ସ୍ୱର୍ଗଦୂତ
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ନିର୍ମାଲ୍ୟ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୪
- ସ୍ଥିତି
- ସାର୍ବଜନୀନ (Public domain)
ସଂସାରେ ସଂସାରୀ ସଙ୍ଗେ ହୋଇଣ ଉନ୍ମତ୍ତବିଷୟାବିଷର ପାନେ ମନ ମୋହଗତଭାଳେଁ ବନ୍ଧୁବାନ୍ଧବ ବା ପ୍ରିୟପରିଜନ-ସ୍କନ୍ଧେ ଭାର ନିକ୍ଷେପିଣ ଯାପିବି ଜୀବନ,ସହିବେ ସେମାନେ ସର୍ବ ଆର୍ଦ୍ଦୋଳି ଜଞ୍ଜାଳଏହିପରି ଏ ସଂସାରେ କଟିଯିବ କାଳ ।କିନ୍ତୁ ପ୍ରଭୋ ! ପରୀକ୍ଷାରେ କରିଣ କ୍ଷେପଣଦେଖାଅ କୁଟୁମ୍ବ ଆଦିଙ୍କର ଟାଣପଣ ।ରୋଗ, ଦୁଃଖ, ବିପଦାଦି, ଦିବ୍ୟ, ଅନୁଚରଆସି କହି ଦେଇଯାନ୍ତି “ସକଳ ନଶ୍ୱର”,ତୁହିନରେ ସନ୍ତରଣ ଗଗନ ପ୍ରସୂନଚୟନେ ବଳାଇ ଚିତ୍ତ, ହୁଏଁ ଶେଷେ କ୍ଷୁନ୍ନ,ହେ ସତ୍ୟ, ମଙ୍ଗଳମୟ, ଦିଅ ବଳ ଦାନତୁମ୍ଭ ଇଚ୍ଛା ପୂର୍ଣ୍ଣ କରୁ ଏ କ୍ଷୁଦ୍ର ପରାଣ ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ