ମୋ ଦେବତା
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ନିର୍ମାଲ୍ୟ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୬
- ସ୍ଥିତି
- ସାର୍ବଜନୀନ (Public domain)
ବୁଦ୍ଧି−ଅଚ୍ଛା−ଭାବ−ବୃତ୍ତି−ଆଦର୍ଶ ରୂପରେଅଛନ୍ତି ଦେବତା ନିଜେ ଏ ମମ ଅନ୍ତରେ ।ଜ୍ଞାନ,କର୍ମ ପ୍ରୀତିରୂପେ ପ୍ରଭୁ ଭଗବାନସତ୍ୟ, ଶିବ, ସୁନ୍ଦର ସେ ଦେବତା ମହାନ ।ଜ୍ଞାନ, ପୁଣ୍ୟ, ପ୍ରେମ ସେହି ଅଦ୍ୱିତୀୟ ପ୍ରଭୁନିର୍ମଳ, ପବିତ୍ର, ଶାନ୍ତ ଏକାଧାରେ ସବୁ,ବିକଚ କୁସୁମ ବନ ବିହଙ୍ଗମ ତାନମଧ୍ୟରେ ଆନନ୍ଦ ରୂପେ ପ୍ରଭୁ ଭଗବାନ ।ସୁନୀଳ ଗଗନେ ସେହି ଭୂମା ବିଶ୍ୱପତିଅନନ୍ତ ବିଚିତ୍ରରୂପେ ପ୍ରକାଶିତ ଛନ୍ତିବିଚିତ୍ର, ପ୍ରକୃତି ଅବା ମାନବ ସଂସାରକରିଛନ୍ତି ସେହି ଏକ ଆତ୍ମା, ଏକାକାର ।ଏକ ଆତ୍ମା, ଏକ ଶୁଭଲୀଳା, ଏକ ଶକ୍ତିମୁକ୍ତ ହୁଅ ମନ କରି ପୂଜା ସ୍ତତି ଭକ୍ତି ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ