ଉଗ୍ରସେନ ନିକଟକୁ କାଳଦମନର ଚିଟାଉ — ହରିବଂଶ (ପଞ୍ଚମ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିବୋଇଲେ ଏହା କହିବ ଯାଦବଙ୍କୁ ବେଗେ ।
ଜରାସନ୍ଧ ଆମ୍ଭେ ବଳବନ୍ତ ଶିରୋମଣି
ସ୍ୱର୍ଗ ମଞ୍ଚ ପାତାଳକୁ କ୍ଷଣେ ପାରୁ ଜିଣି ।
ଚାରିଊଣା ଲକ୍ଷେ ରାଜା ହୋଇଅଛୁ ମେଳି
ସବୁଙ୍କରି ବୈରୀ ଜାଣ ରାମ ବନମାଳୀ ।
ଏହି ବାର୍ତ୍ତା ଯାଇ ତୁମ୍ଭେ ଯାଦବଙ୍କୁ କହ
ସେ କିପାଁ କରନ୍ତି ରାମକୃଷ୍ଣେ ଏଡ଼େ ସ୍ନେହ ।
ନ ଜାଣି ଏତେକଷ୍ଟ ସେ ପାଉଥିଲେ ରହି
ଏବେ ଆସନ୍ତୁ କୌଣସି ଭୟ ତାଙ୍କୁ ନାହିଁ ।
ଅର୍ଥେ ଅର୍ଥ ସମ୍ବନ୍ଧ ଯେ ଗଜେ ଗଜ ବାଜି
ଦୋରେହାଙ୍କ ସଙ୍ଗେ କିପାଁ ହୋଇଥାନ୍ତି ମଜ୍ଜି ।
ଯେବେ ମୋ କଥା ଲଙ୍ଘିବେ ନାହିଁ ତାଙ୍କୁ ଭଲ
କାଳଦମନ ଯେ ସର୍ପ ସେ ମଣ୍ଡୁକ ପଲ ।
ଦୂତର ବଚନ ଶୁଣି ଭଣି ଦେବରାୟେ
କୋଟି କାଳଦମନକୁ ନାହିଁ ଆମ୍ଭ ଭୟେ ।
କୋଟି ବଦନରେ କୋଟି ଜରା ଆସୁ ବାହି
କରିବୁ ସଂଗ୍ରାମ ଆମ୍ଭେ କିଛି ଭୟ ନାହିଁ ।
ସେ ଯେ ସନ୍ଦେଶ ଦେଇଛି ଗୋଟା ସାଳସର୍ପ
ଏକା ଜନ୍ଦା ପିମ୍ପୁଡ଼ିକେ ଯିବ ତାର ଦର୍ପ ।
ଏତେ ବୋଲିଣ ପିମ୍ପୁଡ଼ି ଗୋଟାଏକ ଧରି
ସର୍ପ ପେଡ଼ାର ଭିତରେ ମୁଦି ଦେବହରି ।
ନାରାୟଣ ଭରନ୍ତେଣ ତହିଁ ଏକଗୋଟି
ତକ୍ଷଣେ ପେଡ଼ା ଭିତରେ ବ୍ୟାପେ ଲକ୍ଷକୋଟି ।
ଅନନ୍ତ ମାୟାଧର ସେ ରଚି ବିଶ୍ୱମାୟା
ଆପଣେ ପେଡ଼ା ଭିତରେ ଧରି ନିଜ କାୟା ।
ସେ କାଳସର୍ପ ଶରୀରଯାକ ଗଲେ ବେଢ଼ି
ରକତ ମାଂସ ଭକ୍ଷିଲେ ସବୁ ଝାଡ଼ିଝୁଡ଼ି ।
ନିମିଷକେ ଧ୍ୱଂସ ହେଲା କାଳସର୍ପ ଗାତ୍ର
ରକ୍ତମାଂସ ଭକ୍ଷନ୍ତେର ରହେ କଣ୍ଟାମାତ୍ର ।
ଏସନ ଚରିତ ଆନେ ଗୋଚର ତ ନାହିଁ
ଜାଣନ୍ତି ହଳୀ ଜାଣନ୍ତି ଲକ୍ଷ୍ମୀଦେବୀ ସାଇଁ ।
ଦୂତମାନଙ୍କୁ ଶ୍ରୀହରି ଗଉରବ କଲେ
ଶାଢ଼ୀ ସୁନାବଳା ଧନ ରତ୍ନଦ୍ରବ୍ୟ ଦେଲେ ।
ବୋଇଲେ କାଳଦମନେ କହ ଏହା ଯାଇ
ବିଳମ୍ବ ନ କରି ରାଜା ଦଣ୍ଡ ଆସୁ ବାହି ।
ଶୁଣି ଦୂତମାନେ ଶୀଘ୍ର ଲେଉଟିଣ ଗଲେ
ପୁଣି ଯାଇ ମଗଧେଶ ପାଶରେ ମିଳିଲେ ।
ଯାହା କହିଥିଲେ ରାମକୃଷ୍ଣ ହୋଇ ମେଳ
ରାଜସଭା ପରି ମୁଖେ କହିଲେ ସକଳ ।
ଆସ୍ଥାନ ତଳରେ ମୁଦ ଫେଡ଼ି ସାପ ଗୋଟି
ଦେଖିଲେ ପିମ୍ପୁଡ଼ି ପୂରିଛନ୍ତି କୋଟି କୋଟି ।
ରକ୍ତ ମାଂସ ଝାଡ଼ି ଖାଇଦେଲେ ସେ ସକଳ
ପେଡ଼ା ଭିତରେ ଅଛଇ ମାତ୍ର ହାଡ଼ମାଳ ।
ଦେଖି ବିସ୍ମୟ ହୋଇଲା ସେ କାଳଦମନ
ସର୍ବ ରାଜାମାନେ ମନେ ପାଇଲେ ବିଷର୍ଣ୍ଣ ।
ଜରା ପୁଚ୍ଛଇ ଦୂତଙ୍କ ବଦନକୁ ଚାହିଁ
ଏ କାଳସର୍ପ ପିମ୍ପୁଡ଼ି କେହ୍ନେ ଗଲେ ଖାଇ ।
ଥୋକାଏ ନୃପତିମାନେ ପାଇଲେକ ବ୍ୟଥା
କେ ବୋଲନ୍ତି ଏ ଅଦୃଶ୍ୟ ଅଗୋଚର କଥା ।
ଦୂତମାନେ ବୋଇଲେକ ସର୍ପେ ବହି ନେଇ
ଦେବସଭା ମଧ୍ୟେ ଦେଖାଇଲୁ ଫେଡ଼ିଦେଇ ।
ଏ ତୁମ୍ଭ ବଚନ ମାନ କହିଲୁ ସକଳ
ଶୁଣି ଉପହାସ କଲେ କୃଷ୍ଣ କାମପାଳ ।
ବୋଇଲେ କାଳଦମନ କୋଟି ଆସୁବାହି
କରିବୁ ସଂଗ୍ରାମ ଆମ୍ଭେ କାହିଁ ଭୟ ନାହିଁ ।
ଜରାସନ୍ଧ ପରି ଲକ୍ଷେ ଆସୁ ନରପତି
ତିଳେମାତ୍ର ଆମ୍ଭ ହୃଦେ ନାହିଁ ତାଙ୍କୁ ଭୀତି ।
ସଭା ସମ୍ମୁଖେ ଫେଡ଼ିଲେ ସର୍ପ ପେଡ଼ା ଗୋଟି
ଥିର କରିଣ ଥୋଇଲେ ଆଣି ପିମ୍ପୁଡ଼ିଟି ।
ଏଡ଼େ ବଡ଼ କାଳସର୍ପ କ୍ଷଣେ ଗଲା ନାଶ
ଏକାଦିନେ ଝିଞ୍ଜାଡ଼ିଣ ଖାଇଲେ ମାଉଁସ ।
ରାଜାଧି ମହାରାଜା ସେ ବଳିଷ୍ଠ ଅଗ୍ରଣୀ
କିମ୍ଭୂତ ମାୟା ତାହାର ନ ପାରିଲୁ ଜାଣି ।
ଆହୁରି ଚାତୁର୍ଯ୍ୟ କରି କହିଲେ ବଚନ
ଭୟ ନ କଲେ ତୁମ୍ଭଙ୍କୁ ସେ ଯାଦବଗଣ ।
ଏ ଅପମାନ ସହିବ କିଏ ଦେହ ଧରି
ଶୁଣି କାଳଦମନ ଯେ କୋପଭରେ ଥରି ।
ଅଧରେ ଦନ୍ତ ଚାପିଣ ନୟନ ତରାଟି
ଭୂମିକୁ ଆକର୍ଷି ମାରେ ସେହି ବଜ୍ରମୁଷ୍ଟି ।
ମେଘ ଘଡ଼ଘଡ଼ି ପରି ଗର୍ଜ୍ଜି ରୋଷଭରେ
ରୋମ ଟାଙ୍କୁରନ୍ତେ ଝାଳ ବହଇ ଦେହରେ ।
ବୋଇଲେ ସେ ଲକ୍ଷେରାଜା କରିଛନ୍ତି ସଭା
ଏତେ ବଡ଼ ଅପମାନ କେମନ୍ତେ ସହିବା ।
ସିଂହ ଆଗରେ ଶୃଗାଳ ଏଡ଼େ ଗର୍ବ କରି
ଶୃଗାଳକୁ ଦେଖି ଭୟ କରେ ଯେ କେଶରୀ ।
ଅଜାତି ଅଗୋଷ୍ଠି ନନ୍ଦ ଗଉଡ଼ର ବଳା
ସବୁ ରାଜାଙ୍କ ମୁଖରେ ଲଗାଇଲା କଳା ।
ଏବେ ବିଳମ୍ବ ନ କର ସର୍ବେ ହୁଅ ସଜ
କ୍ଷତ୍ରୀ ବୃତ୍ତିରେ କରିବା ଜରାସନ୍ଧ କାର୍ଯ୍ୟ ।
ଏହା କହିଣ ଉଠିଲା ଗୋପବଳୀ ସୁତ
ଆସ୍ଥାନ ଉପେକ୍ଷି ସେହି ଆରୋହିଲେ ରଥ ।
ଜରାସନ୍ଧ ଆଦିକରି ସର୍ବ ରାଜାଗଣ
ଯେ ଯାହା ଯାନ ବାହନେ ଚଢ଼ିଲେ ତକ୍ଷଣ ।
ହାତୀ ରଥୀ ପଦାତିକ ଅଶ୍ୱଙ୍କ ସହିତେ
ଚତୁରଙ୍ଗ ବଳ ସଜ ହେଲେ ଯେଝାମତେ ।
ବାଜିଲା ଶଙ୍ଖ ମହୁରୀ ବାଦ୍ୟ କୋଟି କୋଟି
ମୁଖରାବ ଶବଦରେ କମ୍ପେ ନବସୃଷ୍ଟି ।
ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଜାତି ଚାରି
ବାଟୁଆ ବଣିଜାର ଯେ ବ୍ୟବସାୟୀ କାରୀ ।
ପାତ୍ର ଅମନାତ୍ୟ ପୁରୋହିତ ଯେତେ ଜନ
ଲେଙ୍କା ଲମ୍ବହତା ଜେନା ଆଦି ବିତପନ ।
ହାତୀ ଘୋଟକ ପାଲ୍ୟଙ୍କି ଛତ୍ରାଦି ତରାସ
ଗହଣେ ଚଳିଲେ ସର୍ବେ ହୋଇଣ ହରଷ ।
ଅନେକ ରାଜ୍ୟ ମାଡ଼ିଣ ଦେଶ ଉଜାଡ଼ିଲେ
ଖାଲ ଡିଙ୍ଗର ସମସ୍ତ ସମତୁଲ କଲେ ।
ପ୍ରଥମ ଦିନ ରହିଲେ ପାରାଦେଶେ ଯାଇ
ରାତ୍ର ପ୍ରଭାତ ହୁଅନ୍ତେ ଗଲେକ ଚଳାଇ ।
ଦ୍ୱିତୀୟ ଦିନ ରହିଲେ ନେପାଳ ଦେଶରେ
ରନ୍ଧନ ଭୋଜନ କଲେ ବ୍ରହ୍ମ ନଦୀ ତୀରେ ।
ଶଙ୍ଖ ଧ୍ୱନି କରି ସର୍ବେ ତହୁଁ ଚଳିଗଲେ
ଟିକର ପର୍ବତ ମାଡ଼ି ସଡ଼ ବାଟ କଲେ ।
ଶଶକ କେଶରୀ ବୋଲି ଗିରି ବର ଗୋଟି
ଉତ୍ତରବାହିନୀ ସରସ୍ୱତୀ ଅଛି ଫୁଟି ।
ଅକଳନା ପଦା ଗୋଟି ପଶ୍ଚିମ ଭାଗରେ
ତହିଁରେ ରହିଲେ ସୈନ୍ୟ ଦିବସ ଶେଷରେ ।
ରନ୍ଧନ ଭୋଜନ କାର୍ଯ୍ୟ ତହିଁ ଶେଷ କଲେ
ରଜନୀ ପ୍ରଭାତ ହ୍ୱନ୍ତେ ତହୁଁ ଚଳିଗଲେ ।
ଶୁଣ ପରୀକ୍ଷ କହନ୍ତି ଶୁକ ମହାମୁନି
ହରିବଂଶ ପୁରାଣ ଏ ପୁଣ୍ୟମୟ ଧ୍ୱନି ।
ଛୟାନବେ ସସ୍ର ରାଜା ଅପ୍ରମିତ ବଳ
ଚାଲିଯାନ୍ତେ ପାଦଭରେ କମ୍ପେ ଭୂମଣ୍ଡଳ ।
ଏକ ଏକ ରାଜାଙ୍କର ଦଶବିଂଶ କ୍ଷୌଣୀ
ଆଦିଅନ୍ତ କରି ସୈନ୍ୟ କେ କହିବ ଗଣି ।
ସମୁଦ୍ର ଲହରୀ ପ୍ରାୟେ ମାଡ଼ିଯାନ୍ତେ ଥାଟ
ପର୍ବତ କନ୍ଦର ଭାଜି ସମ ହେଲା ବାଟ ॥
ବାଣାସୁର ବଜ୍ରନାଭ ଶମ୍ବର ନାରକାଚାରିଊଣା ଲକ୍ଷେ ରାଜା ହୋଇଛନ୍ତି ସଖା ।ଆପଣେ କାଳଦମନ ଥାଟେ ଆଗୁଆଣିସଙ୍ଗେ ତାର ଅଙ୍ଗବଳ ବତିଶ କ୍ଷଉଣୀ ।ତିନି କ୍ଷଉଣୀ ମୁକୁଟବନ୍ଧା ରାଜା ଯେତେଏହିରୂପେ ସଂଖ୍ୟା କରି କହିବଇଁ କେତେ ।ଅନେକ ସମ୍ଭାର ଥାଟ ଚଳାଇଣ ଗଲେବାରଦିନେ ମଥୁରାରେ ଯାଇ ପ୍ରବେଶିଲେ ।ମଥୁରା କଟକଠାରୁ ଚୌଦଯୂଣ ଛାଡ଼ିରହିଲେ ସକଳଥାଟ ବନଗିରି ମାଡ଼ି ।ଜରାସନ୍ଧ ବୋଲେ ଶୁଣ ଦମନ ନୃମଣିମଥୁରା ନିକଟ ହେଲା କି କରିବା ପୁଣି ।ସପ୍ତଦଶ ବେଳ ଧାଡ଼ି ଦେଲି ଏହିମତେଯାଦବଙ୍କୁ ଜିଣି ନ ପାରିଲି କଦାଚିତେ ।କାଳ ଦମନ ବୋଲଇ ରବି ଅସ୍ତେ ଯିବାରନ୍ଧନ ଭୋଜନ ସାରି ଏଠାରେ ରହିବା ।ନୃପତିମାନେ ବୋଇଲେ ଏହା ସୁବିଚାରରାନ୍ଧି ଅନ୍ନ ବ୍ୟଞ୍ଜନ ଭୁଞ୍ଜିବେ ଧାତିକାର ।ଯମୁନା ନଦୀରେ ଅଶ୍ୱ ଗଜେ ଦେଲେ ପାଣିଧାତିକାରେ ଆଣିଦେଲେ ବ୍ରିହୀ ଯେ ଚରଣି ।ଏଥୁ ଅନନ୍ତରେ ହେଲା ଚୌଦଘଡ଼ି ବେଳସମଦଣ୍ଡ ଚଳାଇଲେ ନୃପତି ସକଳ ।ଆଗୁଆଣି ଥାଟେ ଚଳେ ଦମନ ନୃପତିବତିଶ କ୍ଷଉଣୀ ଥାଟେ ଆପେ ସେନାପତି ।ଯମୁନା ନଦୀକୂଳରେ ଗଲେ ସମଦଣ୍ଡପାଦଭରେ କମ୍ପୁଅଛି ପୃଥ୍ୱୀ ନବଖଣ୍ଡ ।ବହୁତ ପଦାତି ଅପ୍ରମିତ ରଥ ଗଜସମସ୍ତେ ରଣ ଦୀକ୍ଷାରେ ହୋଇଛନ୍ତି ସଜ ।ପବନହୁଁ ବେଗେ ସୈନ୍ୟ ଚଳିଯାନ୍ତି ଖରେଏକପଛ କରି ଧାମଇଁ ଆଗରେ ।ତର୍ଜନ୍ତି ଗର୍ଜନ୍ତ ବୀରେ କରନ୍ତି ପହିଜବିକରାଳ ଭୟଙ୍କର ରୂପ ମହାତେଜ ।ଅନେକ ପ୍ରତିଜ୍ଞା କରି ତହୁଁ ଚଳିଗଲେରଜନୀ ଦେଢ଼ପ୍ରହରେ ମଥୁରା ବେଢ଼ିଲେ ।ଚୌରାଶୀ କୋଟି ଯାଦବେ ଗଡ଼େ ଛନ୍ତି ରହିଲକ୍ଷେ ପୁର କରି ଗଡ଼ ବେଢ଼ିଲେକ ଯାଇ ।ଏମନ୍ତ ଚରିତ କେହି ନ ଜାଣନ୍ତି ଆନଏହା କେବଳ ଜାଣନ୍ତି ପ୍ରଭୁ ଭଗବାନ ।କୃଷ୍ଣ ବିଚାରିଲେ କଥା ହୋଇଲାକ ମନ୍ଦଏବେ ଘୋଟିଲାକ ଆସି ଭୟଙ୍କର ଦ୍ୱନ୍ଦ ।କାଳଦମନ ନୃପତି ଜରାସଙ୍ଗେ ଥାଇଚିତ୍ତେ ମହାଦକା ଦେଲା କିସ କରିବଇଁ ।ବଡ଼ ବଳବନ୍ତ ଗୋପାବଳୀର କୁମରତାହାକୁ ଜିଣିବ କିଏ ପୃଥିବୀ ମଧ୍ୟର ।ଗାର୍ଗବଙ୍କ ବୀର୍ଯ୍ୟରୁ ଅଛି ଜାତ ହୋଇଯାଦବେ ଜିଣିବ ଶିବ ଛନ୍ତି ବର ଦେଇ ।ତାହାର ସମାନ ନାହିଁ ତ୍ରିଭୁବନ ମଧ୍ୟମୋ ହସ୍ତେ କାଳଦମନ ନୋହିବ ଯେ ବଧ ।ଅଗ୍ନି ପାଣିଖଡ଼୍ଗ ଆଦି ନ କାଟେ ତା ଦେହେଦେବଗଣ ନ ପାରିବେ ତାହାକୁ କେବେହେଁ ।ବିଚାରିଣ ଜରାସନ୍ଧ ଆଣିଛି ତାହାକୁମେଦିନୀରେ ନ ଥୋଇବ ଯାଦବମାନଙ୍କୁ ।ଏସନ ବହୁ ବିଚାର କଲେ ଦେବରାଜକୂଟ କପଟେ ମାରିବା ଏହାକୁ ହିଁ ଆଜ ।ଏଥୁ ଅନନ୍ତରେ ପୁଣି ମଘଦେଶ ସାଇଁକୃତାଞ୍ଜଳି ହୋଇ କାଳ ଦମନକୁ କହି ।ଆହୋ ମଇତ୍ର ଶରଣପଞ୍ଜର ତୋ ବାନାଆରତ କାଳରେ ତୁମ୍ଭେ ଅଟ ବଜ୍ରସେହ୍ନା ।ଏ ଜମ୍ବୁଦ୍ୱୀପରେ ତୁମ୍ଭେ ଅଟ ଅଧିକାରୀଚାରିଊଣା ଲକ୍ଷେ ରାଜା ଛନ୍ତି ସର୍ବେ ବେଢ଼ି ।ତୁମ୍ଭେ ସିନା ହରିପାର ଯାଦବଙ୍କ ଦର୍ପଯାଦବେ ମଣ୍ଡୁକ ତୁମ୍ଭେ ଅଟ କାଳସର୍ପ ।ଏତେକ ମାତ୍ରକ କଥା କହୁଅଛି ମୁହିଁବଡ଼ ମାୟାଧର ରାମକୃଷ୍ଣ ବେନିଭାଇ ।ଏହି ପ୍ରକାରେ ହୋଇଲା ସପ୍ତଦଶ ଥରଧରୁଁ ଧରୁଁ ପଳାଇଲେ ଗଉଡ଼ କୁମର ।ଏବେ ସେହିମତେ ହୋଇ ଯିବେଟି ପଳାଇଏହିକ୍ଷଣି ଗଡ଼ ବେଢ଼ି ପଶିବା ଧସାଇ ।ଗଡ଼ ଜୟ କରି ଯଦୁବଳ ବିନାଶିବାରାମ କୃଷ୍ଣଙ୍କୁ ଜୀବନ୍ତ ଧରି ଘେନିଯିବା ।ଆମ୍ଭର ଆସିବା ବାର୍ତ୍ତା କେହି ନ ଜାଣନ୍ତିଯାଦବ କୁଟୁମ୍ବଯାକ ମରିବେ ଏ ଘାନ୍ତି ।କାଳଦମନ ବୋଲଇ ମହା ନିଶାକାଳଆପଣା ଆପଣା ଥାଟେ ଉପୁଜିବ ଗୋଳ ।କେହି କାହାକୁ ଅନ୍ଧାରେ ନ ପାରିବେ ଚିହ୍ନିଆପଣା ଆପଣା ମଧ୍ୟେ ହେବେ ହଣାହଣି ।ଯୁକତେ ଯାଦବଂଶ ରଣେ ଅନର୍ଗଳବିଶେଷରେ ପାଇଛନ୍ତି ରାମକୃଷ୍ଣ ବଳ ।ନ ବୁଝି ସଂଗ୍ରାମ କଲେ ପଛେ ହେବ ହାନିଗୋଟି ଗୋଟି ଧରିନେବା ପାହିଲେ ରଜନୀ ।ଏବେ ଗଡ଼କୁ ବେଢ଼ିଣ ବସିବା ଅଯୋଗେକେଉଁ ବାଟ ଦେଇ କାହିଁ ଯିବେ ନିଶାଭାଗେ ।ଏଥକୁ ଆତୁର ତୁ ନ ହୁଅ ମହାରାୟେନାନା ଉପାୟେ ମାରିବି ତାହାଙ୍କୁ ନିଶ୍ଚୟେ ।ମୋହ ଛାମୁରେ ଯାଦବେ କାହିଁ ଯିବେ ଆଜମାନ ଉଦ୍ଧାରିବି ମୁହିଁ କରି ତୋର କାର୍ଯ୍ୟ ।ଚୌରାଶୀ କୋଟି ଯାଦବ ମାରିବି ବୋଇଲାକୃଷ୍ଣଙ୍କୁ ମାରିବି ବୋଲି ନିଶେ ହସ୍ତ ଦେଲା ।ଏତେ କହିଣ ଅନେକ ପ୍ରତିଜ୍ଞା ସେ କଲାନିଅବକାଶେ ଶୟନ ମନ୍ଦିରେ ଶୋଇଲା ।ଜରାସନ୍ଧ ଆଦିକରି ସବୁ ରାଜାମାନେପାତ୍ର ମନ୍ତ୍ରୀ ଘେନିଯାଇ ବିଜେ ଶଯ୍ୟାସ୍ଥାନେ ।ଯାଦବମାନେ ନିଶ୍ଚିନ୍ତେ ହୋଇ ଶୋଇଛନ୍ତିହାଟୁଆ ବାଟୁଆଙ୍କର ନାହିଁ କିଛି ଭୀତି ।ବଳରାମ ଆଦି ଉଗ୍ରସେନଙ୍କ ସହିତେକେହି ନ ଜାଣନ୍ତି ଶୋଇଅଛନ୍ତି ସମସ୍ତେ ।ସାତ୍ୟକି ପ୍ରସନ୍ନାଜିତ ଆବର ଉଦ୍ଧବନିଦ୍ର ତ ଅଛନ୍ତି କୃତବର୍ମା ବସୁଦେବ ।କହୁଁ କହୁଁ ଘୋଟିଗଲା ଅନ୍ଧାର ରଜନୀଠଣା ମାଡ଼ି ରହିଛନ୍ତି ଜରାସନ୍ଧ ସୈନି ।ନ ଜାଣନ୍ତି ଏହା କିଛି ସକଳ ଯାଦବକେବଳ ଜାଣନ୍ତି ମାୟାଧର ବାସୁଦେବ ।ଯା ମାୟାରେ ଚରାଚର ସୃଷ୍ଟି ଆତଯାତସେ ପ୍ରଭୁଙ୍କ ପାଦତଳେ ରହୁ ମୋର ଚିତ୍ତ ।ଜନ୍ମଜନ୍ମାନ୍ତରେ ମୂର୍ଖ ମୁଁ ଅଚ୍ୟୁତ ଦାସଶ୍ରୀହରି କୃପାରୁ କଲି ଏ ଗ୍ରନ୍ଥ ପ୍ରକାଶ ।ଶ୍ରୀକୃଷ୍ଣଙ୍କର ଦ୍ୱାରକା ଗଡ଼ ନିର୍ମାଣ ଓ ଦ୍ୱାରକା ରେ ଯାଦବମାନଙ୍କର ଅବସ୍ଥିତିଶୁକ ବୋଲନ୍ତି ହୋ ଶୁଣ ପରୀକ୍ଷ ନୃପତିଜନଜନ୍ତୁ ଆଦି ଏହା କେହି ନ ଜାଣନ୍ତି ।କେବଳ ଜାଣନ୍ତି ଏହା ପ୍ରଭୁ ଭଗବାନବିଶ୍ୱକୂଟ ମାୟା ଅଟେ ଯାହାର ଅଧୀନ ।ମନେ ମନେ ବିଚାରନ୍ତି ସେହି ଆଦିକନ୍ଦଜରାସନ୍ଧ ସଙ୍ଗେ କେତେ କରୁଥିବା ଦ୍ୱନ୍ଦ ।ଦେବକାର୍ଯ୍ୟ ପାଇଁ ୟାକୁ ନ କରୁ ବିନାଶକେବଳ ଗଞ୍ଜି ହେଉଛୁ ରଣେ ପାଇ ପ୍ରାସ ।ଏତେ ମାନହାନୀ କଲି ପୁଣି ହିଁ ବେଢ଼ିଲାନିଶ୍ଚୟ ମଥୁରା ଭୂମି ଛାଡ଼ିବାକୁ ହେଲା ।ପଳାଇ ପଳାଇ ସର୍ବେ ପାଇଲେଣି କଷ୍ଟଉଗ୍ରସେନ ପରା ଲୋକ ହେଲେ ସ୍ଥାନଭ୍ରଷ୍ଟ ।ହାଟ ବାଟ ପରାୟେ ମଥୁରା ହେଲା ନାଶସମସ୍ତ ଯାଦବମାନେ ପାଇଲେଣି ତ୍ରାସ ।ପୁଣି ହିଁ ଆସିଣ ଜରା ଅଛି ଗନ ବେଢ଼ିରାତ୍ର ପାହିଲେ ଏହାଙ୍କୁ କାହିଁ ନେଇ କାଢ଼ି ।ଚୌରାଶୀ କୋଟି ଯାଦବ ତାଙ୍କ ଅନ୍ତ ନାହିଁସାତପାଞ୍ଚ ହୋଇଲେ ଲୁଚନ୍ତେ ଯହିଁ ତହିଁ ।ସତର ବେଳ ପର୍ଯ୍ୟନ୍ତେ ବଞ୍ଚାଇଲୁ ଭଲେଅନେକ ପ୍ରମାଦ ହେବ ଦମନ ଯୁଝିଲେ ।ଜାଣୁ ଜାଣୁ ବିପଦ ସହିବା କାହିଁ ପାଇଁଗାର୍ଗବ ଯୋଗେ ଦମନ ଆସିଅଛି ବାହି ।ରଜନୀର ପ୍ରଭାତେ ସବୁଙ୍କୁ ନେବ ଧରିଛୟାନବେ ସସ୍ରରାଜା ସର୍ବେ ଛନ୍ତି ବେଢ଼ି ।ପୋଡ଼ୁଏ ବିବାଦ ଆଉ ଅରଜିବା କେତେବିନାଶ ହେଉ ପୈତୃକ ସମ୍ପଦାଦି ଯେତେ ।ନିରନ୍ତର ପରମାଦ ଉପୁଜଇ ଯହିଁସେ ସ୍ଥାନକୁ ଛାଡ଼ିଯିବା ଶାସ୍ତ୍ରେ ଅଛି କହି ।ଏମନ୍ତ ମନେ ବିଚାର କରି ଦେବ ସ୍ୱାମୀବରୁଣ ରାଜାଙ୍କୁ ସ୍ତୁତି କରେ ଅନ୍ତର୍ଯ୍ୟାମୀ ।ଜୟ ଜୟ ରତ୍ନାକର ଜୟ ପୁଣ୍ୟ ବାରିଉତ୍ପତ୍ତି ସ୍ଥିତି ଲୟରେ ତୁମ୍ଭେ ଅଧିକାରୀ ।ପାତାଳ ସୁତଳ ରସାତଳ ଆଦି ଜିଣିଏ ତୁମ୍ଭର ବିଶ୍ୱଗର୍ଭ ନୁହେ ପରିମାଣି ।କ୍ଷୀର କ୍ଷାର ଇକ୍ଷୁ ପୁଣ ସୁରା ଘୃତ ଦଧିଚୌରାଶୀ କାଠି ଗଭୀର ଅଟେ ପୟୋନିଧି ।ବଡ଼ବାନଳ ଭିତରେ ସୁଧାକର କୁଣ୍ଡନବଦ୍ୱୀପ ସାତସିନ୍ଧୁ ତହିଁ ଏକରୁଣ୍ଡ ।ସେ କୁଣ୍ଡ ଭିତରେ ଅଛି ତୁମ୍ଭର ପାଟଣାବାରସ୍ୱତୀ ଭୁବନର କୋଟିଗଣ ଜିଣା ।ସେ ପୁରେ ବିଶ୍ରାମ କର ସ୍ୱକୁଟୁମ୍ବ ଘେନିନିମିଷକେ ନାଶିପାର ସକଳ ମେଦିନୀ ।ତୁମ୍ଭେ ଦେବ ଆଦିଅନ୍ତ ତିନିକାଳ ଜ୍ଞାତାପ୍ରାଣୀଙ୍କ ଜୀବନ ତୁମ୍ଭେ ଲକ୍ଷ୍ମୀଙ୍କର ପିତା ।ଅକ୍ଷୟ ଅଜରାମର ତୁମ୍ଭେ ପୁଣ୍ୟଦେହୀତୁମ୍ଭ ଆଦିଅନ୍ତ ମଧ୍ୟ ନ ଜାଣନ୍ତି କେହି ।ଅଶେଷ କୋଟି ରତନ ତୁମ୍ଭ ଗର୍ଭୁ ଜାତତୁମ୍ଭେ ଭିଆଇଛ ଚରାଚର ଏ ଜଗତ ।ବୁଦ୍ଧିମନ୍ତ ବଳବନ୍ତ ସୁଜ୍ଞାନୀ ବିବେକଅଷ୍ଟଲୋକପାଳଙ୍କର ତୁମ୍ଭେ ଯେ ପାଳକ ।ଚାରିବେଦ ଅଷ୍ଟାଦଶ ପୁରାଣର ମୂଳେତିଥିବାର ନକ୍ଷତ୍ରାଦି କର ସବୁକାଳେ ।ନମସ୍ତେ ହେ ରତ୍ନାକର ଅର୍ଥୀ କାମଧେନୁନମସ୍ତେ ହେ ରତ୍ନାକର ଯୁଗକଳ୍ପ ମନୁ ।ନମସ୍ତେ ହେ ରତ୍ନାକର ଦେବ କାମରୂପୀଅଶେଷ ବ୍ରହ୍ମାଣ୍ଡେ ତୁମ୍ଭେ ରହିଅଛ ବ୍ୟାପି ।ଭୂଲୋକ ଯେ ଭବଲୋକ ସ୍ୱର୍ଗଲୋକ ମୂଳେଜନଲୋକ ମହଲୋକ ସତ୍ୟ ଲୋକ ତୁଲେ ।ସୂର୍ଯ୍ୟଲୋକ ଚନ୍ଦ୍ରଲୋକ ଧ୍ରୁବଲୋକ ଜିଣିବ୍ରହ୍ମଲୋକ ରୁଦ୍ରଲୋକ ବିଷ୍ଣୁ ଲୋକ ପୁଣି ।ଗୋଲୋକ ଭୁବନ ନିରଞ୍ଜନ ଲୋକ ଯାଏଏକାଣୋଇ ବଇକୁଣ୍ଠ ଜିଣି ପୁଣ୍ୟମୟେ ।ଏ ତୁମ୍ଭ ମହିମା ହାଦେ ଆଦି ଅନ୍ତ ନାହିଁଜଳ ସ୍ଥଳ ଅନଳରେ ପୂରିଅଛି ରହି ।ତୁମ୍ଭର ସଞ୍ଚିଲା ଚରାଚର ଏ ଧରିଣୀପରମ ପୁରୁଷ ତୁମ୍ଭେ ବେଦ ଅଛ ଭଣି ।ରତ୍ନାକର ଶ୍ରୀଚରଣେ ଶରଣ ନମାମିଅଚ୍ୟୁତ ଦାସ କବିକୁ ଉଦ୍ଧରିବା ସ୍ୱାମୀ ।ଏସନକ ସ୍ତୁତି ଯହୁଁ କଲେ ନନ୍ଦଚାଟବରୁଣ ଦେବା ମନେ ଲାଗିଲା ଉଚ୍ଚାଟ ।ମନ ମଧ୍ୟେ ଜାଣିଲେ ସେ ସୁବିଚାର କରିମଥୁରା କଟକେ ମୋତେ ସୁମରନ୍ତି ହରି ।ତରଙ୍ଗ ମନ୍ତ୍ରୀକୁ ପୁଚ୍ଛେ ସାଗରାଧିପତିକିପାଇଁ ଚିନ୍ତନ୍ତି ମୋତେ ଦେବ ଶିରୀପତି ।ମନ୍ତ୍ରୀବର ବୋଲେ ଜରାସନ୍ଧ ରାଜାପାଇଁଲକ୍ଷେରାଜା ଘେନି ସେହୁ ମଥୁରାକୁ ବାହି ।ବତିଶ କ୍ଷଉଣୀ ବଳେ ସେ ଦମନ ରାଜାଯାଦବଙ୍କୁ ଜିଣିବାକୁ କରିଛି ପରିଜା ।କାଳଦମନ ଗାର୍ଗବ ମୁନିଠାରୁ ଜାତଜରାର ଯେତେକ ବଳ ଆଣିଛି ସମସ୍ତ ।ତେଣୁକରି ଜଗନ୍ନାଥ ଯିବେ ଅପସରିଭୂମିଖଣ୍ଡ ମାଗିଣ ରହିବେ ବାସକରି ।ବରୁଣ ବୋଲେ ଏହା ମୁଁ ପୂର୍ବୁଅଛି ଜାଣିଆଗହୁଁ ସେ କୁଶସ୍ଥଳୀ ଦ୍ୱାରକା ପ୍ରମାଣି ।ଅନେକ କାଳ ପର୍ଯ୍ୟନ୍ତ ଗୁପ୍ତ ହୋଇଥିଲାବ୍ରହ୍ମାଙ୍କ ଦିବସେ ଆସି ଉଦିତ ହୋଇଲା ।ସତରସସ୍ର ଷାଠିଏ ଯୁଗର ଅନ୍ତରେବସୁ ନାମରେ ଦ୍ୱାପର ହୁଏ ସେ ସ୍ଥାନରେ ।କଂସ ହୋଇଥିଲା ଦ୍ରୁମିଲାର ବୀର୍ଯ୍ୟୁଜାତଏହି ଶ୍ରୀକୃଷ୍ଣ କଲେ ଯେ ସେ କଂସକୁ ହତ ।ତାହାଙ୍କର ସୃଜିଲା ଅନେକ ବସୁନ୍ଧରୀସମୟେ ସେ ଆସିଣ ଜନ୍ମିଲେ ଦେହ ଧରି ।ଏବେ ଗଲା ଦେବତାମାନଙ୍କ ମନୋଭୀତିପୃଥିବୀ ଦେବୀ ଉଶ୍ୱାସ ଲଭିଲେ ଏ ଘାନ୍ତି ।ଏବେ ସେ ଦ୍ୱାପରଯୁଗ ପ୍ରତିଷ୍ଠା ହୋଇଲାଏ ମଞ୍ଚ ଭୁବନେ ଏବେ ଶୋଭା ପ୍ରକାଶିଲା ।ଋଷି ବିପ୍ରଙ୍କର ମନ ହେଲା ଏବେ ସୁସ୍ଥସବଂଶେ ଅସୁର ବଳ କରିବେ ନିପାତ ।ଯାହାଙ୍କୁ ବ୍ରହ୍ମାଦି ଦେବେ ଯୋଗେ ଧ୍ୟାନକରିସେ ଅବ୍ୟନ୍ତ ରୂପ ଆସି ହେଲେ ଦେହଧାରୀ ।ଯାହାଙ୍କ ନିବାସଭୂମି ଦ୍ୱାରକା ନଗରରଙ୍ଗାବତାରେ ଏଥିରେ କରନ୍ତି ବିହାର ।ଚୌରାଶୀ କୋଟି ଯାଦବେ କୁଟୁମ୍ବ ସହିତେସଙ୍ଗତେ ଘେନି ବିଜୟ ହେବେ ଜଗନ୍ନାଥେ ।ସ୍ୱର୍ଗଠାରୁ ଅଧିକ ଏ ପୁର ଶତ ଗୁଣେଭୁଞ୍ଜିଲେ ସ୍ୱର୍ଗ ସମ୍ପଦ ଏଥି ଜଣେ ଜଣେ ।ଅଷ୍ଟ ପାଟବଂଶୀ ବିଭା ହେବେ ଜଗନ୍ନାଥଲକ୍ଷେ ବାସ୍ତରି କୁମର କରିବେ ସେ ଜାତ ।ପୁତ୍ରକେ ଦଶ କୁମର ଦଶହିଁ ଦୁହିତାଏରୂପେ ଦ୍ୱାଦଶ ପାଟ ହୋଇବ ଗଣିତା ।ଶଙ୍ଖନିଧି ପଦ୍ମନିଧି ସୁଧର୍ମା ଯେ ସଭାଏ ଭୁବନ ମଧ୍ୟେ ଆସି ପ୍ରକାଶିବେ ଶୋଭା ।ଏତେକାଳେ ଏ ସ୍ଥାନର ଭାଗ୍ୟହିଁ ଦିଶିଲାଶୁଦ୍ଧ ସ୍ୱର୍ଣ୍ଣ ସଙ୍ଗେ ଅଷ୍ଟ ରତନ ମିଳିଲା ।ଜଳତରଙ୍ଗ ମନ୍ତ୍ରୀକି ବୋଲେ ଜଳପତିବିଳମ୍ବ ନ କରି ବାବୁ ଚଳ ଶୀଘ୍ର ଗତି ।କୁଶସ୍ଥଳୀ ଦ୍ୱାରକାରେ ସିନ୍ଧୁଅଛି ମାଡ଼ିଶତେ ତାଳ ଗଭୀର ସେ ଜଳ ଯାଉ ଛାଡ଼ି ।ବିଶ୍ୱକର୍ମାଙ୍କୁ ବୋଇଲେ ପୁର ନିର୍ଭାକରଯାଦବ ଘେନି ରହିବେ ରାମ ଚକ୍ରଧର ।ମଥୁରାକୁ ଲାଗିଅଛି ଜରାସନ୍ଧ ଭୟତେଣୁ ଏ ସ୍ଥାନେ ରହିବେ ଆସି ଦେବରାୟ ।ବରୁଣଙ୍କ ଆଜ୍ଞା ଘେନି ବିଶ୍ୱକର୍ମା ଗଲେକୁଶସ୍ଥଳୀ କଟକରେ ପ୍ରବେଶ ହୋଇଲେ ।ସମୁଦ୍ର ସେଠାରୁ ଛାଡ଼ିଗଲା ଶତେ ଯୂଣଆପେ ବିଶ୍ୱକର୍ମା କଲେ ସେ ପୁର ନିର୍ମାଣ ।ଅତୁଲାଇତ ସେ ଦିଶେ ବାରସ୍ୱତୀ ପୁରୀନାହିଁ ପଟାନ୍ତର ତାକୁ ସ୍ୱର୍ଗ ମଞ୍ଚ ପୁରୀ ।ପୁରେ ପୁରେ କରି ବିଶ୍ୱକର୍ମା ନିର୍ମାଣିଲାଚିତ୍ର ବିଚିତ୍ର ପୁର ସେ ଏକୁଁ ଏକ ଭଲା ।ମେଢ଼ ମଣ୍ଡପ ଦେଉଳ ଜଗତୀ ଅଟ୍ଟାଳୀନବ ରତନରେ ପୁର ଦିଶେ ଭଳି ଭଳି ।ରତ୍ନାକର ପୁର ନିର୍ଭା ହେବା ଜାଣି କରିମଗର ବାହନେ ତହୁଁ ଯାଏଁ ଦଣ୍ଡଧାରୀ ।ପାଦୁକା ମନ୍ତ୍ର ସୁମରି ଚଳଇ ତୁରିତେକୃଷ୍ଣଙ୍କ ଆଗେ ମିଳିଲା ସେ ନିଃଶ୍ୱାସ ମାତ୍ରେ ।ଦେଖିଣ ଖଣ୍ଡେ ଦୂରରୁ ଉଠିଲେ ଶ୍ରୀହରିବରୁଣକୁ ଯାଇ କୋଳ ସମ୍ଭାଷଣ କରି ।ଉଭୟକୁଳ କୁଶଳ ଏକୁ ଆରେ ପୁଚ୍ଛିଜରାସନ୍ଧ ଉପଦ୍ରବ କହି ନନ୍ଦବତ୍ସୀ ।ବୋଇଲେ ସତରଥର ଉବୁରିଲୁ ତହୁଁକାଳଦମନ ଆସିଛି ପଳାଇବୁ କାହୁଁ ।କେତେକ କଷ୍ଟରେ ଥିବା ଆମ୍ଭେ ପଥେ ରହିଚାରି ଊଣା ଲକ୍ଷେ ରାଜା ବେଳୁ ବେଳବାହି ।ଆମ୍ଭ ହେତୁ ଯଦୁଗଣେ ପାଇବେକ କଷ୍ଟଅନୁବ୍ରତେ ଧନ ସବୁ ହେଲା ଆମ୍ଭ ନଷ୍ଟ ।କାଳଦମନ ନୃପତି ନ ହୋଇବ ଜୟେଦେବକାର୍ଯ୍ୟ ପାଇଁ ରାଜା ନ କରୁ ଯେ କ୍ଷୟେ ।ଅଯୋଗେ ଆସିଣ ରାଜ୍ୟ ବସିଅଛି ମାଡ଼ିଲକ୍ଷେପୁର କରିଣ ଯେ କଟକକୁ ବେଢ଼ି ।ବଳଦେବ ଆଦିକରି ନ ଜାଣନ୍ତି ଆନନିଶ୍ଚେଷ୍ଟରେ ନିଦ୍ରିତ ସେ ନାହିଁ ତାଙ୍କ ଜ୍ଞାନ ।ତୁମ୍ଭେ ଯେ ଭକ୍ତବତ୍ସଳ ଅଟ ବାରାନିଧିଅଶେଷ ମହିମା ତବ ଅଟଇ ପୟୋଧି ।ମୁହିଁ ତୁମ୍ଭଙ୍କୁ ଆଶ୍ରୟ କଲି କରି ଶ୍ରଦ୍ଧାଜୀବନ ଉପରେ ମୋର ଲାଗେ ଆସି ବାଧା ।ତେଣୁକରି ଶରଣ ମୁଁ ମାଗଇ ନିବେଶିକୁଟୁମ୍ବ ଘେନି ରହିବି ସ୍ଥାନ ମୋତେ ଦେସି ।ପ୍ରତ୍ୟକ୍ଷେ ଦେଖୁଛ ତୁମ୍ଭେ କରୁଛି କଟାଳପ୍ରତିଜ୍ଞା କରି ଆସିଛି ଗୋପାବଳୀ ବାଳ ।ରଜନୀ ପାହିଲେ ଆଜ ପଡ଼ିବ ପ୍ରମାଦତେଣୁକରି ମନରେ ମୁଁ ପାଉଅଛି ଖେଦ ।ଶ୍ରୀଜଗନ୍ନାଥଙ୍କ ମୁଖୁ ଏ ବଚନ ଶୁଣିକରଯୋଡ଼ିଣ ବରୁଣ କହେ ମୃଦୁବାଣୀ ।ଭୋ ଦେବ ଦେବଙ୍କର ତୁ ଅଟୁ ଶିରୋମଣିସ୍ଥାବନର ଜଙ୍ଗମ ସବୁ ସୃଜିଅଛୁ ପୁଣି ।ଦେବଙ୍କ ଉପରେ ତୁମ୍ଭେ ଅଟ ଆଦିଦେବସର୍ବଜ୍ଞ ପୁରୁଷ ତୁମ୍ଭେ ଅଟ ମହାଦେବ ।ତୁମ୍ଭେ ରତ୍ନାକର ପଦ ଦେଇଅଛ ମୋତେଠାକୁର ହୋଇ ଭୃତ୍ୟକୁ ପଉରୁଷ କେତେ ।ଭୋ ଦେବ ଆଗହୁଁ ଏହା ମୁହିଁ ଅଛି ଜାଣିବ୍ରହ୍ମାଙ୍କ ଦିବସଠାରୁ ଅଛି ଦିନ ଗଣି ।ଦ୍ୱାପର ଯୁଗରେ ଭାରା ନିବାରିବା ପାଇଁକଉତୁକେ ଜନ୍ମିଅଛ ନରଦେହ ବହି ।ଯୁଗେ ଯୁଗେ ଏହିପରି ରୂପ ତୁମ୍ଭେ ଧରଦ୍ୱାରାବତୀ ପୁରେ ଚିରକାଳ ବାସ କର ।ତୁମ୍ଭେ ମୋତେ ନ ସୁମରୁ ପୂର୍ବଅଛି ଜାଣିକୁଶସ୍ଥଳୀ ଦ୍ୱାରକା ମୁଁ ଅଛଇ ନିର୍ମାଣି ।ଦେବାଧିଦେବତା ତୁମ୍ଭେ ମହାଲକ୍ଷ୍ମୀସାଇଁତୁମ୍ଭ ଆଜ୍ଞା ପ୍ରମାଣେ ବା କେଉଁ କଥା ନାହିଁ ।କୁଶସ୍ଥଳୀ ଦ୍ୱାରକା ଯେ ତୁମ୍ଭ ନିଜ ଭୂମିସର୍ବ ଯାଦବଙ୍କୁ ଆଗ ପେଷ ଅନ୍ତର୍ଯ୍ୟାମୀ ।ଶୁଣି ଜଗନ୍ନାଥେ ତହୁଁ ହୋଇଲେ ହରଷଗରୁଡ଼କୁ ସୁମରଣା କଲେ ପୀତବାସ ।ମେରୁ ମନ୍ଦରରେ ବୈନତେୟ ବସିଥିଲାଜଗନ୍ନାଥ ଚିନ୍ତା କଲେ ଅନ୍ତରେ ଜାଣିଲା ।ପାଦୁକା ମନ୍ତ୍ରବଳେ ସେ ଗମେ ଶୂନ୍ୟମାର୍ଗେନିମିଷେ ମିଳିଲା ଆସି କୃଷ୍ଣ ଛାମୁ ଲାଗେ ।କରପତ୍ର ଯୋଡ଼ିକରି ଛାମୁରେ ପଚାରିକି କାରଣେ ସୁମରଣା କଲ ଦେବହରି ।ଜଗନ୍ନାଥ ବୋଇଲେକ ଶୁଣ ବୈନତେୟପ୍ରତ୍ୟକ୍ଷେ ଦେଖୁଛୁ କିସ କହିବା ଯେ କୁହ ।ଚାରି ଊଣା ଲକ୍ଷେ ରାଜା ସୈନ୍ୟ ଛନ୍ତି ବେଢ଼ିକାଳ ଦମନ ସହିତେ ଦେଉଛନ୍ତି ଧାଡ଼ି ।ସତର ଧାଡ଼ି ବଞ୍ଚିଲୁ ତାହାଙ୍କ ଦାଉରୁକିପରି ରକ୍ଷା ପାଇବୁଁ ଏବେଟି ଏଥିରୁ ।ଖଗେଶ୍ୱର ବୋଲେ ଦେବ ନ କୁହ ଯେ ଏହାକେବଣ ଆଜ୍ଞା ହେଉ ହେ ଲକ୍ଷ୍ମୀଦେବୀ ନାହା ।ତୁମ୍ଭ ଶ୍ରୀମୁଖରୁ ବାକ୍ୟ ଶୁଣନ୍ତେ ମୁଁ ହରିଛୟାଣୋଇ ସହସ୍ର ରାଜା ଦେବି ଧ୍ୱଂସ କରି ।ଆଜ୍ଞା ଦେଲେ ସମସ୍ତଙ୍କୁ ନାଶିବି ଏକ୍ଷଣିଡେଣାଘାତେ ଉଡ଼ାଇବି ଥଣ୍ଟେ ହାଣି ହାଣି ।ନିମିଷକ ମଧ୍ୟେ ସବୁ କରିବଇଁ ଧ୍ୱଂସଖଣ୍ଡ ଖଣ୍ଡ କରି ପିଞ୍ଜିଦେବି ହାଡ଼ମାଂସ ।ନାରାୟଣ ବୋଇଲେକ ସମୟ ବିଚାରିଦୋଷଦେଇ ମାରିବାଟି ଗୋଟି ଗୋଟି ଧରି ।ଏବେ ଆମ୍ଭର ବଚନ ଶୁଣ ବୈନତେୟକଳି ଭିଆଇବାର ଯେ ନୁହେଁ ଏ ସମୟ ।ଏଥର ଧାଡ଼ି ଆମ୍ଭଙ୍କୁ ବିଷମ ପଡ଼ିଲାଅପସରି ଯିବାର ତ ଉଚିତ ହୋଇଲା ।ବରୁଣକୁ ମାଗିଲୁଁ ସେ ଦେଲେ ଦିବ୍ୟଭୂଇଁଯାଦମାନଙ୍କୁ ନେଇ ଛାଡ଼ିବୁ ଯେ ତହିଁ ।ଯେ ଯାହା ଆୟୁଧ ଧନ ସମ୍ପଦାଦି କରିମଥୁରା ସ୍ଥାପିବୁ ନେଇ ଦ୍ୱାରାବତୀ ପୁରୀ ।ଶୁଣି ଖଗେଶ୍ୱର ତହୁଁ ହୋଇଲେ ହରଷକଟକକୁ ପିଠିପରେ ବସାଇ ପକ୍ଷୀଶ ।ବଳଦେବ ଉଗ୍ରସେନ କାର ଜ୍ଞାନ ନାହିଁନିଶ୍ଚେଷ୍ଟରେ ଅଚେତନ ପଡ଼ିଛନ୍ତି ଶୋଇ ।ଶ୍ରୀକୃଷ୍ଣଙ୍କୁ ଆଜ୍ଞା ମାଗି ବରୁଣ ଚଳିଲେରତ୍ନାକର କଟକରେ ଯାଇଣ ମିଳିଲେ ।ମଥୁରାପୁରକୁ ପୃଷ୍ଠେ ରଖି ଖଗେଶ୍ୱରଆକାଶ ମାର୍ଗରେ କ୍ଷେପି ଚଳେ ଧାତିକାର ।ରାତ୍ର ଚଉବିଂଶ ଦଣ୍ଡ କାର ଜ୍ଞାନ ନାହିଁଦ୍ୱାରକାରେ ମଥୁରାକୁ ଥୋକେ ଦୃଢ଼େ ନେଇ ।ଚୌରାଶୀକୋଟି ଯାଦବେ ଶୋଇ ଯେ ଯାହାରେପାତ୍ର ଅମନାତ୍ୟ ସବୁ ନେଲେ ସେ ପିଠିରେ ।ଦ୍ୱାରକାରେ ଯାଇ ସବୁ ଯାଦବେ ମିଳିଲେଶୁଣ ଆହେ ପରୀକ୍ଷିତ ଶ୍ରୀଶୁକ କହିଲେ ।ଅଶେଷ ମାୟାଧର ଯେ ପ୍ରଭୁ ଦେବରାୟେଦେବକାର୍ଯ୍ୟେ ରହିଲେ ସେ ଏସନ ଉପାୟେ ।ଶୁଭାଶୁଭ କର୍ମ ଯେହୁ କରିପାରେ ଆନକୌତୁକେ ରଖିଲେ ଯଦୁଗଣେ ଭଗବାନ ।ଚାରି ଊଣା ଲକ୍ଷେ ରାଜା ଗଡ଼ ଛନ୍ତି ବେଢ଼ିନିଦ୍ରା ଅଚେଷ୍ଟାରେ ସର୍ବେ ଶୋଇଛନ୍ତି ପଡ଼ି ।କପଟ କରି ଅଛନ୍ତି ମାୟାଧର ଯାହାସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ନ ଜାଣନ୍ତି ତାହା ।ମଥୁରା କଟକେ ଜନ ଜନ୍ତୁ ଗମ୍ୟ ନାହିଁସମସ୍ତ ପଠାଇ ଏକା ରହି ଲକ୍ଷ୍ମୀସାଇଁ ।ବିଶ୍ୱକର୍ମାକୁ ଯେ ଆଜ୍ଞା ଦେଲେ ଚକ୍ରଧରମାୟାପୁର ଗୋଟିଏକ ଶୀଘ୍ର ତୁମ୍ଭେ କର ।ଚାରି ଊଣା ଲକ୍ଷେ ରାଜ ଆସିଛନ୍ତି ବାହିସର୍ବେ ଆଶ୍ଚର୍ଯ୍ୟ ହୋଇବେ ତାହାକୁ ଅନାଇଁ ।ନାରାୟଣ ଆଜ୍ଞା ପାଇଁ ବିଶ୍ୱକର୍ମା ଯାଇତତକ୍ଷଣେ ମାୟାପୁର ରଚିଲାକ ସେହି ।ଅମର ବାରସ୍ୱତୀ ଯେ ନୋହିବ ସମାନଏକା ରହିଛନ୍ତି ତହିଁ ଦେବ ଜନାର୍ଦ୍ଦନ ।ଲକ୍ଷେ ରାଜାଙ୍କର ଥାଟ ବାହାରେ ଅଛନ୍ତିକେହି ଜଣେ ସେହି କଥା ଜାଣି ତ ନାହାନ୍ତି ।ଚକ୍ରକୂଟ ମାୟାଧର ଯେଉଁ ଭଗବାନତାଙ୍କ ମାୟା ଜାଣିବାକୁ କେ ଅଛି ଭାଜନ ।ସେ ମାୟା ନ ଲାଗୁ ମୋତେ ଆହେ ପୀତବାସତବ ପାଦ ଭୃତ୍ୟ ଅଟେ ମୁଁ ଅଚ୍ୟୁତ ଦାସ ।