ସିଦ୍ଧନାଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୨୩
- ସ୍ଥିତି
- ସାର୍ବଜନୀନ (Public domain)
କନିକା ରାଜବାଟୀର,ନିକଟେ ତବ ମନ୍ଦିର ।ଘାଟବନ୍ଧା ପୁଷ୍ପରିଣୀନେଉଅଛି ମନ କିଣି ହେ ।୧।ବେଢ଼ାମଧ୍ୟ କୂପଜଳ,ଦୁଧପରି ନିରିମଳ ।ଗୁବାକ ନାରିକେଳରେ,ପୀଠ କେଡେ ଶୋଭାଧରେ ହେ ।୨।ପାଶେ ହନୁମାନଙ୍କର,ଥିଲା ମନ୍ଦର ସୁନ୍ଦର ।କାଳସ୍ରୋତେ ଗଲା ଭାସି,ଜାଣିଅଛ କାଶୀବାସୀ ହେ ।୩।ସୁଦୟା କର କିଞ୍ଚିତେ,ସିଦ୍ଧନାଥ ଲୋକହିତେ ।ଶ୍ରୀପାଦୋଦକ ସେଚନ,କରାଇ ରଖ ଚେତନ ହେ ।୪।କ୍ଷୀରୋଦ ନାମେ ବାବାଜୀ,ଲୋକଙ୍କୁ କରାଇ ରାଜି ।ବିଶେଷେ କରି ସାଧନା,ଏ ପୀଠ କଲେ ମାର୍ଜନା ହେ ।୫।ଦେବତାଙ୍କୁ ସ୍ୱର୍ଗବାସ,ମନେ ରଖ କୃତ୍ତିବାସ ।ପ୍ରାଙ୍ଗଣର କରମଙ୍ଗା,ପକ୍ଷେ ନୋହୁ ମନଭଙ୍ଗା ହେ ।୬।ପାରେଶ୍ୱର ମହ ।ଦେବମରାଦପାଟଣା ପାଶ,କରିଅଛ ପ୍ରଭୁ ବାସ,ଚାରିପାଶେ ଅଷ୍ଟପଡା,ମଧ୍ୟରେ ତବ ଆଖଡା ହେ ।୧।ବିପଦରୁ ପାର କର,ପାରେଶ୍ୱର ନାମ ଧର ।ମୁଁ ତ ପଡିଛି ଆପଦେ,ଶୁଣୁ ନାହଁ ମୋର ପଦେ ହେ ।୨।ପବନ ଗତି ପ୍ରକଟ,ଚଳଇ ରେଳଶକଟ ।ଦିନରାତି ବାରବାର,କରୁଛ ନେତ୍ରଗୋଚର ହେ ।୩।ଶୁଣି ଶବଦ ଘର୍ଘର,କାନ ତବଦା ତୁମ୍ଭର ।ଦୁଃଖୀଜନ ଆର୍ତ୍ତନାଦ,ଶ୍ରବଣରେ ପଡେ ବାଦ ହେ ।୪।ଚନ୍ଦ୍ରଶେଖର ମହାଦେବସ୍ନେହଥାଏ ବଡ ତବ,ବେଲ୍ୱବୃକ୍ଷେ ଉମାଧବ ।ବେଲପତ୍ରି ଗଣି ଗଣି,କରାଅ ଶିର ମଣ୍ଡଣି ହେ ।୧।ଚମ୍ପକ ତରୁର ଗୁଣ,ବଖାଣିବି ଏଥି ପୁଣ ।ତବ ସ୍ନେହ ଥିବା ଜାଣ,ନଗରର ଜନପ୍ରାଣୀ ହେ ।୨।ତୁମ୍ଭ ନିର୍ମଳ ସରରେ,ସ୍ନାନ ସାରି ପବିତ୍ରରେ ।ସୁଗନ୍ଧ ପୁଷ୍ପ ଚନ୍ଦନ,କରନ୍ତି ଶିରମଣ୍ଡନ ହେ ।୩।ବିଶେଷେ ଚମ୍ପକଫୁଲ,ତବ ପାଶେ ବହୁ ମୂଲ ।