ଶ୍ରୀକ୍ଷେତ୍ର
୧୮୭୫–୧୯୨୮
- ସଂକଳନ: ବସନ୍ତ କୋକିଳ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୧୦
- ସ୍ଥିତି
- ସାର୍ବଜନୀନ (Public domain)
ଏହି ସେହି ପୁଣ୍ୟକ୍ଷେତ୍ର ! ଯା ଦର୍ଶନ ପାଇଁ,ଦିଗଦିଗନ୍ତରୁ ଯାତ୍ରୀ ଆସୁଛନ୍ତି ଧାଇଁ ।ଏହି ସେହି ଶଙ୍ଖକ୍ଷେତ୍ର ନୀଳାଦ୍ରିକନ୍ଦର ,ଚାରିଧାମ ମଧ୍ୟେ ଯାହା ଶ୍ରେଷ୍ଠ ଭାରତର ।ଏହି ସେହି ପୁରୀ ପୁରୀ−ପ୍ରଧାନ ପୁରାଣ,ଶୋଭାବତୀ ଉତ୍କଳର ସୁଷମା−ଉଦ୍ୟାନ ।ଏହି ସେହି ନୀଳାଚଳ ଯାହାର ଚରଣେ,ଧୌତ କରେ ନୀଳ ସିନ୍ଧୁ ସୁଗମ୍ଭୀର ସ୍ୱନେ ।ଏହି ସେ ନଗର ପୁରାତନ ପୁଣ୍ୟଶ୍ଳୋକ,ଗୀବାଣ ଯାହାର ଖ୍ୟାତ ଏ ଭାରତ ଲୋକ ।ଏହି ସେହି ପୁଣ୍ୟ ତୀର୍ଥ ନୀଳାଚଳଧାମ,ଶୈଶବ−ସ୍ମୃତିର ସଙ୍ଗେ ଜଡ଼ିତ ଯା ନାମ ।ନରେନ୍ଦ୍ର−ସରସୀ ଏହି ପବିତ୍ର ସଲିଳା,ଯା ନୀରେ କରନ୍ତି ସ୍ନାନ ଶ୍ରୀକ୍ଷେତ୍ର−ମହିଳା ।ଏହି ସେହି ବଡ଼ଦାଣ୍ଡ ଉଦାର ପ୍ରଶସ୍ତ,ଶାରଦ ଗଗନେ ଯେହ୍ନେ ଶୋହେ ଛାୟାପଥ ।ଏହି ସେହି ଜଗନ୍ନାଥ−ସୁତୁଙ୍ଗ−ମନ୍ଦିର,ପ୍ରତିଭା ବିଜୟ ସ୍ତମ୍ଭ ଉତ୍କଳବାସୀର ।ଏହି ସେହି ପ୍ରିୟ ଭୂମି ଯାହାର ଅତୀତ-ଗୌରବ ସୁମରି ହୁଏ ଚିତ୍ତ ବ୍ୟାକୁଳିତ ।ପ୍ରବଳ ହୃଦୟାବେଗ ଦୁର୍ବଳ ଲେଖନୀ,କେସନେ ବର୍ଣ୍ଣିବି ସେହି ପୁରାଣ କାହାଣୀ !ଥିଲା ଦିନ ଯେବେ ଭାଗ୍ୟବନ୍ତ ଏ ଉତ୍କଳ,ହୋଇଛି କେସନ ହୀନ ପତିତ ଦୁର୍ବଳ !ବଉଦ କେଶରୀ ଗଙ୍ଗ−ବଂଶୀୟ ଶାସନ,କରି କଲେ କେତେ ପୁଣ୍ୟ କୀରତି ସ୍ଥାପନ ।ମହାନଦୀ−କାଠଯୋଡ଼ି−ତୀରେ ଶିଳାସେତୁବାନ୍ଧି, ଉଡ଼ାଇଲେ ବିଶ୍ୱେ ପ୍ରତିଭାର କେତୁ ।ଶ୍ରୀକ୍ଷେତ୍ର−ଏକାମ୍ର−ଯାଜପୁର−କୋଣାର୍କରେ,ଶଙ୍ଖ−ଚିତ୍ର−ଗଦା−ପଦ୍ମ ଚାରି କ୍ଷେତ୍ରବରେ ।ସ୍ଥାପିଣ, ଉତ୍କଳ−କୀର୍ତ୍ତି−ସ୍ତମ୍ଭ ସଂସ୍ଥାପନ,କରି, ଉଡ଼ାଇଲେ ଶିଳ୍ପକଳାର କେତନ ।ଏହି ମହୋଦଧି−ତଟୁଁ କରି ଜଳଯାତ୍ରା,ବାହିଣ ବୋଇତ ବାଲି ଯାବା ଓ ସୁମାତ୍ରା ।ଉତ୍କଳ−ବଣିକବର୍ଗ ବାରଧି−ବକ୍ଷରେ,ବାଣିଜ୍ୟ କରିଲେ ଯାଇଁ ଦ୍ୱୀପଦ୍ୱୀପାନ୍ତରେ ।ସେହି ଦେଶେ ଆଜି ଆହା ପୋତ−ଆରୋହଣ,ହୁଏ ବିବେଚିତ ଜାତି−ନାଶର କାରଣ !ଜୟଲବଧା କାଞ୍ଚୀରାଜଜେମା ପଦ୍ମାବତୀ,ଏହିଠାରେ ରଣପୋତୁଁ ଓହ୍ଲାଇଲେ ସତୀ ।ଏ ସିନ୍ଧୁ−ପୁଳିନୁ ଛାଡ଼ି ପୋତ ଓଡ଼ିଆଏ,ଯାଇଥିଲେ ଜଳଯାନେ ତମଲୁକଯାଏ ।ଦାକ୍ଷିଣାତ୍ୟେ କାଞ୍ଚୀ ସେତୁବନ୍ଧ ରାମେଶ୍ୱର,ଉତ୍ତରେ ତ୍ରିବେଣୀ ତମଲୁକ ଅଧିକାର ।କରିଥିଲେ ଉତ୍କଳିଏ, ଆହା କି ପ୍ରକାରେ,
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ