ନୀଳସୁନ୍ଦର ବର୍ଣ୍ଣନ ଓ ବଡ଼ଦେଉଳ ତୋଳାକଥା — ସାରଳା ମହାଭାରତ ମୂଷଳୀପର୍ବ — ସାରଳା ଦାସ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ନୀଳସୁନ୍ଦର ବର୍ଣ୍ଣନ ଓ ବଡ଼ଦେଉଳ ତୋଳାକଥା
ୟେଥୁ ଅନନ୍ତରେ ବିଲଂକ ଦେଶର ରାୟେଅଗସ୍ତିଂକ ପାଦପଦ୍ମେ ଦିବ୍ୟ ପୂଜାକୟେ ।୧।ତବ ମୁଖୁଂ ଶୁଣିଲି ମୁଂ ଶ୍ରୀବିଷ୍ଣୁପୁରାଣଯେଣେ ସଂସାରକୁ ମୁକତି କାରଣ ।୨।ଆବର କଥାୟେ ମୋତେ କହିବା ତପୋବନ୍ତକୃଷ୍ଣର ପିଣ୍ଡଯେ ଜଳେ ମେଲାଇଲା ପାଥ ।୩।ସେ ପିଣ୍ଡ ଜାରାଶବର କରି ଯେ ରକ୍ଷାକିମ୍ଭୂତ ହୋଇଲା ଦେବ କହିବା ବ୍ରହ୍ମବଚ୍ଛା ।୪।କଥୟନ୍ତି ଅଗସ୍ତି ଶୁଣ ହୋ ମନୁ ରାୟେଶ୍ରୀକୃଷ୍ଣର ଶାପେ ଗାଲବ ବଂଶ ଗଲା କ୍ଷୟେ ।୫।ବିରାଟର ନନ୍ଦନ ଯେ ଉତ୍ତରକୁମରତାହାର ନନ୍ଦନ ମଧୁ ଯେ କେଶର ।୬।ମଧୁକେଶର ପୁତ୍ର ଇନ୍ଦ୍ର ଦୁମନ ବୀରବଡାଇ ଧାର୍ମିକ ସେ ଯେ ଅଟଇ ନୃପବର ।୭।ୟେକ ଦିନ ପାତ୍ର ମନ୍ତ୍ରୀ ଘେନିଣ ନୃପତିଦିଗ ବିଜେ କରି ମିଳିଲା ଯମନିକ ତୀର୍ଥ କତି ।୮।ପୁରାଣ ବାଣୀ ତାକୁ କହନ୍ତି ଶୁକମୁନିକହିଲେକ ଗାଲମାଧବ ଯେ ଧନି ଧନି ।୯।ନୀଳସୁନ୍ଦର ପର୍ବତ ୟେ ଯମନିକ ତୀର୍ଥୟେଥେ ବିଜେ କରିବେ ସେ ଅବଶ୍ୟ ଜଗନ୍ନାଥ ।୧୦।ଶୁଣିଣ ପରବତ ଉପରେ ଉଠିଲେକ ମହାନୃପୟେଥି ଦେଉଳ ତୋଳାଇବି ବୋଲି କଲାକ ସଂକଳ୍ପ ।୧୧।ଶୁଣ ହୋ ରାଜନ ସିଦ୍ଧ ଅନକୂଳ ମନ୍ତ୍ରୀ କହିଲାଲକ୍ଷେ ଯୋଜନ ପର୍ବତ ଉଚ୍ଛର୍ଗ ହୋଇଲା ।୧୨।ବିରଞ୍ଚିର ରଥ ଯେ ଆକାଶେ ଗମନ୍ତେଟାପୁ ବାଜି ଅଶ୍ୱେ ହୁଡି ପଡିଲେକ ୟେଥେ ।୧୩।ନୀଳସୁନ୍ଦର ପର୍ବତ କହଇ ଭାସ୍କର ଦେବତାର ଆଗେମୁନିବ୍ରତ ବୋଲାଇ ୟେକଇ ସତ୍ୟଯୁଗେ ।୧୪।ସୁବଳୟା ଗିରି ନାମେ ଲଂକାରେଣ ତ୍ରେତୟା ଯୁଗେଣରୁଦ୍ରପ୍ରଭା ବୋଲି କରି ହୋଇଲା ୟେକଇ ରାବଣ ।୧୬।ସହସ୍ରେକ ଶିର ତାର ବିରଞ୍ଚି ବରେଣସତ୍ୟଯୁଗେଣ ସେହୁ ରାଜ୍ୟ କରୁଥିଲେ ସୁଖେଣ ॥୧୭।ସେହୁ ରାଜ୍ୟ ସତ୍ୟ ଯୁଗେଣ କରୁଥିଲାତ୍ରେତୟା ଯୁଗରୁ ସେ ସମୟେକ ଭୋଗ କଲା ।୧୮।କାମେ ହରି ନେଲା ସେ ଜନକ ଝିଅ ସୀତାବିଷମ କୃତ୍ୟ ସେ ରାମର ଅଟଇ ବନିତା ।୧୯।ଅସ୍କନ୍ଦ ବନରେ ସେ ରହିଲେ ଶ୍ରୀରାମହରି ବଳଶାଖା ଘେନି ଲଙ୍କାକୁ କଲେକ ଗମନ ।୨୦।ସମୁଦ୍ରେ ବନ୍ଧ ବାନ୍ଧି ଗଲେ ସେ ଲଙ୍କାକୁପର୍ବତ ବହି ବାନରେ ଆଣିଲେ ୟେକ ଠାବକୁ ।୨୧।ଅପାର କନ୍ଦର ଆଣି ରୁଣ୍ଡ କଲେରଘୁନନ୍ଦନ-ନୀଳସୁନ୍ଦର ନୀଳଗିରି ଦୁଇ ପର୍ବତ ବାଛିଲେ ।୨୨।ବଇକୁଣ୍ଠକୁ ସମାନ ୟେ ଦୁଇ ପର୍ବତ ହୋଇଲେ
ଶରଧା କରି ବେନି ପର୍ବତ ସେ ରଖିଲେ ।୨୩।
ସେତୁବନ୍ଧ ବାନ୍ଧିଲେ ସୁବଳୟା ସଳଖେ
ବନ୍ଧେ ଚଢ଼ିଯାଇ ସମର କଲେ ଲଂକେ ।୨୪।
ମୋହର ଉପରେ ଯେ ଶ୍ରୀରାମ ଥିଲେ
ହନୁମନ୍ତ କାନ୍ଧରେ ଶ୍ରୀରାମ ଆକ୍ରେଷି ବସିଲେ ।୨୫।
ନୀଳଗିରି ପର୍ବତ ମୋହୋରି ସଙ୍ଗେ ଥିଲା
ତାହାର ଉପରକୁ ହନୁମନ୍ତ ଡେଇଁଗଲା ।୨୬।
ହନୁମନ୍ତ ପାଦ ଭାରା ସେ ସହି ନୁଆରିଲା
ପାତାଳେ ପଶିଣ ସେ ଗୋପ୍ୟାନ ହୋଇଲା ।୨୭।
ଶୁଣିଲଟିକି ଇନ୍ଦ୍ରଦ୍ୟୁମନ ସିଦ୍ଧ ଅନକୂଳ ମନ୍ତ୍ରୀ କହିଲା
ସେ ନୀଳପର୍ବତଟି ଯେ ଦ୍ୱାରିକା ହୋଇଲା ।୨୮।
ସୁନ୍ଦର ପର୍ବତ ୟେ ବଡ଼ାଇ ଉସର୍ଗ
ଆଦିତ୍ୟ ବୋଇଲେ ତୁ ତ ହୋଇଲୁ ବଡ଼ାଇ ଅମାର୍ଗ ।୨୯।
କୋପେଣ ଶାପ ବହିଲେ କରତାର
ଭୀମର ହାଥେ ତୁ ହୋଇବୁ ଅପହାର ।୩୦।
ସତ୍ୟଯୁଗେ ୟେ ସୁନ୍ଦର ପର୍ବତ ଲକ୍ଷେକ ଯୋଜନ
ଆଦିତ୍ୟର ଭୟେ ବପୁ ହୋୟେ କ୍ଷୀଣ ।୩୧।
ତ୍ରେତୟା ଯୁଗେ ୟେ ଅହିବ୍ରତେକ ଯୋଜନ ଉଚ୍ଚ
ଦ୍ୱାପରଯୁଗେ ଅଷ୍ଟାଉତ୍ତର ଶତେ ଯୋଜନ ସଞ୍ଚ ।୩୨।
ଅଷ୍ଟବକ୍ର ଋଷି ଶାପେ ଲୋହାର କପୋରା
ୟେହାର ଉପରେ ଲୋହାର କପୋରା ସେ ଘୋରିଲା ଭୀମ ବୀରା ।୩୩।
ଘୋରନ୍ତେ ଛାଡିଲା ସେ ପର୍ବତ ଆୟତନ
କ୍ଷୁଦ୍ରଖଣ୍ଡିୟେ ରହିଲା ଫିଙ୍ଗିଦେଲାକ ଭୀମସେନ ।୩୪।
ମୀନ ଗିଳିଲା, ସେ ମୀନ ନେଲା କଇବ୍ରତ ଧରି
ଜାରା ଶବରକୁ ମାଛ ଦିଲା ପ୍ରୀତିକରି ।୩୫।
ମାଛ କାଟନ୍ତେ କିରାତ ସେ ଲୁହା ଖଣ୍ଡ ପାଇଲା
ଜାରା ନାମେ ଶବର ତାହା ନାରାଜ ଗଢ଼ାଇଲା ।୩୬।
ତାହା ଘେନି ବିନ୍ଧିଲା ସେ କୃଷ୍ଣ ଦେବତାଂକୁ
ଅର୍ଜୁନ ଦହ ନକଲା ନେଇ ସେ ପିଣ୍ଡକୁ ।୩୭।
ନ ପୋଡ଼ ଅର୍ଜୁନ ବୋଲି ଶୁଭିଲା ସ୍ୱର୍ଗବାଣୀ
କୋଳ କରି ନେଇ ପକାଇଲା ସିନ୍ଧୁପାଣି ।୩୮।
ସେ ପିଣ୍ଡ କଳିଯୁଗରେ ହୋଇବ ହାଦେ ପୂଜା
ଶୁଣି ବିସରିଲା ଇନ୍ଦ୍ରଦ୍ରୁମନ ମହାରାଜା ।୩୯।
ମୁହିଂ ତାହା ଲୋଡି ପାଇବିକି ମନ୍ତ୍ରୀ
ଦେଉଳ ତୋଳାଇବି ବିଷ୍ଣୁନାଥଂକୁ ଭଗତି ।୪୦।
ସିଦ୍ଧ ଅନକୂଳ ମନ୍ତ୍ରୀ ବୋଇଲା ଲୋଡିଲେ ପାଇବାକ ପିଣ୍ଡ
ଦେଉଳକୁ ସଂକଳ୍ପ କଲା ନୃପତି ମାରତଣ୍ଡ ।୪୧।
ନୀଳ କଲପବଟ ତଳେ ଭାଳଇ ରାୟେ ବସି
ଅଦଭୂତେ ବିନ୍ଧାଣି ୟେକ ଦ୍ରସନ କଲାକ ଆସି ।୪୨।
କରପତ୍ର ଯୋଡି କରି ବୋଲଇ ବିନ୍ଧାଣି
ମୁହିଂ ନିର୍ବାଣ କରିବି ରାଜା ତୋହୋରି କୀର୍ତ୍ତି ଗୋଟି ପୁଣି ।୪୩।
ଶୁଣିଣ ହରଷ ଯେ ହୋଇଲା ମହାରାଜା
ବିନ୍ଧାଣିକି ଅନେକ ମତେ କଲାକ ସେ ପୂଜା ।୪୪।
ତୁଳମାସ କୃଷ୍ଣପକ୍ଷ ଚଉଠୀର ତିଥି
ରୋହିଣୀ ନକ୍ଷତ୍ର ଗୁରୁବାର ଯେ ପାହାନ୍ତି ।୪୫।
ତତ୍ତୁଲ୍ୟ ନାମେ କରଣ ହୋୟେ ସିଦ୍ଧ ନାମେ ଯୋଗ
ତାରଚନ୍ଦ୍ର ବେଳ ଯେ ରୋହିଣୀ ଘରେ ଭୋଗ ।୪୬।
ବିଶ୍ୱାବସୁ ବୋଲିଣ ୟେକ ଦ୍ୱିଜବରଇ
ସେ ଯାଇଂ ଦେଉଳକୁ ଶୁଭ ଅନକୂଳ କରଇ ।୪୭।
ୟେକାମ୍ବରୁ ବନୁଂ ପାଷାଣନ୍ତ କାଟି
ଦେଉଳ ତୋଳାଇଲା ବିଷ୍ଣୁଦାସ ଶିଳାପିଟି ।୪୮।
ତିନିତାଳ ଆୟତନ ତିନିତାଳ ଦୀର୍ଘ
ସିଦ୍ଧ ପାଷାଣର ତହିଂ ନୀଳ ପୀତ କଲା ସଲାଘ ।୪୯।
ୟେ ବିଧିରେ ଦେଉଳକୁ ସର୍ଜନା କଲା ରାୟେ
ଯମେଶ୍ୱର ଦେବତାଠାରେ କାଷ୍ଠାକରି ଶୋୟେ ।୫୦।
ଚଉବିଂଶ ବରଷ ନିରାଶ ଉପବାସେ
ଶୁତିଲେ ଇନ୍ଦ୍ରଦ୍ରୁମନ ୟମନିକ ଆଦେଶେ ।୫୧।
କଠୋର ଦେଖିଣ ସେ ବିଜୟେ ମହାଲିଙ୍ଗ
ରାଜା ହୋଇ କିମ୍ପେ ପୀଡ଼ା ଦିଲୁ ଅଙ୍ଗ ।୫୨।
ଇନ୍ଦ୍ରଦ୍ରୁମନ ରାଜା ପଡିଣ ପରିଣାମି
ଶୂନ୍ୟ ଶବଦ ଶୁଭଇ କେଟି ଦେବ ସ୍ୱାମୀ ।୫୩।
ଆହୋ ଇନ୍ଦ୍ରଦ୍ରୁମନ ରାଜା ୟେ ଆଦି ଯମନିକ ତୀର୍ଥ
ଜନମାନେ ହତ୍ୟାଦୋଷ ବିମୋଚନ କରନ୍ତି ୟେଥ ।୫୪।
ଚଉରାଶି କୋଟି ଜୀବ ଜନ୍ତୁ ଯମ ନାଶ କରଇ
ଯମେଶ୍ୱର ଦ୍ରଶନେ ସକଳ ପାପନ୍ତ ହରଇ ।୫୫।
ଅବଦକେ ମକର ମାସ ଶ୍ରବଣା ଦିନଇଂ
ସେ ଦିନ ଯମଦେବତା ୟେଥକୁ ଆସଇ ।୫୬।
ତାହାର ଦୋଷ ପାତକ କ୍ଷୟ କରଇ ୟେତ
ଶିବ ଗଙ୍ଗା ଦ୍ରଶନେ ହୋଅଇ ମୁକତ ।୫୭।
ସର୍ବନାଶନ ବୋଲି ଯମର ଲେଖନକାରୀ
ସେହି ରହିଥାଇ ୟେ ଯମନିକ ତୀର୍ଥ ପୁରୀ ।୫୮।
ଯେତେଲୋକ ଆସି ୟେ ତୀର୍ଥ କରନ୍ତି ରହି
ଲେଖନ କରି ଯମ ପାଖରେ ସମସ୍ତ କହଇ ।୫୯।
ନାନାପାତକ କରୁଥାଇ ଯେ ଗ୍ୟାନେ ବା ଅଗ୍ୟାନେ
ଯମ ତାକୁ ଶାସ୍ତି ଦେଇ ନୁଆରଇ ଆନେ ।୬୦।
ଆମ୍ଭେ ୟେ ଯମନିକ ତୀର୍ଥର ଆଧିପତି
ଦେଖିଲୁ କୀର୍ତ୍ତି ତୋହୋର ଉଠ ହୋ ନରପତି ।୬୧।
ଶୁଣି ଇନ୍ଦ୍ରଦ୍ରୁମନ ନମଇ ଶତେବାର
କୃତକୃତ ହୋଇ ସେ କହଇ ଉତ୍ତର ।୬୨।
ସ୍ୱାମୀ ମୁହିଂ ତୋଳାଇଲି ପ୍ରାସାଦ ଗୋଟିୟେ
ବିଜେକରିବେ ୟେଥେ କେବଣ ଦେବତାୟେ ।୬୩।
ତହିଂକି କରିବା ମୋତେ ତୁକୁ କରଇ ସେବା
କେବଣ ଦେବତାୟେ ୟେଥେ ବିଜେ କରାଇବି ଆଗ୍ୟାଂ ମୋତେ ଦେବା ।୬୪।
ଯମେଶ୍ୱର ବୋଇଲେ ତୋହୋର ଉତ୍ତମ ମହିମାଂ
ଉତ୍ତର ଦିଗେ ଅଛନ୍ତି ମାରକଣ୍ଡ ବ୍ରହ୍ମା ।୬୫।
ଆମ୍ଭର ଆଗ୍ୟାଂରେ ସେ କ୍ଷେତ୍ରରେ ବିହରି
ସୃଷ୍ଟି କରତା ସେ କାଳେଣ ଅଧିକାରୀ ।୬୬।
ତାହାନ୍ତ ଇନ୍ଦ୍ରଦ୍ରୁମନ କର ଯାଇ ପୁଚ୍ଛା
ସେ ତୋତେ କହିବେଟି ଯେବଣ ହିଂ ଦୀକ୍ଷା ।୬୭।୯୮୫।
ମାରକଣ୍ଡ ବ୍ରହ୍ମାଙ୍କ ପୂର୍ବଜନ୍ମ ବୃତ୍ତାନ୍ତ ଓ
ଗୋମୁଖୀ ହରଙ୍କ କଥାଶୁଣ ବଇବସୁତ ମନୁ ବଦୟନ୍ତି ଅଗସ୍ତିୟେଥି ଉତ୍ତାରେ ଯାହା ହେଲା ମୂଷଳୀ ପର୍ବ ରୀତି ।୧।ଇନ୍ଦ୍ରଦ୍ରୁମନ ବୋଇଲା ସେ ଯେବେ ଅଟନ୍ତି ଦେବବ୍ରହ୍ମାୟେ ମୃତୁ ମଣ୍ଡଳେ ଥିତି କିମ୍ପେ ମହାତମା ।୨।ବଦୟନ୍ତି ଯମେଶ୍ୱର ଶୁଣ ଇନ୍ଦ୍ରଦ୍ରୁମନଭାରାଭର ନିବାରଣେ କୃଷ୍ଣ ମୃତୁମଣ୍ଡଳେ ଉତପନ ।୩।ଆଦି ଅବତାରେ ହରି ଯଦୁ ନାମେ ଋଷିବସୁଦେବ ବୋଲି କରି ଅଟେ ୟେହାଂକର ଶିଷି ।୪।ବସୁଦେବ ସୁତ ଅନନ୍ତ ନାମେ ଯତିସୁଦେବ ନାମେଣ ଯେ ତାହାର ସନ୍ତତି ।୫।ବସୁଦେବର ପୁତ୍ର ମାରକଣ୍ଡ ନାମସାତ କଳପ ବଞ୍ଚିଲା ବିଷ୍ଣୁ ଗରଭେ ବିଶ୍ରାମ ।୬।ତୋଷେ ନାରାୟଣ ଦିଲେ ତାଂକୁ ୟେହି ଦୀକ୍ଷାବିହନ୍ତା ପୁରୁଷ ହୋ ତୋର ପୂରୁ ମନବାଞ୍ଛା ।୭।ସେ ମାରକଣ୍ଡ ଋଷି ବ୍ରହ୍ମା ରୂପ ଧରିନବସୃଷ୍ଟି କରତା ଆତଯାତ କରି ।୮।ମାରକଣ୍ଡଂକର ସୁତ ସୁରଥ ମହଋଷିସୁଷେଣ ନାମେ ତାର ୟେକ ଶିଷି ।୯।ସୁଷେଣର ପୁତ୍ର ବଇଷ୍ଣବ ନାମେ ଦ୍ୱିଜତାହାର ନନ୍ଦନ ଅଟଇ ଅରୁଣତେଜ ।୧୦।ଅରୁଣତେଜର ନନ୍ଦନ ଅଟଇ ସୁଦେବସୁଦେବର ପୁତ୍ର ଅଟଇ ବସୁଦେବ ।୧୧।ଶ୍ରୀକୃଷ୍ଣ ରଙ୍ଗାବତାର ବସୁଦେବ ଘରେଯଶୋଦାଂକୁ ନେଇ ସମର୍ପିଲେ କଂସାସୁର ଡରେ ।୧୨।ଗୋପରେ କୃଷ୍ଣଚନ୍ଦ୍ର ନିଚିନ୍ତେ ବଢ଼ନ୍ତିଷୋଳ ସସ୍ର କନ୍ୟା ଘେନି ବିହାର କରନ୍ତି ।୧୩।ଅମରାବତୀ ସ୍ୱର୍ଗକୁ ବିଧିତ ସତ୍ୟ ଯୁଗେ ରାବଣ ଧାଡି ଦିଲାବତିଶସହସ୍ର କନ୍ୟାଂକୁ ବଳାକ୍ତାରେ ହରିନେଲା ।୧୪।ଲଂକା ଭୁବନକୁ ଘେନିଗଲା ଲଂକପତିବାଳୁତ କନ୍ୟା ସେ କେଭେଂ ନୋହିଲେ ରଜବତୀ ।୧୫।ରାବଣର ହାସ ପରିହାସ୍ୟ ଯୁଗତେରଜବତୀ ନୋହିଲେ ତେପନ ଯୁଗ ପରିଯନ୍ତେ ।୧୬।ତେପନ ଯୁଗ ଅନ୍ତରେ ରାବଣ ନାଶ ଗଲାସେ କନ୍ୟା ସଙ୍ଗେ ନେଇ ଇନ୍ଦ୍ରଂକୁ ସ୍ୱର୍ଗେ ବିଭୀଷଣ ଦିଲା ।୧୭।ବିଭୀଷଣ ବୋଇଲା ୟେହାଂକୁ ରାବଣ ନେଲା ହରିତେପନ ଯୁଗେ ୟେତ ନୋହିଲେ ରଜକାରୀ ।୧୮।ଅସୁରେ ଦୂଷିତ ୟେ ନୋହିଲେ ଯୁବତୀସମ୍ଭାଳ ୟେ କନ୍ୟା ହୋ ଦେବ ସୁରପତି ।୧୯।ଶତ୍ର ରାୟେ ବୋଇଲେ ୟେଥୁଂ ଷୋଳ ସସ୍ର ବାଳୀଗୋପପୁରେ ବଢ଼ନ୍ତୁ ୟେ କୃଷ୍ଣର କୁତୂହୋଳୀ ।୨୦ରାବଣ ଯେ ହରିନେଲା ଶ୍ରୀରାମ ଘରଣୀୟେମାନେ ସମସ୍ତେ ରାବଣ ଭାରିଯା ୟେହାଂକୁ ହରନ୍ତୁଚକ୍ରପାଣି ।୨୧।ଆବର ଷୋଳ ସହସ୍ର ଥାଆନ୍ତୁ ତୁମ୍ଭର ତହିଂନାରକା ଧାଡ଼ି ଦିଲେ ତୋଷ କରଇ ମୁଁ ୟେହାଂକୁ ଦେଇ ।୨୨।ନାରକାକୁ ବଧତ କରିବେ ବନମାଳୀତାହା ତହୁଂ ନେମେ ୟେ ଷୋଳ ସସ୍ର ବାଳୀ ।୨୩।ୟେହି ବତିଶ ସହସ୍ର କନ୍ୟା କୃଷ୍ଣଂକୁ ଅଙ୍ଗ ଭୋଗ ଦ୍ୟନ୍ତୁଅସୁର ହରଣ ଦୋଷ ପାର ଯେ କରନ୍ତୁ ।୨୪।ଗତ ପାତକ କ୍ଷୟେ ଯାଉ କୃଷ୍ଣର ଅଙ୍ଗ ଲାଗିଅମର ସ୍ୱର୍ଗେ ବସନ୍ତୁ ୟେ ସମସ୍ତ ଦୋଷ ପରିତ୍ୟାଗି ।୨୫।ଯମେଶ୍ୱର ବୋଇଲେ ହୋ ଶୁଣ ଇନ୍ଦ୍ରଦ୍ରମନସେ ବତିଶ ସହସ୍ର କନ୍ୟା ଆସ୍ରେ ନନ୍ଦ ନନ୍ଦନ ।୨୬।ଯାବତ କାଳ ୟେ ନୁହନ୍ତି ରଜବତୀଅସୁର କଟାଳନ୍ତେ ସନ୍ଧାନ ଦିଅଇ ସୁରପତି ।୨୭।ଦେବସ୍ତିରୀ ବୋଲି ଅସୁର ନିଅନ୍ତି ଉଷତେଅସରଂକୁ ଭୋଗ ୟେ ନଦିଅନ୍ତି କଦାଶ୍ଚିତେ ।୨୮।ଦେବଦାନବେ ଯେ ନୁହନ୍ତି ରତିକାରୀରଙ୍ଗା ଅବତାରକୁ ୟେ ଥାନ୍ତି ବାଳୁତ ରୂପଧରି ।୨୯।ଶ୍ରୀକୃଷ୍ଣ ବିତ୍ରକେ ଆନେ ନାହିଂ ରତିୟେହାନ୍ତ ହରି ଅସୁରେ ନାଶଯାନ୍ତି ।୩୦।ଆହୋ ଇନ୍ଦ୍ରଦ୍ରୁମନ ଆମ୍ଭର ୟେ ଥେ ବିଜେ କଲାମହାଶମ୍ଭୁ ହୋଇଲୁ ୟେଥେ ପଞ୍ଚାଣୋଇ ପ୍ରଳୟ ହୋଇଲା ।୩୧।ପ୍ରଳୟେକେ କୃଷ୍ଣ ଯେ ହୋଅଇ ରଙ୍ଗା ଅବତାରଯୁବତୀ ରଙ୍ଗେ ଭାରା ନିବାରଇ ପୁଣି ଛାଡଇ ଶରୀର ।୩୨।ସେହି ପିଣ୍ଡ ତ ନୀଳଗିରିରେ ହେବ ପୂଜାପଞ୍ଚଣୋଇ ବାର ହୋଇଲୁଣି ଇନ୍ଦ୍ରଦ୍ରୁମନ ରାଜା ।୩୩।ବସୁଦେବ ପାଲଟାଇ କୃଷ୍ଣ ହିଂ ଗୋପପୁରେ ଭ୍ରମିଗୋପପୁର ନାୟିକାମାନନ୍ତ ଶ୍ରୀକୃଷ୍ଣ ୟେ ରମି ।୩୪।ବଇଶାଖ ଶୁକ୍ଳପକ୍ଷ ଦ୍ୱିତୀୟାର ତିଥିରୋହିଣୀ ନକ୍ଷତ୍ର ବାର ଅଟେ ବୃହସ୍ପତ୍ତି ।୩୫।ଗୋପ ସ୍ତିରୀମାନନ୍ତ ଘେନି କୃଷ୍ଣ ଜଳକ୍ରୀଡା କରିକୁଞ୍ଜବନ ଭିତରେ କୃଷ୍ଣ ଚରାଉତିଲେ ବାଛୁରୀ ।୩୬।ଗୋପୀନ୍ତ ଘେନି ହରି ପଶିଲେ ଯହୁଂ ଜଳେମାରକଣ୍ଡ ବ୍ରହ୍ମା କୃଷ୍ଣଂକୁ ଲୋଡଇ ତେତେବେଳେ ।୩୭।କଂସର ଭୟ କଥା ଜଣାଇବ ବୋଇଲାଚଉକତି ଲୋଡି ବ୍ରହ୍ମା କୃଷ୍ଣଂକୁ ଦେଖି ତ ନୁଆରିଲା ।୩୮।ବୋଇଲା ଭାରା ନିବାରଣେ ୟେ ଯିବେ ସ୍ୱର୍ଗପୁରୀଗୋପୀନ୍ତ ଘେନି ଯେୟେ କ୍ରୀଡ଼ାରଙ୍ଗେ ବିହରି ।୩୯।ୟେତେକ ବିଚାରି ସେ ମାରକଣ୍ଡ ବ୍ରହ୍ମାବଚ୍ଛା ପଲ୍ଲୀ ହରିଲା ସେ ବିହନ୍ତା ମହାତମା ।୪୦।ଆଦିତ୍ୟ ଦେବ ଯହୁଂ ହୋଇଲେ ମଧ୍ୟ ସ୍ଥାନେଜଳକ୍ରୀଡ଼ା ସାରିଗଲେ ଗୋପସ୍ତିରୀମାନେ ।୪୧।ବନସ୍ତେ ଶ୍ରୀକୃଷ୍ଣ ଲୋଡ଼ନ୍ତ ବଚ୍ଛା ପଲ୍ଲୀଗୋପସ୍ତିରୀମାନନ୍ତେ ଦେଖି ମୁଂ ତ ବଚ୍ଛାନ୍ତ ଛାଡ଼ିଲି ।୪୨।ବେଳଶେଷ ହୋଇଲା ଯିବେନି ଗୋଗୋଷ୍ଠଗାବ ବଚ୍ଛା ନିକି ହୋଅନ୍ତି ୟେକ ଭେଟ ।୪୩।ନପୁଣ କ୍ଷୀରଯାକ ପିବନ୍ତି ବଚ୍ଛା ପଲ୍ଲୀକଂସର ନିଯୋଗକୁ ନନ୍ଦ କିସ ଦେବ କାଲି ।୪୪।ୟେତେକ ବୋଲି କୃଷ୍ଣ ଧାବନ୍ତି ଗୋଗୋଷ୍ଠକୁଗାବମାନେ ହମ୍ବାଳନ୍ତି ନପାଇ ବଚ୍ଛାଂକୁ ।୪୫।ନନ୍ଦ ମହାଖଡ଼ ଲୋଡ଼ଇ ଚଉକତି ଚାହିଂଉଚ୍ଚସ୍ୱରେ ଡ଼ାକନ୍ତି ରେ କହ୍ନାଇ କହ୍ନାଇ ।୪୬।ନନ୍ଦର ଡ଼ାକରେ ଦାମନ୍ତି ଦେବହରିପିତାୟେ ଅବା ମୋର ପାଇଲେ ବାଛୁରୀ ।୪୭।ସନ୍ନିଧାନେ କୃଷ୍ଣଚନ୍ଦ୍ର ହୋଇଲେକ ଯାଇନନ୍ଦ ବୋଇଲେ ତୁହିତ ଅଇଲୁରେ କୃଷ୍ଣବଚ୍ଛାମାନେ ଯେ କାହିଂ ।୪୮।ସମସ୍ୟା ନଦେଇଣ ରୋଦନ୍ତି ଶ୍ରୀରଙ୍ଗେକୃଷ୍ଣର ଚୂଳଗୋଟି ନନ୍ଦ ଧଇଲାକ ରାଗେ ।୪୯।ଛାଟକେ ଘେନି ପିଟଇ ନନ୍ଦ ମହାଖୁଡ଼କୋମଳ ଶରୀରେ ବାଜି ବହଇ ରକତ ଧୀର ।୫୦।କାନ୍ଦିଣ ଶ୍ରୀକୃଷ୍ଣ ଯେ ଦିଅନ୍ତି ଘୋଡ଼ାଲୋଟିବଛାନ୍ତ ଚଉକତି ନନ୍ଦ ଲୋଡ଼ନ୍ତି ହେଟି ।୫୧।ଛାଟ ପିଟନ୍ତେ ହରି ଶରୀର ବଡ଼ ବଇରାଗୀଧ୍ୟାନେଣ ନିରୋପିଲେ ସେ ବାଳୁତ ବୁଦ୍ଧି ତ୍ୟାଗୀ ।୫୨।ଦେଖିଲେ ଆକାଶେ ରହିଛି ମାରକଣ୍ଡରାଗେଣ ଶରୀର କମ୍ପାଇଲେ କମ୍ପଇ ବ୍ରହ୍ମାଣ୍ଡ ।୫୩।କୃଷ୍ଣ ବୋଇଲେ ତୁ ୟେଡ଼େ ମନ୍ଦ ଅଟୁଦୟା ନ ବସିଲା ତୋର ନନ୍ଦ ଛାଟ ଫିଟୁ ।୫୪।ୟେତେକ କଷଣ କଲୁ ତୁରେ ମୋତେଅପୂଜ୍ୟକ ହୁଅ ତୁମ୍ଭେ ମୃତ୍ୟୁ ମଣ୍ଡଳେ ଯୁଗତେ ।୫୫।ଶୁଣି ମାରକଣ୍ଡ ବହୁତ ବିନୟେଅପାର ବିନୋୟୀ ଖଟିଲେ ଦେବରାୟେ ।୫୬।ସେ ମାରକଣ୍ଡ ବ୍ରହ୍ମା ଅଶ୍ୱ ରୂପ ହୋଇସେ କୃଷ୍ଣନାଥଂକୁ ନିତ୍ୟପତି ବହଇ ।୫୭।ସମୟେକେ ଜାଣିଲେ ଦେବ ଯେ ଅଚ୍ୟୁତଆସ ଆସ ମାରକଣ୍ଡ ତୁ ଅଟୁ ମୋର ଜ୍ୟେଷ୍ଠ ଭ୍ରାଥ ।୫୮।ଯଦୁ ବଂଶରେ ତୁ ଅଟୁ ପରମଗୁରୁଶାପକୁ ଭୟ କରି ତୁ ୟେତେ ମୋତେ ଡରୁ ।୫୯।ଯମନିକ ତୀର୍ଥେ ନୀଳ କଳପବଟେସୁନ୍ଦର ପରବତ ମଉଦଧିର ନିକଟେ ।୬୦।ମାରକଣ୍ଡେଶ୍ୱର ହୋଇ ହୁଅ ଲିଙ୍ଗ ଗୋଟିତହିଂ ତୋତେ ପୂଜନ୍ତା ହୋଇବେ କୋଟିକୋଟି ।୬୧।ଦକ୍ଷିଣ ଯମେଶ୍ୱର ଉତ୍ତରେ ମାରକଣ୍ଡମଧ୍ୟେଣ ପୂଜା ଘେନିମା ୟେ ମୋହୋର ପିଣ୍ଡ ।୬୨।ଶୁଣ ହୋ ଇନ୍ଦ୍ରଦ୍ରୁମନ କହିଲେ ଯମେଶ୍ୱର ସ୍ୱାମୀୟେ ମାରକଣ୍ଡେଶ୍ୱର କ୍ଷେତ୍ରଟି ଅଟଇ ଉତ୍ତମି ।୬୩।ଦ୍ୱାପର ଯୁଗରେ ସେ ଶମ୍ଭୁ ମହାଯତିବିଷ୍ଣୁର ଆଗ୍ୟାଂୟେ ମାରକଣ୍ଡେଶ୍ୱର କ୍ଷେତ୍ର ଆଧିପତି ।୬୪।ତୁ ଯାଇ ପଚାର ମାରକଣ୍ଡକୁ ଆଦ୍ୟ କଥାସେ ଜାଣନ୍ତି ଯେ ୟେଥେ ହୋଇବ ଦେବତା ।୬୫।ଶୁଣିଲା ଇନ୍ଦ୍ରଦ୍ରୁମନ ଯମେଶ୍ୱର ଦୀକ୍ଷାଇନ୍ଦ୍ରଦ୍ରୁମନ ଯାଇ ମାରକଣ୍ଡକୁ କରଇ ପୁଚ୍ଛା ।୬୬।ଚଳଇ ଇନ୍ଦ୍ରଦ୍ରୁମନ ଯେ ଗୟା ନାଭିକୁଣ୍ଡେଲୋଡ଼ଇ ଚଉକତି ଲିଙ୍ଗ ମାରକଣ୍ଡେ ।୬୭।ଲୋଡ଼ି ଲୋଡ଼ି ବ୍ରହ୍ମା ଚିହ୍ନ ବର୍ଣ୍ଣ ନପାଇଲା ନୃପକେଉଣ ସ୍ତାନେ ସ୍ୱାମୀ ହୋଇଅଛ ଗୋପ୍ୟ ।୬୮।ଅନେକ ଲୟ କରି ଲୋଡ଼ି ମନ ଧ୍ୟାନେନିରାଶେ ଉପବାସ କରଇ ପଞ୍ଚଦଶ ଦିନେ ।୬୯।ମୀନ କୃଷ୍ଣପକ୍ଷ ଅଟେ ଦଶମୀର ତିଥିଅଦଭୂତରେ ସ୍ୱପନ ଦେଖିଲେ ସେ ରାତି ।୭୦।ଶୁକ୍ଳାମ୍ବର ଶରୀର ମଉଳି ୟେକ ଜଟାଶ୍ରୀକରେ ଦଣ୍ଡ କମଣ୍ଡଳ ଗୋଟି କଟିରେ ତମ୍ବାର କାଛଟା ।୭୧।ଅଂଶୁ ବିଲେପନ ଯେ ଅନନ୍ତ ପଇତାତ୍ରିଅମ୍ବେକ ମହୁରା ଗୋଟି ଗୋପୀ ଚନ୍ଦନ ଚିତା ।୭୨।ଉଠ ଉଠ ଇନ୍ଦ୍ରଦ୍ରୁମନ ଅଟୁ ତୁ ମହୀଦଣ୍ଡଆମ୍ଭେ ସେ ବ୍ରହ୍ମା ଅବତାର ମାରକଣ୍ଡ ।୭୩।ସରୂପ ଦେଖିକରି ଉଠଇ ମହାରାଜାସ୍ୱାମୀଂକ ଚରଣେ କରଇ ବହୁତ ପୂଜା ।୭୪।ମହାକ୍ଷେତ୍ର ବୋଲି ଯେ ତୋଳାଇଲି ପ୍ରାସାଦକେବଣ ଦେବତା ୟେଥକୁ କରାଇବି ସମ୍ପାଦ ।୭୫।ଆଦିତୀର୍ଥ ୟେ ଯେ ଯମ୍ବେଶ୍ୱର ଦେବସ୍ୱାମୀକ୍ଷତ୍ର ଆଧିପତ୍ୟ ମାରକଣ୍ଡେଶ୍ୱର ଭୂମି ।୭୬।ଯୁଗ ଅନ୍ତକ ୟେ ନୀଳସୁନ୍ଦର ପର୍ବତୟେଣେ ବିଜେ କରିବେ ରାମକୃଷ୍ଣ ବେନିଭ୍ରାଥ ।୭୭।ଆହୋ ରାଜା ଆମ୍ଭେ ଯେ କୃଷ୍ଣର ତହୁଂ ପାଇଲୁ ଅଭିଶାପଆଗ୍ୟାଂ ଦିଲେ ଗୟାତୀର୍ଥେ କରଯାଇଂ ତପ ।୭୮।ସେ ତୀର୍ଥରେ ପୁଷ୍କର ରହିଥିଲାଆମର ଭୟେ ସେ ଯେ ପାତାଳଗାମୀ ହୋଇଲା ।୭୯।ଆମ୍ଭେ ଯେ ଗୋଡ଼ାଇ ଅଇଲୁ ପୁଷ୍କର ଦେବତାଂକୁଅଭିଷେକ ହୋଇ କୃଷ୍ଣର ଶାପୁଂ ତରିବାକୁ ।୮୦।ପୁଷ୍କର ବୋଇଲାନ ନାରାୟଣଂକର ବିନୁ ଆଗ୍ୟାଂମୁହିଂ କେହେନେକ ଭାଙ୍ଗିବି କୃଷ୍ଣର ପ୍ରତଗ୍ୟାଂ ।୮୧।ୟେତେ ବୋଲି ପୁଷ୍କର କୋଟିୟେ ତୀର୍ଥ ଘେନିଗୋପ୍ୟାନ ହୋଇଲା ସେ ପାତାଳ ଗାମିନୀ ।୮୨।ଆମ୍ଭେ ଗୋଡ଼ାଇଲୁ ସେ ପୁଷ୍କର ଦେବତାକୁକୋଟିୟେ ତୀର୍ଥ ଘେନି ସେ ଗୋପ୍ୟ ହୋଇବାକୁ ।୮୩।ତିନିଶତ ଯୋଜନ ସେ ପକାଇଲା ଘୋଟିଗୋଡ଼ାବନ୍ତେ ୟେହି ବିମ୍ବରେ ଆସି ଫୁଟି ।୮୪।ଆମ୍ଭେ ବାହାର ହୋଇ ଆସିଲୁ ୟେହିଲାଗିଆସିଣ ପୁଷ୍କରୟେ ଯମେଶ୍ୱର ଦେବ ସେବି ।୮୫।ଗୟା ମାରକଣ୍ଡ ଅଟଇ ୟେକ ବଟନଅକୋଟି ତୀର୍ଥ ଘେନି ପୁଷ୍କର ରହିଲା ୟେହି ଘାଟ ।୮୬।ଆହୋ ଇନ୍ଦ୍ରଦ୍ରୁମନ ୟେହି ନୀଳଗିରି ପର୍ବତେ ସେ ହୋଇଅଛି ଗୁପତଯେତେବେଳେ ରାମକୃଷ୍ଣ ବିଜେ କରିବେ ୟେଥ ।୮୭।ନବକୋଟି ତୀର୍ଥ ଘେନି ସେ ରାମକୃଷ୍ଣ ଚରଣାରବିନ୍ଦେତହିଂରେ ପୁଷ୍କର ତମିବ ମନର ଆନନ୍ଦେ ।୮୮।ଇନ୍ଦ୍ରଦ୍ରୁମନ ପଚାରଇ ମାରକଣ୍ଡ ଚରଣ ସେବିସେ ନାରାୟଣ ଦେବତାଂକୁ ମୁଂ କାହିଂରେ ପାଇବି ।୮୯।ମାରକଣ୍ଡ ବୋଇଲେ ସେ ଜାରା ନାମେ ଶବରପ୍ରୀତି ଉପୁଜାଇ କରି ତାହାନ୍ତ ପଚାର ।୯୦।ଶୁଣି ଇନ୍ଦ୍ରଦ୍ୟୁମନ ଯେ ଲୋଡ଼ି ଜାରାକୁଗୋ ସାଗର ତୀର୍ଥେ ଭେଟିଲା ତାହାଂକୁ ।୯୧।ଜାରା କଇବ୍ରତ ଜାରା ନାମେ କିରାତଶବର କଇବ୍ରତ ବେନି ଅଟନ୍ତି ମଇତ୍ର ।୯୨।ଲୋଡ଼ଇ ଇନ୍ଦ୍ରଦ୍ରୁମନ ଜାରାକୁ ୟେକସରେସିଦ୍ଧ ଅନକୂଳ ମନ୍ତ୍ରୀ ଅଛଇ ସଙ୍ଗତରେ ।୯୩।ଗୋଡ଼ାଇ କଇବ୍ରତକୁ ଭେଟିଲେ ୟେକ ତୀର୍ଥେତହୁଂ ହୋଇଲେ ଯାଇ ଗୋସାଗର ତୀର୍ଥେ ।୯୪।କିରାତ କଇବ୍ରତ ଦେଖିଲେ ଯାଇ ପଲ୍ଲୀଇନ୍ଦ୍ରଦ୍ରୁମନ ବୋଇଲା ମୁଂ ନିସ୍ତରିଲି ନିସ୍ତରିଲି ।୯୫।ତୁ ପୁଣ କିରାତ ନାମ ତୋହୋର ନାମ ଜାରାସିଦ୍ଧ ଅନକୂଳ ମନ୍ତ୍ରୀ ବୋଲନ୍ତି ଯେ ବାଳି ପୁତ୍ର ଅଂଗଦମହାବୀରା ।୯୬।ଶ୍ରୀମୁଖ ଘେନିଯାଇ ଭାଙ୍ଗିଲା ଲଂକାଦ୍ୱାରତୋଷେଣ ଶ୍ରୀରାମଚନ୍ଦ୍ର ଦିଲେ ୟେହାକଇଂ ବର ।୯୭।ୟେହାର ପିତାଂକୁ ଯହିଂ ଶ୍ରୀରାମ ମାରିଛନ୍ତିୟେହି ବୋଇଲା ତୋତେ ମାରିବି ରଘୁପତି ।୯୮।ଶ୍ରୀରାମ ବୋଇଲେ ହୋ ଦ୍ୱାପର ଯୁଗ ଭାଗେକିରାତ ରୂପେ ଜାତ ହୋଇବୁ ମଧ୍ୟ ସ୍ୱର୍ଗେ ।୯୯।ସେ ଅବତାରେ ଆମ୍ଭଂକୁ ନାରାଜ ଘାତକରତୋହୋର ହାତେ ପ୍ରାଣ ଦେବୁ ବୋଇଲେ ରଘୁବୀର ।୧୦୦।ଇନ୍ଦ୍ରଦ୍ରୁମନ ଆଗେ ସିଦ୍ଧ ଅନକୂଳ ମନ୍ତ୍ରୀ ୟେମନ୍ତ କହିଲାତେଣୁ କରି କୃଷ୍ଣଂକୁ ୟେ ଶରାଘାତ କଲା ।୧୦୧।ଅର୍ଜୁନ ଯେ ଦହନ କଲା ଶ୍ରୀକୃଷ୍ଣ କଳେବରଆକାଶର ବାଣୀ ଶୁଭିଲା ୟେ ପିଣ୍ଡ ନାଶ ନକର ।୧୦୨।କଳିଯୁଗ ପ୍ରବେଶ ହୋଇଲାକ ଆସିନରଲୋକନ୍ତ ବାନ୍ଧିବା ୟେ କାଳ କୂଟ ଫାଶି ।୧୦୩।ଧର୍ମ ବାଟ ଛାଡି କଳି କରାଇବ ଅଧର୍ମତେଣୁକରି ନରମାନନ୍ତ ଶାସ୍ତି ଦେବ ଯମ ।୧୦୪।ୟେହି ପିଣ୍ଡ ଯେ ବସିବ ନୀଳଗିରିଦଶନେ ଜନଂକର ଦୁରିତ ଯିବ ପାରି ।୧୦୫।କଳିଯୁଗ ଚାରିଲକ୍ଷ ବତିଶ ସହସ୍ର ବରଷ ପରିଯନ୍ତେୟେ ପିଣ୍ଡ ପୂଜା ପାଇବ ଶୁଣ ବୀର ପାଥେ ।୧୦୬।ଆକାଶର ବାଣୀ ଯେ ଶୁଣିଲା ବୀର ଫାଲଗୁନିସମୁଦ୍ରେ ମେଲିଲା କୋଳେ ତାହାଘେନି ।୧୦୭।ୟେ ଜାରା ରକ୍ଷା କରଇ ନିଜ କାୟେୟେହାରେ ସଂସାରକୁ ସଦଗତି ଅଛି ରାୟେ ।୧୦୮।ମନ୍ତ୍ରୀର ବଚନେ ଯେ ରାଜା ଇନ୍ଦ୍ରଦ୍ରୁମନଜାରାକୁ ଭୂଷଣ କଲା ଲକ୍ଷେକ ରତନ ।୧୦୯।ବାବୁ ତୁ ବନସ୍ତର ପତି ମୁଂ ମୃତୁ ମଣ୍ଡଳେ ରାଜାଦୁହେଂ ହୋଇ କୃଷ୍ଣର ପିଣ୍ଡକୁ କରିବାକୁ ପୂଜା ।୧୧୦।ଜାରା ବୋଇଲା ତୁମ୍ଭେ ଶୁଣ ମଞ୍ଚେଶ୍ୱରପ୍ରସନ୍ନେ ନାରାୟଣ ଗୋମୁଖୀ ଚକ୍ରଧର ।୧୧୧।ତୁ ୟେଥେ ରହି ରାମକୃଷ୍ଣକଇଂ କର ପୁଚ୍ଛାସେ କୃଷ୍ଣର ପିଣ୍ଡ ଯେବେ ଭୋଗକୁ ଧିବ ଇଚ୍ଛା ।୧୧୨।ଗୋମୁଖୀ କେଶବ ସତ୍ୟୟୁଗର ଦେବତାଶୁଣ ହୋ ଇନ୍ଦ୍ରଦ୍ରୁମନ ତୋତେ ବୁଝାଇ କହଇ ଗତ କଥା ।୧୧୩।ଋତୁ ବସନ୍ତ ସତ୍ୟଯୁଗେ ଈଶ୍ୱର ସୁମେକ ଋଷି ରୂପଆକାଶଗଙ୍ଗା କୂଳେ କରନ୍ତି ଦେବ ତପ ।୧୧୪।ମିଥୁନ ଶୁକଳ ପକ୍ଷ ଅଟେ ୟେକାଦଶୀଅର୍କବାର ସେଦିନର ସ୍ୱାତୂ ତୁଳାରାଶି ।୧୧୫।ସେହି ଦିନ ଈଶ୍ୱର ଯେ କାଟିଲେକ କୁଶକାଟିଲେକ କୁଶ ଯାଇ ବିଡ଼ା ସେ ଷୋଡ଼ଶ ।୧୧୬।ବିଡ଼ି ବିଡ଼ି କରି ଥୋଅନ୍ତେ ଗଙ୍ଗାକୂଳେଦୂବଲତା ଉପରେ ଶୁଖାଇଲେ ମଧ୍ୟାନର କାଳେ ।୧୧୭।ଆଦିମାତା କପିଳା ଦୋହିତା ସୁରଭିସେ ସୁରଭିର ଦୋହିତା ନାମ ନନ୍ଦିନୀଦେବୀ ।୧୧୮।ଗଙ୍ଗାକୂଳକୁ ସେ ଗଲେ ପାଣି ହେରିଉଚ୍ଛର୍ଗ ଦେଖିକରି ଦୁବନ୍ତ ସେ ଚିରି ।୧୧୯।ଦୂବ ଚରନ୍ତେଣ ଖାଇଲେ କୁଶ ବିଡ଼ିଦେଖିଣ ଶଂକର ସେ ଧାମନ୍ତି ତପ ଛାଡ଼ି ।୧୨୦।କୁଶ ନ ଦେଖିଣ ସେ ମହାକୋପ କଲେଋଷି ରୂପ ଛାଡ଼ିଣ ଭଇରୋବ ରୂପ ହେଲେ ।୧୨୧।କ୍ଷୁଧାରେ ଆଦିମାତା ନଇଂଣ ଚରୁଥିଲାଶୂଳ ପଡ଼ନ୍ତେ ଶିର ତାର ଛିଡ଼ିଣ ପଡ଼ିଲା ।୧୨୨।ଦେଖିଣ ଈଶ୍ୱର ମହା ଭୟେ କଲେଋଷି ରୂପ ଛାଡ଼ିଣ ଭଇରୋବ ରୂପ ହେଲେ ।୧୨୩।ଖପର କଠୋର ଯେ ତ୍ରିଶୂଳ ଡ଼ମ୍ବରୁମହାଖଳା ରୂପେ ଖେଚର ଭୂଚର ରୂପ ଧରୁ ।୧୨୪।କିଂଶୁକ ମନ୍ଦାର ଯେ ରକତ ବସ୍ରେ ଲାଗିମହାଖଳା ବୀରନ୍ତ ଭୋ ମଦିରା ରସେ ଭୋଗୀ ।୧୨୫।କେ ଗୁରୁ କେ ବ୍ରାହ୍ମଣ କେହୁ ଯେ ଦେବତାକେହୁ ଚନ୍ଦ୍ର ସୂର୍ଯ୍ୟ କେହୁ ଅବା ପିତା ମାତା ।୧୨୬।ଭାଂଜିଲେ ଦେବ ଶାହାସ୍ର ହୋଇଲେ ମହାଯୋଗୀଅମାର୍ଗ ମାର୍ଗେ ପଶି ଅଖାଇଦ ଫଳ ଭୋଗୀ ।୧୨୭।ଶୁଣ ହୋ ଚଇତନ ଧନୁ ଶୁକ୍ଳପକ୍ଷ ତ୍ରୟୋଦଶୀ ଶୁକ୍ରବାରମୃଗଶିରା ନକ୍ଷତ୍ର ଯେ ବେଳ ଦ୍ୱିପ୍ରହର ।୧୨୮।ଇନ୍ଦ୍ର ନାମେ ଯୋଗ ପୁଣି କଉଳୋବ କରଣହୋଇଥିଲା କଣି ମକରର ସଂକ୍ରମଣ ।୧୨୯।ମହାଖେଳା ବୀରନ୍ତ ଘେନି ମତୁଆଳ ନାଟେବିହରନ୍ତି ଭଇରୋବ ମେରୁ ସଭାର ନିକଟେ ।୧୩୦।ନୟନ ବୁଲାଇ ଯହୁଂ ଚାହିଂଲେ ଭଇରୋବଦେଖିଣ ପଳାଇଲେ ସମସ୍ତ ସୁରଦେବ ।୧୩୧।ଆସ୍ତାନ ତେଜିଣ ପଳାଇଲେ ସୁରପତିନାଶିକାରେ କର ଦେଇ ହସିଲେ ଶ୍ରୀପତି ।୧୩୨।ନାରାୟଣେ ବୋଇଲେ ମତୁଆଳ ତାର କିସ ଗ୍ୟାଂନଦେଖୁଂ ଦେଖୁଂ ଗୋମାତାର ଶିର କଲାକ ଛେଦନ ।୧୩୩।ଶଂକର ବୋଇଲେ କେ ଗାବ କେ ଅବା ବ୍ରାହ୍ମଣୟେ ବେନି ମାଂସ ଭକ୍ଷିବି ମୁଂ ସୁରା କରିବି ଭୋଜନ ।୧୩୪।ଶ୍ରୀକୃଷ୍ଣ ବୋଇଲେ ତୁ ମଦିରା ପାନ କଲୁଅଗ୍ୟାଂନ ପିଣ୍ଡ ଗୋଟି ଯିସ ଅବା ବୋଇଲେ ବୋଇଲୁ ।୧୩୫।ଶୁଣି କରି ଶାପ ଯେ ଦିଲେକ ଭଇରୋବଯାଅସିରେ ହୁଅ ତୁ ଗୋମୁଖୀ କେଶବ ।୧୩୬।ୟେସନେକ ଶାପ ଯହୁଂ ଦିଲେ ଭଇରୋବ ମୂର୍ତ୍ତିକୃଷ୍ଣ ବୋଇଲେକ ତୋର ଶାପକୁ ମୋର ଭିତି ।୧୩୭।ୟେହା ଚିତ୍ତରେ ତୁ ନବିଚାର ପଶୁପତିୟେମନ୍ତ ବିଚାରେ ନୁହଇୟେ ରୀତି ।୧୩୮।ଶୁଣିଣ ଭଇରୋବ ଯେ ମାଇଲା କୋଠାରେସେ ମୁଣ୍ଡ ଛିଡ଼ି ପଡ଼ିଲା କେଶବ ଅବତାରେ ।୧୩୯।କେଶବର ମୁଣ୍ଡ ଯେ ଘେନିଣ ପଶୁପତିଗଣ୍ଡ ସ୍ଥଳେ ଲଗାଇଲେ ଅଳଂକାର ସୁଗତି ।୧୪୦।ସେ ଭଇରୋବ ଖପରେ ଯେ ଥିଲା ଗୋମାତାର ମୁଣ୍ଡଗୋଟିକେଶବର କନ୍ଧେ ନେଇ ଲମ୍ବାଇଲେ ଧୂର୍ଜଟୀ ।୧୪୧।ମହାମନ୍ତ୍ର ପଢିଣ ଫୁଙ୍କିଲେ ଦେବ କର୍ଣ୍ଣେତତକ୍ଷଣେ କେଶବ ବସିଲେ ଚେତନେ ।୧୪୨।ଶଙ୍ଖ ଚକ୍ର ଗଦା ଅଭୟେ ଚାରିଭୁଜତହୁଂ ଗୋମୁଖ କେଶବ ହୋଇଲେ ଦେବରାଜ ।୧୪୩।ବଜସିଂହ ବୋଲି ଯେ ୟେକଇ ଦଇତମୟେସିଂହ ବୋଲି ତାହାର ୟେକପୁତ୍ର ।୧୪୪।ମୟେସିଂହ ପୁତ୍ର କାଳସିଂହ ବୀରଅମୟେସିଂହ ବୋଲି ତାହାର କୁମର ।୧୪୫।ଅମୟସିଂହର ପୁତ୍ର କଣୟସିଂହ ବୋଲିୟେହାର ପୁତ୍ର ଯେ କପିଳସିଂହ କହିଲି ।୧୪୬।କପିଳସିଂହର ପୁତ୍ର ଅଟଇ ସିଂହନାଦସିଂହନାଦର ପୁତ୍ର ଅଟଇ ପ୍ରହଲାଦ ।୧୪୭।ପ୍ରହଲାଦ ପୁତ୍ର ଅଟଇ ପିଙ୍ଗଲା ସୁରବୀରୟେହାର ପୁତ୍ର ନାମ ଅଟି ସିଂହସାଗର ।୧୪୮।ସିଂହସାଗର ଯେ ୟେଥୁ ରାଜ୍ୟକରିପୃଥୀରେ ଯେତେ ଜୀବଜନ୍ତୁ ଖାଇଲା ପୋଡ଼ିକରି ।୧୪୯।ଭୋ ନାଥ ସିନ୍ଧୁମର୍ଦ୍ଦନ ବୋଲି ୟେ ସତ୍ୟଯୁଗ କଥାକହିଲେ ନସରଇ ଲୁହର ତଦନ୍ତା ।୧୫୦।ମୁକୁଇ ସର୍ବ ଦିଶଇ ଲେଖନ୍ତା ଲୋକ ନାହିଂଯୋଗ ବ୍ରହ୍ମସାଧନ ନ ଜାଣଇ ମୁହିଂ ।୧୫୧।ଶିବର ଦ୍ୱାରପାଳ ମୁଂ ଅଭିସାରକ କବିମାନୁଷ ଯୋନିରେ ଜାତ ପ୍ରସନ୍ନ ବାକ୍ୟଦେବୀ ।୧୫୨।ନୀଳଗିରି ଆଖ୍ୟାନ ବହୁତ ବହୁତ କଥାଠିକ ଠିକ କରିଣ ମୁଂ କହି ବକତା ।୧୫୩।ଜନମହୁଂ ମୂର୍ଖ ମୁଂ କିସ ମୋହର ଗରିମାହେଉଛି ପଣ୍ଡିତ ଜନେ ମୋର ଦୋଷ ନ ଘେନିମା ।୧୫୪।ନ ପଢିଲି ବେଦଶାସ୍ତ୍ର ନ ଛୁଇଂଲି ଖଡିୟେକେତ ଅଗ୍ୟାଂନ ଶାହାସ୍ର ବୁଝିତ ନୁଆରି ।୧୫୫।ମନକୁ ବୁଝାଇ ଚଇତନ ବୋଲେ ହରିୟେକେତ ଅପାଠକ ଲୋକ ମୁଁ କିସ ଗ୍ରନ୍ଥକରି ।୧୫୬।ଅଭୟ ପଦ୍ମଆସନୀ ସିଦ୍ଧ ଯେ ସାରୋଳାସେ ମୋର ବକ୍ଷସ୍ଥଳେ ଲୁଚାଇ ବନମାଳା ।୧୫୭।ବଦୟନ୍ତି ଗ୍ରନ୍ଥକାର କବି ସାରୋଳା ଦାସୟେ ଭବ ଜଳୁ ମୋତେ ଉଦ୍ଧରି ଧର ଲକ୍ଷ୍ମୀର ବିଳାସ ।୧୫୮।୧୦୫୨।