ନିଶୀଥ-ପ୍ରଣତି
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୧୨
- ସ୍ଥିତି
- ସାର୍ବଜନୀନ (Public domain)
ନାହିଁ ବିଶ୍ୱ କୋଳାହଳ ନୀରବ ନିଶୀଥ,ଗାଉଅଛି ମହାଶୂନ୍ୟ ନିର୍ବାଣୀ ସଙ୍ଗୀତ,ବୃଦ୍ଧା ବସୁଧା-ତାପସୀଉଚ୍ଚାରୁଛି ସୁଗମ୍ଭୀରେ ବେଦଶ୍ଳୋକ ବସି । ୧ ।ସାଧକ ଭକ୍ତର ଏ ତ ମାହେନ୍ଦ୍ର ସୁଯୋଗ,କରନ୍ତି ସେ ଅବିଘ୍ନରେ ପ୍ରେମାମୃତ ଭୋଗ,ମୋର ସେ ସୌଭାଗ୍ୟ କାହିଁ,ଜପ ତପ ଧ୍ୟାନ ମନ୍ତ୍ର କିଛି ହିଁ ତ ନାହିଁ । ୨ ।କରୁଅଛି ସାଷ୍ଟାଙ୍ଗେ ମୁଁ କୋଟି ଦଣ୍ଡବତ,ଘେନ ପ୍ରଭୁ ଜଗନ୍ନାଥ ଭକ୍ତ ଭାଗବତ,ମୋର ଦୀନତା ତ ଜାଣ,ଭକ୍ତିଟିକ ନେଇ ମୋତେ କର ପରିତ୍ରାଣ । ୩ ।ଘାରିଲାଣି ନିଦ ଶୋଇପଡିବି ମୁଁ ପୁଣି,କଥା କହୁଁ କହୁଁ ହେବି ଅଚେତ ଉଛୁଣି,ସେ କାଳରେ ଅଲକ୍ଷ୍ୟରେ,ଜିହ୍ୱା ରଟୁ ଜୟ ଦେବ ଜଗନ୍ନାଥ ହରେ । ୪ ।ନିଶୀଥ ସମୟ କେଡ଼େ ଗଭୀର ଉଦାର,ମୋ ପ୍ରାଣେ କରୁ ସେ ପୂର୍ଣ୍ଣ ପ୍ରଭାବ ବିସ୍ତାର,କହେ ଦୀନ ଚିନ୍ତାମଣି,ଏତିକି ହେ ଅଳି ମୋର ସୁର-ଶିରୋମଣି । ୫ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ