ଭବାନୀଶଙ୍କର
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୫୭
- ସ୍ଥିତି
- ସାର୍ବଜନୀନ (Public domain)
ଆହେ ଭବାନୀଶଙ୍କର,ଫଟା ଦେଉଳରେ ଘର ।କେତେଦିନ କରୁଥିବ,ଦୁଃଖୀ ଦୁଃଖ ନ ଶୁଣିବ ହେ ।୧।ତୁମ୍ଭର ମହାପ୍ରଭାବ,ନ ଘୁଞ୍ଚିଲା ବନ୍ଦୀଭାବ ।ଚଞ୍ଚଳରେ ଦୁର୍ଗାନାହା,ପ୍ରତିକାର କର ଯାହା ହେ ।୨।ସରସ୍ୱତୀ ପରଗଣା,ମଧ୍ୟେ ଭୂମି କେତେ ମଣା ।ପଡେ କେତେ ଭୋଗଭାତ,ନିତି ପଞ୍ଚମାଥ ହାତ ହେ ।୩।ପାଟପୁର ହନୁମାନ (ବାଁକି)ରାଜଦତ୍ତ ବୃତ୍ତିମାନ,ଭୋଗନ୍ତି ପଣ୍ଡା ବ୍ରାହ୍ମଣ ।ପିଲାମାନେ ବଡ ଅନ୍ଧ,କରନ୍ତି ଦେବତା ମନ୍ଦ ହେ ।୧।ପ୍ରେତଅନ୍ନ ସମ କରି,ଦରୋଟି ଚାଉଳ ଭରି ।ସମ୍ମୁଖେ ପିତ୍ତଳବାଟି ।ତାତି ଫାଟିଯାଏ ପାଟି ହେ ।୨।ତବ ଦନ୍ତପନ୍ତି ବଡ଼,କରିଥାଅ କଡମଡ ।ଆମ୍ଭଙ୍କୁ ନ ଲାଗେ ସୁଖ,ପାଉଅଛ ପ୍ରଭୁ ହୁଃଖ ହେ ।୩।ସେମାନେ ସେ ଭୋଗ ନେଇ,ବଳଦହାଣ୍ଡିରେ ଦେଇ,ଖୁଆନ୍ତି ନିତି ବଳଦେ,ବଳ ବଢ଼ାଇବା ସଧେ ହେ ।୪।ଏବେ କର ବୁଝାମଣା,ପଡନ୍ତୁ ସେମାନେ ଜଣା ।ଏଣିକି ହେଉ ସୁନ୍ଦର,ଭୋଗରାଗ ନିରନ୍ତର ହେ ।୫।ଶାସନ ବ୍ରାହ୍ମଣମାନେ,ରଖିଥାନ୍ତି କିଛି ମାନେ ।ବାର୍ଷିକ ଭୋଜି ଉତ୍ସବ,କରନ୍ତି ଏ ପୀଠେ ସର୍ବ ହେ ।୬।ପଣାସଂକ୍ରାନ୍ତି ଦିନ,ପୀଠେ ଅନେକେ ମିଳିଣ ।କରି ଶ୍ରୀଅଙ୍ଗ ମାଜଣା,ଦେଇଥାନ୍ତି ଭାଙ୍ଗ ପଣା ହେ ।୭।ବ୍ରାହ୍ମଣେ ହେଲେ ଗରିବ,ଏକଥା ମନେ ଧରିବ ।ନ ଦେଲେ ଏଣିକି ଭାତ,ଯମ ଧରି ନେବ ହାତ ହେ ।୮।ତୁମ୍ଭେ ଏ ଗ୍ରାମ ଦେବତା,ପ୍ରଧାନ ରକ୍ଷା କରତା ।ହେବ ବଡ଼ ନିନ୍ଦାଭାଗୀ,ଲୋକେ ଯିବେ ମନେ ରାଗି ହେ ।୯।ଏ ପୀଠରେ ଥିଲେ ସ୍ୱାମୀ,ହେଲେଣି ସ୍ୱରଗଗାମୀ ।ରଖୁଥିଲେ ବାୟୁ ବାନ୍ଧି,ଯୋଗସାଧନାକୁ ସାଧି ହେ ।୧୦।ଶ୍ରୀରାମଚନ୍ଦ୍ରଙ୍କ ସଙ୍ଗେ,ଥିଲ ମାଲ୍ୟବନ୍ତେ ରଙ୍ଗେ ।