ନବବର୍ଷା ଭାବନା
୧୮୭୫–୧୯୨୮
- ସଂକଳନ: ନିର୍ଝରିଣୀ
- ପଢ଼ିବା ସମୟ
- ୬ ମିନିଟ୍
- ଶବ୍ଦ
- ୯୯୨
- ସ୍ଥିତି
- ସାର୍ବଜନୀନ (Public domain)
-୧-କ୍ରମେ ଗ୍ରୀଷଋତୁ ସ୍ୱକର୍ମ ସମ୍ପାଦିଯାଉ ଧରାଧାମ ଛାଡ଼ି,ପ୍ରବଳ ବେଗରେ ଘୋର ବୃଷ୍ଟିକାଳଆସିଲା ସଂସାର ମାଡ଼ି ।ଭାବଇଁ ଦେଖିଣ ମହାପରିବର୍ତ୍ତଅଚିରେ ଧରଣୀମୁଖେଚିରକାଳ ସିନା ଏ ମର−ସଂସାରପୂରିଅଛି ଦୁଃଖ ସୁଖେ ।ଆଜି କଥା କାଲି ଅନ୍ତର ତ ପୁଣିମୁହୂର୍ତ୍ତେ ମୁହୂର୍ତ୍ତେ ଭେଦ,ନଶ୍ୱର ବିଶ୍ୱର ଏ ଅସ୍ଥିର ଭାବମନେ ଦିଏ ଘୋର ଖେଦ ।ସୁଦୂର ଅତୀତ ଚାରୁ ଛବିରାଜିଚିତ୍ତପଟେ ଉଦ୍ଭାସଇ,ସୁମଧୁର ବାଲ୍ୟ−ଭାବ ଗୋଟି ଗୋଟିଆଜି ମୋ ମନେ ପଡ଼ଇ ।ଆହା ରେ ସେ ସୁଖ ଏ ଜୀବନେ ଆଉକେବେ ତ ମିଳିବ ନାହିଁ,ରେ ନିଷ୍ଠୁର କାଳ ! କି ଦୋଷେ ମୋ’ଠାରୁନେଲୁ ସେ ସୁଖ ଛଡ଼ାଇ !ଅତି ଶୈଶବରେ ଜନନୀ ମୋହରଗଲେ ଛାଡ଼ି ଚାଲି ମତେ;ଏକ ଗଲେ ଦୂରେ ଆନ ସ୍ୱର୍ଗପୁରେଭଗିନୀଏ ଭାଗ୍ୟମତେ ।ବରଷାକାଳରେ ଜନନୀ−କୋଳରେଶୋଇଥିଲି ସୁଖେ ଯେବେ,ଗମ୍ଭୀର ନିଶୀଥେ ଗୀତ ଶୁଭୁଥିଲା,ମନେ ପଡ଼େ ତାହା ଏବେ—“ମେଘ ବରଷିଲା ଟପର ଟପରକେଶୁର ମାଇଲା ଗଜା,କେଉଁ ରାଇଜରେ ରହିଲେ ମୋ ରଜାତେଲିଙ୍ଗି ବାଇଦ ବଜା ।”-୨-ମେଘ ବରଷିଲା ମୂଷଳ−ଧାରାରେସ୍ରୋତରେ ବହିଲା ଜଳ,ଜଳମଧ୍ୟେ କଲେ ଭୈରବ ନିନାଦଗହଳେ ବର୍ଷାଭୂଦଳ ।ନବ ନୀର ପାଇ ଦର୍ଦ୍ଦୁର−ଦମ୍ପତିପାଇଲେ ବୈକୁଣ୍ଠ−ସୁଖ,ସର୍ପଗର୍ତ୍ତେ ଏବେ ପ୍ରବେଶିଣ ଜଳଦେଲା ତାକୁ ଘୋର ଦୁଃଖ ।‘କାର ପୌଷମାସ କାର ବଂଶନାଶ’ସିନା ଏ ସଂସାର ଗତି;କିବା ଖଳମତି ସର୍ପ ବୋଲି ଏହାଦୈବଦଣ୍ଡ ତାହା ପ୍ରତି ।ବିଧିର ବିପାକ ସହିଣ ଭୁଜଙ୍ଗବାଟେ ଘାଟେ ଯାଇଁ ରହେ;ସୁଯୋଗ ପାଇଲେ ନର ଶ୍ୱାପଦରବିଷ−କୋପେ ପ୍ରାଣ ଦହେ ।ପାପର ଉଚିତ ଦଣ୍ଡ ପାଇ ଦୁଷ୍ଟନ ଛାଡ଼େ ନିଜ ଦୁର୍ମତି,ପ୍ରବଳ ଗଞ୍ଜଣା ସହି ସେ ଦୁର୍ବଳେଗଞ୍ଜେ, ଏ ସଂସାର ଗତି ।ଚିନ୍ତା କରିବାକୁ ନବୀନ ବରଷାଘଟାଏ ଅପୂର୍ବ ଯୋଗ;ଚିନ୍ତା କରୁଁ କରୁଁ ମନେ ପଡ଼େ ସେହିଶୈଶବର ସୁଖଭୋଗ ।ଶ୍ରାବଣ ମାସରେ ସଙ୍ଗ ଗହଳରେଖେଳୁଥିଲେ ଶିଶୁ ଯେବେ,ନବବର୍ଷା ଦେଖି ଗାଇଥିଲେ ଗୀତ,ମନେ ପଡ଼େ ତାହା ଏବେ—“ମେଘ ବରଷିଲା ଟପର ଟପରକେଶୁର ମାଇଲା ଗଜା,କେଉଁ ରାଇଜରେ ରହିଲେ ମୋ ରଜାତେଲିଙ୍ଗି ବାଇଦ ବଜା ।”-୩-ନର ଅଶ୍ୱ ହସ୍ତୀ ରଥ ସାଜି ମେଘଚାଲଇ ଆକାଶେ ଉଚ୍ଚେ;କିବା ହେମ ଛଟା ବିସ୍ତାରି ଚପଳାଦେଖୁଁ ଦେଖୁଁ କାହିଁ ଲୁଚେ !ଘୋର ଘଡ଼ଘଡ଼ି−ଘଡ଼ ଘଡ଼ ରଡ଼ିକମ୍ପେ ପ୍ରାଣ ମୋର ଶୁଣି;କେବେ କେବେ କାହିଁ ବୃକ୍ଷ, ଜନ୍ତୁମାନେପୋଡ଼ି ଯାଉଥାନ୍ତି ପୁଣି ।ବିଚିତ୍ର ରହସ୍ୟ ଏ ଅଦ୍ଭୁତ ଦୃଶ୍ୟଦର୍ଶନେ ହୁଅଇ ମନେ,ଚତୁରଙ୍ଗ ସେନା−ରାଣୀ−ସହ ମେଘବିଜେ ବିଜୟ ଗମନେ ।ଦିଗ୍ବିଜୟୀ ବୀର ବିଜିତ ଦେଶରେପ୍ରକାଶେ ପ୍ରଭୂତା ଯେହ୍ନେ,ନିଜ ବୀର୍ଯ୍ୟବଳ ଦେଖାଇ ହୁଏ କିନୂଆ ରାଜା ମେଘ ତେହ୍ନେ ?କାଞ୍ଚି−ବିଜୟରେ ତ୍ରିବେଣୀ−କ୍ଷୁଦ୍ଧରେଏହିପରି ପରା ହେଲା,ଚଞ୍ଚଳ ଏ ମନ ସୁଯୋଗ ପାଇଣକେତେ କଥା ଭାବି ନେଲା ।ଚାହିଁଲା ବେଳକୁ ବରଷାର ନୀରଝରୁଅଛି ଝର ଝର;ସୁଲୁ ସୁଲୁ ପୁଣି ବହଇ ପବନଝୁଲୁଛି ବିଟପି କର ।ମେଘୁଆ ପାଗରେ ଜନନୀ କୋଳରେହସି ହସି ଶିଶୁ ଯେବେମନ ଆନନ୍ଦରେ ଗୀତ ଗାଇଥିଲାମନେ ପଡ଼େ ତାହା ଏବେ—“ମେଘ ବରଷିଲା ଟପର ଟପରକେଶୁର ମାଇଲା ଗଜା,କେଉଁ ରାଇଜରେ ରହିଲେ ମୋ ରଜାତେଲିଙ୍ଗି ବାଇଦ ବଜା ।”-୪-ଟିକି ନୂଆବୋହୂ ଜଳ ଆଣୁ ଆଣୁପାଦ ତାର ଗଲା ଖସି,ଦେଲେ ପିଲାମାନେ ଦାରୁଣ ଆନନ୍ଦେକରତାଳି ହସି ହସି;ଶଅରୁଣୀଙ୍କର ଜାମୁଡାଳି ନାଚକେଳାର ହାବୁଡ଼ା ଖେଳ,ଭୋଦୁଅ ମାସର ଜହ୍ନିଫୁଲ ଗୀତଖୁଦୁକୁଣୀ−ଓଷା−ମେଳ;ତାଡ଼କା ରାକ୍ଷସୀ-ବିଶ୍ୱାମିତ୍ର ଋଷି−ରାମ−ହନୁମାନ−ସାଜ,ଭୀମ−ଦୁର୍ଯ୍ୟୋଧନ−ଶ୍ରୀକୃଷ୍ଣ−ଅର୍ଜୁନ−ବେଶ ମନେ ପଡ଼େ ଆଜ ।ସାଧବ ଘରର ଝିଅ କଥା ଆଉରଜାଘର ପୁଅ କଥା,ଚକୁଳିଆପଣ୍ଡା−କଥା ସଙ୍ଗେ ପୁଣିଆନ ଆନ କେତେ କଥା ।ବାଉଁଶ ବଣର ଭୂତକଥା ଶୁଣିକାନ୍ଥେ ଦେଖି ନିଜ ଛାଇ,ବିଲଆଡୁଁ ଶୁଣି ବିଲୁଆଙ୍କ ରଡ଼ିପିଣ୍ଡେ ପ୍ରାଣ ଥାଏ ନାହିଁ ।ଗ୍ରାମଦାଣ୍ଡେ ଗ୍ରାମ−ଦଣ୍ଡୁ ଆସି ଡାକଶୁଣି ସେ ଆତଙ୍କ ବଢ଼େ,ଘୋର ଭୟ ସଙ୍ଗେ ଘୋର ନିଦ୍ରା ଆସେନିମିଷେ ମୁଁ ଶୋଇପଡ଼େଁ ।ଘୋର ବରଷାରେ ସେ ଛାଇ−ନିଦ୍ରାରେମୋ ପ୍ରାଣ−ଜନନୀ ଯେବେପିଠି ଆଉଁସିଣ ଗୀତ ଗାଇଥିଲେମନେ ପଡ଼େ ତାହା ଏବେ—“ମେଘ ବରଷିଲା ଟପର ଟପରକେଶୁର ମାଇଲା ଗଜା,କେଉଁ ରାଇଜରେ ରହିଲେ ମୋ ରଜାତେଲିଙ୍ଗି ବାଇଦ ବଜା ।”-୫-ମେଘ ବରଷଇ ବିଜୁଳି ମାରଇପବନ ବହଇ ଖରେ;ତରୁଣ ଯୌବନେ ପରାଣ−ପ୍ରତିମାଛାଡ଼ି ଆସିଅଛି ଘରେ ।ଭାବର ଆବେଶେ ଦୂର ପରବାସେମନେ ପଡ଼େ ପ୍ରିୟ ଯାହା,ତାହାରି ସଙ୍ଗେତେ ଦରଶନ ଦିଏଅତୀତ−ଜୀବନ−ଛାୟା ।ଆମ୍ୱ ବଗିଚାରେ ଶିଆରି ଲଟାରେଯେବେ ଦୋଳି ଖେଳୁଥାଇଁ,ପର୍ବତ ଶିଖରେ ଲଟା ଚରି ମେଘମହାବେଗେ ଆସେ ଧାଇଁ ।କ୍ରୀଡ଼ା ତେଜି ଶିଶୁ ଦେଇ ହରିବୋଲଦଉଡ଼ି ଯାଆନ୍ତେ ଘରେ,ଅର୍ଦ୍ଧପଥେ ମେଘ ଗୋଡ଼ାଇ ଧରିଣଟପିଯାଏ ତାଙ୍କୁ ଖରେ ।କେତେ ହ୍ରଦ ନଦୀ କେତେ ଗିରି ବନକେକେ ଘର ଗ୍ରାମ ଡେଇଁ,ଦେଶଦେଶାନ୍ତରେ ଯାଏ ଚାଲି ମେଘକେବଣ ସନ୍ଦେଶ ନେଇ ?ଦେଖୁଁ ଦେଖୁଁ ମେଘ ଚଉଦିଗେ ଘୋଟେଆଣ୍ଠୁ ଆଣି ହୋଇ ପାଣିସ୍ନାନାର୍ଥେ ଆଗତା ସାଧବ ବୋହୂଙ୍କୁଭସାଇ ନିଏ କି ଟାଣି !ଜଳ−ବୁଦ୍ବୁଦକୁ ଅନାଇଁ ଅନାଇଁଶୈଶବ−ନିଳୟେ ତେବେବସି ଚାତୁର୍ମାସ୍ୟା−ଗୀତ ଶୁଣିଥିଲିମନେ ପଡ଼େ ତାହା ଏବେ—“ମେଘ ବରଷିଲା ଟପର ଟପରକେଶୁର ମାଇଲା ଗଜା,କେଉଁ ରାଇଜରେ ରହିଲେ ମୋ ରଜାତେଲିଙ୍ଗି ବାଇଦ ବଜା ।”-୬-ପ୍ରଭାତୁଁ ଉଠିଣା ଯାନ୍ତି ଯେଝା ଦୁଃଖେଦୁଃଖୀ ଗ୍ରାମବାସୀମାନେ,ସାରି ବାସି କାମ ସାତ ପାଞ୍ଚ ମିଳିବଧୂମାନେ ଯାନ୍ତି ସ୍ନାନେ ।ହୁଙ୍କା−ବାଲି−ବିଲେ ଫୁଟିଉଠେ ଛତୁଘୋର−ଘନ-ନୀର ପାଇ;ସାନ ସାନ ପିଲା ଛତୁ ତୋଳୁଥାନ୍ତିପ୍ରଭାତରୁ ଉଠି ଯାଇ;ତୋଟା ବେତବଣେ ବସି ଶାରୀ ଶୁଆହରଷଭରେ ରାବନ୍ତି;ପକ୍ୱଫଳ ଘେନି ବନ−ମହୋତ୍ସବକରନ୍ତି ବାୟସପନ୍ତି ।ପଲ୍ଲୀ−ଉପବନେ କାଇଞ୍ଚ ଲତିକା,ସାହାଡ଼ା ତରୁର ତଳେମନେ ଅଛି ସେହି ବାଳମହୋତ୍ସବସଙ୍ଗିବୃନ୍ଦଙ୍କ ଗହଳେ ।ବିଶ୍ୱାମିତ୍ର ସଙ୍ଗେ ଶ୍ରୀରାମ ଲକ୍ଷ୍ମଣସାଜି କେହି ଚାଣ୍ଡେ ଚାଣ୍ଡେ,ନାଚି ନାଚି ବାଳେ ଚାଲି ଯାଉଥାନ୍ତିକି ରଙ୍ଗେ ମିଥିଳାଦଣ୍ଡେ ।ଭୀମ ସାଜି କେହି ବିରାଟ−ରାଜ୍ୟରେକୀଚକ ସହିତେ ରଣରଚୁଥିଲେ ପରା କପଟ ଭାବରେକ୍ରୀଡ଼ାସଙ୍ଗୀ ଦୁଇ ଜଣ ।ମାୟାମୃଗରୂପୀ ମାରିଚ ପଛରେଗୋଡ଼ାନ୍ତେ ରଘୁପ୍ରବର;ମେଘ ପାଣି ଦେଖି ଗୀତ ଗାଇଥିଲେହସ୍ତେ ଧରି ଧନୁଶର—“ମେଘ ବରଷିଲା ଟପର ଟପରକେଶୁର ମାଇଲା ଗଜା,କେଉଁ ରାଇଜରେ ରହିଲେ ମୋ ରଜାତେଲିଙ୍ଗି ବାଇଦ ବଜା ।”-୭-ଚାତୁର୍ମାସ୍ୟସନ୍ଧ୍ୟ ଆହା କି ମଧୁର ।ସେ ଛବି ଦର୍ଶନ କରିଭାବୁକ−ହୃଦୟେ ଉଛୁଳି ଉଠଇଅସଂଖ୍ୟ ଭାବ−ଲହରୀ ।ମନେ ଅଛି ସେହି ଶୈଶବର କଥାଶୁଭଇ ସେ ଶଦ୍ଦ କାନେ,ସେ ମଧୁର ଧ୍ୱନି ବାଜିଣ ଉଠଇହୃଦୟ−ତ୍ରିତନ୍ତ୍ରି−ତାନେ ।ପଶ୍ଚିମ ଗଗନେ ଅସ୍ତ ଯାଉଥିଲାନୀରବ ଭାବରେ ଭାନୁ;ଓହ୍ଲାଇ ଆକାଶୁଁ ଢାଙ୍କିଥିଲା ମେଘଅଭ୍ରଭେଦିଗିରି−ସାନୁ ।ପଲ୍ଲୀ−ବଧୂଗଣ ନୀର−ଆହରଣେଘେନି ଯାଉଥିଲେ ଗରା;କୁଉଁ କୁଉଁ କୁଉଁ ବାଜିଲା କେନ୍ଦରା,ନାଥ ଭିକ୍ଷା ମାଗେ ପରା ।ମିଟି ମିଟି ଆଖି ନୂଆ ବୋହୂଟିଏସଜାଡ଼ୁଥିଲା ଜାଳିଣି;ବାଡ ଉହାଡ଼ରୁ କୁଆମଇତାଟିତୋଳୁଥିଲା ତା ସଙ୍ଗିନୀ ।ତାଳ ବାହୁଙ୍ଗାରେ ଲୁଚି କୁମ୍ଭାଟୁଆରାବୁଥିଲା ହୁଉଁ ହୁଉଁ;ଝିପି ଝିପି ମେଘ ବରଷି ଆସିଲାଦେଖୁଁ ଦେଖୁଁ ଦୁମୁ ଦୁମୁ ।ବାୟା ମେଘ ଦେଖି ବାୟା ପରି ହୋଇନାଚି ନାଚି ଶିଶୁମାନେକରତାଳି ଦେଇ ଗୀତ ଗାଇଥିଲେଘୋର ଉଚ୍ଚ ତାନମାନେ—“ମେଘ ବରଷିଲା ଟପର ଟପରକେଶୁର ମାଇଲା ଗଜା,କେଉଁ ରାଇଜରେ ରହିଲେ ମୋ ରଜାତେଲିଙ୍ଗି ବାଇଦ ବଜା ।”-୮-ବିଲ, ତୋଟା, ପାଟ, ବାଟ, ଘାଟ ସର୍ବଯାଇଥିଲା ପୂରି ଜଳେ,ଦୂରୁ ଶୁଭୁଥିଲା କୃଷକ−ଗୋପାଳ−ଗୀତ−ଲହରୀ ଚହଳେ ।ଘନ−ନୀର−ସିକ୍ତ ମଥାନ ଭେଦିଣଉଠୁଥିଲା ଧୂମ ଘନ;ଗ୍ରାମ ବଡ଼ଦାଣ୍ଡ ଆଡ଼ୁଁ ଶୁଭୁଥିଲାକୋକିଶିଆଳିଙ୍କ ସ୍ୱନ ।ପଲକେ ପଦୋଷ ଉଭେଇଣ ଗଲାଘୋଟିଲା ଘୋର ଅନ୍ଧାର;କିଏ କେଉଁ ଆଡ଼ୁଁ ଫେରିଲେ ଉଦବେଗେନିଳୟେ ଯେହୁ ଯାହାର ।ଭାଗବତ ଘରେ ରାମାୟଣ ପୋଥିଗାଉଥିଲେ ପୁରୋହିତ;ଘୋର ବରଷାରେ ଅଶୋକ ବନରେସତୀ ବୈଦେହୀ−ଚରିତ ।ଭାଗୀରଥୀ−ତୀରେ ଗହନ କାନ୍ତାରେଦେବର ଲକ୍ଷ୍ମଣ ଥରେ;ରଥଁ ଅବତାରି ସୀତାଙ୍କୁ ଏକାକୀତେଜି ଫେରିଲେ ନଗରେ ।ପ୍ରଥମ ଯାମରେ ଗାଁଆ ତଳ ବିଲେବେଲବଣ−ଅଭିମୁଖେନୈସର୍ଗିକ ଘଣ୍ଟା ବଜାଇ ଉଠିଲେଶିବାଗଣ ହୁକେ ହୁକେ ।ଭାଗବତ ଘରୁ ମାତାଙ୍କ ସଙ୍ଗରେଫେରିଗଲା ଶିଶୁ ଘରେ,ନୂଆବୋହୂ ପାଶେ ବସି ବର୍ଷାଗୀତଗାଇଲା ଚୁଲ୍ଲି−ମୁଣ୍ଡରେ—“ମେଘ ବଲଥିଲା ତପଲ ତପଲକେଥୁଲ ମାଇଲା ଗଦା,କୋଉ ଲାଇଦଲେ ଲଇଲେ ମୋ ଲଦାତେଲିଙ୍ଗି ବାଇଦ ବଦା ।”
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ