ମଥୁରାରେ ସୁରଥର ଅଭିଷେକ — ହରିବଂଶ (ପଞ୍ଚମ ଖଣ୍ଡ) — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିହସ୍ତା ନାମରେ ନକ୍ଷତ୍ର ଅଟେ ସେ ଦିନର ।
କନ୍ୟା ନାମେ ଲଗ୍ନଭୋଗ ବାର ଦଣ୍ଡବେଳ
ପାଦୁକା ଘେନି ସୁରଥ କଲେ ଅନୁକୂଳ ।
ସୁନାସନନ୍ଦନ ବୀର ଉଗ୍ରସେନ ନାତି
ମୁର୍ଦ୍ଦା ଅଭିଷେକୀ ପାଟବଂଶୀ ଶୁଦ୍ଧଜାତି ।
ପାଠପଢ଼ା ବେଳେ ରାମ କୃଷ୍ଣ ସଙ୍ଗେ ଥାଇ
ସାନ୍ଦୀପନି ପଣ୍ଡାଠାରୁ ବିଦ୍ୟା ଅଛି ପାଇ ।
ବଡ଼ ବଳବନ୍ତ ସେ ଯେ ଭୋଜବଂଶ ବଳା
ତ୍ରୈଲୋକ୍ୟ ଜିଣି ପାରଇ ରଣେ ଅନର୍ଗଳା ।
ଶ୍ରୀକୃଷ୍ଣ ଆଜ୍ଞା ପ୍ରମାଣେ ଗଲା ଦଣ୍ଡ ଭିଡ଼ି
ସମ୍ଭାରେ ମଥୁରାଗଡ଼ ବସିଲାକ ମାଡ଼ି ।
କୃଷ୍ଣଙ୍କ କଠାଉ ସିଂହାସନେ କରି ପୂଜା
ମଥୁରାରେ ରାଜା ହୋଇ ପାଳିଲା ସେ ପ୍ରଜା ।
ଶୁଣ ପରୀକ୍ଷ କହନ୍ତି ଶୁକ ମହାମୁନି
ଇତି ଶିରୀ ଭାଗବତ ପୁରାଣର ଧ୍ୱନି ।
ଶ୍ରୀଜଗନ୍ନାଥ ପ୍ରଭୁଙ୍କ ପାଦପଦ୍ମ ସେବି
ମୁଁ ଦୀନ ଅଚ୍ୟୁତ ଦାସ ବୋଲାଉଛି କବି ।
ଦ୍ୱାରକାପୁରୀ ବର୍ଣ୍ଣନ ଓ ଦେବତାମାନଙ୍କର ଶ୍ରୀକୃଷ୍ଣଙ୍କୁ ଦେଖିବାପାଇଁ ଦ୍ୱାରକାକୁ ଆଗମନ
ଏଥୁ ଅନନ୍ତରେ କେତେଦିନ ବହିଯାଏସୁଧର୍ମା ସଭାରେ ବିଜେ କରି ଦେବରାୟେ ।ମୟ ନାମେ ବିଶ୍ୱକର୍ମା ପାଶକୁ ହକାରିଖଡ଼ି କାଟି ଦ୍ୱାରକାକୁ ପାତନା ସେ କରି ।ସିନ୍ଧୁମଧ୍ୟେ ଭୂମି ଗୋଟି ଅତି ଆୟତନଆଡ଼ ଦୀର୍ଘ ପ୍ରତି ଦଶ ସହସ୍ର ଯୋଜନ ।ତହିଁ ମଧ୍ୟେ ଭୂମି ଶତେ ଯୋଜନେକ ସାରସ୍ୱର୍ଣ୍ଣମୟ ଦ୍ୱାରକାକୁ ନାହିଁ ପଟାନ୍ତର ।ସର୍ବଦା ଅମୂଲ୍ୟ ସେହୁ ନିରାପଦ ଭୂମିସବୁକାଳେ ତହିଁ ବିଜେ ଦେବ ଅନ୍ତର୍ଯ୍ୟାମୀ ।ସମୟେକ ଦୃଶ୍ୟ ସେହୁ ହୁଏ କିଛି ଦିନପୁଣି ଦ୍ୱାପର ଅନ୍ତେ ସେ ହୁଅଇ ଗୋପନ ।ମର୍ତ୍ତ୍ୟପୁରର ମଧ୍ୟରେ ସେ ଅମରାବତୀନିର୍ବାଣ ମୁକ୍ତି ମନ୍ଦିର ଜାଜ୍ୱଲ୍ୟ ତା ଜ୍ୟୋତି ।କହନ୍ତେଣ ନ ସରଇ ଦ୍ୱାରକା ମହିମାଅତି ଯତ୍ନେ ସୃଜିଅଛି ତାକୁ ବିଶ୍ୱକର୍ମା ।ସୁବର୍ଣ୍ଣର ପାଚେରୀ ଯେ ଉଚ୍ଚ ବେନି ତାଳକାଙ୍ଗୁଲା ଚାଙ୍ଗୁବନ୍ଧା ଯେ ବାଘମୁହିଁ ମାଳ ।ଅଶେଷ ତାଳ ଗଭୀର ସାତତାଳ ଖଣାକପିଳାସ କନ୍ଦରୁ ସେ ସସ୍ର ଗୁଣେ ଜିଣା ।ଚାରି ପାରୁଶରେ ଚାରିଦ୍ୱାର ବିତପନଗଡ଼ ଚଉପାଶେ ଚିତ୍ର ଅଟ୍ଟାଳୀ ଶୋଭନ ।ଅଷ୍ଟରତ୍ନେ ବିତପନ ଶ୍ୱେତ ଜ୍ୟୋତିର୍ମୟେନିରେଖି ଚାହିଁଲେ ଦିଶେ ଧବଳର କାୟେ ।ଉପରକୁ ଦୃଷ୍ଟି ଦେଲେ ଅର୍ଦ୍ଧକୋଷ ହୋଏଷଣପୁଷ୍ପ କାନ୍ତି ପୁର ବଡ଼ ଶୋଭାପାଏ ।ପାଞ୍ଚତାଳ ଉଚ୍ଚେ ସେ ସିଂହଦ୍ୱାର ବେନିକବାଟ ସହସ୍ରେ ହାତ ତହିଁରେ ନିର୍ମାଣି ।ତହିଁ ସୁଦର୍ଶନ ଚକ୍ର ବୁଲଇ ପ୍ରଚଣ୍ଡଆଗରେ ମାଛି ପଡ଼ିଲେ କରେ ନବଖଣ୍ଡ ।ଉତ୍ତର ଦକ୍ଷିଣ ପୂର୍ବ ପଶ୍ଚିମର କତିଲକ୍ଷ ଲକ୍ଷ ପଡ଼ିହାରୀ ଦ୍ୱାରେ ବସିଛନ୍ତି ।ଆଧି ଉତ୍ପାଧିର ବାର୍ତ୍ତା ଜଣାନ୍ତି ସେ ଜାଣିଛତିଶ ନିଯୋଗୀ ଛନ୍ତି ତହିଁ ପରିମାଣି ।କୋଟି ବାରସ୍ୱତୀ ପରି ଶୋଭଇ ସେ ପୁରହାଟ ବାଟ ଦାଣ୍ଡ ଘାଟ ଅତି ଆଡ଼ମ୍ୱର ।ଅଷ୍ଟରତନରେ ସେହି ପୁର ଶୋଭା ପାଇଧାଡ଼ି ଧାଡ଼ି ରେଖ ରେଖ ବୃକ୍ଷ ଯେ ଶୋଭଇ ।ହୀରା ନୀଳା ମରକତ ବଇଡ଼ୁର୍ଯ୍ୟ ମୋତିନାନା ମଣି ରତନରେ ଶୋଭାପାଏ ଅତି ।ନନ୍ଦାବର୍ତ୍ତ କମ ଗଜଦନ୍ତରେ ଶୋଭଇହିଙ୍ଗୁଳ ପାତିଆମାନ ତହିଁ ଝଟକଇ ।ଗଜଦନ୍ତ ପିତୁଳୀ ଯେ ଖମ୍ୱ ଶ୍ରେଣୀ ଓରାବିଚିତ୍ର ମନ୍ଦିର ତହିଁ ସ୍ୱର୍ଣ୍ଣ କେରା କେରା ।ଦୁଆରରେ କାଚଢାଳ ବଇଡ଼ୁର୍ଯ୍ୟ ପୀଢ଼ସ୍ଫଟିକ ପାବଚ୍ଛ ବନ୍ଧା ପିତୁଳିର ଦାଢ଼ ।ନେତ ପାଟ ପତନୀ ଯେ ଆବର ମାଞ୍ଜିଷ୍ଠବସନ୍ତ ମାଧବୀ କଳା ଧଳା ନାନା ପାଟ ।ଦାଣ୍ଡେ ଉଭା ତୋରଣାରେ କଳସର ଖମ୍ୱନକ୍ଷତ୍ର ଗୁନ୍ଥା ପୋହଳା ପରାୟେ ଆରମ୍ଭ ।ରଙ୍ଗ କଳା ଧଳା ନୀଳ ଚାମର ଶୋଭନ୍ତିସୁଗନ୍ଧ ସେବତୀ ଧଣ୍ଡା ମାଳହିଁ ଲମ୍ୱନ୍ତି ।ବିଚିତ୍ର ପାଟଝୁମ୍ଫା ଯେ ଆଉ ପାଟଗଣ୍ଠିଶୋଭିତ ପଞ୍ଚମ ଶର ପୋହଳାର କଣ୍ଠି ।ରତନ ମୟୂର କଣ୍ଠି ଗୋବିନ୍ଦ ଚାନ୍ଦୁଆବଖରାମୂଳେ ଖଞ୍ଜିଣ ସୂଚିକମ ନୂଆ ।ଚନ୍ଦନ କସ୍ତୁରୀ ଆଉ ପନୀରର ପାଣିନିରନ୍ତରେ କିନ୍ନରୀଏ ସିଞ୍ଚୁଛନ୍ତି ଆଣି ।ମନ୍ଦଗନ୍ଧ ବହଇ ସେ ସୁଶୀତଳ ବାୟେଅବସନ୍ତରେ ବସନ୍ତ ପୁଲକାୟେ କାୟେ ।ନ ଲାଗଇ ସେଠାବରେ ଆଦିତ୍ୟ ଜ୍ୟୋଛନାଷଡ଼ଋତୁ ବାରମାସେ ଫଳ ଫଳେ କିନା ।ମେଡ଼ ମଣ୍ଡପ ଦେଉଳ ଅଟାଳୀ ଜଗତୀଛତ୍ରଶାଳ ଗଜଶାଳ ଯତ୍ନେ ତୋଳିଛନ୍ତି ।କୂପ ବାମ୍ଫି ତଡ଼ଗାଦି ଅଛି ଦ୍ରବ୍ୟ ଖଣାଅମୃତ ସୁସ୍ୱାଦୁ ଦ୍ରବ୍ୟ ଏକୁ ଏକ ଜିଣା ।ଚୌରାଶୀ କୋଟି ଯାଦବ ପୁର ଭିନ୍ନ ଭିନ୍ନବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଚାରିବର୍ଣ୍ଣ ।ହାଟୁଆ ପାଟକ ଆଦି ବାର ବଣିଜାରନିଶ୍ଚିନ୍ତରେ ରହିଥାନ୍ତି ସେଠାରେ ଯେ ଯାର ।ପଞ୍ଚ ଅରବୁଦ ଘର ବସିଛି ସେଠାରେକୁବେର ସମାନ ଦେଖାଯାନ୍ତି ଯେ ଯାହାରେ ।ରୋଗ ଶୋକ ବିବର୍ଜିତ ଦରିଦ୍ର ଭିକ୍ଷାଶୀଧର୍ମ ଆଶ୍ରେ ପ୍ରାଣୀମାନେ ତହିଁ ସଦା ବସି ।ଯେବଣ ଭୁବନେ ଯମ କରେ ଭୟ ଭୀତିଯାର ନାମ ସୁମରନ୍ତେ ଲଭି ମୁକ୍ତି ଗତି ।ସେ ସ୍ୱାମୀ ଦେହବନ୍ତରେ ବିଜୟେ ଆପଣପରିଚାରପଣେ ଖଟିଥାନ୍ତି ଦେବଗଣ ।କାମଦେବ ପ୍ରାୟ ଜନେ ଦିଶି ଦିବ୍ୟଶୋଭାବୃଦ୍ଧଜନମାନେ ଯହିଁ ହ୍ୱନ୍ତି ନବଯୁବା ।ଯେ ଯାହାର ଶତ୍ରୁଭାବ ନୋହି ନରନାରୀଏକୁ ଆରେକର କଳି ନାହିଁ ଯେ କାହାରି ।ପ୍ରାଣୀମାନେ ଲୋଡ଼ୁଥାନ୍ତି ଯେତେବେଳେ ଯାହାଚକ୍ରାକାର ପୁରୁଷ ଯେ ବିକୁଥାନ୍ତି ତାହା ।ନଟ ନଟିକା ଚନ୍ଦନ ଦ୍ୟନ୍ତି ଶିବ ଆଳେଯୋଦ୍ଧା ଆଖଡ଼ା କରନ୍ତି ମଧ୍ୟାହ୍ନର ବେଳେ ।ଗାଉଥାନ୍ତି ଗୀତ ବିପ୍ରେ କରି ବେଦଧ୍ୱନିସୁନ୍ଦରପଣେ ଦ୍ୱାରକା ମୋହେ ପୁର ତିନି ।ଆମ୍ୱ ପଣସ ଗୁବାକ ରମ୍ଭା ନଟୀକାଳଫଳଭରେ ତରୁଗଣେ ଲୋଟନ୍ତି ଭୂତଳ ।କେନ୍ଦୁ କପିତ୍ଥ ପାଟଳୀ ଯେ ପାରିଜାତକଦାରାକ୍ଷ ପେଣ୍ଡି ଖର୍ଜୁରୀ ଡାଳିମ୍ୱାଦି ବୃକ୍ଷ ।ନାରଙ୍ଗ ଟଭା ଲେମ୍ୱୁ ଯେ ଉଆଉ କରୁଣାଜାଈ ଯୂଇ ମଲ୍ଲୀ ଚମ୍ପା ଅଶୋକ ଦୟଣା ।ଟଗର ତରାଟ ବୃକ୍ଷ ମନ୍ଦାର ସେବତୀକନିଅର କୁରୁବେଲି ଆଦି ନାନାଜାତି ।କଦମ୍ୱ ଧାତୁକୀ କିଆ କେତକୀ ମାଳତୀକୋକନଦ ବିକଚ ଯେ ପୁଷ୍ପେ ନାନା ଜାତି ।ଚମ୍ପକ ଚନ୍ଦ୍ରାବତୀ ଯେ କୋରୁଆ ବକୁଳଏସନକ ନାନା ପୁଷ୍ପେ ଶୋହେ ପରିମଳ ।ବୃକ୍ଷଙ୍କ ଚୌପାଶେ ପକ୍ଷୀକ୍ରୀଡ଼ା କୁତୂହଳେକରନ୍ତି ପକ୍ଷୀଏ କୋଳାହଳ ଏକମେଳେ ।ଅଚିନ୍ତରେ ଅଇଶ୍ୱର୍ଯ୍ୟେ ଥାନ୍ତି ସର୍ବେ ଜାଣମୁକ୍ତି ଲୋକର ଗଣନା ହ୍ୱନ୍ତି ସର୍ବଜନ ।ବସୁଦେବ ଆଦି କରି ସର୍ବ ଯଦୁବଳଉଗ୍ରସେନ ଆରାଧନା କରନ୍ତି ସକଳ ।ଧନ୍ୟ ଦ୍ୱାରକା ନଗର ନରନାରୀଗଣଧନ୍ୟ ସେହି କୃଷ୍ଣଚନ୍ଦ୍ର ମୋହି ତାଙ୍କ ମନ ।ସନକାଦି ମୁନି ଯାକୁ କରୁଥାନ୍ତି ଚିନ୍ତାପରମ ନିରଞ୍ଜନ ଯେ ହୋଇ ଦେହବନ୍ତା ।ଶୁଣ ହେ ପରୀକ୍ଷ ରାଜା ଭଣି ଶୁକବ୍ରହ୍ମାକହନ୍ତେ ନ ସରେ ସେହି ଦ୍ୱାରକା ମହିମା ।ଆପଣେ ଶ୍ରୀବିଶ୍ୱକର୍ମା ବହୁ ମୂର୍ତ୍ତି ଧରିପୁର ନିର୍ମାଣ କରନ୍ତି ଭିନ୍ନ ଭିନ୍ନ କରି ।ସାଧୁ ସେ ନିର୍ମଳ ଭୂମି ଦ୍ୱାରକା ନଗରପ୍ରତ୍ୟକ୍ଷରେ ବିଜେ ଯହିଁ ଦେବ ଚକ୍ରଧର ।ନିରନ୍ତର ବିଷ୍ଣୁ ଚକ୍ର ଦ୍ୱାରକାରେ ବୁଲିଦୁର୍ବୁଦ୍ଧି ଦୁରାତ୍ମା ପୁଣ ନାହିଁ ତ କାହାରି ।ପାତ୍ର ମନ୍ତ୍ରୀ ପୁରୋହିତ ଯେତେ ରାଜବିଧିକହନ୍ତେ ଅନ୍ତ ନାହିଁ ତା ଅଚଳ ସମୃଦ୍ଧି ।ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ଶୁଭେ ଧନ୍ୟବାଣୀଯାଦବ ଘେନି ଦ୍ୱାରକା ରହି ଚକ୍ରପାଣି ।ବ୍ରହ୍ମଲୋକ ଭୁବଲୋକ ଭୁଲୋକେ ଜାଣିଲେବ୍ରହ୍ମାଣ୍ଡରେ ଋଷି ମୁନି ଯେତେ ତହିଁ ଥିଲେ ।ଶ୍ରୀକୃଷ୍ଣଙ୍କୁ ଦେଖିବାକୁ ସକଳେ ଅଇଲେମହା ମହା ଋଷିମାନେ ତପ ତେଜି ଭଲେ ।ଶୁକ ସନକ ବଶିଷ୍ଠ ବିଶ୍ୱାମିତ୍ର ବ୍ୟାସଭୃଗୁ ଭାର୍ଗବ ଚ୍ୟବନ ଗୌତମ ଲୋମଶ ।ଅଗସ୍ତି ଅଙ୍ଗିରା ପଉଲସ୍ତି ବ୍ରହ୍ମବେତ୍ତାବିଭାଣ୍ଡକ ବିଶ୍ରବା ଯେ ଋଷି ମହାଜ୍ଞାତା ।ସନନ୍ଦ ଶ୍ରୀସନାତନ ଜୈମିନି ମହର୍ଷିଜମଦଗ୍ନି କପିଳ ଯେ ବୃଦ୍ଧଶ୍ରବା ଋଷି ।ପୁଲହ ଯେ ଅଷ୍ଟାବକ୍ର ସୁମନ୍ତକ ମୁନିଅନନ୍ତ ଆସୁରି ବଇଶମ୍ପାୟନ ଜ୍ଞାନୀ ।ଗାର୍ଗବ ଗୋମତ କଣ୍ୱ ବିଶ୍ୱାବସୁ ଆଦିକୁମ୍ଭଋଷି ଦୁର୍ବାସା ଯେ ମୌନତପ ଭେଦି ।ରାଜର୍ଷି ବ୍ରହ୍ମର୍ଷି ନାଗଋଷି ଦେବଋଷିଏକଦଣ୍ଡୀ ଦ୍ୱିଦଣ୍ଡୀ ଯେ ତ୍ରିଦଣ୍ଡୀ ସନ୍ନ୍ୟାସୀ ।ମନପବନ ଦଣ୍ଡକୁ ସର୍ବେ ଆରୋହିଣରାମକୃଷ୍ଣେ ଦେଖିବାକୁ କଲେ ଆଗମନ ।କପିଳାସ କନ୍ଦରରେ ବାର୍ତ୍ତା ପାଇ ହରବୃଷଭ ଆରୋହି ଆସି ମିଳିଲେ ସତ୍ୱର ।ହିମବନ୍ତର ନନ୍ଦିନୀ ଉମା ସଙ୍ଗେ ଘେନିସଙ୍ଗରେ ଅଛନ୍ତି ନନ୍ଦୀ ଭୃକୁଟୀଏ ବେନି ।ବାମ ଡାହାଣେ ଚାଲନ୍ତି ସର୍ବ ଦେବଦେବୀରାମକୃଷ୍ମ ଦେଖିବାକୁ ଆସିଲେ ସେ ଭୁବି ।ମୂଷିକ ବାହନେ ବସି ପ୍ରଭୁ ଗଣପତିକାର୍ତ୍ତିକେୟ ସଙ୍ଗେ ଘେନି ଚଳି ସେ ଯାଆନ୍ତି ।ଶଚୀ ସହ ବଜ୍ରପାଣି ଚଢ଼ି ଐରାବତଦେଖିବା ପାଇଁକି ସେହୁ ଗମନ୍ତି ତ୍ୱରିତ ।ଯମ କୁବେର ନୈର୍ଋତ ଆବର ବରୁଣଧ୍ରୁବ ଅଙ୍ଗିରସ ଆଦି ବୃହଦ୍ଦେବ ଗଣ ।ଶୁକ୍ର ଶନିଶ୍ଚର ରବି ମଙ୍ଗଳ ଯେ ବୁଧସାତବାର ସତାଇଶ ନକ୍ଷତ୍ର ବିବୁଧ ।ଚନ୍ଦ୍ର ସୂର୍ଯ୍ୟ ଆଦି କରି ଅମର ସମୂହଗଣ ଗନ୍ଧର୍ବ ଦେବତା କରିଲେ ବିଜୟ ।ପିତାମହ ଲୋକେ ବାର୍ତ୍ତା ପାଇ ବେଦବରପରମହଂସ ବାହନେ ଚଳି ଧାତିକାର ।ଚୌବିଂଶ ଅର୍ବୁଦ ଦ୍ୱିଜ ସଙ୍ଗତରେ ଘେନିସାମଗାୟନ କରିଣ ଯାନ୍ତି ପଦ୍ମଯୋନି ।ତପୀ ଜପୀ ସିଦ୍ଧମୁନି ଯେତେକ ମହର୍ଷିଭୂଲୋକ ଯେ ଭୂବଲୋକ ଆଦି ସ୍ୱର୍ଗବାସୀ ।ଶ୍ରୀହରି ଦେଖିବା ପାଇଁ ସମୁତ୍ସୁକ ମନଯେ ଯାହା ଯାନ ଚଢ଼ିଣ ଚଳିଲେ ବହନ ।ଦେଖା ଦରଶନୀ ଧନ ଦେଲେ ଯେ ଯାହାରେସମସ୍ତେ ମିଳିଲେ ଯାଇ ଦ୍ୱାରକା ନଗରେ ।ସକଳ ଯାଦବ ସଙ୍ଗେ ଘେନି ଦେବ ହରିସୁଧର୍ମା ସଭାରେ ଆସି ବିଜୟ ମୁରାରି ।ଶଙ୍ଖ ଚକ୍ର ଗଦା ଅବ୍ଜ ଶୋହେ ଚାରିଭୁଜଶ୍ରୀ ଲକ୍ଷ୍ମୀବଲ୍ଲଭ ନାଥ ଯେ ଦେବାଧିରାଜ ।ଦେବତାଙ୍କ ଆଗମନ କୃଷ୍ଣଚନ୍ଦ୍ର ଦେଖିଧାତିକାରେ ଉଠିଲେ ସେ ଆସନ ଉପେକ୍ଷି ।କୁଶସ୍ଥଳୀ ଦ୍ୱାରକାକୁ ଆସନ୍ତି ତ୍ରିଦଶଥୋକେ ଦୂରୁଁ ପାଛୋଟିଣ ଗଲେ ପୀତବାସ ।ଦେଖିକରି ଗଙ୍ଗାଧର ବୃଷଭୁଁ ଉତୁରିପାର୍ବତୀଙ୍କୁ ସଙ୍ଗେ ଘେନିଯାନ୍ତି ଚାଲିକରି ।ରାମକୃଷ୍ଣ ଆଗମନ ଦେଖି ବେଦବରହଂସ ପିଠିରୁ ଓହ୍ଲାଇ ଯାନ୍ତି ଧାତିକାର ।ଐରାବତରୁ ଉତୁରି ଦେବ ଶଚୀଶତିପାଦଗମୀ ହୋଇକରି ଚାଲି ସେ ଯାଆନ୍ତି ।ଏପରି ତ୍ରିଦଶେ ଆଉ ଯେତେ ଲୋକପାଳଯେଝା ଯାନ ବାହନକୁ ତେଜିଣ ସକଳ ।ସମସ୍ତେ ରୁଣ୍ଡ ହୋଇଲେ ଗୁମତୀର କୂଳେରାମକୃଷ୍ଣ ପ୍ରଣମିଲେ ବ୍ରହ୍ମା ପାଦତଳେ ।ଈଶ୍ୱରଙ୍କୁ ରାମକୃଷ୍ଣ ହୋଇ ପଣିପତ୍ୟଯେଝାରୂପେ ମାନ୍ୟ କଲେ ଦେବଙ୍କୁ ସମସ୍ତ ।ସ୍ୱସ୍ତି କଲ୍ୟାଣ କରିଲେ ସନକାଦି ବୃନ୍ଦମୁନିଙ୍କୁ ପ୍ରଣମିଲେ ସେ ଦେବ ଆଦିକନ୍ଦ ।ଉଗ୍ରସେନ ଆଦିକରି ଯଦୁବଂଶ ଯେତେଶୁକ ସନକାଦି ମୁନି ପ୍ରଣମି ସମେତେ ।ସମ୍ଭର୍ବରେ ବିଜେ କଲେ ସୁଧର୍ମା ସଭାରଜଗନ୍ନାଥ ମୁଖ ଚାହିଁ ଭଣି ବେଦବର ।ଭୋ ଦେବ ପୁରାଣପୁଂସ ତୁମ୍ଭେ ଦେବରାଜାସନକ ଆଦି କରନ୍ତି ତୋର ପାଦପୂଜା ।ଜଳସ୍ଥଳ ଅନଳରେ ସବୁଠାରେ ବ୍ୟାପିଅନନ୍ତ ମାୟାଧର ତୁ କାମକଳ୍ପରୂପୀ ।ଏ ବିଶ୍ୱ ସଂସାର ତୁମ୍ଭ ଖେଳଘର ସିନାସ୍ୱୟଂ ଶିବ ତୋ ମାୟାରେ ହେଉଥାନ୍ତି ବଣା ।ଅନାଦି ଅଚଳ ତୁମ୍ଭେ ପୁରାଣ ପୁରୁଷଶ୍ରୀଜଗଦ୍ବନ୍ଦନ ନାଥ ଅନାଦି ରମେଶ ।ଶାରଦାବଲ୍ଲଭ ତୁମ୍ଭେ ଲକ୍ଷ୍ମୀ ପ୍ରାଣପତିଅଶେଷ ବ୍ରହ୍ମାଣ୍ଡ ନାଥ ଧର ବହୁମୂର୍ତ୍ତି ।ଦିନ ବାର ନକ୍ଷତ୍ରାଦି ତିଥି ବାର ମନୁସଦାବେଳେ ତୁମ୍ଭେ କଳପନା କାମଧେନୁ ।କଳ୍ପ କଳ୍ପାନ୍ତେ ବିଦୀତ ଅଟେ ତୁମ୍ଭ ନାମପୃଥିବୀକୁ ରଚିବାକୁ ତୁମ୍ଭେ ସିନା କ୍ଷମ ।ବ୍ରହ୍ମାଙ୍କ ଦିବସେ ଆଠସହସ୍ର ଯୁଗାନ୍ତେଏହିପରି ଶତସସ୍ର ଷାଠଯୁଗ ଅନ୍ତେ ।ଚଉଦ ମନୁରେ ଚୌଦ ଇନ୍ଦ୍ରଯାଏ ମରିଦ୍ୱାଦଶ ଅବତାରକୁ ତୁମ୍ଭେ ଦେହଧାରୀ ।ପୃଥୀ ଭାରାଭର ଅର୍ଥେ ମର୍ତ୍ତ୍ୟରେ ବିଜୟେବାଳମୁକୁନ୍ଦ ରୂପକୁ ଧରି କର କ୍ଷୟେ ।ଏହି ଦ୍ୱାରକା ଭୁବନେ କୃଷ୍ଣରୂପ ଧରିସର୍ବଦାକାଳେ ବିହରୁ ତୁହି ନରହରି ।ଏ ସାତବଂଶ ଯାଦବ ସଙ୍ଗେ ତୋର ଥାନ୍ତିମ୍ଲେଚ୍ଛାଦି ସଂହାର ତୁମ୍ଭେ କର ଯଦୁପତି ।କୋଟିସ୍ୱର୍ଗ ଦ୍ୱାରକାକୁ ନୁହଇ ତ ସମରୋଗ ଶୋକ ବିବର୍ଜିତ ନ ପଶଇ ଯମ ।ସମୟେକ ଭୋଗ ଦେବ କର ତୁମ୍ଭେ ଏଥେପୁତ୍ର ନାତି କୁଟୁମ୍ୱ ଯେ ହ୍ୱନ୍ତି ଅପ୍ରମିତେ ।ଶଙ୍ଖନିଧି ପ୍ରଦ୍ମନିଧି ପୁରେ ବିଦ୍ୟମାନବାଳ ବୃଦ୍ଧ ଯୁବା କେହି ନାହିଁ ଦୁଷ୍ଟଜନ ।କୁବେର ପରାୟେ ସର୍ବେ ଅତି ବଳବନ୍ତଶତ୍ରୁର ଭୟ ଏଠାରେ ନାହିଁ ଯେ କିଞ୍ଚିତ ।ମହାପ୍ରଳୟେ ଏ ପୁର ନୁହଇ ବିନାଶତେତିଶ ଦେବ ଦେବଙ୍କ ଅଟେ ଏହୁ ବାସ ।କହନ୍ତେ ନ ସରଇ ଏ ଦ୍ୱାରକା ମହିମାଶୁଣ ହୋ ପରୀକ୍ଷ ରାଜା ଭଣି ଶୁକବ୍ରହ୍ମା ।ଏହିପରି କୁବେରାଦି ଦେବେ ରୁଣ୍ଡ ହୋଇଅଭିଷେକ କରିଲେ ସେ କୃଷ୍ଣଚନ୍ଦ୍ରେ ଯାଇ ।ସରସ୍ୱତୀ ଯମୁନା ଯେ ନର୍ମଦା କାବେରୀସରଯୂ ଭାନୁମତୀ ଏ ନଦୀ ଆଦିକରି ।ବ୍ରାହ୍ମଣୀ ଗୋମତୀ ଚିତ୍ରୋତ୍ପଳା ବୈତରଣୀଗନ୍ଧବତୀ ଗଣ୍ଡୁକୀ ଯେ ଆଉ କୃଷ୍ଣାବେଣୀ ।ସାଗର ଚନ୍ଦ୍ରଭାଗାଦି ନାନାତୀର୍ଥ ଜଳପୁଷ୍କର ରୁଣ୍ଡ କରିଲେ ଆଣିଣ ସକଳ ।ଅଷ୍ଟରତ୍ନ ପୂର୍ଣ୍ଣକୁମ୍ଭେ ପୂରାଇଣ ନୀରଅଭିଷେକ କଲେ ନେଇ ଶ୍ରୀକୃଷ୍ଣଙ୍କ ଶିର ।ସନକ ସନନ୍ଦ ସନାତନ ମହାମୁନିଓଁକାର ସାମ ଗାୟନ ଉଚ୍ଚେ କରି ପୁଣି ।ଡାହାଣାବର୍ତ୍ତ ଶଙ୍ଖରେ ଜଳ ତିଳ ଭରିସପ୍ତଋଷି ଅଭିଷେକ କଲେ ଶିରୋପରି ।ଯମ ନଇର୍ଋତ ଆଉ ବରୁଣ ମଘବାଛତ୍ର ଚାମର ଆଲଟ ଧରି ହେଲେ ଉଭା ।ଗଣ ଗନ୍ଧରବ ଅପସରା ଆଦି ଯେତେନଟ ନାଟ୍ୟକାର ଅଗ୍ରେ ମିଳି ନୃତ୍ୟଗୀତେ ।ବଂଶୀ ବୀଣା ମରଦଳ ମହୁରୀ କାହାଳିପଞ୍ଚମ ସ୍ୱରେ ବଜାନ୍ତି ହୋଇ କୁତୂହଳୀ ।ଦୁର୍ବାକ୍ଷତ ତଣ୍ଡୁଳକୁ ଦ୍ୟନ୍ତି ମହାକାଳଅପାର ଆନନ୍ଦ ମନେ ବହି ମୁନିକୁଳ ।ଅଷ୍ଟରତ୍ନ ବେଦୀପରେ ବସି ଦେବରାୟେପାରୁଶେ ବେଢ଼ିଅଛନ୍ତି ସର୍ବ ଦେବତାଏ ।ଚୌରାଶୀ କୋଟି ଯାଦବ ଉଗ୍ରସେନ ମୂଳେବସୁଦେବ ସହିତରେ ଉଭା ବେଦୀତଳେ ।ଛତ୍ର ଆଲମ୍ୱ ଚାମର ହଡ଼୍ପ ଧୂପକାଠିଖଟଣି ସାମନ୍ତ ସର୍ବେଛନ୍ତି ତହିଁ ଖଟି ।ଆପେ ବ୍ରହ୍ମା ହୋଇଲେକ ଆଚାର୍ଯ୍ୟ ବରଣଚତୁର୍ମୁଖେ ଚତୁର୍ବେଦ କରନ୍ତି ଗାୟନ ।ଗଉରୀ ଅକ୍ଷତ ଆଣି ନିଉଡ଼ନ୍ତି ମାଥଅଭିକେ ହୋଇଲେ ଯେ ତହିଁ ଜଗନ୍ନାଥ ।ଶଙ୍ଖ ଚକ୍ର ଗଦା ପଦ୍ମ ଶୋହେ ଚାରିଭୁଜଆନନ୍ଦ କନ୍ଦ ଜ୍ୟୋତି ଯା ବିଦିତ ସ୍ୱତେଜ ।ମୁକୁଟ ଯେ କର୍ଣ୍ଣାଞ୍ଚଳ ସୀମନ୍ତିନୀ କଳାଲୁଳିତ ବକ୍ଷ ସ୍ଥଳରେ ଶୋଭେ ରତ୍ନମାଳା ।ବିଦ ମୁଦ୍ରିକା କଙ୍କଣ ବଳୟର କାନ୍ତିଶ୍ରୀନାରାୟଣ ଅଙ୍ଗରେ ଅତିଶୋଭା ପାନ୍ତି ।ନୀଳେନ୍ଦ୍ରିଦଳ ପରାୟେ ରାଜେ ଦିବ୍ୟବପୁଦନୁଜାନ୍ତକ ରୂପକୁ ଧରି କଂସରିପୁ ।ଗଣ ଗନ୍ଧର୍ବ ଦେବତା ଦେଖି ସ୍ତୁତି କଲେଯେଝା ଅନୁରୂପେ ଉପହାରମାନ ଦେଲେ ।ଦଶସସ୍ର ବିଦ୍ୟାଧରୀ ସୁନ୍ଦରୀ ରମଣୀବେଦୀତଳେ ଉତ୍ସୁକରେ ସମର୍ପିଲେ ଆଣି ।ଜଗତମୋହିନୀ ବାମାରୂପେ ଜଗଜ୍ଜିଣାସୁଦରୀପଣରେ ସେହୁ ଏକୁଁ ଏକ ଜିଣା ।ଜନ ଅକ୍ଷତ ଦେଲେ ସେ ଜଳସ୍ତମ୍ଭ ମଣିନବନାଟକ ବିଦ୍ୟାକୁ ଦେଲେ କୁଶପାଣି ।ନୈର୍ଋତ ଦେଲେ କମଠ ପାଶାଙ୍କୁଶ ଆଣିଦିନକର ସମର୍ପିଲେ ନେଇ ଦିବ୍ୟମଣି ।କୁବେର ଦେଲେ ଅମର ଭଣ୍ଡାର ବାହୁଟିବୈଶ୍ୱାନର ସମର୍ପିଲେ ଶ୍ୱେତ ମୁଦିଗୋଟି ।ପବନ ଦେବତା ଦେଲେ ମନଯାନ ଖଣ୍ଡଗୋମତା କପିଳା ଦେଲେ କାମଧେନୁ ଦଣ୍ଡ ।କୃତାନ୍ତକ ଦେବ ଦେଲେ ମୃତ୍ୟୁଞ୍ଜୟ ମଣିଜଳଧାରା ନାରାଚକୁ ଦେଲେ ମେଘ ଆଣି ।କୋଟି ବାରସ୍ୱତୀ ପରି ଦିଶେ ସେ ନଗରକେ ବୋଲଇ ବ୍ରହ୍ମଲୋକ ନୁହେ ପଟାନ୍ତର ।କେଉଁ ଦେବତା ବିଜୟ କଲେ ଆସିକରିକେହୁ ବୋଲଇ ବୈକୁଣ୍ଠ ନୁହେ ୟାକୁ ସରି ।ବିଚାରନ୍ତି ଗୋବିନ୍ଦଙ୍କ ଅଭିଷେକ ବିଧିବ୍ରହ୍ମା ଇନ୍ଦ୍ର ଗଙ୍ଗାଧର କୋଟିଦେବ ସିଦ୍ଧି ।ଯେ ଯାହା ଆଶ୍ରମେ ତହୁଁ ଗଲେ ଦେବଗଣେଆସ୍ଥାନ ମୌଳନ୍ତେ ଆସି ସେ ଯାଦବମାନେ ।ଉଗ୍ରସେନ ଆଦିକରି ସର୍ବ ଯଦୁବୃନ୍ଦକୃଷ୍ଣ ମହିମା ଦେଖିଣ ପରମ ସାନନ୍ଦ ।ଜଗନ୍ନାଥ ବିଜେ କଲେ ଯାଇ ଅନ୍ତଃପୁରେବଳରାମ ବିଜେ କଲେ ଆପଣା ମନ୍ଦିରେ ।ନିଜ ପୁରକୁ ଚଳିଲେ ସେ ଯାଦବମାନଉଗ୍ରସେନ ଆଦିକରି ଯେତେ ଯଦୁଗଣ ।ନିଜ ପୁରେ ପ୍ରବେଶିଲେ ସକଳ କାମିନୀହରି ନାମେ ବନ୍ଦାଅନ୍ତି ଦୁର୍ବାକ୍ଷତ ଘେନି ।ଅଚିନ୍ତାରେ ଦ୍ୱାରକାରେ ରହି ଦେବରାୟେଶୁଭ ବାରତା ଶୁଭଇ ବ୍ରହ୍ମଲୋକ ଯାଏ ।ଇତି ଶିରୀ ହରିବଂଶ ଗ୍ରନ୍ଥ ପୁଣ୍ୟମୟେଇଦଂ ଅଷ୍ଟାଦଶ ଅଧ୍ୟା ସମାପତ ହୁଏ ।ଶୁକ ବ୍ରହ୍ମାଏ କହିଲେ ପରୀକ୍ଷିତ ଶୁଣିକୃଷ୍ଣ ପ୍ରସାଦେ ଅଚ୍ୟୁତ ଦାସ କବି ଭଣି ।