ତରୁଣୀତନୁ
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ବସନ୍ତ କୋକିଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୭
- ସ୍ଥିତି
- ସାର୍ବଜନୀନ (Public domain)
“Beauty is truth, truth beauty.”Keatsଜ୍ଞାନ−ଆନନ୍ଦର ଦ୍ୱାର ପଞ୍ଚ−ଇନ୍ଦ୍ରିୟରନୟନ ଅଟଇ ନିଶ୍ଚେ ସାର ଶ୍ରେଷ୍ଠତର ।ବର୍ଣ୍ଣ କିବା ଆକୃତିରେ ମନୋରମ ଅତି-ଲୋଚନବିଷୟୀଭୂତ ଲାବଣ୍ୟ−ମୂରତି ।ଶ୍ୟାମଳ କେଦାର, ଅବା ସୁନୀଳ ଗଗନ,କୁସୁମ, ବିହଙ୍ଗ, ଚାରୁ ମାନବ−ଆନନ-ସମସ୍ତ ସୁନ୍ଦର, କିନ୍ତୁ ତରୁଣୀର ତନୁବାରେ ନିରେଖିଲେ ଆଉ ନ ପାସୋରେ ମନୁ ।କି ପୀୟୁଷ ବିଶ୍ୱକର୍ମା ଢାଳିଅଛି ତହିଁ ।ସେତିକି ସୁନ୍ଦର ଦିଶେ ଯେତେ ନିରେଖଇଁ ।ତନୁର ଲାବଣ୍ୟ କି ଗୋ ହେୟ ଅତିଶୟ,ସୁପ୍ତ ତହିଁ ପାପ−କାଳକୂଟ କାମମୟ ?ଅଛି ରୂପ ଅପଚୟ; ନାହିଁ ତା କାହାର?ତଥାପି ତରୁଣୀ−ଶୋଭା ସଂସାରେ ସୁସାର ।ଅଛଇ ତହିଁରେ ଦିବ୍ୟପବିତ୍ରତା−ଛବି,ସାକ୍ଷୀ ତାର ଜଗତର ସର୍ବଶ୍ରେଷ୍ଠ କବି ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ