ଶଶିପ୍ରଭା — ଚିନ୍ତାମଣି ମହାନ୍ତି · ସ୍ୱର୍ଣ୍ଣଲିପିପ୍ରଥମ ସର୍ଗ
ଅସ୍ତଗିରି ତୁଙ୍ଗ ଚଟୁଳ ଶିଖରେଦିନାନ୍ତେ ଅସ୍ତ ଦିନେଶ,ବିଜେ ସନ୍ଧ୍ୟାଦେବୀ ପରିଗ୍ରହି ଏବେଅସିତ ବିକଟ ବେଶ ।ନେତ୍ର ନିମୀଳିଲା ଶୋଭାଙ୍ଗୀ ନଳିନୀବହି ଦୁଃଖ ଗୁରୁଭାର,ଚିରକାଳ ଭବେ ଅବିଚ୍ଛିନ୍ନ ସୁଖଘଟିବ ଭାଗ୍ୟେ କାହାର ।ସନ୍ଧ୍ୟା ଆଗମନ ଦେଖି ବିହଙ୍ଗମେକୁଲାୟେ ଗଲେ ବହନ,ଖଳ ଆଗମନ ନିରେଖି ଯେସନସ୍ୱସ୍ଥାନ ତେଜେ ସଜ୍ଜନ ।ଉପବନେ ଫୁଟି ବିବିଧ କୁସୁମସୁରଭି କଲେ ବିସ୍ତାର,ନୀରବ କର୍ମୀର ଯଶ ଏହିରୂପେବ୍ୟାପଇ ବିଶ୍ୱ ସଂସାର ।ନିଶାଚର ପ୍ରାଣୀ ଭ୍ରମିଲେ ଚୌଦିଗେହୋଇ ଅତି ହୃଷ୍ଟମତି,କୁଟିଳ ମିଳନେ କୁଟିଳର ସିନାଉପୁଜେ ହୃଦେ ପୀରତି ।ସୁରଭିତ ଶୀତ ଧିର ସମୀରଣେତୁଟିଲା ପ୍ରାଣିସନ୍ତାପ,ଧର୍ମଜ୍ୟୋତି-ଜଳେ ଧୋଇଯାଏ ଯଥାପାତକୀ ଶରୀରୁ ପାପ ।ସୁବର୍ଣ୍ଣ-ତରଳ- ତାରକାନିକରକୋଟି କୋଟି ନଭେ ଉଦେ,ସ୍ୱାର୍ଥହୀନ ଭାବ ଫୁଟିଉଠିଛି କିବିଶ୍ୱ ହିତାକାଙ୍କ୍ଷୀ ହୃଦେ ।ଚାହୁଁ ଚାହୁଁ ଆସି ସ୍ଥାବର ଜଙ୍ଗମେଘୋଡ଼ାଇଦେଲା ତିମିର,ପଥାପଥ ଭେଦ ଥାଏ ନାହିଁ ଯଥାଧରମଦ୍ରୋହୀ ପାପୀର ।ଖିଳ ଭୂତଧାତ୍ରୀ ଧରିତ୍ରୀ ସଭୟେହେଲାକ କ୍ରମେ ନୀରବ,କୁଳରେ କଳଙ୍କ-- କାଳିମା ଘୋଟିଲେଯେସନ ଜ୍ଞାନୀ ମାନବ ।ଦୀପ୍ତ କଲେ ମହୀ କିଛିକ୍ଷଣେ ଉଇଁତାରା-କୁମୁଦିନୀ-ବର,ସୁପୁତ୍ର ଯେସନ ସ୍ୱଗୁଣେ ସ୍ୱକୁଳେକରେ ସମୁଜ୍ଜ୍ୱଳତର ।ଶୋକ-ବିସ୍ମୃତିରେ ହସିଲା କୈରବନିହାଉ ନଭେ ସ୍ୱପତି,ଦୁଃଖ ଅନ୍ତେ ସୁଖ ଆଣିଦିଏ ସିନାଏହି ପ୍ରକାରେ ନିୟତି ।ନିଶାଚରଙ୍କର ଘଟିଲା ଏ କାଳେଉଦ୍ଦାମ ହର୍ଷେ ବିଷାଦ,ସୁଖେ ପଛେ ଆସେ ଅଲକ୍ଷ୍ୟରେ ଆହାକେଡ଼େ ପ୍ରଖରେ ପ୍ରମାଦ ।ଚନ୍ଦ୍ର ଅଧୋଦେଶେ ରୁଚିରେ ବିରାଜେସ୍ୱଚ୍ଛଳ ଧବଳ ଘନ,ନିଜ ଶୋଭା ନିଜେ ଦେଖେ କି ଚନ୍ଦ୍ରମା
ସମ୍ବନ୍ଧିତ ରଚନା
ଚିନ୍ତାମଣି ମହାନ୍ତି
ସୁରଙ୍ଗୀ କାବ୍ୟଚିନ୍ତାମଣି ମହାନ୍ତି ଚିନ୍ତାମଣି ମହାନ୍ତି
ଅଗ୍ରତେ ଥୋଇ ଦର୍ପଣ ।
କେ ବର୍ଣ୍ଣି ପାରିବ ଶରତ ରଜନୀ
ବିଚିତ୍ର ଶୋଭା ଭାରତୀ,
ବୃଷ୍ଟି ବାରିଧାରା ଗଣିବାକୁ ଅଛି
ଜଗତେ କାହା ଶକତି
ଭ୍ରମିଲି ଏ କାଳେ ଅମନ୍ଦଗାମିନୀ
ହୋଇ ଅତି ହୃଷ୍ଟମତି,
କୁଟିଳ ମିଳନେ କୁଟିଳର ସିନା
ଉପୁଜେ ହୃଦେ ପୀରତି ।
ସୁରଭିତ ଶୀତ ଧିର ସମୀରଣେ
ତୁଟିଲା ପ୍ରାଣିସନ୍ତାପ,
ଧର୍ମଜ୍ୟୋତି-ଜଳେ ଧୋଇଯାଏ ଯଥା
ପାତକୀ ଶରୀରୁ ପାପ ।
ସୁବର୍ଣ୍ଣ-ତରଳ- ତାରକାନିକର
କୋଟି କୋଟି ନଭେ ଉଦେ,
ସ୍ୱାର୍ଥହୀନ ଭାବ ଫୁଟିଉଠିଛି କି
ବିଶ୍ୱ ହିତାକାଙ୍କ୍ଷୀ ହୃଦେ ।
ଚାହୁଁ ଚାହୁଁ ଆସି ସ୍ଥାବର ଜଙ୍ଗମେ
ଘୋଡ଼ାଇଦେଲା ତିମିର,
ପଥାପଥ ଭେଦ ଥାଏ ନାହିଁ ଯଥା
ଧରମଦ୍ରୋହୀ ପାପୀର ।
ଖିଳ ଭୂତଧାତ୍ରୀ ଧରିତ୍ରୀ ସଭୟେ
ହେଲାକ କ୍ରମେ ନୀରବ,
କୁଳରେ କଳଙ୍କ କାଳିମା ଘୋଟିଲେ
ଯେସନ ଜ୍ଞାନୀ ମାନବ ।
ଦୀପ୍ତ କଲେ ମହୀ କିଛିକ୍ଷଣେ ଉଇଁ
ସାଳନ୍ଦୀ ତଟିନୀ ତଟେ,
ପବିତ୍ରତା ଗୁଣେ କାଳିନ୍ଦୀ ଯାହାକୁ
କେବଳ ଉପମା ଖଟେ ।
କୁଟିଳ ଗତିରେ ଚଟୁଳ-ହିଲ୍ଲୋଳା
ପ୍ରଧାବେ ଅତି ବେଗରେ,
ଶିଖୀ ଆକ୍ରମଣୁ ବିମୁକ୍ତ ଫଣୀ କି
ପଳାଏ ବଙ୍କିମେ ଖରେ ।
ସ୍ୱଚ୍ଛତାରେ ଜିଣି ମାର୍ଜିତ ମୁକୁର
ଦିଶେ ସୁନିର୍ମଳ ଜଳ,
ଦେବୋପମ ଶିଷ୍ଟ ମାନବ ମାନସ
ଉପମା ତା’ର କେବଳ ।
ଜଳେ ନଭ ପ୍ରତି ବିମ୍ବ ହରିନିଏ
ଶୋଭାରେ ନୟନ ମନ,
ସେ ଛବି ଦର୍ଶନେ ଭାବୁକ ହୃଦୟେ
ଉପୁଜେ ଭାବି ଏସନ ।
ଜଳଦେବୀଙ୍କର ସଭା-ସଦନ ବା
ରହିଛି ହୋଇ ସଜ୍ଜିତ,
ରସାତଳେ, ନୀଳା ସ୍ତରଣେ ମଣ୍ଡିତ
ଚାରୁ ପୁଷ୍ପେ ସୁଶୋଭିତ ।
ରୌପ୍ୟପତ୍ରନିଭ ସୁକାନ୍ତି ମୀନାଳି
କ୍ରୀଡ଼ନ୍ତି ନାନାଭଙ୍ଗୀରେ,
ପହଁରୁ ପହଁରୁ ଡେଇଁ ଉଠୁଛନ୍ତି
ଚନ୍ଦ୍ରିକାଚର୍ଚ୍ଚିତ ନୀରେ ।
ଧୀରେ ସମୀରଣେ ମୃଦୁ ମୃଦୁ ଦୋଳେ
କୁସୁମିତ କାଶପନ୍ତି,
ଉଡ଼ୁଛି କି ଅବା ଜଳଦେବୀଙ୍କର
ବହୁ ଶ୍ୱେତ ବୈଜୟନ୍ତୀ ।
ଜ୍ୟୋତ୍ସା ବୋଳିହୋଇ ପୁଳିନ ସୈକତ
ଧିକ୍କାରେ ମୁକ୍ତା ସୁଷମା,
ଶୁକ୍ତି ପଙ୍କ୍ତି ଶୋଭା- ସମ୍ପଦକୁ ଏକା
ସଂସାରେ ସେହି ଉପମା ।
କାହିଁ ଚକ୍ରବାକ ଚକ୍ରବାକୀ ଅବା
କରି ଜ୍ୟୋତ୍ସ୍ନାମୃତ ପାନ,
ବେନି ତୀରୁ ବେନି ଦମ୍ପତି ବିରହେ
ଧରିଛନ୍ତି ଶୋକ ତାନ ।
ନୀରବେ ଅଭଙ୍ଗ ଧ୍ୟାନ ଆଚରିଛି
କାହିଁବା ଅନ୍ଧାରୀ ବକ,
ପୁସ୍ତକରେ ଧ୍ୟାନ ନିବେଶନ୍ତି ଯଥା
ସୁଶୀଳ ଶିଷ୍ଟ ବାଳକ ।
ତରଙ୍ଗିଣୀ ବକ୍ଷେ ସୃଜେ ସମୀରଣ
ଫେନିଳ ତରଙ୍ଗ ଜାଳ,
ଦିଶେ ସେ ରୁଚିର ଗୁନ୍ଥାହେଲା ପ୍ରାୟ
ଦିବ୍ୟଜ୍ୟୋତି ମୋତିମାଳ ।
ଚନ୍ଦ୍ର ପ୍ରତିବିମ୍ବ ହୋଇଛି ତହିଁରେ
ଭାସ୍ୱର ହୀରାପଦକ,
ତାରାଏ ନର୍ତ୍ତିତ ମଣିଦୀପ ପ୍ରାୟ
ଜଳୁଛନ୍ତି ଜକ ଜକ ।
ଗଣ୍ଡଶୈଳ ସମ ନଦୀଗର୍ଭେ କାହିଁ
ବାଲିକୁଦ ଅଭିରାମ,
ସାୟାହ୍ନେ ନାବିକେ ତରଣୀ ଖଟାଇ
ଭଜନ୍ତି ତହିଁ ବିଶ୍ରାମ ।
ଉଠଇ ନିଶୀଥେ ସଘନେ ତାହାଙ୍କ
ଲଳିତ ଢମାଳୀ ସ୍ୱର,
ଖଞ୍ଜଣୀ ଧ୍ୱନି ସେ ମଧୁର ସଙ୍ଗୀତେ
କରେ ସୁମଧୁରତର ।
ଅଗ୍ରେ ବିରାଜିତ ବିଶାଳ ସୁନ୍ଦର
ବଟତରୁ ନଦୀତଟେ,
ତା ଦେଖି ଭାବୁକ ମାନସ-ମନ୍ଦିରେ
ଏସନ ଭାବ ପ୍ରକଟେ ।
ଉପବିଷ୍ଟ କିବା ଊର୍ଦ୍ଧ୍ୱ ବାହୁ ଯତି
ଆବରି ଅଙ୍ଗେ ବଳ୍କଳ,
ଦୀର୍ଘ ଜଟାଜୂଟ ପରାଏ ଲମ୍ବିଛି
ଊର୍ଦ୍ଧ୍ୱରୁ ବହୁ ଓହଳ ।
ଚିତ୍ରାଙ୍ଗ କୁରାଙ୍ଗ ପବିତ୍ର ଛାଲ କି
ଚନ୍ଦ୍ରିକା-ଚର୍ଚ୍ଚିତ ଛାୟା,
ନିର୍ଜ୍ଜନରେ ତପ ସାଧନ୍ତି କି ବସି
ଉପେକ୍ଷି ସଂସାର ମାୟା ।
ମାହାଶାଖ ସେହି ମହୀରୁହ ତଳେ
ଜନୈକ ବୃଦ୍ଧ ତପସ୍ୱୀ,
ସାୟଂସନ୍ଧ୍ୟା ଧ୍ୟାନେ ନିବିଷ୍ଟ ଚିତ୍ତରେ
ଅଛନ୍ତି ଏକାକୀ ବସି ।
ନମନ୍ତେ ମୁଁ ତାଙ୍କୁ ଗ୍ରହି ମୋ ପ୍ରଣତି
ଈଷତ ଶିର କମ୍ପାଇ,
ଆଦେଶିଲେ ଯୋଗୀ ଅଙ୍ଗୁଳି ନିର୍ଦ୍ଦେଶି
ନିକଟେ ବସିବା ପାଇଁ ।
ସାନ୍ଧ୍ୟକୃତ୍ୟ ସାରି କୁଶଳ ବାରତା
ପୁଚ୍ଛା କଲେ ଯତି ମତେ,
ବହୁତ କାଳରୁ ପରିଚୟ ଥିଲା
ଯେଣୁ ମୋ ତାଙ୍କ ସଙ୍ଗତେ ।
ଉତ୍ତର ଦେଇ ମୁଁ ବିନୟେ ପୁଚ୍ଛିଲି
ଊର୍ଦ୍ଧ୍ୱରେତା ତପିବରେ,
କେଉଁ କେଉଁ ସ୍ଥାନେ ଭ୍ରମି ବାହୁଡ଼ିଲେ
ପୁଣି ବହୁଦିନ ପରେ ।
ମୋ ବଚନ ଶୁଣି ସାଗ୍ରହେ ସଧୀରେ
ବିବରିଲେ ତପୋଧନ,
ମହାଜନ କତି ବିଫଳ ପ୍ରାର୍ଥନା
ହୁଏ ନାହିଁ କଦାଚନ ।
କୁପାରି ୧ ବଉଧ କୀର୍ତ୍ତି ବିମଣ୍ଡିତ
ଯହିଁ କୁପେଶ୍ୱର ହର,
ଜଗଦମ୍ବା ଦୁର୍ଗା ସଙ୍ଗେ ମଣ୍ଡିଛନ୍ତି
ମେଦୂର ଶୈଳଶିଖର ।
ଜାଙ୍ଗଳ ମାଗଧ ସୀମାସ୍ଥଳରୂପେ
ବିରାଜେ ଜନବସତି ୨
ଯହିଁ ତନ୍ତୁବାୟେ କୌଷେୟ ବସନ
ଶିଳ୍ପେ ପ୍ରଶସ୍ତିତ ଅତି ।
ଘନ କେଳିମଞ୍ଚ ପ୍ରକୃତି ମାଳଞ୍ଚ
ମେଘାସନ-ସୂତାକୂଳେ ୩
ନିବସନ୍ତି ଯହିଁ ସ୍ୱୟମ୍ଭୁ ଅଣିଜ
ଉତ୍ତୁଙ୍ଗ-ଶୃଙ୍ଗ ଦେଉଳେ ।
କର୍କରା-କଳୁଷ ଭୀମପୁର ଗ୍ରାମ
ସାଳନ୍ଦୀ କୂଳେ ଶୋଭିତ,
ଦ୍ୱିତୀୟ ପାଣ୍ଡବ ସୁପ୍ରକାଣ୍ଡ କାଣ୍ଡ
ହୋଇଛି ଯହିଁ ରକ୍ଷିତ ।
ଅଦୂରେ ତାହାର ସୁରଦାରୁକୁଞ୍ଜେ
ସୁଶ୍ୟାମଳ କାଉପୁର,
ପୁଣ୍ୟ ସୀତାକୁଣ୍ଡେ ୪ ସ୍ନାନ କଲେ ଯହିଁ
ପାପ ହୋଇଯାଏ ଦୂର ।
ନିଦାଘେ ଯେ ଠାବେ ସାଳନ୍ଦୀ ତଟିନୀ
ପ୍ରବାହିତ ହୁଏ ଖରେ,
ଡେଇଁ ଡେଇଁ ଚାଲେ ଘର୍ଘର ନିର୍ଘୋଷେ
ବିଶାଳ ଶିଳା-ଶେଯରେ ।
ଭାରତୀ କମଳା ପ୍ରିୟ ନିକେତନ
ଉନ୍ନତ ବାଉଦପୁର,
୧ - ଏହା ଭଦ୍ରକର ପଶ୍ଚିମରେ । ଏଠରେ ପ୍ରାଚୀନ ବୌଦ୍ଧକୀର୍ତ୍ତି ଅଛି ।
୨ - ଆଗରପଡ଼ା ଗ୍ରାମରେ ଉତ୍କୃଷ୍ଟ ମଠା ପ୍ରସ୍ତୁତ ହୁଏ ।
୩ - ସାଳନ୍ଦୀ କୂଳରେ ଅଣିଜ ମହାଦେବଙ୍କର ମନ୍ଦିର ବିଦ୍ୟମାନ ।
୪ - ସୀତାକୁଣ୍ଡ କାଉପୁରର ନିକଟବର୍ତ୍ତୀ ସାଳନ୍ଦୀ ନଦୀ ମଧ୍ୟରେ ଅବସ୍ଥିତ ।
ଧନେ ମାନେ ଜ୍ଞାନେ ଶିକ୍ଷା ସଭ୍ୟତାରେ
ପ୍ରଶସ୍ତି ଯାର ପ୍ରଚୁର ।
ବ୍ୟବସ୍ଥା ନଗରୀ ପ୍ରାଚୀନ ସନ୍ଥିଆ
ଧରିଛି ବୈଷ୍ଣବ ପନ୍ଥା,
ପୁରାକାଳୁ ଯହିଁ ସୁରକ୍ଷିତ ଅଛି
ଶ୍ରୀଚୈତନ୍ୟଚନ୍ଦ୍ର କନ୍ଥା ୧ ।
କ୍ଷମାମୟ ଯୋଗୀ କ୍ଷମାସାଗରଙ୍କ
ସମାଧି ମନ୍ଦିର ପାଶେ,
ଅକଳିତ କାଳୁଁ ରୁଦ୍ର ଆମ୍ରତରୁ ୨
ତୋଳିଛି ଶିର ଆକାଶେ ।
ବୀରେନ୍ଦ୍ର ମଉଳି- କିରୀଟ କାଞ୍ଚନ
ଉଗ୍ରମୂର୍ତ୍ତି ହନୁମାନ, ୩
ବିରାଜନ୍ତି ଯହିଁ ବାମ ଯାମ୍ୟକରେ
ଘେନି ବେନି ସାନୁମାନ ।
ମହିଷ-ବିକଟ ଅସୁରା ନଗରୀ
ବେତସ ବନ ଛୁରିତ,
ଅସୁର-ଖୋଦିତ ଦୀର୍ଘ ସର ଯହିଁ
ବିରାଜେ ସ୍ମରଣାତୀତ ।
ଯେ ଗ୍ରାମ ଗୌରବ କବିନ୍ଦ୍ର ବହ୍ଲବ ୪
ନବରସ ଅକୂପାର,
ପୁଜୂଥିଲେ ଯେହୁ ବୀଣାପାଣି ପାଦ
କାବ୍ୟ-ଫୁଲେ ରଚି ହାର ।
ବିଶ୍ୱ-ପ୍ରାଣାରାମ ରାମ ସଂସ୍ଥାପିତ
ଯେ ଗ୍ରାମେ ତ୍ରିପୁର-ଅରି,
ସାଳନ୍ଦୀ ତଟିନୀ ତଟେ ନିବସନ୍ତି
ରାମେଶ୍ୱର ଆଖ୍ୟା ଧରି ୫।
ଅଷ୍ଟ ଶାସନର ଅଧିଷ୍ଠାତାରୂପେ
ଶରାଙ୍କିତ ବ୍ୟୋମକେଶ ୬
ସଂସ୍ଥାପିଲେ ଯହିଁ ସୌମିତ୍ରି ସୁରଥୀ
ଘେନି ଅଗ୍ରଜ ଆଦେଶ ।
ଚଉଦ୍ୱାର - ଶୋଭୀ ଛବିଳ ଦେଉଳେ
ଯହିଁ ବ୍ରହ୍ମା ନିବସନ୍ତି, ୭
ପୂର୍ବେ ସିନ୍ଧୁତଟ ଥିଲା ବୋଲି ଯାକୁ
ପ୍ରଚାରଇ କିମ୍ବଦନ୍ତୀ ।
ଅଦୂରେ ଯାହାର ଗୁପ୍ତ ଗଙ୍ଗା ନାମେ
ରାଜେ ପୂଣ୍ୟତୀର୍ଥ ସ୍ଥଳ,
ମହା ବାରୁଣୀରେ ବିଶୁଷ୍କ ପ୍ରାନ୍ତରୁ
ବାହାରଇ ଯହିଁ ଜଳ ।
କଳୁଷିତ - ତୋୟା ନକ୍ରଭୀତିପ୍ରଦା
ମନ୍ତେଇ ମହାପଙ୍କିଳା,
୧ - ବୈଷ୍ଣବଧର୍ମପ୍ରଚାରକ ଶ୍ରୀଚୈତନ୍ୟ ଦେବ ଭଦ୍ରଖର ଅନ୍ତଃପାତୀ ସନ୍ଥିଆ ଗ୍ରାମରେ କେତେକ ଦିନ ଅବସ୍ଥାନ କରି ଧର୍ମପ୍ରଚାର କରିଥିଲେ । ତାହାଙ୍କ କନ୍ଥାଖଣ୍ଡିକ ଆଜି ପର୍ଯ୍ୟନ୍ତ ଉକ୍ତ ଗ୍ରାମରେ ସୁରକ୍ଷିତ ଅଛି ।
୨ - ଅସ୍ତଳ ଗ୍ରାମରେ ମହାତ୍ମା କ୍ଷମାସାଗରଙ୍କ ମଠ ଅବସ୍ଥିତ । କଥିତ ଅଛି, ମଠର ମହନ୍ତ କ୍ଷମାସାଗର ଜୀଉ ଜୀବିତ ସମାଧି ଗ୍ରହଣ କଲା ପରେ ବୃନ୍ଦାବନ ପଥରେ ଜଣେ ଭକ୍ତଙ୍କୁ ସାକ୍ଷାତ ଦେଇ ତାହା ହସ୍ତରେ ଗୋଟିଏ ଆମ୍ର ପ୍ରଦାନପୂର୍ବକ କହିଲେ, “ଏହାକୁ ଆମ୍ଭ ଚେଲାଙ୍କୁ ଦେବ ଏବଂ କହିବ, ଆମ୍ବଟି ଠାକୁରଙ୍କଠାରେ ନୈବେଦ୍ୟ ଦେଇ ମନ୍ଦିର ସମୀପରେ ଟକୁଆ ପୋତିଦେବେ ।” ସାଧୁଙ୍କ ଆଦେଶରେ ସେହିରୂପ କରାଯାଇଥିଲା । ସେହି ଆମ୍ବ ବୃକ୍ଷଟି ସେହି ଦିନଠାରୁ ଅବଧି ବିଦ୍ୟମାନ ଅଛି ।
୩ - ଭଦ୍ରଖ ଅନର୍ଗତ ଚରମ୍ପାଗ୍ରାମରେ ହନୁମାନଙ୍କର ମନ୍ଦିର ଅଛି ।୪ - ସଙ୍ଗତ ଗ୍ରାମରେ ବଂଶୀବଲ୍ଲଭ ଜନ୍ମଗ୍ରହଣ କରିଥିଲେ । ଏହାଙ୍କର ପ୍ରଚଳିତ ନାମବହ୍ଲବ ଥିଲା ।୫ - ହରିଶଙ୍କରପୁର ଗ୍ରାମରେ ରାମେଶ୍ୱର ଶିବମନ୍ଦିର ଅବସ୍ଥିତ ।୬ - ଗୁଆମାଳ ଅନ୍ତର୍ଗତ ନୂଆଶାସନରେ କୁମାରେଶ୍ୱର ଶିବଲିଙ୍ଗ ପ୍ରତିଷ୍ଠିତ ।
୭ - ପାଳିଆ ଗ୍ରାମରେ ଚତୁର୍ମୁଖ ବ୍ରହ୍ମାଙ୍କର ମନ୍ଦିର ଅଛି । ପୂର୍ବେ ସେହି ପର୍ଯ୍ୟନ୍ତ ସମୁଦ୍ର ବିସ୍ତୃତ ଥିବାର କିମ୍ବଦନ୍ତୀ ଅଛି ।
କୁଟିଳ ଗତିରେ ଗମେ ଯେଉଁ ଦେଶେବିସ୍ତାରି ଲହରୀ - ଲୀଳା ।ମୃଗେଶ - ବାହିନୀ ମହେଶ - ଭାବିନୀଚିର - ବିମୁ କ୍ତ - କୁନ୍ତଳା,କେତକ କାନନେ ଅଧିଷ୍ଠିତ ଯହିଁଦେବୀ ପାଟଣମଙ୍ଗଳା ।ଭୀଷଣ - ବିଷାଣ ମହିଷେ ପୂରିତବେଣାପାଟେ କ୍ଷୁଦ୍ର ଗ୍ରାମ,ଭେଡ଼ା ନାମଧାରୀ, ପ୍ରାବୃଟେ ଯାହାକୁସାଗର ଲହରୀ ବାମ ।ନାବିକ - ପୂଜିତା ଧାମରୀ ଦେବୀଙ୍କପାଳିତ ଭୂମି ଧାମରା,ସିନ୍ଧୁ ଅଙ୍ଗେ ଯହିଁ ମିଶାନ୍ତି ସଲିଳଏକତ୍ରେ ନଦୀ ପ୍ରଖରା ।ଗୋନାସା ଶିଖରୀ- ସୁତା ବୈତରଣୀବିସ୍ତାରି ଲହରୀ - କର,ଆଲିଙ୍ଗନ କରେ ସାଳନ୍ଦୀ ସରିତେଯେ ଦେଶେ, ପଙ୍କିତିତର ।୧ନିଛାଟିଆ ପାଟେ ଯୋଗ୍ନୀଥାଟ ଘେନିଭ୍ରମନ୍ତି ଯହିଁ ନାୟିକା, ୨ନୃମୁଣ୍ଡକୁଣ୍ଡଳା କର୍କଶକୁନ୍ତଳାକରାଳବେଶୀ କାଳିକା ।ଆରଡ଼ି ଗ୍ରାମରେ ବିରାଜନ୍ତି ଯହିଁସ୍ୱୟମ୍ଭୂ ତ୍ରୀଶୂଳାୟୁଧ, ୩ଅପରାଧୀ ବ୍ୟକ୍ତି ଜଣାପଡ଼େ ନାହିଁଛୁଇଁଲେ ବୃଷ କକୁଦ ।ସାଳନ୍ଦୀ ସଲିଳେ ଅଭିଷିକ୍ତା ଦେବୀଭଦ୍ରକେ ଭଦ୍ରକାଳିକା,ନିବସନ୍ତି ଦେବୀ ଖଡ୍ଗକରେ ଯେହ୍ନେମୂର୍ତ୍ତିମତୀ ବିଭୀଷିକା ।ଗୋହିରା ପ୍ରାନ୍ତରେ ଉତ୍କଳୀୟ ବୀରେଧରିଣ ଯହିଁ ଆୟୁଧ,ପ୍ରାଣ - ପ୍ରତିଜ୍ଞାରେ କଳାପାହାଡ଼ରସଙ୍ଗେ କଲେ ଘୋର ଯୁଦ୍ଧ ।ଉତ୍କଳ ସ୍ୱାଧୀନ ନରପତି ଆହାହେବାରୁ ରଣେ ପତିତ,ସେହି ଦିନୁ ହେଲା ଉତ୍କଳ ଜନନୀଭାଗ୍ୟ - ରବି ଅସ୍ତମିତ ।ଜନ୍ମିଥିଲେ ଯହିଁ ମହେନ୍ଦ୍ର ଦୁର୍ଲଭ ୪କାୟସ୍ଥ - କୁଳ - କେତନ,ଇତିହାସ ସୂତ୍ରେ ଗ୍ରଥିତ ଯାହାଙ୍କସୁରଭି ଯଶ - ସୁମନ ।ଗହଳ କିଂଶୁକ କାନନ - ଶଙ୍କୁଳପ୍ରସିଦ୍ଧ ଗ୍ରାମ ନଗୁଆଁ,ଯହିଁ ନାଗବଲ୍ଲୀ ବରଜେ ନିଶୀଥେକରୁଣେ ଝୁରେ ଚକୁଆ ।ଏହିପରି କେତେ ଦିବସ ଅନ୍ତରେଭ୍ରମି ଭ୍ରମି ନାନାସ୍ଥାନେ,ଉପନୀତ ହେଲି ଯାଇ ଗୁଆମାଳେସତୀକୁଣ୍ଡ ସନ୍ନିଧାନେ ।”ସତୀର କାହାଣୀ ଶୁଣିବାକୁ ମୋରଜନ୍ମିଲା ଆବେଗ ଅତି,ଧୀର ନମ୍ରଭାବେ ପଚାରନ୍ତେ ତହୁଁବିବରି କହିଲେ ଯତି ।“ଉତ୍କଳ - ଦେଉଳ ଦୀପ ସ୍ୱର୍ଣ୍ଣଦୀପମୁକୁନ୍ଦ ହରିଚନ୍ଦନ,୧ - ଏହି ଗ୍ରାମ ନିକଟରେ ସାଳନ୍ଦୀ ବୈତରଣୀ ସହିତ ମିଶିଅଛି ।୨ - ଦପା ଗ୍ରାମରେ ନାୟିକା ଦେବୀଙ୍କର ମନ୍ଦିର ଅଛି ।୩ - ଆରଡ଼ି ଗ୍ରାମରେ ଆରଡ଼େଶ୍ୱର ଶିବମନ୍ଦିର ଅବସ୍ଥିତ ।୪ - ବେହୁଡ଼ି ଆନନ୍ଦପୁର ଗ୍ରାମରେ ବଙ୍ଗର ନବାବ ସିରାଜଦୌଲାଙ୍କ ମନ୍ତ୍ରୀ ମହେନ୍ଦ୍ର ଦୁର୍ଲଭଙ୍କ ବାସସ୍ଥାନ ଥିଲା ।ତୀର୍ଥଯାତ୍ରା କାଳେ ଅଷ୍ଟସ୍ଥାନେ ଯହିଁସ୍ଥାପିଲେ ଅଷ୍ଟ ଶାସନ ।ତହିଁ ମଧ୍ୟେ ଏକ ଗୁଆମାଳ ନାମେରମଣୀୟ ଜନପଦ,ନିବସନ୍ତି ଯହିଁ ସଦାଚାରୀ ଦ୍ୱିଜେବେଦଶାସ୍ତ୍ର-ବିଶାରଦ ।ପୂର୍ବେ ସେହି ରାଜ୍ୟ ବହୁଳ ଗୁବାକପାଦପେଲ ଥିଲା ଘଞ୍ଚାଳ,ସେହି ହେତୁ ସ୍ଥଳୀ ଅଦ୍ୟାପି ଲୋକରେବୋଲାଉଛି ଗୁଆମାଳ ।ନାରିକେଳ କୁଞ୍ଜେ ବିଛୁରି ଏକାଳେଦୂରରୁ ହରେ ନୟନ,ଧନ୍ୟ ସେ ନଗରୀ କାଳେ କାଳେ ଯେଣୁଧରିଛି ଶୁଭ ଲକ୍ଷଣ ।ପୂର୍ବେ ସେହି ସ୍ଥଳେ ନିବିଡ଼ ଅରଣ୍ୟ-ପ୍ରାଚୀରେ ହୋଇ ବେଷ୍ଟିତ,ଅରାତି-ଅଜେୟ ଦୁଗ ପ୍ରାୟ ଦୂରୁହେଉଣଥିଲା ପ୍ରତୀତ ।ଛନ୍ଦିଅଛି ପଦେ ସାଳନ୍ଦୀ ତଟିନୀନିସର୍ଗ ପରିଖା ତୁଲେ,ଶତ୍ରୁଚମୂ ପ୍ରାୟ ଦିଅନ୍ତି ପହରାଚୌପାଶେ ଶ୍ୱାପଦକୁଳେ ।ଖଡ୍ଗଧାରୀ ସମ ଫଣଫଣା ତରୁଧରିଥିଲା ଅସିକୋଷ,ବୀରରଡ଼ି ପ୍ରାୟ ହିଂସ୍ର ଜନ୍ତୁଙ୍କରଗଭୀର ଘୋର ନିର୍ଘୋଷ ।ଶଙ୍ଖଧ୍ୱନି ସମ ଘନ ଘନ ଶବ୍ଦକରୁଥିଲେ ଖରଜାଳ,ଲତାକୁଞ୍ଜେ ବସି ଉଡ଼ାଏ କଳାପୀସୁନ୍ଦର ଶିଖା-ଚିରାଳ ।କ୍ରୋଧିତ ସଜାରୁ ଦକ୍ଷ ବୀର ପ୍ରାୟକ୍ଷେପୁଥାନ୍ତି ପକ୍ଷ-ଶର,ନାଦଛଳେ ପକ୍ଷୀ ଉଚ୍ଚେ କରୁଥିଲେସଦା ରଣଜୟସ୍ୱର ।ମାତ୍ର ସର୍ବଲୋପୀ କାଳଚକ୍ର-ପାଶେକିଏ ସେ ଟେକିବ ମଥା,କାଳବଶେ ଲୁପ୍ତ ଏବେ ସେ କାନ୍ତାରଶିଶିରେ କମଳ ଯଥା ।ନିୟତି ନିୟମେ ଆଜି ଯେଉଁ ସ୍ଥାନେତୋଳିଛି ଶିର ଶିଖରୀ,କାଳବଶେ ଦିନେ ଖେଳିବ ସେ ସ୍ଥାନଫେନିଳ ଭୀମ ଲହରୀ ।ଆଜି ଯେଉଁ ସ୍ଥାନେ ଶୋହେ ରତ୍ନଖଚୀସୁରମ୍ୟ ହର୍ମ୍ୟ ଉନ୍ନତ,କାଲି ସେହି ସ୍ଥାନ ହେବ ପୁଣି ଆହାଶ୍ମଶାନରେ ପରିଣତ ।ଏବେ ସେହି ସ୍ଥାନ ପ୍ରକାଶୁଛି ହାସଶ୍ୟାମଳ ଶସ୍ୟସମ୍ଭାରେ,ଅଲକ୍ଷ୍ମୀ ଆବାସ ପରିଣତ ଆହାକମଳା କୋଠ ଭଣ୍ଡାରେ ।
ଦ୍ୱିତୀୟ ସର୍ଗ
ଗୁଆମାଳ ମଧ୍ୟେ ବିଷ୍ଣୁପୁର ଗ୍ରାମେକରନ୍ତି ଦ୍ୱିଜେ ବସତି,କୁଳେ ଶୀଳେ ମାନେ ଭୂସୁରକୁଳରେଟେକ ଯାହାଙ୍କର ଛତି ।ପୀତାମ୍ବର ମିଶ୍ର ନାମେ ଏକ ଦ୍ୱିଜକରିଥିଲେ ତହିଁ ବାସ,ଆଜୀବନ ବିପ୍ର ଛୁଇଁଥିଲେ ନାହିଁଅନୀତି ଅଧର୍ମ ପାଶ ।ଯା ରୂପ ବର୍ଣନା ଅମର ରସନାବଳେ, ନର କେଉଁ ଛାରରୂପ ତୁଳନାରେ ଅସମ ଯାହାକୁବସନ୍ତ ସୁନ୍ଦରସାର ।ନବଦୂର୍ବାନିଭ ଶ୍ୟାମ କଳେବରନବନୀତରୁ କୋମଳ,ଚାରୁନେତ୍ର ଯଥା କାଳିନ୍ଦୀ ସଲିଳେଶୋହେ ବିକଚ କମଳ ।କେଡ଼େ ଶୋଭା ଧରେ କୃଷ୍ଣ କେଶଗୁଚ୍ଛମସ୍ତକେ କୁଞ୍ଚି କୁଞ୍ଚିକା,କଞ୍ଜକୋଷ ପରେ ମାଡ଼ିଅଛି କିବାନୀଳ ଶୈବାଳ ଲତିକା ।ସୁବିଶାଳ ବକ୍ଷ ଔଦାର୍ଯ୍ୟ ରାଜାରମରକତ-ସିଂହାସନ,ଅସି ଅଗ୍ର ପ୍ରାୟ ନାସିକା, ଶାରଦପର୍ବେନ୍ଦୁଜିତ ବଦନ ।ଶାଳ ଶାଖା ଭଳି ସରଳ ସୁଢଳଭୁଜ ଆଜାନୁଲମ୍ବିତ,ଜ୍ଞାନ-ବିଚକ୍ଷଣ ବିଦ୍ୟା-ଧୁରନ୍ଧରସର୍ବଶାସ୍ତ୍ର ସୁପଣ୍ଡିତ ।ଯେ ବିଷମ କାଳେ ଭୁଲିଯାନ୍ତି ଅଜ୍ଞ-ଜନେ ହିତାହିତ ଜ୍ଞାନ,ପୀତାମ୍ବର ସେହି ତରୁଣ ବୟସେଥିଲେ ଅତି ସାବଧାନ ।ଯୌବନେ ଯୁବକେ ସମକ୍ଷରେ ଦେଖିପାପପୁଣ୍ୟ ବେନି ପଥ,ସ୍ୱଭାବ ସଂସର୍ଗ- ବଶରୁ ଗମନ୍ତିଯାର ଯେଣେ ମନୋରଥ ।ପ୍ରଥମ ପଥରେ ଗମିବା ସହଜଦ୍ୱିତୀୟଟି ଅସହଜ,ଦୌବାରିକ ତୁଲେ ଓଗାଳି ଅଛନ୍ତିଯେଣୁ ତାକୁ ରିପୁବ୍ରଜ ।ପହିଲେ କଷଣ ନ ସହିଲେ କାହିଁଘଟିବ ଶେଷେ ମଙ୍ଗଳ,ସ୍ୱାଦୁ ମିଳେ ସିନା ହରୀତକୀ ଭୁଞ୍ଜିତଦନ୍ତେ ପିଇଲେ ଜଳ ।ମାତ୍ର ଆଦ୍ୟ ସୁଖ ପରିଣାମ ଦଶାଘୋର ଅନର୍ଥକାରିଣୀ,ଆପାତ ମଧୁର ଲଙ୍କାଆମ୍ରେ ଯଥାଜିଭ ହୁଏ ଝିଣିଝିଣି ।ଈର୍ଷାପତ୍ନୀ ସହ ଆରମ୍ଭେ ଯୌବନହୃଦୟ-ବେଦୀରେ ଯାଗ,ପୁରୋଧା ବରଣେ କାମ, କ୍ରୋଧ ଅଗ୍ନି,ଧର୍ମ ଯଜ୍ଞପଶୁ ଛାଗ ।ସତ୍କାର୍ଯ୍ୟ ଆହୁତି, ଲୋଭ ଶ୍ରୁବ ସ୍ରୁଚ,ଆବର ହୋତା ଅଜ୍ଞାନ,କଳହ ଉଦ୍ଗାତା ମିଥ୍ୟା ଯଜ୍ଞଯୂପସତ୍ୟ ସମିଧ ସମାନ ।ଏହି ଭୟାବହ ଅମଙ୍ଗଳ ଯାଗେବାମାଭକ୍ତି-ସୋମରସ,ଏ ଯଜ୍ଞର ଫଳ ପାପ ଅଧୋଗତିଅଳ୍ପାୟୁଷ ଅପଯଶ ।ଯୌବନ ପ୍ରଭାବେ ଦୁର୍ନିବାର ଗର୍ବଅନାହ୍ୱାନେ ଉପସ୍ଥିତ,ବର୍ଷାଋତୁ ପ୍ରାୟ ସ୍ୱଚ୍ଛ ହୃଦସରେକରିଦିଏ କଳୁଷିତ ।ତହିଁ ସଙ୍ଗେ ଆସି ବିଷୟ ବାସନାରୋଧି ହିତାହିତ ପଥ,ନିରଙ୍କୁଶ ଭାବେ ଟାଣି ଘେନିଯାଏଦୁଷ୍ଟ ମାର୍ଗେ ମନୋରଥ ।ଧନ ପଛେ ଲୋଭ ହସ୍ତେ ଧରି ଆସେପଞ୍ଚାଧ୍ୟାୟ ପୂର୍ଣ୍ଣ ଗ୍ରନ୍ଥ,ଏହି ଦୁଷ୍ଟ ସିନା ଯୁବକଙ୍କୁ ଦିଏଗୁରୁରୂପେ ଆଦ୍ୟ ସନ୍ଥ ।ପୁଣି ଏହି କାଳେ ମିଳେ ଯଦି ଦୈବେପ୍ରଭୁତ୍ୱ ସୁଖ ସମ୍ଭୋଗ,ଯୋଖିଯାଏ ତେବେ ସୁବର୍ଣ୍ଣେ ସୁହାଗାସୌଭାଗ୍ୟେ ମାହେନ୍ଦ୍ର ଯୋଗ ।କିନ୍ତୁ ସେ ପ୍ରଭୁତ୍ୱ ବିଷମ ବ୍ୟାଧିରଔଷଧି ଭବେ ଅଭାବ,ଭୃତ୍ୟରୁ ଅଧିକ ଅଧୀନେ ମଣନ୍ତିପ୍ରଭୁଙ୍କର ଏ ସ୍ୱଭାବ ।ଦିବ୍ୟ ଚକ୍ଷୁଷ୍ମାନ ସଦା ଆତ୍ମସୁଖେପରଦୁଃଖେ ଚକ୍ଷୁହୀନ,ଦୀନ ଦରିତ୍ରଙ୍କ ପ୍ରତି ହୃଦ ତାଙ୍କକୁଳିଶୁଁ ବଳି କଠିନ ।ବିନୟେ ଅଧୀନ ଦୁଃଖ ନିବେଦିଲେଥାଉ କହିବାର କଥା,ବିନା ଦକ୍ଷିଣାରେ ଥରେହେଁ କଦାପିଟେକି ନ ଚାହାନ୍ତି ମଥା ।ନିରପେକ୍ଷ ଜନ ମୁଖରୁ ଶୁଣିଲେଆତ୍ମମତ ବିପରୀତ,ରୁଦ୍ର ଅହମିକା- ପ୍ରଚଣ୍ଡ ପାବକେଅର୍ପନ୍ତି ଝାସ ତ୍ୱରିତ ।ଯୌବନ, ସମ୍ପଦ, ପ୍ରଭୁତ୍ୱ ତିନିହେଁକରନ୍ତି ଦୁଃଖ ସଞ୍ଚାର,ଏ ଦୁଷ୍ଟଙ୍କ ହସ୍ତୁ ସତ୍ୟଧର୍ମସେବୀଲଭନ୍ତି ଏକା ନିସ୍ତାର ।କିନ୍ତୁ ଏ ଦୁରନ୍ତ ତିନି ମିତ୍ରଙ୍କରଜଘନ୍ୟ ଚରିତ୍ର-ରାଶିପାରିଥିଲା ନାହିଁ ପୀତାମ୍ବର ପ୍ରାଣେବୀଭତ୍ସ ଦୀକ୍ଷା ପ୍ରକାଶି ।ଲୋଭମୋହ ଆଦି ଦୁଷ୍ଟରିପୁ ତାଙ୍କୁନ ଥିଲେ ମୂଳହୁଁ ଛୁଇଁ,ହୃଦୟ-ଅମ୍ବରେ ସଦ୍ଭାବ-ଶଶାଙ୍କଥଲା ଆଜୀବନ ଉଇଁ ।ପଡ଼ିଶାଙ୍କ ସୁଖ- ଦୁଃଖେ ଥିଲା ତାଙ୍କଗଭୀର ସହାନୁଭୂତି,ଭ୍ରମୁଥିଲେ କିବା ମର୍ତ୍ତ୍ୟେ ଶାନ୍ତରସଧରି ମନୋମଦ ମୂର୍ତ୍ତି ।ପିତୃମାତୃ ପଦେ ଅବିଚଳା ଭକ୍ତିରଖିଥା’ନ୍ତି ନିରନ୍ତର,ପିତୃମାତୃଭକ୍ତ ସ୍ୱର୍ଗର ଦେବତାନୁହେଁ ସେ ପ୍ରାକୃତ ନର ।ସେ ବେନିଙ୍କ ଋଣ ତନୟ ପକ୍ଷରେଯେସନ ଅଗାଧ ସିନ୍ଧୁ,ଶତକଳ୍ପ ସେବା କଲେ ସେ ଋଣରୁଶୁଝି ନୁହେଁ ଏକ ବିନ୍ଦୁ ।ତାଙ୍କ ପଦେ ଯେହୁ ଆତ୍ମଗରିମାରେନ କରେ ଭକ୍ତି ପ୍ରଣାମ,ଧିକ ସେ ମାନବ, ଧିକ ତା’ ଜନମ,ଧିକ ତା’ର ପୁତ୍ର ନାମ ।ଆବାଲ୍ୟ କାଳରୁ ଆଶ୍ରିଥିଲେ ଦ୍ୱିଜସୂକୃତି ପବିତ୍ର ପଥ,କାୟମନୋବାକ୍ୟେ ପାଳୁଥିଲେ ପୁଣିଅତିଥି ସତ୍କାର ବ୍ରତ ।ଧୈର୍ଯ୍ୟ ଶାନ୍ତି କ୍ଷମା ଦୟା ଅସ୍ତ୍ର ଧରିମାତିଣ ଧର୍ମ-ସମରେ,ପାପ ପକ୍ଷବାର ରିପୁକୁଳେ ଦ୍ୱିଜଜିଣିଥିଲେ ଅକ୍ଳେଶରେ ।ଶଶିପ୍ରଭା ନାମେ ଶଶିପ୍ରଭାମୟୀତାହାଙ୍କ ସହଧର୍ମଣୀ,ରୂପେ ଗୁଣେ ବାଳା ଅନୁପମା ଭବେମତ୍ତ ମାତଙ୍ଗଗାମିନୀ ।ଭାବୁଥିଲେ ଲୋକେ ଦେଖି ସେ ରୂପସୀ-ମୌଳିମଣି-ରୂପପ୍ରଭା,ଶୋଭା-ସ୍ୱର୍ଣ୍ଣ ଛାଞ୍ଚେ ସତର୍କେ ବିରଞ୍ଚିଉତାରିଛି ଢାଳି ଅବା !ସୁକୁମାର ବପୁ କିବା ସେ ଶିରୀଷ-କୁସୁମଖଚୀ ପିତୁଳି,ବାଳାତପ ତେଜ ପରଶମାତ୍ରକେସତେ ବା ଯିବ ଝାଉଁଳି ।ନେତ୍ରଯୁଗ କି ସେ ବସିଛନ୍ତି ଆସ୍ୟ-କଞ୍ଜେ ଯୁଗ୍ମ ଖଞ୍ଜରୀଟ,ଅଳକା କିବା ସେ ଫୁଲ୍ଲ କମଳକୁବେଢ଼ିଛନ୍ତି ମଧୁଲିଟ ।ଜୟନ୍ତୀ ସୁମନ ଆରକ୍ତିମ କାନ୍ତିଅଧର ଦିଅଇ ଦଳି,ନାସା ସୁଷମାରେ ସ୍ୱର୍ଣ୍ଣବଂଶୀ ଧୈର୍ଯ୍ୟଲଜ୍ଜାରେ ଯିବ ତରଳି ।ଶମ୍ପାଗୌରୀ ଭାଲେ ସିନ୍ଦୂରବିନ୍ଦୁଟିଆଭାସେ କେଡ଼େ ରୁଚିର,ହେମଘନ ଭେଦି ଉଇଁଛନ୍ତି କିବାପ୍ରଭାତେ ବାଳ ମିହିର ।ଶ୍ରବଣଯୁଗଳେ ଚାରୁ ହୀରାକାପଦିଶଇ ମଞ୍ଜୁଳ ଅତି ।ମୁଖ-ଶଶଧରେ ଶୁକ୍ର ବୃହସ୍ପତିକରନ୍ତି କିବା ଆଳତି ।ବସ୍ତ୍ର ଆବରଣ ଫୁଟି ଝଟକଇମୋତିହାର ନେତ୍ରକାରା,ସ୍ୱଚ୍ଛ ବଳାହକ ମଧ୍ୟୁ ଆଭାସେ କିଧାଡ଼ିଏ ଧାଡ଼ିଏ ତାରା ।ଡମ୍ବରୁମଧ୍ୟାର କରଯୁଗେ ଶୋହେସରୁ ଶଙ୍ଖା ହଙ୍ଗୁଳିତ,ପଦ୍ମରାଗବର୍ଣ୍ଣୀ ଖଇଁଚଡ଼ା ଲତାମୃଣାଳେ ଯଥା ଜଡ଼ିତ ।ବିପରୀତ ରମ୍ଭା ତୁଲେ ଚାରୁ ଊରୁନିତମ୍ବ ଅତି ପୃଥୁଳ,କରଜପନ୍ତି କି ଶୋଭା-ସରୋବରେଫୁଟିଛି କହ୍ଲାର ଫୁଲ ।ରୂପେ ଗୁଣେ ବାଳା ସଙ୍ଗେ ସରି ହେଲେହେବେ ଲୋକମାତା ରମା,ମର୍ତ୍ତ୍ୟଲୋକେ ଏକା ଅଟେ ସିନା ସେହିତାହାର ଯୋଗ୍ୟ ଉପମା ।ଅତ୍ୟଳ୍ପ ଭୂଷଣେ ଭୂଷଣଭୂଷଣାଶୋଭେ ଦେବୀ ଶଶିପ୍ରଭା,ବହୁ ଅଳଙ୍କାରେ ଲୁବ୍ଧମନା କେବେହୁଏ କି ସତୀ ସଧବା ।ପର ପୁରୁଷକୁ ଅବଲୋକ ବାଳାନ କରଇ ଟେକି ମୁଖ,ପୁଣ୍ୟ ଶୁଭକର୍ମେ ସଦା ରତ ଥାଏସତ୍ୟେ ମଣେ ମହାସୁଖ ।ରୂପ ଗୁଣ ବେନି ମଧ୍ୟେ ସଦାକାଳେଲାଗିଅଛି ଭ୍ରାତୃକଳି,କିନ୍ତୁ ବାଳାଠାରେ ସେ ବେନି ମିଳିଣଥିଲେ ନୀରକ୍ଷର ଭଳି ।ଏକକୁ ଆରେକ ଯୋଗ୍ୟ ପଟାନ୍ତରଥିଲେ ସେ ଦ୍ୱିଜ ଦମ୍ପତି,ସ୍ୱାମୀ ସେବନକୁ ମଣୁଥିଲା ବାଳାମୁକତି ସ୍ୱର୍ଗ ସମ୍ପତ୍ତି ।ତେଣୁ ସ୍ୱାମୀ ପୂଣ୍ୟ- ସରୋଜ ପୟରେଅବଳା-ମୁକୁଟ-ଝରା,ଦାନ କରିଥିଲା ମନପ୍ରାଣ ଯଥାସୁଧାକର ପଦେ ତରା ।ବେନି ହୃଦରାଜ୍ୟେ ବେନିଏ ବେନିଙ୍କୁକରିଥିଲେ ଅଭିଷେକପ୍ରେମ-ଜଳେ, ତେଣୁ ବେନିଙ୍କର ଆତ୍ମାମିଶି ହୋଇଥିଲା ଏକ ।ଏକ ପଞ୍ଜରୀରେ ଯୂଗ୍ମ ଶୁକ ସାରିଅବା ସେ ପୁଂସ ଲଳନା,ଏକ ବୃନ୍ତେ ବେନି ଫଳ ସେହୁ ବେନିଏସନ ହୁଏ କଳ୍ପନା ।ସାଧୁ ଆତ୍ମା ସିନା ସାଧୁ ଆତ୍ମା ସଙ୍ଗେମିଶିଯାଏ ଅବିକଳ,ସାର ସୁବର୍ଣ୍ଣରେ ମିଶି ପାରଇ କିକୃତ୍ରିମ ବେଙ୍ଗି ପିତ୍ତଳ ।ଏ ମାୟା ସଂସାରେ ସକଳ ଅସାରଧର୍ମ ଏକା ସତ୍ୟ ଧନ,ନାରୀଧର୍ମ ମଧ୍ୟେ ସାର ସ୍ୱାମିସେବାପାତିବ୍ରତ୍ୟ ସଂରକ୍ଷଣ ।ତେଣୁ ସ୍ୱାମିପଦ ସେବୁଥିଲା ବାଳାମଣି ତାକୁ ମୁକ୍ତିପଥ,ନ ଛୁଏଁ ସେ ଜଳ ନ କରିବା ଯାଏଁପାରାୟଣ ଧର୍ମଗ୍ରନ୍ଥ ।ମୂର୍ଖ ନୀଚ ଜନେ ଦେବତା ସମାନହୁଅନ୍ତି ଧରମବଶୁଁ,ଧର୍ମହୀନ ବିଜ୍ଞ କୁଳୀନ ସଙ୍ଗତେତୁଳନା କେବଳ ପଶୁ ।ଆନ କେ କରିବ ଅୟସେ ସୁବର୍ଣ୍ଣଆୟସ୍କାନ୍ତ ମଣି ବିନା,ସୁକୃତି ତେସନ କରିପାରେ ଏକାନୀଚ ଜନେ ଉଚ୍ଚ ସିନା ।ସ୍ୱାମୀ ସୁଖେ ଦୁଃଖେ ସମଭାଗୀ ହୋଇଧ୍ୟାଇଣ ପ୍ରାଣାରାମଙ୍କୁ,କାଳ ଅତିକ୍ରମି ସାର୍ଥ କରିଥିଲାସହଧର୍ମିଣୀ ନାମକୁ ।ପୁଷ୍ପାଶୁଗେ ଲଭି ରତି ସତୀ ଯଥାହୋଇଥିଲେ ଆହ୍ଲାଦିନୀ,ଅଥବା ଯେସନ ସତ୍ୟବାନେ ଲଭିଅଶ୍ୱପତିଙ୍କ ନନ୍ଦିନୀ ।କି ଅବା ଯେସନ ବଶିଷ୍ଠ ମହର୍ଷିଲାଭେ ସତୀ ଅରୁନ୍ଧତୀ,କିମ୍ବା ଯେହ୍ନେ ପାଇ ପତିରୂପେ ନଳେରାଜଜେମା ଦମୟନ୍ତୀ ।ଅବା ଦେବଦେବ ଚନ୍ଦ୍ରଚୂଡ଼େ ଲଭିଯଥା ହିମାଦ୍ରି-ଦୂହିତା,କିବା ଯଥା ରାମେ ରାମହୃଦାକାଶପ୍ରଭାତୀତାରକା ସୀତା ।ତେସନ ଲଭିଣ ନିଜ ଯୋଗ୍ୟ ପତିପୀତାମ୍ବରେ ଶଶିପ୍ରଭା,ମଣୁଥାଏ ନିତି ସ୍ୱର୍ଗର ନିଶୁଣୀକରଗତ ହେଲା ଅବା ।ଦେବତା ଅତିଥି ଗୁରୁ ବୃଦ୍ଧେ ମାନ୍ୟସମର୍ପି ଯଥାବିହିତ,ବ୍ରତପରାୟଣ ହୋଇ ସେ ଦମ୍ପତିସତ୍କାର୍ଯ୍ୟେ ଥିଲେ ନିହିତ ।ଆଳସ୍ୟ ଇନ୍ଦ୍ରିୟ- ସେବା ମିଥ୍ୟାବାଦକ୍ରୋଧେ ବହି ନମଷ୍କାର,ପାଳୁଥିଲେ ଗୃହି- ଧର୍ମ ସତ୍ୟ ଦୟାସୌଜନ୍ୟ ପରୋପକାର ।ଜ୍ଞାତି, ପ୍ରତିବେଶୀ ସମସ୍ତଙ୍କଠାରେବେନିଙ୍କ ଥିଲା ସଦ୍ଭାବ,ନିଜେ ଛିଦ୍ରବାନ ଯେ ସିନା, ସେ ପୋଷେହୃଦୟେ କୁଟିଳ ଭାବ ।ଶାସ୍ତ୍ରରସାମୃତ ପାନେ ସେ ଦମ୍ପତିସୁଖେ କାଟୁଥିଲେ ଦିନ,ସଂସାରୀ ସହିତେ ବାହ୍ୟେ ମିଶି ପୁଣିସଦା ଥିଲେ ଉଦାସୀନ ।ସର୍ବ ସୁଖେ ସୁଖୀ ହୋଇ କ୍ଷେପୁଥିଲେଦିନ ସେ ପୁଂସ ଅବଳା,ସନ୍ତତି ଅଭାବେ କିନ୍ତୁ ସେ ସୁଖରୁଊଣା ଥିଲା ଏକ କଳା ।ମାନବ କି ଛାର ଲାଗି ରହିଅଛିଅଭାବ ଦେବ-ଜୀବନେ,ଷୋଡ଼ଶ କଳାରେ ତାରାରମଣ କିଉଇଁଛି କେବେ ଗଗନେ ।ତିନି ଭୁବନରେ କୁତ୍ରାପି ନୁହେଁ ତସୁଲଭ ବିଶୁଦ୍ଧ ସୁଖ,କାୟା ଛାୟା ପ୍ରାୟ ସୁଖ ସଙ୍ଗେ ସଦାପ୍ରଚ୍ଛନ୍ନରେ ଥାଏ ଦୁଃଖ ।ଧନୀର କୁଟୁମ୍ବ ଅଭାବ, କୁଟୁମ୍ବୀ-ଜନର ଅଭାବ ଧନ,ଧନୀର କୁଟୁମ୍ବରେ ଏହିପରି ସଦାଲାଗିଅଛି ବୈରିପଣ ।ଦିନେ ଶଶିପ୍ରଭା ଅଦ୍ଭୁତ ସ୍ୱପନଦେଖିଲା ରଜନୀଶେଷେ,ଆଚମ୍ବିତେ ଆସି ଆରାଧ୍ୟ ଦେବତାଉପବିଷ୍ଟ ଦିବ୍ୟବେଶେ ।ସୁଶ୍ୟାମଳ ରୂପ ଅତସୀ କୁସୁମ-ଆଭାକୁ ଦିଏ ଧିକ୍କାର,ବିଜଡ଼ିତ କଟୀ- ତଟେ ପୀତବାସବାରିଦେ ବିଦ୍ୟୁ ପ୍ରକାର ।ନିଶା ଅନ୍ଧକାର ହେଳେ ତଡ଼ୁଅଛିସ୍ପୁରି ପ୍ରଭା ଅପଘନୁବକ୍ଷ ବିଲମ୍ବିତ ବନମାଳା ଯଥାନୀଳ ନଭେ ଇନ୍ଦ୍ରଧନୁ ।ଶଙ୍ଖ ଚକ୍ର ଗଦା ଶତଦଳ ପଦବିଶୋଭିତ ଚତୁଷ୍କରେ,ଶିଖଣ୍ଡ-ମଣ୍ଡିତ କନକ କିରୀଟଝଟକେ ମସ୍ତକୋପରେ ।ଶ୍ରୁତିଯୁଗେ ଦୋଳେ ମକର-କୁଣ୍ଡଳବିଜୁଳି ବର୍ଣ୍ଣ ଝଟକ,ବକ୍ଷେ ବିରାଜଇ ଶରିଦିନ୍ଦୁଜିତକୌସ୍ତୁଭ ମହାପଦକ ।ଏସନ ବେଶରେ ଅଗ୍ରେ ଉଭା ହୋଇବାଳାକୁ କହିଲେ ଡାକି,‘‘କିପାଁ ଦିବାନିଶି ଝୁରୁଛୁ ମାଆ ଲୋଲୋତକେ ପୂରାଇ ଆଖି ।ଅଦୂର ଭବିଷ୍ୟେ ଘଟିବ ତୋ ଭାଗ୍ୟେଇଷ୍ଟସିଦ୍ଧି ସୁଖଭୋଗ,ଶାନ୍ତି ମହୌଷଧି ସେବନେ ତୁ ଏବେକର ଦୂର ଚିନ୍ତାରୋଗ ।ଆବଲ୍ୟରୁ ସେବି ଭକ୍ତି-ଡୋରେ ତୁହିବାନ୍ଧିଛୁ ମୋର ହୃଦୟ,ସେହି ପୁଣ୍ୟବଳେ ଅନ୍ତେ ମୋ ସନ୍ନିଧିଲଭିବୁ, ନାହିଁ ସଂଶୟ ।ଦୂଃଖ-ନିଶି ତୋର ପାହିଲାଣି, ଆଶୁଲଭିବୁ ଦିବ୍ୟ ନନ୍ଦନ,’’ଏତେ କହି ପ୍ରଭୁ ଭକ୍ତଚିନ୍ତାମଣିହେଲେ ଖରେ ଅଦର୍ଶନ ।ଧନ୍ୟ ଧନ୍ୟ ହରି ଦୀନଜନ ବନ୍ଧୁଅପାର ତୁମ୍ଭ କରୁଣା,ତୁମ୍ଭ କୃପା ବିନା ଦୂଃଖୀ ଦୂଃଖଭାରକେ କରିପାରେ କି ଉଣା ?କରେ ଯେ ଏକାନ୍ତେ ତବ ପଦାଶ୍ରୟକି ଅଭାବ ଭବେ ତାର,ନୁହଇ କି ତୃଷା ଦୂର, ଆଶ୍ରା କଲେସୁଧାପୂର୍ଣ୍ଣ ଅକୂପାର ।ନିଦ୍ରାଶେଷେ ବାଳା ସ୍ୱପ୍ନକଥା ହେଜିଶଯ୍ୟାରୁ ଉଠି ଚଞ୍ଚଳ,ସ୍ୱାମୀ ସନ୍ନିଧାନେ ଆମୂଳ ବୃତ୍ତାନ୍ତବର୍ଣ୍ଣିଲା ସୁଖେ ସକଳ ।ରହିଥିଲେ ମୃତ ପ୍ରାୟ ପୀତାମ୍ବରଚିନ୍ତା-ଅସ୍ତ୍ର ହୃଦେ ହାଣି,ସଞ୍ଜୀବନୀ ମନ୍ତ୍ର ପ୍ରାୟ ହେଲା ତାଙ୍କୁଶଶିପ୍ରଭା ସ୍ୱପ୍ନବାଣୀ ।ପୁତ୍ରଲାଭ ବର ଶୁଣି ପୀତାମ୍ବରହେଲେ ଅତି ହୃଷ୍ଟମନ,ନିଦାଘ ତୃଷାର୍ତ୍ତ ଚାତକ କର୍ଣ୍ଣେ କିଶୁଭିଲା ଘନ ଗର୍ଜନ ।ସେହି ଦିନୁ ଦ୍ୱିଜ ମଣିଲେ ସେ ବାଣୀବିଶ୍ୱାସ ସହ ଆଶ୍ୱାସ,ମୂଳକାର୍ଯ୍ୟ ସିନା ଅଟଇ ବିଶ୍ୱାସଅବିଶ୍ୱାସେ କାର୍ଯ୍ୟ ନାଶ ।ଜାଣିଲେ ଉଇଁବ ଅବିଳମ୍ବେ ଭାଗ୍ୟେସୁଖ-ନଳିନୀ-ନାୟକ,ଫୁଟିଯିବ ଏବେ ଆଶା-ବ୍ରତତୀରେମନୋରଥ ମଣିବକ ।ଧନ୍ୟ ଆଶା ତୋର ଅଦ୍ଭୁତ କ୍ଷମତାପଟାନ୍ତର ତାକୁ କାହିଁ,କି ଔଷଧ ବଳେ ଶୁଷ୍କ ପ୍ରାଣକୁ ତୁମୁହୂର୍ତ୍ତେ ଦେଉ ଜୀଆଇ ।ମରୀଚିକା ପ୍ରାୟ ମନୋମୃଗକୁ ତୁଭୁଲାଉ କରି ଛଳନା,ଶୂନ୍ୟେ ଶୂନ୍ୟେ କାହିଁ ଘେନି ଯାଇ ପୁଣିଶେଷେ କରିଦେଉ ବଣା ।କିଛିକାଳ ପରେ ପ୍ରସବିଲା ବାଳାସୁତ ସୁଲକ୍ଷଣବନ୍ତ,ଅନନ୍ତ ପ୍ରସାଦୁ ଜାତ ବୋଲି ପିତାନାମ ରଖିଲେ ଅନନ୍ତ ।ଦିବ୍ୟ ପୁତ୍ର ଲଭି କଲେ ସେ ଦମ୍ପତିଆନନ୍ଦ-ସଲିଳେ ସ୍ନାନ,ଦୁଃଖେ ମ୍ରିୟମାଣ ଜନ୍ମ ଅନ୍ଧ ଦୈବେପାଇଲା କି ଚକ୍ଷୁଦାନ ।ଅଥବା ଦରିଦ୍ର ନିଧି ପାଇ ଯଥାମଣେ ପରମ ଆହ୍ଲାଦ,କି ଅବା ଯେସନ ବ୍ରହ୍ମଧ୍ୟାୟୀ ଯୋଗୀଲଭି ବିଭୁ ପୁଣ୍ୟପାଦ ।ଶଶିକଳା ବୃଦ୍ଧି ସଙ୍ଗେ ଦିନୁ ଦିନୁଯେସନ ବଢ଼େ ସାଗର,ତନୟ ବୃଦ୍ଧିରେ ବଢ଼ିଲା ତେସନସ୍ନେହ ପିତାମାତାଙ୍କର ।ସର୍ବ ସମ୍ପତ୍ତିରୁ ସାର ଅଟେ ଏକାଜଗତେ ପୁତ୍ର ସମ୍ପତ୍ତି,ଦେହରକ୍ଷା ପାଇଁ ଆନ ଧନ, ପୁତ୍ରଧନେ ନର୍କୁ ଅବ୍ୟାହତି ।ବଢ଼ିଲା ବାଳକ- ପ୍ରତି ପିତୃସ୍ନେହଅଗାଧ ସିନ୍ଧୁ ସମାନ,କିନ୍ତୁ ତାହାଠାରୁ ବଳି ମାତୃସ୍ନେହସହସ୍ର ଗୁଣେ ମହାନ ।ଅନ୍ଧଜନ ଯଥା ଯଷ୍ଟିଖଣ୍ଡି ହସ୍ତେଧରିଥାଏ ନିରନ୍ତର,ଶୟନ ଭୋଜନ କାଳରେ କଦାପିନ କରେ ପାଶୁ ଅନ୍ତର ।ତଥା ଶଶିପ୍ରଭା ପାଖରୁ ଅନ୍ତରନ କରେ କୁମରମଣି,ତଳେ ଛଡ଼ା ହେଲେ ଝୁରଇ ଆତୁରେଯେହ୍ନେ ମଣିହରା ଫଣୀ ।ନିଦ୍ରିତାବସ୍ଥାରେ ସ୍ୱପନେ ଯଦ୍ୟପିନ ଦେଖଇ ପୁତ୍ରମୂଖ,ଉଠି ବସେ ଖରେ ଶିରେ ବଜ୍ରାଘାତପ୍ରାୟ ମଣି ଘୋର ଦୁଃଖ ।ବୟୋବୃଦ୍ଧି ସହ ବଢ଼ିଲା କୁମରଅତିକ୍ରମି ବାଲ୍ୟସୀମା,ଛାଡ଼ିଗଲା କ୍ରମେ ପିତାମାତା ହୃଦୁଦୁଃଖ-ତିମିର-କାଳିମା ।ସ୍ୱଳ୍ପକାଳ ମଧ୍ୟେ ହେବାରୁ ଅନନ୍ତଜାତୀୟ ପାଠେ ନିପୁଣ,ଯଥାକାଳେ ଆସି ଆଶ୍ରିଲେ ହୃଦୟବିନୟାଦି ଶୁଭଗୁଣ ।ଶାସ୍ତ୍ରପାଠେ ସେହୁ ତୋଷୁଥିଲା ସଦାଜନକଜନନୀ ଚିତ୍ତ,ଧର୍ମେ ମତି ରଖି ସାଧୁଥାଏ ପୁଣିପ୍ରାଣପଣେ ପରହିତ ।ରୂପେ ଗୁଣେ ଶୀଳେ ହେଲା ପୁତ୍ରମଣିପିତା ସମ ଅବିକଳ,ରସାଳ ପାଦପେ ଫଳିବ ବା କାହିଁକଷାୟ କେନ୍ଦୁକ ଫଳ ।ଧାର୍ମିକ ପଣ୍ଡିତ ଗୁଣୀ ପତିପୁତ୍ରେଲଭି ଶଶିପ୍ରଭା ସତୀ,ମହୋଲ୍ଲାସେ ମଣୁ- ଥାଏ ଆପଣାକୁନାରୀକୁଳେ ଭାଗ୍ୟବତୀ ।ବଢ଼ି ଆସୁଥିଲା ହୃଦ-ବନେ ତା’ରଦିନୁ ଦିନୁ ସୁଖ-ତରୁ,କେ ଜାଣିଥିଲା ସେ ଦୁଃଖ-ଝଞ୍ଜାବାତେଉପୁଡିଯିବ ମୂଳରୁ ।
ତୃତୀୟ ସର୍ଗ
ଦିନେ ପୀତାମ୍ବର ସାନ୍ଧ୍ୟକୃତ୍ୟ ସାରିଜପୁଥିଲେ ବସି ମାଳ,ନିୟତିବଶରୁ ଏ କାଳେ ତାହାଙ୍କୁଆକ୍ରମିଲା ଆସି କାଳ ।ଶରୀର ଥରିଲା ରୋମାଞ୍ଚିତ ହେଲାବଦନୁ ବହିଲା ଝାଳ,ନମ୍ର ହେଲା କ୍ରମେ ଗ୍ରୀବାଦଣ୍ଡ ଯଥାଅନିଳାଘାତେ ମୃଣାଳ ।ପରିଜନେ ଯେତେ ଉପଚାର କଲେହେଲା ସବୁ ଅକାରଣ,ଶୃଙ୍ଖଳୁ ଫିଟିଲେ ମତ୍ତ ମତଙ୍ଗଜମାନେ କି ଆଉ ବାରଣ ।ଚାହୁଁ ଚାହୁଁ ଆହା ଅଲକ୍ଷିତେ ଦେହ--ପିଞ୍ଜରୁ ଜୀବନ-ପକ୍ଷୀ,ଉଡ଼ିଗଲା ମାୟା- ଶିକୁଳି ଛିଣ୍ଡାଇଆଗତ ସ୍ଥାନକୁ ଲକ୍ଷି ।ମହୂର୍ତ୍ତକେ ତନୁ ଫିକା ପଡ଼ିଯାଇଭଜିଲା ଧରଣୀ ତଳ,ଶୋଷିନେଇ ଶଂସ କାଳ-ଗଜ ଫିଙ୍ଗି-ଦେଲା କି କଇଥ ଫଳ ।ଅନ୍ତଃପୁର ମଧ୍ୟୁ ସଘନେ ଉଠିଲାକରୁଣ ବିଳାପ ଧ୍ୱନି,ଧୈର୍ଯ୍ୟ-ଗଣ୍ଠିଛିଡ଼ା ସେ ଧ୍ୱନି ଶୁଣିଲେତରଳିଯିବ ଅଶନି ।ପତିହୀନା ହୋଇ ସତୀ ଶଶିପ୍ରଭାବିଳପିଲା ଉଚ୍ଚସ୍ୱରେ,ହା ହା ପ୍ରାଣନାହା କାହିଁ ଗଲ ମୋତେଭସାଇ ଶୋକ-ସାଗରେ ।ଉଚିତ କି ପ୍ରଭୁ ଦାସୀ ପ୍ରତି ହେବାଅଦୋଷେ ଏଡ଼େ ନିର୍ଦ୍ଦୟ,ସ୍ୱଚ୍ଛୋଦ କରୁଣା--- ନିର୍ଝରୁ ଝରେ କିନିରାଶ-ଆବିଳ ପୟ ।ଅନ୍ତିମ ସମୟେ ଇଷ୍ଟମନ୍ତ୍ର ତୁଲେଜପି ଜପି ତୁମ୍ଭ ନାମ,ପ୍ରାଣ ପରିହରି ସେ ସୁକୃତି ଫଳେଲଭିବି କୈବଲ୍ୟ ଧାମ ।ହୃଦୟ-ଉଦ୍ୟାନେ ରୋପିଥିଲି ଏହିସୁବର୍ଣ୍ଣ ଆଶା-ବଲ୍ଲରୀ,କାଟିଦେଲା ଆହା ସମୂଳେ ତାହାକୁକାଳ ବଲ୍ମୀକ ମତ୍ସରୀ ।ଏତେ କୂଟ ମନେ ଥାଉଁ କିପାଁ କଲପ୍ରଣୟ-ଡୋରେ ବନ୍ଧନଦୁଇ ଦିନ ପାଇଁ ସମର୍ପିଥିଲି କିଶ୍ରୀପଦେ ଜୀବନମନ ।ବୃଥା ମଣୁଥିଲି ପରେ ଆପଣାରଉଲ୍ଲାସେ ଫୁଲାଇ ଛାତି,ଦିନ ବୋଲି ଯାକୁ ସ୍ୱପ୍ନେ ଦେଖୁଥିଲିସେ ସିନା ଉଆଁସ ରାତି ।ଏହା ଜାଣିଥିଲେ ହୋଇ ନ ଥା’ନ୍ତି ମୁଁଆଶାର ପରିଚାରିକା,ଦୁରୁ ଦେଖି ଯାକୁ ମଣୁଥିଲି ଜଳସେ ସିନା ମୃଗତୃଷ୍ଣିକା ।ଧୂଳିଖେଳେ ମାତି ହୁଡ଼ିଗଲି ଆହାମୂଳ ଦୀକ୍ଷାମନ୍ତ୍ର-ବୀଜ,ବୃଥାରେ ସିନା ମୁଁ ଆଚରୁଣଥିଲିଏ ଲାଭଶୂନ୍ୟ ବଣିଜ ।ଜୀବିତ ଜୀବନେ ହେଉଥାନ୍ତା ଯେବେଗତାୟୁ ପ୍ରାଣ ସଞ୍ଚାର,ଅକାତରେ ତେବେ ସମର୍ପିଦିଅନ୍ତିମୁହିଁ ଏ ଜୀବନ ଛାର ।ମୁଁ ମଲେ ମୋ ପରି କେତେ ପରିବାରୀମିଳନ୍ତେ ପ୍ରଭୁ ପୟରେ,ସିନ୍ଧୁ ଆଶ୍ରା ସିନା ଲୋଡ଼ନ୍ତି ସତତସଜଳା ନଦୀନିକରେ ।ହେ ନିଳାଦ୍ରିପତି ଦୀନ ଜନ ପ୍ରତିକିପାଇଁ ଏଡ଼େ ନିର୍ଦ୍ଦୟ,ପୂରି ନାହିଁ କଳ୍ପ ତେବେ କିପାଁ ପ୍ରଭୁସୃଷ୍ଟିକୁ ନାଶେ ପ୍ରଳୟ ।ଆସି ନାହିଁ କିଛି ଏ ସଂସାରେ ମୁହିଁତବ ପଦେ କରି ଅଳି,ନିଜେ ଜନ୍ମଦାତା ହୋଇ ଦେବ କିପାଁବିହିଲ କଷ୍ଟ ଏଭଳି ।ଏହି ବିଧି ପରା ସୃଜି ଦୟାନିଧିବୋଲାଅ ଜଗତ ବିଧି,ପ୍ରତାରଣା ପାଇଁ ସ୍ୱପ୍ନେ ଅର୍ପ କିପାଁଦରିଦ୍ର ହସ୍ତରେ ନିଧି ।ଛାର ନାରୀ ହୋଇ କେମନ୍ତ ବୁଝିବିଏ ତୁମ୍ଭ ଗୂଢ଼ କପଟ,ନିଜେ ଅଧିକାର ଦେଇ ଶେଷେ ପୁଣିଲଗାଅ ଭଗାରୀ ହଟ ।ଏତିକି କେବଳ ଲାଭ ସିନା ପ୍ରଭୁଦୀନପ୍ରତି ହୋଇ ବାମ,ଦୀନବନ୍ଧୁ ଆଖ୍ୟା ବଦଳେ ବହିଲଦୀନ-ପ୍ରପୀଡ଼କ ନାମ ।ସ୍ୱାମୀ-ଶଶୀ ଦେଖି କୁମୁଦିନୀ ପ୍ରାୟଯାପୁଥିଲି ସୁଖେ କାଳ,କେଡ଼େ ବେଗେ ଆହା ଗ୍ରାସିଲା ସେ ସୁଖେଦୁର୍ଭାଗ୍ୟ-ରାହୁ ଚଣ୍ଡାଳ ।ଏହିପରି କାନ୍ଦି ଲୋଟୁଥିଲା ବାଳାଯେସନେ ଲୋଟଣୀ ପାରା,ପ୍ରସ୍ରବଣ ପ୍ରାୟ ଝରୁଥାଏ ନେତ୍ରୁଅବିରଳ ଅଶ୍ରୁଧାରା ।କାନ୍ଦୁ କାନ୍ଦୁ ତା’ର ହୃଦୟ-ସାଗରୁକରାଳ ଶୋକ-ଲହରୀ,ପ୍ରବଳ ବେଗରେ ଉଠି ବୁଡ଼ାଇଲାଦଣ୍ଡକେ ଚେତନା-ତରୀ ।କ୍ରମେ କ୍ରମେ ତହୁଁ ଆକ୍ରମିଲେ ଆସିସାତ୍ତ୍ୱିକ ଶୋକ ସଙ୍ଗାତ,ଏହିପରି ସିନା ଦୁର୍ବଳ ପୀଡ଼ନେଦକ୍ଷ ପ୍ରବଳର ହାତ ।ସାତ୍ତ୍ୱିକ ପରଶେ ସତୀ-ଶିରୋମଣିପୋତିଲା ତଳକୁ ମଥା,ପ୍ରଭାତେ ମିହିର- କିରଣ ପରଶେସରେ କୁମୁଦିନୀ ଯଥା ।ତଡ଼ିଦେଲା ସ୍ମୃତି ଘଡ଼ିକେ ମୂର୍ଚ୍ଛାରମଧୁର ମାଦକ ନିଶା,ସ୍ମୃତି, ମୂର୍ଚ୍ଛାବେନି ମଧ୍ୟେ ସଦାକାଳେଲାଗିଛି ଭଗାରୀ ହିଂସା ।ମୂର୍ଚ୍ଛାତୁଲେ ଆହା ଦୁଃଖୀର ସହାୟକେ ଅଛି ସଂସାରେ ଆଉ,କେଉଁ ପଉରୁଷ ଲାଭ ଆଶେ ସ୍ମୃତିସାଧେ ତାହା ସଙ୍ଗେ ଦାଉ ।ପ୍ରତିବେଶୀ ଜନେ ତୋଳି ଧରି କଲେସଲିଳ ମୁଖେ ସେଚନ,ଶୋକକ୍ଷୟ ପାଇଁ ପ୍ରବୋଧି କହିଲେମଧୁରେ ଧୀରେ ଏସନ,-‘‘କିପାଇଁ ମାଆ ଲୋ ଶୋକେ ଝୁରୁଅଛୁଉପୁଜେ ଶୋକୁଁ ସନ୍ତାପ,ତ୍ରିଦୋଷ ରୋଗୀର ଅନ୍ତର୍ଦାହ ସିନାବଢ଼ାଏ ଅନଳତାପ ।ଯେତିକି ଚାଳିବ ତେତିକି ବଢ଼ିବଶୋଚନା, କଳହ, କଣ୍ଡୁ,ମୂର୍ଚ୍ଛାରୋଗେ ଅବା ବିନାଶିବ କାହିଁପ୍ରତୀବ୍ର ଅମଳ ଚଣ୍ଡୁ ।ଅନିତ୍ୟ ସଂସାରେ ସକଳ ଅନିତ୍ୟଯଥା ବିଜୁଳି ଆଲୋକ,ଏହା ଜାଣି ଶୁଣି କିପାଇଁ ହୃଦୟେପୋଷୁଅଛ ବୃଥା ଶୋକ ।ଜନ୍ମିଲେ ମରଣ ନିଶ୍ଚୟ ଘଟିବଏ ଅଟେ ଶ୍ୱାଶତ ପ୍ରଥା,ଜଗତେ କାହାରି ଶକ୍ତିରେ ସେ ବିଧିହେବାର ନୋହେ ଅନ୍ୟଥା ।ଆଜି ଯେ ବୀରେନ୍ଦ୍ର ବୀର୍ଯ୍ୟ ପ୍ରତାପରେଟଳମଳିପାରେ କ୍ଷିତି,ନିୟତି ଶାସନେ ହେଉଛି ସେ କାଲିଶମନପୁରେ ଅତିଥି ।ଯେଠାରେ ସଂଯୋଗ ସେଠାରେ ଅଲକ୍ଷ୍ୟେବିଯୋଗ ଅଛି ଅବଶ୍ୟ,ପାଣି ଫୁଟୁକାର ସମାନ ସିନା ଏମାୟା ସଂସାର ରହସ୍ୟ ।ଚିରଜୀବୀ କେହି ନୁହନ୍ତିଟି ଭବେକିଛିହିଁ ନୁହଇ ଚିର,ଯଥାକାଳେ ଲୀନ ହୋଇଯିବ ପଞ୍ଚ-ଭୂତେ ଭୌତିକ ଶରୀର ।ଯେକାଳେ ପ୍ରାଣୀଏ ବିଶ୍ୱାତ୍ମା ସମୀପୁଁଆସିଲେ ଏହି ସଂସାରେ,ସଂସାରେ ନୁହେଁ ସେ ଆସିଲେ ସେ କାଳଶମନର ଅଧିକାରେ ।ଭବ-ପାରାବାରେ ମାୟା-ଭଉଁରୀରେଘୂରି ଘୂରି କେତେ ଦିନ,କର୍ମ ଅନୁସାରେ ଫଳ ଭୁଞ୍ଜି ଶେଷେକାଳଗର୍ଭେ ହେବେ ଲୀନ ।ଯକ୍ଷପତି ସମ ସଙ୍ଗତି ସମ୍ପନ୍ନରତ୍ନେ ଯା ଅଙ୍ଗ ଭୂଷିତ,ସମୟ ଗତିରେ ହେବ ସେହି ଦିନେକାଳତୁଣ୍ଡେ କବଳିତ ।ଭିକ୍ଷାଝୁଲି କାନ୍ଧେ ଘେନି ଯେ ଭିକ୍ଷାଶୀଦ୍ୱାରେ ଦ୍ୱାରେ ବୁଲେ ଯାଇ,କାଳ ପୂର୍ଣ୍ଣ ହେଲେ ଜୀବନ ତାହାରଘେନିଯିବ ପ୍ରେତସାଇଁ ।ଅନ୍ନବସ୍ତ୍ର ଦାନେ ସତ୍କାରେ ଅତିଥିନିତି ନିତି ଯେଉଁ କୃତୀ,ତା ପୁଣ୍ୟ ଶରୀର ହେବ ଦିନେ ଆହାଚିତା-କୁଣ୍ଡେ ପୂର୍ଣ୍ଣାହୁତି ।ଘୂରୁଛି କରାଳ କାଳଚକ୍ର ସଦାସମସ୍ତଙ୍କ ଶିରୋପରେ,ଭବିତବ୍ୟ ଫଳ ନୋହିବ ଅନ୍ୟଥାକଦାଚ କାହା ବଳରେ ।ବ୍ୟର୍ଥ ବେଦନାରେ ଘାରିହେଉ କିପାଁନ ବୁଝି ସଂସାର ଗତି,ବିଚାର ଦେଖ ତୁ ପିତାମାତା ତବକାହିଁଛନ୍ତି ଗୁଣବତି ?କାହିଁଗଲେ ଆହା ଉତ୍କଳ-ଗୌରବକେଶରୀ ବଂଶ-କେଶରୀ,ଯଯାତି, ଲଲାଟ, ମରକତ ଆଦିମାତୃଅଙ୍କ ଶୂନ୍ୟ କରି ।ପବିତ୍ର ଜାହ୍ନବୀ- ବଂଶ-ଅବତଂସଗଙ୍ଗେଶ୍ୱର ମହୀପାଳ,ଗଙ୍ଗା ଗୋଦାବରୀ ମଧ୍ୟେ ଉଡ଼ୁଥିଲାଯାହାଙ୍କ ଜୟ-ଚିରାଳ ।ନରେନ୍ଦ୍ର-ବାଞ୍ଛିତ ଗୁଣେ ବିଭୂଷିତନୃପତି ଅନଙ୍ଗଭୀମ,ନୀଳାଚଳ ଧାମେ ବିରାଜେ ଯାହାଙ୍କକୀର୍ତ୍ତିରାଜି ଅପ୍ରତିମ ।ଶତ୍ରୁ ଦର୍ପହାରୀ ବୀରେନ୍ଦ୍ର ମଉଳି-ମୁକୁଟ-ଭୂଷଣ-ହୀରନରସିଂହ ଦେବ, ତୋଳାଇଲେ ଯେହୁକୋଣାର୍କେ ଅର୍କମନ୍ଦିର ।ଯହିଁରେ ଉତ୍କଳ- ଶିଳ୍ପୀ ଦେଖାଇଲେଶିଳ୍ପବିଦ୍ୟା ଶେଷସୀମା,ପୁରାକାଳେ ଊଣା ଥିଲା କି କାହିଁରେଉତ୍କଳମାତା-ମହିମା ।ଭାସିଯାଇଅଛି କାଳସ୍ରୋତେ ବହୁ-ଦିନୁଁ ସେ ମନ୍ଦିର ସତ୍ତା,ଭଗ୍ନ ମୁଖଶାଳା ଦେଖାଉଛି ଏବେପାନ୍ଥେ ଭବ-ନଶ୍ୱରତା ।ବୈଷ୍ଣବଧର୍ମର ପ୍ରଭାବୃଦ୍ଧିକାରୀପ୍ରତାପୀ ପ୍ରତାପରୁଦ୍ର,ବୈଷ୍ଣବୀ ଭକ୍ତିରେ ସମ ଏକା ଯାଙ୍କୁପରମ ବୈଷ୍ଣବ ରୁଦ୍ର ।ଯାହାଙ୍କ ଆଜ୍ଞାରେ ବୈତରଣୀ ବକ୍ଷେମନ୍ଦିର ହେଲା ପ୍ରସ୍ତୁତ,ଯେ ମନ୍ଦିରେ ମୁଦେ ବସନ୍ତି ଅଦ୍ୟାପିବରାହରୂପୀ ଅଚ୍ୟୁତ ।ଶ୍ରୀମୁକୁନ୍ଦ ଦେବ ଉତ୍କଳ ଖଣ୍ଡରଶେଷ ସ୍ୱାଧୀନ ସମ୍ରାଟ,ବଙ୍ଗେ ଯାହାଙ୍କର ମୂର୍ତ୍ତିମତୀ କୀର୍ତ୍ତିବିରାଜେ ତ୍ରିବେଣୀ ଘାଟ ।ଏହିପରି କେତେ ମହାତ୍ମାଏ ଗଲେକାଳ ତରଙ୍ଗରେ ମିଶି,ଗତଜୀବ ଲାଗି ବୃଥା କିପାଁ ସତିଶୋକ କରି ଦିବାନିଶି ।ସ୍ରୋତେ ଦୁଇ ଖଣ୍ଡି କାଷ୍ଠ ଭାସି ଆସିମିଶିଯାଏ ଅକସ୍ମାତ,ମୁହୂର୍ତ୍ତକ ପରେ ଅଲଗା ତାହାକୁକରିଦିଏ ପୁଣି ବାତ ।ଏହିପରି ସିନା ଭବାର୍ଣ୍ଣବେ ସର୍ବ-ପରିଜନ ସମାଗମ,ଅହୋ କି ଅଦ୍ଭୁତ ଏହା ଜାଣି ପ୍ରାଣି-ହୃଦ ନ ତୁଟଇ ଭ୍ରମ ।ଜନନୀ ପିଅର ପତିପୁତ୍ର ପୁଣିଆଉ ଯେତେ ପରିବାର,ମନେ ବିଚାରିଣ ଦେଖ ସୁଲୋଚନେନୁହନ୍ତି କେହି କାହାର ।କ୍ଷଣିକ ସଂଯୋଗ ସଦା ବିଭିନ୍ନତାକାହାକୁ ନାହିଁ ଅଜଣା,ତଥାପି ମାନବେ ସଂସାର କୁହୁକେପଡ଼ି ହେଉଛନ୍ତି ବଣା ।କେ କାହାର ପତି କେ କାହାର କନ୍ୟାକେ ପୁଣି କାହା ତନୟ,ପଥିକ ପରାୟେ ଭବପାନ୍ଥଧାମେପରେ ପରେ ପରିଚୟ ।ଆପଣା ଶରୀର ରଖିବାକୁ ମଧ୍ୟନାହଁ ଶକ୍ତି ଆପଣାର,ପର ଲାଗି ତେବେ ଶିରେ ବହୁ କିପାଁବ୍ୟର୍ଥ ଯନ୍ତ୍ରଣାର ଭାର ।ଶୋକ ପରିହରି ଧୈର୍ଯ୍ୟ ଅବଲମ୍ବିସୁନିଶ୍ଚଳ କର ମତି,ବୃଥା ଶୋକେ ଆଉ ଗତ ଆତ୍ମା କାହଁବାହୁଡ଼ି ଆସିବ ସତି !
ଚତୁର୍ଥ ସର୍ଗ
ଏହିପରି କେତେ ରୂପେ ପ୍ରବୋଧିଲେଜ୍ଞାତିପ୍ରତିବେଶିଗଣ,କିନ୍ତୁ ସେ ସକଳ ପ୍ରୟାସ ତାଙ୍କରହେଲା ମାତ୍ର ଅକାରଣ ।ଜ୍ଞାନ-ଅସ୍ତ୍ରେ ବାଳା ଭବ-ବନ୍ଧନକୁହେଳେ ପକାଇଲା କାଟି,ପୂର୍ବେ ସୁନା ବୋଲି ମଣୁଥିଲା ଯାକୁଏବେ ସେ ଦିଶିଲା ମାଟି ।ଯେ କୁମରେ ତିଳେ ନ ଦେଖିଲେ ମଣେଦଶଦିଗ ଅନ୍ଧକାର,ଅଲକ୍ଷ୍ୟେ ତା’ଠାରୁ ବାତ୍ସଲ୍ୟ ମମତାକରିନେଲା ପ୍ରତ୍ୟାହାର ।ସୁମତି-ମୁକୁରେ ଦେଖିଣ ସମ୍ମୁଖେନଶ୍ୱରତା ପ୍ରତିଚ୍ଛାୟା ।ହୃତଗତେ ବାଳା ଭାଳିଲା ଏସନଉପେକ୍ଷି ସକଳ ମାୟା ।ବୃଥା ସିନା ମୁହିଁ ଶୋକେ ଝୁରି ଝୁରିବଢ଼ାଉଛି ମୋହଭାର,ଶୋକ-ବୀଚି ଆଶ୍ରେ କେ କାହିଁ ତରିଛିଭବ-ମହାଅକୂପାର ।କର୍ମମୟ ଭବ କର୍ମକ୍ଷେତ୍ର ସିନାନିଖିଳ ପ୍ରାଣିକୁଳର,ଚିର ବିଶ୍ରାମର ଆଶ୍ରମ ବୋଲିଣମଣେ ତା’କୁ ଭ୍ରାନ୍ତ ନର ।ସନ୍ତାପିତ ପ୍ରାଣ ଭବ ଉଷ୍ଣଜଳେହେବାର ନୁହେଁ ଶୀତଳ,ଶମଇ ସିନା ତା ନିତ୍ୟଧାମଧର୍ମ-ବିଶଦ ବାରି କେବଳ ।ନିରଙ୍କୁଶ ଆଶା- ପିପାସା ତ କେବେନୁହଇ ମନୁ ନବାରି,ଯେତେ ନିବାରିଲେ ପଛୁ ଧରି ମାୟାଅଲକ୍ଷ୍ୟେ ନିଏ ଓଟାରି ।ଇହପରକାଳେ ପତିପଦସେବାନାରୀର ପରମ ଧର୍ମ,ପତିହୀନା ହୋଇ ବୃଥା ପ୍ରାଣ ଧରିଅରଜିବି କେଉଁ କର୍ମ ।ପତି ମୋର ପ୍ରାଣ ପତି ମୋର ଧ୍ୟ୍ୟାନପତି ମୋ ଜ୍ଞାନ ମୁକତି,ପତି ଇହକାଳ ପତି ପରକାଳପତି ମୋ ପରମ ଗତି ।ପତିସେବା ପାଇଁ ଯିବି ପରଲୋକେତାଙ୍କ ପଦ ଅନୁସରି,ଘଟିଲା ତାହାଙ୍କ ଭାଗ୍ୟେ ଯେଉଁ ଦିଶାସେ ଦଶା ଧ୍ରୁବ ମୋହରି ।ଅସାର ସଂସାର ସୁଖ ପ୍ରତି ତିଳେନାହିଁ ଆଉ ମୋର ମାୟା,ସୁଖ ବୋଲି ଯାକୁ ବୋଲନ୍ତି ସେ ସିନାଦୁଃଖର ଦାରୁଣ ଛାୟା ।ଦୟିତ ହରାଇ ପ୍ରାଣରଙ୍କ ହେବିସେ ସୁଖରେ କେଉଁ ଫଳ,ଘନଧାରାପାୟୀ ଚାତକିନୀ କେବେଲୋଡ଼େ ପଲ୍ୱଳ ଜଳ ।ଆଜି ମଧ୍ୟାହ୍ନରେ ଖେଳୁଥିଲା ମୋରପୁରେ ଆନନ୍ଦ-କଲ୍ଲୋଳ,ଦିନାନ୍ତେ ସେ ପୁରୁ ଉଠୁଅଛି ଆହାଶୋକର କରୁଣ ରୋଳ ।ଏହିପରି ଦଗ୍ଧ କ୍ଷଣସ୍ଥାୟୀ ସୁଖେପରିପୂର୍ଣ୍ଣ ଭୂମଣ୍ଡଳ,ସୁଧା ବୋଲି ତାକୁ ଭ୍ରମେ ମଣେ ନରକିନ୍ତୁ ସେ ତୀବ୍ର ଗରଳ ।ପରିଦୃଶ୍ୟମାନେ ଏ ବିଶ୍ୱ ଭୁବନକେବଳ ମିଥ୍ୟା କଳ୍ପନା,ନାସ୍ତିତ୍ୱେ ଅସ୍ତିତ୍ୱ ଆରୋପଣ ସିନାମାୟାର ଖାଲି ଛଳନା ।ଆକାଶର ବର୍ଣ୍ଣ ନ ଥିଲେହେଁ ତାହାଦିଶେ ଯଥା ଗାଢ଼ ନୀଳ,ସେରୂପେ ଅରୂପ ହୋଇ ରୂପବନ୍ତଦିଶେ ଏ ଭବ ଅଖିଳ ।ଅନିତ୍ୟ ସସାଂରେ ନିତ୍ୟସୁଖ ଯେହୁକରୁଥାନ୍ତି ଅନ୍ୱେଷଣ,ଜଳଭ୍ରମେ ସିନା କରନ୍ତି ସେ ମୂଢ଼େକୁହୁଡ଼ିରେ ସନ୍ତରଣ ।ନାହିଁ ଯେ ସ୍ଥାନରେ ଦ୍ୱେଷ, ହିଂସା, ବ୍ୟାଧି,ଜରା, ମୃତ୍ୟୁ, ଶୋକ, ଭୟ,ମାନବାତ୍ମା ତହିଁ ଭଜଇ ବିଲୟସେହି ସ୍ଥାନ ସଖମୟ ।ଚାହୁଁ ଚାହୁଁ ଆସି ଭୋଗ ହୋଇଗଲାଯାମିନୀ ପ୍ରଥମ ଯାମଦିବସ ଚହଳ ଜନ-କୋଳାହଳଲଭୁଛି କ୍ରମେ ବିରାମ ।ଶୁଭିଲା ଚୌଦିଗୁ ନିଶି-ଯାମଘୋଷୀଫେରବ ଭୈରବ ରବ,କୁହାଟିଲେ କିବା ରଜନୀ-ରାଣୀଙ୍କପ୍ରତିହାରିବର୍ଗ ସର୍ବ ।ତରୁଶାଖେ ବସି ଡେଣା ଝାଡ଼ି ଝାଡ଼ିରଟିଲେ ଉଚ୍ଚେ କୌଶିକେ,ଯାମିନୀ-ଝୁଣ୍ଟିଆ ପରି ଝୁଣୁଝୁଣୁନିଃସ୍ୱନେ ସ୍ୱନିଲେ ଝିଙ୍କେ ।ସଧୀରେ ଶୀତଳ ସମୀର ସଞ୍ଚରେପୁଷ୍ପ ପରିମଳ ହରି,ଏହିରୂପେ ବଳେ ହରିନିଏ ସିନାଦୁର୍ବଳ ବିତ୍ତ ମତ୍ସରୀ ।ରତ୍ନଦୀପ ପ୍ରାୟେ ଜଳୁଛନ୍ତି ନଭେତରଳତାରକାବାର,କୋଟି ନେତ୍ର ଫେଡ଼ି ଦେଖୁଛନ୍ତି ପରାଅମରେ ମର୍ତ୍ତ୍ୟ ବେଭାର ।କେତେ ବୁଡ଼ୁଛନ୍ତି କେତେ ଉଠୁଛନ୍ତିଭଜନ୍ତି କେତେ ବିଲୟ,କବି ହୃଦୟରେ ଲାଗିଥାଏ ଯଥାଭାବରାଶି ଅଭିନୟ ।ନୀରବତା ବୃଦ୍ଧି ସଙ୍ଗେ ସାଇଁ ସାଇଁଗଭୀରେ ଡାକେ ଆକାଶ,ପତି-ବିରହିଣୀ କମଳିନୀ ଅବାଛାଡ଼େ ଶୋକ ଖରଶ୍ୱାସ ।ଗଭୀର ଅନ୍ଧାର ଗର୍ଭେ ବୁଡ଼ିଗଲାଜଳ ସ୍ଥଳ ମହୀରୁହ,ଥାଉ ଆନ ସେହି ନିବିଡ଼ ତାମସେନ ଦିଶେ ମୁହଁକୁ ମୁହଁ ।ଶସ୍ୟ-ସୁଶ୍ୟାମଳା ଧରଣୀ-ରାଣୀକିଦିବାକର ଅଦର୍ଶନେ,ଢାଙ୍କିଛନ୍ତି ଦେହ ଶୋକଚିହ୍ନବ୍ୟଞ୍ଜୀମଳିନ କୃଷ୍ଣ ବସନେ ।ଉଲାମୁଖୀ ଶିବା ନଦୀକୂଳେ, ବିଲେ,ପ୍ରାନ୍ତରେ ଜାଳିଲେ ନିଆଁ,ଯା ଦେଖି ଡାଆଣୀ ଆଲୁଅ ଭ୍ରମରେଡରେ ଥରେ ପାନ୍ଥହିଆ ।ଖଦ୍ୟୋତପଟଳୀ ଅଙ୍କିଯାଉଛନ୍ତିଗଗନେ ଆଲୋକ ରେଖା,ଘୋର ନିରାଶାରେ ଭଙ୍ଗୁରାଶା ଯଥାଦିଏ କ୍ଷଣେ କ୍ଷଣେ ଦେଖା ।ଆତ୍ମ ଅନୁକୂଳା ରଜନୀକୁ ଜାଣିକିବା ସେ ହରଷଭରେ,ସୁବର୍ଣ୍ଣ କାଳିରେ ଲେଖନ୍ତି ତା’ ଦୁହାନଭୋରୂପୀ କାକତରେ ।ଗୁପ୍ତସ୍ଥାନ ତେଜି ବୁଲିଲେ କ୍ଷୁଧାର୍ତ୍ତରାତ୍ରିଚର ଜୀବଗଣ,ପ୍ରବଳ ଜନ୍ତୁଏ ଦୁର୍ବଳେ ଅନ୍ୱେଷିକଲେ ବ୍ୟଗ୍ରେ ଆକ୍ରମଣ ।ଦଣ୍ଡକେ ଘଡ଼ିକେ ଆକ୍ରାନ୍ତ ଜୀବରଶୁଭେ କରୁଣ ଚିତ୍କାରପ୍ରବଳ ଦୁର୍ବଳ ଘୋର ସଂଘର୍ଷଣେପୂର୍ଣ୍ଣ ସିନା ଏ ସଂସାର ।ଏ କାଳେ ଜ୍ଞାତିଏ ଆଚ୍ଛାଦିଣ ଶବେଶୁଆଇ କୁପଣ ରଥେ,କାନ୍ଧେ ଘେନି ତାହା ହରିଧ୍ୱନି କରିଗମିଲେ ଶ୍ମଶାନ ପଥେ ।ଦିହୁଡ଼ି ହସ୍ତରେ ଚାଲିଲେ ଭଣ୍ଡାରୀଆଗେ ଆଗେ ବେନି ପାଶେ,ଅପର ଜ୍ଞାତିଏ ଚାଲିଛନ୍ତି ପଛେକାନ୍ଦି କାନ୍ଦି ଶୋକୋଚ୍ଛ୍ୱାସେ ।କିଛିକ୍ଷଣ ପରେ ଶବବାହୀ ଜନେଶ୍ମଶାନେ ଶବଶିବିକା,ଓହ୍ଲାଇ ଥୋଇଲେ ମହାଖେଦେ ନେତ୍ରୁବିସର୍ଜି ଅଶ୍ରୁକଣିକା ।ଜୁଇଗାତ ଖୋଳି ଚନ୍ଦନାଦି ପଞ୍ଚକାଷ୍ଠେ ସଜାଡିଲେ ଚିତା,ସ୍ନାନାନ୍ତେ ଶବକୁ ପିନ୍ଧାଇଲେ ଆଣିନୂତନ ବସ୍ତ୍ର ପଇତା ।ବର ପ୍ରାୟେ ତାହା ଶରୀରେ ଚନ୍ଦନବୋଳିଦେଲେ ବହୁଳରେ,ଶୁକ୍ଳ ଉତ୍ତରୀୟ ଶୁକ୍ଳ ପୁଷ୍ପହାରଲମ୍ବାଇଲେ ଗଳେ ଖରେ ।ଝଟକି ଉଠିଲା ଗତାୟୁ ଶରୀରଜୀବିତ ଜନ ପ୍ରକାର,ଛିଣ୍ଡିଯାଇଅଛି ଖାଲି ସିନା ଏକାକଣ୍ଠ-ବୀଣାବାଦ୍ୟ-ତାର ।ଅଗ୍ନି ପ୍ରଦକ୍ଷିଣ କରାଇଣ ଶବେଥୋଇଲେ ଚିତା ଉପରେ,ଚଡ଼ ଚଡ଼ ଶବ୍ଦ ସୃଜି ହୁତାଶନଉଠିଲା ଜଳି ପ୍ରଖରେ ।ଏସନ ସମୟେ ସତୀ ଶଶିପ୍ରଭାହେବାପାଇଁ ସହମୃତା,ଦ୍ରୁତ ପଦକ୍ଷେପ ଶ୍ମଶାନାଭିମୁଖେହେଲା ପୁରୁ ବହିଷ୍କୃତା ।ଅନ୍ଧକାର ଭେଦି ଚାଲୁଅଛି ବାଳାସାଧସ୍ୱଶୂନ୍ୟ ଅନ୍ତରେ,ଉଜ୍ଜ୍ୱଳି ଉଠୁଛି ଗନ୍ତବ୍ୟ ସରଣୀରୂପ ପ୍ରଭାଚହଟରେ ।ଖେଳିଯାଉଛି କି ବିଶ୍ୱ-ଶୋଭାରାଣୀଘନକୋଳେ ଘନଦାରା,ଅବା ବାରାନିଧି ନୀଳୋରସେ ବହେବାଡ଼ବ ଅନଳଧାରା ।ପତି ସହଗତା ହେବେ ଶଶିପ୍ରଭାଶୁଣି ଏହା ନାଗରିକେ,ସେ ଅଦ୍ଭୁତ ଦୃଶ୍ୟ ଦଶନ ଆଶୟେଧାଇଁଲେ ଶ୍ମଶାନାନ୍ତିକେ ।ଉତ୍କଣ୍ଠିତ ହୃଦେ ଧାଇଁଛନ୍ତି ସର୍ବେବାଳବୃଦ୍ଧ ଯୁବନାରୀ,ଅନ୍ଧକାରେ ପଥ ଚାଲିବାକୁ ଆଜିନ ହୁଏ ଭୟ କାହାରି ।କହି କହି ଯାନ୍ତି ବାଷ୍ପାକୁଳ କଣ୍ଠେଆହା ମାତଃ ଶଶିପ୍ରଭେ,ସତେ ପତି ସଙ୍ଗେ ଚାଲିଯିବ କି ମାଛାଡ଼ି ଏ ପଡ଼ୋଶୀସର୍ବେ ।ଗ୍ରାମଲକ୍ଷୀ ତୁମ୍ଭେ ଥିଲ ଏ ଗ୍ରାମରଛାଡ଼ିଯିବ ଯେବେ ମାତଃ,ଖୋଜି ଖୋଜି କିଏ ଭୁଞ୍ଜାଇବ ଅନ୍ନଦୀନ ଦରିଦ୍ର ଅନାଥ ।ଏ ଗ୍ରାମ ଗୋଟାରେ କିଏ ନୁହଁ ମା ଗୋତୁମ୍ଭ ଗୁଣ-ଧନେ ଋଣୀ,କି କହବୁଁ ଦେବି ! ହାଣି ହୁଏ ହୃଦତୁମ୍ଭ ମହାଯାତ୍ରା ଶୁଣି ।ଏସନ ପ୍ରଳପି ଧାଇଁଛନ୍ତି ସର୍ବେନିର୍ଭୟେ ଶ୍ମଶାନ ଆଡ଼େ,ଉତ୍କଣ୍ଠା ଯା ହୃଦ ଅଧିକାର କରେଭୟ ତାକୁ ବାଟ ଛାଡ଼େ ।କିଛିକ୍ଷଣ ପରେ ଶ୍ମଶାନେ ପ୍ରବେଶିଶଶିପ୍ରଭା ସୁଲକ୍ଷଣା,ଦାନଯୋଗ୍ୟ ଦୀନ ଦ୍ୱିଜେ ଦାନ କଲାଦେହରୁ ଫେଡ଼ି ଗହଣା ।ସ୍ୱଚ୍ଛ ପୟସ୍ୱିନୀ ସାଳନ୍ଦୀ ସଲିଳେଅବଗାହି ଆର୍ଦ୍ରବାସେ,ଉଭା ହୋଇ ଯୁକ୍ତ- କରେ ସ୍ତବ କଲାଅଗ୍ନିଦେବେ ଚିତା ପାଶେ ।“ନମୋ ବାୟୁସଖା ପ୍ରଚଣ୍ଡ ତେଜସ୍ୱୀନମସ୍ତେ ଛାଗବାହନ,ନମୋ ସର୍ବଭକ୍ଷ ନମୋ ଧୂମଧ୍ୱଜନମ ସ୍ୱାହା-ପ୍ରାଣଧନ ।ତମୋଗୁଣଧାରୀ ଅଟ ଦେବ ତୁମ୍ଭେସର୍ବଦେବତାଙ୍କ ମୁଖ,ତବ ମୁଖେ ହବି ଦେଲେ ଦେବତାଏଲଭନ୍ତି ପରମ ସୁଖ ।ସକଳ ପଦାର୍ଥେ ବିଦ୍ୟମାନ ତୁମ୍ଭେକି ସ୍ଥାବର କି ଜଙ୍ଗମ,ତବ ସ୍ପର୍ଶେ ପୂତ ହୁଅନ୍ତି ସକଳେଶକ୍ତି ତବ ଅନୁପମ ।ଏତିକି ମାଗୁଣି ଶ୍ରୀପଦେ ଦାସୀରପ୍ରକାଶି ସୁ-ଅନୁଗ୍ରହ,ପବିତ୍ର କର ମୋ ଆତ୍ମାକୁ ପାବନ,ମୋ ବଲ୍ଲଭ ଆତ୍ମା ସହ ।ବିଶ୍ୱାତ୍ମା ଶ୍ରୀପଦେ ମିଶିଯାଉଁ ଆମ୍ଭଦମ୍ପତି ଆତ୍ମାଯୁଗଳ,ମିଶିଯାଏ ଯଥା ତୁମ୍ଭ ବିଶ୍ୱରୂପେଅପର ପ୍ରଭା ସକଳ ।’’ଏହିରୂପେ ବାଳା ସ୍ତବି ବୈଶ୍ୱାନରେଚାହିଁ ସମବେତ ଜନେନମସ୍କାର କରି ଭାଷିଲା ଏସନବିନୟମିଶା ବଚନେ,-“ରଖିଥିବ ମନେ ଦୁଃଖନୀକୁ ସର୍ବେମାଗୁଛି ଚିର ମେଲାଣି,ଦୋଷ ଥିଲେ କ୍ଷମା ଆଚରିବି ଚିତ୍ତେକ୍ଷମାପାତ୍ରୀ ମୋତେ ଜାଣି ।ଲାଗିଲା ତୁମ୍ଭଙ୍କୁ ଅନନ୍ତ ମୋହରନୟନାନନ୍ଦବର୍ଦ୍ଧନ,ମୋ ପ୍ରତି ଯେ ସ୍ନେହ ଥିଲା ସେହି ସ୍ନେହେକରିବ ତାକୁ ପାଳନ” ।ଶୁଣିଣ ଅନନ୍ତ ମାତାଙ୍କର ଏହିସସ୍ନେହ କରୁଣାବାଣୀ;ଅସହ୍ୟ ଖେଦରେ ବହାଇଲା ନେତ୍ରୁଦ୍ୱିଗୁଣ ଲୋତକ ପାଣି ।ଅବିସ୍ମୃତ ମାତୃ- ସ୍ନେହ ଗତ ସ୍ମୃତିଛିଣ୍ଡାଇଣ ଧୈର୍ଯ୍ୟଗ୍ରନ୍ଥି,ପ୍ରବଳ ବେଗରେ ହୃଦ-ସରୋବରେପକାଇଲା ତାର ମନ୍ଥି ।କହିବାକୁ କିଛି ଇଚ୍ଛିଲା ଅନନ୍ତମାତ୍ର ନ ପାରିଲା କହି,ସହସ୍ର ଫଣାରେ ମର୍ମସ୍ଥଳେ ତାରଦଂଶିଲାକ ଶୋକ-ଅହି ।ତ୍ରିବଳି ଉଦ୍ଗମ ଛଳେ ଭାଲେ ତାରପଡ଼ିଲା ବିଷାଦ ରେଖା,ନୈରାଶ୍ୟ-ପିଶାଚ ନୀରବ କୁହାଟକରିଦେଲା ତାକୁ ଭେକା ।ଏଣେ ଶଶିପ୍ରଭା ସତୀ-ଶିର-ଗଭାକରି ଚିତା ପ୍ରଦକ୍ଷିଣ,ସଚନ୍ଦନ ପୁଷ୍ପ ଅଞ୍ଜଳି ଅଞ୍ଜଳିଅନଳେ ଦେଲା ଅର୍ପିଣ ।ନମସ୍କାର କରି ନାରାୟଣ ନାମଉଚ୍ଚାରିଣ ବାରମ୍ବାର,ଚିତା ମଧ୍ୟେଁ ଯାଇ ସ୍ୱାମି-ପଦପ୍ରାନ୍ତେବସିଲା ରମଣୀସାର ।ସମବେତ ଜନେ ଉଚ୍ଚେ ଉଚ୍ଚାରିଲେହରିବୋଲ ହୁଳହୁଳି,ଦିଗ ବିଦିଗରେ ପ୍ରତିଧ୍ୱନି ତାରଉଠିଲା ଘନେ ଉଛୁଳି ।ଢାଳିଦେଲେ ଘଡ଼ା ଘଡ଼ା ଗବ୍ୟଘୃତଚିତାକୁଣ୍ଡେ ପରିଜନେ,ପ୍ରଜ୍ୱଳି ଉଠିଲା ପ୍ରଖରେ ଅନଳଗରଜି ଘୋର ଗର୍ଜନେ ।ଅନଳ ପରଶେ ଉଜ୍ଜ୍ୱଳି ଉଠିଲାସେ ବେନି ଦମ୍ପତି ତନୁ,ସୁବର୍ଣ୍ଣ ମଞ୍ଚରେ ବିରାଜନ୍ତି କିବାରତି ସଙ୍ଗେ ଫୁଲଧନୁ ।ଅବା ବସିଛନ୍ତି ହେମ-ବେଦିକାରେବରକନ୍ୟା ଦୁଇ ଜଣ,ହୋଇ ଅଛି ଅଗ୍ନି- ଶିଖା ବେନିଙ୍କରମୁକୁଟ ଶିରୋଭୂଷଣ ।ବିବାହ ବନ୍ଧନ ମନ୍ତ୍ର ହେଲା ତହିଁହରିବୋଲ ହୁଳହୁଳି,ଛାୟାମଣ୍ଡପ ସେ ଚିତା ପରେ ଯେଁଉବୃକ୍ଷେ ପଡ଼ିଥିଲେ ଝୁଲି ।କପୂର ଗୁଗ୍ଗୁଳ ଚିତାକୁଣ୍ଡେ ଯାହାହେଲା ସପୁଷ୍ପ ଅର୍ପିତ,ବରକନ୍ୟା ଶିରେ ଦୁର୍ବାକ୍ଷତ ଅବାନିକ୍ଷେପନ୍ତି ପୁରୋହିତ ।ସ୍ୱଭାବେ ଅନଳ ସର୍ବଗ୍ରାସୀ ପୂଣିପାଇଣ ଘୃତ ଅଶନ,ଆଘାତିତ ସର୍ପ ପ୍ରାୟେ ଗର୍ଜିଉଠିହେଲା ବେଗେ ଊର୍ଦ୍ଧ୍ୱ ଫଣ ।ମନ୍ଦାର-ସିନ୍ଦୂର- ବର୍ଣ୍ଣଜିତ ଜିହ୍ୱାଲହଲହି ଚିତାନଳ,ମୃହୂର୍ତ୍ତ ମଧ୍ୟରେ ଭସ୍ମସାତ କଲାସେ ଜାୟାପତି ଯୁଗଳ ।ଘଡ଼ିକ ପୂର୍ବରେ ବପୁଷ୍ମନ୍ତ ଯେହୁଥିଲା ବା ଜାଣି କିଏ ସେ,ପରିଣତ ହେବ ଏଡ଼େ ବେଗେ ସେହୁମୁଠାଏ ପାଉଁଶେ ଶେଷେ ।କାହିଁ ଶଶିପ୍ରଭା କାହିଁ ପୀତାମ୍ବରକାହିଁ କେହି କେଣେ ନାହିଁ,କ୍ଷଣକ ମଧ୍ୟରେ ଇନ୍ଦ୍ରଜାଲ ପ୍ରାୟଗଲେ ସେ କାହିଁ ମିଳାଇ ।ଦେଖଣାହାରୀଏ ଦଳ ଦଳ ହୋଇବାହୁଡ଼ିଲେ ଗୃହ ମୁଖେ ।ଯାତ୍ରା ଭାଙ୍ଗିଗଲେ ଯାତ୍ରାକାଳି ଯଥାବାହୁଡ଼ନ୍ତି ମନୋଦୁଃଖେ ।ଚାଲିଛନ୍ତି ସର୍ବେ କହି କହି କଥାହୃଦୟରେ ବହି ବ୍ୟଥା,ସତୀ, ସତୀପତି କଥା ଛାଡ଼ି ନାହିଁକାହା ମୁଖେ ଆନ କଥା ।କେହି କହେ ଧନ୍ୟ ଧନ୍ୟ ସେ ଦମ୍ପତିନରକୁଳ–ଅଳଙ୍କାର,ତାଙ୍କ ପରି ଆଉ ଆକସ୍ମିକ ମୃତ୍ୟୁଘଟିବ ଭାଗ୍ୟେ କାହାର ।କେହି କହେ ଶାପ- ଭ୍ରଷ୍ଟ ଦେବତା ସେଜନ୍ମିଥିଲେ ମହୀଦେଶେ,ଦେହ ଛାଡ଼ି ସ୍ୱର୍ଗେ ଚାଲିଗଲେ ବେନିଅଭିଶାପ ଭୋଗ ଶେଷେ ।କେହି ଅବା କହେ ସେ ବେନିଙ୍କ ଧର୍ମୁନିରାପଦେ ଥିଲା ଗ୍ରାମ,ଯେତେ ଦିନ ଯାଏଁ ଜୀଇଥିବା ସର୍ବେଘୋଷୁଥିବା ତାଙ୍କ ନାମ ।କେହି କହେ ତାଙ୍କ ସଦ୍ଗୁଣ ସୁମରିଦୁଃଖେ ଫାଟିଯାଏ ଛାତି,କର୍ମମୂଲ୍ୟେ ନର କିଣଇ ଏପରିଜୀବନ୍ତେ ମୃତେ ସୁଖ୍ୟାତି ।ଶବଦାହ କ୍ରିୟା ସରିଲା ବେଳକୁପାହି ଆସିଥିଲା ନିଶି,ପ୍ରାଚୀ-ମଥାମଣି ପ୍ରଭାତୀ ତାରକାଆସିଲା ମଳିନ ଦିଶି ।ନଭେ କପାଖେତ କୋଡ଼ିଲା ପରାଏଲାଗିଅଛି ଜଳଧର,ସ୍ୱର୍ଗଙ୍ଗା ବନ୍ୟା କି ଛାଡ଼ିଯାଇ ଦିଶେବନ୍ଧୁର ବାଲୁକାସ୍ତର ।ଅବା ବପ୍ର-ପଙ୍କେ ବସିଯାଇଥିଲାସମୁଦ୍ର ଫେନ ବହଳେ,ଚକଟି ଦେଇ ବା ଯାଇଛନ୍ତି ତାକୁବେଳାଚାରୀ ମୃଗଦଳେ ।ମେଘେ ମେଘ ଯୋଡ଼ି କେତେ ହାତୀ ଘୋଡ଼ାସୃଜୁଅଛି ପବମାନ,କାହିଁ ବୃକ୍ଷ, ଲତା, ନର, ପକ୍ଷୀ, ନଦୀତଡ଼ାଗ, ଗୃହ, ବିମାନ ।ପଲକରେ ଉଇଁ କେଉଁ ଅନୁଦ୍ଦେଶ୍ୟଦେଶେ ଗମନ୍ତି ସକଳେ,ଭାବିଲେ ଏ ତତ୍ତ୍ୱ ମିଳେ ନାହିଁ କିଛିଭାବନାକୁ ତାହା ବଳେ ।ଛାଡ଼ି ଛାଡ଼ି ଯାଏ ଅନ୍ଧାର, ପଡ଼ଇପାଦପ ପତ୍ରୁ ତୁଷାର,କନ୍ଦି କାନ୍ଦି ରାତ୍ରି ପଳାଉଛନ୍ତି କିହରାଇ ସ୍ୱ-ଅଧିକାର ।ନିଶା ଅବସାନ ଜାଣି ପଲ ପଲସ୍ୱସ୍ଥାନେ ଯାଆନ୍ତି ଉଡ଼ି,ମୁଖେ ନଖେ ଫଳ ପୃଷ୍ଠଦେଶେ ପୁଣିଶାବକେ ଧରି ବାଦୁଡ଼ି ।ଏହି କାଳେ ସିଞ୍ଚି ଗଙ୍ଗୋଦକ ସମସାଳନ୍ଦୀ ଶୀତଳ ଜଳ,ଶବଦାହୀ ବିପ୍ରେ ଅନନ୍ତଙ୍କ ସଙ୍ଗେନିଭାଇଲେ ଚିତାଳନ ।ବାହୁଡ଼ିଲେ ଘେନି ସକଳେ ଅନନ୍ତେଶୋକରେ ନୁଆଇଁ ମଥା,ବିସର୍ଜନ ଅନ୍ତେ ଜଳଶାୟୀ କରିପ୍ରତିମା ପୂଜକ ଯଥା ।ଅଦ୍ୟାପି ବିରାଜେ ସେହି ଚିତାକୁଣ୍ଡନଦୀତୀରେ ଆମ୍ରବନେ,ସେହି ଦିନୁ ତାକୁ ସତୀକୁଣ୍ଡ ବୋଲିକହନ୍ତି ସକଳ ଜନେ ।
ପ୍ରଣୟ-ଚିଟାଉଚିନ୍ତାମଣି ମହାନ୍ତି