ସଙ୍ଗୀତ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ଭକ୍ତକବି ମଧୁସୂଦନଙ୍କ ଗୀତ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୬୯
- ସ୍ଥିତି
- ସାର୍ବଜନୀନ (Public domain)
ଭାଇ ଭଗିନୀ ସରବେ ବିଶ୍ୱାସର ଜୟ ରବେଆସ ଆସ ପୁଣ୍ୟ ବ୍ରହ୍ମୋତ୍ସବେ,ବିଶ୍ୱାସ ନୟନେ ଦେଖି ନିରଞ୍ଜନେପ୍ରେମେ ପୂଜ ପରମ ବାନ୍ଧବେ ।ଦେଖ ଦେଖ ନେତ୍ର ଫେଡ଼ି ଆନନ୍ଦେ ଅଛନ୍ତି ବେଢିସେ ଶ୍ରୀପଦ କୋଟି କୋଟି ଦେବେ,କିବା ସେ ଅମୃତ ଧନ କି ସୁଧାମୟ ରତନଦେଖ ହେ ପ୍ରତ୍ୟକ୍ଷ ଅନୁଭବେ ।ଆହା କି ଆନନ୍ଦ ଧ୍ୱନି ଉଠଇ ଭେଦି ଅବନୀସେହି ସତ୍ୟ ନାମର ଗୌରବେ,ଧରି ସେହି ସତ୍ୟନାମ ହୋଇ ସର୍ବେ ସତ୍ୟକାମବୁଡ଼ିଯାଅ ସତ୍ୟର ଅର୍ଣ୍ଣବେ ।ବୁଡ଼ି ସତ୍ୟସିନ୍ଧୁ ଜଳେ ପବିତ୍ର ପ୍ରାଣ ସକଳେବାରେ ଡାକ ମିଳିଣ ସରବେ,ବିରାଜିବେ ପ୍ରାଣହରି ଉତ୍ସବ ସ୍ୱରୂପ ଧରିଭୁଂଜ ସେହି ସ୍ୱରଗ-ବିଭବେ ।ନୂତନ ସଙ୍ଗୀତ(କାମୋଦୀ-ଆଦିତାଳ)ଅହିଂସା ପରମଧର୍ମ, ପୁଣ୍ୟ ମନ୍ତ୍ର ଉଚ୍ଚାରିଧନ୍ୟ ହୁଅ ନରନାରୀ ଜୀବ ହିଂସା ନିବାରି ।ଜୀବ ପ୍ରତି ଦୟାବହି ପବିତ୍ର କର ଏ ମହୀଯୁଗେ ଯୁଗେ ମହାଜନେ ନାହାନ୍ତି କି ବିଚାରି ॥
ଏ ଦଗ୍ଧ ଉଦର ଲାଗି ନ ହୁଅ ପାତକଭାଗୀଏ ପବିତ୍ର ଉପଦେଶ ଘେନ ହୃଦ ବିଚାରି ।ଜୀବନର ପ୍ରାଣ ସଂହାର ଅମେଧ୍ୟ ଆମିଷାହାରନୁହେଁ କି ରେ ମ୍ଳେଚ୍ଛାଚାର ଚିନ୍ତ ହେ ନରନାରୀ ॥
କ୍ରୂର ମ୍ଳେଚ୍ଛଭାବ ତେଜି ଶୁଦ୍ଧ ସତ୍ତ୍ୱଧର୍ମ ହେଜିଭାବେ ଦୟାବ୍ରତ ସାଧି ହୁଅ ଶୁଦ୍ଧ ଆଚାରୀ ।କେ ଅଛ ଭାରତଧାମେ ଦୟା ପୁଣ୍ୟ ଧର୍ମ ନାମେଶୁଣ ବାରେ କୋଟି ଯାତନାର ଗୁହରି ॥
ନିଦାରୁଣ ଜୀବ ନାଶ ନିବାର ହେ ଆସ ଆସଉଡାଅ ଧରମବାନା ରଣବେଶେ ବାହାରି ।ରାକ୍ଷସୀ ପ୍ରବୃତ୍ତିଚୟ ନାଶି ସାଧ ହେବ ଜୟପ୍ରାଣେ ପ୍ରାଣେ ହୃଦେ ହୃଦେ ଦୟାଧର୍ମ ସଞ୍ଚାରିତ ॥
ଜୀବର ଯାତନା ଧ୍ୱନି ଶୁଣି କାନ୍ଦଇ ମେଦିନୀଦୁଃଖ-ଦଗ୍ଧ ପ୍ରାଣେ ତାର ଢାଳ ହେ ଶାନ୍ତିବାରି ।ସ୍ୱାଗତ ସଙ୍ଗୀତ
(୧)
କ୍ଷତ୍ରିୟର ତେଜୋବୀର୍ଯ୍ୟ ପୌରୁଷଗାରିମାନୃପତିର ସୁକଲ୍ୟାଣ ସୁକୃତ ମହିମା ।ସମ୍ମିଳିତ ଏକାଧାରେ ଶ୍ରଛାମୁଙ୍କଠାରେଜୟ ହେ ସୁଢଳ ଦେବ ଯଶ୍ୱସୀ ସଂସାରେ ॥
(୨)
ଉଦ୍ଯୋଗୀ ପୁରୁଷ-ସିଂହ ମହାକର୍ମବୀର
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ