ସର୍ବବାଦୀ ସମ୍ମତ ନାମ
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୩୭
- ସ୍ଥିତି
- ସାର୍ବଜନୀନ (Public domain)
ସର୍ବବାଦୀ ସମ୍ମତ ନାମ lମଙ୍ଗଳ lଆହେ ମହାପ୍ରଭୋ! ବୋଲ ତୁମ୍ଭର କି ନାମ?ସେହି ନାମେ ଡାକି ପୂର୍ଣ୍ଣ କରେଁ ମନସ୍କାମ ।କେହି ବା ଜିହୋବା ବୋଲେ, କେହି ବୋଲେ ଯୋବ,ଶୈବ ବୋଲେ ଶିବ- ବିଷ୍ଣୁ ବୋଲନ୍ତି ବୈଷ୍ଣବ ।ଆଲ୍ଲାତାଲ୍ଲା କେହି ବୋଲେ-ଶାକ୍ତ ବୋଲେ ଶକ୍ତି,ବ୍ରାହ୍ମ ବୋଲେ ବ୍ରହ୍ମ- ଗାଣପତ୍ୟ- ଗଣପତି ।କେହି ବା ବୋଲନ୍ତି ତୁମ୍ଭ ନାମ ଲର୍ଡ଼ ଗଡ଼,ଅସଭ୍ୟ ଭାଷାରେ ତୁମ୍ଭ ନାମ ବୋଙ୍ଗା ବଡ଼ ।ପ୍ରକୃତ ବୋଲିବା ହେଉ ମୋତେ ଆହେ ହରି!ତୁମ୍ଭଙ୍କୁ ଡାକିବି ମୁହିଁ କେଉଁ ନାମ ଧରି?ମାତ୍ରକ ବୋଲନ୍ତି ଏହିପରି ସର୍ବବାଦୀ,ଆଦ୍ୟନ୍ତରହିତ ତୁମ୍ଭେ ଅନନ୍ତ ଅନାଦି ।ଅନ୍ତର୍ଯ୍ୟାମୀ ସର୍ବମୟ ତୁମ୍ଭେ ସର୍ବେଶ୍ୱର,ରହିଛ ତ ନିରନ୍ତର ବ୍ୟାପ୍ତ ଚରାଚର ।ଗୁଣାତୀତ, କାଳାତୀତ, ତୁମ୍ଭେ ସର୍ବାତୀତ,ସତ୍ୟ, ନିତ୍ୟ, ଶିବ, ସର୍ବଭୂତ ଆଚ୍ଛାଦିତ ।ପୂଜନୀୟ, ଅଦ୍ୱିତୀୟ, ସକଳ ଜନକ,ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟି-ସ୍ଥିତି-ସଂହାରକ ।ସଂଖ୍ୟାତୀତ ସଂଖ୍ୟାତୀତ ଅଟେ ତୁମ୍ଭ ନାମ,କେ କରି ପାରିବ ସ୍ଥିର କରି ପରିଣାମ?କି ନାମେ ଭଜିବ ପାରୁ ନାହିଁ ସ୍ଥିର କରି,ଏତିକି ଜାଣୁଛି ମୋର ସର୍ବମୟ ହରି ।ସକଳ ନାମର ମହାପ୍ରଭୋ ସୃଷ୍ଟିକାରୀ,ଆପଣେ ସେ ହେବେ ବୋଲ କେଉଁ ନାମଧାରୀ?
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି
ମୋ- ମୋହନ ବଂଶୀ
ଫକୀରମୋହନ ସେନାପତି
କ୍ଷଣିକ
ଫକୀରମୋହନ ସେନାପତି