ଅକ୍ରୂରର ବାରୁଣାବନ୍ତ ପୁରେ ପ୍ରବେଶ ଏବଂ ଅର୍ଜ୍ଜୁନଙ୍କର କୃଷ୍ଣଙ୍କ ସମୀପେ ଗମନ — ହରିବଂଶ (ପଞ୍ଚମ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିଦେଖିଲେ ଧର୍ମନନ୍ଦନ ଦିଶି ପୁଣ୍ୟମୟେ
ପ୍ରତ୍ୟକ୍ଷରେ ଶୁକ୍ଲାମ୍ୱର ବିଷ୍ଣୁ କି ଉଦୟେ ।
ଜାଜ୍ୱଲ୍ୟମାନ ଦିଶନ୍ତି ସେ ପୁଣ୍ୟ ପୁରୁଷ
ଯା ମୁଖ ଦର୍ଶନେ ସର୍ବ ଦୁଃଖ ଯାଏ ନାଶ ।
ଦକ୍ଷିଣରେ ଭୀମସେନ ଛତ୍ର ଧରି ଉଭା
ଦ୍ୱିତୀୟ ଇନ୍ଦ୍ର ପରାୟେ ଦିଶେ ରୂପ ଶୋଭା ।
ବାମେ ଭଭା ହୋଇଛନ୍ତି ବୀରବର ପାର୍ଥ
ଲକ୍ଷେକ ବଳ ଧନୁ ଯେ ଅଛି ବାମହସ୍ତ ।
ମାଦ୍ରୀଦେବୀ ସୁତ ସହସେବ ଯେ ନକୁଳ
ସେ ଦୁହେଁ ବସିଅଛନ୍ତି ସିଂହାସନ ତଳ ।
ରାଜା ମହାରାଜା ଜେନା ଲମ୍ୱହତା ମୂଳେ
ସମସ୍ତେ ଉଭାରିଛନ୍ତି ପ୍ରାଙ୍ଗଣର ତଳେ ।
ସୁବାସିତ ହଡ଼ପ ଯେ ଆଉ ଧୂପକାଠି
ଗନ୍ଧ ଚନ୍ଦନ କର୍ପୁର ସୁବାସ ପ୍ରକଟି ।
ସ୍ୱର୍ଣ୍ଣ ସିଂହାସନ ତଳେ ସୁପାତି ଯେ ଶେଯ
ଉଦ୍ଦଣ୍ଡ ପାଟଛତ୍ର ଯେ ଦିଶେ ବଡ଼ ତେଜ ।
ଏହି ସମୟରେ ଯାଇ ଅକ୍ରୂର ଯେ ମିଳି
ଗଡ଼ଘାଲି ଶୁତିଲା ସେ ଅଗ୍ରେ ନିଉଛାଳି ।
ନିସ୍ତରିଲି ବୋଲି ଧର୍ମସୁତେ ଯେ ବୋଇଲେ
ଆସ୍ଥାନରୁ ଉଠି ଯାଇ କୋଳ ତାଙ୍କୁ କଲେ ।
ଗୌରବ କରି ତାହାଙ୍କୁ ପାଶେ ବସାଇଲେ
ଆସନ ପାଦାସନ ଯେ ଗନ୍ଧପୁଷ୍ପ ଦେଲେ ।
କୃତକୃତ୍ୟ ହୋଇଲେକ ଯୁଧିଷ୍ଠିରାଜନ
ଭୋ ଅକ୍ରୂର ଅଟ ରାମକୃଷ୍ଣଙ୍କ ସମାନ ।
ବୁଦ୍ଧିବନ୍ତ ଗୁଣବନ୍ତ ଦୟାଳୁ ପୁରୁଷ
ଯାଦବ ବଂଶେ ଉତ୍ତମ ଶ୍ରୀହରି ବିଶ୍ୱାସ ।
ଏତେମତେ ଅକ୍ରୂରକୁ ବୋଲି କୁନ୍ତୀସୁତ
ଶ୍ରୀକରରେ ଆଉଁଷିଲେ ଅକ୍ରୂରର ଗାତ୍ର ।
ରାମକୃଷ୍ଣଙ୍କ ବାରତା କୁହ ହେ ବିଶେଷି
ଅକ୍ରୂର ବୋଇଲା ତୁମ୍ଭେ ଶୁଣ ଧର୍ମଶିଷି ।
ଏ ଜମ୍ୱୁଦ୍ୱୀପ ମହୀକୁ ତୁମ୍ଭେ ଯେ କାରେଣି
ରାଜାଧିରାଜାଙ୍କ ପରେ ଅଟ ଶିରୋମଣି ।
ପବିତ୍ର ସୋମବଂଶରେ ତୁମ୍ଭର ସମ୍ଭୂତ
ପଣ୍ଡୁରାଜା ପିତା ଯାର କୁନ୍ତୀଦେବୀ ମାତ ।
ଭୋ ଦେବ ତୁମ୍ଭ ତହିଁଙ୍କି ପେଷିଲେ ମାଧୋଇ
ବୋଇଲେ ଯୁଧିଷ୍ଠି ଦେବେ କହିବ ମଣାଇ ।
ସେ ମୋର ମାଉସୀ ପୁତ୍ର ପୁଣି ଜ୍ୟେଷ୍ଠଭ୍ରାତ
ବେନି ମାତା ଏକା ଗର୍ଭୁ ହୋଇଛନ୍ତି ଜାତ ।
ଦେବତୀ ଯେ ଦଇବତୀ ଦେବକୀ ଏ ତିନି
ଉଗ୍ରସେନ ରାଜାଙ୍କର ତିନିହେଁ ନନ୍ଦିନୀ ।
ଦେବତୀଙ୍କୁ କୁନ୍ତଭୋଜ ରାଜା ଘେନି ଗଲେ
କୁନ୍ତୀ ନାମ ଦେଇ ପଣ୍ଡୁ ନୃପେ ବିଭାଦେଲେ ।
ସେ କୁନ୍ତୀ ଗର୍ଭରୁ ହେଲେ ତିନିପୁତ୍ର ଜନ୍ମ
ମହାରାଜା ଯୁଧିଷ୍ଠିର ଭୀମ ଅରଜୁନ ।
ଦେବକୀର ଷଡ଼ପୁତ୍ର ବର୍ଷେ ବର୍ଷେ ଜାତ
ତାହାଙ୍କୁ ଶିଳାରେ କଚାଡ଼ିଲା କଂସ ଦୈତ୍ୟ ।
ସାନ୍ଦିପନୀ ଗୃହେ ଆମ୍ଭେ ବିଦ୍ୟା ପଢ଼ି ଗଲୁ
ବିଦ୍ୟା ପଢ଼ିଣ ଗୁରୁଙ୍କୁ ଦକ୍ଷିଣା ଯାଚିଲୁ ।
ଗୁରୁପତ୍ନୀ ବୋଇଲେକ ଦ୍ରବେ କାର୍ଯ୍ୟ ନାହିଁ
ଷଡ଼ପୁତ୍ର ମରିଛନ୍ତି ଦିଅ ହେ ଜିଆଇ ।
ସନମତ କରି ଆମ୍ଭେ ଯମପୁରେ ଗଲୁ
ଗୁରୁପୁତ୍ରମାନଙ୍କୁ ଯେ ଜୀଆଇ ଆଣିଲୁ ।
ଦେବକୀର ଷଡ଼ପୁତ୍ର କଂସ ମାରିଥିଲା
ମାଗନ୍ତେ କୃତାନ୍ତ ଷଡ଼ଭ୍ରାତା ଆଣି ଦେଲା ।
କୃତାନ୍ତପୁରରୁ ଆମ୍ଭେ ଆସିବାର ବେଳେ
ତୁମ୍ଭ ପିତା ପଣ୍ଡୁ ବସିଛନ୍ତି ସଭାତଳେ ।
ଅନେକ କଦର୍ଯ୍ୟେ ଥାଇ ଦେଇଛନ୍ତି ବାର୍ତ୍ତା
ଶୁଣି ଯୁଧିଷ୍ଠିର କଲେ ମନେ ବଡ଼ ଚିନ୍ତା ।
ପୁଣି ଅକ୍ରୂର ବୋଇଲେ ଶୁଣ ନରନାହା
ଆବର ବଚନ ହରି କହିଛନ୍ତି ଯାହା ।
ଶ୍ରଦ୍ଧାଯୁକ୍ତେ ମୋତେ କହିଛନ୍ତି ଜଗନ୍ନାଥେ
ଅର୍ଜ୍ଜୁନ ମଥୁରା ଯିବେ ମୋହର ସଙ୍ଗତେ ।
ହରି ବଳରାମ କହିଛନ୍ତି ଶ୍ରଦ୍ଧାକରି
ସମସ୍ତ ଯାଦବ ଉଗ୍ରସେନ ଆଦିକରି ।
ଦେବକୀ କହିଅଛନ୍ତି ହୋଇ ତୋଷମତି
ଆବର କହିଅଛନ୍ତି ରାଣୀ ଇନ୍ଦୁମତୀ ।
ନିଶ୍ଚେ ଅର୍ଜ୍ଜୁନକୁ ପଠାଇବେ ମୋର ତୁଲେ
ଯୁଧିଷ୍ଠି ସମ୍ମତ କଲେ ଅକ୍ରୂରର ବୋଲେ ।
ଏଥୁଅନ୍ତରେ ଆସ୍ଥାନ ଗୋଟି ଯେ ମଉଳି
ପାତ୍ର ଅମନାତ୍ୟ ଗଲେ ଯେଝା ପୁରେ ଚଳି ।
ଯୁଧିଷ୍ଠିର ଭୀମାର୍ଜ୍ଜୁନ ନକୁଳ ଅକ୍ରୂର
ଅନ୍ତଃପୁରରେ ମିଳିଲେ କୁନ୍ତୀଙ୍କ ଛାମୁର ।
ସକଳ ବୃତ୍ତାନ୍ତମାନ ବୁଝାଇ କହିଲେ
ଶୁଣି କୁନ୍ତୀଦେବୀ ମନେ ଆନନ୍ଦିତ ହେଲେ ।
ଶୁଣ ରାଜା ପରୀକ୍ଷିତ ଭଣି ଶୁକଯତି
ଅକ୍ରୂରେ ଯାଇ କହନ୍ତି ମହାସତୀ କୁନ୍ତୀ ।
ମୋହର କଥା କହିବ ଶ୍ରୀକୃଷ୍ଣଙ୍କୁ ଯାଇଁ
ରାଣ୍ଡ ଛେଉଣ୍ଡ ପୁଅଙ୍କୁ ପାସୋରିବେ ନାହିଁ ।
ଧୃତରାଷ୍ଟ୍ର ଶତେପୁତ୍ର ହେଲେ ମହାବଳୀ
ସମ୍ପଦ ହେତୁ କରନ୍ତି ସର୍ବଦା ସେ କଳି ।
କର୍ଣ୍ଣ ଅଶ୍ୱତ୍ଥାମା ଭୂରିଶ୍ରବା ଆଦି ଦ୍ରୋଣ
ଏହାଙ୍କୁ ଆବୋରି ନିରନ୍ତରେ ଆଣ୍ଟପଣ ।
ବାଳୁତ ପୁଅ ମୋହର ସର୍ବେ ପାଞ୍ଚଗୋଟି
ଜନ୍ମଦିନଠାରୁ ହେଲେ ଅତିଶୟ କଷ୍ଟୀ ।
ତାହାଙ୍କର କଥା ମନୁ ନ ଦେବ ପାସୋରି
ମୁହିଁ ତାହାଙ୍କର ମାଉସୀ ଥିବେ ହେତୁ କରି ।
ଅନନ୍ତ ନାରାୟଣ ସେ କୃଷ୍ଣ ବିଶ୍ୱମୟ
ସେ ଯାହାକୁ ସାହାଥିବେ ତାର କିସ ଭୟ ।
ଅପାର ମହିମା ସେ ଯେ କୃପାଜଳ ସିନ୍ଧୁ
ଅନାଥ ପ୍ରାଣୀର ନାଥ ଦୀନଜନବନ୍ଧୁ ।
ମୁଁ ତାଙ୍କ ମହିମା ଜାଣି ପାରିବି କେମନ୍ତେ
ମୋ ପୁତ୍ରକୁ ସାହା ଥିବେ ମାଗୁଅଛି ଏତେ ।
ଅକ୍ରୂର ବୋଇଲେ ତୁମ୍ଭେ ଶୁଣ ଠାକୁରଣୀ
ବିଶ୍ୱକୂଟ ମାୟାଧର ପ୍ରଭୁ ଚକ୍ରପାଣି ।
ନୋହିଲେ କି ପେଷିଥାନ୍ତେ ମୋତେ ତୁମ୍ଭ ତହିଁ
ସବୁ କାର୍ଯ୍ୟ କରିବେ ସେ ଅର୍ଜ୍ଜୁନକୁ ନେଇ ।
ଏଥକୁ ମନରେ ତୁମ୍ଭେ ନ କର ଗୋ ଭ୍ରାନ୍ତି
ଅଚଳାଚଳ ସମ୍ପଦ ମିଳିବ ଏ ଘାନ୍ତି ।
ଅଭେଦ ଆତ୍ମା ଶ୍ରୀହରି ଅରଜୁନ ବେନି
ପୃଥ୍ୱୀଭାରା ନିବାରିବେ ଏହାଙ୍କୁ ଯେ ଘେନି ।
ପରମା ସାଧବୀ ତୁମ୍ଭେ ନ ଜାଣ ବା କିସ
ତୁମ୍ଭଙ୍କୁ ତ୍ରିକାଳ କଥା ହୁଅଇ ତ ଦୃଶ୍ୟ ।
ପ୍ରତ୍ୟକ୍ଷରେ ଦେବତାଙ୍କୁ କରିଅଛ ଜାତ
ମାହେଶ୍ୱରୀ ଅଟ ତୁମ୍ଭେ ଆଦି ବୃଦ୍ଧ ମାତ ।
କଲ୍ୟାଣ କାମନା ତୁମ୍ଭେ କର ମାଗୋ ବସି
ଆମ୍ଭେ ଦୁହେଁ ଯାଉଅଛୁ ରଥପରେ ବସି ।
ଏତେ ବୋଲି ଦୁଇବୀରେ ଆରୋହିଲେ ଯାନ
ପବନହୁଁ ବେଗେ ରଥ ଚଳେ ଘନ ଘନ ।
ବାରୁଣାବନ୍ଦରୁ କାଢ଼ି ବାହିଲା ସାରଥି
ରଥ ଗୋଟି ଚଳିଯାଏ ଦକ୍ଷିଣ ରାଉତି ।
ଅକ୍ରୂର ଅର୍ଜ୍ଜୁନ ଦୁହେଁ ଯାନ୍ତେ ରଥେ ବସି
ଦେଖିଲେ ଗମନମାର୍ଗେ ଥାଇ ସ୍ୱର୍ଗବାସୀ ।
ଦେବଇନ୍ଦ୍ର ପଚାରିଲେ ଗୁରୁମୁଖ ଚାହିଁ
କେବଣ ମହାତ୍ମା ଯାନ୍ତି ରଥରେ ଆରୋହି ।
ଏକା ରଥେ ବସିଛନ୍ତି ପୁଣ ବେନି ଜନ
ଜାଣି ନ ପାରିଲୁ ଆମ୍ଭେ ଏଥିର କାରଣ ।
ଅଙ୍ଗିରା ବୋଇଲେ ତାହା ଶୁଣ ସସ୍ରଯୋନି
ଅକ୍ରୂର ଯାଉଛି ସଙ୍ଗେ ଅର୍ଜ୍ଜୁନଙ୍କୁ ଘେନି ।
ଗୌରବେ ପାର୍ଥକୁ ନେଉଛନ୍ତି ଦେବରାୟ
ଏହାଙ୍କୁ ଘେନି କରିବେ ପୃଥ୍ୱୀଭାରା କ୍ଷୟ ।
ଏହାଶୁଣି ଶଚୀପତି ଆନନ୍ଦିତ ହେଲେ
ଅର୍ଦ୍ଧ ଆକାଶରେ ଥାଇ ପୁଷ୍ପ ବୃଷ୍ଟି କଲେ ।
ଶୁକମୁନି କହୁଛନ୍ତି ପରୀକ୍ଷିତ ଆଗେ
ଅକ୍ରୂର ଅର୍ଜ୍ଜୁନ ଦୁହେଁ ଗଲେ ବାୟୁବେଗେ ।
ଗମନ୍ତେ ପ୍ରବେଶ ହୋଇ ମଥୁରା ନଗରେ
ଭିତରକୁ ଗଲେ ରଥ ରଖି ସିଂହଦ୍ୱାରେ ।
ଯେବଣ ସ୍ଥାନରେ ବିଜେ ପ୍ରଭୁ ଚକ୍ରଧର
ସେ ସ୍ଥାନେ ମିଳିଲେ ଯାଇ ଅର୍ଜ୍ଜୁନ ଅକ୍ରୂର ।
କୃଷ୍ଣଙ୍କୁ ଦେଖିଣ ଦୁହେଁ ପାଦତଳେ ପଡ଼ି
ବିନୟରେ ଉଭା ହେଲେ ଶିରେ କର ଯୋଡ଼ି ।
ତାହାଙ୍କୁ ଦେଖିଣ ହୃଷ୍ଟ ହୋଇ ବନମାଳୀ
ତକ୍ଷଣେ କୋଳକଲେ ସେ ବେନିକରେ ତୋଳି ।
ବୋଲନ୍ତି ମୁଖରେ ଚୁମ୍ବ ଦେଇ ଭଗବାନ
କେତେ ଭାଗ୍ୟେ କଲି ଆଜ ତୁମ୍ଭ ଦରଶନ ।
ତୁମ୍ଭେ ମୋର ପଞ୍ଚଭୂତ ଆତ୍ମାର କାରେଣି
ନିରନ୍ତରେ ତୁମ୍ଭ ନାମ ହୃଦେ ଥାଏ ଗୁଣି ।
ଏ ଅକ୍ରୂର ମହିମା ମୁଁ କହିବଇଁ କେତେ
ପ୍ରାଣର ସଖାକୁ ମୋର ଆଣିଦେଲା ମୋତେ ।
ଏତେ ବୋଲି ଅର୍ଜ୍ଜୁନକୁ କୋଳରେ ବସାଇ
ନବରତ୍ନ ସିଂହାସନେ ବିଜେ ଲକ୍ଷ୍ମୀସାଇଁ ।
କୁରୁ ପାଣ୍ଡବଙ୍କ ଶୁଭବାର୍ତ୍ତା ପଚାରିଲେ
ଯଥାବିଧି କରି ତାଙ୍କୁ ଅର୍ଜୁନ କହିଲେ ।
ଏକାନ୍ତରେ କୁନ୍ତୀଦେବୀ କହିଥିଲେ ଯାହା
କରଯୋଡ଼ି ଶ୍ରୀଛାମୁରେ ଜଣାଇଲେ ତାହା ।
ଯୁଧିଷ୍ଠିର ଆଦି ଭାଇମାନଙ୍କ ଉତ୍ତର
ମଣାଇ କହିଲେ ପାର୍ଥ କୃଷ୍ଣଙ୍କ ଛାମୁର ।
ଶ୍ରୀକୃଷ୍ଣ ବୋଇଲେ ଅକ୍ରୂରକୁ ଚାହିଁ ପୁଣି
ଏ ପଞ୍ଚ ପାଣ୍ଡବେ ମୋର ରାଜ୍ୟକୁ କାରେଣି ।
ପୃଥ୍ୱୀଦେବୀ ଭାରାଭର ନିବାରିବା ପାଇଁ
ପାଣ୍ଡବଙ୍କୁ ଘେନି ଜନ୍ମ ହୋଇଅଛି ମୁହିଁ ।
ଏହା କହି ଆନନ୍ଦରେ ପ୍ରଭୁ ଶିରୀରଙ୍ଗ
ଶ୍ରୀଭୁଜେ ମାର୍ଜ୍ଜନା କଲେ ଅର୍ଜ୍ଜୁନଙ୍କ ଅଙ୍ଗ ।
ପୁଣି ତାଙ୍କୁ ଆନନ୍ଦରେ କୋଳାଗ୍ରତ କରି
ସଙ୍ଗେ ଘେନି ଭିତରକୁ ବିଜେ କଲେ ହରି ।
ଇନ୍ଦ୍ରଦେବ ଦେଇଥିଲେ ସହସ୍ରେ ନାୟିକା
ସୁକୁମାରୀ ସୁଲକ୍ଷଣୀ ରୂପେ ଅଗ୍ରଲେଖା ।
ତାଙ୍କୁ ରାଇ ଆଜ୍ଞା ଦେଲେ ପ୍ରଭୁ ଚକ୍ରଧର
ଆଜିଠାରୁ ଅର୍ଜ୍ଜୁନଙ୍କୁ ସେବା ତୁମ୍ଭେ କର ।
ଏତେ କହି ତେଳଲାଗି ହେଲେ ଚକ୍ରପାଣି
ପାର୍ଥକୁ ମାର୍ଜ୍ଜନା କଲେ ସକଳ ତରୁଣୀ ।
ହରିଦ୍ରାତିଳ ତଇଳ ଲେପିଲେ ସକଳ
ସ୍ନାନ କରାଇଲେ ତହୁଁ ଢାଳି ତୀର୍ଥଜଳ ।
ଝୀନବସ୍ତ୍ର ପରିଧାନ କରି କୃଷ୍ଣାର୍ଜ୍ଜୁନ
ସର୍ବାଙ୍ଗରେ ବୋଳି ହେଲେ କର୍ପୂର ଚନ୍ଦନ ।
ଅର୍ଜ୍ଜୁନକୁ ସଙ୍ଗତରେ ଘେନି ବନମାଳୀ
ଉଗ୍ରସେନ ନୃପତିଙ୍କୁ କଲେ ନିଉଛାଳି ।
ତଦନ୍ତରେ ବସୁଦେବ ନମସ୍କାର କଲେ
ଇନ୍ଦୁମତୀ ଦେବକୀ ଏ ଦୁହିଙ୍କୁ ନମିଲେ ।
ବୀରବେଶ ହୁଡ଼ି ତହୁଁ ଦ୍ୱିଜବେଶ ଧରି
ମଣୋହି କୋଠାରେ ବିଜେ ଅରଜୁନ ହରି ।
ଶ୍ରୀହସ୍ତେ ଅନ୍ନ ବ୍ୟଞ୍ଜନ ପରଷନ୍ତି ମାଏ
ଭୁଞ୍ଜିଲେ ପାର୍ଥକୁ ସଙ୍ଗେ ଘେନି ଦେବରାୟେ ।
ହରଷେ ହରି ଅର୍ଜ୍ଜୁନ ସାରିଲେ ଭୋଜନ
ଉଠି ଆଚମନ କଲେ ପାର୍ଥ ଭଗବାନ ।
ଅଞ୍ଚଳକୁ ମୁଖ ପୋଛି ତାମ୍ୱୁଳ ଭୁଞ୍ଜିଲେ
ରାତ୍ରି ଅର୍ଦ୍ଧମାନେ ରତ୍ନଖଟେ ପହୁଡ଼ିଲେ ।
ସେ ହରି ଅର୍ଜ୍ଜୁନ ପାଦେ ରହୁ ମୋର ମନ
ଅଚ୍ୟୁତ ଦାସକୁ ତ୍ରାହି କର ଭଗବାନ ।
ଜରାସନ୍ଧର ଅଷ୍ଟମ ବାର ଧାଡ଼ି
ଶୁକ ବୋଇଲେ ହେ ଶୁଣ ପରୀକ୍ଷ ରାଜନଏମନ୍ତ ପ୍ରକାରେ ତହିଁ ଗଲା କେତେଦିନ ।ପାର୍ଥକୁ ରାଇଣ ହୃଷ୍ଟ ହେଲେ ପୀତବାସକ୍ରମେ ଆସି ଶରତ୍ଋତୁ ହେଲା ପରବେଶ ।କାଦୁଅ ଶୁଖିଲା ଶୁଷ୍କ ହୋଇଲା ଧରଣୀଦିନ ନ୍ୟୂନ ହେଲା ଦକ୍ଷିଣରେ ଦିନମଣି ।ହିନ୍ଦୁମାନେ ଯେ ଦୁର୍ଗାଙ୍କ ଉତ୍ସବ କରିଲେଯବନ ରାଜା ମଥୁରା ନଗରେ ବୁଲିଲେ ।ଜରାସନ୍ଧ ସୈନ୍ୟ ବୁଲିଲେକ ଦେଶ ଦେଶବୋଇଲେ ରାଜାମାନେ ହୋ ସଜ ହୋଇଆସ ।ଏଥୁ ଅନନ୍ତରେ ମାର୍ଗଶିର ଅବଶେଷପ୍ରଥମେ ପ୍ରବେଶ ହେଲା ଆସି ଧନୁମାସ ।ଗୁଣବନ୍ତ ମନ୍ତ୍ରୀ ଡାକି ମଗଧ ଈଶ୍ୱରଆଶ୍ୱାସନା କରି ତାଙ୍କୁ କହେ ଏ ପ୍ରକାର ।ତୁମ୍ଭେ ମନ୍ତ୍ରିବର ଅଟ ରାଜ୍ୟକୁ କାରେଣିଗଉଡ଼ଙ୍କ ହାତେ ଅପମାନ ଭୋଗୁଁ ପୁଣି ।କଂସ ପରାୟ ଜୁଆଁଇ ମୋର ନାଶ କଲେହେତୀ ପ୍ରହେତୀ ଦୁହିତା ବିଧବା ହୋଇଲେ ।ହଂସ ଡିମ୍ୱ ପ୍ରାୟ ନାତି ନାଶ ହେଲେ ପୁଣିଏହାଠାରୁ ବଡ଼ ହୋଇଅଛି କି ଧରଣୀ ।ଗୌଡ଼ଛାରଯୋଗେ ମୋତେ ହେଲା ଏଡ଼େ ଲଜ୍ଜାପୋଡ଼ୁ ଏ ରାଜ୍ୟ କରିବି ନିଶ୍ଚେଁ ପରିତ୍ୟଜ୍ୟା ।ଅଖଡ଼େ ଅନେକ ସୈନ୍ୟ ମାଇଲା ମୋହରସାତବେଳ ଯାଗେ ପିଠିଦେଇ ଗଲା ଚୋର ।କୂଟ କପଟ ଜାଣଇ ବଡ଼ମାୟା ଛନ୍ଦଛାମୁରେ ରହି ନ ପାରେ ପଛେ କରେ ଦ୍ୱନ୍ଦ୍ୱ ।ହସ୍ତେ ଧରୁ ଧରୁ ଯାଏ ସୈନ୍ୟ ଦେଇ ପିଠିରଥ ଗଜ ସୈନ୍ୟ ମୋର ମାରି କୋଟିକୋଟିଏବେ କେଉଁ ଉପାୟରେ ହେବ କାର୍ଯ୍ୟସିଦ୍ଧି ।ରାମକୃଷ୍ଣ ଜିଣିବାକୁ ଅଛି କାର ବୁଦ୍ଧି ।ମନ୍ତ୍ରୀବର ବୋଇଲା ତୁ ରାଜ୍ୟେ ରାଜଦେବାଚାରିଊଣା ଲକ୍ଷେରାଜା କରି ତୁମ୍ଭ ସେବା ।ସର୍ବଗୁଣେ ସୁଲକ୍ଷଣ ବିଚକ୍ଷଣ ପୁଂସକିବା ତୁମ୍ଭେ ନ ଜାଣଟି କହିବା ବା କିସ ।ରାମକୃଷ୍ଣ ବଧିବାକୁ ଶୋଚନା ଯେ ଏତେଆଜ୍ଞାଦେଲେ ଚିତ୍ର ନୁହେ ମାରିବୁ ଯୁକତେ ।ସାତବଂଶ ଯାଦବ ଚୌରାଶୀ କୋଟିକରିଯାକୁ ବୋଲିବୁ ଜୀଅନ୍ତା ଦେବୁ ନିଶ୍ଚେଁ ଧରି ।ଏହାଶୁଣି ଜରାସନ୍ଧ ହେଲା ଆନନ୍ଦିତକେଉଁ ରାଜା ଆମ୍ଭ ବଶ ନୁହଇ କହ ତ ।ମନ୍ତ୍ରୀ ବୋଲେ କରଯୋଡ଼ି ଶୁଣ ନୃପବରହସ୍ତିନା ନୃପତି ଦୁର୍ଯ୍ୟୋଧନ ଦଣ୍ଡଧର ।ଅତିମାନେ ମାନଗୋବିନ୍ଦ ନାମ ବହଇଅବହେଳେ ପୃଥିବୀକୁ ଜିଣି ସେ ପାରଇ ।ଅଇରି ଦର୍ପଦଳନ ଅଟଇ ଯା ବାନାହସ୍ତ ଲାଗନ୍ତେ ପାଷାଣ ହୋଇଯାଏ ସୁନା ।ଭୀଷ୍ମ ଦ୍ରୋଣ ଭୂରିଶ୍ରବା ଅଶ୍ୱତ୍ଥାମା କର୍ଣ୍ଣଦ୍ୱାପରେ ଭାରୋଇମଲ୍ଲ ହୋଇଛନ୍ତି ଜନ୍ମ ।ଅଠର କ୍ଷଉଣୀ ବଳ ଖଟନ୍ତି ଯା କତିଏ ମର୍ତ୍ତ୍ୟରେ ଅଟନ୍ତି ସେ ଏକ ଚକ୍ରବର୍ତ୍ତୀ ।ଗାନ୍ଧାରୀ ମାତା ତାଙ୍କର ଧୃତରାଷ୍ଟ୍ର ପିତାପଣ୍ଡୁନାମେ ନରପତି ତାହାଙ୍କ ଖୁଡ଼ୁତା ।ଯୁଧିଷ୍ଠି ଭୀମ ନକୁଳ ପାର୍ଥ ସହଦେବପଣ୍ଡୁର ନନ୍ଦନ ଜାଣ ଏ ପଞ୍ଚ ପାଣ୍ଡବ ।ଆଣିବା ଏହାକୁ ଦୂତ ବରଗାଇ କରିକୋଟି ରାମକୃଷ୍ଣ ଜିଣି ପାରନ୍ତି ଏ ଧରି ।ଶାଖା କଟକର ବଜ୍ରନାଭ ନରପତିଚୌବିଂଶ କ୍ଷଉଣୀ ବଳ ଏହାକୁ ଖଟନ୍ତି ।ଅଗ୍ନିର ପାଚେରୀ ତପ୍ତଘୃତ ଯାର ଖଣାଦ୍ୱାଦଶ ଯୋଜନ ଯାନ ଗଡ଼ର ପାତନା ।ବଡ଼ ବଳବନ୍ତ ବିଚକ୍ଷଣ ଶିରୋମଣିଅବହେଳେ ଶତଇନ୍ଦ୍ର ପାରଇ ସେ ଜିଣି ।ସେ ରାଜା ବରଣ କରି ଆଣି ଧାତିକାରେଜିଣିବା ଯାଦବ ଅବହେଳାରେ ସମରେ ।ଶୋଣିତ କଟକେ ବାଣାସୁର ନାମେ ରାଜାବଳିର ନନ୍ଦନ ଯାକୁ ଦେବେ କରି ପୂଜା ।କୁଭାଣ୍ଡ ନାମେଣ ମନ୍ତ୍ରୀ ତିନିକାଳଜ୍ଞାତାସ୍ୱର୍ଗ ମର୍ତ୍ତ୍ୟ ପାତାଳ ସେ ଜିଣିପାରେ ଶକ୍ତା ।ସତୈଶ କ୍ଷଉଣୀ ବଳ ଖଟନ୍ତି ତାହାକୁଅରିକୁଳ ଶଲ ସେ ଏ ତିନି ଭୁବନକୁ ।ନାନାଦି ଉପାୟ କରି ସେ ରାଜାକୁ ଆଣିକୋଟିଏ ରାମକୃଷ୍ଣଙ୍କୁ ରାୟେ ପାରେ ଜିଣି ।ସାରାବତୀ କଟକେ ଶମ୍ୱର ବୋଲି ରାୟେଅନେକ କାଳର ବୃଦ୍ଧ ରଣେ ନୁହେ କ୍ଷୟେ ।ନବସହସ୍ର ନନ୍ଦନ ଏକୁ ଏକ ଯୋଧୀନବଦ୍ୱୀପ ସାଗର ସେ କ୍ଷଣେ ପାରେ ସାଧି ।ଏ ରାଜା ଛାମୁକୁ ତୁମ୍ଭେ ଦୂତ ବେଗେ ପେଷପାଦପୂଜା କରିଣ ସଙ୍ଗକୁ ଘେନି ଆସ ।ରାମକୃଷ୍ଣ ଜିଣି ପାରିବ ସେ ବାହୁବଳେତା ସମାନେ ବଳବନ୍ତ ନାହିଁ ରବିତଳେ ।ଏ ପୃଥ୍ୱୀ ମଧ୍ୟରେ ଅଛି ନାରକା ଅସୁରବରାହଙ୍କ ବୀର୍ଯ୍ୟରୁ ସେ ଅଟେ ଅବତାର ।ରଣେ ଗନ୍ଧର୍ବ ଦେବତା ଯାକୁ ନୁହେ କ୍ଷମଉଡ଼ଇ ଶତ୍ରୁ ବୀରଧୁ ବାନା ଯାର ନାମ ।ଈଶ୍ୱରଙ୍କୁ ସେବାକରି ଅଛି ବର ପାଇଜଳ ସ୍ଥଳ ଅନଳରେ ଯାନ ନାଶ ନାହିଁ ।ଦୂତ ବରଗି ଆଣିବା ତାହାଙ୍କୁ ଏକ୍ଷଣିସେ ରାଜାମାନଙ୍କ ବଳେ ରାମକୃଷ୍ଣ ଜିଣି ।ବିଜୟ ଗିରି ନିକଟେ କାମ୍ୟକ ପାଟଣାଗୋସିଂହ ନାମେ ନୃପତି ଅଟେ ଜଗଜ୍ଜିଣା ।ଅତିବଳେ ବଳୀ ସେହି ଦୁର୍ବାର ଦାନବପଞ୍ଚବିଂଶ ଅକ୍ଷୌହିଣୀ ବଳ ଅସମ୍ଭବ ।ଅପ୍ରମିତ ସୈନ୍ୟ ରଥ ଗଜହିଁ ପଦାତିଯା ନାମ ଧରନ୍ତେ ସ୍ୱର୍ଗେ କମ୍ପେ ସୁରପତି ।ସପ୍ତଦ୍ୱୀପା ପୃଥ୍ୱୀ ଜିଣି ସ୍ୱର୍ଗେ ଦିଏ ଧାଡ଼ିଡରେ ଦେବଗଣେ ପଳାନ୍ତି ଯେ ସ୍ୱର୍ଗଛାଡ଼ି ।ବ୍ରହ୍ମା ବିଷ୍ଣୁ ଈଶ୍ୱରଙ୍କୁ ଜିଣିପାରେ ହେଳେଭାରାଭର ପୃଥ୍ୱୀ ବହିପାରେ ଭୁଜବଳେ ।ଦୁର୍ଜ୍ଜୟ ବ୍ରହ୍ମ ଶକତି ହସ୍ତେ ଥାଏ ଘେନିଅବହେଳେ ଜିଣିପାରେ ଚରାଚର ପ୍ରାଣୀ ।ପତ୍ରେକ ଲେଖି ଉତ୍ତମ ଲୋକ ପଠାଇବାଧନ ବସ୍ତ୍ର ଅଳଙ୍କାର ଦେଇଣ ତୋଷିବା ।ସେ ରାଜାର ତୁଲେ ପ୍ରୀତ ହୋଇଲେ ନିଶ୍ଚୟନିଃଶ୍ୱାସ ମାତ୍ରକେ ଶତ୍ରୁ କରିପାରେ କ୍ଷୟ ।ଆରେକ ନୃପତି ଅଛି ସେ କାଳଦମନଦୁର୍ବାର ବଳବନ୍ତ ସେ ଗୋପାଳୀ ନନ୍ଦନ ।ଗର୍ଗ ମହାଋଷି ବୀର୍ଯ୍ୟେ ସେହି ଉତପତ୍ତିଦାସ ରାଜାର ଅଟଇ ଝିଆଣିଆ ନାତି ।ସନ୍ତୋଷେ ବର ତାହାକୁ ଦେଲେ ମହାଦେବାଜନ୍ମହେଲା ମାତ୍ରକେ ସେ ହେଲା ନବଯୁବା ।ଅନର୍ଗଳ ଅନିବାର ଆରଣିକ ଜ୍ୟୋତିଭାଗ୍ୟବଳେ ଭୋଗ କରେ ରାଜାଙ୍କ ସମ୍ପତ୍ତି ।ତାର ତହିଁକି ଦୂତେକ ବରଗ ଏକ୍ଷଣିସେ ରାଜା ଅଇଲେ ନିଶ୍ଚେଁ ଶତ୍ରୁପାରେ ଜିଣି ।ପଶ୍ଚିମ ସୌରାଷ୍ଟ୍ରେ ବିନ୍ଧ୍ୟଗିରିର ନିକଟେମନୋହର କଟକ ସେ ଭଇରବୀ ତଟେ ।ମୃଗସେନ ଅଟେ ପୁଣି ତହିଁର ନୃପତିବେଦବ୍ୟାସଙ୍କ ବୀର୍ଯ୍ୟେ ସେ ହୋଇଛି ଉତ୍ପତ୍ତି ।ମୃଗୁଣୀ ଗର୍ଭରୁ ହୋଇଅଛି ଅବତାରବିନ୍ଧ୍ୟମାଳ ଦେଶ ଗୋଟା ତାର ଅଧିକାର ।କୁଟୁମ୍ବୀ ପଣରେ ତାକୁ କେହି ନୋହେ ସରିଦୁହିତା ପୁତ୍ର ସେ ଅକଳନା ଜାତ କରି ।ଷାଠିସସ୍ର ଦୁହିତା ଚୌରାଶୀ କୋଟି ପୁତ୍ରଏରୂପେ ସନ୍ତତି ତାର ହୋଇଛନ୍ତି ଜାତ ।ଅଠର କ୍ଷଉଣୀ ବଳ ଏହାକୁ ଯେ ଖଟିଧନବନ୍ତ ବଳବନ୍ତ କକ୍ଷା ଜଗଜ୍ଜେଠି ।ଚରଣେ ତିନି ସହସ୍ରେ ରାଜା ଖଟିଥାନ୍ତିତାର ସେବାରେ ଥିବାରୁ କାକୁ ନ ଗଣନ୍ତି ।ତୁମ୍ଭଙ୍କୁ ଆଦିକରି ସେ ନ କରନ୍ତି ସେବାସେ ମୃଗସେନ ରାଜାକୁ ଦୁହିତାଏ ଦେବା ।ବର୍ଣ୍ଣରେ ବ୍ରାହ୍ମଣ ସେହି ଅଟେ ଶ୍ରେଷ୍ଠ ଜାତିଦୁହିତା ଦେଇ ତାହାକୁ କରିବା ନୃପତି ।ସେ ରାଜା ଆମ୍ଭ ସଙ୍ଗତେ ଥିଲେ ନାହିଁ ଭୀତିଯାଦବ ମାରି କରିବ ତୁମ୍ଭ ମନ ଶାନ୍ତି ।ଜମାଗୋଷ୍ଠ ବୋଲି ରାଜା ଅଟଇ ଗରିଷ୍ଠକଣୟକଣ୍ଡର ରାଜା ଅତ୍ୟନ୍ତ ବଳିଷ୍ଠ ।ଏମନ୍ତ ବର ତାହାକୁ ଶିବ ଯାଚି ଦିଏଲିହି ପୋଛିଲେ ତାହାର ଶତ୍ରୁ ଯାଇ କ୍ଷୟେ ।ସେ ରାଜାକୁ ସନ୍ତୋଷ କରିବା ଧନ ଦେଇନୋହିଲେ ନାମ ଲେଖାଇ ପୋଛାଇବା ନେଇ ।ଯାର ନାମ ଲେଖି ପୁଣି ପୋଛାଇଲେ କରେସେହି ବ୍ୟକ୍ତି ନ ବର୍ତ୍ତଇ କାହାରି ଆଜ୍ଞାରେ ।ଯେତେକ ରାଜାର ବଳ ପ୍ରାକର୍ମ ମହୀରେସର୍ବ ନାମ ଗୁଣ କହି ଜରାର ଆଗରେ ।ପୃଥୁ ନାମେ ନରପତି ଅର୍ଜିଛି ଧରଣୀନବ ପୁତ୍ର ଜାତ ହେଲେ ସର୍ବେ ଗୁଣମଣି ।ପୃଥ୍ୱୀ ଧାରଣ ଅଗସ୍ତି କପିଳ ଯେ କାନ୍ତବିଜୟ ବୀରବାହୁ ସେ ବୈଶ୍ୱାନପୁତ୍ର ।ବିଦକ୍ଷ ବୀର କେଦାର ଏ ନବ କୁମରପ୍ରତାପୀ ହୋଇ ଜନ୍ମିଲେ ଏକୁଁ ଏକ ଆର ।ଏ ସମସ୍ତ ପୃଥୁରାଜ ପୁତ୍ର ମହାଜ୍ଞାନୀନବଖଣ୍ଡ କରି ବାଣ୍ଟିନେଲେ ଏ ମେଦିନୀ ।ସମଭାଗ କଲେ ନବଖଣ୍ଡ ଏ ପ୍ରମାଣଭାଗକ ବାଣ୍ଟି ଏଗାର ସହସ୍ର ଯେ ଜନ ।ନବ ପର୍ବତ ପକାଇ ସୀମାମାନ ବାଣ୍ଟିମହାବନ୍ଧ ପକାଇଲେ କିଳାମାନ କଣ୍ଟି ।ସୀମାନ୍ତ ରାଜାଏ ସର୍ବେ ପର୍ବତରେ ରହିଗୋଳ ଦଳ କଳିଦ୍ୱନ୍ଦ୍ୱ ପାପ ପୁଣ୍ୟ ନାହିଁ ।ହସ୍ତୀ ଘୋଡ଼ା ବ୍ୟାଘ୍ର ଭାଲୁ ଜନ ଆଦି କରିଯାହାକୁ ଦେଖନ୍ତି ତାକୁ ଗ୍ରାସ କଲେ ଧରି ।ପାପ ପୁଣ୍ୟ ବିଚାର ନ ଥାଇ ଜାଣ ତଥିମୂର୍ଖ ଜନେ ଗଣା ବଣମନୁଷ୍ୟ ଯେ ଜାତି ।ସେ ନବ ସହସ୍ର ବନ ପର୍ବତରେ ଥାନ୍ତିଏମାନେ ଜାଣ ତୁମ୍ଭଙ୍କୁ ସେବା ନ କରନ୍ତି ।ନବ ପୁତ୍ର ମଧ୍ୟେ ଶ୍ରେଷ୍ଠ ଭରତ କୁମାରଈଷାନ ଭାଗ ଖଣ୍ଡି ଯେ ପଡ଼ିଲା ଏହାର ।ଏଣୁ ଏହାକୁ ଭରତ ଖଣ୍ଡ ବୋଲି କହିଏଗାର ସସ୍ର ଯୋଜନ ଭାଗ ତାଙ୍କ ମହୀ ।ଏହି ପ୍ରମାଣେ ସେ ନବ ପୁତ୍ର ବାଣ୍ଟି ନେଲେଯେଝା ଭାଗ ସେ ଆପଣା ନାମଗୋଟି ଦେଲେଏମନ୍ତେ ଏ ନବଖଣ୍ଡ ମେଦିନୀ ପ୍ରମାଣଛୟାଣୋଇ ସସ୍ର ରାଜା ଅଛନ୍ତି ଏ ଜାଣ ।ଏକାଣୋଇ ସସ୍ର ରାଜା ତୁମ୍ଭଙ୍କୁ ଖଟନ୍ତିଅମାନିଆ ଜାଣ ପଞ୍ଚ ସହସ୍ର ନୃପତି ।ଜରାସନ୍ଧ ରାୟେ ବୋଲେ କାର୍ଯ୍ୟ ମୋ ପଡ଼ିଛିଏତେବେଳେ ଦୁଷ୍ଟପଣ ନ କରିବା କିଛି ।ନାନାଦି ପ୍ରକାରେ ଶତ୍ରୁମାରି ଯେବେ ସାଧିକାର୍ଯ୍ୟ ଶେଷ କରି ପାରି ସିନା ଆନ ବୁଦ୍ଧି ।ଏତେବୋଲି ରାଜଦୂତେ ପେଷି ଦେଶେଦେଶେଡଗର ଯାଇ ଜଣଶଇ ରାଜାଙ୍କର ପାଶେ ।ଦିନ ଗଣି ଅଛନ୍ତି ଯେ ରାଜା ବାଟ ଚାହିଁଯେଝା ଅଙ୍ଗବଳ ଘେନି ମଗଧକୁ ଯାଇ ।ନୃପତିଙ୍କ ଚର୍ଚ୍ଚା ପାତ୍ର ଅମାତ୍ୟ ଯେ କରିଥାଟ ପୋଷଣ ସାମଗ୍ରୀ ଦ୍ୟନ୍ତି ଲେଖି ପଢ଼ି ।ରାଜାମାନେ ବାର୍ତ୍ତାପାଇ ଅଇଲେ ତକ୍ଷଣବସା ଖର୍ଚ୍ଚ ଗଣି ପାଇ ରହି ରାଜଗଣ ।ଶାଲ୍ୱ ଶିଶୁପାଳ ଦନ୍ତବକ୍ର ଯେ ରୁକ୍ମଣନାରକା ଶମ୍ୱର ଆଦି ବଜ୍ରନାଭ ବାଣ ।ଗାନ୍ଧାରସେନ ନୃପତି କାଳିଞ୍ଜନ ରାୟେବିରାଟ କୀଚକ ଆଦି ନୃପତି ବିଜୟେ ।ଦୂରନ୍ତକ ଦମଘୋଷ ରାଜା ଭଗଦତ୍ତବୀରବାହୁ ଯେ ବିଜୟ ସେନ ଭାନୁମତ ।କୌଶିକ ପଣ୍ଡ୍ରକ ହରିସେନ ବାସୁଦେବଶିବଶ୍ରବା ସଉଭରି କାଳ ବାମଦେବ ।ଶଶାଙ୍କ ଚୂଡ଼ଙ୍ଗ ସାହା ଶାନ୍ତିକ ଆବରନିଃଶଙ୍କ ନିର୍ଦ୍ଦୟ ନିରଞ୍ଜନ ନାଶକର ।ରାଜୀବ ବଧକାରକ ସୁରଥ ନୃପତିଜୟସିଂହ ଜ୍ୟୋତିରଙ୍ଗ ରାଜା ଗଣପତି ।କାଶୀଶ୍ୱର ନରପତି ରାଜା ଛତ୍ରମାଳୀସମସ୍ତ ନୃପତି ଆସି ମଗଧରେ ମିଳି ।କାର୍ଯ୍ୟବଶରୁ ତହିଁକି ଯେ ଆସି ନ ଥିଲେଲେଖା ଦେଇଣ ଡଗରା ତାହାଙ୍କୁ ଆଣିଲେ ।ସମସ୍ତ ନୃପତିମାନେ ଆସି ହେଲେ ରୁଣ୍ଡଲୋକ ଗହଳ ଚହଳେ ପୂରିଲା ବ୍ରହ୍ମାଣ୍ଡ ।ଇଦଂ ପ୍ରତିବାକ୍ୟ ଯେ ବଦନ୍ତି ଶୁକଯତିଶୁଣ ସାବଧାନେ ତୁହୋ ପଣ୍ଡୁ ପଣନାତି ।ସରସ୍ୱତୀ ନଦୀ ତଟେ ରହି କୋଟି ଥାଟସ୍ୱର୍ଗେ ଇନ୍ଦ୍ର ଦେବତାକୁ ଲାଗିଲା ଉଚ୍ଚାଟ ।ତେତିଶ କୋଟି ଦେବତା ପାଇ ମନେ ଭୟବୋଇଲେ ରୁଣ୍ଡ ହେଲେ ଏ ସବୁ ଦୁଷ୍ଟରାୟ ।ମନ୍ତ୍ରୀକି ଚାହିଁ ସେ ଜରାସନ୍ଧ ରାଜା ପୁଚ୍ଛିକେଉଁ ରାଜା ମୋ ଛାମୁରେ ଆସିଣ ନ ଅଛି ।ଏହା ସଂକ୍ଷେପିଣ ମୋତେ କହ ବୁଦ୍ଧିମନ୍ତନାନା ଉପାୟରେ ତାକୁ ଆଣିବି ତ୍ୱରିତ ।ସକଳ ସଂକ୍ଷେପି କରି ମନ୍ତ୍ରୀଏ କହିଲେଏଗାର ନୃପତି ଛାଡ଼ି ଅଇଲେ ସକଳେ ।ସ୍ୱର୍ଗ ଇନ୍ଦ୍ର ନ ଆସିଲେ ପାତାଳୁ ବାସୁକିମଞ୍ଚୁ ନବ ନ ଆସିଲେ ମୂର୍ଦ୍ଧାଅଭିଷେକୀ ।ଗୋସିଂହ କାଳଦମନ ମୃଗେସନ ବୀରଶିଶୁ ଯମକ ନୃପତି ମହୀନ୍ଦ୍ର ଠାକୁର ।କିଷ୍କିନ୍ଧ୍ୟା ବାନରେଶ୍ୱର ବାଳୀରାଜା ନାତିସୁବେଳ ପର୍ବତୁ କୁହ ଭୂପାଳ ନୃପତି ।ଲଙ୍କା ରାବଣ ଅନୁଜ ରାଜା ବିଭୀଷଣସେ ନଇଲେ ଦୋଷ ଘେନି ଦୈତ୍ୟ କୁଳରାଣବାରୁଣାପୁରର ରାଜା ପଣ୍ଡୁର କୁମରଧର୍ମବନ୍ତ ସତ୍ୟବନ୍ତ ରାଜା ଯୁଧିଷ୍ଠିର ।ଉଗ୍ରସେନ ନ ଆସିଲେ ଶତ୍ରୁପକ୍ଷ ଭାଳିଆଉ ସକଳ ନୃପତି ଆସି ଏଥେ ମିଳି ।ଜରାସନ୍ଧ ବୋଇଲା ଏ ଅକଳିତ ସୈନ୍ୟଆସିଛନ୍ତି ପଦାତିକ ଘେନିଣ ରାଜନ ।କେ କେଣେ ଅଛନ୍ତି ତାହା ତଦନ୍ତ ନ ଜାଣିଥୋକେ ରଖ ଥୋକେ ପଛେ ସଙ୍ଖୋଳିବା ପୁଣି ।ଯେତେକ ରାଜା ଅଇଲେ ଘେନି ମୋର ସ୍ନେହଆଗହୁଁ ବସା ଖରଚ ଲେଖିକରି ଦିଅ ।ରାନ୍ଧଣା କରନ୍ତୁ ସକ୍ରଶାଳେ ଅନୁକ୍ଷଣଚାରିଜାତି ଅଷ୍ଟାଦଶ କରିବେ ଭୋଜନ ।ଯେବଣ ଲୋକ ମାନସ କରିବାକ ଯାହାମାଗନ୍ତେ ଦଣ୍ଡେ ବିଳମ୍ୱ ନ କରିବ ତାହା ।ହାତୀ ଘୋଡ଼ା ଚରାଆଦି ନିଯୋଗ ଯେ ବିଧିଦିନେ ଦିନେ ବୁଝି ଦେବ ସଇନ୍ୟ ଅବଧି ।ବଳଦ ପିଠି ଶଗଡ଼ମାନଙ୍କରେ ଲଦିକୋଡ଼ି ଟୋକେଇ କଟୁରୀ ସଙ୍ଗେ ଥିବ ସାଧି ।ଶାଢ଼ୀ ଘର ଟେରା ବାଡ଼ ଖଣ୍ଡୁଆ ସହିତେଛତା ପାଣ୍ଢୋଇ ପକ୍ଷିଆ ଭିଆଇ ଏମନ୍ତେ ।ଗୁରୁଜ ଶାବେଳୀ ଖଣ୍ଡା କାଣ୍ଡ ଶୂଳ ଯଷ୍ଟିଘୋଡ଼ା ହାତୀଙ୍କ ନିଗଢ଼ ଘୋଡ଼ା ବସ୍ତ୍ରଗୋଟି ।ଖଣତା ଛୁରୀ କୋଦାଳ ଲୁହା ବାଡ଼ି ଭଲ୍ଲଯମଦାଢ଼ ବାଙ୍କଛୁରୀ ଭୂଷିବାର ସଲ ।ଲେନ୍ତି ପଥର ମାରିଣ କରିବାକ ପଦାଟାଙ୍ଗିଆ ଭୂଷଣ୍ଡୀ ମାଟିହଣା ତୀକ୍ଷ୍ଣ ବିନ୍ଧା ।ତେଣ୍ଟା ପାଟବର୍ଚ୍ଛା ଏକମୁନା ଛିଟିକିଣୀଏମନ୍ତ ଅଠର ଜାତି ଶସ୍ତ୍ର ପରିମାଣି ।ଛତିଶ ଜାତିରେ ଲୁହା ନାନାବର୍ଣ୍ଣ କମକୋଠଭଣ୍ଡାର ନିଯୋଗମାନଙ୍କୁ ଘେନିମ ।ଏସବୁ କଥାରେ ଅବଧାନ ହୋଇଥିବଏତେ କଥାରୁ କିଛି ଅନ୍ତର ନ କରିବ ।ଏସନକ ଆଜ୍ଞା ଦେଲା ଜରାସନ୍ଧ ବୀରଧନୁ ଶୁକୁଳ ପଞ୍ଚମୀ ତିଥି ଗୁରୁବାର ।ଗର ନାମେ କରଣ ସେ ଆୟୁଷ୍ମାନ ଯୋଗକୁମ୍ଭର ପଞ୍ଚଚାଳିଶ ଦଣ୍ଡ ଚନ୍ଦ୍ର ଭୋଗ ।ତାର ବାର ଗ୍ରହ ଆଦି ଶୁଭଯୋଗ ବେଳେମେଷ ଲଗ୍ନ ଅନୁକୂଳ ଜରା ମହୀପାଳେ ।ଦିଆଅ ଟମକ ସୈନ୍ୟ ହୁଅନ୍ତୁରେ ସଜଥୋକେ ଦୂର ଯାଇ ଅନୁକୂଳ କର ଆଜ ।ଏମନ୍ତ ଆଜ୍ଞା ଦେଲା ସେ ମଗଧ ନୃପତିଆପେ ବୀରବେଶ ହୋଇ କରେ ଶୀଘ୍ରଗତି ।ହୃଦରେ ଭୂଷଣ ଗଳେ ସୁବର୍ଣ୍ଣର ହାରତାଡ଼ ତୋଡ଼ର ମୁକୁତା ଲମ୍ୱେ ଦିବ୍ୟମାଳ ।ବିଦ ମୁଦ୍ରିକା କଙ୍କଣ ପଦକ ବାହୁଟିଓଢ଼ଣୀ ତୋଡ଼ର ବିରାଜଇ କୋଟି କୋଟି ।ଶ୍ରୀକରେ ତୀର କମାଣ କନ୍ଧେ ତୂଣ ବାନ୍ଧିରଙ୍ଗ ପାଟ ପତନୀ କ୍ଷୀରୋଦ୍ରି ଯୋଡ଼ ପିନ୍ଧି ।କପୋଳେ ସିନ୍ଦୂର ଚିତା ଯମଦାଢ଼ ଛୁରୀଉପରେ ଅନେକ ଅସ୍ତ୍ର ଶସ୍ତ୍ର ବାନ୍ଧି ଡେରି ।ବାଜେ ମହୁରୀ ସୁସ୍ୱର ଶଙ୍ଖ ବୀଣା ବାଣୀଶ୍ୱେତ ପାରୁଆ ଉଭାରି ରାଜହଂସ ଶ୍ରେଣୀ ।ବିପ୍ରେ ବେଦଧ୍ୱନି କରି ବାଞ୍ଛୁ ସର୍ବ ଶୁଭଗୋରଚନା ଚିତା ପୁଣ ଅକ୍ଷତ ଯେ ଦୂବ ।ଦଧି ମାଛ ପୂର୍ଣ୍ଣକୁମ୍ଭ ପରେ ଚୂତ ଡାଳହୃଦୟରେ ଆଭରଣ ଗଳେ ଧଣ୍ଡାମାଳ ।ବନ୍ଦୀ ଭାଟ କଏବାର ସ୍ତୁତି ପାଠପଢ଼ିନଟ ଗଣିକା ଛାମୁରେ ନୃତ୍ୟ ଗୀତ କରି ।ଜଉତିଷେ ପାଞ୍ଜି ତୋଳି କହି ଦିନ ବାରପରିବାରୀମାନେ ଖଟିଛନ୍ତି ଯେ ଯାହାର ।ଶ୍ୱେତ ଛତ୍ର ଶ୍ୱେତ ଦୂବ ଶ୍ୱେତ ପୁଷ୍ପ ତିନିଶ୍ୱେତ ରତ୍ନ ଶ୍ୱେତ ବସ୍ତ୍ର ରାଜା ଅଛି ଘେନି ।ନିଃଶ୍ୱାସ ବାରି ଦକ୍ଷିଣ ପାଦ ଆଗ କରିରଥ ଆରୋହି ଦିଗ୍ବିଜେ କଲା ଦଣ୍ଡଧାରୀ ।ଅଗ୍ନିକୋଣ ମାଡ଼ି ରାଜା ହୋଇଲେ ବାହାରସଙ୍ଗତେ ଗୋଡ଼ାଇଛନ୍ତି ବହୁ ନୃପବର ।ରଥ ରଥୀ ଗଜ ଅଶ୍ୱ ପଦାତି ଅଗଣବଜାନ୍ତି ଯେ କୋଟି କୋଟି ଟମକ ନିଷାଣ ।ଢୋଲ ଦମାଲୁ ମର୍ଦ୍ଦଳ ଭେରୀ ବୀରତୂରେମୃଦଙ୍ଗ ଚାଙ୍ଗୁ ତବଲା ଝିଞ୍ଜୀର ଝଙ୍କାରେ ।କଡ଼ା କୁଣ୍ଡଳୀ ସିହାଣୀ ବଗଡ଼ ଢୋଲକଦୋସରି ଅଳାବେଣୀ ଯେ ଡେମ୍ଫ ଯୋଡ଼ିଶଙ୍ଖ ।ପଟା କୁଣ୍ଡଳୀ କାହାଳୀ ଗିନା ରାମତାଳିଡିବି ଡିବି ଡମ୍ୱରୁ ଯେ ପଡ଼େ ହୁଳହୁଳି ।ନାରୀଏ ମଙ୍ଗଳ ଗୀତ ନାନା ବାଦ୍ୟ ଧ୍ୱନିକମ୍ପଇ ବ୍ରହ୍ମାଣ୍ଡଖଣ୍ଡ କମ୍ପେ ପୁର ତିନି ।ଛତିଶ ଆୟୁଧ ଧରି ରାଉତେ ଯେ ସଜବାସ୍ତରି ଆୟୁଧ ଘେନି ସଜାଡ଼ିଲେ ଗଜ ।ବେନିଶତ ଆୟୁଧରେ ସଜା ରଥ ରଥୀପାଞ୍ଚ ପରାର୍ଦ୍ଧ ଆୟୁଧେ ସଜ ଯେ ପଦାତି ।ଅକଳନା ବଳ ଘେନି ଗଲେ ଯେଝାମତେସଂଗ୍ରାମକୁ ସଜ ହୋଇଯାନ୍ତେ ପଥେ ପଥେ ।ଉଦ୍ଦଣ୍ଡ ଆଲମ୍ୱ ଏକ ଲକ୍ଷ ପନ୍ତି ପନ୍ତିବିବଧ ଶ୍ୱେତ ଚାମର ଦୂରୁ ଶୋଭା ପାନ୍ତି ।ମେଘ ଡମ୍ୱରୁ ଆବର ବାଦ୍ୟ ଫିରି ଫିରିନିରନ୍ତର ସମୁଦ୍ରର ଉଠେ କି ଲହରୀ ।ରଥମାନଙ୍କ ଘୋଷଣା ଗଜଙ୍କ ଧାଉଡ଼ିଅଶ୍ୱଙ୍କର ହ୍ରେଷାରବ କ୍ଷୁରାଘାତ ବଢ଼ି ।ପଦାତିଙ୍କର ଗର୍ଜ୍ଜନ ଘଣ୍ଟାନାଦ ଶୁଣିଟଳମଳ ବସୁନ୍ଧରୀ କମ୍ପେ ସପ୍ତଫଣି ।ରଥ ଉପରେ ପତାକା ଦିଶେ ବିତପନଫରହର ମାଳ ମାଳ ଉଡ଼େ ନାନାବର୍ଣ୍ଣ ।ଅଷ୍ଟ ରତ୍ନରେ ନିର୍ମାଣ ବିଚିତ୍ର ମଣ୍ଡଣିମଧ୍ୟାହ୍ନ ସମୟେ ଯେହ୍ନେ ଅସ୍ତ ଦିନମଣି ।ଆଗ ପଛେ ବାମ ଡାହାଣରେ ଛନ୍ତି ବେଢ଼ିକୋଶେ ଯାଇ ପଛକୁ ଚାହାନ୍ତି ଆଗବଢ଼ି ।ଚୌରାଶି ଯୋଜନ ମାଡ଼ି ଚଳେ ସମଦଣ୍ଡବାଦ୍ୟ ନାଦ ଶବ୍ଦେ କମ୍ପେ ଭୂମି ନବଖଣ୍ଡ ।ମାର ମାର ଧର ଧର ଶବ୍ଦ ଘୋର ଡାକଆକାଶ କମ୍ପି କମ୍ପିଲା ସ୍ୱର୍ଗ ଦେବଲୋକ ।ଖାଲ ଡିଙ୍ଗର ପର୍ବତ ଭାଙ୍ଗି ହେଲା ବାଟମଥୁରାକୁ କଟକାଇ କରି ସର୍ବ ଥାଟ ।ଶୁଣ ପରୀକ୍ଷ ବଦନ୍ତି ଶୁକ ମହାଯତିଶ୍ରୀହରିବଂଶ ପୁରାଣ ପୁଣ୍ୟତମ କୀର୍ତ୍ତି ।ଏ ପ୍ରକାରେ ଚଳଇ ସେ ମଗଧ ଈଶ୍ୱରଆପଣା ରାଜ୍ୟୁ ବାହାର ହେଲା ରାଜେଶ୍ୱର ।ରାଜାଏ ଗୋଡ଼ାଇଛନ୍ତି ତାର ପଛେ ପଛେରବି ଅସ୍ତେ ରହିଲେ ସେ ପଦ୍ମାବତୀ କାଛେ ।ହରି କନ୍ଦର ବୋଲିଣ ଏକଇ ପର୍ବତସୌରାଷ୍ଟ୍ର ଦେଶରୁ ଆସି ସେ ନଦୀ ସଙ୍ଗତ ।ବିଶାଶଏ ଯୋଜନ ସେ ଗିରିର ବିସ୍ତାରପାର୍ବତୀଙ୍କି ଘେନି ତହିଁ ଥିଲେ ଦେବହର ।ବିଶ୍ୱକର୍ମାର ଗଠନ ନବରେକ ତହିଁସେ ନବରେ ପୂର୍ବେ ଥିଲେ ସେ ଈଶ୍ୱର ରହି ।ସେ ନଦୀ ମାଡ଼ି ରହିଛି ଜରାସନ୍ଧ ରାୟଶାଢ଼ୀଘର ଟାଣି ରହିଛନ୍ତି ସବୁରାୟ ।ସେହି କ୍ରମରେ ରାଜାଙ୍କୁ ଦେଲେ ତହିଁ ଠାବହସ୍ତୀ ଘୋଡ଼ାଙ୍କ ଚରଣି ଦେଇ ରାଜଦେବ ।ପାଣି ଖାଦ୍ୟ ଖାଇ ସୁସ୍ଥ ହୋଇଲେ ସକଳରାନ୍ଧି ଭୁଞ୍ଜି ଯେ ଯାହାରେ ନିଦ୍ରା ସର୍ବ ବଳ ।ମଣୋହି କଲେ ଯୋଗାଡ଼ ପାଇ ରାଜଗଣସୁସ୍ଥ ହୋଇଣ ରଜନୀ ବଞ୍ଚିଲେ ସେ ଦିନ ।ଯଥା ଅନୁକ୍ରମେ ରାଜବିଧି ଯେ ଭିଆଣରାତ୍ରକ ତହିଁ ବଞ୍ଚିଲେ ଚତୁରଙ୍ଗ ସୈନ୍ୟ ।ଏସନ ବାରତା ଶୁଣି ନାରଦ ଯେ ମୁନିଶ୍ରୀକୃଷ୍ଣ ତହିଁ ମିଳିଲେ କରି ହରିଧ୍ୱନି ।ଖଣ୍ଡେ ଦୂରକୁ ତପୀଙ୍କି ଦେଖି ଦେବ ହରିଆସନ ଛାଡ଼ି ଉଠିଣ ପ୍ରଣାମ ଯେ କରି ।ଷଡ଼ ଅର୍ଘେ ପାଦଧୂଳି ଧୂପ ଦୀପ ଦେଇଭୋ ମୁନି କି କାର୍ଯ୍ୟ ଏଥେ ପଚାରି ବିନୟି ।ନାରଦ ବୋଇଲେ ତୁମ୍ଭେ ସର୍ବଜ୍ଞ ପୁରୁଷଭୂତ ଭବିଷ୍ୟତ କଥାମାନ ହୁଏ ଦୃଶ୍ୟ ।ଶାରଦା ବଲ୍ଲଭ ତୁମ୍ଭେ ଲକ୍ଷ୍ମୀଦେବୀ ନାହାମୁଁ କିସ କହିବି ତୁମ୍ଭେ ନ ଜାଣ ବା କାହା ।ଏ ବିଶ୍ୱକଥା ତୁମ୍ଭଙ୍କୁ ଲାଗେ ସିନା ସବୁଅସୁର ମାରି ଦେବଙ୍କୁ ସ୍ୱର୍ଗପୁର ଦେବୁ ।ମଗଧ ଈଶ୍ୱର ଜରାସନ୍ଧ ନରପତିଗହଣରେ ଚାରିଊଣା ଲକ୍ଷେକ ନୃପତି ।ନରପତିମାନଙ୍କର ଅଙ୍ଗବଳ ଯେତେସଂକ୍ଷେପି କରିଣ ତାହା କହିବଇଁ କେତେ ।ସବୁ ରାଜା ଆସିଛନ୍ତି ଯୁଦ୍ଧେ ପରିଘାଇତୁମ୍ଭଙ୍କୁ ଧରିବେ ବୋଲି ମନେ କରି ସେହି ।ହିନ୍ଦୁ ଆଦି କରି ଯେତେ ପାପିଷ୍ଠ ସଇନିସର୍ବେ ଏକରୁଣ୍ଡ ହୋଇ ଜରା ସଙ୍ଗେ ଘେନି ।କାଲି ସାତ ଘଡ଼ିରେ ସେ ବେଢ଼ିବେ ତୋ ଗଡ଼ଜୁଆଇଁ ନାତିର ଛଳେ ପ୍ରାଣ କରି ଗାଢ଼ ।ତୁମ୍ଭର ବଳେ ଜରାକୁ ନୁହଇ ଯେ ମାରିବାଟ କାଟି ଗଡୁଁ ଏବେ ଯାଅ ଅପସରି ।ଶିଶୁପାଳ ରୁକ୍ମଣ ଯେ ଶାଲ୍ୱ ଦନ୍ତବକ୍ରଏହାଙ୍କ ନାମ ଧଇଲେ କମ୍ପେ ଦେବ ଶକ୍ର ।ବାଣାସୁର ବଜ୍ରନାଭ ନାରକା ଏ ତିନିନିମିଷେ ଜିଣି ପାରନ୍ତି ସକଳ ମେଦିନୀ ।ସଙ୍ଗତେ ଆସି ଅଚନ୍ତି ଭାଇବନ୍ଧୁ ଗଣକାଶୀପତି ଭଗଦତ୍ତ ଆଦି ନୃପଗଣ ।ଅଛନ୍ତି ସେ ସଦାଶିବଠାରୁ ବର ପାଇଜଳସ୍ଥଳ ଅନଳରେ କାହିଁ ମୃତ୍ୟୁ ନାହିଁ ।ଦୁର୍ବାର ନିଶାଚର ସେ ସଙ୍ଗେ ସୈନ୍ୟଗଣଅବଶ୍ୟ ଉପ୍ରୋଧ ଛାଡ଼ି କରିବେ ସେ ରଣ ।ହାନି ଲାଭ ବିଚାରିଣ କାର୍ଯ୍ୟ ଏବେ କରଜିଣି ନ ପାରିଲେ ହୁଅ ବେଳହୁଁ ଅନ୍ତର ।ଶ୍ରୀକୃଷ୍ଣ ବୋଇଲେ ମୁନି ତୁମ୍ଭ ପ୍ରସାରୁକୋଟି କୋଟି ଜରାସନ୍ଧ ଯୁଦ୍ଧେ ଜିଣିପାରୁ ।ଅନେକ ଦାନବ ହେଲେ ପୃଥ୍ୱୀରେ ପ୍ରକାଶଦେବତା ଗୁରୁ ବ୍ରାହ୍ମଣ କରନ୍ତି ବିନାଶ ।ଏମାନେ ନ ମଲେ ପୃଥ୍ୱୀଭାର ନୁହେ କ୍ଷୟପୂର୍ବର ଭିଆଣ ଏହା ଦେବଙ୍କ ଉପାୟ ।ଏକାବେଳେ ଏତେ ଲୋକ ପାଇ ଆମ୍ଭେ କାହିଁଜରାସନ୍ଧ ସମସ୍ତଙ୍କୁ ଆଣୁଛି ରୁଣ୍ଡାଇ ।ଦେବକାର୍ଯ୍ୟପାଇଁ ଏଥୁ ମାରି କିଛି କିଛିଶ୍ରୀକୃଷ୍ଣ ବାକ୍ୟେ ସନ୍ତୋଷ ହେଲେ ବ୍ରହ୍ମବତ୍ସି ।କଳି ଧୂକୁଡ଼ି ମୁଣିରୁ ଧୂଳିମୁଠା କାଢ଼ିପକାଇ ଦେଇ ନାଚନ୍ତି ଲାଗୁ ଲାଗୁ ବୋଲି ।ସେ ଦିନ ମଥୁରାପୁରେ ରହି ତପଶାଳୀବୋଇଲେ ରାତ୍ର ପାହିଲେ ଦେଖିବା ନ କଳି ।ଏଥୁ ଅନନ୍ତରେ ରାଜା ଉଗ୍ରସେନ ରାଇନିଅବକାଶରେ ଆଜ୍ଞା ଦେଲେ ଲକ୍ଷ୍ମୀସାଇଁ ।ବୋଇଲେ ମଥୁରାପୁରେ ପୁଣ ଜରା ଧାଡ଼ିକାଲି ସାତଘଡ଼ି ବେଳେ ବସିବ ସେ ମାଡ଼ି ।ଏହିକ୍ଷଣି କହିଲେ ନାରଦ ତପୋନିଷ୍ଠଗନ୍ଧମାଦନକୁ ତୁମ୍ଭେ ଯାଅ ଘେନି ଥାଟ ।ଧନ ଜନ ଗୋରୁ ଦ୍ରବ୍ୟ ସବୁ ଯିବ ଘେନିପର୍ବତ କନ୍ଦରେ ରହ ତୁମ୍ଭେ ଦିନା ତିନି ।ବାଳ ବୃଦ୍ଧ ଯୁବାସ୍ତିରୀ ଯିବ ସର୍ବ ନେଇଜରାସନ୍ଧ ବାହୁଡ଼ିଣ ଯାଉ ହେଳ ହୋଇ ।ଏମନ୍ତ ଆଦେଶ ଯହୁଁ ଜଗନ୍ନାଥ ଦେଲେକୁଟୁମ୍ୱକୁ ଉଗ୍ରସେନ ଘେନି ଚଳିଗଲେ ।ଯାଦବଙ୍କୁ ଆବୋରିଲେ ବଳଦେବ ସ୍ୱାମୀଗଡ଼ ଭିତର ଆବୋରି ଦେବ ଅନ୍ତର୍ଯ୍ୟାମୀ ।ଅର୍ଗଳି ପୋତି ପାଡ଼ିଲେ ଦ୍ୱାରକା କବାଟଲୌହ ଦଣ୍ଡର ଧାରଣା ନିରୋଥିଲେ ବାଟ ।ବିଶ୍ୱକର୍ମାର ନିର୍ମାଣ ଲକ୍ଷ୍ମୀର ପାଟଣାଚାରିପାଖ ନବତଳ ଗଭୀର ଯେ ଖଣା ।ଚାଙ୍ଗୁମୁହାଁ ଫେରମୁହାଁ ବାଘମୁହାଁ ଘରଲଗାଇଛି ଛିଟିକିଣି ପିଢ଼ାର ଉପର ।ଏରୂପେ ଅସ୍ତ୍ର ଭିତରେ ସଜାଡ଼ିଣ ରହିବାଣ୍ଟି ରଖିଲେ ଅଶ୍ୱଙ୍କୁ ମୁହଁରେ ରଖାଇ ।ସାତବଂଶ ଯାଦବ ଚୌରାଶୀକୋଟି ବଳଏକକୁ ଆରେକ ଯୋଦ୍ଧା ରଣେ ଅନର୍ଗଳ ।ଜଗଦ୍ବନ୍ଦନ ନାଥଙ୍କ ସଙ୍ଗ ଆଶ୍ରାପାଇଗନ୍ଧର୍ବ ଆଦି କାହାକୁ ମନେ ଶଙ୍କା ନାହିଁ ।ଏଥୁ ଅନନ୍ତରେ ସେ ଯେ ଜରାସନ୍ଧ ରାୟେରାତ୍ର ସାତଘଡ଼ି ମାନେ କଲାକ ବିଜୟେ ।ମନର ସନ୍ତାପ ବାଧା ଲାଗିଛି ଉଚ୍ଚାଟରାତ୍ରେ ଚଳାଇ ଅଛନ୍ତି ଭୟଙ୍କର ଥାଟ ।ଟମକ ନିଶାଣ ବାଜେ ବୀରତୂର ଧ୍ୱନିପାଦଭରେ କମ୍ପୁଅଛି ସକଳ ମେଦିନୀ ।ସମଦଣ୍ଡ ଚଳାଇଣ ଆସି ଅତିବେଗେସାତଦଣ୍ଡ ମିଳି ଆସି ଯମୁନା ସଂଯୋଗେ ।କାଳିନ୍ଦୀ ପାରି ହୋଇଣ ବନଗିରି ମାଡ଼ିସଂଭ୍ରମେ ଯାଇ ମଥୁରାପୁର ଗଡ଼ ବେଢ଼ି ।ମଗଧେଶ ଆଜ୍ଞାଦେଲେ ରାଜାଗଣ ଚାହିଁଏକମୁଖେ ଗଡ଼ଦ୍ୱାରେ ଲାଗତୁମ୍ଭେ ଯାଇଁ ।ଚାରିଦ୍ୱାରେ ଥାଟ ବାଣ୍ଟି କଲେ ସେ ପ୍ରୟାଣସିଂହଦ୍ୱାରେ ଆବୋରିଣ ରହେ ନୃପରାଣ ।ସେ ଦ୍ୱାରେ ଚବିଶସସ୍ର ରାଜା ବଳଘେନିତେଇଶ କ୍ଷଉଣୀ ବଳ ଥାଟ ଯେ ପଲାଣି ।ଏକ ଏକ ରାଜାଙ୍କର ଦଶ ବିଂଶକ୍ଷୌଣୀଗଣନା ନ ଯାଇ ସିନ୍ଧୁ ଅକଳିତ ଜାଣି ।ଏକୋଇଶ ରାଜା ୟାଙ୍କ ସଙ୍ଗରେ ମୁକୁଟବିଂଶତ୍ରିଶକ୍ଷୌଣୀ ଏକ ରାଜାଙ୍କର ଥାଟ ।ପଶ୍ଚିମ ଦ୍ୱାରକୁ ଆବୋରିଲେ ମହାବଳପ୍ରଚଣ୍ଡ ଦାବାନଳ କି ତେଜ ବିକରାଳ ।ତେଇଶି କ୍ଷଉଣୀ ଘେନି ରାଜା ଶିଶୁପାଳସେନାପତିଏ ଆବୋରି ଦକ୍ଷିଣ ଯେ ଦ୍ୱାର ।ରଥୀ ମହାରଥୀ ବୀର ଯୋଦ୍ଧା ଆଦିକରିଧାମନ୍ତି ଯେ ମୁଖ୍ୟମାନ କରେ ଅସ୍ତ୍ର ଧରି ।ଅନ୍ତର୍ଯ୍ୟାମୀ ନାରାୟଣ ସ୍ୱାମୀ ଲକ୍ଷ୍ମୀସାଇଁବଳରାମଙ୍କୁ ବୋଇଲେ ଉତ୍ତରକୁ ଯାଇ ।ଆପେ ଜରାସନ୍ଧ ତହିଁ ଅଛି ପରିଘାଇସମର ଅସଂଖ୍ୟ ହେଲେ ଯିବ ପିଠିଦେଇ ।ସୁରଥକୁ ବୋଲେ ତୁହି ପୂର୍ବଦ୍ୱାରେ ରହବାଇଶି ସହସ୍ର ଘେନି ବଇରାଷ୍ଟ୍ର ପୁଅ ।ଜରାସନ୍ଧର ପୁତୁରା ଶିଶୁପାଳ ପିତାମହାରଥୀଙ୍କ ସଙ୍ଗେ ସେ ଅଟଇ ଗଣିତା ।ସଂଗ୍ରାମେ ନ ପାରି ଯେବେ ଯିବ ଅପସରିନିଶ୍ଚେଁ ଯୁଦ୍ଧରେ ହାରିବେ ସେହୁ ଯେ ବଇରୀ ।ଅନାଧୃଷ୍ଟ କୃତବର୍ମା ଅକ୍ରୂର ଏ ତିନିଏମାନେ ତୁମ୍ଭ ସଙ୍ଗରେ ଥିବେ ସୈନ୍ୟ ଘେନି ।ଗୋବିନ୍ଦ ଜ୍ଞାନ ପ୍ରମାଣେ ସୁନାସ କୁମରବହୁସୈନ୍ୟ ଘେନି ଆବୋରିଲା ପୂର୍ବଦ୍ୱାର ।ଉଦ୍ଧବ ସହସ୍ରାଜିତ ଆବର ବିଦୁରଏ ତିନିଙ୍କୁ ପଠାଇଲେ ପଶ୍ଚିମ ଦୁଆର ।ଶାଲ୍ୱରାଜ ଦନ୍ତବକ୍ର ରୁକ୍ମଣ ସହିତେଏକୋଇଶ ରାଜା ଘେନି ଅଛନ୍ତି ସଙ୍ଗତେ ।ତୁମ୍ଭେ ଯା ସଂଗ୍ରାମ କର ଏହାଙ୍କର ତୁଲେପିଠି ଦେଇଣ ଆସିବ ଯୁଦ୍ଧେ ନ ପାରିଲେ ।ସାତ୍ୟକି ବୋଇଲେ ଦେବ ତୁମ୍ଭ ପ୍ରସାଦରୁସହସ୍ରେ ଇନ୍ଦ୍ର ହେଲେ ତ ଆମ୍ଭେ ଜିଣିପାରୁ ।ତୁମ୍ଭେ ଯେବେ ଅନୁଗ୍ରହ କର ଦେବରାୟେଦେବାସୁରଙ୍କୁ ଆମ୍ଭର ନାହିଁ କିଛି ଭୟେ ।ଶୁଣିଣ ପରମ ତୋଷ ହେଲେ ଦେବହରିଯାଦବ ସୈନ୍ୟ ବାଣ୍ଟିଲେ ଚାରିଭାଗ କରି ।ଚୌରାଶୀ କୋଟି ଯାଦବ ସର୍ବେ ମହାରଥୀକ୍ଷଣେକେ ଜିଣି ପାରନ୍ତି ଚରାଚର ପୃଥ୍ୱୀ ।ବାସ୍ତରି କୋଟି ଯାଦବ ତିନିଦ୍ୱାର ଗଲେଠାବ ଠାବ ହୋଇଣ ସେ ବାଣ୍ଟିଣ ରହିଲେ ।ଶୁକ ବୋଇଲେ ହେ ଶୁଣ ପରୀକ୍ଷ ନୃପତିବିଷ୍ଣୁର ପୁରାଣ ଏହୁ ଅଟେ ପୁଣ୍ୟକୀର୍ତ୍ତି ।ପବିତ୍ର ଗଙ୍ଗାଜଳ ଏ ଗ୍ରନ୍ଥ ପୁଣ୍ୟମୟେଇଦଂ ଦଶମ ଅଧ୍ୟା ଯେ ସମାପତ ହୁଏ ।ଏଥୁ ଅନନ୍ତରେ ଜରାସନ୍ଧର ସଇନିସଂଗ୍ରାମ କରନ୍ତି କରେ ନାନାଶସ୍ତ୍ର ଘେନି ।ଦମଘୋଷ ନରପତି ପୂର୍ବଦ୍ୱାରେ ଥିଲେରଥ ଆରୋହିଣ ଯୁବରାଜା ଯେ ମିଳିଲେ ।ଅପୂର୍ବ ଧନୁ ଧରିଛି ସେ କୁମରମଣିରୂପେ ପଟାନ୍ତର କୋଟି କନ୍ଦର୍ପକୁ ଜିଣି ।ଦ୍ୱିତୀଇନ୍ଦ୍ର ପ୍ରାୟେ ଦିଶେ ସୁନାସର ବତ୍ସସମସ୍ତେ ଗୋଡ଼ାଇଛନ୍ତି ତାହାଙ୍କର ପଛ ।ପ୍ରବେଶ ମାତ୍ରକେ ଆବୋରିଲା ସେହୁ ଦ୍ୱାରଦେଖିଣ ବସିଲା ଦମଘୋଷ ନୃପବର ।ବୋଲେ ଉଗ୍ରସେନ ବଂଶ ତୁ ସୁନାସ ବଳାସପତାଙ୍ଗେ ନାଶଯିବୁ ବେଗେ ଏଠୁ ପଳା ।ଏ ଯଦୁ ଭୋଜବଂଶକୁ ଅଟୁ ତୁ କାରେଣିଅକୂଳ ସମୁଦ୍ରେ ଭେଳା ବୁଡ଼ାଉଛୁ ଆଣି ।ଦେଖୁ ଦେଖୁ ଜଳନ୍ତା ଅନଳେ ଝାସୁଅଛୁସ୍ୱହସ୍ତେ କେମନ୍ତେ ପୁଣି ବିଷ ତୁ ଖାଉଛୁ ।ନ ଜାଣୁ କି ଜରାସନ୍ଧ ରାଜା ବଳ ତୁହିଜାଣି ଶୁଣି ତୁ ମୋ ଆଗେ ଯୁଝି କିସପାଇଁ ।ନବଦ୍ୱୀପ ସପ୍ତସିନ୍ଧୁ ଜିଣିଛି ସମରେଛୟାଣୋଇ ସସ୍ର ରାଜା ବନ୍ଦୀ ଯାର ଘରେ ।ବାଣାସୁର ବଜ୍ରନାଭ ନାରକା ଶମ୍ୱରଭାଇ ବନ୍ଧୁଗଣ ଛନ୍ତି ସଙ୍ଗତେ ଯାହାର ।ଚାରିଊଣା ଲକ୍ଷେ ରାଜା ଯହିଁ ହୋଇ ମେଳିଏଥେ କି କାର୍ଯ୍ୟ କରିବୁ ସାନ ତୋହ ଭଳି ।ପଶା ଶକଟା ନୁହଇ ନୁହେ ଦ୍ୟୁତଖେଳଆସିଲେ କୃତାନ୍ତକ ଦେବ ଆସି ପୂରେ କାଳ ।ପ୍ରତ୍ୟକ୍ଷରେ ଏହା ଦେଖି ନ କରୁ ତୁ ଭୟତୋଠାରୁ ତୋହର ବଂଶ ହୋଇବଟି କ୍ଷୟ ।ତୋ ପିତାର ଜ୍ୟେଷ୍ଠଭ୍ରାତା କଂସରାଜା ଥିଲାବିଶ୍ୱାସଘାତକେ କୃଷ୍ଣ ତାହାକୁ ମାଇଲା ।ତହିଁ ନିମନ୍ତେ ଆସିଛି ଜରା ପରିଘାଇଜାଣିପାରିଲେ ତୁମ୍ଭର କାର୍ଯ୍ୟ ଅଟେ ଏହି ।ଏଥିର ନିମନ୍ତେ ତୋର କିପାଁରେ ଅମର୍ଷକୁଳ ଏଠାରୁ ବୁଡ଼ିବ ଯିବୁ ତୁହି ନାଶ ।ତୁ କେହ୍ନେ ଜାଣିବୁ ଜଣା ସମର ଆର୍ଦ୍ଦୋଳିପିମ୍ପୁଡ଼ି ପରାକ୍ରମେ କି ପର୍ବତକୁ ଟାଳି ।ତୁ ମୋହର ବନ୍ଧୁପଣି ଅଟୁ ପ୍ରାଣସରିମୋହର ହାତେ ତ ତୋତେ ନୁହଇ ରେ ମାରିତୁ ଆନଲୋକେ ଛାମୁରେ ଯେବେ ପଡ଼ିଥାନ୍ତୁଏତେବେଳ ଯାକେ କିରେ ପ୍ରାଣ ପାଇଥାନ୍ତୁ ।ଅକଳିତ ସାଗର ଏ ଜରାସନ୍ଧ ବଳଛୟାଣୋଇସସ୍ର ରାଜା ହୋଇଛନ୍ତି ଠୁଳ ।ଏକ ରାଜାଏ ଇନ୍ଦ୍ରକୁ କରିପାରେ ନାଶବାଳୁତ ହୋଇ ତୋରରେ ଏଡ଼େକ ସାହସ ।ମୁଢ଼ପ୍ରାୟ ମଣି କଲୁ ଏ ସାହସ କର୍ମଜାଣୁ ଜାଣୁ ଆମ୍ଭେ କେହ୍ନେ କରିବୁ ଅଧର୍ମ ।ତୋ ପିଉସୀ ଦଇବକୀ ନାମରେ କାମିନୀଆମ୍ଭ ପାଟବଂଶୀ ଶିଶୁପାଳର ଜନନୀ ।ତୋହର ଦୋଷମାନ ସେ ନ ଜାଣିଲେ କିଛିପଛେ ଶୁଣିଣ କହିବେ ଆମ୍ଭଙ୍କୁ ସେ ବାଛି ।କିଛି ନ କହି ପଳା ଯା ଏଥୁ ପିଠିଦେଇନୋହିଲେ ଜରାର ଆଗେ ସମର୍ପିବି ନେଇ ।ରାମ କୃଷ୍ଣ ବଚନକୁ ଯାଉଛୁ ବିଶ୍ୱାସନାନାଦି ପ୍ରକାରେ ତୋତେ କରିବେ ସେ ନାଶ ।ତୁ ନାଶ ଗଲେ ତାଙ୍କର ଭୀତି ଯିବ ଛାଡ଼ିଅକଣ୍ଟକ ମଥୁରାକୁ ବସିବେ ମାଡ଼ି ।ଏମନ୍ତ ବାକ୍ୟ ସେ ଦମଘୋଷ ମୁଖୁ ଶୁଣିକୋପେ କାଳାନଳ ମୂର୍ତ୍ତି ହୋଇ ବୀରମଣି ।ଲାଞ୍ଜମାଡ଼ୁ କାଳସର୍ପ ଯେସନେ ଗର୍ଜ୍ଜଇତେସନେ ଗରଜି ଧନୁ ଧରି ଗୁଣଦେଇ ।ବୋଲେ ମୋ ଛାମୁରେ କରୁ କିପାଁ ଏଡ଼େଦର୍ପଅର୍ଜିଲୁ ତୁ ବିଷ୍ଣୁ ନିନ୍ଦା କରି ମହାପାପ ।ଆପଣା ମହିମା ଆପେ ବଖାଣ କି କରୁନିଶ୍ଚୟ ଜାଣିଲି ତୁରେ ଜୀଉ ଜୀଉ ମଲୁ ।ତୁ କିସ ମୋତେ ଅଧିକ କହୁଅଛୁ ଆଜଅଥଳ ସମୁଦ୍ରେ କାର୍ଯ୍ୟ କାଠ ପୋତି ଖୋଜ ।ଏକା ସୂର୍ଯ୍ୟ ଘୋଟିଛନ୍ତି ଏ ବ୍ରହ୍ମାଣ୍ଡଯାକସର୍ବ ସାଗର ମନ୍ଥିଲା ଏକା ମନ୍ଦରେକ ।ଏକା ଗରୁଡ଼ ଯେ ପୁଣି ବିନତା ନନ୍ଦନସ୍ୱର୍ଗ ମଞ୍ଚ ପାତାଳରେ ଧ୍ୱଂସି ନାଗଗଣ ।ଏକା ଯାମିନୀ ସଂସାରଯାକ ଜାଣ ଘୋଟିସର୍ବଭୂତେ ବ୍ୟାପିଅଛି ଏକା ଆତ୍ମା ଗୋଟି ।ଏକା ଦେଖ କାମଦେବ ଧନୁର୍ଦ୍ଧର ପଣେଜିଣିଲା ସେ ଚାରିଖାନିଯାକ ପୁଷ୍ପବାଣେ ।ଏକାକୀ ବାସୁକୀ ଅଛି ଧରିଛି ଶୟଳଏକା ଇନ୍ଦ୍ର ବଜ୍ର ମାରି ଜିଣି ଗିରିମାଳ ।ଏକା ମେରୁ ଆଶ୍ରେ ରହିଛନ୍ତି ସର୍ବ ଦେବାଏକା ଚନ୍ଦ୍ରକେ ସଂସାରଯାକ ଦିଶେ ଶୋଭା ।ଏକା ସେ ନାଭିକମଳୁ ଜାତ ପରମେଷ୍ଠିଏକା ନିମିଷକେ ସର୍ଜି ଚରାଚର ସୃଷ୍ଟି ।ଏକା ଅଗ୍ନି ଘୋଟିଅଛି ଦେଖ ସୃଷ୍ଟିଯାକଏକା ରାମନାମେ ପାଇ ବଇକୁଣ୍ଠ ଲୋକ ।ଏକା ଜଳକୁ ସକଳ ଜନ ଗ୍ରାସ କରିଏକା ପୃଥ୍ୱୀ ଚରାଚର ପ୍ରାଣୀ ଅଛି ଧରି ।ଏକା ପବନ ସବୁରି ଅଙ୍ଗେ ଦେଖ ଲାଗିଏକା ବ୍ରହ୍ମଜ୍ଞାନ ସାଧି ଶିବ ମହାଯୋଗୀ ।ଏକା ଆକାଶ ଦିଶଇ ଦେଖ ବିଶ୍ୱମୟଏକା ବାସୁଦେବ ତେହ୍ନେ ସବୁ କରି କ୍ଷୟ ।ଏକାକୀ ହୋଇ ଦେବକୀ ଗର୍ଭେ ଅବତରିଅବଶ୍ୟ ଦ୍ୱାପର ଭାର ହରିବେ ସେ ହରି ।ସଜ୍ଜନ ପାଳି ଦୁର୍ଜ୍ଜନ କରିବେ ବିନାଶକୂଟ କପଟିଆ ହରି ସେହି ଜଗଦୀଶ ।ତୁ ମୋର ବଚନ ଏବେ ଶୁଣ ଦମଘୋଷପାଇବୁ କାରଣ ଯେବେ ଶରଣ ଯା ପଶ ।ଲେଉଟାଇ ନିଅ ଯାଉ ଜରାସନ୍ଧ ତ୍ରାସିନୋହିଲେ ଶରଣ ପଶୁ ପାଦ ପଦ୍ମେ ଆସି ।ଶୁଭାଶୁଭ କର୍ମ ଯେହୁ କରିପାରେ ଆନବଇରୀ ହୋଇ ବଞ୍ଚିବ କହ କେତେ ଦିନ ।କାଳସର୍ପ ମୁଖେ ହସ୍ତ ଭରି କିପାଁ ଚାଳକୃଷ୍ଣର ବଇରୀ ହେଲେ ପୂରିବଟି କାଳ ।ଏବେ ବୋଲି ଧନୁ ଧରି ଟେକି ବାମକରେତୀକ୍ଷ୍ଣ ମୁନା ବାଣ ଏକ ଧରି ରୋଷଭରେ ।ମନ୍ତ୍ରିଣ ସେ ବାଣ ଗୋଟା କର୍ଣ୍ଣଯାଏ ଟାଣିହୁଂକାର ଶବଦ କରି ପେଷେ ଗୁଣମଣି ।ପୁଣ ବେନିସସ୍ର ବାଣ ପୂରାଇ ବାବଲଅଭିମନ୍ତ୍ରଣ କରିଣ ପେଷେ ମହାମଲ୍ଲ ।କଙ୍କପକ୍ଷ ତୀକ୍ଷ୍ଣମୁନା ତିନିବାଣ ଧରିସଇନ୍ୟଙ୍କ ଉପରକୁ ପେଷି ରୋଷଭରି ।ପୁଣି ଅଧାଚନ୍ଦ୍ର ବାଣ ପେଷଇ ସେ ରାଗେମନ୍ତ୍ର ସୁମରି ପେଷଇ ଅସ୍ତ୍ର ବେଗେ ବେଗେ ।ସମରେ ସୁନାସସୁତ ବୀର ଅନର୍ଗଳାପ୍ରତ୍ୟକ୍ଷେ ପାଇଅଛି ସେ ବିଷ୍ଣୁ ନିଜକଳା ।ଚକ୍ଷୁ ପିଛଡ଼ା ମାତ୍ରକେ ମାରେ ସସ୍ରବାଣଦକ୍ଷିଣ ଭାଗ ସୈନ୍ୟକୁ ପେଷିଲା ତକ୍ଷଣ ।ପଞ୍ଚାଶ ସହସ୍ର ବାଣ ବାମଭାଗେ ପେଷିଦଶବିଂଶ ଯୋଦ୍ଧା ଏକା ବାଣକରେ ନାଶି ।ବାଣ ପଡ଼ି ବଳ ରଥଗଜ ମହୀ ଲୋଟିଆବର ଯାଦବମାନେ ମାରି ଲକ୍ଷ ଲୋଟି ।ଦମଘୋଷ ନୃପ ଦେଖି କାତର ହୋଇଲାଧନ୍ୟ ଯାଦବ ବୋଲିଣ ବହୁ ପ୍ରଶଂସିଲା ।ମୋହର ସଙ୍ଗେ ସଂଗ୍ରାମେ ତୋର ପରିତାଳଚମତ୍କାର ପଛକତି ମାରି ଶତେବଳ ।ପ୍ରଥମରେ ଅଣ୍ଟାଅଣ୍ଟି କଲାଣି ତ ଆଣିଆବର ଏହାକୁ ମୁହିଁ ପାରିବି କି ଜିଣି ।ଏତେ ବିଚାରି ଧଇଲା ଧନୁ ବାମ ଭୁଜେଅଭିମନ୍ତ୍ରଣ କରିଣ ପେଷିଲା ନାରାଚେ ।ସୁନାସ ପୁତ୍ର ତାହାକୁ ଦେଖି ଦୂରେ ଥାଇବାବଲ ପଞ୍ଚଶରେ ତା ଦେଲାକ ଉଡ଼ାଇ ।ପୁଣି ଦମଘୋଷ ରାଜା ଗୁଣ ଟଙ୍କାରିଲାବେଳକେ ତିନିସହସ୍ର ନାରାଚ ପେଷିଲା ।ଆବର ଶାରଙ୍ଗ ଲୋହ ଶର ଲୋହ କାନ୍ତିପେଷିଲା ପାଞ୍ଚସହସ୍ର ଶର ନରପତି ।ବାଣ ଆସନ୍ତେ କୁମର ଦେଲା ତହିଁ ଦୃଷ୍ଟିପାଶୁପତ ନାରାଚରେ ପକାଇଲା କାଟି ।ଦେଖି ଦମଘୋଷ ରାଜା ହେଲା କୋପାନଳମହାମେଘ ପରାୟେ ସେ ଗର୍ଜେ ଅନ୍ତରାଳ ।ପର୍ବତ ଶର ପେଷିଲେ ସେ ଯେ ନୃପଶ୍ରେଷ୍ଠିବଜ୍ରଶରରେ ସୁନାସନନ୍ଦନ ତା କାଟି ।କୁହୁକ ବାଣ ପେଷିଲେ ଦମଘୋଷ ରାୟେଅନ୍ଧକାର ହେଲା ପୃଥ୍ୱୀ ଦିଶେ ଧୂମମୟେ ।ଏକକୁ ଆରେକ ଦେଖା ନ ଗଲେ ଯେ କେହିଆପଣାକୁ ଉହାଡ଼ ଯେ ହେଲା ନିଜ ଦେହି ।ସୂର୍ଯ୍ୟାବର୍ତ୍ତ ଶର ପେଷି ସୁନାସ କୁମରଫିଟିଲା ଅନ୍ଧପଟଳ ଦିଶେ ଦିବାକର ।ଦେଖି ଦମଘୋଷ ରାଜା ବଳକ୍ଷୀଣ ହୋଇପନ୍ନଗ ଅସ୍ତ୍ର ପେଷିଲେ ରଣେ ପରିଘାଇ ।ଉଡ଼ନ୍ତି ସେ କାଳସର୍ପେ ଗଗନ ମଣ୍ଡଳେଲହ ଲହ ଜିହ୍ୱା ବୁଲାବନ୍ତି ଅନ୍ତରାଳେ ।ଫୁଫୁକାର ଗରଜିଣ ଉଭା କରି ଫଣାଜଳଧାରା ପରାୟେକ ଯାଆନ୍ତି ସେ ଜଣା ।ନିକଟେ ଦେଖିଣ ତାହା ଇନ୍ଦୁମତୀ ନାତିଗରୁଡ଼ ଅସ୍ତ୍ରକୁ ଗୁଣେ ବସାଇ ତଡ଼ତି ।ବାହାନାଦ କରି ବାଣ ବିନ୍ଧି ମନ୍ତ୍ର ପଢ଼ିଦେଖିକରି ସର୍ପମାନେ ଶୂନ୍ୟେ ଗଲେ ଉଡ଼ି ।ପୁନରପି ଦମଘୋଷ ମେଘାସ୍ତ୍ରକୁ ବିନ୍ଧିସୁନାସନନ୍ଦନ ବରୁଣାସ୍ତ୍ରେ ତାହା ଛେଦି ।ବେଳକୁ ବେଳ ସମର ବଢ଼େ ମହାବଳୀଦେଖି ଦମଘୋଷ ରାଜା କୋପେ ପରଜ୍ୱଳି ।ମହାମେଘ ପରକାର ଗର୍ଜ୍ଜେ ରୋଷଭରେଧନୁ ଛାଡ଼ି ବ୍ରହ୍ମଶକ୍ତି ଧରି ନିଜ କରେ ।ଜାଜ୍ୱଲ୍ୟ ଜ୍ୟୋତି ଯେସନେ ବହ୍ନି ଶିଖା ଦିଶିବିଜୁଳି ତେଜ ପରାୟେ ଦୂରକୁ ବିକାଶି ।ଦକ୍ଷିଣ ହସ୍ତରେ ଶକ୍ତି ଧରି ଊର୍ଦ୍ଧ୍ୱ ମାର୍ଗେସମ୍ଭାଳ ସୁରଥ ବୋଲି ମାଇଲାକ ରାଗେ ।ଶିବ ସେବି ପାଇଥିଲା ଦମଘୋଷ ରାୟେଗଣ ଗନ୍ଧର୍ବ ଦେବତା କଲେ ଦେଖି ଭୟେ ।ହସ୍ତରୁ ଫିଟନ୍ତେ ଧରି ଲକ୍ଷେକ ମୁରତିଦକ୍ଷ ପ୍ରଜାପତି ଯଜ୍ଞୁ ସେ ଶକ୍ତି ଉତ୍ପତ୍ତି ।ଅନେକ ଦିନୁ ସେ ଶର ଯତ୍ନେ ରଖିଥିଲେତପେ ତୋଷେ ହୋଇ ଦମଘୋଷ କରେ ଦେଲେ ।ଦମଘୋଷ ସୁରଥକୁ ନ ପାରନ୍ତେ ଜିଣିଅମୋଘ ବ୍ରହ୍ମଶକତି ପ୍ରହାରିଲା ଆଣି ।ନିଃଶ୍ୱାସ ମାତ୍ରକେ ଶର ଶୂନ୍ୟେ ଗଲା ଘୋଟିଏକୁ ଆନେକ ପ୍ରକାରେ ରୂପ ଧରି କୋଟି ।ଦେଖିକରି ସୁରଥ ଯେ ହେଲା କୋପଭରନାରାୟଣ ଶର କାଢ଼ି ଧଇଲାକ କର ।ଧନୁର୍ବେଦ ପଢ଼ି ଗୁଣେ ବସାଇଲେ ଆଣିତକ୍ଷଣେ ପେଷିଲେ ତାହା କର୍ଣ୍ଣଯାଏ ଟାଣି ।ଦମଘୋଷ ଶକ୍ତି ଅନ୍ତରୀକ୍ଷେ ଆସୁଥିଲାସୁରଥ ଶର ଯାଇଣ ତାହାକୁ ଭେଟିଲା ।ବାଣେ ବାଣେ ଆକାଶରେ ହେଲେ ପରିତାଳଘୋଟିଲା କି କାଳାନଳ ବହ୍ନି ଅନ୍ତରାଳ ।ଦୁର୍ଜ୍ଜୟ ଶକତି ଯେହ୍ନେ ନିର୍ଘାତରେ ଉଡ଼ିଉଲକାପାତ ପରାୟେକ ହେଲା ଘଡ଼ଘଡ଼ି ।ଦେଖିଣ ଶଙ୍କା ପାଇଲେ ସର୍ବ ନୃପମଣିବୋଇଲେ କିଂଭୂତ ଅଟେ ଆକାଶର ବାଣୀ ।ଶୁଣ ହୋ ପରୀକ୍ଷ ରାଜା କହି ଶୁକଯତିଦେଖି ଦମଘୋଷ ଲଜ୍ଜା ପାଇଲାକ ଅତି ।ବାଆଷଠି ଭାର ଗଦା ଘେନି ନିଜ କରେରଥର ଉପରୁ ଡେଇଁପଡ଼େ ଧାତିକାରେ ।ଉଡ଼ନ୍ତା ପର୍ବତ ଜାଣି ଦିଶେ ତାର କାୟେରୋଷରେ ଗର୍ଜି ଧାମଇ କେଶରୀ ପରାୟେ ।ଦେଖିକରି ସୁରଥ ଯେ ହାବୋଡ଼ାସ୍ତ୍ର ମାରିଉତ୍ତାନେ ପଡ଼ିଲା ଦମଘୋଷ ଦଣ୍ଡଧାରୀ ।ଅର୍ଦ୍ଧଘଡ଼ି ପରିଯନ୍ତେ ମୂର୍ଚ୍ଛିତ ସେ ହୋଇସୈନ୍ୟମାନେ ଦେଖି ହସିଲେକ ତାଳିଦେଇ ।ଦମଘୋଷ ଲଜ୍ଜାପାଇ ପାଦଗତି ହୋଇସୈନ୍ୟ ଭିତରେ ପଶିଲା ମୁହଁକୁ ଲୁଚାଇ ।ବାଇଶି ସହସ୍ର ରାଜା ଆତଙ୍କ ହୋଇଲେସେନାପତି ହାରିଯାନ୍ତେ ସର୍ବେ ଭୟ କଲେ ।ଛିନ୍ନଛତ୍ର ହୋଇକରି ଗଲେ ସେ ସକଳଗୋଡ଼ାଇ ଯାଦବେ ବିନାଶିଲେ ବହୁବଳ ।ଏଥୁ ଅନନ୍ତରେ ପୁଣି ଶୁକମୁନି ଭଣିଶୁଣ ପରୀକ୍ଷ ନୃପତି ସୁଧାରସ ବାଣୀ ।ରୁକ୍ମଣ ଦନ୍ତବକ୍ର ଯେ ଶାଲ୍ୱରାଜା ତିନିପଶ୍ଚିମଦ୍ୱାରେ ଲାଗିଲେ ବହୁସୈନ୍ୟ ଘେନି ।ଏକୋଇଶସସ୍ର ରାଜା ସମରେ ମୁରାଟଦଶବିଂଶ ପଚିଶ ଯେ ଭୟଙ୍କର ଥାଟ ।ଏକ ମୁଖରେ ସମସ୍ତେ ଗଡ଼ଦ୍ୱାରେ ଯାଇକବାଟ ଭାଙ୍ଗି ଭିତରେ ପଶିଲେ ଝସାଇ ।ସାତ୍ୟକି ସହସ୍ରାଜିତ ପ୍ରଶ୍ନାଜିତ ବୀରଅନେକ ଯାଦବେ ଛନ୍ତି ଏହାଙ୍କ ସଙ୍ଗର ।ଜରାସନ୍ଧ ରାଜା ଥାଟ ପେଲି ଆସୁଥିଲେତିନି ମହାରଥୀ ଯାଇ ତାଙ୍କୁ ଓଗାଳିଲେ ।ବନ୍ଧ ବାନ୍ଧିଲେ ଯେସନେ ରହେ ମହାଜଳତେସନ ହୋଇ ରହିଲେ ସେ ଦଣ୍ଡ ସକଳ ।ଶାଲ୍ୱରାଜ ଅଗ୍ରେ ଯାଇ ସସ୍ରାଜିତ ମିଳିପ୍ରସନ୍ନାଜିତ ରୁକ୍ମଣ ରାଜାକୁ ଓଗାଳି ।ସାତ୍ୟକି ଦନ୍ତବକ୍ର ଏ ହେଲେ ଭେଟାଭେଟିଆଧାନ ସନ୍ଧାନ ଧନୁ କରି ଗୁଣମୁଷ୍ଟି ।ଏକୋଇଶ ସସ୍ର ରାଜା ୟାଙ୍କ ସଙ୍ଗେ ଥିଲେ‘ଯେଝା ଅନୁକ୍ରମେ ବେଢ଼ି ସମର କରିଲେ ।ରଥୀମାନେ ରଥ ଆବୋରିଲେ ରଣରଙ୍ଗେଗଜେ ଚଉଦନ୍ତ କଲେ ଗଜଙ୍କର ସଙ୍ଗେ ।ଅଶ୍ୱେ ଅଶ୍ୱଙ୍କ ସଙ୍ଗରେ ହେଲେ ଭେଟାଭେଟିଭୂଭାଗେ ପଦାତି ରହିଲେକ ଦଶକୋଟି ।କୋଦଣ୍ଡ କାଣ୍ଡ ଖଣ୍ଡା ଯେ ଶରେ ପରିତାଳଦେହେ ଦେହ ଲାଗି ବାଜିଲାକ ମହାଗୋଳ ।ଛେଲ ଚକ୍ର ନାରାଚ ଛିଟିକିଣି ବର୍କନାଲୋହ ଲାଙ୍କିଆ କୁନ୍ତ ଯେ ଶକ୍ତି ଯଷ୍ଟିନାନା ।ଅନେକ ପ୍ରକାରେ ଶସ୍ତ୍ର ଚଳେ କୋଟି କୋଟିଘୁମାଇ ପଡ଼ିଲେ ବୀରେ ମହୀପୃଷ୍ଠେ ଲୋଟି ।କାହାର ଚରଣ ଛିଣ୍ଡେ କାର ଛିଣ୍ଡେ ମୁଣ୍ଡଆଣ୍ଠୁଠାରୁ କାହାର ଯେ ହେଲା ବେନି ଖଣ୍ଡ ।କାହାର ମୂର୍ଦ୍ଧନା ଫାଟେ କାର ଛାଡ଼େ ପ୍ରାଣଲକ୍ଷେ କୋଟି ମଡ଼ା ଗଦା ପର୍ବତ ସମାନ ।ବହିଲା ଶୋଣିତ ନଦୀ ଯେ ରଣ ମଣ୍ଡଳେଶ୍ମଶାନବାସିନୀ କ୍ରୀଡ଼ା କଲେ କୁତୁହଳେ ।ଚୌରାଶୀକୋଟି ଯାଦବେ ସକଳେ ଅକ୍ଷୟେଆପଣା ତେଜେ ଦିଶନ୍ତି ଦେବତା ପରାୟେ ।ଏଥୁଅନ୍ତେ ଯାଇ ଶାଲ୍ୱରାଜାର ଛାମୁରେସହସ୍ରାଜିତ ମିଳିଲା ଅତି ରୋଷଭରେ ।ପଚାଶ ସହସ୍ର ବଳ ଧନୁ ଧରି କରେତିନିସସ୍ର ବାଣ ବିନ୍ଧିଲାକ କୋପଭରେ ।ଦୂରେ ଥାଇ ଶାଲ୍ୱ ଦେଖିଲାକ ବାଣ ଆସୁଁଧାତିକାରେ ପେଷିଲା ସେ ଶର ତୀକ୍ଷ୍ଣ ପର୍ଶୁ ।ଅଧବାଟେ ଦୁଇବାଣ ହେଲେ ଭେଟାଭେଟିସସ୍ରାଜିତ ବାଣସବୁ ପକାଇଲା କାଟି ।ଦେଖି ସସ୍ରାଜିତ ଶେଷେ ସସ୍ରବାଣ ଘେନିତା ପଛେ ପୁଣି ପେଷଇ ପ୍ରଚଣ୍ଡ ବହନି ।ପୁଣି ସସ୍ରେବାଣ ପେଷିଲାକ ତୀକ୍ଷ୍ଣ ମୁନାସେ ବାଣେ କାଟିଲେ ପଡ଼ି ଶାଲ୍ୱରାଜା ସେହ୍ନାକତୁରୀ ପଞ୍ଚାଶସସ୍ର ପେଷିଲାକ ପୁଣିଶାଲ୍ୱରାଜା ହସ୍ତୁଁ ଧନୁ ପକାଇଲେ ହାଣି ।ପୁଣି ସସ୍ରେବାଣ ପେଷିଲାକ ମନଭେଦୀସାରଥି ଅଶ୍ୱଙ୍କ ଶିର ପକାଇଲା ଛେଦି ।ବିରଥୀ ହୋଇଲା ଯହୁଁ ଶାଲ୍ୱ ମହାବୀରବାହାସ୍ଫୋଟ ମାରି ଗଦା ଘେନେ ବାମକର ।ରଥ ଉପରୁ ଡେଇଁଣ ପଡ଼େ ଧାତିକାରେଊର୍ଦ୍ଧ୍ୱେ ରହି ଗଦା ମାଇଲାକ ରୋଷଭରେ ।ଦେଖିକରି ସସ୍ରାଜିତ ପରିଘେକ ଧରିଛେଦି ପକାଇଲା ଗଦା ବେନିଖଣ୍ଡ କରି ।ସଂଗ୍ରାମରେ ଅଜେୟ ଯେ ସସ୍ରାଜିତ ବୀରଇନ୍ଦ୍ରଦେବ ପରାୟେକ ଅଟେ ଧନୁର୍ଦ୍ଧର ।ସ୍ୱର୍ଗ ମର୍ତ୍ତ୍ୟ ପାତାଳକୁ ହେଲେ ପାରେ ଜିଣିପ୍ରସନ୍ନେ ବର ତାହାକୁ ଦେଲେ ଦିନମଣି ।ହାବୋଡ଼ା ସହସ୍ରେ ବାଣ ପୁଣି ବେନି କରେବାହାଦଣ୍ଡ ପରିଯନ୍ତେ ଓଟାରି ରୋଷରେ ।ପେଷନ୍ତେ ଶାଲ୍ୱର ବକ୍ଷେ ଯାଇ ବାଣ ପଡ଼ିମୁର୍ଚ୍ଛାଗତ ହୋଇ ରାଜା ପଡ଼େ ମୁହଁ ମାଡ଼ି ।ଉହାଡ଼ରେ ଦେଖୁଥିଲେ ସର୍ବ ରାଜାମାନେଅବଶେଷେ ଆବୋରିଲେ ରଣ ତତକ୍ଷଣେ ।ଶୁକବ୍ରହ୍ମା ବୋଇଲେକ ଶୁଣ ଦଣ୍ଡଧରରୁକ୍ମଣ ପ୍ରସନ୍ନାଜିତ ରଣ ମହାଘୋର ।ଦୁହେଁ ମହାରଥୀ ସଂଗ୍ରାମରେ ଅନର୍ଗଳଐରାବତ ଭେଟିଲା କି ମନ୍ଦର ଅଚଳ ।ପ୍ରସନ୍ନାଜିତକୁ ଚାହିଁ ରୁକ୍ମଣ ବୋଇଲାଆରେ କାଳ ଆସି ତୋତେ ନିଶ୍ଚୟ ଘୋଟିଲା ।ନ ଜାଣୁ କି ଜରାସନ୍ଧ ରାଜା ବୀରପଣତାହାର ଛାମୁରେ କିସ କରିବୁ ତୁ ରଣ ।ଆପଣା ଗଳେ ଲଗାଉ ଆଣି କାଳପାଶିସଗୋତ୍ର ସହିତେ ତୋତେ ପକାଇବୁ ନାଶି ।ଏତେ ବୋଲି ଧନୁ ଧଇଲାକ ବାମକରେଧନୁର୍ବେଦ ସ୍ମରି ବାଣ ଛାଡ଼ିଲା ରୋଷରେ ।ଉଡ଼ି ଶରମାନେ ଘୋଟିଲେକ ଶୂନ୍ୟମାର୍ଗେଦେବତାଏ କମ୍ପିଲେକ ଥାଇଣ ସ୍ୱରଗେ ।ବାଣ ଆସନ୍ତେ ନୟନେ ପ୍ରସ୍ନାଜିତ ଦେଖିଲୁହା ନାରାଚ ଶତେକ ବିଜେ କଙ୍କପକ୍ଷୀ ।ଶୂନ୍ୟ ମଣ୍ଡଳରେ ବାଣ ଆସୁଥିଲେ ଘୋଟିବେନିଖଣ୍ଡ କରି ସବୁ ପକାଇଲା କାଟି ।ପୁନରପି ବାଣମାନ ପେଷେ ଧରି କରେରଥୀକୁ ଷାଠିଏ ଅଶୀ ରଥର ଉପରେ ।ଚକକୁ କୋଡ଼ିଏ ପୁଣି ଅଖକୁ ପନ୍ଦରସେନାକୁ ପଞ୍ଚାଶ ଶର ବିନ୍ଧେ ମହାବୀର ।ପୁନରପି ପଞ୍ଚବାଣ ଧରି ନିଜ କରେରୋଷଭରେ ପେଷଇ ସେ ସୈନ୍ୟଙ୍କ ଉପରେ ।ପଡ଼ିଲେକ ସୈନ୍ୟବଳ ସର୍ବେ ମହୀ ଲୋଟିଏକବାଣେ ଦଶବିଂଶ ପକାଇଲା କାଟି ।ଘାଏଣ ରୁକ୍ମଣ ବୀର ହୋଇଲା ବିରଥୀପ୍ରାଣ ବିକଳେ ପଳାଏ ପାଇ ଲଜ୍ଜା ଅତି ।ସେ ସମୟେ ଦନ୍ତବକ୍ର ଦେଖିଣ ତାହାକୁହାତ ଧରି ଟେକିଦେଲା ରଥ ଉପରକୁ ।ଭୟ ପାଇ ଦୁଇବୀରେ ରଣେ ପିଠିଦେଇନିଜ ସୈନ୍ୟ ମଧ୍ୟେ ଗଲେ ରଥ ଲେଉଟାଇ ।ଦେଖିଣ ସାତ୍ୟକି ଧନୁ ଥୋଇ ରଥେ ବସିଭାଳିଲେ ଏହାକୁ ବଧ କଲେ ହେବା ଦୋଷୀ ।ସଂଗ୍ରାମ କରନ୍ତେ ଯାର ଧନୁଗୁଣ ଛିଡ଼ିତାହାକୁ ମାରିଲେ କ୍ଷତ୍ରୀ ନରକରେ ପଡ଼ି ।ସଂଗ୍ରାମ କରନ୍ତେ ଯାର ରଥ ହୁଏ ଭଗ୍ନତାକୁ ବଧ କଲେ ନାଶଯାଏ ସର୍ବ ଧର୍ମ ।ସଂଗ୍ରାମେ ଯାହାର କେଶବାସ ଯାଏ ଫିଟିତାକୁ ନାଶ କଲେ ନିଶ୍ଚେଁ ଆୟୁ ଯାଏ ତୁଟି ।ସଂଗ୍ରାମ ସମୟେ ଯାର ନ ଥାଇଟି ଜ୍ଞାନତାକୁ ବଧ କଲେ ହୁଏ ପାପ ବର୍ଦ୍ଧମାନ ।ସଂଗ୍ରାମରୁ ପିଠିଦେଇ ପଳାଏ ଯେ ଲୋକତାକୁ ଯେ ମାରଇ ସେହୁ ଭୁଞ୍ଜଇ ନରକ ।ଏତେ ବିଚାରି ସାତ୍ୟକି ଛାଡ଼ିଲେ ସମରଶୁକମୁନି ବୋଲନ୍ତି ଯେ ଶୁଣ ନୃପବର ।ଏଥୁ ଅନନ୍ତରେ ତହିଁ ଜଗନ୍ନାଥ ସ୍ୱାମୀଦକ୍ଷିଣ ଦ୍ୱାର ଆବୋରି ଥିଲେ ଅନ୍ତର୍ଯ୍ୟାମୀ ।ଗଡ଼ଦ୍ୱାର ଆବୋରିଛି ଶିଶୁପାଳ ବୀରଦୁର୍ଯ୍ୟୋଧନ ଆଦିକରି ଥୋକେ ନୃପବର ।ବାଣାସୁର ବଜ୍ରନାଭ ଶମ୍ୱର ନାରକାଭାଇବନ୍ଧୁ ଆଦି ଯେତେ ଜରାସନ୍ଧ ସଖା ।କର୍ଣ୍ଣ ଅଶ୍ୱତ୍ଥାମା ଭୂରିଶ୍ରବା ଆଦିକରିରଥୀ ମହାରଥୀ ଛନ୍ତି ଅସ୍ତ୍ର ଶସ୍ତ୍ର ଧରି ।ତା ଦେଖି ଅର୍ଜ୍ଜୁନ ଭୁଜ ଧରି ଦେବରାୟଗଡ଼ଦ୍ୱାର ଅଟ୍ଟାଳିରେ କଲେକ ବିଜୟ ।ଏକାଳେ ମିଳିଲା ତହିଁ ଆସି ଜରାସନ୍ଧଦେଖି କୃଷ୍ଣାର୍ଜ୍ଜୁନ ଦୁହେଁ ହୋଇଲେ ଆନନ୍ଦ ।ଶିଶୁପାଳ ପୁତ୍ର ତାର ଅଟେ ସେନାପତିପଛରେ ଗୋଡ଼ାଇଛନ୍ତି ଅନେକ ନୃପତି ।ତେଇଶ କ୍ଷଉଣୀ ଥାଟ ଅଙ୍ଗବଳ ଯେତେଏକ ଏକ କରି ତାହା କହିବଇଁ କେତେ ।ଉଦ୍ଦଣ୍ହ ଧବଳ ଛତ୍ର ଲକ୍ଷେକ ଚାମରରଥଧ୍ୱଜେ ବୀରବାନା ଉଡ଼େ ଫରଫର ।ବାଜଇ ବିବିଧ ବାଜାଶବ୍ଦ ଗରୁଟାଣପୃଥ୍ୱୀଦେବୀ କମ୍ପଇ ସେ ଟଙ୍କାରନ୍ତେ ଗୁଣ ।ଏସନ ସଞ୍ଜାତେ ଆସି ମିଳେ ବହି ରୋଷସକଳଙ୍କୁ ଆଜ୍ଞାଦେଲେ ଦ୍ୱାର ଭାଙ୍ଗିପଶ ।ରାଜା ଆଜ୍ଞା ପାଇ ଥାଟ ପଶିଲେ ଝସାଇଦୁଆର ଭାଙ୍ଗି ଭିତରେ ପ୍ରବେଶିଲେ ଯାଇ ।ଗଜଦନ୍ତ ଲଗାଇଣ ଉପାଡ଼ିଲେ କାଠଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ପଡ଼ିଲା କବାଟ ।ପିମ୍ପୁଡ଼ି ଧାଡ଼ି ପରାୟେ ଦିଶି ସୈନ୍ୟବଳପଶିଲେ ପ୍ରଳୟକାଳେ ଯେହ୍ନେ ସିନ୍ଧୁଜଳ ।ଦେଖିଣ ଯାଦବ ବୀରେ ମହାଭୟ କରିଦ୍ୱାର ଛାଡ଼ି ପଳାଇଣ ଗଲେ ଅପସରି ।କେଉଁମାନେ ଶ୍ରୀକୃଷ୍ଣଙ୍କୁ ଆଶ୍ରା କଲେ ଯାଇଥୋକାଏ ବଣ୍ଟା ଆବୋରି ରହିଛନ୍ତି ତହିଁ ।ଅପୂର୍ବ ରଥରେ ବସି ଶିଶୁପାଳ ବୀରଦ୍ୱିତୀଯମ ପ୍ରାୟ ଦିଶେ ମହାଭୟଙ୍କର ।ପଞ୍ଚାଶ ସହସ୍ର ବଳ ଧନୁ ଧରି କରେଦଶସସ୍ର ବାଣ ସନ୍ଧି ରଖିଛି ତହିଁରେ ।ରଥୀ ମହାରଥୀ ହସ୍ତୀ ଅଶ୍ୱଆଦି କରିଅନେକ ରାଜା ଅଛନ୍ତି ଚଉପାଶେ ଘେରି ।ଦେବ ଦୈତ୍ୟ ହେଉ ତାର ଭୟ ନାହିଁ କିଛିଈଶ୍ୱରଙ୍କୁ ସେବାକରି ବର ପାଇଅଛି ।କୋଟିଏ ସିଂହର ବଳ ବହିଅଛି ଅଙ୍ଗେସମଗ୍ର ପୃଥିବୀ ଜିଣିପାରେ ରଣରଙ୍ଗେ ।ଥାଟ ଘେନି ଭିତରକୁ ପଶିଲା ଧସାଇଜଗନ୍ନାଥେ ଦେଖୁଛନ୍ତି ଅଟ୍ଟାଳିରେ ଥାଇ ।ଅଶେଷ କୋଟି ଜଗତ ପ୍ରାଣୀଙ୍କର ବନ୍ଧୁଅପାର ମହିମା ନାଥ କୃପାଜଳ ସିନ୍ଧୁ ।ଜୀବେ ଅଜୀବେ ସେ ସବୁଠାରେ ଅଛି ପୂରିଏକରୁ ଅନେକ ରୂପେ ବ୍ରହ୍ମାଣ୍ଡ ଆବୋରି ।ଅର୍ଜ୍ଜୁନ କରକୁ କରେ ଧରି ଅନ୍ତର୍ଯ୍ୟାମୀଅଟାଳି ଉପରେ ସୈନ୍ୟ ଦେଖୁଛନ୍ତି ସ୍ୱାମୀ ।ଶୁକ ବୋଲନ୍ତି ଯେ ଶୁଣ ପରୀକ୍ଷ ନୃପତିଏଥୁଅନନ୍ତରେ କଥା ହେଲା ଯେଉଁ ରୀତି ।ସୁଧର୍ମା ସଭାରେ ବସି ଦେବଗଣ ସଙ୍ଗେବୃହସ୍ପତି ଜଣାଇଲେ ଇନ୍ଦ୍ରଙ୍କର ଆଗେ ।ସାବଧାନ ହୋଇ ତୁମ୍ଭେ ଶୁଣ ଶଚୀସାଇଁସମଦଣ୍ଡ ଘେନି ଜରାସନ୍ଧ ଅଛି ବାହି ।ଛୟାଣୋଇ ସସ୍ର ରାଜା ତା ସଙ୍ଗେ ଅଛନ୍ତିଲକ୍ଷେପୁର କରି ମଥୁରାକୁ ବେଢ଼ିଛନ୍ତି ।ରଥ ରଥୀ ଅଶ୍ୱ ଗଜ ପଦାତି ବଳରେଚାରିଦ୍ୱାରେ ଲାଗିଛନ୍ତି ଅତି ନିଘଞ୍ଚରେ ।କେତେ ସୈନ୍ୟ ମଲେ ତାହା ନ ଯାଏ ଗଣିତାପାଞ୍ଚତାଳମାନେ ଖାତ ହୋଇଲାଣି ପୋତା ।ଶିଶୁପାଳ ଲାଗିଅଛି ପଶ୍ଚିମ ଦୁଆରେକୃଷ୍ଣାର୍ଜ୍ଜୁନ ବିଜେ କରିଛନ୍ତି ସେହିଠାରେ ।ନର ନାରାୟଣରୂପୀ ଅଟନ୍ତି ସେ ବେନିଭାରା ନିବାରିବେ କୃଷ୍ଣ ଅର୍ଜ୍ଜୁନଙ୍କୁ ଘେନି ।ରଥ ଚଢ଼ି ଯୁଝୁଛନ୍ତି ସକଳ ନୃପତିକୃଷ୍ଣାର୍ଜ୍ଜୁନ ଦୁହେଁ ହୋଇଛନ୍ତି ପାଦଗତି ।ଶଙ୍ଖ ଚକ୍ର ଗଦା ପଦ୍ମ ନନ୍ଦିଘୋଷ ରଥତାଳଧ୍ୱଜ ଆଦି ତାଙ୍କ ଆୟୁଧ ସମସ୍ତ ।ଆବର ହିଁ ଦେବଶସ୍ତ୍ର ଅଛି ଯେତେ ଯେତେଶାର୍ଙ୍ଗଧନୁ ଗଦା ହଳ ମୂଷଳ ସହିତେ ।ଚିତ୍ରସେନ ଏହା ନେଇ ବେଗ ହୋଇ ଯାଉବିନତା ସୁତ ଗରୁଡ଼ ବା ସଙ୍ଗତେ ଥାଉ ।ଯେତେବେଳେ ଲୋଡ଼ୁଥିବେ କୃଷ୍ଣ ଯେଉଁଦ୍ରବ୍ୟଦେବ ଭଣ୍ଡାରରୁ ନେଇଣ ଯୋଗାଇବେ ସର୍ବ ।ବୃହସ୍ପତି ବାକ୍ୟ ଶୁଣି ଇନ୍ଦ୍ର ତୋଷ ହୋଇଚିତ୍ରସେନ ଗନ୍ଧର୍ବକୁ ଆଣିଲେ ଡକାଇ ।ସବୁକଥା ବୁଝାଇଣ ତାକୁ ସୁରନାଥସମର୍ପଣ କଲେ ଆଣି ନନ୍ଦିଘୋଷ ରଥ ।ତାଳଧ୍ୱଜ ରଥଆଦି ଆୟୁଧ ଯେତେକଶଙ୍ଖ ଚକ୍ର ଗଦା ହଳ ମୁଷଳ କାର୍ମୁକ ।ଜଗତ ମୋହନ ମଣି ଅଭେଦ୍ୟ କବଚଯମଦାଢ଼ ନାମେ ଛୁରୀ ଅମୋଘ ନାରାଚ ।ଦେବଙ୍କ ଆୟୁଧମାନ ସ୍ୱର୍ଗେ ଥିଲା ଯେତେଇନ୍ଦ୍ର ଆଜ୍ଞା ପରମାଣେ ଆସିଲେ ସମସ୍ତେ ।ମହାତ୍ମା ଗରୁଡ଼ ଯତି ଅଛି ସଙ୍ଗତରେସବୁଦ୍ରବ୍ୟ ରଖାଇଲେ ନନ୍ଦିଘୋଷର ପରେ ।ଆବର ଅର୍ଜ୍ଜୁନ ପାଇଁ ବହୁଦ୍ରବ୍ୟ ଦ୍ୟନ୍ତିଜଗମୋହନ ମୁକୁଟ ଦେଲେ ଚନ୍ଦ୍ରକାନ୍ତି ।ଦେବ ଭଣ୍ଡାରରୁ ଦେଲେ ଅକ୍ଷୟ ତୂଣୀରନୀଳବାଣ ଭୂଜବାଣ ଆର୍ଦ୍ରାବଳି ଶର ।ମନଭେଦୀ ନାରାଚ ଯେ ଅମୃତ କୁଣ୍ଡଳସେ କୁଣ୍ଡଳ କର୍ଣ୍ଣେ ଥିଲେ ନ ପୂରଇ କାଳ ।ଅମ୍ଲାନ ବସନ ଦେବ ଭଣ୍ଡାରୁ ଅଣାଇଆଜ୍ଞାଦେଲେ ସୁରପତି ମାତଳିକୁ ରାଇ ।ଚିତ୍ରସେନ ସହିତରେ ରଥ ଘେନି ଯାଅହରି ଅର୍ଜ୍ଜୁନ ଛାମୁରେ ଏହା ନେଇ ଦିଅ ।ଗାଣ୍ଡିବ ଧନୁ ଯେ ନନ୍ଦିଘୋଷ ରଥେ ଅଛିଆଜିଠାରୁ ସେ ଧନୁକୁ ଧରୁ ସବ୍ୟସାଚୀ ।ବ୍ରହ୍ମାଙ୍କ ଯଜ୍ଞରୁ ଯେଉଁ ବାଉଁଶ ଜନ୍ମିଲାତାହା ଆଣି ବିଶ୍ୱକର୍ମା ଷଡ଼ଧନୁ କଲା ।ପରିଶେଷେ ଉବୁରିଣ ଥିଲା ଯେଉଁଖଣ୍ଡଶ୍ରୀକୃଷ୍ଣର ବଂଶୀ ହେଲା ବ୍ରହ୍ମାଙ୍କର ଦଣ୍ଡ ।ରୁଦ୍ରଙ୍କ ଲଉଡ଼ି ହେଲା ଇନ୍ଦ୍ରଙ୍କର ଯଷ୍ଟିଦେବ ଭଣ୍ଡାରରେ ହେଲା ଖଣ୍ଡେ ନଳକାଠି ।ତଳ ତିନିଖଣ୍ଡ କାଟି ଦୁଇଫାଳ କଲାଆପେ ବିଶ୍ୱକର୍ମା ଷଡ଼ଧନୁ ନିର୍ମାଣିଲା ।ଅଜଗବ ପିନାକ ଯେ ଶାରଙ୍ଗ କୋଦଣ୍ଡଗାଣ୍ଡୀବ ଯେ ଆର୍ଦ୍ରାବଳି ହେଲା ଏକଖଣ୍ଡ ।ଏ ଧନୁ ଅର୍ଜ୍ଜୁନେ ଦେଇ କହିବ ମଣାଇଶ୍ରୀକୃଷ୍ଣଙ୍କ ପ୍ରସାଦରୁ କିଛି ଭୟ ନାହିଁ ।ଚିତ୍ରସେନ ସଙ୍ଗେ ମିଶି ଗଲେ ଶୂନ୍ୟମାର୍ଗେଇନ୍ଦ୍ର ବଚନେ ମାତଳି ରଥ ଚାଳି ବେଗେ ।ପୃଥ୍ୱୀର ଗଡ଼ ନିକଟେ ଗଗନରୁ ଆସିଦିଶିଲେ ଯେସନେ ସୂର୍ଯ୍ୟ ତଳେ ପଡ଼େ ଖସି ।ଜାଜ୍ୱଲ୍ୟମାନ ଜ୍ୟୋତି ଯେ ପ୍ରକାଶ ହୋଇଲାଆକାଶ ମଣ୍ଡଳୁ ରଥ ଖସିଣ ପଡ଼ିଲା ।ଜରାସନ୍ଧ ସୈନ୍ୟ ଦେଖି ଚମତ୍କାର ମଣିକିମ୍ଭୁତ ଏ ମାୟା ବୋଲି ନ ପାରିଲେ ଜାଣି ।ଚନ୍ଦ୍ରମା ମଣ୍ଡଳ କିବା ବିରଞ୍ଚି ବିମାନସ୍ୱର୍ଗରୁ ଅଇଲା କିବା ଇନ୍ଦ୍ର ସିଂହାସନ ।ଏସନ ସଞ୍ଜାତ ପୂର୍ବେ ଦେଖିଲା ତ ନାହିଁନିର୍ମଳ ଜ୍ୟୋତିରେ ଦିଗ ବିରାଜି ଉଠଇ ।ଥୋକାଏ ନୃପତି ଦେଖି ହୋଇଲେ ତରସ୍ତଶ୍ରୀକୃଷ୍ଣ ଛାମୁରେ ମିଳେ ନନ୍ଦିଘୋଷ ରଥ ।ବଳରାମ ସନ୍ନିଧିରେ ତାଳଧ୍ୱଜ ମିଳିଦେଖିଣ ଆନନ୍ଦ ହେଲେ ହଳୀ ବନମାଳୀ ।ଶୁଣ ହେ ପରୀକ୍ଷ ରାଜା କହେ ଶୁକମୁନିଶ୍ରୀହରିବଂଶ ପୁରାଣ ପୁର୍ୟମୟ ଧ୍ୱନି ।ସେ ରାମକୃଷ୍ଣ ଚରଣେ ସଦା ମୋର ସେବାଅଚ୍ୟୁତ ଦାସ କବିକି ଗତିମୁକ୍ତି ଦେବା ।ଶ୍ରୀକୃଷ୍ଣଙ୍କ ଯୁଦ୍ଧେ ଶିଶୁପାଳର ପରାଜୟ ଓ ନନ୍ଦିଘୋଷ ରଥେ ବନ୍ଧନନନ୍ଦିଘୋଷ ରଥ ଦେଖି ପ୍ରଭୁ ଜଗନ୍ନାଥପ୍ରଦକ୍ଷିଣ କରି ଆରୋହିଲେ ଯେ ତୁରିତ ।ସାରଥି ପଣେ ଅର୍ଜ୍ଜୁନ ବସାଇଲେ କତିସିଂହାସନ ମାଡ଼ିଯାଇ ବସିଲେ ଶ୍ରୀପତି ।ଚାରି ଅଶ୍ୱଙ୍କର ବାଗ ଧରି ଧନଞ୍ଜୟେସାରଥିପଣେ ବସିଲେ ଯାଇ ପଣ୍ଡୁପୋଏ ।ଶ୍ରୀକରେ ଶାରଙ୍ଗ ଧନୁ ଧରି ନାରାୟଣସର୍ବାଙ୍ଗରେ ଅଳଙ୍କାର ହୋଇଲେ ଭୂଷଣ ।ଗଣ ଗନ୍ଧର୍ବ ଦେବତା କଲେ ଜୟଧ୍ୱନିବୃହତ ସାମ ଗାୟନ କଲେ ସିଦ୍ଧମୁନି ।ଶାନ୍ତଶୀଳ ରାଜାମାନେ ଦେଖି ହେଲେ ଶାନ୍ତିବୋଇଲେ ଜନ୍ମ ମରଣ ଖଣ୍ଡିଲୁ ଏ ଘାନ୍ତି ।ପରମାତ୍ମାଙ୍କୁ ଦେଖିଲୁ ଏବେ ଚର୍ମଡୋଳେମନର ଭ୍ରାନ୍ତି ସକଳ ଫିଟିଲା ଏକାଳେ ।ଅସୁରାଦି ରାଜାମାନେ ମହାଭୟ କଲେଥକା ହୋଇଣ ସଂଗ୍ରାମ ଛାଡ଼ିଣ ରହିଲେ ।ଭୀଷ୍ମ ଦ୍ରୋଣ ଦୁହେଁ ଦେଖି ହେଲେ ଠରାଠରିବୋଇଲେ ଏ ଜଗବନ୍ଧୁ ନାଥ ଦେବହରି ।ପୃଥିବୀର ଭାରାଭର ନିବାରିବା ପାଇଁକୌତୁକେ ଜନମିଛନ୍ତି ନରଦେହ ବହି ।କୂଟକପଟୀ ମାୟାବୀ ପ୍ରଭୁ ବିଶ୍ୱମୟେଅଶେଷ କୋଟି ବ୍ରହ୍ମାଣ୍ଡ ଯା ଅଙ୍ଗୁ ଉଦୟେ ।ଆବର ଅପୂର୍ବ ଯାହା ଦେଖିଲୁ ନୟନଜଗନ୍ନାଥଙ୍କ ରଥରେ ସାରଥି ଅର୍ଜ୍ଜୁନ ।ଦ୍ରୋଣ ବୋଇଲେ ଅର୍ଜ୍ଜୁନ ସାରଥି ସେ ରଥିକୂଟକରି ଜରାସୈନ୍ୟ ପକାଇବ ମନ୍ଥି ।ଭୀଷ୍ମ ବୋଇଲେ ସେ ଦୁହେଁ ନୁହନ୍ତି ଯେ ପରମାଉସୀ ପୁଅ ବନ୍ଧୁତା ଅଛଇ ଆବର ।ତେଣୁକରି ସୁହୃଦ ଯେ ଅଟଇ ଫାଲ୍ଗୁନିଭାରାଭାର ନିବାରିବେ ୟାକୁ ସଙ୍ଗେ ଘେନି ।ଦ୍ରୋଣେ ବୋଇଲେ ପାଣ୍ଡବେ ହରିଙ୍କ ବିଶ୍ୱାସନିଶ୍ଚୟ କୌରବ ବଂଶ ଆଝୁଁ ଗଲେ ନାଶ ।ନ ଜାଣିଣ ଆବୋରିଲୁ ତାଙ୍କୁ ମୁଢ଼ପଣେବିଷ୍ଣୁ ସଙ୍ଗରେ ବିବାଦୀ ହେଲୁ ଅକାରଣେ ।ଅନ୍ଧରାଜା ପୁଅଗୋଟି ହୋଇବ ନିର୍ମାକ୍ଷୀଦୁର୍ଯ୍ୟୋଧନ କେତେବେଳେ ନ ପାରିବା ରଖି ।ଏମନ୍ତ ବିଚାର କରି ଭୀଷ୍ମ ଦ୍ରୋଣ ବେନିଫେଡ଼ି ନ କହି କାହାକୁ ହୋଇଲେକ ତୁନି ।ଏଥୁ ଅନନ୍ତରେ ଦମଘୋଷର କୁମରଦ୍ୱିତୀୟ ଦ୍ୱାରରେ ରଥ ଟେକେ ଧାତିକାର ।ବହୁତ ମୁକୁଟବନ୍ଧା ଯୋଦ୍ଧା ମହାରଥୀଗୋଡ଼ାନ୍ତି ସକଳେ ଶିଶୁପାଳ ପଛକତି ।ଛେଲ ଚକ୍ର ନାରାଚ ଯେ ମୃଦୁଗର ଯଷ୍ଟିରୋଷେ ନାନାଶସ୍ତ୍ର ମାରୁଛନ୍ତି କୋଟି କୋଟି ।କାଙ୍କ କୁରାଢ଼ି ଲଗାଇ ପକଆନ୍ତି ତାଡ଼ିମାରନ୍ତି ସେ ବାହାସ୍ଫୋଟ ଛାଡ଼ି ସିଂହରଡ଼ି ।ଅର୍ଜ୍ଜୁନକୁ ଚାହିଁ ଆଜ୍ଞାଦେଲେ ଦେବହରିଶିଶୁପାଳ ପାଶେ ରଥ ବାହା ଶୀଘ୍ରକରି ।ଜଗନ୍ନାଥଙ୍କର ଆଜ୍ଞା ଧନଞ୍ଜୟ ଶୁଣିଶିଶୁପାଳ ଆଗେ ରଥ ଉଭାରିଲା ଆଣି ।ସର୍ବଜ୍ଞପୁରୁଷ ନାଥ କୋଟି ବିଶ୍ୱମୂର୍ତ୍ତିସର୍ବ ଯାଦବେ ଆବୋରିଛନ୍ତି ଚଉକତି ।ନାରୀଗଣ ମଧ୍ୟେ ଯେହ୍ନେ ଚନ୍ଦ୍ର ଦିଶେ ଶୋଭାପଦ୍ମବନ ମଧ୍ୟେ ଯେହ୍ନେ ରାଜହଂସ ପ୍ରଭା ।ଗଜଯୂଥ ମଧ୍ୟେ ଯେହ୍ନେ ବିକ୍ରମ କେଶରୀଯାଦବଗଣ ମଧ୍ୟରେ ତେହ୍ନେ ନରହରି ।ଅହୋବଳ ସୈନ୍ୟଦେଖି ସର୍ବେହେଲେ ମୋହିଚିହ୍ନିଲା ଲୋକେ ବୋଇଲେ ଜଗନ୍ନାଥ ଏହି ।ଏହି ଭିଆଇଲେ ସିନା ସକଳ ମେଦିନୀନିରଞ୍ଜନ ପୁରୁଷ ଏ ଦେବ ଶିରୋମଣି ।ଯେତକ ଦୁଷ୍ଟ ପାପିଷ୍ଠ ଜାତି ଅସୁରାଧିବୋଲନ୍ତି ନିନ୍ଦା ବଚନ ଅଜ୍ଞ ମୂଢ଼ବୁଦ୍ଧି ।ବାଣାସୁର ବଜ୍ରନାଭ ନାରକା ଶମ୍ବରଦୁର୍ଯ୍ୟୋଧନ ଭଗଦତ୍ତ ଆଦି ଦଣ୍ଡଧର ।କଳିଙ୍ଗସେନ ଆବର କାଶୀ ନରପତିଏହିପରି ରାଜାମାନେ ରଥୀ ମହାରଥୀ ।ଶିଶୁପାଳ କୁମର ଯେ ଚାଲଇ ଅଗ୍ରତେପଞ୍ଚଶତ ବଳ ଧନୁ ଧରିଅଛି ହସ୍ତେ ।ଦ୍ୱିତୀୟ ଇନ୍ଦ୍ର ପରାୟେ ଦିଶେ ଶୋଭାବନଜଗନ୍ନାଥ ମୁଖ ଚାହିଁ ବୋଲନ୍ତି ବଚନ ।ଆରେ ଆରେ ଗଉଡ଼ ତୋ ପୂରିଲା ଯେ କାଳସଗୋତ୍ର ସହିତେ ଘେନିଯିବୁ ଯମଆଳ ।ଜରାସନ୍ଧ ମହିମା କି ଶୁଣିଲା ତୋ ନାହିଁପ୍ରତିଘାନ୍ତି ଏହିମତେ ଯାଉ ତୁ ଫେଡ଼ାଇ ।ମୋହର ଛାମୁରେ ତୁ ଯେ ବେଳେ ପଡ଼ି ନାହୁଁପଡ଼ିଥିଲେ ଏତେଦିନ ବର୍ତ୍ତିଥନ୍ତୁ କାହୁଁ ।ଆଜି ଯେ ଜାଣିବା ତୋର ବଳବନ୍ତପଣତିଳ ପ୍ରମାଣେ ମାଂସ ତୋ କାଟିବି ପ୍ରମାଣ ।ମିଛେ ମିଛେ ନାରାୟଣ ବୋଲାଉ ତୁ ପୁଣିଗଉଡ଼ ହାଉଡ଼ ଜାତିଗୋତ୍ର ତୋ ନ ଜାଣି ।ଗୋହତ୍ୟା ବ୍ରହ୍ମହତ୍ୟା ଯେ ସ୍ତିରୀହତ୍ୟା କଲୁଗଉଡ଼ଙ୍କ ସଙ୍ଗେ ଥାଇ ଅଭକ୍ଷ୍ୟ ଭକ୍ଷିଲୁ ।ମାଉସୀ ପିଉସୀ ଜେଠୀ ଖୁଡ଼ୀ ମଉଳାଣୀସମସ୍ତଙ୍କ ଜାତି ନେଲୁ କୁଞ୍ଜବନେ ଆଣି ।ହୋଇଲୁ ବର୍ଣ୍ଣସଙ୍କର ତେଜି ସର୍ବଧର୍ମକୁସଙ୍ଗେ ବଢ଼ିଲ ଆରେ ଥିଲା ତୁମ୍ଭ କର୍ମ ।ବସୁଦେବ ପୁତ୍ରବୋଲି ତୁ କହୁ କେମନ୍ତେନନ୍ଦ ଗଉଡ଼ର ପୁତ୍ର ବୋଲନ୍ତି ସମସ୍ତେ ।ଅଧମ ଅପାତ୍ର ଅବିଦ୍ୟା ଯେ ବାଇବୁଦ୍ଧିନଟୀ ନଟକାରଣପଣେ ଜୀବିକାକୁ ସାଧି ।ଜରାସନ୍ଧ ରାଜାଙ୍କର ନ ଜାଣିବା ପଣମଶକ ସଙ୍ଗରେ ମତ୍ତହସ୍ତୀର ପଲାଣ ।ଚାରିଊଣା ଲକ୍ଷେରାଜା ସର୍ବେ ଦଣ୍ଡ ବାହିଏ ଛାର କଥାକୁ ଏଡ଼େ ଶ୍ରମ କାହିଁପାଇଁ ।ଏତେ ବୋଲିଣ ଧନୁକୁ ଟଙ୍କାର ସେ କଲାରାଜାଗୁରୁ ନାମ ଧରି ଶିରେ ଲଗାଇଲା ।ଭୂମିକୁ ନାରାଚମାନ ବିନ୍ଧି ଧୀରକରିଗୁଣ ଆମଞ୍ଚନ କଲା ଧନୁର୍ବେଦ ସ୍ମରି ।ପୁଣି ତୂଣୀରୁ କାଢ଼ିଲା ସସ୍ରେ ବାଣ ଗଣିଅଭିମନ୍ତ୍ର କରି ଗୁଣେ ବସାଇଲା ଆଣି ।ଅର୍ଦ୍ଧଚନ୍ଦ୍ର ତୀକ୍ଷ୍ଣମୁନା ଶାରଙ୍ଗ ଯେ ପକ୍ଷୀମନ୍ତ୍ରି ଗୁଣରେ ବସାଇ ଆଠସସ୍ର ବାଛି ।ଆକର୍ଣ୍ଣ ଯାଏ ଓଟାରି କଲା ଶରବୃଷ୍ଟିହୁଂକାର ଘୋର ଶବଦେ ପୂରେ ନବସୃଷ୍ଟି ।ଚଳିଲେ ବାଣମାନେ ଯେ ଅନ୍ତରୀକ୍ଷ ମାର୍ଗେଜୁଳୁଜୁଳୁ ପୋକ ପ୍ରାୟେ ଦିଶି ମଧ୍ୟସ୍ୱର୍ଗେ ।ଗର୍ଜିଣ ବାଣ ଆସନ୍ତେ ଦେଖି ଦେବହରିକତୁରୀ ଶତେ ନାରାଚ ବିନ୍ଧି ହସ୍ତେ ଧରି ।ଶିଶୁପାଳ ବାଣ ସ୍ୱର୍ଗେ ଅଧବାଟେ ଭେଟିସାତ ସାତ ଖଣ୍ଡକରି ପକାଇଲେ କାଟି ।ଦେଖିକରି ବଳକ୍ଷୀଣ ହେଲା ଶିଶୁପାଳକାଳସର୍ପ ପରାୟେକ ଗର୍ଜେ ଅନ୍ତରାଳ ।ଛୁରୀ କାତି କଙ୍କ ନାରାଚକୁ ବେଗେ ବାଛିଚାହୁଁ ଚାହୁଁ ବିନ୍ଧିଲା ସେ ଦମଘୋଷ ବତ୍ସି ।ବାବଲ କୋଟିଏ ବାଣ ପେଷ ଦେବରାୟେଶିଶୁପାଳ ବାଣ ଉଡ଼ିଗଲେ ତୃଣ ପ୍ରାୟେ ।ପୁଣି ବେନିସସ୍ର ବାର ବାଛି ତୀକ୍ଷ୍ଣମୁନାମନ୍ତ୍ର ସୁମରିଣ ପେଷେ ବୀର ବଜ୍ରସେହ୍ନା ।ଅର୍ଦ୍ଧ ନିଃଶ୍ୱାସ ମାତ୍ରକେ ପେଷେ ବୀରବରଚଳିଲେ ବାଣମାନେ ଯେ ହୋଇ ଭୟଙ୍କର ।ବାଣରେ ଆଚ୍ଛାଦି ଦେଲା ସେ ଯେ ଚରାଚରଦିବସେ ସଂସାରଯାକ ଦିଶେ ଅନ୍ଧକାର ।ମେଘ ଆଚ୍ଛାଦିଲେ ଯେହ୍ନେ ପରବତ ଲୁଚିନନ୍ଦିଘୋଷ ରଥ ତେହ୍ନେ ନ ଦିଶିଲା କିଛି ।ଲୁହାରେ ଶର ବାଜିଣ ଶବ୍ଦ ବିକରାଳିଗଗନ ମଣ୍ଡଳୁଁ ଯେହ୍ନେ ଖସଇ ବିଜୁଳି ।ଶସ୍ତ୍ର ଆସେନ୍ତେ ପାଶକୁ ଦେଖି ନାରାୟଣମନ୍ତ୍ରିଣ ପେଷିଲେ ସ୍ୱାମୀ ମନଭେଦୀ ବାଣ ।ଶିଶୁପାଳ ବାଣ ଯେତେ ଆସୁଥିଲା ମାଡ଼ିସାତଖଣ୍ଡ ହୋଇ ମଧ୍ୟୁ ପଡ଼ିଲାକ ଝଡ଼ି ।ଦେଖି ଦମଘୋଷ ସୁତ ମନେ ପାଇ ବ୍ୟଥାପର୍ବତାଶର ଧରିଣ ପେଷେ ମହାରଥା ।ଗିରି କନ୍ଦର ଭେଦିଣ ଉଡ଼ଇ ଗଗନେମର୍ତ୍ତ୍ୟପୁର ଭାଙ୍ଗିବ କି ଆଘାତ ପବନେ ।ଧାତିକାରେ ଧାଇଁଲା ସେ ମହାଧ୍ୱନି କରିସାଧୁ ସାଧୁ ଶିଶୁପାଳ ବୋଲନ୍ତି ଶ୍ରୀହରି ।ବଜ୍ରବାଣ ପୂରାଇଲେ ଶାରଙ୍ଗ ଧନୁରେଅଧର ପୁଷ୍ଟ କରାଣ ବିନ୍ଧିଲେ ସତ୍ୱରେ ।ଶିଶୁପାଳ ପର୍ବତାସ୍ତ୍ର ଆସୁଥିଲେ ମାଡ଼ିମସିଗୁଣ୍ଡା ହୋଇ ଭାଜି ଅନ୍ତରୀକ୍ଷେ ଉଡ଼ି ।ଦେଖି କୋପିଲା ଯେ ଦମଘୋଷର କୁମରକାଳାନ୍ତକ ଶକ୍ତି ପୁଣି ଘେନେ ନିଜ କର ।ଅଭିମନ୍ତ୍ରି ବାଣଗୋଟି ଧନୁରେ ବସାଇଶ୍ରୀକୃଷ୍ଣଙ୍କ ଉପରକୁ ମାରେ ରୋଷ ବହି ।ଶବଦେ କମ୍ପିଲେ ଦେବ ତ୍ରୟତ୍ରିଂଶ କୋଟିଚାହୁଁ ଚାହୁଁ ବାଣ ଆସେ ସ୍ୱର୍ଗ ମଞ୍ଚ ଘୋଟି ।ଦେଖିକରି ଜଗନ୍ନାଥେ ବାରୁଣାସ୍ତ୍ର ପେଷିକାଳାନ୍ତକ ଶକତିକୁ ପକାଇଲେ ନାଶି ।ଶକତି ବିଫଳ ହେବା ଦେଖି ଶିଶୁପାଳପାଶୁପତ ନାରାଚକୁ ପେଷେ ମହାବଳ ।ଧନୁରେ ବସାଇ କର୍ଣ୍ଣମୂଳ ଯାଏ ଟାଣିଅଣବାହୁଡ଼ା ଶରକୁ ପେଷେ ବୀରମଣି ।କୋଟି ଭଇରବ ରୂପ ଧରି ବାଣ ଚଳିନନ୍ଦିଘୋଷ ନିକଟରେ ଯାଇ ବେଗେ ମିଳି ।ଜଗନ୍ନାଥେ ପେଷିଲେ ଯେ ପୁଣି ତୀକ୍ଷ୍ଣ ଶରତିଳ ପ୍ରମାଣରେ ଝଡ଼ି ପଡ଼ିଲା ଭୂମିର ।ଦେଖି ଶିଶୁପାଳ ବୁଦ୍ଧି ନ ସ୍ଫୁରଇ କିଛିକୋପେ କୋପାନଳ ହୁଏ ଦମଘୋଷ ବତ୍ସି ।ଅଗ୍ନି ତହୁଁ ବୈଶ୍ୱାନର ଅସ୍ତ୍ର ପାଇଥିଲାଅଭିମନ୍ତ୍ର କରି ତାହା ଗୁଣେ ବସାଇଲା ।କର୍ଣ୍ଣମୂଳ ପରିଯନ୍ତେ ଓଟାରିଣ ରାଗେଶ୍ରାକୃଷ୍ଣଙ୍କ ଉପରକୁ ପେଷିଲେ ତା ବେଗେ ।ଘୋଟିଲା ଅନଳ ଶିଖା ଜ୍ୟୋତି ଭୟଙ୍କରତେଜରେ ବିଦହ୍ୟମାନ ହେବ ଏ ସଂସାର ।ଭୂମିଠାରୁ ଘୋଟିଅଛି ଶୂନ୍ୟପୁର ଯାଏତରସ୍ତ ହୋଇଲେ ଦେଖି ସବୁ ପ୍ରାଣୀ ଭୟେ ।ଗୋବିନ୍ଦ ପେଷିଲେ ଜଳଧାରା ବାଣ ଘେନିତତକ୍ଷଣେ ବୃଷ୍ଟି ହୋଇ ଲିଭିଲା ବହନି ।ଦେଖି ଶିଶୁପାଳର ଯେ ଭାଙ୍ଗିଗଲା ଦର୍ପଗରଳହୀନେ ନିସ୍ତେଜ ହୁଏ ଯେହ୍ନେ ସର୍ପ ।ଅନ୍ତର୍ଗତେ ବିଚାରଇ କରିବି କି ବୁଦ୍ଧିକେବଣ ପ୍ରକାରେ କାର୍ଯ୍ୟ ନୋହିଲା ତ ସିଦ୍ଧି ।ପିଠି ଦେଇ ଯେବେ ରଣ କରିବି ମୁଁ ତେଜ୍ୟାଜନମୁଖେ ଅପଖ୍ୟାତି ପାଇବଇଁ ଲଜ୍ଜା ।ସେନାପତି ପଣେ ଅଇଲଇଁ ପରିଘାରିଏଥୁଁ ପଳାଇଲେ ଆଉ ବର୍ତ୍ତିବି କି ମୁହିଁ ।ହାରିବା ଜିଣିବା ଅଟେ କ୍ଷତ୍ରିଙ୍କ ବେଭାରଏତେ ଭାଳି କରେ ଧନୁ ଧରି ମହାବୀର ।ବାୟବ୍ୟ ଅସ୍ତ୍ରକୁ ବୀର କାଢ଼ିଲା ବହନବହିଲାକ ଅଣଚାଶ ପ୍ରବଳ ପବନ ।କୁହୁକ ବାଣକୁ ପୁଣି ମୁହୂର୍ତ୍ତକେ ପେଷିଜ୍ୱାଳାବଳି ଅନ୍ଧକାର ପେଷେ ମୋହପାଶି ।ଲକ୍ଷେକୋଟି ବାଣମାନ ସନ୍ଧେ ପୁଣି ପୁଣିଦେଖିଣ ଆଶ୍ଚର୍ଯ୍ୟ ହ୍ୱନ୍ତି ସକଳ ସଇନି ।ଶିଶୁପାଳ ବାସୁଦେବ ଯୁଦ୍ଧ ଗୁରୁତରବୋଲନ୍ତି ଯେ ଶୁକମୁନି ଶୁଣ ନୃପବର ।ଏଥୁଅନନ୍ତରେ ତହୁଁ ଜଗନ୍ନାଥ ସ୍ୱାମୀଶିଶୁପାଳ ବାଣମାନ ଦେଖି ଅନ୍ତର୍ଯ୍ୟାମୀ ।ପ୍ରଚଣ୍ଡ ଅନଳ ଶୂନ୍ୟେ ଆସୁଅଛି ଘୋଟିଦିଗ ନ ଦିଶଇ ବାଣ ଆକାଶକୁ ଘୋଟି ।ଏସନ ରୂପେ ଆସନ୍ତେ ଦେଖି ନାରାୟଣଶାରଙ୍ଗରେ ବସାଇଲେ ମନଭେଦୀ ବାଣ ।ପୁନରପି ସସ୍ର ବାଣ ଅଭିମନ୍ତ୍ର କରିସାରଙ୍ଗ ଧନୁରେ ଯୋଚିଲେକ ଦେବହରି ।ଚାରି ଅଶ୍ୱଙ୍କୁ ଯେ ଆଠ ସାରଥିକି ତିନିଚକକୁ ଯେ ଚାରିବାଣ ଅଖକୁ ଯେ ବେନି ।ଖମ୍ବକୁ ଅଷ୍ଟ ନାରାଚ ବିନ୍ଧିଲେ ବିଚାରିପୀଢ଼କୁ ଯେ ପୁଣି ମାଇଲେକ ଚାରି ଚାରି ।ଚାରି ପାଖରେ ଯେ ବାଣ ମାରି ମନ୍ତ୍ରି ସାତରଥ ଚକଡ଼ାକୁ ଶର ମାରି ଜଗନ୍ନାଥ ।ଧନୁକୁ ପଞ୍ଚ ନାରାଚ ଗୁଣକୁ ଯେ ଚାରିତୂଣୀରକୁ ବିଂଶ ବାଣ ପେଷିଲେ ଶ୍ରୀହରି ।ସେହ୍ନାକୁ ଚୌବିଂଶ ହସ୍ତୀ ଅଶ୍ୱକୁ ଯେ ଆଠଏ ଅନୁକ୍ରମେ ନାରାଚ ପେଷି ନନ୍ଦଚାଟ ।ହସ୍ତରୁ ଫିଟନ୍ତେ ଚଳିଯାନ୍ତେ ବାଣମାନେସକଳ ଭେଦିଲେ ଯାଇ ଯେ ଯାହାର ସ୍ଥାନେ ।ପ୍ରଥମେ ଅଖରୁ ଚକ ଛିଡ଼ିଣ ପଡ଼ିଲାଦ୍ୱିତୀୟେ ଭୂମି ଉପରେ ଅଖ ନିକିଳିଲା ।ତଦପରେ ଧଉଡ଼ିକୁ ପକାଇଲା କାଟିତାହାପରେ ଚାରି ଅଶ୍ୱ ଭୂମିପରେ ଲୋଟି ।ଶିଶୁପାଳ ଉପରକୁ ବାଣ ଗଲା ଚଳିଅଚେଷ୍ଟ ହୋଇଲା ତେଡ଼େବଡ଼ ମହାବଳୀ ।ବାଗ ଦଉଡ଼ି ହସ୍ତରୁ ପଡ଼ିଲାକ ଝଡ଼ିଭାଙ୍ଗ ପଡ଼େ ରଥଗୋଟା ଶିଶୁପାଳେ ମାଡ଼ି ।ଘାଏ ଘୁମାଇଲା ତହୁଁ ଦମଘୋଷେ ସୁତପଡ଼ିଲାକ ମୁହଁମାଡ଼ି ଗଲା ମୂର୍ଚ୍ଛାଗତ ।ଗୋବିନ୍ଦ ଆଜ୍ଞା ଦେଲେକ ଅର୍ଜ୍ଜୁନକୁ ଚାହିଁଶିଶୁପାଳ କେଶ ଧରି ଘେନି ଆସ ଯାଇ ।ପାଦେ ଶାଙ୍କୁଳି ଦେଇଣ ରଥ ଖମ୍ବେ ବାନ୍ଧଅପମାନ ପାଇ ଯାଉ ରାଜା ଜରାସନ୍ଧ ।ଆଜ୍ଞା ପାଇଣ ରଥରୁ ଡେଇଁ ଅରଜୁନଶିଶୁପାଳ କେଶ ଧରି ଆଣିଲେ ବହନ ।ପାଶେ ରହି ଦେଖୁଥିଲା ବାଣା ଦଣ୍ଡଧାରୀରେରେକାର କରି ମିଳେ ଆସି ଆଗକରି ।ଅର୍ପୂବ ରଥଗୋଟି ଯେ ସୁବର୍ଣ୍ଣରେ କମଆଦିତ୍ୟ ରଥ ପରାୟେ ରାଜେ ଶୁଦ୍ଧ ହେମ ।ଶତେ ନଳ ଆୟତନ ରଥ ଦୀର୍ଘ ପ୍ରତିସହସ୍ର ଶାର୍ଦ୍ଦୁଳ ଯୋଚି ଅଛି ଚଉକତି ।ଦେବଗଣଙ୍କର ଲକ୍ଷେ କୋଟିଏ ଆୟୁଧଛେଲ ଚକ୍ର ଗଦାମାନ ଡେରିଅଛି ମଧ୍ୟ ।କର୍ଣ୍ଣାଞ୍ଚଳ ମୁକୁଟ ଯେ ସୀମନ୍ତିନୀ ବଳାନବ ରତନରେ ଶୋଭା ବଳୀରାଜା ବଳା ।କଳେବର ଭୟଙ୍କର ପୃଥୁଳ ମୂରତିକୃତାନ୍ତକ ଦେବତାର ପ୍ରାୟେ ଦିବ୍ୟଜ୍ୟୋତି ।ପ୍ରତାପୀ ବୀରାଧିବୀରବର ଶିରୋମଣିସ୍ୱର୍ଗମଞ୍ଚ ପାତାଳ ସେ ହେଳେ ପାରେ ଜିଣି ।ସୁପ୍ରସନ୍ନେ ସଦାଶିବ ଦେଇଛନ୍ତି ବରପ୍ରହ୍ଲାଦର ନାତି ସେ ଯେ ଅଟଇ ଅମର ।ଏକା ଶରୀରରେ ତାର ସହସ୍ରେକ ଭୁଜଆଠ କୋଟି ସିଂହର ଯେ ବହିଥାଏ ଓଜ ।ବାମ ଭୂଜେ ପାଞ୍ଚଶତ ଶ୍ରେଷ୍ଠ ଧନୁ ଧରିଦକ୍ଷିଣ ପଞ୍ଚାଶ ଭୁଜେ ବିନ୍ଧଇ ଓଟାରି ।ଗଦା ମୁଦୁଗର ଶକ୍ତି ଧରି ଅସିବରଦକ୍ଷିଣ ଭୁଜେ ଭୂଷଣ୍ଡ ରହିଅଛି ତାର ।ଛେଲ ଚକ୍ର ଶର ଧରିଅଛି କେଉଁ କରେମୂଷଳ ଧରି ଅଛଇ କେବଣ କରରେ ।କେବଣ ହସ୍ତେ ଡମ୍ବରୁ ତ୍ରିଶୂଳ ଯେ କାତିଛୁରୀ ଯମଦାଢ଼ ତ୍ରୟତ୍ରିଂଶ ଶର ଜାତି ।ସର୍ବାଙ୍ଗେ ମାଣିକ୍ୟ ରଙ୍ଗ ପତନିକି ପିନ୍ଧିଶ୍ରୀଅଙ୍ଗେ ଚନ୍ଦନ ମାଥେ ସେବତୀକି ବାନ୍ଧି ।ରଙ୍ଗମିଶା ଅଞ୍ଚଳ ଯେ ଅତି ଶୋଭାକରଶ୍ରୀକୃଷ୍ଣ ଛାମୁରେ ମିଳି ହେଲା ଆଗଭର ।ସହସ୍ର ଭୁଜେ ଆୟୁଧ ଧରିଛି ପୂରାଇରହ ରହ ଗୌଡ଼ ବୋଲି ଓଗାଳିଲା ଯାଇ ।ମୋହର ଛାମୁରେ ତୋର ଏଡ଼େକ ଭରସାଶୋଇଲା ସିଂହକୁ ଯେହ୍ନେ ନାତ ମାରେ ଶଶା ।ଦମଘୋଷ ସୁତକୁ ମୋ ଆଗୁ ଧରି ନେଉଗଉଡ଼ ହୋଇଣ ତୁରେ ଏଡ଼େ ଗର୍ବ ବହୁ ।ଲକ୍ଷେ ରାଜା ଉପରେ ସେ ଅଟେ ଅଧିକାରୀସେନାପତି ପଣେ ଶାଢ଼ୀ ବାନ୍ଧିଛନ୍ତି ବରି ।ଏଡ଼େବଡ଼ ବୀରଟାକୁ ବାନ୍ଧିକରି ନେବୁତୁ ସୈନ୍ୟ ମଧ୍ୟେ କେମନ୍ତେ ଜୀବନ ପାଇବୁ ।ଏତେ ବୋଲିଣ ରଥକୁ ଧୂଆଁଏ ସେ ବେଗେତକ୍ଷଣେ ମିଳିଲା ଯାଇ ନନ୍ଦିଘୋଷ ଆଗେ ।ପୁଣ ନିଜ ଭୁଜେ ଶର ଧରି ଆଣ୍ଟ କରିଗୋବିନ୍ଦଙ୍କ ଉପରକୁ ବିନ୍ଦେ ରୋଷ ଭରି ।ଧନୁରେ ପାଞ୍ଚସହସ୍ର ବାଣକୁ ପୂରାଇମନ୍ତ୍ର ସୁମରିଣ ବିନ୍ଧେ ମହାରୋଷ ବହି ।ଛେଲ ଚକ୍ର ଭୂଷଣ୍ଡି ଯେ ଆଉ ତୀକ୍ଷ୍ଣମୁନାମନ୍ତ୍ର ସୁମରିଣ ବାଣ ପେଷେ ମହାମନା ।ଶୁଣ ପରୀକ୍ଷେ ବଦନ୍ତି ଶୁକ ମହାମୁନିଇତି ଶିରୀ ହରିବଂଶ ପୁଣ୍ୟମୟ ଧ୍ୱନି ।ଏସନ ବିନ୍ଧନ୍ତେ ବାଣ ବଳିର ତନୟକମ୍ପିଲେ ଅମରଗଣେ ପାଇ ମନେ ଭୟ ।ଚଳିଗଲେ ବାଣମାନେ ଶୂନ୍ୟପୁର ଘୋଟିଶ୍ୟେନ ପକ୍ଷୀ ପ୍ରାୟେ ଶବ୍ଦ ଆସନ୍ତେ ଚହଟି ।ଖଣ୍ଡା ସାବେଳି ପ୍ରଭୃତି ତୀକ୍ଷ୍ଣ ଲୋହ ଝଳିଶୂନ୍ୟମଣ୍ଡଳରୁ ଯେହ୍ନେ ପଡ଼ଇ ବିଜୁଳି ।ରଣଝଣ ଭୟଙ୍କର ଶବ୍ଦ ଶୂନ୍ୟେ ଘୋଟିଦଲଦଲ ବସୁମତୀ କମ୍ପେ ନବସୃଷ୍ଠି ।ଉଲୁକାପାତ ପୃଥିବୀ ଯୁଗାନ୍ତକ ଜାଣିଗଗନ ଅନ୍ଧାର ଦୃଶ୍ୟ ହୁଏ ଦିନମଣି ।ବାଣମାନେ ଆସନ୍ତେଣ ଦେଖି ଅନ୍ତର୍ଯ୍ୟାମୀଶାରଙ୍ଗ ଧନୁକୁ କରେ ଧଇଲେକ ସ୍ୱାମୀ ।ଅର୍ଦ୍ଧଚନ୍ଦ୍ର ତୀକ୍ଷ୍ଣ ମୁନା ଗୁଣରେ ସେ ଦେଲେସହସ୍ରେ ଗୁଣରେ ଅଭିମନ୍ତ୍ରିଣ ପେଷିଲେ ।ସାନ୍ଦୀପନି ଶିକ୍ଷା ଦେଇଛନ୍ତି ଯେ ମନ୍ତ୍ରଟିଏକା ନାରାଚକେ ଜାତହେଲା କୋଟିକୋଟି ।ଏମନ୍ତେ ପାଞ୍ଚସହସ୍ର ଶରମାନ ସନ୍ଧିବାଣାସୁର ବାଣକୁ ସେ ଶର ଦେଲେ ଛନ୍ଦି ।ଶରେ ଶର ଛନ୍ଦାଛନ୍ଦି ମହାଜ୍ଜ୍ୱାଳା ହୋନ୍ତେଘୋଟିଲା ଅତୁଳଶିଖା ଗଗନର ପଥେ ।ନିରନ୍ତରେ ଶରେ ଶର ହେଲା ମହାସନ୍ଧିଶର ଗତାୟତେ ସୂର୍ଯ୍ୟକିରଣ ଆଚ୍ଛାଦି ।ଆଡ଼େ ଜଗନ୍ନାଥ ଅନ୍ୟ ଆଡ଼େ ବାଣାସୁରଶରବନ୍ଧ ପଡ଼ିଲା ସେ ଦୁହିଁଙ୍କ ଭିତର ।ଅଗ୍ନିଶର ପେଷିଲାକ ବାଣ ମହାବଳିସବୁ ଶର ଅଗ୍ନିତେଜେ କ୍ଷଣକରେ ଜଳି ।ବାଣାସୁର ଦାନବ ଯେ ବହୁଶର ଧରିଅନର୍ଯ୍ୟାପ୍ତ ବାଣ ବିନ୍ଧେ କୋଟ୍ୟୁର୍ବୁଦ କରି ।ଶ୍ରାବଣ ମାସରେ ଯେହ୍ନେ ମେଘ ବରଷଇତେସନ ଶର ଗଗନ ପଥରୁ ଖସଇ ।ମହାଭୟଙ୍କର ଶବ୍ଦ ଟଙ୍କାରର ଧ୍ୱନିଶବଦରେ କମ୍ପୁଅଛି ସକଳ ମେଦିନୀ ।କୋଟିଏ ଶାର୍ଦ୍ଦଳ ତାଳ ରଥେ ଯୋଚାହୋଇଯହିଁ ମନ କରଇ ସେ ତହିଁ ନ୍ୟନ୍ତି ବହି ।ରଥରେ ବସି ସାରଥି ବାହେ ରହୁବରଜଗନ୍ନାଥଙ୍କ ଛାମୁରେ ଯୁଝେ ବାଣାସୁର ।ନନ୍ଦିଘୋଷେ ବିଜେ କରିଛନ୍ତି ଦେବରାୟେସାରଥି ପଣରେ ବସିଛନ୍ତି ଧନଞ୍ଜୟେ ।ରଥ ଗଜ ପଦାତିକ ଅଶ୍ୱ ଯେ ଯାହାରଏକ ଆରଣିରେ ଲାଗି ଯୁଦ୍ଧ ମହାଘୋର ।ଉଠନ୍ତି ପଡ଼ନ୍ତି କେହୁ ଲୋଟନ୍ତି ଧରଣୀମେଦମେଦା ମାଂସ ଖାନ୍ତି ପିଶାଚୀ ଡାକିନୀ ।ଶ୍ରୀକୃଷ୍ଣ ରଥ ପଛରେ ଯାଇର ଯାଦବେଏକେ ଏକେ ପରିଘାଇ ଯୁଝନ୍ତି ସରବେ ।ଗୋବିନ୍ଦ ରୂପ ଯାଦବଗଣେ ଛନ୍ତି ଘେନିଜଣକେ ଆବୋରିଛନ୍ତି ଅର୍ବୁଦେ ସଇନି ।ଲାଗିଲା ଘୋର ସମର ଆରେଣି ଅପାରଏକା ବାଣକେ କୋଟିଏ ଯାନ୍ତି ଯମପୁର ।ନାରାଚ ଖଡ଼ଗଘାତେ ଛିଡ଼ିଯାନ୍ତେ କନ୍ଧଭୟଙ୍କର ମୂର୍ତ୍ତ ଧରି ନାଚିଲେ କବନ୍ଧ ।ବହିଲା ରକତ ନଦୀ ବେନି ତାଳ ଉଚ୍ଚଗମିଯାନ୍ତି ମଡ଼ାମାନେ ହୋଇର ନିଘଞ୍ଚ ।ଆନନ୍ଦେ ନାଚନ୍ତି ମିଳି ଶ୍ମଶାନ ବାସିନୀକିଳିକିଳା କୁହୁ କୁହୁ ଭୟଙ୍କର ଧ୍ୱନି ।କଙ୍କାଳୀ ବେତାଳୀ ଚଣ୍ଡୀ ଚାମୁଣ୍ଡା ସହିତେଊର୍ଦ୍ଧ୍ୱକେଶୀ ଭଇରବୀ ପିଶାଚୁଣୀ ଯେତେ ।ମେଦମେଦା ଖାଇ ସୁଖେ ରକ୍ତ କରି ପାନହୁଳୁହୁଳି ଦେଇ ରଣେ କରନ୍ତି ନର୍ତ୍ତନ ।ଅତି ଉଚ୍ଚେ ରାବ ଦ୍ୟନ୍ତି ଶ୍ୱାନ ଗୃଧ କାକେବ୍ରହ୍ମାଣ୍ଡ ଉଛୁଳି ପଡ଼େ ରେରେକାର ଡାକେ ।ଦୀର୍ଘ ପ୍ରତି ଆୟତନେ ବେନିଯୂଣ ଯାଏନିରନ୍ତରେ ଦିଶୁଅଛି ଗୁଣ୍ଡିମୁଣ୍ଡ ମୟେ ।ଶୁଣ ପରୀକ୍ଷିତ ରାୟେ ଶୁକମୁନି କହିଅତି ଭାଗ୍ୟେ ଭାଗବତ ପୁରାଣ ଯେ ଏହି ।ଏସନେକ ମହାଘୋର ଲାଗିଲା ସମରପୁଣି ପୁଣି ବାଣାସୁର ବିନ୍ଧେ କୋଟି ଶର ।ଉଲ୍କାପାତ ପରାୟେ ଦିଶେ ମହୀସ୍ଥଳୀଦଶଦିଶ ଯାକସବୁ ଶରରେ ମଣ୍ଡଳୀ ।ଭୂମଣ୍ଡଳଠାରୁ ସ୍ୱର୍ଗପୁର ପରିଯନ୍ତେସମସ୍ତ ପୂରିଅଛଇ ମହା ଅସ୍ତ୍ର ଶସ୍ତ୍ରେ ।ଗର୍ଜିଣ ଧାମନ୍ତି ବାଣ ଝଲ ମଲ ଜ୍ୟୋତିବଜ୍ରସୂଚି ପରାୟେକ ଧରି ବିଶ୍ୱମୂର୍ତ୍ତି ।ଅର୍ଜ୍ଜୁନ ବୋଇଲେ ତୁମ୍ଭେ ଶୁଣ ନାରାୟଣସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ଘୋଯେ ଦୈତ୍ୟବାଣପଞ୍ଚାଶତ ଭୁଜେ ଧନୁ ଧରି ବଜ୍ର ଯଷ୍ଟିଏକା ବାଣକେ ଜନମ ହୁଏ କୋଟି କୋଟି ।ନିଃଶ୍ୱାସକେ ଶତେ ବେଳ ଆମଞ୍ଚଇ ଗୁଣବାଣର ଉପରେ ବାଣେ ବିନ୍ଧେ ଗୁରୁ ଟାଣ ।ପବନର୍ହୁ ବେଗେ ବାଣ ଆସୁଅଛି ମାଡ଼ିଅବଶ୍ୟ ପ୍ରମାଦ ଦେବ ନନ୍ଦିଘୋଷେ ପଡ଼ି ।ଏମାନଙ୍କୁ ପ୍ରତିକାର କର ନରହରିତା ନୋହିଲେ ମୋତେ ବୋଲଦେବି ମୁଁ ସଂହାରି ।ଅର୍ଜ୍ଜୁନ ବାକ୍ୟେ ବୋଲନ୍ତି ଲକ୍ଷ୍ମୀଦେବୀ ସାଇଁଏ ବାଣାସୁର ଯୋଗରେ ବହୁ କାର୍ଯ୍ୟ ହୋଇ ।ରାଜୁସୀ ଯାଗ କରିବେ ଯୁଧିଷ୍ଠି ରାଜନଲକ୍ଷେ ନରପତି ତହିଁ ହୋଇବେ ବରଣ ।ଅପମାନ ପାଇଛନ୍ତି ପଣ୍ଡୁ ନରପତିତେଣୁକରି ରାଜାମାନେ ମିଳିବା ଯୁକତି ।ଆବର ଅଶେଷ ପୂର୍ବୁ ଅଛି ବର ପାଇନାତିର ହସ୍ତେ ମରିବ ଶିବ ଛନ୍ତି କହି ।ସମୟ ଅନ୍ତରେ ଏହି ନନ୍ଦିଘୋଷ ରଥେମୂର୍ତ୍ତିମନ୍ତ ହୋଇ ଆମ୍ଭେ ବିଜେ କରି ଏଥେ ।ଶୋଣିତ କଟକେ ହେବ ତୁମୂଳ ସମରସେହିଠାରେ ବାଣାସୁର ଯିବ ଯମପୁର ।ଏତେ ପରିଶ୍ରମ କରିବାଟି ଅନିମିତ୍ତେଏ ବାଣା ବଧ ନୋହିବ ଜାଣ ଆମ୍ଭ ହସ୍ତେ ।ତୁହି ହୋ ଅର୍ଜ୍ଜୁନ ଏବେ କର ଆମ୍ଭ ବୋଲଲେଉଟାଇ ରଥ ବାହା ଯିବା ଏଥୁ ଚାଲ ।ଅରଜୁନ ବୋଇଲେ ହେ ଶୁଣ ବନମାଳିକିପାଁ ବଦନ ଲୁଚଇ ଯିବା ଏଥୁ ଚଳି ।ତୁମ୍ଭେ ସ୍ୱାମୀ ବିଜ୍ଞବନ୍ତ ଅଟ ଗୁଣମଣିଜାଣି ଏ କଥା କେମନ୍ତେ କହ ଚକ୍ରପାଣି ।ସଂଗ୍ରାମେ ଅପସରିଲେ ଯିବ ସବୁ ଧର୍ମଜନମୁଖେ ନିର୍ବାସିତ ହେବ ପାପକର୍ମ ।ଯୁଗେ ଯୁଗେ ଅଜ୍ରାମର ନୋହେ କାର ଦେହୀମାୟାମୟ ସଂସାର ଏ ଶୁଭାଶୁଭ ଭୂଇଁ ।ଅର୍ଜ୍ଜୁନ ବଚନ ଶୁଣି ହସି ଜଗନ୍ନାଥବୋଇଲେ ସାଧୁ ତୁମ୍ଭର ଜୀବନ ହିଁ ପାର୍ଥ ।ବାଳୁତ ହୋଇ ତୁମ୍ଭର ଧର୍ମପଣ ଏତେଲକ୍ଷ୍ମୀ ନ ଛାଡ଼ିବେ ତୁମ୍ଭ ବନ୍ଧୁ କଦାଚିତେ ।ଏ ରୂପରେ ଉଚ୍ଚବାଚ ହ୍ୱନ୍ତେ ତହିଁ ବେନିଅଦ୍ଭୁତେ ଆକାଶୁଁ ଶୁଭେ ଚମତ୍କାର ଧ୍ୱନି ।ଆହେ ପାର୍ଥ ଜଗନ୍ନାଥ ଏହି ବୋଲ କରଶୀଘ୍ର ଲେଉଟାଅ ନନ୍ଦିଘୋଷ ରହୁବର ।ନୋହିଲେତ ଦେବକାର୍ଯ୍ୟ ନୋହେଜାଣ ସିଦ୍ଧଆଗପଛ ବିଚାରିଣ ଶତ୍ରୁ କର ବଧ ।ଶ୍ରୀମୁଖରେ ଆଜ୍ଞା ଦେଲେ ଯାହା ଜମ୍ଭଭେଦୀନିଶ୍ଚେଁ ନିଶ୍ଚେଁ ସେହିକାର୍ଯ୍ୟ ହୋଇବଟି ସିଦ୍ଧି ।ଏହାଶୁଣି ସବ୍ୟସାଚୀ ଅଶ୍ୱ ଚଳାଇଲେନନ୍ଦିଘୋଷ ରଥ ତହୁଁ ଲେଉଟାଇ ନେଲେ ।ନିଃଶ୍ୱାସକେ ଯାଇ ରଥ ଉଠେ ଶୂନ୍ୟମାର୍ଗେବାଣାସୁର ବାଣମାନ ଆସୁଛନ୍ତି ବେଗେ ।ଗରୁଡ଼କୁ ଆଜ୍ଞାଦେଲେ ଦେବ ଭଗବାନଡେଣା ବିସ୍ତାରିଲେ ଆସି ବିନତା ନନ୍ଦନ ।ବାଣାସୁର ପରେ ଗରୁଡ଼ର ଡେଣା ବାଜିଥୋକେ ଉପୁଡ଼ି ପଡ଼ିଲେ ଥୋକେ ଗଲେ ଭାଜି ।ଖଗେଶ୍ୱର ହଲାଇଣ ଦେଲା ଯହୁଁ ଡେଣାବହିଲା ଯେ ଅଣଚାଶ ବାୟୁ ଶତେ ଗୁଣା ।ବାଣାସୁର ସୈନ୍ୟମାନେ ଅନ୍ତରୀକ୍ଷେ ଉଡ଼ିପ୍ରାଣତ୍ୟାଗ କଲେ ବନଗିରି ତଳେ ପଡ଼ି ।ରଥ ଗଜ ଅଶ୍ୱ ରଥୀ ମାହୁନ୍ତ ବହୁତଅନେକ ଦୂରେ ପଡ଼ିଣ ହେଲେ ପ୍ରାଣେ ହତ ।ନନ୍ଦିଘୋଷ ରହୁବର ଆକାଶରେ ଥାଇଶୁଣ ପରୀକ୍ଷିତ ରାଜା ଶୁକମୁନି କହି ।ଏଥୁ ଅନନ୍ତରେ ଜରାସନ୍ଧ ନରପତିବଳରାମ ଶ୍ରୀଛାମୁରେ ମିଳିଲା ତଡ଼ତି ।ଚଉପାଶେ ବେଢ଼ିଛନ୍ତି ନରପତି ଗଣଚତୁରଙ୍ଗ ସୈନ୍ୟ ତାର ଅଟେ ଅପ୍ରମାଣ ।କାଙ୍କ କୁରାଢ଼ି ଦନୁଜେ ଅଛନ୍ତି ସଜାଡ଼ିଶାବଳେ ସେ ପୁରମାନ ପକାଇଲେ ତାଡ଼ି ।ଦ୍ୱାରେ ଜିଣି ଭିତରେ ସେ ପଶିଲେ ଝସାଇଦେଖି ଯାଦବେ ପଳାଇଗଲେ ଭୟ ପାଇ ।ବଳରାମଙ୍କ ପଛରେ ରହିଲେ ସକଳରହ ରହ ବୋଲି ଓଗାଳିରେ କାମପାଳ ।ତାଳଧ୍ୱଜ ଆରୋହିଣ ରୋହିଣୀର ବଳାଶ୍ରୀକରେ ହଳ ମୁଷଳ ଧରି ଅନର୍ଗଳ ॥
ଜରାସନ୍ଧ ଆଗେ ରଥ ଟେକିଲେକ ଆଣିଦେଖିକରି କୋପକଲା ମଗଧ ନୃମଣି ।ନୟନ ବୁଲାଇ ଜରା ଓଷ୍ଠ କଲା ପୁଷ୍ଟହସି ବୋଲଇ ଗଉଡ଼ ତୁରେ ଏଡ଼େ ଦୁଷ୍ଟ ।ମୋର ଶତ୍ରୁ ଅଟ ଏକା ତୁମ୍ଭେ ଭାଇ ବେନିତୁମ୍ଭ ଲାଗି ଆସିଅଛି ଏତେ ସୈନ୍ୟ ଘେନି ।ବେଳେବେଳେ ମୋ ଛାମୁରୁ ଚୋରପରା ହୋଇଚାହୁଁ ଚାହୁଁ ଯାଉଅଛ କପଟେ ଭୁଲାଇ ।ଏବେରେ ନିଶ୍ଚୟେ ପଡ଼ିଲଟି ମୋର ଆଗେଏତେ ବୋଲି ଧନୁ ଜରା ଧଇଲାକ ବେଗେ ।ତୀକ୍ଷ୍ଣ ମୁନା ସସ୍ର ମୁନା ଧନୁରେ ପୂରାଇବଳରାମଙ୍କ ଉପରେ ବିନ୍ଧଇ ନିଠାଇ ।ପୂର୍ବ ପଞ୍ଚାଶ ସହସ୍ର ବାଣ କରେ ଘେନିକହିଲା ମାତ୍ରକେ ପେଷେ ମନେ କ୍ରୋଧ ଘେନି ।ବାବଲ ଶତେ ନାରାଚ ପୁନରପି ବାଛିମନ୍ତ୍ର ସୁମରି ବିନ୍ଧଇ ସଙ୍କୋଚନ ବତ୍ସି ।ଲୋହ ଶର ଗଦା ସହ ସହସ୍ରେକ ବାଣକର୍ଣ୍ଣଯାଏ ଓଟାରିଣ ବିନ୍ଧେ ତତକ୍ଷଣ ।ଚକ୍ଷୁ ପିଛଡ଼ା ମାତ୍ରକେ ପୁଣି ଶର ମାରିଲକ୍ଷେକୋଟି ଶର ପେଷେ ମହାରୋଷ ଭରି ।ତାଳଧ୍ୱଜ ରଥେ ଥାଇ ବଳଦେବ ସ୍ୱାମୀବାଣ ଆସନ୍ତେ ଦେଖିଣ ଦେବ ଅନ୍ତର୍ଯ୍ୟାମୀ ।ରଥର ଉପରେ ଥାଇ ପାତିଲେ ବାମାଙ୍ଗନାରାଚ ମାରନ୍ତେ ପଡ଼ି ହେଲା ସବୁ ଭଙ୍ଗ ।ଧବଳ ପର୍ବତ ପରେ ଯେହ୍ନେ ପୁଷ୍ପ ବିଞ୍ଚିଶମ୍ଭୁଲିଙ୍ଗ ଉପରେ କି ସୁଧା ପାଣି ସିଞ୍ଚି ।ସେହିପରି ଜରା ବାଣ ହଳୀ ଅଙ୍ଗେ ପଡ଼ିଥୋକେ ଭାଙ୍ଗିଲେକ ଥୋକେ ପଡ଼ିଲେ ଉପୁଡ଼ି ।ଦେଖି ମନେ ଲଜ୍ଜା ପାଇ ମଗଧ ଈଶ୍ୱରପୁଣି ଆକ୍ରୋଶି ସେ ଧନୁ ଧରେ ବାମ କର ।ପଞ୍ଚାଶ ସହସ୍ର ବାଣ ଅଭିମନ୍ତ୍ର କରିକର୍ଣ୍ଣମୂଳ ପରିଯନ୍ତେ ଆଣିଲା ଓଟାରି ।କଥା କହିବା ମାତ୍ରକେ ଷାଠିସସ୍ର ଶରରେରେକାର କରିଣ ସେ ପେଷେ ଧାତିକାର ।ବାବଲ ଛେଲ ମୁଦ୍ଗର କୁନ୍ତମୁନା ଯଷ୍ଟିଗୁଣ ପୁଷ୍ଟକରି ବାଣ ବିନ୍ଧେ କୋଟି କୋଟି ।ପୃଥ୍ୱୀଯାକ ଦିଶିଲାକ ଉଲ୍କାପାତ ପ୍ରାୟେଅବନୀରୁ ଲାଗେ ବାଣ ବଇକୁଣ୍ଠ ଯାଏ ।ଜରାସନ୍ଧ ଯୁଦ୍ଧ ଦେଖି ସର୍ବ ରାଜାଗଣଯାଦବଙ୍କ ସମ୍ମୁଖରେ କଲେ ମହାରଣ ।ଯେଝାରେ ସୈନ୍ୟ ଆବୋରି ସର୍ବେ ଛନ୍ତି ରହିନାନା ଶସ୍ତ୍ରମାନ ଘେନି ମାରନ୍ତି ତୁହାଇ ।ଫିରିଫିରା ନାରାଚ ଯେ ବଜ୍ରସୂଚି ବାଣପର୍ଶୁ ଆତପତ୍ର ଘୃତ ପାଷାଣ ଲବଣ ।ଯାଦବଗଣଙ୍କୁ କେହି ନ କରନ୍ତି ଶଙ୍କାମଡ଼ାପରେ ଉଠି ଯୁଝୁଛନ୍ତି ରଣରଙ୍କା ।ପାଞ୍ଜତାଳ ଗଣା କ୍ଷଣକରେ ଦେଲେ ପୋତିଅନେକ ଯୋଦ୍ଧା ପଡ଼ିଲେ ତହିଁ ନାନାଜାତି ।ଥୋକାଏ ଉଶ୍ୱାସ ହୋଇଗଲା ବସୁନ୍ଧରୀଅନେକ ଦୁଷ୍ଟଙ୍କୁ ନାଶ କଲେ ଦଇତ୍ୟାରି ।ଶୁଣ ହୋ ପରୀକ୍ଷ ବଦୟନ୍ତି ଶୁକଯତିଇତି ଶିରୀ ହରିବଂଶ ପୁରାଣର କୀର୍ତ୍ତି ।ଅତିଭାଗ୍ୟେ ଭାଗବତ ଗ୍ରନ୍ଥ ଶୁଣାଯାଇସପ୍ତ ସମୁଦ୍ର କେ ପାର କରରେ ଶୁଖାଇ ।କୋଟିମୁଖ ବ୍ରହ୍ମାଙ୍କୁ ଯେ ଅଗୋଚର ଗ୍ରନ୍ଥସଂକ୍ଷେପ କରି କହିବ କେହୁ ପୁଣ୍ୟବନ୍ତ ।ନ ଜାଣନ୍ତି ଶଙ୍କର ଯା ନ ଜାଣନ୍ତି ଉମାଦେବାସୁରେ ଅଗୋଚର ଯେ ହରି ମହିମା ।ଜଣ ଜଣକେ ଅସଂଖ୍ୟ ରଣ ହେଲା ତହିଁଅଗୋଚର ମହିମା ତ ଗୋଚର ନୁହଇ ।ଛୟାଣୋଇ ସସ୍ର ରାଜା ଚତୁରଙ୍ଗ ବଳଅସଂଖ୍ୟକ ଅସମ୍ଭବ ଯେହ୍ନେ ସିନ୍ଧୁଜଳ ।ଏକ ଏକ ରାଜାଙ୍କର ଦଶ ବିଂଶ କ୍ଷୌଣୀବଚନେ କହି ନୁହଇ ପାରିବ କେ ଗଣି ।କ୍ଷଣକେ ଭାଙ୍ଗନ୍ତି କ୍ଷଣେ ଲାଗନ୍ତି ଯେ ଉଠିକ୍ଷଣକେ କବନ୍ଧ ନୃତ୍ୟ କରି କୋଟି କୋଟି ।ଏସନକ ମାୟା କରିଛନ୍ତି ଦେବରାୟେଯାଦବମାନଙ୍କ ମଧ୍ୟେ ଜଣେ ନୁହେ କ୍ଷୟେ ।ଲକ୍ଷେକୋଟି ବଳ ଛନ୍ତି ଆବୋରିଣ ରଣେବିଷ୍ଣୁତେଜ କଳା ବହିଛନ୍ତି ଜଣେ ଜଣେ ।ଯାଦବ ରୂପରେ ସ୍ୱର୍ଗୁ ଆସି ଦେବଗଣଗୁପତେ ଶସ୍ତ୍ର ଧରି କି କରୁଛନ୍ତି ରଣ ।ବାଣଙ୍କର ମୂଳେ ବିଜେକରି ମହାଚଣ୍ଡୀକିଳିକିଳା ରାବଦେଇ ଭକ୍ଷି ମୁଣ୍ଡଗଣ୍ଡି ।ଏହିପରି ସମରେ ସେ ହୋଇଲା ଦୁସ୍ତରହଳୀଙ୍କ ଛାମୁରେ ମିଳେ ଜରା ନୃପବର ।ଶରଦ ମେଘ ପରାୟେ ଗର୍ଜ୍ଜେ ରୋଷଭରେଗଜଦନ୍ତ ମାଇଲା କି ମାଲ୍ୟବନ୍ତ ପରେ ।ପୁନରପି ବହୁଶର ମାରେ ରୋଷ ଭରିଇନ୍ଦ୍ର ବଜ୍ର ମାଇଲା କି ହେମବନ୍ତ ଗିରି ।ରଥୁ ଡେଇଁପଡ଼ି ହଳୀ ମୂଷଳ ବୁଲାଇରୋଷଭରେ ଗର୍ଜ୍ଜନ୍ତି ସେ ସପ୍ତଫଣା ବହି ।ବିଚିତ୍ର ପାଦଗତିରେ କରି ଘୋର ରଡ଼ିଆସନ୍ତି ପର୍ବତ ଯେହ୍ନେ ପଡ଼ୁଥାଏ ମାଡ଼ି ।ସମୁଦ୍ର ଭିତରୁ ଯେହ୍ନେ ଚନ୍ଦ୍ରମା ଉଦୟେଶୁକ୍ଳାବର ରୂପ ତେହ୍ନେ ଦିଶେ ତୋଜୋମୟେ ।ହଳ ମୂଷଳ ବୁଲାଇ ଦେବ ଅନ୍ତର୍ଯ୍ୟାମୀଜରାସନ୍ଧ ପରେ ରୋଷେ ପିଟିଲେକ ସ୍ୱାମୀ ।ଭାଜିଲା ରହୁବର ସେ ଆଘାତକୁ ପାଇଉଡ଼ିଲା ଗଗନ ମାର୍ଗେ ମସିଗୁଣ୍ଡା ହୋଇ ।ସାରଥି ସହିତେ ଚାରିଅଶ୍ୱ ତହିଁ ମଲେବିରଥୀ ହୋଇଲେ ଜରା ସମର ତୁମୁଳେ ।ବାଆସ୍ତରି ଭାର ଗଦା ଘେନି ବାମକରେବଳରାମଙ୍କ ଉପରେ ପିଟେ କୋପଭରେ ।ଦେଖି କାମପାଳ ଦେଲେ ଲଙ୍ଗଳକୁ ଆଡ଼ିଶତଖଣ୍ଡ ହେଲା ଗଦା ଲଙ୍ଗଳରେ ପଡ଼ି ।ନିସ୍ତବ୍ଧେ ରହିଲା ତହୁଁ ମଗଧ ନୃପତିବାହାସ୍ଫୋଟ ମାରି କଲା ମାଲବିଦ୍ୟା ଗତି ।ଭୂମି ଉପରେ ଲୋଟିଣ ମାରି ଶୂନ୍ୟଚିରାମୁଷ୍ଟି ଉଞ୍ଚାଇ ଉନ୍ମତ୍ତ ହୋଇ ମହାବୀରା ।ଦେଖି କାମପାଳ ବାମ ଭୁଜୁକୁ ପ୍ରସାରିଲଙ୍ଗଳ ବେକରେ ଦେଇ ଆଣିଲେ ଓଟାରି ।ଘାଏ ଅସାଷ୍ଟମ ହେଲା ସଂକୋଚନ ବତ୍ସାଘଡ଼ିଏ ପର୍ଯ୍ୟନ୍ତେ ତଳେ ପଡ଼ିଗଲା ମୂର୍ଚ୍ଛା ।ଦକ୍ଷିଣ କରରେ ଧରି ମୁଷଳକୁ ହଳୀଜରାସନ୍ଧ ପରେ ନେଇ ପିଟନ୍ତଣେ ତୋଳି ।ଏସନ ସମୟେ ସ୍ୱର୍ଗୁ ହେଲା ଦେବବାଣୀଜରାସନ୍ଧଠାରୁ କୋପ ସଂହର ଭୋ ସ୍ୱାମୀ ।ଏହାରେ ଅନେକ କାର୍ଯ୍ୟ ହୋଇବ ଯୁକତେପ୍ରାଣଦାନ ଦେଇ ୟାକୁ ଛାଡ଼ ଶୂଳହସ୍ତେ ।ସମୟେକ ରହିଥାଉ ଏହି ଦୁଷ୍ଟବୁଦ୍ଧିତେବେ ଜାଣ ଦେବକାର୍ଯ୍ୟ ହୋଇବାକ ସିଦ୍ଧି ।ଆକାଶ ବାଣୀ ଶୁଣିଣ ରେବତୀର ସାଇଁବାହୁଡ଼ି ରଥ ଉପରେ ବିଜେ କଲେ ଯାଇ ।ଅହୋବଳ ସୈନ୍ୟ ମଧ୍ୟେ ବଳରାମ ଧନ୍ୟବୋଲି ଜୟ ଉଚ୍ଚାରିଲେ ସ୍ୱର୍ଗେ ଦେବଗଣ ।ଏଥୁଅନ୍ତେ ଜରାସନ୍ଧ ନୃପତିକୁ ଜିଣିକୃଷ୍ଣଙ୍କ ପାଶେ ପ୍ରବେଶ ହେଲେ ହଳପାଣି ।ଦେଖିଲେ ନନ୍ଦିଘୋଷରେ ବିଜେ ବ୍ରହ୍ମରାଶିଛାମୁରେ ପାର୍ଥ ସାରଥିପଣେ ରଥେ ବସି ।ତଦନ୍ତେ ଦେଖିଲେ ଦମଘୋଷର ଦୁଲାଳକର ଚରଣ ବନ୍ଧନେ ଅଛି ଶିଶୁପାଳ ।ବଳରାମ ହସିଲେକ ବିଷ୍ଣୁମୁଖ ଚାହିଁଶିଶୁପାଳେ ଏହି ଦୁଃଖ ଦେଲ କାହିଁପାଇଁ ।ଏ ପରା ଆମ୍ଭ ମାଉସୀ ପୁଅ ସହୋଦରଦେବକୀ ଦୈବକୀ କୁନ୍ତୀ ଏ ନୁହନ୍ତି ପର ।ଏବେ ନ ଜାଣିବାପଣେ କଲା ଆମ୍ଭ ଦୋଷଆମ୍ଭେ ନ ସହିଲେ ଧର୍ମ ନିଶ୍ଚେଁ ଯିବ ନାଶ ।ଏ ମଲେ ଆମ୍ଭ ମାଉସୀ ହୋଇବ ବିକଳସପତାଙ୍ଗେ ନାଶଯିବ ଦମଘୋଷ କୁଳ ।ଶ୍ରୀକୃଷ୍ଣ ବୋଇଲେ ଏହି ମୂଢ଼ ବଡ଼ ମନ୍ଦଆମ୍ଭ ସଙ୍ଗତେ କିପାଇଁ କଲା ବୃଥା ଦ୍ୱନ୍ଦ୍ୱ ।ଏହାର ବଚନ ଭାଙ୍ଗେ ନାହିଁ ଜରାସନ୍ଧଯାହା ବୋଲିବ ତାହାର ଅଟେ ଦୃଢ଼ବନ୍ଧ ।ସଙ୍ଗତେ ଅଛନ୍ତି ୟାର ଅନେକ ସଇନିସେନାପତିପଣେ ଆସିଆଛି ଶାଢ଼ୀ ଘେନି ।ବାଣା ବଜ୍ରନାଭ ଆଉ ସମ୍ବର ନାରକାରଥୀ ମହାରଥୀ କେତେ ଛନ୍ତି ୟାର ସଖା ।ସେ ସମସ୍ତେ ଥାଉଁ ଯେ ହେଲା ଆଗଭରମାଉସୀ ଉପ୍ରୋଧ ଦୋଷ ସହିବା ଏହାର ।ଶତେବାର ପରିଯନ୍ତେ ସମ୍ଭାଳି ରହିବାତହିଁରୁ ବଳିଲେ ନିଶ୍ଚେଁ ପରାଣେ ବଧିବା ।ଆଜହୁଁ ତ ଅପରାଧୀ ହୋଇଲାଣି ଏତେନିଶ୍ଚେ ଜଣାଯାଏ ପ୍ରାଣ ଦେବ ଆମ୍ଭ ହସ୍ତେ ।ମାତାର ଉପ୍ରୋଧେ ୟାକୁ ବେଳେଦେବା ଛାଡ଼ିଏତେ ବୋଲି ବଳରାମ ବନ୍ଧନରୁ ଫେଡ଼ି ।ବହୁ ତିଆରି ତାକୁ ପ୍ରଭୁ ହଳପାଣିବୋଇଲେ ରାଜ୍ୟକୁ ତୋର ଯାଅ ଏହିକ୍ଷଣି ।ଏ ଜରାସନ୍ଧ ରାଜାର ସଙ୍ଗେ ଯେବେ ଥିବୁକୃଷ୍ଣ କୋପ କଲେ ଆମ୍ଭେ ରଖି ନ ପାରିବୁ ।ଏହାଶୁଣି ଶିଶୁପାଳ ପାଇ ମନେ ଭୀତିସମର ଛାଡ଼ିଣ ବେଗେ ଗଲା ପାଦଗତି ।ଆପଣା ରାଜ୍ୟରେ ଯାଇ ପ୍ରବେଶ ହୋଇଲାନିଜ ମାତା ଆଗେ ସବୁ ବୃତ୍ତନ୍ତ କହିଲା ।ଦୟାମୟ ରାମକୃଷ୍ଣ ଜଗତ ସୋଦରନାହିଁ ତାଙ୍କ ଶତ୍ରୁ ମିତ୍ର ନାହିଁ ପରାପର ।ସେ ପ୍ରଭୁଙ୍କ ପାଦପଦ୍ମ ରେଣୁକୁ ମୋ ଆଶଅଚ୍ୟୁତ ଦାସକୁ ଗତି ଦିଅ ପୀତବାସ ।