ସ୍ୱାଧୀନତା
୧୮୭୫–୧୯୨୮
- ସଂକଳନ: ନିର୍ମାଲ୍ୟ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୭୩
- ସ୍ଥିତି
- ସାର୍ବଜନୀନ (Public domain)
ହେ ଈଶ୍ୱର, ହର ମୋର ସର୍ବ ଅଧୀନତାଦିଅ ମୋତେ ଆକାଙ୍କ୍ଷିତ ପ୍ରାଣ−ସ୍ୱାଧୀନତାରିପୁ−ଦର୍ପ, ଜନ−ଭୟ ମୋର ଭୀରୁ ପ୍ରାଣେପରିଣତ କରିଛନ୍ତି ଜୀବନ୍ତ ଶ୍ମଶାନେ,ଭିତରେ ପ୍ରବୃତ୍ତିଚୟ କରନ୍ତି ଗର୍ଜନଭୀରୁ ଦେଖି, ମୋତେ କରି ଘୋର ଆସ୍ଫାଳନ ।ପ୍ରଶାନ୍ତ, ପବିତ୍ର ତୁମ୍ଭେ ବ୍ରହ୍ମାଣ୍ଡ ଗୋସାଇଁନ ଜିଣିବ କିମ୍ପା ତାଙ୍କୁ ତବ ମୁଖ ଚାହିଁ ?ବାହାରେ ଲୋକଙ୍କ ଭୟେ ଲୁଚି ବୁଲୁଥାଇନିଶିଦିନ ପର ଆଜ୍ଞା ପାଳିଣ କିପାଇଁ ?ସୁବୁଦ୍ଧିରେ ଯାହା ମୁହିଁ ଜାଣିଲି ନିର୍ଦ୍ଦୋଷ;ସରଳ ଆଚାରେ ତା’ର ଅଛି କେଉଁ ଦୋଷ;ବୁଝିଲି ଯା’ ସତ୍ୟ ତବ ପ୍ରବତ୍ତ ଆଲୋକେନିର୍ଭାକ ଭାବରେ କିପାଁ ନ କହିବି ଲୋକେ ?ହେ ଈଶ୍ୱର ! ହର ମୋର ଗର୍ବ ଅଭିମାନଦିଅ ମୋତେ ସତ୍ୟସାର ଦିବ୍ୟ ତତ୍ତ୍ୱ ଜ୍ଞାନ ।ବିବେକ ଆଲୋକେ ଯାହା ନ ବୁଝିବି ସତ୍ୟଆନ ବୋଲେ ନ କରିବି କର୍ମେ ପରିଣତ ।ଅଭ୍ରାନ୍ତ ଗୁରୁ ବା ଶାସ୍ତ୍ରେ ମୋର ଆସ୍ଥା ନାହିଁ,ଦେଖାଅ ସତ୍ପଥ ନିଜେ ବ୍ରହ୍ମାଣ୍ଡ ଗୋସାଇଁ ।ଏକୋଇ ମନ୍ଦିର, ଶତ ସେ ମନ୍ଦିର ପଥଏକ ସିଦ୍ଧି ତୁମ୍ଭେ, ପଥ ସାଧନର ଶତ ।କାହାକୁ କେବଣ ପଥେ ନିଅ ତୁମ୍ଭେ ଟାଣିଜ୍ଞାନ ଅଭିମାନୀ ତାହା ନ ପାରଇ ଜାଣି ।ଭାଳେ ସେ ଏ ଜନ ମୋର କଥା ନ ଶୁଣିଲାପାପମାର୍ଗେ ଗମି ଘୋର ନରକେ ପଡ଼ିଲା ।ଯାହା ଇଚ୍ଛା ଯାର ପ୍ରଭୁ ସେ ତା’ କହୁଥାଉଆଶ୍ରା ଦିଅ ନ ଶୁଣିବି ବୃଥା ହାଉ ହାଉ ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ