ରିପୁ-ବିପ୍ଳବ
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ନିର୍ଝରିଣୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୯୩
- ସ୍ଥିତି
- ସାର୍ବଜନୀନ (Public domain)
ନୁହେଁ ସଂସାର ସୁଖଶାନ୍ତିର ସ୍ଥାନ,ଭୁଞ୍ଜଇ ନର ଏଥି କଷଣମାନ ।ଘୋର ବିକଟ ଷଡ଼ରିପୁ ଦାନବେ,ବ୍ୟଥିତ କରୁଛନ୍ତି କ୍ଷୁଦ୍ର ମାନବେ ।ଆରକ୍ତନେତ୍ର କ୍ରୋଧ−ଅଜ୍ଞାନ ନରବଜ୍ରମନ୍ଦ୍ରେ ବିନ୍ଧଇ କୁବାକ୍ୟ ଶର ।ସେ ଅଗ୍ନିବାଣେ ବିଦ୍ଧ ଶିଷ୍ଟହୃଦୟବିକଳ ହୋଇ ହୁଏ ରୁଧିରମୟ ।ଲୋଭେ ହୋଇ ମନୁଷ୍ୟ ପାପପଙ୍କିଳ,ଜୀବାତ୍ମା ପୁରୁଷକୁ କରେ ଆବିଳ ।ନଶ୍ୱର ସଂସାରର ମୋହରେ ଅନ୍ଧ,ମାୟା−ଜାଲ−ପାଶରେ ହୁଏ ଆବଦ୍ଧ ।ଧନ−ଜନ−ଯୌବନ−ମାନରେ ମତ୍ତଅକର୍ମେ ହୁଏ ନର ସନ୍ତତ ରତ ।ମତ୍ସରଭାବେ ହୋଇ ବିକୃତ ନରଦେଖି ନ ପାରେ ଢାଳେ ଶୁଭ ପରର ।କାମେ ହୁଅଇ ନର କ୍ଷଣେ ଅଜ୍ଞାନ,ନୁହେଁ ସଂସାର ସୁଖଶାନ୍ତିର ସ୍ଥାନ ।ତଥାପି ଦମି ନ ଯା ଆରେ ମୋ ଚିତ୍ତ,ଅଛି ପୁଣ୍ୟର ପୁରସ୍କାର ଉଚିତ ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ