ମାତ ।ମଠ
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୪୩
- ସ୍ଥିତି
- ସାର୍ବଜନୀନ (Public domain)
ଚୂନ ଲାଗି ନିରିମଳ,ଦିଶଇ ଅତି ସୁଢ଼ଳ ।ଅଛି ମହାନଦୀକୂଳ,ମାତା ନିର୍ମିତ ଦେଉଳ ହେ ।୧।ରାଧାକୃଷ୍ଣଙ୍କ ସ୍ଥାପନେ,ନିତ୍ୟ ସୁଖୀ ଦରଶନେ ।ରାଧାକୃଷ୍ଣ ଦେଲେ ଛାୟା,ରକ୍ଷା ହେବ ସର୍ବ କାୟା ହେ ।୨।ବୁଢ଼ୀମାତା ଭିକ୍ଷା ଝୁଲି,ଧରି ନଗରରେ ବୁଲି ।କଲେ ଧର୍ମଶାଳାପୁରୀ,ଧନ୍ୟ ତାହାଙ୍କ ଚାତୁରୀ ହେ ।୩।