ପ୍ରାଣେଶ
ଫକୀରମୋହନ ସେନାପତି
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୮
- ସ୍ଥିତି
- ସାର୍ବଜନୀନ (Public domain)
ରାଗ-ଚିନ୍ତାକେଦାର ।ଭାସି ଯାଉଅଛି ମୁଁ ନିତାନ୍ତ,ଆସ ଆସ ଆହେ ପ୍ରାଣନାଥ!ନ ଅଇଲେ ପ୍ରଭୁ, ସରିଲା ତ ସବୁ,ନିଶ୍ଚେଁ ହେଲି ନିରେଖ ନିତାନ୍ତ ହେପ୍ରାଣେଶ!ଦିଅ ଦିଅ ପ୍ରଭୋ! ପ୍ରେମସୁଧା,ମେଣ୍ଟୁ ମୋ ହୃଦୟ ଦଗ୍ଧ କ୍ଷୁଧା ।ଅରୂପ ମାଧୁରୀ ଦେଖାଅ ହେ ହରି!ଆଶା ପୂର୍ଣ୍ଣ ହେଉ ପ୍ରାଣ ଲୁବ୍ଧା ହେପ୍ରାଣେଶ!ମଣି ହରି ଗଲା ଫଣୀ ପରିପ୍ରାଣ ଆକୁଳରେ ଭ୍ରମେ ହରି!ଜୀବ ମୃତବତ ମରୁଛି ସନ୍ତତ,ତୁମ୍ଭ ବିନା ବଞ୍ଚିବି କିପରି ହେପ୍ରାଣେଶ!ପ୍ରାଣନାଥ ଦିଅ ଦରଶନ,ତୁମ୍ଭପାଇଁ ଝୁରୁଛି ନୟନ,ହେ ଜୀବଜୀବନ ତାରଣକାରଣଦିଅ ଦିଅ ତୁମ୍ଭ ଶ୍ରୀଚରଣ ହେପ୍ରାଣେଶ!
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି
ମୋ- ମୋହନ ବଂଶୀ
ଫକୀରମୋହନ ସେନାପତି
କ୍ଷଣିକ
ଫକୀରମୋହନ ସେନାପତି