ନୟନର ଭାଷା
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ବସନ୍ତ କୋକିଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୬
- ସ୍ଥିତି
- ସାର୍ବଜନୀନ (Public domain)
ନିବଦ୍ଧ ପାର୍ଥିବ−ଅର୍ଥେ ମାନବର ଭାଷାନ ପାରେ ପ୍ରକାଶି ପ୍ରାଣ ଅନ୍ତସ୍ଥଳ−ଆଶା ।ନିତାନ୍ତ କୋମଳ ପ୍ରେମ ନିତାନ୍ତ ତରଳ,ପ୍ରକାଶିବ ବାକ୍ୟ ତାହା କାହିଁ ତାର ବଳ !ଅତି ସୁକ୍ଷ୍ମ ପ୍ରେମ, ତାହା ନ ସହଇ ଭାଷା,ବାକ୍ୟପ୍ରକାଶିତ ପ୍ରେମେ ନ ମେଣ୍ଟାଇ ଆଶା ।ମେଣ୍ଟାଇବା ଲାଗି ପ୍ରାଣ−ପ୍ରଣୟ ପିଆସାକ୍ଷଣ ମାତ୍ର ପ୍ରଣୟିନୀ−ନୟନର ଭାଷା ।ଚପଳାର ଆଭାଦୀପ୍ତ ପ୍ରିୟାର ଲୋଚନକିବା ଦିବ୍ୟସୁଧାସିକ୍ତ କରେ ପ୍ରିୟ ମନ ।ନୟନେ ନୟନେ ହୁଏ କଥାବାର୍ତ୍ତା ଯାହା,ପ୍ରଣୟୀଯୁଗଳଛଡ଼ା କେ ବୁଝିବ ତାହା ।ପୀୟୁଷ ପ୍ରଣୟୀ−ନେତ୍ରୁଁ ପିଇଛି ଯେ ଜନ,ଅର୍ଥବଦ୍ଧ ବାକ୍ୟେ ତାର ନ ମାନଇ ମନ ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ