ମହାବିନାୟକ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୫୦୦
- ସ୍ଥିତି
- ସାର୍ବଜନୀନ (Public domain)
ପ୍ରଭୁ ମହାବିନାୟକ,ଶୁଣ ଦୁଃଖୀଜନ ଡ଼ାକ ।ନିର୍ମଳ ଝରକନ୍ଦର,ଅଟଇ ତୁମ୍ଭର ଘର ହେ ।୧।ଦର୍ପଣ ରାଜ୍ୟ ମଧ୍ୟରେ,ରହିଛ ଅତି ଗୁପ୍ତରେ ।ଏକତ୍ରେ ତିନି ମୁରତି,ଶିବ ଗଣେଶ ପାର୍ବତୀ ହେ ।୨।ଏ ପୀଠେ ସିଦ୍ଧ ସାଧକ,ଅଛନ୍ତି ହେ ବିନାୟକ ।ତବ ବଳେ ବଳିଆର,ନାହିଁ ଭୟ ତାହାଙ୍କର ହେ ।୩।ବ୍ୟାଘ୍ର ଭାଲୁ ମେଳାମେଳା,କରୁଛନ୍ତି ଏଥି ଖେଳା ।ନାହଁ କ୍ଷମତା ତାଙ୍କର,ଅନିଷ୍ଟ ସାଧନ ପର ହେ ।୪।ପାଶେ ପାଶେ କେତେ କୁଣ୍ଡ,ଝରଜଳ ଆସି ରୁଣ୍ଡ ।ସ୍ନାନପାନେ ସୁବ୍ରାହ୍ମଣ,ଚରଣ ସେବି ବରଣ ହେ ।୫।ଥିଲେ ଏକ ଗୁଣବନ୍ତ,ତୁମ୍ଭ ମଠରେ ମହନ୍ତ ।ଭଦ୍ରଲୋକମାନଙ୍କର,ଚର୍ଚ୍ଚାରେ ବଡ ତତ୍ପର ହେ ।୬।ଭାଙ୍ଗି ଦେଲ ତାହା ପ୍ରଭୁ,ଆଉ କି ତା ନ ପାଇବୁ ।ରଖ ପୁଣି ଯୋଗ୍ୟ ଏକ,ଏ ପୀଠରେ ସୁବିବେକ ହେ ।୭।ଶେଷେ ମୋ ଗୂଢ ପ୍ରାର୍ଥନା,ଦୁଃଖୀ ପ୍ରଜାଙ୍କ ବେଦନା ।ଚଞ୍ଚଳ କର ହରଣ,ସୁଶାନ୍ତି ହେଉ ସ୍ଥାପନ ହେ ।୮।ବରାଳ ବାଲୁକେଶ୍ୱରହେ ଶିବ ବାଲୁକେଶ୍ୱର,ବଡ ପ୍ରତିଜ୍ଞା ତୁମ୍ଭର ।ତୁମ୍ଭ ନାମ ଶୁଣି ନରେ,କମ୍ପିଯାନ୍ତି ଥରହରେ ହେ ।୧।ଭୂସମ୍ପତ୍ତି ବହୁତର,ଉତ୍କଳଭୂମି ମଧ୍ୟର ।ଖଞ୍ଜା ଅଛି ତୁମ୍ଭ ନାମେ,ରାଜା ରାଜୋଡ଼ାର ଧାମେ ହେ ।୨।ଅତି ସୁଦୃଢ଼ ମନ୍ଦିର,ଦୃଶ୍ୟଟି ବଡ ରୁଚିର ।ସିଂହଦ୍ୱାର ସିଂହଦ୍ୱୟ,ଅଦ୍ୱିତୀୟ ଦୟାମୟ ହେ ।୩।ଉତ୍କଳ ଭୂମିରେ କାହିଁ,ଏ ଗଠନ ଦେଖି ନାହିଁ ।ସତେ କି ସିଂହ ଜୀବିତ,ମନେ ଏ ଭାବ ଉଦିତ ହେ ।୪।ସାଗରସ୍ନାନ ମେଳାକୁ,ଭାର୍ଗବୀ ନଦୀକୂଳକୁ ।ଯେତେବେଳେ ଯାଉଥାଅ,କି ସମ୍ଭାରକୁ ଘଟାଅ ହେ ।୫।ବହୁକାଳର ପୁରୁଣା,ପ୍ରବାଦ ଏ ଅଛି ଶୁଣା ।ବିଭୂତି ଦେଖିଲା ବେଳେ,କାତି ଛାଡି ସର୍ପ ଖେଳେ ହେ ।୬।ଭାର୍ଗବୀ ନଦୀର କୂଳର,ଅପୂର୍ବ ଶୋଭା ମେଳାର ।ଶାସନବାଡ଼ ବ୍ରାହ୍ମଣେ,ଆସିଥାନ୍ତି ବହୁଜନେ ହେ ।୭।ପୁନ୍ନାଗତୋଟା ଭିତର,ମଉସା ଉତ୍ସବଘର ।ଚୂଡାଘଷା ତାଟ ତାଟ,ଲାଗେ ଫଳ ମୂଳ ବାଟ ହେ ।୮।ପଡଇ ନଡିଆ କୋରା,ସକଳ କାର୍ଯ୍ୟରେ ତୋରା ।ଆଗତ ବ୍ରାହ୍ମଣଗଣ,କରୁଥାନ୍ତି ନିମନ୍ତ୍ରଣ ହେ ।୯।ବହୁ ସ୍ନେହ ଆଳାପନକରାନ୍ତି ମିଷ୍ଟଭୋଜନ ।ହେ ଦେବ ବାଲୁକେଶ୍ୱର,ତାହାଙ୍କ ଉନ୍ନତି କର ହେ ।୧୦।ଉମାପତି ଊଣା କର,ମୋ ବେଦନା ଖରତର ।ହୃଦୟ ଯାଉଛି ଫାଟି,ନ କିଳ କବାଟ ତାଟି ହେ ।୧୧।ବିଶେଷରେ ନିବେଦନ,ପକାଇ ସୂକ୍ଷ୍ମ ନୟନ ।ବାଁକି ଧରିତ୍ରୀର ହିତ,କରିବ ନୀଳଲୋହିତ ହେ ।୧୨।ହଟନାଥ ବା ହାଟକେଶ୍ୱରଆହେ ପ୍ରଭୁ ହଟନ ।ଥ,ଯୋଗ ଦିଅ ମୋର ସାଥ ।ତୁମ୍ଭେ ବଡ ତେଜୀ ହଟ,ତେଜ ଉଠୁଚି ପ୍ରକଟ ହେ ।୧।ନିଃଶ୍ୱାସ ବହେ ପ୍ରଖର,କେଦାର ଗର୍ଭ ଭିତର ।ହାତକୁ ଲଗାଇ ତାପ,ଡାକୁଥାନ୍ତି ବାପ ବାପ ହେ ।୨।ତଣ୍ଡୁଳ ଗର୍ତ୍ତେ ପକାଇ,ଅନ୍ନ ଛାଣୁଥାନ୍ତି ଚାହିଁ ।ଦେଖଣାହାରୀ ତାଟକା,ଫିକା ମୁଖେ ଦେଇ ଡକା ହେ ।୩।ପ୍ରଖର ନିଷ୍ଠା ପ୍ରକଟେ,ପଙ୍କେ ପଡି ଲଟପଟେ ।ଖୋଜୁଥାନ୍ତି ବାମାଗଣ,କାମନାଗୁବାକମାନ ହେ ।୪।ବାରୁଦିଆ ଗନ୍ଧ ଉଠେ,ବାସ ଦେଇ ନାସାପୁଟେ ।ବିଜ୍ଞାନର ଏହି ମତ,ଉଷ୍ଣସ୍ରବଣ ସତ ହେ ।୫।ସୁବିଜ୍ଞ ପ୍ରବୀଣ ଲୋକେ,କହୁଥାନ୍ତି ଥୋକେ ଥୋକେ ।ଭୂଗର୍ଭେ ଗନ୍ଧକଖଣି,ତେଣୁ ଧୂମ, ଉଷ୍ମପାଣି ହେ ।୬।ମକର ସଂକ୍ରାନ୍ତ ଜଡ,ହୁଏ ଯାତ୍ରା ଅତିବଡ ।ସାଧାରଣ ଲୋକପ୍ରିୟ,ଉତ୍କଳେ ଏ ଅଦ୍ୱିତୀୟ ହେ ।୭।ଲକ୍ଷାଧିକ ଯାତ୍ରୀ ଯୋଗ,ଲାଗି ରହିଥାଏ ଭୋଗ ।ତୁମ୍ଭର ଇଣ୍ଡୁରିପିଠା,ଆନନ୍ଦେ ଖାଆନ୍ତି ମିଠା ହେ ।୮।ଚିଲିକା ହ୍ରଦହୁ କାଢ଼ି,ଆଣିଥାନ୍ତି ଗାଡି ଗାଡି,ଲୁଣିମାଛ ସଂଖ୍ୟାତୀତ,ଦୂରାନ୍ତେ ହୁଏ ଚାଳିତ ହେ ।୯।ତୁମ୍ଭେ ପ୍ରଭୁ ବଡ ହଟ,ଲଗାଇ ଥାଅ କି ନାଟ ।ସୁସଙ୍ଗୀତ ସଂକୀର୍ତ୍ତନ,ଘଟାଇ ବେଢ଼ା ପ୍ରାଙ୍ଗଣ ହେ ।୧୦।ଖୋରଧାର ସୀମା ମାଡି,ଅଛି ତୁମ୍ଭ ଚଉପାଡି ।ଗଜପତି ଚାଜାମାନେ,ରଖିଅଛନ୍ତି ସମ୍ମାନେ ହେ ।୧୧।ତୁମ୍ଭକୁ ବାକିଁ ନିକଟ,ଫିଟାଅ ପ୍ରଜା ସଂକଟ ।ଶୁଣି କାତର ବଚନ,ଦୟା ବହିବ ଆପଣ ହେ ।୧୨।ଏଠାରେ ବହୁ ପ୍ରବାଦ,ସେସବୁ କହିବା ସାଧ ।ମୋ ମନରେ ଉଠୁ ନାହିଁ,କ୍ଷମିବ ପାବର୍ତୀସାଇଁ ହେ ।୧୩।ତୁମ୍ଭେ ଟି କେବଳ ସାହା,ଠିକ୍କଥା ଉମାନାହୀ ।ନାହିଁ ଅନ୍ୟତ୍ର ଶରଣ,ଧରିଚି ତୁମ୍ଭ ଚରଣ ହେ ।୧୪।