ଜାରାଶବର ଇନ୍ଦ୍ରପ୍ରସ୍ଥେ ଶ୍ରୀକୃଷ୍ଣଙ୍କର ସମ୍ବାଦ ଦେବା ଓ — ସାରଳା ମହାଭାରତ ମୂଷଳୀପର୍ବ — ସାରଳା ଦାସ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ଜାରାଶବର ଇନ୍ଦ୍ରପ୍ରସ୍ଥେ ଶ୍ରୀକୃଷ୍ଣଙ୍କର ସମ୍ବାଦ ଦେବା ଓ
ପାର୍ଥଙ୍କୁ ସଙ୍ଗେ ଘେନିଆସିବାଘରଣୀକି ଜଗାଇଣ ଚଳିଗଲା ବୀରହସ୍ତିନା କଟକେ ଯାଇଂ ବିଜୟେ ଶବର ।୧।ଦ୍ୱାରେ ଫୁକାରିଲା ଅର୍ଜୁନଂକୁ ଜଣାଅଜାରାଶବର ଆସିଅଛି ବୋଲିଣ ଯାଇ କହ ।୨।ୟେମନ୍ତ କରି ଚାରେ କହିଲେ ଅର୍ଜୁନକଇଂ ରାଇଜାରାଶବର ଆସି ଦ୍ୱାରେ ଉଭାହୋଇ ।୩।ସ୍ୱାମୀ ଜାରା ନାମେ ଶବର ଉଭା ହୋଇଅଛି ଦ୍ୱାରେଶ୍ରୀକୃଷ୍ଣ ଆଦେଶ ବୋଲି ବୋଇଲା ଛାମୁରେ ।୪।ତକ୍ଷଣେ ଅର୍ଜୁନ ଦ୍ୱାରେ ପ୍ରବେଶ ହୋଇଲେ ଯାଇଂନମସ୍କାର କରି ଯେ ଶବର କହଇ ।୫।ୟେକାନ୍ତ କରି ଅର୍ଜୁନକଇଂ ହକରାଇକାଳନ୍ଦୀ କୂଳ ଯାୟେ ଆସସି ଗୋସାଇଂ ।୬।ଶ୍ରୀକୃଷ୍ଣ ବିଜେ କରିଛନ୍ତି କାଳେବର ଲତାୟେବୋଇଲେ ୟେହିକ୍ଷଣି ଘେନିଆସିବୁ ଧନୁଜୟେ ।୭।ଯଥା ଉଚ୍ଛୁର ନକରି ବାବୁ ବହନ ହୋଇଯିବୁନ ଗଲେ ଆର ବେଳେ କୃଷ୍ଣଂକୁ ନ ଦେଖିବୁ ।୮।ଜାରାଶବରକଇଂ ପାର୍ଥ ସଂଗେ ଘେନିଯୁଝେଷ୍ଠିଂକ ଚରଣେ ପ୍ରଳମ୍ବିତ ଫାଲଗୁନି ।୯।ଅର୍ଜୁନ ବୋଇଲା ସ୍ୱାମୀ ଶ୍ରୀକୃଷ୍ଣ ବିଜେକରିଛନ୍ତି କାଳେବର ଲତାୟେବୋଇଲେ ୟେହିକ୍ଷଣି ଘେନି ଆସିବୁ ଧନୁର୍ଜୟେ ।୧୦।ଜାରାଶବରକଇଂ ପଠିଆଇଲେ ଆପଣବଚନେ କହିଲେ ଅର୍ଜୁନ ଆସିବୁ ବହନ ।୧୧।ବଡ଼ ଆରତେ ଆସି କହଇ କିରାତସହଦେବଂକୁ ଯୁଝେଷ୍ଠି ପଚାରିଲେ କହିବାକୁ ୟେଥିର ତଦନ୍ତ ।୧୨।ସହଦେବ ବୋଇଲା ଦେବ ୟେ ଜାରା ବେଣ୍ଟକାରମନୋହର ବନରେ ଯେ ଅଟଇ ତାର ଘର ।୧୩।କାଳନ୍ଦୀ ବନକଇଂ ମୃଗୟା ବିନୋଦେଣ ଗଲାବନେବନେ ବୁଲିଣ ଯେ ଜୀବ ଗୋଟିୟେ ନ ପାଇଲା ।୧୪।କାଦମ୍ବରୀ ପାନେଣ ଯେ ହୋଇଣ ମତିଭୋଳଯାଦବ ବଂଶ ନାଶ ଗଲେକ ସକଳ ।୧୫।ସନ୍ତରାବଣେ ପଶି ଦେବ ହୋଇଲେ ସର୍ବେ ପିଟାପିଟିତିରଣ ପ୍ରମାଣେ ଛିଡ଼ିଲେ ଯାଦବ ଛପନ ଗୋଟି ।୧୬।ପୁତ୍ର ବନ୍ଧୁ କୁଟୁମ୍ବ ଯହୁଂ ସମସ୍ତେ ଗଲେ ନାଶୟେକା ନାରାୟଣେ ଥାଇଂ କରିବେଟି କିସ ।୧୭।କାଦମ୍ବରୀ ପାନେ ସ୍ୱାମୀ ମତ୍ତଭୋଳ ହୋଇଂଶିଆଳୀ ଲତାରେ ସେ ଅଛନ୍ତି ଦେବ ଶୋଇ ।୧୮।ଜୀବ ନପାଇ ୟେ ଶବର ବନେ ହେରିପଦ୍ମପାଦ ଚିହ୍ନ ଯେ ଦିଶିଲା ତାହାଂକରି ।୧୯।ମୃଗର କର୍ଣ୍ଣ ପ୍ରାୟେକ ବୁଝି କରି ବିନ୍ଧିଲାକ ବାଣପଦ୍ମପାଦେ ଶରଘାତ ହୋଇଲେ ଦେବ ନାରାୟଣ ।୨୦।କୃଷ୍ଣ ୟେହାକୁ ପଠିଆଇଲେ ବହନଆଗ୍ୟାଂ ଦିଅ ଅର୍ଜୁନ ୟେବେ ଯାଆନ୍ତୁ ଶୀଘ୍ରେଣ ।୨୧।
ନାରାଜ ଘାତେ ଦେବ ଅଛନ୍ତି ଯେ ଶୋଇ
ଅର୍ଜୁନ ଠାକୁରଂକୁ ଦିଅ ହୋ ପଠିଆଇ ।୨୨।
ଅର୍ଜୁନ ଯିବା ଯାୟେ କୃଷ୍ଣ ଧରିଛନ୍ତି ପ୍ରାଣ
ୟେହାଂକର ଗଲେ ପ୍ରାଣ ବିସର୍ଜିବେ ଦେବ ନାରାୟଣ ।୨୩।
ୟେହା ଶୁଣି ମୃଛାଗତ ହୋଇଲେ ଯୁଝେଷ୍ଠି
ଚାଲ ଦେଖିଯିବା ଶ୍ରୀକୃଷ୍ଣ ଶ୍ରୀଚରଣ ଗୋଟି ।୨୪।
ସହଦେବ ବୋଇଲେ ସ୍ୱାମୀ ଆମ୍ଭେ ଯେ ନଯିବା
କୃଷ୍ଣ ରବଇକୁଲ୍ୟ ଦେଖି ଆମ୍ଭେ କେମନ୍ତେ ବ୍ରତିବା ।୨୫।
ଅର୍ଜୁନଂକୁ ଦେବ ୟେବେ ପଠିଆଇଂ ଦେବା
ୟେହାଂକର ଅଇଲେ ସମସ୍ତ ତଦନ୍ତ ବୁଝିବା ।୨୬।
ଶୁଣି ଯୁଝେଷ୍ଠି ଦେବ ଯେ କ୍ରୋଧଭର ହୋଇ
ଅର୍ଜୁନକଇଂ ବୋଇଲେ ବାବୁ ଯାଅ ବେଗେ ତୁହି ।୨୭।
ସହଦେବ ବୋଇଲେ ସ୍ୱାମୀ ତୁମ୍ଭେ ଯେବେ ଯିବ
କଦାଶ୍ଚିତେ ଶ୍ରୀକୃଷ୍ଣଂକ ଅଂଗ ନ ଛୁଇଂବ ।୨୮।
ୟେତେକ ତିଆରନ୍ତେ ଗମନ କରଇ ଫାଲଗୁନି
ଚଳଇ କିରାତ ଯେ ଅର୍ଜୁନକଂଇ ସଙ୍ଗେ ଘେନି ।୨୯।
ଚାଲନ୍ତେ ପ୍ରବେଶ ହେଲେ କାଳନ୍ଦୀର ତଟେ
ରାଜମାର୍ଗ ତେଜିଣ ଯେ ପଶିଲେ ବନ ପଥେ ।୩୦।
ଅର୍ଜୁନ ବିଚାରଇ ୟେ ଚରିତ ଅଟଇ କେମନ୍ତ
ଗହନ ବନ ଭିତରେ ମୋତେ କଢାଉଛି ତ ପଥ ।୩୧।
ବଡ଼ାଇ ଅଟବ୍ୟା ୟେ ଗହନ ଘୋରଲତା
ଗମଇ ଅତି ବେଗେ ବନଚର ଶକତା ।୩୨।
ମନେ ବିକୃତେଣ ଯେ ପଣ୍ଡୁରାଜାର ତନୁ
କ୍ଷଣେ କ୍ଷଣେ ଆମଞ୍ଚଇ ଗାଣ୍ଡିମ ନାମେ ଧନୁ ।୩୩।
ବୋଲଇ ଅର୍ଜୁନ ଯେ ଶବରର ପାଶ
ତୋହର ଚରିତ ମୁଂ ମଣିଲି ଅବିଶ୍ୱାସ ।୩୪।
ନିଜ ପଥ ତେଜି କିମ୍ପେ ପଶୁ ବନମାର୍ଗେ
ତାହା ଶୁଣି ଶବର ଅର୍ଜୁନକୁ ବୋଲଇ ଯେ ବେଗେ ।୩୫।
ଶ୍ରୀକୃଷ୍ଣ ଦ୍ୱାରିକାୟେ ନାହିଂ ହୋ ଅର୍ଜୁନ
ବନସ୍ତରେ ବିହରଇ ଦେବ ଜନାର୍ଦ୍ଦନ ।୩୬।
ଶବର ବୋଲଇ ଶୁଣ ହୋ ଦୁତିଗୋବିନ୍ଦ
ବନେ ଥାଇ ହରି ଆଗ୍ୟାଂ ମୋତେ ଧିନ୍ଦ ।୩୭।
ଶୁଣିଣ ଅର୍ଜୁନ ବିକୃତ ମନେ ବାଳି
ଭଲା ସହଦେବ କହିଲା ପରିକଳି ।୩୮।
ତୁମ୍ଭକୁ କିସ ଚରିତ ବୋଲଇ ଗୋବିନ୍ଦ
ବିଷାଦେ ଶବରକୁ ପୁଛନ୍ତି ସେହୁ ସାଧ୍ୟ ।୩୯।
ମୋତେ ଶବର ହୋ ଗୁପତ ନକର
କେମନ୍ତ ଚରିତ ହୋ କହ ଶ୍ରୀହରିର ।୪୦।
ବୋଲଇ ଶବର ନଜାଣଇ ତଥ୍ୟ ବାଣୀ
ଆଗ୍ୟାଂ ଦିଲେ ମୋତେ ଚାହିଂ ଦେବ ଚକ୍ରପାଣି ।୪୧।
ତୁ ଯାଇ ଅର୍ଜୁନକଇଂ ବେଗେ ଆଣରାଇ
ତାହାର ଆଗ୍ୟାଂରେ ଯେ ଅଇଲି ତୋତେ ନେଇଂ ।୪୨।
ଶୁଣ ରାଜନ ପତ୍ର ବିଞ୍ଚଣୀ ଘେନି ଶବରୁଣୀ
ସନିଧ୍ୟେ ବସି ବିଞ୍ଚୁଅଛି ଯହିଂ ଚକ୍ରପାଣି ।୪୩।
ଗୋବିନ୍ଦେ ବୋଇଲେ ମୁଂ ବଡ଼ାଇ ଆରତି
ବେଳ ଅବସାନ ହୋଇଲା ନଇଲା ତୋର ପତି ।୪୪।
କାଳେବର ପର୍ବତେ ଉଠି ଚାହିଂଲା କିରାତୀ
ଶବରକୁ ନିରୋପି ଚାହଂଇ ଚଉକତି ।୪୫।
ୟେମନ୍ତର ସମୟେ ଆୟେ ଜାରା ଫାଲଗୁନି
ସନ୍ନିଧ୍ୟେ ପ୍ରବେଶ ହୋଇଲେ ଅର୍ଜୁନ କିରାତକଇଂ ଘେନି ।୪୬।
ଦେଖିଲେ ଅର୍ଜୁନ ଶ୍ରୀକୃଷ୍ଣ ଆଉଜି ପଡ଼ିଛନ୍ତି
ମୁଖ ଅପ୍ରସନ୍ନ ଯେ ନେତ୍ର ହତଭଙ୍ଗ ଓଳି ଦିଶୁଛନ୍ତି ।୪୭।
ନିରେଖିଣ ଅର୍ଜୁନ ଯେ ଚାହଂଇ ବଦନ
ଚରଣ ଫୁଟି ନାରାଜେ ଦିଶୁଛି ରଙ୍ଗବର୍ଣ୍ଣ ।୪୮।
ଅର୍ଜୁନକଇଂ ଦେଖି ହରି କ୍ରୋଧ ଘନଘନ
ବେନି ଚକ୍ଷୁରୁ ଲୋତକ ବହଇ ଅବିଛନ୍ନ ।୪୯।
ଅରୁଣ ଉଲ୍ଲୋଳ ପ୍ରାୟେ ହୋଇଅଛି ବେନିଆଖି
ଶୋକେ ଅସମ୍ଭାଳ ଦେବ ଅର୍ଜୁନକଇଂ ଦେଖି ।୫୦।
ସନ୍ନିଧ୍ୟକୁ ଯାଇଣ ଯେ ପୁଛଇ ଧନୁର୍ଜୟେ
ସମସ୍ତ ଉପେକ୍ଷା କଲୁ କି ପ୍ରଭୁ ଦୟାମୟେ ।୫୧।
ଶ୍ରୀକୃଷ୍ଣ ବୋଇଲେ ହୋ ଶୁଣ ସର୍ବସାଚୀ
ଦଇବର ଘଟସୂତ୍ର ମୋତେ ୟେସନେକ ଅଛି ।୫୨।
ଅଷ୍ଟାବକ୍ର ଋଷି ମୋତେ ଯେ କଲେ କୋପ
ଗଡ଼ି ନ ଗଲାତ ମୋତେ ତାହାଂକର ଶାପ ।୫୩।
ଅର୍ଜୁନ ବୋଇଲେ ସ୍ୱାମୀ ଜଗବନ୍ଦନ ନାଥ ତୁ ଭୂତ ଭବିଷ୍ୟ ଗ୍ୟାଂତା
ତୁମ୍ଭଂକୁ ୟେ ପୃଥୀରେ କେହୁ ଶାପ ଯେ ବିହନ୍ତା ।୫୪।
କାଳ ଉଚିତେଣ ନାଥ ନଥିବୁ ତୁ ମହୀ
କଳିକାଳ ଅନୁରୂପେ ବିକାର କଲୁ ଦେବ ଦେହୀ ।୫୫।
ମୁଂହି ତୋର ତୁଲେ କି ନଥିଲି ଚକ୍ରପାଣି
ସମସ୍ତ ବୃତ୍ତାନ୍ତ ତୋର ଅଛଇ ଦେବଜାଣି ।୫୬।
ଶ୍ରୀକୃଷ୍ଣ ବୋଇଲେ ମୁଂ ହୋଇଲି ଶରଘାତ
କୋଳ କରି ମୋତେ ଧର କିନା ବୀର ପାଥ ।୫୭।
ଅର୍ଜୁନ ବୋଇଲେ ସ୍ୱାମୀ ଦେଖିଲି ତୋର କାୟେ
ଶରୀର ଦିଶଇ ତୁମ୍ଭର ଅବଶେଷ ପ୍ରାୟେ ।୫୮।
ତୁହି ଅଟୁ ହୋ ନାଥ ଅନାଦି ନାରାୟଣ
ମୁହିଂ ମନୁଷ୍ୟ ମାତ୍ରକ ହୋଇ କେମନ୍ତ ଛୁଇଂ ତୋ ପଦ୍ମଚରଣ ।୫୯।
ବୋଲଇ ଅର୍ଜୁନ ଯେ କୃତାଞ୍ଜଳି ହୋଇ
ୟେ ବଚନ ମୋତେ ତୁ ନ ବୋଲ ଗୋସାଂଇ ।୬୦।
ଭୋ ରାଜନ ପାଦରୁ ଶର ଓପାଡ଼ିଲା ଜାରା
ନିଜ ପ୍ରାଣ ବଇକୁଲ୍ୟ ହୋଇଲା କଣ୍ଠହାରା ।୬୧।
ଆସ ଆସ ଅର୍ଜୁନ ହୋ କିମ୍ପେ ହୋଉ ତୁ ନିର୍ଦ୍ଦୟେ
ମୁହିଂ ତୋତେ ଅନୁଗ୍ରହ କରଇ ସର୍ବଦାୟେ ।୬୨।
ମୋହର ଆତ୍ମାରେ ତୋତେ ଦୋଷ କଲା ନାହିଂ କିଛି
ତୁକି ନଜାଣୁ ପାଥ ତୋତେ ମୋର ବିକାର କି ଅଛି ।୬୩।
ଦ୍ୱାରିକାୟେ ପଶିତୁ ଯେ ହରିଲୁ ସୋହଦ୍ରାଂକୁ
ତୋହର ପାଇଂ ଛାଡ଼ିଲି ମୁଂ ବଳରାମଂକୁ ।୬୪।
ବେଳେବେଳେ ଅର୍ଜୁନ ଅଟୁ ମୋର ସଖା
ତୋ ତହୁଂ ସୋଦର ମୋର ଆନେକେ ଅଛି ୟେକା ।୬୫।
ଗୋସିଂହ ମାରିଣ ତୁ ରଖିଲୁ ଦ୍ୱାରିକା
ଦତ୍ୟଂକର ତୁଲେ ତୁ ସମର କଲୁ ୟେକା ।୬୬।
ପୁଣି ଉଦ୍ଧରିଲୁ ବାବୁ କଦମ୍ବାସୁର ବିବାଦେ
ନିଚିନ୍ତ ଥିଲୁ ଆମ୍ଭେ ତୋହେର ପରସାଦେ ।୬୭।
ଅର୍ଜୁନ ବୋଲନ୍ତି ମ୍ଳେଛ ପାପ ଅଙ୍ଗ ମୋର
କେସନେ ଛୁଇଂବି ହରି ପୟର ତୋହର ।୬୮।
ଜାଣିଲେ ଶ୍ରୀହରି ଅର୍ଜୁନର କୃତ୍ୟ
ୟେହାକୁ ସହଦେବ କହିଲା ନିରୁତାନ୍ତ ।୬୯।
ତେଣୁ କରି ପାଥ ମୋତେ ବିକୃତ ଚିନ୍ତଇ
ଆସ ଆସ ପାଥ ମୋତେ କର ତ୍ରାହି ତ୍ରାହି ।୭୦।
ଶୁଣ ହେ ବୁଧ ଜନେ ଶ୍ରୀମହାଭାରଥ କଥା
ଶ୍ରୀକୃଷ୍ଣ ଅବସାନ ଲୀଳାର ବାରତା ।୭୧।
ଯାହା ସେ କହିଲେ ଧାର୍ମିକ ଅଗସ୍ତି
ମୁହିଂ ତାହା ଭାବିଲି ସୟଳ ଜନମତି ।୭୨।
ଯେ ୟେହା ପଢ଼ନ୍ତି ଶୁଣନ୍ତି ୟେକ ମନେ
ଯମଦଣ୍ଡ ଛେଦି ସେ ବସନ୍ତି ବଇକୁଣ୍ଠ ଭୁବନେ ।୭୩।
ଅପାର ବିନୋଇ ଯେ ବୋଲଇ ଫାଲଗୁନି
ଦୂରେ ଥାଇ ଅରଜୁନ କରଇ ଦୟିନୀ ।୭୪।
ଶ୍ରୀକୃଷ୍ଣ ବୋଇଲେ ଅର୍ଜୁନ ତୁ ମୋହର ପଞ୍ଚୁପ୍ରାଣ
ୟେତେବେଳେ ତୁହି ମୋତେ ନକଲୁ ଉଦ୍ଧାରଣ ।୭୫।
ଅର୍ଜୁନ ବୋଇଲେ ସ୍ୱାମୀ ତୁ ପରମ ବିଷ୍ଣୁକାୟେ
ମନୁଷ୍ୟ ଜନମ ମୁହିଂ ଛୁଇଂତେ କରଇ ଭୟେ ।୭୬।
ଶ୍ରୀକୃଷ୍ଣ ବୋଇଲେ ମୋତେ ଛାଡ଼ିଲୁ କିରୀଟୀ
ମୃତୁଗତ ଜନଂକୁ ଆବର କାହିଂ ଗୋଷ୍ଠୀ ।୭୭।
ଦୂରେ ଥାଇ ମୋତେ ତୁ ବଢାଇ ଦିଅ ହାଥ
କିଞ୍ଚିତେ ଲାଗିଲେ ମୋର ଦେହ ହେବ ସୁସ୍ଥ ।୭୮।
ଅର୍ଜୁନ ବୋଇଲେ ଯୁଝେଷ୍ଠିଦେବଂକର ତୋତେ ଛୁଇଂବା
ଆଗ୍ୟାଂ ନାହିଂ
ମୁହିଂ ତା କିମର୍ଥେ ଅବଗ୍ୟାଂ କରିବଇଂ ।୭୯।
ଶ୍ରୀକୃଷ୍ଣ ବୋଇଲେ ଯେବେ ନଛୁଇଂବୁ ମୋର ତନୁ
ତଳ ଥାଇ ମୋତେ ବଢାଇ ଦିଅ ଧନୁ ।୮୦।
ବାବୁ ଆବର ବଚନେକ ମୋହର କରିବୁ
ମୋହର ନିଧନେ ଯେ ଦ୍ୱାରିକା ପୁର ଯିବୁ ।୮୧।
ଅନେକ ସ୍ତିରୀ ରତ୍ନ ଅଛନ୍ତି ସେ ପୁରେ
ତାହାଂକୁ ଛାଡ଼ିବୁ ନେଇ ବାଲୁଂକା ନଦୀ ତୀରେ ।୮୨।
ନନ୍ଦ ବସୁଦେବ ଆଗେ କହିବୁ ମୋହର ବିଯୋଗ
ୟେତେକ ଅର୍ଜୁନ କି ନକରୁ ମୋତେ ସୋଗ ।୮୩।
ୟେତେକ ବିନୋୟୀ କରି କହିଲେ ଜଗୁନାହା
ମାନବ ମାତ୍ରକ କେହୁ ପ୍ରକାଶିବ ତାହା ।୮୪।
ବ୍ୟାକୁଳ ବଚନେ ଯେ ଅର୍ଜୁନ ହେଲେ ଶମ
କୃଷ୍ଣର ହାଥକୁ ବଢାଇ ଦିଲା ଧନୁ ଯେ ଗାଣ୍ଡିମ ।୮୫।
ଦକ୍ଷିଣ ଭୁଜେ କୃଷ୍ଣ ତାର ଧଇଲେ ଯେ ଧନୁ
ଅର୍ଜୁନ ମୁଖ ଚାହିଂ ଛାଡ଼ିଲେ ଦେବ ତନୁ ।୮୬।
ଅର୍ଜୁନ ଦେଖନ୍ତେ ଦେବ ପୁଷ୍ୟେକ ବିବାନେ ବସି
ପୁଷ୍ୟ ବୃଷ୍ଟି କରାନ୍ତି ଯେ ବଇକୁଣ୍ଠ ବାସୀ ।୮୭।
ବିଷ୍ଣୁର ଅଙ୍ଗେ ଦେବ ହୋଇଲେକ ଲୀନ
କହ୍ନା ଅବତାର ଯେ ହୋଇଲା ସମ୍ପୂର୍ଣ୍ଣ ।୮୮।
ଅର୍ଘ୍ୟ ବନ୍ଦାପନା କରନ୍ତି ସକଳ ବିଦ୍ୟାଧରୀ
ଜୟ ଜୟ ମଙ୍ଗଳ କରନ୍ତି ସିଉକାରୀ ।୮୯।
ଯହୁଂ ଦେବ ଅଇଲେ ତହିଂକି ପୁଣ ଗଲେ
ୟେ ସଂସାର ଜନନ୍ତ ସେ ମୁକତିବାଟ ଦିଲେ ।୯୦।
ହେ ବୁଧ ଜନେ ଅନୀତି ଅଟଇ ୟେ କାୟେ
ଯେସନେ ଜଳ ବିମ୍ବୁ ବିଜୁଳି ଛାୟା ପ୍ରାୟେ ।୯୧।
ବୁଡ଼ିଲା ସଂସାର ୟେ ସ୍ତିରୀ ଲୋଭବଶେ
ମୋହ ପାଶ ବନ୍ଧନ ୟେ କୁଟୁମ୍ବର ଆଶେ ।୯୨।
ଶୁଣ ହେ ସୁଗ୍ୟଂଜନେ ୟେ ମାୟା ମୋହ ସଂସାର ନୋହେ କିଛି
ଅନମିତ୍ତେ ଦ୍ୱନ୍ଦ ପରମାଦ ପଡ଼ୁଅଛି ।୯୩।
କୃଷ୍ଣହୁଂ କୁଟୁମ୍ବ ଯେ କାହାର ଅଛି ବୁଦ୍ଧି
ଯେବଣ ପୁରେ କାଳଦୂତ ନ ପଶଇ ବ୍ୟାଧି ।୯୪।
ଆନ କାହାକୁ ବିହନ୍ତା ନାହିଂ ଯେ ସର୍ବଥା
ଅନମିତେ ବଂଶ ଲୋପ କରାଇଲା ବିଧାତା ।୯୫।
ଜଗ ବନ୍ଦନ ନାଥ ୟେଥୁଂ ନୁଆରିଲେ ତରି
ମନୁଷ୍ୟ ଜନ୍ମ ହୋଇ ୟେଥୁ କେ ଉବୁରି ।୯୬।
ଦାତବ୍ୟ ଦୟାଶୀଳ ସନ୍ଥଜନେ ହୋଅ ଗୋଷ୍ଠୀ
ଶାହାସ୍ରେ ନିର୍ଜିତ ହୋଇ ପୂରାଅ ସର୍ବ ଅଭୀଷ୍ଟି ।୯୭।
କର ନାନା ତୀର୍ଥ ସକଳହିଂ ଧର୍ମ
ହୃଦଗତେ ସୁମରୁଥିବ ନରେ ଶ୍ରୀରାମର ନାମ ।୯୮।
ଭବ ଜଳ ସାଗରକୁ କରଇ କାରଣ
ୟେକ ଲୟେ କରି ଶ୍ରୀବିଷ୍ଣୁ ପୁରାଣ ଶୁଣ ।୯୯।
ହେ ପଣ୍ଡିତଜନେ ଜାତ ହେଲେ ଅବଶ୍ୟ ହୋୟେ ମୃତୁ
ପରଲୋକ ବାନ୍ଧବ ବିଷ୍ଣୁ ହିଂ ସେ ପରମ ତତ୍ତୁ ।୧୦୦।
ଶ୍ରୀବାସୁଦେବ ଚରଣ କମଳେ
ଶୂଦ୍ରମୁନି ସାରୋଳାଦାସ ଭଜଇ ଭ୍ରସଳେ ।୧୦୧।୪୨୨।
ଜାରାଶବର ସଙ୍ଗେ ଅର୍ଜୁନର ଯୁଦ୍ଧ ଓ ପରାଜୟ
ଶୁଣ ହୋ ବଇବସୁତ ମନୁ ବଦୟନ୍ତି ଅଗସ୍ତିକିରାତକୁ କୋପକଲା ବିଚିତ୍ରବୀର୍ଯ୍ୟର ନାତି ।୧।ଆରେ ଆରେ ଶବର ତୁ କଲୁ ୟେହେନେକ କୃତ୍ୟଜଗବନ୍ଦନ ନାଥଂକୁ ତୁ କଲୁ ଶରାଘାତା ।୨।ତୋହର ଜୀବନକୁ ଆଉ କିସ କାର୍ଯ୍ୟତିରଣ ପ୍ରମାଣେ ମାଂସ କାଟିବି ତୋର ଆଜ ।୩।ୟେତେ କହି ବାସବୀ କରେ ଧଇଲାକ ଧନୁପୁରୋଇଲା ନାରାଜ ଯେ ବାସବର ତନୁ ।୪।ଜାରା ଶବର ବୋଇଲା ଶୁଣ ହୋ ସର୍ବସାଚୀବିଚାରିଣ କୋପକର ମୋର ଦୋଷ ନାହିଂ କିଛି ।୫।ମୁହିଂ ନ ଜାଣଇ କୃଷ୍ଣ ଲତାରେ ଛନ୍ତି ବୋଲିମୃଗକି ଗଣ୍ଡା ବୋଲି ମୁଂ ଶରାଘାତ କଲି ।୬।ତୁ ଯେତେ କୋପ ମୋତେ କରୁଅଛୁ ଧନୁଜୟେଶ୍ରୀକୃଷ୍ଣତ ୟେଡେ କୋପ ମୋହରେ ନକୟେ ।୭।ଶବର ବଚନ ପାର୍ଥ କର୍ଣ୍ଣେଣ ନଶୁଣିପୁଣ ପୁଣ କୋପ ଯେ କରଇ ବୀରମଣି ।୮।ବିନ୍ଧିଲା ତୀକ୍ଷଶର ଯେ ବିମୋକ୍ଷେ ଟାଣି ପାଥଯେସନେକେ ଗଗନୁଂ ପଡ଼ଇ ନିରିଘାତ ।୯।ଅର୍ଜୁନର ଶରକୁ ବଞ୍ଚାଇଲା ଜାରା ଯେ କିରାତପୁଣି ପୁଣି ଉତ୍ତର ଦିଅଇ ବନନାଥ ।୧୦।କିରାତ ବୋଇଲା ଶୁଣ ଅଭୟେ ସୋମବଂଶୀପାମର ଶବରେ ତୁ ନୁହସି ଝିଂଘାସି ।୧୧।ଦେଖୁ ଦେଖୁ ମୁଂ ବିଷ୍ଣୁଂକୁ ଦ୍ରୋହ କଲିବନଚର ଲୋକ ସିନା ଜୀଇଂଲେ ଜୀଇଂଲି ମଲେ ମଲି ।୧୨।ମୋହର ନାରାଜ ଘାତେ ତୁହି ନାଶ ଗଲେତ୍ରଇଲୋକ୍ୟ ଅନାସ୍ତ ହେବ ତୋହର ନାଶିଲେ ।୧୩।ଅର୍ଜୁନ ବୋଇଲେ ଯେବେ କୃଷ୍ଣର ପ୍ରାଣ ତ୍ୟାଜମୁହିଂ ଆଉ ବ୍ରତୀ ଥାଇ କିସ କରିବି ନିଲଜ୍ଜ ।୧୪।ପୁଣିହିଂ ପଞ୍ଚାଶ ଶର ଅର୍ଜୁନ ହିଂ ବିନ୍ଧିଜାରା ଶବରକୁ ସେ ଆକ୍ରୋଷିଣ ରୁନ୍ଧି ।୧୫।କିରାତ ବୋଇଲା ତୁମ୍ଭେ ଦିଗପାଳେ ସାକ୍ଷୀରାଜ୍ୟଧର ହୋଇ ୟେ ହୋଇଲେ ନିରିମାଖୀ ।୧୬।ଧାମଣା କାଠର ଧନୁ କଣ୍ଟା ବାୟେଂଶର ଗୁଣଫିରିକି ନାରାଜ ସେ ପୂରୋଇ ପଞ୍ଚବାଣ ।୧୭।ଅର୍ଜୁନର ନାରାଜକୁ କିରାତର ଶରଶରେ ଶର ପଡ଼ି ତାଳ ଅଗ୍ନି ଝଲଝଲ ।୧୮।ପୁଣ ପୁଣ ନାରାଜ ଯେ ହୋଅନ୍ତି ବିନ୍ଧା ବିନ୍ଧିଛାଡ଼ିଲେ ପୀରତି ପଣ ହୋଇଲେ ନିପ୍ରୋଧି ।୧୯।କିରାତକୁ ସମରେ ଅର୍ଜୁନ ନୋହଇ ଓଛଶରେ ଶର ପଡ଼ି ତାଳ ଦୁହେଂ ସମକଛ ।୨୦।କୃଷ୍ଣ ବିନେ ଅର୍ଜୁନ ବଳହୀନ କକ୍ଷାଜଳମୁଖ ନଚାହିଂ ମରିବାକୁ କରଇ ଇକ୍ଷା ।୨୧।ଉଭୟ କୁଳ ପରିତାଳ ସମରେ ମହାଟାଣବିଚାରିଲେ ଦୁହିଂକରି ଅଟନ୍ତି ଗୁରୁଦ୍ରୋଣ ।୨୨।ଦହନ ଶର ଆଧାନ କଲା ବୀର ପାଥବାରୁଣାଶରେ ତାହା ନିବାରିଲାକ କିରାତ ।୨୩।ପଞ୍ଚଦଶ ବାଣ ବିନ୍ଧିଲା କିରୀଟୀଶତେକ ନାରାଜେ ଶବର ତାହା ପକାଇଲା କାଟି ।୨୪।ସହସ୍ରେ ବାଣ ପୁଣ ବିନ୍ଧିଲା କିରାତପାଞ୍ଚଶତ ନାରାଜେ ଅର୍ଜୁନ କଲାହତ ।୨୫।ଭଇରୋବ ବାଣକୁ ବିନ୍ଧିଲା ଫାଲଗୁନିତିମ୍ବୁରଶର ଘେନି ଶବର ତାହା ଛିନ୍ନି ।୨୫।ଅର୍ଜୁନ ବିନ୍ଧିଲା ଶତେଧାରା ଯେ ଶକତିସହସ୍ରଧାରା ଶକତି ଯେ ତାହା ହାଣିଲା ଅଜରପତିର ନାତି ।୨୬।ଅର୍ଜୁନ ବିନ୍ଧିଲା ଶତେ ଧାରା ଯେ ଶକତିସହସ୍ରଧାରା ଶକତି ଯେ ତାହା ହାଣିଲା ଅଜର ପତିର ନାତି ।୨୭।ଜାଳାବଳୀ ନାରାଜକୁ ବିନ୍ଧିଲା ଅରଜୁନଚକ୍ରଶରେ ଶବର ତାହା କଲାକ ଛେଦନ ।୨୮।ପର୍ବତାଶରକୁ ବିନ୍ଧିଲା ବୀର ପାଥବଜ୍ରଶରେ ତାହା ଛେଦିଲା କିରାତ ।୨୯।ରାଗେଣ ଅର୍ଜୁନ ସେ ଯେ ମୋହନା ଶର ପେଷିରୋମକେ ସୂଚୀ ମୁନା ନାରାଜ ମାନନ୍ତବରଷି ।୩୦।ଅଭେଦ କପଚକୁ ଶବର କଲାକ ପ୍ରହାରମୋହନାଶରକୁ ନାଶିଲା ଜାରା ଯେ ଶବର ।୩୧।ସହସ୍ରେ ନାରାଜ ପାର୍ଥ ବିନ୍ଧିଲାକ ଟାଣିପ୍ରତିତୁଲ୍ୟକରି ଜାରା ପକାଇଲା ହାଣି ।୩୨।ଜାରା ବିନ୍ଧିଲା ପୁଣ ଦଶସହସ୍ରେକ ଶରବାବଲ ଶରେ ତାହା ଛେଦିଲା ପାର୍ଥ ବୀର ।୩୩।କୋପେଣ ଅର୍ଜୁନ ମନଭେଦୀ ଶର ଯୋଚିଜାରାଶବରମୁଣ୍ଡ ପକାଅ କାଟି ବୋଇଲା ସବ୍ୟସାଚୀ ।୩୪।ଜାରା ପୂରୋଇଲା ଯେ ପ୍ରାଣହରଣ ବାଣଯାଇଣ ପାଣ୍ଡବର ତୁ ହରସିରେ ପ୍ରାଣ ।୩୫।ଅପାଲଟକ ଶର ଦୁହେଂ ଯେ ଅଟନ୍ତିବିନ୍ଧିଲେ ଶରୀର ଅବଶ୍ୟ ଫୁଟନ୍ତି ।୩୬।ଆକାଶରୁ ବାଣୀ ଦିଲେ ବିହନ୍ତା ପୁରୁଷେଆହୋ ଦୁହେଂ ନାରାଜ ସଂହର ବୋଇଲେ ତ୍ରିଦଶେ ।୩୭।ଆକାଶର ବାଣୀ ଶୁଣି ଦୁହେଂ ସଂହରିଲେ ଶସ୍ର ବେନିୟେକ ଅତ୍ମା ତୁମ୍ଭେ ଅଟ ଯେ ନୋହ ଅନ୍ୟୋଅନ୍ୱି ।୩୮।ଆହୋ ଅର୍ଜୁନୟେ ଅଟଇ ଜାରା ନାମେ ଶବରଜନ୍ମେ ଜନ୍ମେ ଥାଇ ୟେ ତୁମ୍ଭର ସଙ୍ଗର ।୩୯।ତୁ ହୋ ଅର୍ଜୁନ ସୁଗ୍ରୀବର ,ଶ୍ରୀକୃଷ୍ଣ ରାମଚନ୍ଦ୍ରତୁମ୍ଭରଜ୍ୟେଷ୍ଠ ପୁତ୍ର ଯେ ଅଟଇ ଅଙ୍ଗଦ ।୪୦।ତୁମ୍ଭେ ହରିଅର୍ଜୁନ ୟେ ଅଟଇ ଜାରାଶବରକୃଷ୍ଣର ପିଣ୍ଡ ୟେ ପୂଜାକରିବ ନୀଳକନ୍ଦର ।୪୧।ଶୁଣିଣ ସାନନ୍ଦ ହୋଇଲେ ବେନି ଆତ୍ମାଅର୍ଜୁନ ବୋଲନ୍ତି ପିଣ୍ଡଦହନ କରିବା ହୋ ମହାତ୍ମା ।୪୨।ସ୍ୱାମୀ ତୋହର ଦେହ ନ ଛୁଇଂଲି ପ୍ରାଣ ବିସର୍ଜିବ ବୋଲିତେଣୁ କରି ସ୍ୱାମୀ ତୋହର ଦେହ ନଛୁଇଂଲି ।୪୩।ସ୍ୱାମୀ ଶତେ ଚନ୍ଦ୍ରବଦନ ତୋର ମୁହଂ ଚାହୁଂ ଚାହୁଂମୁହି ପାମର ତୋତେ ଦେଖିବଇଂ ଆର କାହୁଂ ।୪୪।ତୁ ସ୍ୱାମୀ ଅଟୁ ମୋର ପ୍ରାଣର ପଞ୍ଚଭୂତତୋହର ଅଭାବେ ଆମ୍ଭେ ହୋଇଲୁ ଅରକ୍ଷିତ ।୪୫।ସ୍ୱାମୀ ସୟଳ ସଂସାରେ ଶୁଭଇ ୟେହେର୍ଣ୍ଣେକ ଧନ୍ୟଶ୍ରୀକୃଷ୍ଣଂକର ଆଶ୍ରିତ ଆମ୍ଭେ ପାଣ୍ଡବ ପଞ୍ଚୁଜନ ।୪୬।ସ୍ୱାମୀ ତବ ନାମ ଧରି ପାଣ୍ଡବ ବ୍ରତ ହେତୁତୁ ବାଟ ବହିଗଲୁ ଆମ୍ଭେ କେହ୍ନେ ବ୍ରତୁ ।୪୭।ଆମ୍ଭର ଜୀବନେ ଆଉ କିସ କାର୍ଯ୍ୟ ସୁଖତୋହର ଅଭାବେ ଆମ୍ଭେ ହୋଇଲୁ ନିରେଖ ।୪୮।ଅନେକ ଶୋକ କରଇ ନ ସରଇ କହନ୍ତେଅର୍ଜୁନ ଅବସ୍ଥା ହୋଇଲା ଯେତେ ଯେତେ ।୪୯।ଭୋ ରାଜନ ଜାରାଶବର କ୍ରୋଧ କରଇ ଶାନ୍ତିରୋଦନ କରନ୍ତି ଯେ ପ୍ରସର ହୋଇଲାକ ରାତି ।୫୦।୫୨୩।