ଖଣ୍ଡଗିରି
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୧୨
- ସ୍ଥିତି
- ସାର୍ବଜନୀନ (Public domain)
ସେ ଭୁବନେଶ୍ୱରଠାରୁ,ଦିଶୁଥାଏ କେଡେ ଚାରୁ ।ତହୁଁ ଏକକ୍ରୋଶ ପଥେ,ପଡେ ପୂର୍ଣ୍ଣ ନେତ୍ରପଥେ ହେ ।୧।ଖଣ୍ଡଗିରି ରମ୍ୟଗୁହା,ପଡେ ମନେ ତୁହା ତୁହା ।କେତେ ରମଣୀୟ ଶିଳା,ପୂର୍ବ ଶିଳ୍ପୀଙ୍କର ଲୀଳା ହେ ।୨।ଦିବ୍ୟ ରାଣୀହଂସପୁର,ଶିଳା କୋଠରୀ ପ୍ରଚୁର ।ପ୍ରସ୍ତର ହୋଇ ଖୋଦିତ,କେତେ ସୁରୂପ ଅଙ୍କିତ ହେ ।୩।ବସିଅଛି ଦେବ ସଭା,ଇନ୍ଦ୍ରଶିରେ ଫୁଲଗଭା ।ନ୍ୟାୟ ଅନ୍ୟାୟ ନିକିତି,ତୁଳା ହେଉଅଛି ନିତି ହେ ।୪।ଜଳକୁଣ୍ଡ କେତେ ଭରା,ସ୍ନାନ କରନ୍ତି ଅପ୍ସରା ।ଅଟେ ଏହି ଖଣ୍ଡଗିରି,ଲଲାଟକେଶରୀ ଶିରୀ ହେ ।୫।ହାତୀଶାଳ ଘୋଡ଼ପାଗା,ରହଅଛି ଯାଗା ଯାଗା ।ବନ୍ୟଜନ୍ତୁଙ୍କ ସ୍ୱରୂପ,ଥାନେ ଥାନେ କେତେ ଗୁମ୍ଫ ହେ ।ବୌଦ୍ଧଧର୍ମୀଙ୍କର ଗାଦି,ଅଛି ତପ ଥିଲେ ସାଧି ।ଜୈନଧର୍ମୀଙ୍କ ମନ୍ଦିର,ଦୃଢ଼ ଗଠନ ରୁଚିର ହେ ।୭।ଗୁରୁଙ୍କ ରତ୍ନ କଠାଉ,ଦିଶୁଥାଏ ଦାଉ ଦାଉ ।ବିପଦଭଞ୍ଜନ ବାନା,ଉଡ଼ାଏ ସାଧୁସାଧନା ହେ ।୮।