କ୍ଷମା
୧୮୭୫–୧୯୨୮
- ସଂକଳନ: ନିର୍ମାଲ୍ୟ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୮୫
- ସ୍ଥିତି
- ସାର୍ବଜନୀନ (Public domain)
ଗଲାଣି ତ ଗଲା କଥା ପ୍ରାଣେ ତା’ ଦାରୁଣ ବ୍ୟଥାପୋଡ଼ିଯାଏ ବେଦନାରେ ଅଙ୍ଗ,ନ ଜାଣି ଖସିଲା ଗୋଡ଼ ଅନ୍ତରେ ଯାତନା ବଡ଼ଘୃଣାରେ କି ତେଜିବି ତା ସଙ୍ଗ ?ଅସତର୍କେ ଯେବେ ତୋର ହୋଇଗଲା ଥରେ ଭ୍ରମକାହାର ଏ ଦିଶେ ନାହିଁ ଭ୍ରାନ୍ତି ?ଆସ ତୋ ତପତ ପ୍ରାଣେ ସିଞ୍ଚବି କରୁଣା ବାରିଶାନେ ରାଜିବ ସୁଖ ଶାନ୍ତି ।ଏ ଭବ ଗହନ ବନେ ବିପନ୍ନ ପଥିକ ରୁଗ୍ଣଭେଟିଣ ପୁଚ୍ଛଇ ଯେବେ ପଥତେଜି ଘୃଣା ଧରି ହସ୍ତ କଢ଼ାଇ ନେବଇଁ ପଥନୋହିଲେ ସେ ପ୍ରାଣୀ ହେବ ହତ ।ହାତ ବୁଲାଇଣ ଦେହେ ଘୁଞ୍ଚାଇବି ରୋଗକଷ୍ଟକାଳେ ରୋଗୀ ଲଭିବ ଆରୋଗ୍ୟ,ମାନସିକ ବ୍ୟାଧି ତାର ତୁଟି ଆତ୍ମା ହେବ ସାରହେବ ସେ ପବିତ୍ର ଦେବଯୋଗ୍ୟ ।କରିଛି ସେ ମହା ଭୁଲ ତେଜ ତେଜ ରୋଷଘୃଣାପୀଡ଼ିତର ଔଷଧି ପ୍ରହାର ।ଅଜ୍ଞାତେ ସେ ମୁଗ୍ଧାବାଳା ଅମୃତେ ଗରଳ ଦେଲାମୋହ ମାୟା ନାହିଁରେ କାହାରବିଶ୍ୱାସଘାତିନୀ ମୂଢ଼ା ! ରଖ ରଖ ଖୋଳଖଣ୍ଡାଭାଳ ଦଣ୍ଡେ କରିଛି ସେ କିବାତୁମ୍ଭ ହାଳି ନିଜ ସୁଖ ମଣିଛି ସେ ପ୍ରିୟତରନାହିଁ ଆଉ ପ୍ରିୟ ତୁମ୍ଭ ସିବା ।ଦେଖ ଭ୍ରାନ୍ତ ପ୍ରାଣେ ତାର ପଙ୍କେ ପଦ୍ମପୁଷ୍ପପ୍ରାୟବିରାଜଇ ଦେବତ୍ୱ ମହାନ,କଣିକାଏ ବିଭୁ କୃପା କ୍ଷଣ ତୀବ୍ର ଅନୁତାପସ୍ୱର୍ଗେ ତାକୁ କରିବ ଉତ୍ଥାନ ।“Nothing so defileth and entangleth the heart of man as the impure love of things created.”Ghristପବିତ୍ରତାଶୁଣ ନାରୀ ! କହେଁ ଆଜି ହୃଦୟବାରତା ମମଅନ୍ତରର ଦୁଃସହ ଯାତନା,ନ କହିବି କଥାରେ ତା’ କହିବ ବ୍ରୀଡ଼ିତନେତ୍ରଘଣାଭରେ ଗୃହେ ପଳାଅନା ।ଯେତେବେଳେ ଯାଅ ସତି ! ଦେଖିଲା ମାତ୍ରକେ ମୋତେପ୍ରାଣେ ମୋର ତୀକ୍ଷ୍ଣ ଶର ବାଜେ,ମୋ ଚରିତ୍ରେ ଦୋଷାରୋପ କର; ମୁଁ ଅପୂତ ନେତ୍ର-ଭାବି ମ୍ରିୟମାଣ ହୁଏଁ ଲାଜେ ।କେଉଁଦିନ ଆଗୋ ସତି, ହେବି ସୁପବିତ୍ର ଚିତ୍ତପ୍ରାଣଶୁଦ୍ଧି ବାହାରିବ ନେତ୍ରେଦେଖିଲେହେଁ ସତୀ ସାଧ୍ୱୀ ନିର୍ଭୟେ ନିଃସଙ୍କ ମନେଆସି ଠିଆ ହେବେ ସମକ୍ଷେତ୍ରେ ।କି ଅପୂତ ଭାବ ମମ ଅଛି ଏ ନୟନକୋଣେନେତ୍ରଭଙ୍ଗୀ ଭାଷାରୁ ପ୍ରବଳ,ହୃଦ ଅନ୍ତ−ସ୍ଥଳ−ଭାବ ମରଦେହ ଅତିକ୍ରମିଠୁଳେ ନେତ୍ରେ ଦିଶେ ଜଳ ଜଳ ।କହିଲେହେଁ ଭଳ କଥା,କଲେହେଁ ନାନା ବାହାନାହୃଦେ ପାପକୀଟ କିଲିବିଲିଚାହିଁଲେ ମହିଳା ମୁଖେ ସତୀ ତା’ ବୁଝେ ନୟନେଲିଚେ, ମନେ ହସି ଖିଲି ଖିଲି ।ରେ ନିର୍ଲ୍ଲଜ ପ୍ରାଣ ମମ ! ନ ସହ ଏ ଅପମାନଶୁଦ୍ଧ କର ଶୁଦ୍ଧ କର ମନେ,ପବିତ୍ର ସୁନ୍ଦର ହେଲେ ଅନ୍ତରତମ ପ୍ରଦେଶଛାୟା ତାର ପଡ଼ିବ ନୟନେ ।ସେତେବେଳେ ଜାଣ ନିଶ୍ଚେ ଗଲେ ତୁ ସତୀସମାଜେଦେଖି ସେ ନ ପଳାଇବେ ଘର,ପ୍ରକୃତ ମନୁଷ୍ୟ ବୋଲି-ପୂତମନା ଭ୍ରାତା ବୋଲିକରିବେ ରେ ସେନେହ ଆଦର ।ପବିତ୍ର ସୁନ୍ଦର ବିଭୁ ପବିତ୍ର ବିଶ୍ୱସଂସାରନୀଳ ନଭ ସୁନ୍ଦର ପବିତ୍ର,ଢଳଢ଼ଳ ନୀଲନୀର ନିର୍ମଳ ସୁନ୍ଦର ପୂତବୃକ୍ଷଲତା ପବିତ୍ର, ବିଚିତ୍ର ।ତହୁଁ ବଳି ସତୀ ପ୍ରାଣ ସୁନ୍ଦର ପ୍ରବିତ୍ରତରଛୁଅଁନା ଛୁଅଁନା ପାପ ଚକ୍ଷେ,ହୃଦୟ ପବିତ୍ର କରି ପବିତ୍ର ନୟନ ଧରିବୁଲ ଏହି ଧରିତ୍ରୀର ବକ୍ଷେ ।ପବିତ୍ର ସୁନ୍ଦର ହରି ! ଏ କଳୁଷରାଶି ହରମନ ମୋର ହେଉ ସୁପବିତ୍ର,ନୟନ ବିଭାରେ ମୋର ଅନ୍ତରତମ ପ୍ରଦେଶୁଁପ୍ରତିଫଳୁ ସୁନ୍ଦର ଚରିତ୍ର ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ