ସିଂହେଶ୍ୱର
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୫୬
- ସ୍ଥିତି
- ସାର୍ବଜନୀନ (Public domain)
ମୁରାରିପୁର ସାଧକ,କରୁଛନ୍ତି ଡାକହାକ ।କାଉଚି ମୁଣ୍ଡିଆ ପରେ,ଆସ୍ଥାନ ଅଛି ଗୁପ୍ତରେ ହେ ।୧।ତବ ଆଶ୍ରମ ଉତ୍ତରେ,ମହାନଦୀ ଚଳେ ଖରେ ।ପଶ୍ଚିମ ପାଶେ ଗଡାଣି,ରସାତଳେ ଯିବ ପ୍ରାଣୀ ହେ ।୨।ଦକ୍ଷିଣେ ନିବିଡ ବନ,ପୂର୍ବେ କୁଟୀର ଭବନ ।ମହାଦୁର୍ଗେ ବାସ କରି,ରହିଅଛ ସ୍ମରଅରି ହେ ।୩।ଦେବାଧିଦେବ ରାଜନ,ସିଂହେଶ୍ୱର ତ୍ରିଲୋଚନ ।ରାଜବାଟୀ ରକ୍ଷା କର,ମୋତେ କୋଳେ ନେଇ ଧର ହେ ।୪।