ସୋମନାଥ
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୦
- ସ୍ଥିତି
- ସାର୍ବଜନୀନ (Public domain)
ବେକମୋଡ଼ି ନଦୀତୀରେ,ଆସ୍ଥାନ ଶିଖରୀଶିରେ ।ଗର୍ଭିଣୀଗାଈର କ୍ଷୀର,ପାନ କରି ହେଲ ବୀର ହେ ।୧।ଗୁପ୍ତେ ଥିଲ ବିରୂପାକ୍ଷ,କି ଦେବି ତହିଁର ସାକ୍ଷ ।ଯାଇଥିଲା ଗାଇଚରା,ଦିନେ ପଡିଗଲା ଧରା ହେ ।୨।ଦେଖିଲେ ଗୋପାଳଗଣ,ସ୍ୱଚକ୍ଷୁରେ ତ୍ରଲୋଚନ ।ଚର୍ମଚକ୍ଷୁ ହେଲା ସାର୍ଥ,ଜୀବନ କଲେ କୃତାର୍ଥ ହେ ।୩।ଲୋକସମାଜେ କହିଲେ,ପୂଜାବିଧି ଆଚରିଲେ ।ସେ କାଳୁଁ ତବ ମହିମା,ଟପିଲା ଉତ୍କଳସୀମା ହେ ।୪।ତୁମ୍ଭର ଖେଚଡି ଭୋଗ,ମିଳେ ଯାର ଥାଏ ଯୋଗ ।ମୋ ଠାରେ ଦୟା ଧୂର୍ଜଟୀ,କିଞ୍ଚିତରେ ରଖିବଟି ହେ ।୫।