ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ନିର୍ମାଲ୍ୟ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୦୧
- ସ୍ଥିତି
- ସାର୍ବଜନୀନ (Public domain)
ତାଙ୍କ ପାଇଁ ହୁଅଇ ଅଥୟ ।ସେ ଏଡ଼େ ନିଷ୍ଠର ପ୍ରଭୁ ଯେବେବ୍ୟାକୁଳିତ ପ୍ରାଣ କିପାଁ ତେବେ?ନିରାଶେ ବିଷୟ−ବିଷ ପିଇପାଞ୍ଚେ ପାଞ୍ଚ ଦିନ ଯିବି ଜୀଇଁ ।ବିଷ ପାନେ ପ୍ରାଣ କଲବଲଏ ସଂସାର ନ ଲାଗଇ ଭଲ ।କିନ୍ତୁ ପ୍ରଭୁ କିପାଁଇ କେଜାଣି,ନିଅନ୍ତି ଡୋରରେ ପୁଣି ଟାଣି !ପାଇ ତାଙ୍କ ଦିବ୍ୟ ସୁଧା ସ୍ୱାଦଭୁଲିଯାଏଁ ସକଳ ବିଷାଦ;ପାସୋରଇ ସଂସାରର ଦୁଃଖଦୁଃଖୀ ମୁହିଁ ଭୁଞ୍ଜେ କେତେ ସୁଖ ।ଏହିପରି ଜୀବ ଆତ୍ମା ସଙ୍ଗେଲୀଳା କରୁଛନ୍ତି ହରି ରଙ୍ଗେ ।ତୀର୍ଥ ଯାତ୍ରା ଲାଗିଅଛି ମଦାସୁଭାବ−ନିର୍ମାଲ୍ୟ ଗଦା ଗଦା,ଅଜ୍ଞାନ ମୁଁ ଧରି ହରି ନାମବାହାରିଛି ଜଗନ୍ନାଥ ଧାମ ।ଧର୍ମ ବଡ଼ ଦାଣ୍ଡେ ଯାହା ବିକାସାଉଣ୍ଟୁଛି “ନିର୍ମାଲ୍ୟ କଣିକା” ।ନିର୍ମାଲ୍ୟରେ ନାହିଁତ ବାରଣକର ପ୍ରିୟ ଏହାକୁ ଗ୍ରହଣ ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ
ନବବର୍ଷା ଭାବନା
ନନ୍ଦକିଶୋର ବଳ