ଲଡ଼ୁକେଶ୍ୱର
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୯୫
- ସ୍ଥିତି
- ସାର୍ବଜନୀନ (Public domain)
ଆହେ ପ୍ରଭୁ ଲଡ଼ୁକେଶ,ମହୀମଣ୍ଡଳେ ଦେବେଶ ।ଲୋକେ ଚଳିତ ଏମନ୍ତ“ଲଡ଼ୁବାବା’’ ନାମେ ଖ୍ୟାତ ହେ ।୧।ସେ ଶରଣକୁଳ ଗ୍ରାମ,ହୋଇଅଛି ତୁମ୍ଭ ଧାମ ।ଥାଳୀ ଖେଚଡୀର ଗୁଳା,ବାଳଲୀଳା ଖିଆ ପୁଳା ହେ ।୨।ଦେଖୁଥାଅ ନେତ୍ର ଭରି,କାହିଁ ନାହଁ ଏହିପରି ।ସମୀପରେ ସରୋବର,ଦିଶେ କିବା ମନୋହର ହେ ।୩।ବୃହତ୍ ମେଳା ବସଇ,ଶିବରାତ୍ରରେ ଗୋସାଁଇ,ଜଳଇ ଜାଗରଦୀପ,ଅମାପ ତୁମ୍ଭ ସମୀପ ହେ ।୪।ନରେନ୍ଦ୍ରପୁର ବ୍ରାହ୍ମଣେ,ଥାଆନ୍ତି ଦେବ ପ୍ରାଙ୍ଗଣେ ।ରଖି ବ୍ରହ୍ମତ୍ୱର ଟେକ,କରନ୍ତି ରୁଦ୍ରାଭିଷେକ ହେ ।୫।ସହସ୍ରନାମ ପ୍ରଚାରି,ପଢ଼ନ୍ତି ଉଚ୍ଚେ ଉଚ୍ଚାରି ।ସୁଖେମୁଖେ କେ ବଗଳା,ପ୍ରୟୋଗେ କେ ଅରଗଳା ହେ ।୬।ସୂର୍ଯ୍ୟସ୍ତବ ବିନାୟକ,ଗୁଣନ୍ତି ଦ୍ୱିଜବାଳକ ।ରଖି ବୃଷପୃଷ୍ଠେ ହାତ,ମାଳୀ ଡାକେ ଭୋଳାନାଥ ହେ ।୭।ଭୋଗରାଗ ନାନାରୂପେ,ଜମା ହୁଏ ଧୂପେ ଧୂପେ ।କେତେ ଲୋକ ହୋଇ ରୁଣ୍ଡ,ଦିଅନ୍ତି ଅମୃତକୁଣ୍ଡ ହେ ।୮।ତତ୍ତ୍ୱ ନିଅନ୍ତି ବିଶେଷ,ନବଦୁର୍ଗର ନରେଶ ।ମୋହର ମାଗୁଣି ଏଣେ,ଦୁଃଖ ହରି ନିଅ କେଣେ ହେ ।୯।ଓଡ଼ଗାଁ ରଘୁନାଥତେଲଙ୍ଗା ଯାତ୍ରୀଙ୍କ ମନ,ନେଇଅଛ ରଘୁନାନ ।ପାଉଚ ପକ୍ୱକଦଳୀ,ଅସଂଖ୍ୟ, ଭଳିକି ଭଳି ହେ ।୧।ରସନାକୁ ବଡ ମିଠା,କେତେ ଖାଅ ଖଜାପିଠା ।ତୁମର ମଣିଅର୍ଡର,ଆସେ ହଜଚ୍ଚାର ହଜାର ହେ ।୨।ଦକ୍ଷିଣୀ କୁମୁଟୀମାନେ,ଅନୁଗତ ଭକ୍ତିଜ୍ଞାନେ ।ଉଚ୍ଚପ୍ରାସାଦରେ ରହି,ଆମ୍ଭଙ୍କୁ ଚାହିଁଲ ନାହିଁ ହେ ।୩।ନୂଆଗଡ ଅଧିପତି,ବୁଝନ୍ତି ତବ ସମ୍ପତ୍ତି ।ଆପଣ ତ ଧନେଶ୍ୱର,କିସ ଦେବୁଁ ଉପହାର ହେ ।୪।କୁସୁମଗଭାଟି ଆଣି,କରିବୁଁ ଚୂଳ ମଣ୍ଡଣି ।ବାସନା ଅଛି ହୃଦର,ହେ ପ୍ରଭୁ ଦୁଃଖ ସଂହର ହେ ।୫।