ପ୍ରକୃତି ଓ ଆତ୍ମା
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ନିର୍ମାଲ୍ୟ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୬
- ସ୍ଥିତି
- ସାର୍ବଜନୀନ (Public domain)
କହିଛନ୍ତି ସତ୍ୟଶିବ ସୁନ୍ଦର ମୋ ପ୍ରାଣେତାଙ୍କ ଦତ୍ତ ଜ୍ଞାନେ ମୁହିଁ ତାଙ୍କ ସତ୍ତା ଜାଣେ ।ଏହି ଯେ ମୋ’ ମନେ ଅଛି କର୍ମ, ଜ୍ଞାନ, ପ୍ରେମଆଦର୍ଶ ରୂପରେ, ଅନ୍ତହୀନ ଯାର କ୍ଷେମ ।ପବିତ୍ର ନିର୍ମଳ ମନେ ଧ୍ୟାନ କରେଁ ଯେବେଜ୍ଞାନ ପୁଣ୍ୟ ପ୍ରେମରୂପେ ଦେଖେଁ ତାଙ୍କୁ ତେବେ ।ଜ୍ଞାତାଜ୍ଞାତରୂପେ ଛନ୍ତି ସମଗ୍ର ସଂସାରେନୋହିଲେ ମୁଁ ବିଷୟକୁ କେହ୍ନେ ଜାଣିପାରେ ?ଯା’ ମଧ୍ୟେ ମୋ ଆତ୍ମା ନାହିଁ ମୁହିଁ ତା’ କେମନ୍ତସମ୍ଭୋଗ କରିଣ ହୁଏଁ ତହିଁ ଅନୁରକ୍ତ ?ସୁଦୂର ନକ୍ଷତ୍ରଲୋକ, ବିଚିତ୍ର ଭୁବନ,ସତୀର ସତୀତ୍ୱ, ନବ ଶିଶୁର ଆନନ,ପୁଣ୍ୟାତ୍ସା ଚିତ୍ତେ, ଯେ ସତ୍ୟ, ମଙ୍ଗଳ, ସୁନ୍ଦରମମ ଆତ୍ମା ମଧ୍ୟେ ସେହି ପ୍ରଭୁ ପରାତ୍ପର ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ