ଆଖଣ୍ଡଳମଣି
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୨୪
- ସ୍ଥିତି
- ସାର୍ବଜନୀନ (Public domain)
ଆହେ ଆଖଣ୍ଡଳମଣି,ତୁମ୍ଭଙ୍କୁ ପ୍ରଧାନ ଗଣି ।ନଦୀବଢ଼ିରେ ବୁଡିଲ,ଦିନାକେତେ କାଲ ଥିଲ ହେ ।୧।ଏଣିକି ଘେନ ଗୁହାରି,ଦୀନଜନେ ନିଅ ତାରି ।ଦୁଃଖ ଶୁଣ କର୍ଣ୍ଣ ଡେରି,ଯଶ ଯିବ ଦେଶେ ଫେରି ହେ ।୨।ଚାନ୍ଦବାଲିକି ନିକଟ,ଆସ୍ଥାନ ଅଛି ପ୍ରକଟ ।ଯିବି ତବ ସ୍ଥାନେ ଥରେ,ମନେ ମନେ ବାଞ୍ଛା କରେ ହେ ।୩।କପିଳାସ ଚନ୍ଦ୍ରଶେଖରଖାଉଚ ଗଞ୍ଜାଇଅଗି,ବୋଲାଅ ଯୋଗୀ ବିରାଗୀ ।ମନ ଉନ୍ମାଦିତ ଘୋର,ତେଣୁ ଏ ବିପଦ ମୋର ହେ ।୧।ହରଣେ ହୁଅ ଅକ୍ଷମ,ତୁମ୍ଭେ ପରା କାମବାମ ।ଅଧିକ କହିବି କେତେ,ଜାଣ ସବୁକଥା ଯେତେ ହେ ।୨।ହେ ପ୍ରଭୁ ଚନ୍ଦ୍ରଶେଖର,ପାଇ ମୋ କଡା ଉତ୍ତର ।ରାଗ ନ ବହିବ ଚିତ୍ତେ,ଝରପାଣି ଦେବି ହିତେ ହେ ।୩।ପୟୋଽମୃତ କୁଣ୍ଡ ଜଳ,ସିଞ୍ଚିଲେ ମୁଣ୍ଡ ଶୀତଳ ।ହେବ ନିଶ୍ଚୟ ତୁମ୍ଭର,ବିପଦୁଁ ଉଦ୍ଧରି ଧର ହେ ।୪।ଅଛି ବଡ ଜମିଦାରୀ,କେଉଁ ଦେବ ତୁମ୍ଭ ପରି ।ଢ଼େଙ୍କାନାଳର ନରେଶ,ବୁଝନ୍ତି ତବ ସନ୍ଦେଶ ହେ ।୫।ସୂର୍ଯ୍ୟୋଦୟ (କୋଣାର୍କେ)ଚନ୍ଦ୍ରଭାଗା ସ୍ନାନପାଇଁ,ଯାଇଥିଲି ଦିନସାଁଇ ।ଦେଖିଚି ତବ ଉଦୟ,ଅତିଶୟ ରସମୟ ହେ ।୧।ରଥ ଆରୋହି ଜଳରୁ,ଉଠି ଉଠି ପଡି ନୀରୁ ।କଅଁଳା ବାଛୁରି ପରି,ଡେଇଁ ପଡି ଥରି ଥରି ହେ ।୨।କ୍ରମଶଃ ଉଠି ଉପରେ,କୋଣାର୍କ ମନ୍ଦିର ପରେ ।କିରଣ ରେଖା ପକାଇ,ଲୋକେ ଦିଅ ଚମକାଇ ହେ ।୩।ସେ ଅପୂର୍ବ ଦୃଶ୍ୟ ଛବି,ନ ଭୁଲିବି କେବେ ରବି ।ଜୀବନାନ୍ତ ସମା ତାର,ହୃଦ କଲା ଅଧିକାର ହେ ।୪।ଅସୁର ତାଡନେ ଦେବ,ଟିକିଏ ସହାୟ ହେବ,ତୁମ୍ଭର ସଙ୍ଗୀ ଅମରମାନଙ୍କୁ ଗୋଚର କର ହେ* ।୫।* ଦୁର୍ଭୁକ୍ଷ ରୂପ ଅସୁର