ଓଗାଳ ଖଣ୍ଡ ପ୍ରଥମ ଭାଗ — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପି॥ ଓଁ ଗଣେଶାୟ ନମଃ ॥
ଗୀତ – କୃଷ୍ଣ ବନ୍ଦନା ଗୀତଗୀତ – ୧ଜୟ ଜୟ ବୁନ୍ଦାବନ ବେହାରୀ ।ରାଧାରମଣ ଶୁଣ ମୋ ଗୁହାରୀ ।।୧।ଜୟ ଗୋକୁଳ କୁଳର ଚନ୍ଦମା ।ଘନଶ୍ୟାମ ହର ଦୁଃଖ ଗାରିମା ।।୨।ଜୟ ମୁକୁନ୍ଦ ମାଧବ ମୂରୁତି ।ଭଗତ ଜନ ନୟନ ସମ୍ପତ୍ତି ।।୩।ଜୟ ଅଚ୍ୟୁତ ଅନାଦି ଅନନ୍ତ ।କୃଷ୍ଣ କେଶବ କାହ୍ନୁ ଗୋପୀନାଥ ।।୪।ଜୟ ଦୀନବନ୍ଧୁ ଦୟା ସାଗର ।ଶଙ୍ଖ ଚକ୍ର କମଳ ଗଦାଧର ।।୫।ଜୟ ଦେବାଧିଦେବ ଦାମୋଦର ।ନନ୍ଦ ନନ୍ଦନ ହେ ବ୍ରଜସୁନ୍ଦର ।।୬।ଜୟ ମଦନମୋହନ ଗୋବିନ୍ଦ ।ଅନ୍ତର୍ଯ୍ୟାମୀ ପୁରୁଷ ଆଦିକନ୍ଦ ।।୭।ଜୟ କମଳଲୋଚନ ଶ୍ରୀହରି ।ନୀଳମଣି ନାରାୟଣ ମୁରାରି ।।୮।ଜୟ ଜଗନ୍ନାଥ ଜଗମୋହନ ।ବସୁଦେବ ସୁତ ବଂଶୀବଦନ ।।୯।ଜୟ ଜଗଦୀଶ ଘେନ ମିନତି ।ଗୀତେ ଭଣଇ ପାମର ଅଚ୍ୟୁତି ।।୧୦।ଗୀତ – ୨ଲଉଡ଼ି ବୁଲାଣ ଗୀତରେ ରେ --- ରାହାକୁ ରାହା ଦେଇବାହାକୁ ବାହା ଦେଇସେହି ଗୋଡ଼ ସେଇଠି ଥିବସେହି ହାତ ସେଇଠି ଥିବଅଣ୍ଟା ହଲାଇଛାତି ଫୁଲାଇ, ଆସିବୁ ମୋର ଭାଇଜାକିଜୁକି ହୋଇ ।ରାଧାକୃଷ୍ଣ ନିତ୍ୟ କେଳି କଦମ୍ବ ମୂଳେ ଭେଟରେ ରେ ରେ, ଲାଗିଲା ପେଞ୍ଚାଟ ।ଲାଗିଲା କୋଲପ, ବାଡ଼ି ବାଜିଲା ଶୂନ୍ୟ କପାଳ ।ରେ ରେ ରେ ---- ଦୋଷୀର ଛାଟ ଏ ପାଟ ଏ, ବିଛା ଏଢାଲ ଏ, ସମ୍ଭାଳ ଭାଇ ଶିକା ।ଗୀତ – ୩ବାରମାସୀ ଗୀତ(ଆହେ) ଆଦ୍ୟ ମାର୍ଗଶିର ମାସର ମୂଳ ।ଶ୍ରୀକୃଷ୍ଣ ଲୋଡ଼ନ୍ତି ରାଧିକା କୋଳ । ମୋ ମାଇଂଲୋ ।।୧।ପୁଷେ ଚନ୍ଦ୍ରାବଳୀ ଜପଇ ବସି ।କରେ କର ମାଳା କଣ୍ଠେ ତୁଳସୀ । ମୋ କାହ୍ନୁରେ ।।୨।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶାଗୋପାଳକୃଷ୍ଣ ପଟ୍ଟନାୟକ ଗୋପାଳକୃଷ୍ଣ ପଟ୍ଟନାୟକ
ନନ୍ଦକିଶୋର ବଳ
ମାଘରେ ମାଧୋଇ ଆସିବେ ବୋଲି ।
ଶେଯ ସଜାଇଲି ପାଖୁଡ଼ା ମଲ୍ଲୀ । ମୋ କାହ୍ନୁରେ ।
।୩।
ଫଗୁଣ ମାସରେ ଦୋଳଗୋବିନ୍ଦ ।
ଫଗୁ ଖେଳୁଥାନ୍ତି ପରମାନନ୍ଦ । ମୋ ମାଇଂଲୋ ।
।୪।
ଚଇତ୍ର ମାସରେ ଋତୁ ବସନ୍ତ ।
ଆମ୍ବ ପଣସ ଯେ ଫଳେ ବହୁତ । ମୋ କାହ୍ନୁରେ ।
।୫।
ବୈଶାଖ ମାସରେ ମହା ଗ୍ରୀଷମ ।
କର୍ପୁର କସ୍ତୁରୀ ଅଙ୍ଗେ ଲେପନ । ମୋ ମାଇଂଲୋ ।
।୬।
ଜ୍ୟୋଷ୍ଠମାସରେ ଯେ ପ୍ରଖୁର ଖରା ।
ନଦୀ ପୋଖରୀ ଯେ ଶୁଖିଲା ପରା । ମୋ କାହ୍ନୁରେ ।
।୭।
ଆଷାଢ ମାସରେ ଗୁଣ୍ଡିଚା ଯାତ ।
ମଣ୍ଡି ମୁଂ ହୋଇଲି ସେ ତିନି ରଥ । ମୋ ମାଇଁ ଲୋ ।
।୮।
ଆଗେ ବଳଭଦ୍ର ବସିଲେ ଯାଇଁ ।
ମଧ୍ୟ ସୁଭଦ୍ରା ପଛେ ଯଦୁସାଇଁ । ମୋ କାହ୍ନୁରେ ।
।୯।
ଶ୍ରାବଣ ମାସରେ ଜଳ ବହୁଳ ।
ନଦୀ ପୋଖରୀଏ ପୁରି ଅଥଳ । ମୋ ମାଇଁ ଲୋ ।
।୧୦।
ଭ୍ରାଦ୍ରବ ମାସରେ ଫୁଟଇ କିଆ ।
ପାଶେ ନାହାନ୍ତି ଭାବ ବିନୋଦିଆ । ମୋ କାହ୍ନୁରେ ।
।୧୧।
ଆଶ୍ୱିନ ମାସରେ କୁଆଂରୀ ଜହ୍ନ ।
ପୁଚି ଖେଳିବାକୁ ହେଉଚି ମନ । ମୋ ମାଇଁ ଲୋ ।
।୧୨।
କାର୍ତ୍ତିକ ମାସରେ ଅଙ୍ଗ ସୁବେଶ ।
ବାରମାସୀ ଗୀତ ହୋଇଲା ଶେଷ । ମୋ କାହ୍ନୁରେ ।
।୧୩।
ଗୀତ –୪
(ଆହେ)ସର୍ବ ଗୋପାଳ ଭାଇମାନେ ଶୁଣ ।
ଏ ପଦରେ ମନ କର୍ଣ୍ଣ ଦେଇଣ ।
।୧।
ରାଧା କୃଷ୍ଣଙ୍କର ପ୍ରେମ ରହସ୍ୟ ।
(ଆହେ) ଠିକେ ଠିକେ ମୁଂ କରୁଛି ପ୍ରକାଶ ॥
।୨।(ଆହେ) କୃଷ୍ଣ ଭଣଜା ଯେ ରାଧିକା ମାଇଁ ।କିଏ ପାରିବ ତାଙ୍କ ଭାବ କହି ॥
।୩।(ଆହେ) କଂସାସୁର ନାମେ ଯେଉଂ ଦଇତ ।ଇନ୍ଦୁମତୀ ଗର୍ଭରୁ ହେଲା ଜାତ ॥
।୪।ଆହେ ଉଗ୍ରସେନ ମଧୁପୁର ନୃପତି ।ତାଙ୍କ ଭାରିଜା ନାମ ଇନ୍ଦୁମତୀ ॥
।୫।(ଆହେ) ବଳେ ହରିଲା ଦୃମିଲା ଅସୁର ।ତା’ ବିନ୍ଦୁରୁ ଜନ୍ମିଲା କଂସାସୁର ॥
।୬।ବ୍ରହ୍ମା ଜାଣି ତାହାକୁ ବର ଦେଲେ ।ତିନି ପୁର ତୁ ଜିଣିବୁ ବୋଇଲେ ॥
।୭।ଦିନୁଂ ଦିନ ସେ ବଳୀୟାର ହେଲା ।ଆଗେ ଦୃମିଲାସୁରକୁ ମାଇଲା ॥
।୮।ବଡ଼ ଦୁଷ୍ଟ ହୋଇଲା ସେ ଦାନବ ।ପାଦେ ଖଟାଇଲା ଦେବ ମାନବ।୯।ନ ରଖିଲା ସେ କାହାରି ଆୟତ୍ତ ।ନିରାପକ୍ଷ ହେଲା କଂସ ଦଇତ ॥
।୧୦।ଦେବ ବୃନ୍ଦମାନେ ଅତି ବିକଳେ ।ମେଳ ହେଲେ ଯାଇ ମେରୁ ମେଖଳେ ॥
।୧୧।ବସି ଗୁପତେ କରନ୍ତି ବିଚାର ।କଷ୍ଟ ଦେଲା ଦୁଷ୍ଟ କଂସ ଅସୁର ॥
।୧୨।ତାହା ଜାଣିଣ ଧରଣୀ ଚଳିଲା ।କାନ୍ଦି ଦେବତାଙ୍କ ପାଶେ ମିଳିଲା ॥
।୧୩।ବ୍ରହ୍ମା ଆଦି ସର୍ବ ଦେବେ ଅଛନ୍ତି ।କଂସ କେମନ୍ତେ ମରିବ ଭାଳନ୍ତି ॥
।୧୪।ଦୁଃଖ ଜଣାଏ ତହିଂ ବସୁନ୍ଧରା ।ନ ସହିବି ମୁଂ ଅସୁରଙ୍କ ଭାରା ॥
।୧୫।ଦେଖ ଅଭାଗ୍ୟ କର୍ମକୁ ମୋହର ।ନାସା କର୍ଣ୍ଣ ଫାଟି ବହେ ରୁଧିର ॥
।୧୬।ତୁମ୍ଭେ ସଚରାଚରକୁ ସମ୍ଭାଳ ।ମୋର ଦୋଷ ନ ଧର ଆଖଣ୍ଡଳ ॥
।୧୭।ଆଜଠାରୁ ମୁଂ ହେଉଛି ଅନ୍ତର ।ମହୀ ରସାତଳେ ପଡ଼ୁ ଏଥର ॥
।୧୮।ଶୁଣି ଦେବତାମାନେ ଯେ କହନ୍ତିକିଛିଦିନ ତୁ ରହ ବସୁମତୀ ॥
।୧୯।ଆମ୍ଭେ ଦେବତାଏ ମେଳି ହୋଇଣ ।ଜଗନ୍ନାଥଙ୍କୁ କହିବୁ ଯାଇଣ ।।୨୦।ସମସ୍ତଙ୍କ ଦୁଃଖ ସେହୁ ହରିବେ ।ଦୁଷ୍ଟ କଂସ ଅସୁରକୁ ମାରିବେ ॥
।୨୧।ଶୁଣି ବାହୁଡ଼ି ଗଲା ବସୁମତୀ ।ଗୀତେ କହିଲା ପାମର ଅଚ୍ୟୁତି ॥
।୨୨।ଗୀତ – ୫ଏଥୁ ଅନନ୍ତରେ ଶୁଣ ଗୋପାଳ ଭାଇ ।କ୍ଷୀରସିନ୍ଧୁ ତୀରେ ଦେବେ ମିଳିଲେ ଯାଇଂ ॥
।୧।ଯେ ଯାହାର ମତେ ତହିଂ ଗୁହାରି କଲେ ।ଚତୁର ଆନନ ବ୍ରହ୍ମା ସ୍ତୁତି ରଚିଲେ ॥
।୨।ତାହା ଜାଣି ଚକ୍ରପାଣି ହେଲେ ପ୍ରସନ୍ନ ।ଦେବତାଙ୍କୁ ଚାହିଂ ପଚାରନ୍ତି ବଚନ ॥
।୩।ଦେବଗଣେ ଆଜି ଯାଉଅଛ କେଣିକି ।ପଥବଣା ହୋଇ ଆସିଲ କି ଏଣିକି ॥
।୪।ପ୍ରଜାପତି ବୋଲୁଛନ୍ତି ଶୁଣ ହେ ହରି ।ଦେବତାଏ ଆସିଛନ୍ତି ଗୁହାରି କରି ।।୫।ମଞ୍ଚେ ଜାତ ହେଲା କଂସ ଦଇତମଣି ।ଦେବତାଙ୍କୁ ପାଦେ ଖଟାଇଲା ସେ ଆଣି ॥
।୬।ସବୁବେଳେ ଉଭା ହୋଇ ଅଛନ୍ତି ସୁର ।ଦିନେ ବସ ବୋଲି ନ ବୋଲଇ ଅସୁର ॥
।୭।ବହୁତ କଷ୍ଟ ସେ ଦେବତାଙ୍କୁ ଦେଲାଣି ।ତାହା କି ନ ଜାଣ ତୁମ୍ଭେ ହେ ଚକ୍ରପାଣି ॥
।୮।ଦାନବର ଭାରା ବସୁନ୍ଧରୀ ନ ସହେ ।ତାର ନାସା କର୍ଣ୍ଣ ଫାଟି ରୁଧିର ବହେ ॥
।୯।ପ୍ରଜାପତି ମୁଖ ଚାହିଂ ଶ୍ରୀ ଜଗନ୍ନାଥେ ।ବୋଲନ୍ତି ହତ୍ୟା ପାତକୀ ଆମ୍ଭେ ଜଗତେ ॥
।୧୦।ଯାହା ମତେ କରିଥିଲା ପୂର୍ବେ ରାବଣ ।ତୁମ୍ଭେ କୁଶଧାରୀ କିବା ତାହା ନ ଜାଣ ॥
।୧୧।ଦେବତାମାନଙ୍କ ଦୁଃଖ ସହି ନ ପାରି ।ରାବଣ ମାଇଲୁଂ ଘୋର ସମର କରି ॥
।୧୨।ବ୍ରହ୍ମହତ୍ୟା ଦୋଷ ଆମ୍ଭଠାରେ ସେ ଦେଲ ।ମୁଖ ନ ଚାହିଂବୁ ସୁରପତି ବୋଇଲ ॥
।୧୩।ଆଉ ଦେବତାଏ କିଂପା ଅଛନ୍ତି ଆସି ।ବ୍ରହ୍ମହତ୍ୟା କଲୁଂ ଆମ୍ଭେ ସେଦିନୁ ଦୋଷୀ ॥
।୧୪।କହ ବାହୁଡ଼ିଣ ଯାନ୍ତୁ ଦେବତାଗଣ ।ମାରନ୍ତୁ କଂସ ଅସୁର ଯୁଦ୍ଧ କରିଣ ॥
।୧୫।ଶୁଣି ସେ ଚତୁରମାଥ କଲେକ ସ୍ତୁତି ।ବୋଇଲେ ସଙ୍କଟୁ ରଖ ହେ ଲକ୍ଷ୍ମୀପତି ॥
।୧୬।ଇନ୍ଦ୍ର ଆଦି ଦେବଗଣ ଯୋଡ଼ିଣ କର ।ଯେ ଯାହାମତେ ଗୁହାରି କଲେ ଅପାର ।।୧୭।ସର୍ବ ଦେବଙ୍କର ଦେବ ନୀଳାଦ୍ରିନାଥ ।ତୁମ୍ଭେ ନ ରଖିଲେ ଆମ୍ଭେ ହେଲୁଂ ଅନାଥ ॥
।୧୮।ଶରଣ ସୋଦର ଅଟ ହେ ହୃଷୀକେଶ ।ତୁମ୍ଭେ ନ ରଖିଲେ ଦେବେ ଗଲୁଂଟି ନାଶ ॥
।୧୯।ପୂର୍ବ ଦୋଷ କ୍ଷମାକର ପଙ୍କଜମୁଖ ।ଛାର ପାମର ଅଚ୍ୟୁତି ଜଣାଏ ଦୁଃଖ ॥
।୨୦।ଗୀତ – ୬ଦେବତାଙ୍କ ଦୁଃଖ କର୍ଣ୍ଣରେ ଶୁଣି ।ଦୟାସାଗର ପ୍ରଭୁ ଚକ୍ରପାଣି ॥
ଦୂରେ ଫିଙ୍ଗିଦେଲେ ହୃଦରୁ ମାୟା ।ଦେବତାଙ୍କଠାରେ କଲେ ସୁଦୟା ॥
କି ପ୍ରଭୁ ହେ ।।୧।ବୋଇଲେ ସର୍ବ ସୁରବୃନ୍ଦେ ଶୁଣ ।ଆମ୍ଭ ଆଜ୍ଞା ତୁମ୍ଭେ କର ହୋ ପୁଣ ॥
ଗୋପ ମଥୁରା ପୁରେ ଜାତ ହୁଅ ।ଅବିଶ୍ୱାସୀଙ୍କ ସନ୍ନିକଟେ ଥାଅ ॥
କି ଦେବେ ହେ!।୨।ଦୁଷ୍ଟ ଦଇତ ବନ୍ଦୀ ଭୁବନରେ ।ଆମ୍ଭେ ଜନ୍ମିବୁ ଦେବକୀ ଉଦରେ ॥
ଆଗେ ବଳଦେବ ହୋଇବେ ଜାତ ।କହିଲୁଂ ଏହା ତିନିବାର ସତ୍ୟ ॥
କି ଦେବେ ହେ!।୩।ବନ୍ଦୀ ଭୁବନରେ ଜନମ ହେବୁଂ ।ଗୋପପୁରେ ନନ୍ଦଘରେ ଚଢିବୁଂ ॥
ବୃନ୍ଦାବନେ ଧେନୁ ଚରାଉ ଥିବୁଂ ।ତାର ଅଷ୍ଟମଲ୍ଲ ଆଗେ ମାରିବୁଂ ॥
କି ଦେବେ ହେ!।୪।ଯେତେବେଳେ ଅଷ୍ଟ ବରଷ ହେବ ।ଜାଣିବ ନିଶ୍ଚେ କଂସ ନାଶ ଯିବ ॥
କହି ଦେବତାଙ୍କୁ ଦେଲେ ମେଲାଣି ।ଶୟନ କଲେ ସୁଖେ ବେନୁପାଣି ॥
କି ଦେବେ ହେ!।୫।ବାହୁଡି କଂସର ଜଗତି ତଳେ ।ଉଭା ହୋଇଲେ ଦେବତା ସକଳେ ॥
ରାତ୍ରେ କଂସ ଦେଖିଲାକ ସ୍ୱପନେ ।ମେରୁ ଗିରିତଳେ ଦେବତାମାନେ ॥
କି ଜନେ ହେ!।୬।ବ୍ରହ୍ମା ଇନ୍ଦ୍ର ଆଦି ବସି ସମସ୍ତେ ।ତହିଂ ବିଚାର କଲେକ ଗୁପତେ ॥
କ୍ଷୀରସିନ୍ଧୁ ତୀରେ ବିଷ୍ଣୁଙ୍କୁ କହି ।ଯେମନ୍ତେ ଅଇଲେ ମେଲାଣି ହୋଇ ॥
କି ଜନେ ହେ!।୭।ଆଦ୍ୟ ପ୍ରାନ୍ତ ସବୁ ଦେଖି ସ୍ୱପନ ।କ୍ରୋଧ ହୋଇଲା କଂସ ମନେ ମନ ॥
ପ୍ରଭାତେ ଡ଼ାକି ମନ୍ତ୍ରୀ ଅକ୍ରୁରକୁ ।ବୋଲେ ମାରିବି ସବୁ ଦେବତାଙ୍କୁ ॥
କି ମନ୍ତ୍ରୀ ହେ!।୮।ମୋ ଶତ୍ରୁ ସଙ୍ଗେ କରନ୍ତି ବିଚାର ।ଜନ୍ମ ହେବେ ଗୋପ ମଥୁରା ପୁର ॥
ଦେବକୀ ଅଷ୍ଟମ ଗର୍ଭରେ ପୁଣ ।ମୋହାର ବଇରି ହେବ ଜନମ ॥
କି ମନ୍ତ୍ରୀ ହେ!।୯।ଅକ୍ରୁର ସୁମରି ଶ୍ରୀଜଗନ୍ନାଥ ।ବୋଲେ ସ୍ୱପନ କଥା ନୋହେଂ ସତ ॥
ଦେବତାମାନେ ନୁହଂନ୍ତି ବଇରି ।ପାଦତଳେ ଖଟିଥାନ୍ତି ତୁମ୍ଭରି ॥
ରାଜନ ହେ!।୧୦।କହି କୋପ ଶାନ୍ତ କଲା ଅକ୍ରୁର ।ରାଜତ୍ୱ କରେ ବୀର କଂସାସୁର ॥
ମେରୁ ଉପାଡ଼ିବ ବୋଲି ରାଜନ ।ଚଳିଲା ସଙ୍ଗତେ ଘେନି ସଇନ୍ୟ ॥
ମୋ ବନ୍ଧୁରେ !।୧୧।ଏଣେ ଉଗ୍ରଦେନ ପାଇଣ ଚିନ୍ତା ।ଦେବକୀ ଦୈବକୀ ବେନି ଦୁହିତା ॥
ଦମଘୋଷ ବସୁଦେବଙ୍କୁ ବରି ।ବିଭା ଦେଲାକ ବେନି ସୁକୁମାରୀ ॥
କି ଜନେ ହେ!।୧୨।ଆଗେ ଦମଘୋଷ ବିଭା ହୋଇଲା ।ଦୈବକୀ ଘେନି ନିଜ ରାଜ୍ୟେ ଗଲା ॥
ଦେବକୀ ବିଭା ହେଲା ବସୁଦେବ ।ମଧୁ କଟକରେ କରେ ଉତ୍ସବ ॥
ସୁଜନେ ହେ!।୧୩।କଂସ ଛାମୁରେ ଚାର ଜଣାଇଲାଶୁଣି ଅସୁରମଣି କୋପ କଲା ॥
ମେରୁକୁ ମେଲାଣି ମାଗି ବହନ ।ବାହୁଡ଼ିଲା ସଙ୍ଗେ ଘେନିଣ ସୈନ୍ୟ ॥
ସେ କଂସ ହୋ!।୧୪।ମଥୁରା ଭୁବନେ ମିଳିଲା ଯାଇଂ ।ଉଗ୍ରସେନଙ୍କୁ ପାଶକୁ ଡ଼କାଇ ॥
ଅନେକ ପ୍ରକାରେ ଧିକ୍କାର କଲା ।କରେ ଖଡ଼ଗ ଧରିଣ ଉଠିଲା ॥
ସେ କଂସ ହୋ!।୧୫।ଦେବକୀ ବସୁଦେବ ଥିଲେ ରଥେ ।ଗୋଳ ଲଗାଇଲା ସେ ରାଜପଥେ ॥
ଭଉଣୀ ଭିଣୋଇ ଦୁହିଂଙ୍କ ଶିର ।ହାଣିବ ଖଡ଼ଗ ଉଞ୍ଚାଏ ବୀର ॥
କି ଶୁଣ ହେ!।୧୬।ଶୂନ୍ୟେ ଶବଦ ଶୁଭେ ରେ ଦଇତ ।ତୋତେ ମାରିବ ଦେବକୀର ସୁତ ॥
ଅଷ୍ଟମ ଗର୍ଭ ଯେ ତୋର ବଇରି ।ମହୀ ଉଶ୍ୱାସିବ ତୋତେ ନିବାରି ॥
କି କଂସ ହେ!।୧୭।କୋପ ହେଲା ଶୂନ୍ୟ ଶବଦ ଶୁଣି ।ବୋଇଲା ମୂଳରୁ ମାରିବି ପୁଣି ॥
ଦେବକୀର କେଶ ଧରନ୍ତେ ବୀର ।ବସୁଦେବ କହେ ଯୋଡ଼ିଣ କର ॥
କି ବୀର ହେ!।୧୮।ଏ ତ ନୁହଂଇ ତୋହର ବଇରି ।ସୁତ ଜନ୍ମିଲେ ସିନା ତୋତେ ମାରି ॥
ଦେବକୀ ଯେତେ ଗର୍ଭ ପ୍ରସବିବ ।ଛାମୁରେ ଦେବି ମୁଂ ଆଣି ଭୋ ଦେବ ॥
କି ଶୁଣ ହେ!।୧୯।ମନେ ବିଚାରି କେଶ ଛାଡ଼ିଦେଲା ।ବନ୍ଦୀ ଭୁବନେ ଦୁହିଂଙ୍କି ରଖିଲା ।ଅନେକ ଚାର ଜଗାଇଲା ତହିଂ ।ପୁତ୍ର ପ୍ରସବିଲେ କହିବ ଯାଇଂ ॥
କି ଦୂତେ ହେ!।୨୦।ଦେବକୀ ଦେବୀ ହେଲେ ଗର୍ଭବାସ ।ବାରତା ପାଇ ଭାଳୁଥାଇ କଂସ ॥
ଦଶମାସେ ପୁତ୍ର ହେଲା ଜନମ ।ବସୁଦେବ ନେଇ ଦେଲା ବହନ ॥
ସୁଜନେ ହେ!।୨୧।ଶିଳାରେ କଚାଡ଼ି ମାରେ ଅସୁର ।ବୋଲେ ଶତ୍ରୁନାଶ ହୋଇଲା ମୋର ॥
ଏହିମତେ ଷଡ଼ପୁତ୍ର ମାଇଲା ।ଗର୍ଭେକ ଶୂନ୍ୟରେ ଉଭେଇ ଗଲା ॥
କି ଜନେ ହେ!।୨୨।ଅଷ୍ଟମ ଗର୍ଭେ ଜାତ ନରହରି ।ଆଗେ ବିଜୁଳି କନ୍ୟା ଅବତରି ॥
ରୋହିଣୀଠାରୁ ବଳଦେବ ଜାତ ।ଶୂନ୍ୟେ ଅମ୍ବିକା କହିଗଲେ ତତ୍ତ୍ୱ ॥
ସୁଜନେ ହେ!।୨୩।ଭାଦ୍ରବ ମାସ କୃଷ୍ଣ ଅଷ୍ଟମୀରେ ।ଜାତ ହେଲେ କୃଷ୍ଣ ନିଶା ଭାଗରେ ॥
ବସୁଦେବ ଶିରେ ଗୁପତେ ନେଇ ।ଗୋପେ ଛାଡ଼ିଲେ ନନ୍ଦଘରେ ଯାଇ ॥
କି ଜନେ ହେ!।୨୪।କନ୍ୟା ପିଲାଟି ଆଣିଲା ଯାଦବ ।ଯଶୋଦା କୋଳେ ରହିଲେ ମାଧବ ॥
କନ୍ୟା ପାଲଟାଇ ନେଲା ଗୁପତେ ।କହିଲା ପାମର ଅଚ୍ୟୁତି ଗୀତେ ॥
କି ଜନେ ହେ!।୨୫।ଗୀତ – ୭ଏଥୁଅନ୍ତେ ଶୁଣ ହେ ସାଧୁଜନ ।ବସୁଦେବ ରହେ ବନ୍ଦୀଭୁବନ ॥
।୧।କଂସ କଚାଡ଼ନ୍ତେ କନ୍ୟାକୁ ନେଇ ।ଶୂନ୍ୟେ ଚଳିଗଲେ ସେ ମହାମାଈ ॥
।୨।ସେହିଦିନୁଂ ବୀର କରେ ଭାଳେଣିଭୟେ ଗୋପେ ନ ପଶେ ନୃପମଣି ॥
।୩।ମନା କରିଛନ୍ତି ମୁନି ଗାର୍ଗବ ।ଗୋପ ଭୁବନେ ନ ଯିବୁ ଦାନବ ॥
।୪।ନନ୍ଦଘରେ ବଢିଲେ ରାମ ହରି ।ବାଳ କ୍ରୀଡ଼ା ନାନାରଙ୍ଗେ ଆଚରି ॥
।୫।ଗୋପୀ ଗୋପଳେ ଆନନ୍ଦ ହୁଅନ୍ତି ।ବୃଦ୍ଧକାଳେ ଯଶୋଦା ପୁତ୍ରବନ୍ତୀ ॥
।୬।ଘରେ ଘରେ ପଶିଣ ବେନୁପାଣି ।ଲୁଚି ଖାଉଥାନ୍ତି ସର ଲବଣୀ ॥
।୭।ଧୂଳି ଖେଳୁଥାନ୍ତି ଗୋପଦାଣ୍ଡରେ ।ସବୁ ଗୋପାଳ ବାଳକ ସଙ୍ଗରେ ॥
।୮।ବତ୍ସା ନେଇ ବୃନ୍ଦାବନେ ଚରାନ୍ତି ।ଶିଙ୍ଗା ବେନୁ ନାନାରଙ୍ଗେ ବାଆନ୍ତି ॥
।୯।ସାତଦିନେ ସେ ପୂତନା ମାଇଲେ ।ଅର୍ଘା ବକା ବତ୍ସା ପ୍ରାଣ ଦହିଲେ ॥
।୧୦।ଶିରେ କେକୀପୁଚ୍ଛ ଚୂଳ ଶୋହଇ ।ଗୋପ ଯୁବତୀଙ୍କ ମନ ମୋହଇ ॥
।୧୧।କର୍ଣ୍ଣେ କୁଣ୍ଡଳ ଗଳାରେ ପଦକ ।ଗୁଞ୍ଜ ଗୁଞ୍ଜମାଳରେ ବ୍ୟାଘ୍ରନଖ ॥
।୧୨।ପୀତ ଦୁକୁଳ ଅଙ୍ଗେ ଥାଇ ଜଡ଼ି ।କଟୀତଟେ ଶୋହେ ଘଣ୍ଟି ଘାଗୁଡ଼ି ॥
।୧୩।ନଟବର ବେଶ ହୋଇ ମୋହନ ।ଗୋଷ୍ଠେ କରୁଥାନ୍ତି ଧେନୁ ଦୋହନ ॥
।୧୪।ଗୋପ ବାଳକ ଘେନିଣ ସଙ୍ଗତେ ।ଅହର୍ନିଶି ବୁଲୁଥାନ୍ତି ବନସ୍ତେ ॥
।୧୫।ଦିନେ ମାଇଂ ସଙ୍ଗେ ଲଗାଇ ନାଟ ।କାଟି ନେଲେ ତାର ଅଞ୍ଚଳ ପାଟ ॥
।୧୬।ଦିନେ ମୂଷା ହୋଇ ଖୋଷା କାଟିଲେ ।ଦିନେ ରଜକୀ ହୋଇ ବାସ ନେଲେ ॥
।୧୭।ଦିନେ ହୋଇଣ ନାପିତୁଣୀ ବେଶ ।ରାଈ ପୟରେ ଦେଲେ ଲାକ୍ଷାରସ ॥
।୧୮।ଦିନେ କାଚରାଣୀ ହୋଇ ଅଇଲେ ।କାଚ ବିକି ରାଧା ମନ ମୋହିଲେ ॥
।୧୯।ବତ୍ସା ହରଣେ ବ୍ରହ୍ମା ବଂଶୀ ଦେଲେ ।ବସି କଦମ୍ବ ମୂଳେ ବଜାଇଲେ ॥
।୨୦।ଘରୁ ଅନ୍ନ ପୁଡ଼ାମାନ ନେଇଣ ।ବନଭୋଜି କରନ୍ତି ସେ ଯାଇଣ ॥
।୨୧।ଦିନେ ହରିଲେ ଗୋପୀଙ୍କ ପାଲଟା ।ତାଙ୍କୁ ବୋଇଲେ ହୋଇଲ କୁଳଟା ॥
।୨୨।ଦିନେ ଯମୂନାରେ ହେଲେ ଘାଟିଆ ।ଦିନେ ଭାଙ୍ଗିଲେ ଯେ ପାଣିମାଠିଆ ॥
।୨୩।ବଡ଼ ରଙ୍ଗିଆ ସେହୁ ବନମାଳୀ ।ଦିନେ କରାଇଥିଲେ ଭୂତକେଳି ॥
।୨୪।ଦିନେ ଇନ୍ଦ୍ରପୂଜା ବିଧି ଭାଙ୍ଗିଲେ ।ବାମ କରେ ଗିରି ତୋଳି ଧଇଲେ ॥
।୨୫।ବୃନ୍ଦାବନେ କୁଞ୍ଜପୁର ଭ୍ୟାଇଲେ ।ରାଧା ସଙ୍ଗତେ ତହିଂ କେଳି କଲେ ॥
।୨୬।ଅନ୍ତର୍ଯ୍ୟାମି ସେ ଅନନ୍ତ ମୂରତି ।ଧ୍ୟାନେ ରଖିଲା ପାମର ମଚ୍ୟୁତି ॥
।୨୭।ଓଗାଳଚଢା ଉତ୍ତାର ଗୀତଆରେ ରେ !ଶୁଣ ଶୁଣ ଗୋପାଳ ହୋ ମନ କରି ସ୍ଥିର ।କହୁଛି ଓଗାଳ ପଦ ଚଢା ଯେ ଉତ୍ତାର ॥
।୧।ପଚାରୁଛି କିଛି ତୋତେ କହିଦେବୁ ଭାଇ ।ଲଉଡ଼ି ଉଞ୍ଚାଇ ଆସୁ ଓଗାଳିବା ପାଇଂ ॥
।୨।ସୁବାହୁ ଦ୍ୱାପରେ କୃଷ୍ଣ ବାଳକେଳି ରସ ।ପଚାରୁଛି ଠିକେ ଠିକେ କର ତୁ ପ୍ରକାଶ ॥
।୩।ଓଗାଳ – ୧ପ୍ରତ୍ୟକ୍ଷରେ ଦେବକୀ ସୁତ ଯେ ନାରାୟଣ ।କାହିଂପାଇଂ ବନ୍ଦୀଘରେ ଜାତ ହେଲେ ପୁଣ ॥
।୧।ଦେବକୀ ବସୁଦେବର କେଉଂ ପାପ ଥିଲା ।କାହିଂକି ତାହାଙ୍କ ପାଦେ ସାଙ୍କୋଳି ଲାଗିଲା ॥
।୨।ଗଳାରେ ଜଞ୍ଜିର ସାତମୁଠା ଦେଲା କଂସ ।ଏ କଥାକୁ ମୋ ମନରେ ହୋଇଲା ସନ୍ଦେଶ ॥
।୩।ଉତ୍ତାରଆସ ହେ ଗୋପାଳ ଭାଇ ଲଗାଅ ଲଉଡ଼ି ।ତୁମ୍ଭର ଆମ୍ଭର ଢାଲ ବାଡ଼ି ବିଛାବାଡ଼ି ॥
।୧।ଖେଳିବା ଲଉଡ଼ି ଆଜି ଢାଲ ଆଡ଼ି ଦେଇ ।ଦାଉଂରେ ପଡ଼ିଛ ଆଉ ଛାଡ଼ିଦେବି ନାହିଂ ।।୨।ଦ୍ୱାପର ଯୁଗ ଚରିତ ପଚାରିଝ ଯାହା ।ସଂଶୟ ଫେଡ଼ି ଉତ୍ତାର କହୁଅଛି ତାହା ॥
।୩।ପୂର୍ବରେ ଯେ ବସୁଦେବ କେତୁବ୍ରହ୍ମା ଥିଲେ ।ଯୁବତୀକି ସଙ୍ଗେ ଘେନି ତପସ୍ୟାକି ଗଲେ ॥
।୪।ମହୋଦଧି ତୀରେ ଯାଇ ହେଲେ ପରବେଶ ।ଅତି ଯତନରେ ତହିଂ ଶୁଖାଇଲେ କୁଶ ॥
।୫।ସୁରଭୀର ବତ୍ସା ତାକୁ ଭକ୍ଷିଲା ବହନ ।ମାଡ଼ ମାରି ଋଷି ତାଙ୍କୁ କଲେକ ବନ୍ଧନ ॥
।୬।ସିନ୍ଧୁ ପାରି ହୋଇଣ ସୁରଭୀ ଯାଇଥିଲା ।ଏମନ୍ତ ଜାଣିଣ ଆସି ସେଠାରେ ମିଳିଲା ॥
।୭।ବତ୍ସାର ବନ୍ଧନ ଦେଖି ହୋଇଲା ସେ କୋପ ।ପତି ପତ୍ନୀ ଦୁହିଂଙ୍କି ବିହିଲା ଅଭିଶାପ ॥
।୮।ମୋ ବତ୍ସାକୁ ବନ୍ଧନ କରିଛୁ ମାଡ଼ ମାରି ।ଉଭୟେ ଦ୍ୱାପରେ ତୁମ୍ଭେ ହେବ ସେହିପରି ॥
।୯।ବହିଥିବ ନାମ ଯେ ଦେବକୀ ବସୁଦେବ ।ଦୁହେଂ ଅସୁର ଭବନେ ବନ୍ଧନେ ପଡ଼ିବ ॥
।୧୦।ଗୋମାତାକୁ ବାରେ ସେହୁ ମାଗିଲେ ମୁକତି ।ତାହା ଶୁଣି ସୁରଭି ଯେ କ୍ରୋଧ କଲେ ଶାନ୍ତି ॥
।୧୧।ବୋଲେ ତୁମ୍ଭଠାରୁ ବିଷ୍ଣୁ ଜନମ ହୋଇବେ ।ବନ୍ଧନ ଭୟରୁ ସେ ତୁମ୍ଭଙ୍କୁ ଉଦ୍ଧାରିବେ ॥
।୧୨।ଦେବକୀ ବସୁଦେବର ଚରିତ ଯେ ଏହି ।ତୁମ୍ଭ ଆଗରେ ହୋ ଭାଇ କହିଲି ବୁଝାଇ ॥
।୧୩।ଓଗାଳ – ୨ପୂର୍ବଜନ୍ମେ କଂସାସୁର କିଏ ଥିଲା ଭାଇ ।ଦାନବ ବନ୍ଦରୁ ଜନ୍ମ ହୋଇଲା କିଂପାଇ ॥
।୧।କେଉଂ ତପେ କାହାକୁ ସେ ବର ମାଗିଥିଲା ।ଦେବତାମାନଙ୍କୁ ପାଦତଳେ ଖଟାଇଲା ॥
।୨।ଉତ୍ତାରକଂସାସୁର ପୂର୍ବର ଯେ ଚରିତ୍ର କହୁଛି ।ଯାହା ମୋତେ ଶ୍ରୀ ଗୁରୁଙ୍କ ଆଜ୍ଞା ହୋଇଅଛି ॥
।୧।ତ୍ରେତୟାରେ ରାମଚନ୍ଦ୍ର ରାବଣ ମାଇଲେ ।ଦେବତାମାନେ ଯେ ବ୍ରହ୍ମହତ୍ୟା ଦୋଷ ଦେଲେ ॥
।୨।ପ୍ରଭୁଙ୍କ କ୍ରୋଧରୁ ପୁରୁଷେକ ହେଲା ଜାତ ।ଆଜ୍ଞା ଦେଲେ ଦେବତାଙ୍କୁ ଭକ୍ଷ ହେ ତ୍ୱରିତ ॥
।୩।ସେ କୋପ – ପୁରୁଷ ଗୋଡ଼ାଇଲା ଦେବତାଙ୍କୁ ।ଶରଣ ମାଗିଲେ ଯାଇଂ ଶ୍ରୀ ସଦାଶିବଙ୍କୁ ॥
।୪।ହର ବୋଇଲେ ଦେବଙ୍କୁ ନ ଭକ୍ଷ ହେ ପୁଣ ।ଦ୍ୱାପରେ କଂସ ବୋଲାଇଥିବୁ ତୁହି ଶୁଣ ।।୫।ଅସୁର ବିନ୍ଦୁରୁ ତୁହି ଜନମ ହୋଇବୁ ।ଦେବତାମାନଙ୍କୁ ପାଦତଳେ ଖଟାଇବୁ ॥
।୬।ମୋକ୍ଷ ସେ ମାଗନ୍ତେ ବୋଇଲେକ ତ୍ରିଳୋଚନ ।ଶ୍ରୀ କୃଷ୍ଣଙ୍କୁ ନେତ୍ରେ ଦେଖି ହାରିବୁ ଜୀବନ ॥
।୭।କଂସାସୁର ଜନ୍ମର ବିଧାନମାନ ଏହି ।ଗୀତେ ଭଣିଲେ ଅଚ୍ୟୁତି କୃଷ୍ଣପାଦ ଧ୍ୟାୟୀ ॥
।୮।ଓଗାଳ –୩କେଉଂ ନନ୍ଦ ଘରେ କୃଷ୍ଣ ବଢିଲୋକ ଯାଇ ।କେତେ ନନ୍ଦ ଗୋପପୁରେ ଅଛନ୍ତି ଯେ ରହି ॥
।୧।ସହଜ ମାର୍ଗରେ ଭାଇ କହିବ ବୁଝାଇ ।ଜାଣିବାର କଥା ଜାଣିଥିଲେ କହ ତୁହି ॥
।୨।ଉତ୍ତାରଗୋପରେ ଦ୍ୱାଦଶ ନନ୍ଦ ଅଟନ୍ତି ହେ ଭାଇ ।ମହାଖୋଡ଼ ନନ୍ଦଘରେ ବଢିଲେ କହ୍ନାଇ ॥
।୧।ଓଗାଳ –୪ଆଉ କଥା ଗୋଟିୟେକ ଆସଇ ମନକୁ ।ବୁଝାଇ କହିବ ଭାଇ ଜାଣିବା ତାହାକୁ ॥
।୧।ଗୋପକୁ ମଥୁରା ଅଟେ କେତେକ ଯୋଜନ ।ତହିଂ ମଧ୍ୟେ କେତେ କୋଶ ଅଟେ ବୃନ୍ଦାବନ ॥
।୨।ଉତ୍ତାରଶୁଣ ଶୁଣ ଗୋପାଳ ଭାଇ ପଚାରିଲ ଯାହା ।ଠିକେ ଠିକେ ତୁମ୍ଭକୁ ଯେ କହୁଅଛି ତାହା ॥
।୧।ଗୋପକୁ ସେ ମଧୁପୁର ଚତୁର ଯୋଜନ ।ଚଉରାଶୀ କୋଶ ମଧ୍ୟେ ଅଟେ ବୃନ୍ଦାବନ ॥
।୨।ଓଗାଳ – ୫ଯେତେବେଳେ କୃଷ୍ଣ ନନ୍ଦ ଭୁବନେ ମିଳିଲେ ।କେତେ ଜଣ ଗୋପବାଳୀ ସେ ଠାବରେ ଥିଲେ ॥
।୧।ଏନ୍ତୁଡ଼ି ଥାପିଲା କିଏ କିସ ତାର ନାମ ।କେବଣ ଯୁବତୀ କଲା ନାଭି ଯେ ଛ୍ଛେଦନ ॥
।୨।ଉତ୍ତାରଯେତେବେଳେ କୃଷ୍ଣ ଗୋପେ ମିଳିଲେକ ଯାଇଂ ।ସାତ ଜଣ ନାରୀ ସେ ଠାବରେ ଥିଲେ ରହି ॥
।୧।ଯୋଗମାୟା ମିଳି ନାଭି ଛ୍ଛେଦନ କରନ୍ତି ।ପଞ୍ଚକନ୍ୟା ପଞ୍ଚ ଅଗ୍ନି ନେଇଣ ଥାପନ୍ତି ॥
।୨।ଓଗାଳ –୬ଆହୁରି କଥାଏ ଭାଇ କହିବ ବୁଝାଇ ।ହେତୁରେ ରଖିବା ପାଇଂ ତାହା ପଚାରଇ ॥
।୧।ଗୋପପୁର ଦୀର୍ଘ ପ୍ରତି କେତେକ ଯୋଜନ ।କେତେ ଗୋପୀ ଗୋପଳଙ୍କ ଥିଲା ଯେ ଭବନ ॥
।୨।ଉତ୍ତାରଶୁଣ ହୋ ସୁଜାଣ ଭାଇ ପଚାରିବା କଥା ।ପୂର୍ବରୁ ଜଗୁ ଜୀବନ କରିବା ବ୍ୟବସ୍ଥା ।।୧।ଗୋପପୁର ଦୀର୍ଘ ପ୍ରତି ଦ୍ୱାଦଶ ଯୋଜନ ।ନବଲକ୍ଷ ପୁର ତହିଂ ଅଟେ ବିଦ୍ୟମାନ ॥
।୨।ଓଗାଳ –୭କଥା ଗୋଟି ଏବେ ମୋର ମନକୁ ଆସୁଛି ।କହିବ ବୁଝାଇ ଭାଇ ମନେ ସାର ବାଛି ।।୧।ପୂର୍ବ ଜନ୍ମେ ନନ୍ଦ ଯଶୋଦା ଯେ କିଏ ଥିଲେ ।ଶ୍ରୀକୃଷ୍ଣଙ୍କୁ ପୁତ୍ର କରି କିଂପାଇ ପାଇଲେ ॥
।୨।ଉତ୍ତାରସୁବାହୁ ନାମେ ଗୋପାଳ ତ୍ରେତୟା ଯୁଗରେ ।କ୍ଷୀର ଭେଟି ବର ମାଗିଥିଲା ସୁଯୋଗରେ ॥
।୧।ତାଙ୍କୁ କହିଥିଲେ ପ୍ରଭୁ ଜାନକୀବଲ୍ଲଭ ।ସୁବାହୁ ଦ୍ୱାପରେ ତୁମ୍ଭ ଆମ୍ଭ ଭେଟ ହେବ ॥
।୨।ନନ୍ଦ ଯଶୋଦା ବୋଲାଇଥିବ ଗୋପେ ରହି ।ପୁତ୍ର ଲାଳସେ ଆମ୍ଭଙ୍କୁ ପାଳିବ ଯେ ତହିଂ ॥
।୩।ଏହ କାରଣରୁ କୃଷ୍ଣ ଗୋପାଳ କୂଳରେ ।ରହି ନାନା କ୍ରିଡ଼ା କଲେ ଦାନବ ଛଳରେ ॥
।୪।ଓଗାଳ – ୮ତୁମ୍ଭେ ତ ସୁଜ୍ଞାନୀ ଭାଇ ଜଣାଗଲା ଏହି ।ଠିକେ ଠିକେ ମୂଳକଥା କହିବ ବୁଝାଇ ॥
।୧।କେତେକ ଗୋଗୋଷ୍ଠ କେଉଂ ବର୍ଣ୍ଣେ କେତେ ଗୋରୁ ।କେତେକ ବୃଷଭ ଫେଡ଼ି କହିବା ଆଦ୍ୟରୁ ॥
।୨।ବୃନ୍ଦାବନ କେତେ କୋଶେ ଧେନୁ ଚରିଯାନ୍ତି ।ପୁଣି କେତେ ଜଣ ସଖା କୃଷ୍ଣ ସଙ୍ଗେ ଥାନ୍ତି ॥
।୩।ଉତ୍ତାରନବଲକ୍ଷ ଗୋଗୋଷ୍ଠ ପନ୍ଦର ଲକ୍ଷ ଗାଈ ।ତିନି ଲକ୍ଷ ବୃଷଭ ସଙ୍ଗରେ ଥାନ୍ତି ରହି ॥
।୧।ତିନି ବର୍ଣ୍ଣ ତାହାଙ୍କର ଅଟଇ ଯେ ସାର ।ନବ ଯୋଜନ ବନରେ ଧେନୁଙ୍କ ଆହାର ॥
।୨।ବେନି ଲକ୍ଷ ଗୋପାଳ ଗୋଚାରଣେ ଥାନ୍ତି ।କୃଷ୍ଣଙ୍କର ବାର ଗୋଟି ସଖା ଯେ ଅଟନ୍ତି ॥
।୩।ଓଗାଳ – ୯ଛତା ବାଡ଼ି କଠାଉ କୃଷ୍ଣଙ୍କୁ କିଏ ଦେଲା ।କିଏ ଧେନୁ ଦୋହନ ତାହାଙ୍କୁ ଶିଖାଇଲା ॥
।୧।କେଉଂ ମନ୍ତ୍ର ପଢି ଧେନୁ ଦୋହନ ସେ କଲେ ।ଛନ୍ଦ ଦୋହଣୀ ସେ କେଉଂ ଠାବରୁ ପାଇଲେ ॥
।୨।ଉତ୍ତାରଗୋବର୍ଦ୍ଧନ ମଲ୍ଲ ଜଣେ ଗୋପପୁରେ ଥିଲା ।ଶ୍ରୀକୃଷ୍ଣଙ୍କୁ ଦୋହନାଦି ସେହୁ ଶିଖାଇଲା ॥
।୧।ଷଡ଼କ୍ଷର ମନ୍ତ୍ର ପଢି କଲେ ସେ ଦୋହନ ।କଠାଉ ଲଉଡ଼ି ଛତା ଦେଲା ଗୋବର୍ଦ୍ଧନ ॥
।୨।ମଲ୍ଲ ଅଟେ ଶ୍ରୀକୃଷ୍ଣ ମାଉସୀ ପୁଅ ଭାଇ ।ଛନ୍ଦ ଦୋହଣୀ ଆଦି ସେ ସବୁ ଅଛି ଦେଇ ॥
।୩।ଠିକରେ କହିଲି ପଚାରିବାର ଉତ୍ତାର ।ଗୀତରେ କହିଲା ଭାବି ଅଚ୍ୟୁତି ପାମର ॥
।୪।ଓଗାଳ–୧୦ଜାଣିଥିଲେ କହିବଟି ହୋ ଗୋପାଳ ଭାଇ ।ଅତୀଅ ଗହନ କଥା ହେତୁ ଚିତ୍ତେ ଦେଇ ॥
।୧।ପୂର୍ବ ଜନ୍ମେ ରାଧା ଥିଲେ କାହାର କୁମାରୀ ।ବୃଷଭାନୁ ଗୋପାଳର ଝିଅ ସେ କିପରି ॥
।୨।ରାଧା କୃଷ୍ଣ ଦୁହେଂ ଭାଇ ଭଉଣୀ କେମନ୍ତ ।ମାଇଂ ଭଣଜା ଗୋପରେ ହେବାର ବୃତ୍ତାନ୍ତ ॥
।୩।ଚନ୍ଦ୍ରସେଣା ବୋଲି ସେ ପୂର୍ବରେ କିଏ ଥିଲା ।ରାଧିକାର କେମନ୍ତେ ସେ ପତି ବୋଲାଇଲା ॥
।୪।ଉତ୍ତାରଶୁଣ ଶୁଣ ଆହେ ଭାଇ ପଚାରିଲୁ ଯାହା ।ସଦଗୁରୁ ସେବି ମୁହିଂ ଜାଣିଅଛି ଏହା ॥
।୧।ରାଧିକା ନୀଳେନ୍ଦୀ କନ୍ୟା ପୂର୍ବଜନ୍ମେ ଥିଲେ ।ଅଯୋନିସମ୍ଭବା ହୋଇ ଜନମ ଲଭିଲେ ॥
।୨।ତହିଂର ବୃତ୍ତାନ୍ତ ଆମ୍ଭେ କହୁଅଛୁଂ ଶୁଣ ।ସଦଗୁରୁ ଯେଉଂରୂପେ କହିଥିଲେ ପୁଣ ॥
।୩।ରା ଅକ୍ଷରରୁ ଆଦ୍ୟେ ହୋଇଲେ ଉତ୍ପତ୍ତି ।କୃଷ୍ଣ ପଛେ ଅବତାର ପୁଂଲିଙ୍ଗ ଶକତି ॥
।୪।ବ୍ରହ୍ମା ଅଜ୍ଞାନ କୁଣ୍ଡରେ ରାଧାକୁ ବୁଡ଼ାଇ ।କାଳିନ୍ଦ୍ରୀ ହ୍ରଦରେ ପଦ୍ମପତ୍ରେ ଦେଲେ ଶ୍ୱାଇ ॥
।୫।ବୃଷଭାନୁ ଧେନୁଙ୍କୁ ଯେ ପାଣି ପ୍ୟାଉଥିଲା ।ରାଧିକାଙ୍କୁ ଦେଖି କୋଳକରି ପୁରେ ନେଲା ॥
।୬।ତେଣୁ ବୋଲାଇଲେ ରାଈ ତାହାର କୁମାରୀ ।ଏହି କଥା ସତ୍ୟ ଅଟେ ବୁଝ ହୋ ବିଚାରି ॥
।୭।ବିରାଟ ବାମ ଡ଼ାହାଣୁଂ ରାଧା କୃଷ୍ଣ ଜାତ ।ଏ ରୂପେ ହେବାର ଅଛି ପୁରାଣେ ଉକତ ॥
।୮।ସ୍ତିରୀ ପୁରୁଷ ଏକଇ ଅଙ୍ଗୁ ଜାତ ହେଲେ ।ତେଣୁକରି ଭାଇ ଭଉଣୀ ସେ ବୋଲାଇଲେ ॥
।୯।ବିଶ୍ୱାବସୁ ଗନ୍ଧର୍ବ ଯେ ଚନ୍ଦ୍ରସେଣା ହେଲେ ।କଠୋର ତପସ୍ୟା ପୂର୍ବଜନ୍ମେ କରିଥିଲେ ॥
।୧୦।ଯାଚି ବର ଦେଇଥିଲେ ପ୍ରଭୁ ନାରାୟଣ ।ରାଧିକାର ପତି ହୁଏ ଏ ଜନ୍ମ ଅନ୍ତେଣ ।।୧୧।ଏଣୁ କରି ସେହୁ ରାଧା ପତି ବୋଲାଇଲା ।ଦୀନ ଅଚ୍ୟୁତି ଏ କଥା ଗୀତରେ କହିଲା ॥
।୧୨।ଓଗାଳ –୧୧ଆରେ ରେ ଗୋପାଳ ଭାଇ ଶୁଣ ମୋର ଗିର ।କେ ଦେଲା ଲଉଡ଼ି ତୋତେ କେତେ ଗଣ୍ଠି ତାର ॥
।୧।ସଦଗୁରୁ ସେବା ଥିଲେ କହିବୁଂ ଆଖର ।ନ କହି ପାରିଲେ ହୁଅ ସଭାରୁ ବାହାର ॥
।୨।ନୋହିଲେ ତୋ ଲଉଡ଼ିକି ନେବିଟି ଛଡ଼ାଇ ।ସତ୍ୟ କରି କହୁଛି ଧର୍ମକୁ ସାକ୍ଷୀ ଦେଇ ॥
।୩।ଉତ୍ତାରପଚାରିଲ ଯେଉଂ କଥା ଗହନ ଅଟଇ ।ଗୁରୁସେବା ଅଛି ଯେଣୁ ଦେବି ତାହା କହି ॥
।୧।କୃଷ୍ଣର ଲଉଡ଼ି ପାଞ୍ଚଗଣ୍ଠି ଚାରି ପବ ।ଧେନୁ ଆକଟନ୍ତି ହରି ବହି ଅନୁରାଗ ॥
।୨।ଏହି କଥାଟିକ ପାଇଂ ଏତେ ଟାଣପଣ ।ତୁନି ହୋଇ ରହ ଏବେ ମଥାକୁ ପୋତିଣ ॥
।୩।ଓଗାଳ–୧୨ଆହୁରି କଥାଏ ଭାଇ ପଚାରୁଛି ଭଲା ।ବୃନ୍ଦାବନ ବୋଲି ରାଜ୍ୟ କିଏ ବସାଇଲା ॥
।୧।ମଧୁବନ ତାର ନାମ କାହିଂପାଇଂ ହେଲା ।ସେ ଠାବରେ ପୂର୍ବେ କିଏ ତପ ସାଧିଥିଲା ॥
।୨।କେଉଂ ବନ ପାଶରେ ଯେ ଅଟେ କେଉଂ ବନ ।କେତେ କ୍ରୋଶ ଛଡ଼ାରେ ଅଛନ୍ତି ସେହୁ ପୁଣ ॥
।୩।କେଉଂ ବନେ କେଉଂ କୁଞ୍ଜ କେତେ ଆୟତନ ।ଆଦ୍ୟ କୁଞ୍ଜ କାହାକୁ ବୋଲନ୍ତି ତପୀଜନ ॥
।୪।କେତେଗୋଟି କୁଣ୍ଡ ସେହୁ ବୃନ୍ଦାବନେ ଥିଲା ।ଯମୁନାର କେଉଂ ପାଶେ କାଳିନ୍ଦୀ ବହିଲା ॥
।୫।ଯମୁନା ନଦୀ ସେ ଅଟେ କେତେ ଯେ ଗଭୀର ।କେତେ ଯୋଜନରେ ତହିଂ ବହୁଥାଇ ନୀର ॥
।୬।ବୃନ୍ଦାବନେ କେତେ ଯେ କଦମ୍ବ ବୃକ୍ଷ ଥାଇ ।କେଉଂ କଦମ୍ବ ମୂଳରେ ବସନ୍ତି କହ୍ନାଇ ॥
।୭।ସୁବର୍ଣ୍ଣ ପୀଠ ତା ମୂଳେ କେତେକ ଯୋଜନ ।କେଉଂ ସ୍ଥାନ ଅଟେ ଶ୍ରୀକୃଷ୍ଣଙ୍କ ନିଜ ଧାମ ॥
।୮।ଉତ୍ତାରଶୁଣ ହୋ ସିହାଣ ଭାଇ ପଚାରିବା କଥା ।ଠିକେ ଠିକେ କହିଯିବି ଶୁଣ ସେ ବାରତା ॥
।୧।ଦଧୀଚି ଋଷି ଯେ ବୃନ୍ଦାବନ ବସାଇଲେ ।ଦ୍ୱାଦଶ ବନ ଯେ ତହିଂ ଥାପନା ସେ କଲେ ॥
।୨।ଅଷ୍ଟକୁଞ୍ଜ ଚାରିକୁଣ୍ଡ ସେ ବନେ ପ୍ରମାଣ ।କ୍ରୋଶକୁ କ୍ରୋଶ ଅନ୍ତର ଅଟଇ ସେ ପୁଣ ॥
।୩।ମଧୁ କଇଟଭ ତହିଂ ଯାଗ କରିଥିଲା ।ତେଣୁକରି ମଧୁବନ ସେହୁ ବୋଲାଇଲା ॥
।୪।ବୃନ୍ଦାବନେ ଅଷ୍ଟକୁଞ୍ଜ ଅଟଇ ଯେ ସାର ।ତହିଂ ମଧ୍ୟେ ଚାରିକୁଞ୍ଜ ଅଟଇ ବିସ୍ତାର ॥
।୫।ଅଷ୍ଟକୁଞ୍ଜେ ଅଷ୍ଟସଖୀମାନଙ୍କର ସେବାଆଦ୍ୟ ନଇଋତ କୁଞ୍ଜ ଦିଶୁଥାଇ ଶୋଭା ॥
।୬।ଯମୁନା ଉତ୍ତର ଭାଗେ କାଳିନ୍ଦ୍ରୀ ରହିଛି ।ଚିଳିକା ପରାୟେ ଯମୁନାରୁ ବାହାରିଚି ॥
।୭।ଚଉରାଶୀ କାଠି ଜଳ ଥାଇ ଯମୁନାରେ ।ପ୍ରତି ଯେ ସମାନ ଦୀର୍ଘ ଅଗୋଚର ନରେ ॥
।୮।ସପ୍ତଦଶ କୋଟି ଯେ କଦମ୍ବ ବୃନ୍ଦାବନେ ।କାଳିନ୍ଦୀ କୂଳ କଦମ୍ବ ମୂଳ ସିଂହାସନେ ॥
।୯।ବିଜୟ କରନ୍ତି ହରି କରେ ବଂଶୀ ଧରି ।ସେ କଦମ୍ବ ତରୁ ମୋଟ ହାତ ଚଉସ୍ତରୀ ॥
।୧୦।ଚଉଦିଗ ସୁବର୍ଣ୍ଣର ପୀଢ ଅନୁପାମ ।ସେ ସ୍ଥାନ ଅଟଇ ଶ୍ରୀକୃଷ୍ଣଙ୍କ ନିଜ ଧାମ ॥
।୧୧।ନିଗମ ପଦ ଏ ହେତୁ ରଖିଥାଅ ଭଲେ ।ପାମର ଅଚ୍ୟୁତି ଭାବି ଗୀତରେ କହିଲେ ॥
।୧୨।ଓଗାଳ –୧୩ବନଭୋଜି ସ୍ଥାନ କିଏ ନିତ୍ୟ ଲୀଳା କାହିଂ ।ବଂଶୀ ଚୋରି କେଉଂ କୁଞ୍ଜେ ହୋଇଥିଲା ଭାଇ ॥
।୧।କେବଣ କୁଞ୍ଜରେ ଯେ ରାଧିକା ମୋହ ଗଲେ ।ରାଧାକୃଷ୍ଣ ଆଦ୍ୟେ କେହୁ କୁଣ୍ଡ ପୂଜା କଲେ ॥
।୨।ବତ୍ସାହରଣରେ ବ୍ରହ୍ମା ବଂଶୀ ଦେଲେ ଆଣି ।କେଉଂଠାରେ କିଏ ତାକୁ ଥିଲା ଯେ ନିର୍ମାଣି ॥
।୩।କେତେ ଗଣ୍ଠି କେତେ ପବ ସେ ବଂଶୀ ଅଟଇ ।କେତେଗୋଟି ରନ୍ଧ୍ର ତହିଂ ମଧ୍ୟରେ ଅଛଇ ॥
।୪।କେଉଁ ରନ୍ଧ୍ର କେଉଂ ସ୍ୱର କେତେବେଳେ ବାଜେ ।ସ୍ତମ୍ଭନ ମୋହନ ଆଉ ଉଚ୍ଚାଟ ସହଜେ ॥
।୫।କେବଣ ଠାବରୁ ବେଣୁ ବୃକ୍ଷ ଜାତ ହେଲା ।କେତେ ଗଣ୍ଟି କେତେ ପବ ଆଦ୍ୟ ପ୍ରାନ୍ତେ ଥିଲା ॥
।୬।ତହିଂରୁ ଯେତେକ ଗୋଟି ଧନୁ ହେଲା ଜାତ ।ତାର ନାମ ଜଗତରେ କଲେକେ ବିଖ୍ୟାତ ॥
।୭।ଗଉଡ଼ର ପୁଅ ଯେବେ ହୋଇଥିବୁ ଭାଇ ।ଏଥିର ଉତ୍ତାର ତେବେ ଦେବୁ ମତେ କହି ॥
।୮।ଉତ୍ତାରଏଥିର ଉତ୍ତାର ଶୁଣ କହୁଅଛି ମୁହିଂ ।ବନଭୋଜି ସ୍ଥାନ କାମ୍ୟ ବନ ଯେ ଅଟଇ ॥
।୧।ଅରୁଣ କୁଞ୍ଜରେ ହୋଇଥିଲା ବଂଶୀ ଚୋରି ।ପ୍ରମଦା କୁଞ୍ଜରେ ମୋହ ରାଧିକାସୁନ୍ଦରୀ ॥
।୨।ମାନସିକ ପୂଜା ଆଦ୍ୟେ ରାଧାକୁଣ୍ଡ ତୀରେ ।ବ୍ରହ୍ମା ବଂଶୀ ଦେଇଥିଲେ ବତ୍ସାହରଣରେ ॥
।୩।ଯାଗ କୁଣ୍ଡୁ ଏକ ବେଣୁ ବୃକ୍ଷ ହେଲା ଜାତ ।ଚଉଷଠି ପବ ତାର ଅଟଇ ବିଖ୍ୟାତ ॥
।୪।ଚତୁରାନନ ଚ୍ଛେଦନ କଲେ ତାକୁ ହାଥେ ।ଛଡ଼ ଧନୁ ତହିଂରୁ ଯେ ରଚିଲେ ବିହିତେ ॥
।୫।ଅଜଗବ ପିନାକ ବୈଷ୍ଣବ ଧନୁ ଆଦି ।ଗାଣ୍ଡିବ ଆରଦ୍ରାବଳୀ ରଖିଲେ ସମ୍ପାଦି ॥
।୬।ଶେଷ ମଧ୍ୟ ବେନି ପବ ବଂଇଶୀ ହୋଇଲା ।ସପତ ରନ୍ଧ୍ରରେ ଚାରି ସ୍ୱର ଯେ ବାଜିଲା ॥
।୭।ସ୍ତମ୍ଭନ ମୋହନ ବଶ୍ୟ ଉଚ୍ଚାଟ ଘେନିଣ ।ଓଲଟେ ଯମୁନା ଜଳ ବହେ ଉଛୁଳିଣ ॥
।୮।ଦ୍ୱାଦଶ ଅଙ୍ଗୁଳି ବଂଶୀ ବେନି ଗଣ୍ଠି ତହିଂ ।ବେନି ପବରେ ବିସ୍ତାର ହୋଇଅଛି ସେହି ॥
।୯।ତୋହ ପଚାରିବା କଥା କଲି ମୁଂ ଉତ୍ତାର ।ହେବା ନ ହେବାର ଏବେ ମନେ ହେଜକର ॥
।୧୦।ଓଗାଳ – ୧୪ଏକତ୍ରେ ଆସିଣ ଅଛ ଆହେ ଗୋପସୁତ ।ପଚାରୁଛି ଯେଉଂ କଥା କହିବ ତୁରିତ ॥
।୧।ମୟୁର ପୁଚ୍ଛ ଚନ୍ଦ୍ରିକା ଚୁଳ କାହିଂପାଇଂ ।ଶିରେ ବାନ୍ଧିଲେ ଶ୍ରୀକୃଷ୍ଣ କହିବ ବୁଝାଇ ॥
।୨।ଉତ୍ତାରଶୁଣ ପଚାରିଲୁ ଯାହା କହୁଛି ବୁଝାଇ ।ଜାଣିଲି ତୋହର ହୃଦେ ଟିକେ ବୁଦ୍ଧି ନାହିଂ ॥
।୧।ଯେଉଂ ମୟୁରଚନ୍ଦିକା କୃଷ୍ଣ ଶିରେ ଅଛି ।ଶ୍ରୀରାଧାର ନାମ ଲେଖା ତହିଂରେ ହୋଇଛି ॥
।୨।ଶିରରେ ତାହାର ଶୋଭା କୃଷ୍ଣ ପ୍ରୀତି କହି ।ଠିକରେ ଗହନ କଥା କହିଲି ବୁଝାଇ ॥
।୩।ଓଗାଳ –୧୫ଗୋପକୁ ଗରୁଡ଼ ଆସିଥିଲା କେଉଂ ଦିନ ।କେଉଂ ବାହନେ ଶ୍ରୀକୃଷ୍ଣ କରନ୍ତି ଗମନ ॥
।୧।ବଳଦେବଙ୍କର କିଏ ବାହନ ଅଟଇ ।ତାଜଧ୍ବଜ ରଥ ଛାଡ଼ି ଆଉ ଦେବ କହି ॥
।୨।ଉତ୍ତାରଗୋପକୁ ଗରୁଡ଼ ଆସିଥିଲା ଏକ ଦିନ ।କାଳିନ୍ଦୀ କୂଳରେ ଭେଟ କୃଷ୍ଣ ସନ୍ନିଧାନ ॥
।୧।କହ୍ନାଇକି କାଳୀ ଦଂଶିଥିଲା ବୋଲିକରି ।ଗରୁଡ଼କୁ ସୁମରଣା କଲେ ବଂଶୀଧାରୀ ॥
।୨।ଦ୍ୱାରିକା ଭୁବନେ ପ୍ରଭୁ ବିଜେ ଯେଉଂ ଦିନ ।ଗରୁଡ଼ ବାହନ ଖ୍ୟାତ ହେଲା ସେହିଦିନ ॥
।୩।ବଳଦେବଙ୍କର ମନ ପବନ ବାହନ ।କହିଲି ଗୋପାଳ ଭାଇ ସାବଧାନେ ଘେନ ॥
।୪।ଓଗାଳ – ୧୬ଆହୁରି କଥାଏ ଏବେ ଆସୁଛି ମନକୁ ।କହିବ ବୁଝାଇ ଭାଇ ରହସ୍ୟ କଥାକୁ ॥
।୧।ଜହ୍ନମାମୁ ବୋଲି ନନ୍ଦ କୃଷ୍ଣଙ୍କୁ ଦେଖାଏ ।ସମସ୍ତଙ୍କ ମାମୁ ଜହ୍ନ କେଉଂ ପରି ହୁଏ ॥
।୨।ଠିକ ପଦ ଏକ ମୁହିଂ ପଚାରିଲି ତୋରେ ।କହିଲେ ପଦକ ପରି ହୋଇବ ସଭାରେ ॥
।୩।ଉତ୍ତାରଜହ୍ନମାମୁ ସର୍ବ ଜନେ ଯହିଂକି ବୋଲନ୍ତି ।ଲକ୍ଷ୍ମୀଦେବୀ ଜଗତର ଜନନୀ ଅଟନ୍ତି ॥
।୧।ଚନ୍ଦ୍ର ତାଙ୍କର ଅଟନ୍ତି ସହୋଦର ଭ୍ରାତ ।ତେଣୁ ମାମୁ ବୋଲି ହେଲେ ଜଗତେ ବିଦିତ ॥
।୨।ପଚାରିବା ପଦକୁ ମୁଂ କହିଲିରେ ବାବୁ ।ରାଧା କୃଷ୍ଣ ପଦ୍ମପାଦେ ମନ ଦେଇଥିବୁ ॥
।୩।ଓଗାଳ –୧୭ଆଉ ପଦ କିଛି ଦାସେ ପଚାରୁଛି ଶୁଣ ।ଗୋପାଳ ଘରର ପାଠ କହିବ ଆପଣ ॥
।୧।ପ୍ରଥମରେ କାହିଂପାଇଂ ଧୁଆଂ ବନ୍ଦାଇଲ ।କେଉଂ ଦେବତାଙ୍କୁ ତହିଂ କେମନ୍ତେ ପୂଜିଲ ॥
।୨।ଫଗୁଣରେ ଫଗୁଖେଳ ହେଲା କାହିଂପାଇଂ ।ଚଉଦୋଳେ ବିଜେକଲେ ରାଧା କୃଷ୍ଣ ଯାଇ ॥
।୩।କାହିଂପାଇଂ କୃଷ୍ଣ ଦୋଳଗୋବିନ୍ଦ ହୋଇଲେ ।ସଦଗୁରୁ ସେବା ଥିଲେ କହିଦେବ ଭଲେ ॥
।୪।ଉତ୍ତାରଶୁଣ ଲଉଡ଼ିଆ ଭାଇ କହୁଛି ଉତ୍ତାର ।ପୂର୍ବେ ଯେ ରାଧିକା ମାଗିଥିଲେ ଏହି ବର ॥
।୧।ଫଗୁଣ ମାସେ ତପସ୍ୟା ହୋଇଲାକ ପୁର୍ଣ୍ଣ ।ପୁଷ୍ପମାନେ ବିକଶି ଦିଶନ୍ତି ରଙ୍ଗବର୍ଣ୍ଣ ॥
।୨।ଶୁଣ ହେ ନାରାୟଣ ।ଦ୍ୱାପରେ ଯାହା ହୋଇବ କହିଲେ ଆପଣ ॥
।୩।ଯେବେ ଆମ୍ଭେମାନେ ଗୋପପୁରେ ରହିଥିବା ।ବୋଲୁଅଛ ବୃନ୍ଦାବନେ କେଳି ଆଚରିବା ॥
।୪।ଏହି ଫଗୁଣରେ ଦୋଳଗୋବିନ୍ଦ ବୋଲାଇ ।ଫଗୁ ଖେଳୁଥିବା ଆମ୍ଭେ ଚଉଦୋଳେ ରହି ॥
।୫।ଶ୍ରୀହରି ବୋଇଲେ ଭଲା କହିଲ ସଙ୍ଗାତ ।ଏହି କଥାକୁ ଆମ୍ଭର ହେଲା ସନମତ ॥
।୬।ପୂର୍ବରୁ ଏହି ଘଟଣା ଥିବାରୁ ଯେ ପୁଣ ।ଦୋଳଗୋବିନ୍ଦ ହୋଇଲେ ନର ନାରାୟଣ ॥
।୭।ପୂର୍ବେ ଯେ ଗୋମତୀ ଧୂଆଂ ବନ୍ଦାଇଣ ଥିଲେ ।ତେଣୁ ଯେ ଗୋପାଳେ ସେହି କଥା ଆଚରିଲେ ॥
।୮।ଗୋଧନ ବଢିବ ଜାଣି କଲେ ତା ଗୋମତୀ ।ଗୀତରେ ଭଣିଲେ ଏହା ପାମର ଅଚ୍ୟୁତି ॥
।୯।ଓଗାଳ – ୧୮ଧୁଆଂବନ୍ଦା କଥା ଯାହା କହିଲୁ ରେ ଭାଇ ।ତାହା ମୋହର ମନକୁ ଆସିଲା ତ ନାହିଂ ॥
।୧।କେଉଂଦିନ କେତେବେଳେ ଧୁଆଂ ବନ୍ଦାଇଲେ ।ଗୋମତୀ ବୋଇଲ ଯାକୁ ପୂର୍ବେ କିଏ ଥିଲେ ॥
।୨।ଫଗୁଣ ଶୁକଳ ପକ୍ଷ ଚତୁର୍ଦ୍ଦଶୀ ଦିନ ।ଗାଈ ଗାଧୋଇଲେ କିଂପା କହ ସେ ବଚନ ॥
।୩।ଶିଂଘା ବେନୁ ବଇଂଶୀ ସେ କାହିଂକି ଧୋଇଲ ।ନାନା ଆଭରଣ ପିନ୍ଧି ସୁବେଶ ହୋଇଲ ।।୪।ଶୀତଳ ମଣୋହି ପୂଜା ଦେଲ ଯେ କାହାକୁ ।ମନରେ ମନାସ କଲ କେଉଂ ଦେବତାଙ୍କୁ ॥
।୫।ଗୋମାତାଙ୍କୁ ପୂଜାଦେଲ କେବଣ ପ୍ରକାରେ ।କେଉଂ ଦେବତା ଅଛନ୍ତି ଗୋମାତା ଦେହରେ ॥
।୬।ଯାହା ପଚାରିଲି ତୁମ୍ଭେ କହିଦେବ ଭାଇ ।ଅଚ୍ୟୁତି ଶ୍ରୀକୃଷ୍ଣ ପାଦେ ଜଣାଣ କରଇ ॥
।୭।ଉତ୍ତାରଆହେ ହେ ଗୋପାଳ ଭାଇ କହୁଛି ଉତ୍ତାର ।ଧୂଆଂବନ୍ଦା ଚରଚା ଯେ ଅଟେ ଗୋମାତାର ॥
।୧।ଆଶ୍ୱିନ ମାସ ଶୁକଳ ପୂର୍ଣ୍ଣମୀର ଦିନ ।ପ୍ରଦୋଷ କାଳରେ ଧୂଆଂବନ୍ଦାର ବିଧାନ ॥
।୨।ପୁଣି ମାଘ ପୈାର୍ଣ୍ଣିମୀରେ ସେହିପରି ହୁଏ ।ମାନବ ଦେହ ବହିଣ କହିବ ତା କିଏ ॥
।୩।ଶଉଚ ହୋଇ ଘଟରେ ଆଣି ଶୁଦ୍ଧଜଳ ।ଗୋଶାଳା ଥମ୍ଭ ମଣ୍ଡିବ ଦେଇ ଫୁଲ ଫଳ ॥
।୪।ଉଜାଗର ନିଶି ରହି ଜାଗର ଜାଳିବ ।ଗୋମାତାକୁ ମନରେ ଯେ ଲୟେ ରଖିଥିବ ॥
।୫।ଫଗୁଣ ଶୁକଳ ପକ୍ଷ ଚତୁର୍ଦ୍ଦଶୀ ଦିନ ।ଗୋଶାଳା ଧୋଇବ ଜଳେ କରିଣ ଯତନ ॥
।୬।ଧେନୁଅଙ୍ଗେ କୁଙ୍କୁମାଦି ଅତିଯତ୍ନେ ବୋଳି ।ସ୍ନାନ କରାଇବ ନଦୀଜଳେ ଅଙ୍ଗ ଢାଳି ॥
।୭।ଗୋମାତାଙ୍କୁ ଗୋଶାଳାରେ ରଖାଇବ ନେଇ ।ଫୁଲ ଚନ୍ଦନ ମଣ୍ଡିବ ପଟ୍ଟବସ୍ତ୍ର ଦେଇ ॥
।୮।ରୋମ ଗୋଟିକେ ଅଛନ୍ତି ଦେବତା କୋଟିଏ ।ବ୍ରହ୍ମା ବିଷ୍ଣୁ ମହେଶ ଯେ ଷଡ଼ଚକ୍ରେ ଥାଏ ॥
।୯।ଷୋଳ ଡ଼ମ୍ବରୁକୁ ଘେରିଛନ୍ତି ଆଦିମାତା ।ଚାରିପାଖ ଖୁରା ମଧ୍ୟେ ନୁହନ୍ତି ଗଣିତା ॥
।୧୦।ଶିଂଘା ବେନୁ ଆଦିଙ୍କର ଯେତେକ ଚରିତ ।ଦ୍ୱାପର ଚରଚାରେ ମୁଂ କହିଅଛି ତତ୍ତ୍ୱ ॥
।୧୧।ସମସ୍ତଙ୍କୁ ଶୁଦ୍ଧଜଳେ କରାଇବ ସ୍ନାନ ।ଦେବ ଧୂପ ଦୀପ ଯଥା ନଇବେଦ୍ୟମାନ ॥
।୧୨।ଶ୍ରୀଗୁରୁଙ୍କ ଉପଦେଶ ପାଇବାରୁ ମୁହିଂ ।ଗୀତରେ ଅଚ୍ୟୁତାନନ୍ଦ କହିଲେ ବୁଝାଇ ॥
।୧୩।ଓଗାଳ – ୧୯ଆରେ ରେ ଗୋପାଳ ଭାଇ ପଡ଼ିଗଲା ମନେ ।ଯାହା ପଚାରୁଚି ତାହା କହ ସାବଧାନେ ॥
।୧।ଏଡ଼େକ ସୁବେଶ ହୋଇ ଆସିଅଛୁ ତୁହି ।ଲଉଡ଼ି ଶିଂଘା ବେନୁ ଯେ କିଏ ଥିଲା ଦେଇ ॥
।୨।ଘଣ୍ଟ ଘାଗୁଡ଼ି ଜଙ୍ଘିଆ ସିନ୍ଦୁରର ଚିତା ।ପୁଣି ପାଗବାନ୍ଧି ହେଉ ତୁ ଅମରମତ୍ତା ॥
।୩।ଏ ସକଳ ଉପହାର କାହୁଂ ତୁ ପାଇଲୁ ।କିଏ ଦେଲା ତୋତେ ତୁହି ଏଡ଼େ ବେଶ ହେଲୁ ॥
।୪।ଶୀତଳ ମଣୋହି ବୋଲି ଯାହାକୁ ତୁ ବୋଲୁ ।କାହାକୁ ପୂଜିଣ ପୁଣି ତାହା କିସ କଲୁ ॥
।୫।ଏ ସକଳ କଥା ଯେବେ କହିବୁ ରେ ଭାଇ ।ତେବେ ଦୋଳମଣ୍ଡପକୁ ଛାଡ଼ିଦେବି ମୁହିଂ ॥
।୬।ଉତ୍ତାର(ଆରେ ରେ) ଏ ପଦକ କଥା କାହୁଂ ଆସିଥିଲୁ ଶିଖି ।ଆଗବଢି କହୁ କଥା ମରମ ନ ରଖି ॥
।୧।ଶୁଣରେ ସିହାଣ ଭାଇ ପଚାରିବା କଥା ।ବିଛାମନ୍ତ୍ର ନ ଜାଣି ତୁ ଚାଳୁ ସର୍ପମଥା ॥
।୨।ଲଉଡ଼ିଗୋଟି ଯେ ପିତାମହ ଥିଲେ ଦେଇ ।ଶିବ ଦେଲେ ଶିଂଘା ବେନୁ ଦେଲି ମୁଂ ବୁଝାଇ ॥
।୩।ନାନା ଜାତି ଅଳଙ୍କାର ହୋଇଛୁ ମଣ୍ଡଣି ।ନୂତନ ପଟ୍ଟବସନ କରିଛୁ କାଛେଣି ॥
।୪।ପାଗ ଜଙ୍ଗିଆ ସିନ୍ଦୁର ଘଣ୍ଟି ଯେ ଘାଗୁଡ଼ି ।ଉମା ଶିବ ନନ୍ଦୀ ଯେ ଭ୍ରୁକୁଟୀ ଦେଲେ ଲୋଡି ॥
।୫।ଶୀତଳ ମଣୋହି ଭୋଗ ଗୋମାତାଙ୍କୁ ଦେଇ ।ବାଣ୍ଟି ପ୍ରସାଦ ଭକ୍ଷଣ କଲୁ ଆମ୍ଭେ ଭାଇ ॥
।୬।ଲଉଡ଼ି ଚଢା ଉତ୍ତାର ଠିକ୍ ପଦ ମାନ ।ବୁଝ ତୁମ୍ଭେ ସାରକଥା ଦେଇ ମନ କର୍ଣ୍ଣ ॥
।୭।ପଚାରିଥିବା ଓଗାଳ ଉତ୍ତାର ଶୁଣିଣ ।ଅତୀବ ହରଷ ଯୁତ ହୋଇ କହେ ପୁଣ ॥
।୮।ଆସ ହେ ଗୋପାଳ ଭାଇ ବେଗ ବେଗ ହୋଇ ।ଲଉଡ଼ି ଖେଳିବା ଦୋଳମଣ୍ଡପକୁ ଯାଇ ॥
।୯।ମନରୁ ସକଳ କଥା କର ପରିହାର ।ବର୍ଷାନ୍ତରେ ପୁଣି ଦେଖା ତୁମ୍ଭର ଆମ୍ଭର ॥
।୧୦।ରାଧାକୃଷ୍ଣ ପଦ୍ମପାଦେ କରି ପ୍ରଣିପାତ ।ଚଢା ଉତ୍ତାର ଓଗାଳ କହିଲେ ଅଚ୍ୟୁତ ॥
ଅମୃତନିଧି ଚଉତିଶାଦୀନକୃଷ୍ଣ ଦାସ