେଣୁତବ ନେତ୍ରେ ପୁତ୍ର କ୍ଷୁଦ୍ର ତୃଣ ଉତ୍ପଳ,ହ୍ରଦନଦୀ ଗିରିବନ ନିକୁଞ୍ଜ ମନ୍ଦିରଗଣହରାଇ ପ୍ରଣୟୀ ହେଉଛନ୍ତି ବିକଳ,“ସାରସ୍ୱତ ଧାନେ ୟା ବିନାଆଜହୁଁ ଉତ୍କଳ−ଦୀପ ନିଭିଲା ସିନା ।”
୭
ବସନ୍ତ−ପୂର୍ଣ୍ଣିମା ନିଶି ଖେଳେ ଜ୍ୟୋତ୍ସା ଦିଶି ଦିଶି,ହସେ ଦିଗବାଳା ଶୁଭ୍ର କୌମୁଦୀ ସ୍ନେହେ,ଶର ଭକ୍ତ ସୌନ୍ଦର୍ଯ୍ୟର ପ୍ରିୟତମ କବିବରଏମନ୍ତ ସମୟେ ଗଲ ତ୍ରିଦିବ ଗେହେ,ବିମଳ ପ୍ରଭାତ ସମୟହୋଇଗଲା ସ୍ୱର୍ଣ୍ଣତନୁ ବିଭୂତିମୟ ।
୮
ଭାସ୍ମସାର ହେଲା ଶବସେ ସୁନ୍ଦର ତତ୍ନ ତବ,ଚିନ୍ମୟ ଶରୀରେ ଯାଇଅଛି ତ୍ରଦିବେ,ତବ ପ୍ରିୟ “ଗ୍ରନ୍ଥାବଳୀ” ଉତ୍କଳବାସିମଣ୍ଡଳିଯାବତ ଚନ୍ଦ୍ରାର୍କ ନିଶ୍ଚେ ସଞ୍ଚି ରଖିବେଦେଇ ଉକ୍ତ ପୁଷ୍ପ ଚନ୍ଦନତବ ଉଦ୍ଦେଶ୍ୟରେ କରି ଅର୍ଘ୍ୟ ଅର୍ପଣ ।
୯
ଶୂନ୍ୟକରି ଯେଉଁ ସ୍ଥାନ କଲ ହେ ମହାପ୍ରସ୍ଥାନରହିଲା ଅପୂର୍ଣ୍ଣ ସିନା ସେ ସିଂହାସନ,ସେହି ଅଗାଧ ପାଣ୍ଡିତ୍ୟ ସେହି ଅତୁଳ କବିତ୍ୱହରାଇଲେ ଆଜିଠାରୁ ଉତ୍କଳ ଜନ,କେବେ ତବ ମହା ଆଦର୍ଶଉତ୍କଳ ପ୍ରାଣକୁ କବି କରିବ ସ୍ପର୍ଶ ?ଭକ୍ତ କବି ରାୟବାହାଦୂର ଶ୍ରୀଯୁକ୍ତ ମଧୁସୂଧନ ରାଓଙ୍କ ପ୍ରତିଭକ୍ତ କବି ରାୟବାହାଦୂରଶ୍ରୀଯୁକ୍ତ ମଧୁସୂଧନ ରାଓଙ୍କ ପ୍ରତି“ଉତ୍କଳର ଋଷି” ଶ୍ରୀ ମଧୂସୂଧନପର−ଉପକାରୀ ସାଧୁଚରିତ୍ର,ଭଲେ ଭଣିଅଛି ଛାନ୍ଦ ସୁଲଳିତତବଗ୍ରନ୍ଥରାଜି ପୂତ ବିଚିତ୍ର ।କବା ଛାନ୍ଦମାଳା କି ସଙ୍ଗୀତମାଳାବସନ୍ତଗାଥା ବା କୁସୁମାଞ୍ଜଳିକି ଉତ୍କଳଗାଥା କି ପ୍ରବନ୍ଧମାଳାମଧୁର ଗମ୍ଭୀର ବଚନାବଳି ।ସୁଦେଶ୍ୟ ପୁଣ୍ୟ ରମ୍ୟ ଗ୍ରାମ୍ୟ ଛବିଶିଶୁ କଣ୍ଠେ “ଛାନ୍ଦ ମାଳା”ର ଗୀତଆହା କି ସୁନ୍ଦର ଆହେ ଭକ୍ତ କବି!ରହିବ ଉତ୍କଳେ ଚିର ଜୀବତ ।ଜ୍ଞାନ କର୍ମେ ପ୍ରେମେ ଶ୍ରୀ ମଧୂସୂଧନ“ଉତ୍କଳ−ଆଦର୍ଶ” ଘୋଷଇ ଦେଶ,ସୁକଠୋର ନ୍ୟାୟ ମଧୁର ଦୟାରକେମନ୍ତ ସୁନ୍ଦର ସୁସମାବେଶ ।ବିନୀତ ଗମ୍ଭୀର ପ୍ରଶାନ୍ତ ପ୍ରଫୁଲ୍ଲଦାତା ସୁଜାଗ୍ରତ ଦ୍ୱିତୀୟାଶ୍ରମୀ,ପବିତ୍ର ଜୀବନେ ବ୍ରହ୍ମପଦେ ଭକ୍ତିନିରତେ ରଖିଛ ଆହେ ସଂଯମି ।କବି ଶ୍ରୀଯୁକ୍ତ ଫକୀରମୋହନ ସେନାପତିଙ୍କର ପ୍ରତିକବି ଶ୍ରୀଯୁକ୍ତ ଫକୀରମୋହନସେନାପତିଙ୍କର ପ୍ରତି“ଉତ୍କଳ ବ୍ୟାସ” କବି ଫକୀରମୋହନ ।ତୁମ୍ଭ ସୁକବିତାଚୟ ସୁନ୍ଦର ମୋହନ ।ପ୍ରସାଦ−ମାଧୁର୍ଯ୍ୟ ଗୁଣେ ସରଳ ତରଳ,କରୁଣ−ପ୍ରଶାନ୍ତ−ହାସ୍ୟ−ରସେ ଢଳ ଢଳ ।ସ୍ୱଭାବୋକ୍ତ−ଅଳଙ୍କାରେ ସଦା ସୁମଣ୍ଡିତ,ମାତୃଭାଷା−ମାତୃଭୂମି−ପ୍ରେମେ ପବିତ୍ରିତ ।ବେଦ−ମହାକାବ୍ୟ−ଗୀତ−ପୂରାଣ−ପ୍ରକାଶିଆପ୍ୟାୟିତ କରିଅଛ ସ୍ୱଦେଶନିବାସୀ ।ବିବିଧଘଟନାପୂର୍ଣ୍ଣ ସୁଦୀର୍ଘଜୀବନେସଞ୍ଚିତ ଅମୂଳ୍ୟ ଅଭିଜ୍ଞତା ସଂଯୋଜନେଲେଖିଛ ଯେ ଉପନ୍ୟାସ ଖାଣ୍ଟି ଓଡ଼ିଆରେରହିବ ସେ ଚିରଦିନ ଉତ୍କଳ−ସଂସାରେ ।ସ୍ୱଦେଶ ପ୍ରେମିକ ଏକପତ୍ନୀ ବ୍ରତେ ବ୍ରତୀମାତୃଭୂମି−ପ୍ରିୟକବି ! ଘେନ ମୋ ପ୍ରଣତି ।ଉତ୍କଳହିତୈଷୀ ମାନ୍ୟବର ଶ୍ରୀଯୁକ୍ତ ମଧୁସୂଦନ ଦାସ ସି. ଆି.ଇ.ଙ୍କର ପ୍ରତିଉତ୍କଳହିତୈଷୀ ମାନ୍ୟବର
୧
ଉତ୍କଳ−ଜନନୀ ଆଜି ଆହ୍ଲାଦେଉକ୍ତି−ଅଶ୍ରୁ ବର୍ଜି ଶ୍ରୀହରି−ପାଦେ,ବିସୋରିଣ ଘୋର ଦାରିଦ୍ର୍ୟ ଦୁଃଖେବାହୁ ପ୍ରସାରିଣ ଗଦ୍ଗଦ ସୁଖେ,ଦିଅନ୍ତି ସ୍ନେହାଲିଙ୍ଗନେମହାସିନ୍ଧୁପାରୁଁ ଶୁଭେ ପ୍ରତ୍ୟାଗତତ ହାର ପ୍ରିୟ ନନ୍ଦନେ ।
୨
ଦେବବାଳା ଗାଇ ସ୍ୱାଗତ ଗାନ,ସଜାଡ଼ି ନୈବେଦ୍ୟ ଚାଙ୍ଗଡ଼ାମାନ,ବନ୍ଦାପନା−ଥଳୀ ଶ୍ରୀକରେ ଧରି,ପୁଷ୍ପବୃଷ୍ଟି କରି ମସ୍ତକୋପରି,କରନ୍ତି ପ୍ରେମେ ଆରତିଶ୍ରୀ ରାଜା−ରାଜେନ୍ଦ୍ର ନାରାୟଣ ଭଞ୍ଜେକନିକାସୁନ୍ଦରୀ ପତି ।
୩
କହନ୍ତି ଉତ୍କଳ ଶୁଣ ନନ୍ଦନ,ଶୁଭେ ବିଦେଶରୁ ପ୍ରତ୍ୟାଗମନପୁଣ୍ୟ ଧର୍ମବଳେ କଲୁ ଭୋ ସୁତ !ଦେଖି ଆସିଲ ସେ ରାଜ୍ୟ ଅଦ୍ଭୁତ,ମହା କର୍ମ−ଯଜ୍ଞ ସ୍ଥଳଜ୍ଞାନ−ବିଭାବସି ଯହିଁ ପ୍ରତିଭାତିଝଲସାଏ ଭୂମଣ୍ଡଳ ।
୪
କେତେ କର୍ମବୀର ଶୂରପ୍ରବରବାଗ୍ମୀ କବି ଋଷି ଜ୍ଞାନୀ ଅମରଜନମି ଯେ ମହା ଦେଶ−ଅଙ୍କରେଦେବତ୍ୱ ସ୍ଥାପିଲେ ଏ ଭୂବନରେ,ତ୍ରିଦିବ−ଦେବତାଗଣବିଜ୍ଞାନ−ଗୁମାନେ ଅଦ୍ଭୁତ ବିଧାନେକଲେ ପରିଚରପଣ ।
୫
ପ୍ରାଚ୍ୟ−ପ୍ରତିଚ୍ୟର ଶୁଭ−ସଙ୍ଗମେଜ୍ଞାନଭକ୍ତି ସହ ଭେଟାଅ କର୍ମେ,ଅଧ୍ୟାତ୍ମା−ଉନ୍ନତି ବିଷୟ କର୍ମମାତ୍ତିକ ସହିତେ ରାଜସ ଧର୍ମକରି ମହା ସମନ୍ୱୟକ୍ଷୁଦ୍ରସ୍ୱାର୍ଥ ଭେଦ ଘୁଞ୍ଚାଅ ବିକ୍ରମେଦେଉ ଭବେ ଧର୍ମ ଜୟ ।
୬
କ୍ଷୁଦ୍ର ଜାତି−ବର୍ଣ୍ଣ ରୀତି−ବିଭେଦମାନବେ ମାନବେ ଅସାର−ଭେଦହୋଇଯାଉ ଦୂର ସଂଶୟ ଭୟ;ମହୋଦାର ମନୁଷ୍ୟତାର ଜୟହେଉ ଏ ମାନବାବାସେ,ସାମ୍ୟ−ମୈତ୍ରୀ−ସ୍ୱାଧୀନତା−ଧ୍ୱଜା−ଉଡ଼ୁଶାଶ୍ୱତ ବ୍ରହ୍ନାଣ୍ଡାକାଶେ ।ପ୍ରବଳ ପ୍ରତାପ ଭାରତ ସମ୍ରାଟ ସପ୍ତମ ଏଡ଼୍ଉଆଡ଼୍ଙ୍କ ଅଭିଷେକ−ଗୀତପ୍ରବଳ ପ୍ରତାପ ଭାରତ ସମ୍ରାଟ ସପ୍ତମଏଡ଼୍ଉଆଡ଼୍ଙ୍କ ଅଭିଷେକ−ଗୀତ(ରାଗ ଧନୀ)
୧
ଜୟ ଇଂଲଣ୍ଡେଶ ଭାରତସମ୍ରାଟ,ଅର୍ଦ୍ଧଧରା−ଅଧିପତି ।ଶୁଭ ଅଭିଷେକ ଉଦ୍ଦେଶ୍ୟରେ ତବଆନନ୍ଦ ହୁଅଇ ଅତ,ନବ ଇନ୍ଦ୍ରପ୍ରସ୍ଥରେଭାରତର ଦିଗଦିଗନ୍ତରେ ।
୨
ଭିକାଚୋରିଆ ସତୀ ମାତା ଦୟାବତୀଥିଲେ ଭାରତର ମିତ୍ର,ଶ୍ରୀଛାମୁ ଭ୍ରମିଣ ଭାରତ−ଭୂମିରେକରିଛ ଅନୁଗୃହୀଭାରତୀୟ ରାଜନେକଲ ସମ୍ମାନିତ ନିମନ୍ତ୍ରଣେ ।
୩
ପ୍ରାଚୀନ ସଭ୍ୟତା ଗୌରବ−ମଣ୍ଡିତପୁରାତନ ଏ ଭାରତ,ବିଧାତା ଆଦେଶେ ମଙ୍ଗଳ ଉଦ୍ଦେଶେଆଜିତବ କରଗତ,ନବ ସଭ୍ୟ ବିଧାନେଆରେହେ ସେ ଉନ୍ନତି−ସୋପାନେ ।
୪
ନବ−ଜ୍ଞାନ−ନବ ବିଜ୍ଞାନ−କୌଶଳନବୀନ ସ୍ୱଦେଶ−ହିତନବୀନ ସଭ୍ୟତା− ଆଲୋକେ ପ୍ରାଚୀନଭୂଭାରତ ଉଦ୍ଭାସିତ,ସର୍ବ ଭାରତ ସୁତଭୁଲି ଭେଦ, ଭ୍ରାତୃ−ଭାବେ ଯୁତ ।
୫
ପ୍ରସିଦ୍ଧ ପବିତ୍ର ଏ ଉତ୍କଳ−ଭୂମିପଡ଼ିଥିଲା ଦୁଃଖ−ପଙ୍କେ,ଶାନ୍ତି କୋହିନୁର ଭୋ ଇଂକେଜ ରାଜଦେଇଅଛି ଆସି ରଙ୍କେ,ବିଶ୍ୱ ଭାରତ ସହଗାଏ ଏ ଉତ୍କଳ ତୁମ୍ଭ ଜୟ ।
୬
ଦୁଃଖୀ ଉତ୍କଳର ବିବିଧ ଅଭାବନ କହିବି କିଛି ଆଜ,ବିଚ୍ଛିନ୍ନ ଓଡ଼ିଆ ଭାଷୀ ଦେଶ ଖଣ୍ଡେକର ଯୁକ୍ତ ମହାରାଜଭାଇ ଭାଇ ମିଳନକରୁ ଦ୍ୱିଗୁଣ ଜୟ ଗାୟନ ।ଜନ୍ମଭୂମି