ନାଗନାଥ
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୫୬
- ସ୍ଥିତି
- ସାର୍ବଜନୀନ (Public domain)
ବ୍ରାହ୍ମୀଗର୍ଭେ ନାଗନାଥ,ଜ୍ୟୋତି କରୁଅଛ ଖ୍ୟାତ ।ଝାଡ଼ଖଣ୍ଡର ବାଦଶା,ଦେଇଛନ୍ତି ଦିବ୍ୟ ବସା ହେ ।୧।ବସିଲେ ମନ୍ଦିରପାଶେ,ହୃଦୟ ଆନନ୍ଦେ ଭାସେ ।ବ୍ରାହ୍ମୀ ଜଳକଣା ରାଶି,ଶୀତଳତା ଦିଏ ଆସି ହେ ।୨।ତୁମ୍ଭର ଭୋଗ ପ୍ରସାଦ,କରନ୍ତି ସର୍ବେ ଆସ୍ୱାଦ ।ପୁରାଣ ଶାସ୍ତ୍ରର ମତ,ମହାପ୍ରସାଦ ସଙ୍ଗତ ହେ ।୩।କରେ ଲକ୍ଷ ପ୍ରଣିପାତ,ଦେବଦେବ ନାଗନାଥ ।ବିଳମ୍ବ ନ କରି କ୍ଷଣେ,ଲାଗ ମୋ ଦୁଃଖହରଣେ ହେ ।୪।