ନାନାବାୟା ଗିତ
୧୮୭୫–୧୯୨୮
- ପଢ଼ିବା ସମୟ
- ୪୦ ମିନିଟ୍
- ଶବ୍ଦ
- ୬୩୭୮
- ସ୍ଥିତି
- ସାର୍ବଜନୀନ (Public domain)
(ପ୍ରଥମ ଓ ଦ୍ୱିତୀୟ ଭାଗ)DEDECATEDTORobert Mc. Combe Esqr., B. A. (T. C. D.)Inspector of Schools, Orissa DivisionAs a token of the Author’sheart−felt respect forhim for his devotion to duty,sincere sympathy, and the unexpectedimprovements he brought about inthe education of the divisionduring his short stayamongst us.
ପ୍ରଥମ ଭାଗ
ବାୟାଚଡ଼େଇବାୟା ଚଢ଼େଇ ରେ ବାୟା ଚଡ଼େଇ ତୁକୃଷ୍ଣ ଦୁଆରକୁ ଆ—କୃଷ୍ଣ ସଙ୍ଗତରେ ଖେଳି ବୁଲି ସାରିଦୁଧ ପିଇଦେଇ ଯାଆ ।ବାୟା ଚଡ଼େଇ ରେ ବାୟା ଚଡ଼େଇ ତୁକୃଷ୍ଣ ସଙ୍ଗକରେ ଥିବୁ,ଆଖି ବୁଜିକରି କୃଷ୍ଣ ଶୋଇଲେ ତୁବସାକୁ ଉଡ଼ିଣ ଯିବୁ ।ତୋ ବସା ବାଇଆ ଉଚ୍ଚ ତାଳଗଛେବାଆ କଲେ ଦୋହଲଇଘୋରବରଷାରେ ତୋ ବସାଭିତରେପାଣି ପଶି ନ ପାରଇ ।ନଈ ବଢ଼ି ଘୋର ଗରଜନ କଲେତୋତେ ନ ମାଡ଼ଇ ଡର,ଏତେ ବିପଦରୁ ତୋତେ ଯେ ରଖନ୍ତିଧନ୍ୟ ଧନ୍ୟ ସେ ଈଶ୍ୱର ।ବଣୀଚଢ଼େଇବଣୀ ଚଡ଼େଇ, ବଣୀ ଚଡ଼େଇ, ରହିବୁ ଖାସା ପିଞ୍ଜରାରେକେଉଁ ବଣେ ତୋର ଘର ? କିଛି ନ ଯିବ ଜଣା ।ଆସ ଆସ ଆମ ଘରକୁ ପୋକ ଜୋକ ଖୁଣ୍ଟି ଖାଉକରିବା ଖେଳ ଘର । ବୁଲି ବିଲ ବାଡ଼ି,ଖାଇବାକୁ ଦେବି ଦୁଧଭାତ ରହ ରେ ଆସ ମଉଜରେପିଇବୁ ନବାତ−ପଣା, ଆମ ପାରାଭାଡ଼ି ।ସଞ୍ଜ ସକାଳେ ସଙ୍ଗ ହୋଇ ଉଡ଼ିଗଲା ବଣୀ ଚଡ଼େଇବୁଲିବାକୁ ଯିବା, କହି “ନାହିଁ ନାହିଁ,ଏକା ସଙ୍ଗେ ଖେଳି ବୁଲି ଲୋଡା ନାହିଁ ଘର ଦୁଆର,ସାଥି ହୋଇ ଥିବା । ବଣ ଭଲ ଭାଇ ।”ପୋଷା କୁକୁରଆରେ ମୋର ପୋଷା କୁକ,ତୋତେ କି କରୁଛି ଭୋକ ?ଦାଣ୍ଡଆଡ଼େ ଶୋଇଥାଉ,ଭାତ ଦେଲେ ଗଣ୍ଡେ ଖାଉ ।ରାତିଯାକ ଜଗିଥାଉ,ଭୁକୁଥାଉ ଭୋଉ ଭୋଉ ।ବାଘ ଗରଜଇ ବଣେ,ଆମେ ଥାଉଁ ଘରକଣେତୋତେ କି ନ ମାଡ଼େ ଡର,ଧନ୍ୟ ଧନ୍ୟ ଛାତି ତୋର !ଚୋର ଯେବେ ଆସେ ଘରେ,ପଲାଏ ସେ ତୋର ଡରେ ।ତାକୁ ଦେଖି ଭୁକୁଥାଉ,ପଛେ କାମୁଡ଼ି ଗୋଡ଼ାଉ ।ଡରେ ପଲାଏ ସେ ଚୋର,ଆ ଆ ରେ କୁକୁର ମୋର ।ପେଟପୂରାଇ ତୁ ଖାଆ,ଦାଣ୍ଡରେ ଶୋଇଣ ଥାଆ ।ମୁହିଁ ଯେ ସଞ୍ଜ ସକାଳେବୁଲି ଯିବି ନଈକୂଳେ,ମୋ ସଙ୍ଗରେ ଯିବୁ ତୁହି,ସଙ୍ଗେ ସଙ୍ଗେ ଥିବୁ ରହି ।ବିଲେଇ ନାନୀବିଲେଇ ନାନୀ ଲୋ ବିଲେଇ ନାନୀ,ମୂଷା ଧରି ଖାଉ ପତଳାକାନୀ ।ବିଲେଇ ନାନୀ ଲୋ ବିଲେଇ ନାନୀ,ଚୋରାଇ ଖାଉ ତୁ ସର ଲବଣୀ ।କାଲିଆ ଗରୁଡ଼ ବିଷ ରଖିଲେ,ଚାଟିଦେଉ କେହି ଜଗି ନ ଥିଲେ,ଆଖି ବୁଜି ଖାଉ ଦୁଧ ଲହୁଣୀ,ନ ଦେଖିବେ କେହି ଅଖାଇନାନୀ ।ଏତେ ବୁଦ୍ଧି ତୋର ବିଲେଇ ନାନୀ,ସେଥିପାଇଁ ଖାଉ ଠେଙ୍ଗା କହୁଣୀ ।ବିଲେଇହାତରେ ପୋଡ଼ିଲା ପିଠା,କେମନ୍ତେ ମଉଜ ଧେଇତାକଟା ।ଦିନେବେଳେ ଆଖି ଥାଏ ତୋ ଗାର,ଗୋଟାଳି ପରାଏ ହୁଏ ରାତିର ।କହିଲି ଓଳିଆ କାଟେ ଚୂଟିଆ,ଚୂଲିକନ୍ଦାରେ ତୁ ଶୋଇଛୁ କିଆଁ ?ବୋବାଉଛୁ ତୁହି “ମିଆଉଁ ମିଆଉଁ;ଦୁଧଭାତ କରି ଗୁଣ୍ଡିଏ ଦେଉଁ ।ପେଟ ପୂରି ଯେବେ ହୋଇଛି ଥଣ୍ଡାମୂଷା ମାରି ଦେବି ଗଣ୍ଡାକୁ ଗଣ୍ଡା ।”ମାନକଲେ ରାଣୀ ରଜାଙ୍କ ପାଇଁ,ଗମ୍ଭୀରି ଭିତରେ ଶୁଅନ୍ତି ଯାଇଁ ।କବାଟ କିଳିଣ ଶୁଅନ୍ତି ରାଣୀ,ନ ପାରନ୍ତି ରଜା ସେ କଥା ଜାଣି ।କହୁ ରେ ବିଲେଇ ମିଆଉଁ ମିଆଉଁ,ଦୁଧ ଭାତ କରି ଗୁଣ୍ଡିଏ ଦେଉଁ ।ମନ ଖୁସି କରି ପେଟେ ଖାଇବିଗମ୍ଭୀରିକୁ ବାଟ କଢ଼ାଇ ନେବି ।”ଦୁଧ ପିଏ ନାହିଁ କହ୍ନାଇ ଯେବେ,“ମିଆଉଁ” “ମିଆଉଁ” ବୋବାଉ ତେବେ ।ନାହିଁ ନାହିଁ ବିଲି ଆସିବୁ ନାହିଁ,ପିଇଦେବ ସବୁ ଦୁଧ କହ୍ନାଇ ।“ବାଘ ରଜାର ତୁ ହେଉ କି ଦେଈ,“ବାଘ ନ ଦେଖିଲେ ଦେଖ ବିଲେଇ ।”ଛକି ଛକି କରି ବିଲେଇ ଯିବ,ଗାତପାଖେ ମୂଷା ମାଡ଼ି ବସିବୁ ।କଟାସିଆ ଆଖି ଲମ୍ବନିଶୁଆ,ଛୁଆ ଖାଇଯାଏ କାମୁଡ଼ି ଭୁଆ ।ଚୁଟିଆ ମୂଷାଚୁଟିଆ ମୂଷା ରେ ଚୁଟେଇ ମୂଷି,ଧାନ ଅମାରକ ଖାଉଥା ବସି ।କରୁଥା ଯାହା ତୋ ମନର ଖୁସି,ଘର ଛାଡ଼ି ମୁହିଁ ଯାଉଛି ଋଷି ।ଟିକି ଟିକି ଧାନ ଶଏ ଭରଣ,ସାତଟା ଅମାର କଲୁଣି ଶୂନ୍ୟ ।ଗଣେଶବାହନ ଅଟୁରେ ମୂଷା,ତୋତେ ମାରିବାକୁ ନାହିଁ ଭରସା ।ପାଠ ନ ଆସିବ ମାରିଲେ ତୋତେଅବଧାନ ବେତ ମାରିବେ ମୋତେ ।ଟୁଉକୁ ମୂଷା ରେ ଟୁକେଇ ମୂଷି ।ଖାଇବୁ ଯେତେକ ଖାରେ ଖୁସି ।ଦୁଧ ପିଇବାକୁ କାନ୍ଦିଲେ କୃଷ୍ଣ,କାନ କାଟି ନେଇ ଯିବୁ କି ଦୃଷ୍ଟ ?ଅମାରେ ଯେତେକ ଧାନ ତୁ ଖାଉ,ଚାଉଳ ହାଣ୍ଡିରୁ ଚାଉଳ ନେଉ ।ବିହନ ଓଳିଆ କାଟୁ କିପାଇଁ,ଏତେ ଖାଇ ପେଟ ପୂରଇ ନାହିଁ ?ରାତିରେ ବାହାରି ରୁଉଟୁ ରୁଟୁ,କଖାରୁ ଗଛଟି ମୂଳରୁ କାଟୁ ।ଝାଉଁଳି ପଡ଼ଇ ପିଢ଼ା କଖାରୁ,କେତେ କଷିଫୁଲ ମୂଷା ରେ ମାଛ !ଖରା ଗଡ଼ିଯାଏ ବୁଡ଼ଇ ବେଳ,ସାହି ପିଲାମାନେ ହୋଇଣ ମେଳ,ଗୀତ ଗାଇ ଗାଇ ବୁଲନ୍ତି ଗାଆଁ,“ଜହ୍ନିଫୁଲ ଫୁଟେ ଠୋ−ଠା ।ଚୁଟିଆ ମୂଷା କହି ଯାଇଛି“ଚାଉଳ ମୁଠିଏ ଦେଇ ଯା ।”ବେଙ୍ଗୁଲୀ ରାଣୀବେଙ୍ଗୁଲୀ ବେଙ୍ଗୁଲୀ ପାଣି ଦେ,ନଈ ସମୁଦର ଭସେଇ ଦେ ।ଇନ୍ଦ୍ର ରାଜାଙ୍କର ବେଙ୍ଗୁଲୀ ରାଣୀ,ବୋବେଇ ଦେଲେ ସେ ବରଷେ ପାଣି ।ବେଙ୍ଗୁଲୀ ବସଇ ସାରୁମୂଳରେ,ଛତ୍ରି ଧରିଅଛି ସାରୁ ପତରେ ।ବେଙ୍ଗୁଲୀ ବୋବାଏ କେଁ କଟର,ପାଣିରେ ଭାସଇ ଦୁଆର ଘର ।ପାଣି ପଶିଗଲା ସାପ−ଗାତର,ସାପମାନେ ହେଲେ ଛିନିଛତରଖରାଦିନେ ସାପ ବେଙ୍ଗ ଖାଇଲା,ବରଷା ଦିନରେ ଫଳ ପାଇଲା ।ଇନ୍ଦ୍ରଦେବତାଙ୍କ ବେଙ୍ଗୁଲୀ ରାଣୀ,ସାପ କାମୁଡ଼ିଲା ତାଙ୍କ ଘରଣୀ ।ଇନ୍ଦ୍ର ରଜା ପାଣି ବରଷି ଦେଲେ,ନଈ ସମୁଦ୍ରର ଭସାଇ ଦେଲେ ।ସାପଘରେ ପଶିଗଲା ରେ ପାଣି,ହୁଳୁହୁଳି ଦେଲା ବେଙ୍ଗୁଲୀ ରାଣୀ ।ପାଟି ପାକୁ ପାକୁ କରି ବେଙ୍ଗୁଲୀଫକର ଫକର ଯାଉଛି ବୁଲି ।ଇନ୍ଦବରଙ୍କର ହୋଇ କନିଆ,ମହୁଛୁବ କରୁ ଧରିଣ ଜିଆ ।ନଳାମୁହେଁ ପଶି ପିଉ ତୋରାଣି,ଏଡ଼େ ଅସନୀ ତୁ ବେଙ୍ଗୁଲୀ ରାଣୀ ?ହୋଓ ପଛେ ଇନ୍ଦ୍ରରଜାଙ୍କ ରାଣୀ,ନ ଆସିବୁ ଆମ ଘରକୁ ପୁଣି ।ଭାଡ଼ିତଳୁ ଶୁଣି କେଏଁ କଟର,ରାତିରେ ମାଡ଼ଇ କୃଷ୍ଣକୁ ଡ଼ର ।ଯେ ଘରେ ବେଙ୍ଗୁଲୀ ରହଇ ଯାଇଁପଶେ ତହିଁ ସାପ ଅଧାର ପାଇଁ ।ତେଣୁ ବେଙ୍ଗ ଦେଖି ମାଡ଼ଇ ଡର,ବେଙ୍ଗ ପରା ଜନ୍ତୁ କେତେ ମାତର ।ତତେ ମୁହିଁ ମାରି ପାରଇ ନାହିଁ,“ନିଦୋଷୀ ପରାଣୀ ମାରନ୍ତି ନାହିଁ ।”ମାରିଲେ ହୁଅନ୍ତି କାଲ ଅଟର,ବେଙ୍ଗ ବେଙ୍ଗୁଲୀଙ୍କୁ ଦୂରୁଜୁହାର ।ବିଲୁଆ ଭାଇବିଲୁଆ ଭାଇରେ ବିଲୁଆ ଭାଇ,ଏତେ ବୋବାଉ ତୁ କୋଉଥି ପାଇଁ ?ବୋବାଇ ଉଠି ତୁ “ହୁକେ ହୋ ।”କୁକୁର ଭୁକଇ “ଭୋଓ ଭୋଓ” ।ଗୋଟାଏ ଡାକିଲେ ଉପାୟ ନାହିଁ,ଡାକନ୍ତି ଯେତେ ବିଲୁଆଭାଇ ।ନ ଡାକିଲେ ଛାତି ଫାଟେ କି ସତେ ?ଏ କଥା ତ ମତେ ନୁହେ ପରତେ ।‘ହୁକେ ହୋ ରେ ହୁକେ ହୋ ।’କେତେ ବୋବାଉଛୁ ଶୋଓ ରେ ଶୋ ।ବାଘ ଦେଖି ତୋତେ ଡର କି ମାଡେ,ଶୀତ ଦିନେ ଅବା କୁହାଟୁ ଜାଡ଼େ ?ବିଲୁଆ ଭାଇ ରେ ବିଲୁଆ ଭାଇ,“ହୁକେ ହୁକେ” ଛଡ଼ା ଗୀତ କି ନାହିଁ ?ସ୍ୱଭାବ ଏ ତୋର ବିଲୁଆ ଭାଇ,ଆଉ କିଛି କଥା ଏଥିରେ ନାହିଁ ।ସଞ୍ଜବେଳେ ଭାତଖିଆ ପହରେ,ରାତି ଅଧେ, ପାହାନ୍ତିଆ ପହରେ,ପହରକେ ତୁହି ବୋବାଉ ଥରେ,ଚାରିଥର ଡାକୁ ଚାରି ପହରେ ।ପହର ଗଣି ତୁ ଡାକୁ କେମନ୍ତେ,ଆଚମ୍ବିତ ଲାଗେ ଏ କଥା ମତେ ।ଦିନେ ଯେବେ ଡାକୁ ହୋଇ ଖତେଇ,ଛ ମାସେ ଛ ପକ୍ଷେ ମରଇ କେହି ।ଖରା ଥାଉଁ ପଡ଼େ ବରଷା ଯେବେ,ତୋ ପୁଅର ବାହା ହୁଏ କି ତେବେ ?“ଖରା କରୁଅଛି ମେଘ କରୁଛି,“ବିଲୁଆ ପୁଅର ବାହା ହେଉଛି ।”“ବିଲୁଆ ନନା ରେ ବିଲୁଆ ନନା,“ଘର ପାଡ଼ିଗଲା ପଛକୁ ଅନା ।”ପିଲାଏ ଗାଆନ୍ତି ବଜାଇ ତାଳି,ରାତିରେ ବୋବେଇ ଦେଉ କି ଗାଳି ?ପୁଅ ବାହା କଲୁ ବିଲୁଆ ଭାଇ,ଡାଲି ଭାତ ଖିରି ପିଠା ମୋ କାହିଁ ?ବିଲୁଆ ଭାଇରେ ବିଲୁଆ ଭାଇ,ଆଉ ତୋ ଗୀତ ମୁଁ ଗାଇବି ନାହିଁ ।ବାଘ ଗୀତଆଇଲା ମହାବଳ ବାଘ ମାଇଲା ଛେଳି ମେଣ୍ଢା,ରାତିଯାକ ବୋବେଇ ଉଠିଲେ ଗାଁ ମୁଣ୍ଡେ ଭେରଣ୍ଡା ।ପବତରୁ ଗଡ଼ି ବାଘ ଷୋଳ କୋଶ ବୁଲି,ବକଟେ ମଣିଷ ଗୋରୁ ଦେଖିଲେ ଉଠେ ଫୁଲି ।ପଦାରେ ମଣିଷ ବୁଲିଥିଲେ ବାଘ ଯାଏ ଖାଇ,ଘରେ ପଶି କାନ୍ଧରେ ପକାଇ ନିଏ ଗୋରୁ ଗାଈ ।ଶିକାରୀମାନେ ବନ୍ଧୁକ ଟିପି ବାଘକୁ ପକାନ୍ତି ମାରି !ବଡ଼ ହେଲେ ପେମ କେତେ ମାରିବ ମହାବଳ,ଘିଅ, ଦୁଧ ଡାଲିଭାତ ଖାଇଲେ ହେବ ବଳ ।ସକାଳସକାଳ ହେଲାଣି ଉଠ ଲୋ ପାରା,କାନ୍ଥ ବାଡ଼ ଗଛେ ପଡ଼ିଲା ଖରା ।ଗଛ ଡାଳେ ବସି ରାବଇ କାକ,ଉଠିଲେଣି ପିଲା ଶୁଣି ତୋ ଡାକ ।ତା ରାବ ଶୁଣନ୍ତେ ଜଗତ ଜନ,ଉଠି ନିଜ କାମେ ଦିଅନ୍ତି ମନ ।ପିଲାମାନେ ଉଠି ଖେଳନ୍ତି ଦାଣ୍ଡେ,ବଡ଼ ପିଲା ଯାନ୍ତି ଚାହାଳୀ ଚାଣ୍ଡେ ।ନୂଆ ବୋହୂ ମାନେ ପିଣ୍ଡା ଦୁଆର,ଖରକି ପକାନ୍ତି ପାଣି ଗୋବର ।ବାସନ ମାଜିଣ ଚଉକା ଦେଇ,ସାତ ପାଞ୍ଚ ମିଳି ଯାନ୍ତି ଗାଧୋଇ ।ଚଷାମାନେ ହଳ ବଳଦ ନେଇ,ବିଲକୁ ଯାଆନ୍ତି ହଳ ବୁଲେଇ ।ଗଉଡ଼ ନିଅଇ ଗୋରୁ ଗୋଠକୁ,ହାଟୁଆ ଗଣ୍ଠିରି ନିଏ ହାଟକୁ ।ମୁଢ଼ି ଚୁଡ଼ା ତେଲ ଲୁଣ ପସରାସାହି ସାହି ଆସି ବୁଲଇ ତ୍ୱରା ।ଦରବାରେ ଗଲେ ଦାଣ୍ଡଗାରିଆ,ହିସାବ କରନ୍ତି ମହାଜନିଆ ।ସ୍ନାଆନ ସାରିଲେ ଭକତମାନେ,ଦେବ−ସେବା ପୂଜା କଲେ ବାହ୍ମଣେ ।ବେଳବୁଡ଼ଖରା ନଇଁଲାଣି ପଦାକୁ ଯିବା,ପଦାରେ ସମସ୍ତେ ଖେଳି ବୁଲିବା ।ଫୁଲ ଫୁଟିଅଛି ବାସ ଆସଇ,ତା ବସନା ମୁହିଁ ନାକେ ସୁଙ୍ଘଇ ।ଗଛ ଲଟା ସବୁ ଦିଶେ ସୁନ୍ଦର,ଭଲ ଦିଶୁଅଛି ଡାଳ ପତର ।ପକ୍ଷୀ ରାବୁଅଛି ଡାଳରେ ବସି,ପିଲା ଖେଳୁଛନ୍ତି ଦଉଡ଼ି ହସି ।କଳ କଳ କରି ବହୁଛି ନଈ,କୂଳେ ଚରୁଛନ୍ତି ବାଛୁରୀ ଗାଈ ।ମେଣ୍ଢା ଛେଳିମାନେ ଚରନ୍ତି ପାଖେ,ଛେଳି ଛୁଆ ମୁହିଁ ଧରିବି କାଖେ ।ଉଡ଼ି ଯାଉଛନ୍ତି ଚଡ଼େଇମାନେ,ତାଙ୍କ ଗୀତ ମୁହିଁ ଶୁଣଇ କାନେ ।ଆଖି ଫେରାଇଲେ ମଥା ଉପର,ନୀଳ ଆକାଶ ଯେ ଦିଶେ ସୁନ୍ଦର ।ସମସ୍ତ ଗଢ଼ିଛ ଆହେ ଈଶ୍ୱର,ଦଣ୍ଡବତ ଘେନ ପ୍ରଭୁ ମୋହର ।ମୋର ଅଧେ, ତୋର ଅଧେଗଛଟିଏ ଦିଶେ କେଡ଼େ ସୁନ୍ଦର,କେମନ୍ତ ସୁନ୍ଦର ଡାଳ ପତର !ନଇଁ ପଡ଼ିଅଛି ଫୁଲରେ ଡାଳ,ଫୁଲ ତୋଳି ଆସ ଗୁନ୍ଥିବା ମାଳ ।ଗଛମୂଳେ ମୁହିଁ ଢାଳିବି ଜଳ,ଗଛରେ ଫଳିବ ସୁନ୍ଦର ଫଳ ।ସେ ଫଳ ପାଚିବ ଅଳପକାଳେ,ପାଚି ଝୁଲୁଥିବ ପବନ ଡାଳେ ।ତୋଳି ଆଣି ମୁହିଁ ଧରିବି ଫଳ,ହାତକୁ ଲାଗିବ କେଡ଼େ କଅଁଳ ।ସେ ଫଳ ପାଚିଲେ ଭାଙ୍ଗିବି ମୁହିଁ,ଅଧେ ମୁଁ ଖାଇବି, ଅଧିକ ତୁହି ।ସତ୍ୟ ଯୁଗ ଫଳଆମ୍ବ ବଉଳଇ ଫଗୁଣ ମାସେ,ଦିଗ ଚହଟଇ ତାର ସୁବାସେ ।ଗୁଣ୍ଡ ଗୁଣ୍ଡ କରି ମହୁ ମାଛିଏ,ବସନ୍ତି ଆସିଣ ବଉଳ ଦେହେ ।ମହୁ ଘେନି ଉଡ଼ି ଯାଆନ୍ତି ଚାଲି,ନ ଖାଇ ନ ପିଇ ସଞ୍ଚନ୍ତି ଖାଲିପତ୍ର ଗହଳରେ କୋକିଳ ବସି“କୁହୁ” “କୁହୁ” ତାନ ଦିଏ ବରଷି ।ଚଣା ଧରି ଆମ୍ବ ହୁଅଇ କଷି,ଲେନ୍ତି ଲେନ୍ତି ଡାଳେ ଝୁଲଇ ହସି ।ଟୁଣୁ ଟୁଣୁ ପାଚି ହଳଦିବନ,ଖାଇବାର ଥାଉ, ଦିଶେ ଯତନ ।ଆମ୍ବ କି ମଧୁର କେଡ଼େ ସୁନ୍ଦର,ଏ ଫଳ ଅଟେ କି ସତ୍ୟଯୁଗର ?ବର୍ଷାଗୀତମେଘ ବରଷଇ ଟପର ଟପରକେଶୁର ମାଇଲା ଗଜା,କେଉଁ ରାଇଜରେ ରହିଲେ ରଜା ଗୋତେଲିଙ୍ଗ ବାଇଦ ବଜା ।ମେଘ ବରଷଇ ଟପର ଟପରସୁଅରେ ବହଇ ପାଣି,ପାଣିରେ ଡ଼ାକନ୍ତି କେଏଁ କଟର ହୋବେଙ୍ଗ ଓ ବେଙ୍ଗଲି ରାଣୀ ।ନୁଆ ପାଣି ପାଇ ଦାଣ୍ଡେ ଦବଘାସଚକା ଚକା କଅଁଳିଲା,ଲାଲ ଗୁଲୁ ଗୁଲୁ ପାଟଶାଢ଼ୀ ପିନ୍ଧିସାଧବ ବୋହୁ ହସିଲା ।ଅଳତା ସମାନ ରକତ ବନରଓଳିପାଣି ପଡ଼େ ତଳେ,ତଳ ପାଣି ସଙ୍ଗେ ମିଶିଗଲା ବେଳେମୋତି ଫୁଲ ପରି ଝଳେ ।ପାଣିରେ ଫଟୁକା ଫୁଟିଯାଏ ଭାସିକ୍ଷଣକେ କାହିଁ ଉଭାଏ,‘ସାଧବ ଘରର ବୋହୂ ବୁଡ଼ି ମଲା’ବୋଲି ନାଚନ୍ତି ପିଲାଏ ।ନୂଆ ପାଣି ପାଇ ଫୁଟି ଉଠେ ଛତୁହୁଙ୍କା ବାଲିଆରା ବିଲେ,ସକାଳୁ ଉଠିଣ ଚାଙ୍ଗୁଡ଼ା ଧରିଣପିଲାଏ ଛତୁ ତୋଳିଲେ ।ଦୋଳି ଗୀତଦୋଳ ଦୋଳ ଧନମଣି, ଦୋଳ ଅତି ଉଚ୍ଚେ,ନାହିଁ କିଛି ଡ଼ର ଧନ, ମା ଅଛନ୍ତି ପଛେ ।ହସି ହସି ଦୋଳ ଧନ, ଦୋଳି ଦୋଳି ହସ,ଯେତେ ଉଚ୍ଚେ ପାରୁଧନ, ସେତେ ଉଚ୍ଚେ ବସ ।ହେଇ ଚାଲି ଯା ଉପରକୁ, ହେଇ ଚାଲି ଯା ତଳ,ଦୋଳି ଖେଳି ଖେଳି ଧନ, ବଢ଼ିଯିବ ବଳ ।ଦୋଳ ଦୋଳ ଧନମଣି, ପାଖେ ଅଛନ୍ତି ମା,ଯା ଚାଲି ଯା ଉପରକୁ, ଆ ପାଖକୁ ଆ ।ନାଚଗୀତଥେଇ ଥେଇ ନାଚ ଧନ, ନାଚ ଥେଇ ଥେଇ,ଉଠେଇ ପକେଇ ଗୋଡ଼ ଉଠେଇ ପକେଇ ।ଧିନି ତାକ ଧିନି ତାକ ଧିନି ତାକ ଧେଇ,ହସି ହସି ନାଚ ଧନ, ଥେଇ ଥେଇ ଥେଇ ।ନାଚ ନୀଳମଣି ଗୀତ ଗାଉଛନ୍ତି ମାଆ,ଧିନି ତାକ ଧିନି ତାକ ଥେଇ କଟ ତାଆ ।ମୁହିଁ ଦୁହିଙ୍କରଏଡ଼େ ଟିକେ ସରସ୍ୱତୀ ହସ ହସ ମୁଖ,ତା ହସ ଦେଖିଲେ ହୁଏ ମନେ କେତେ ସୁଖ ।ପାରା ଯେବେ ମୁହଁ ହଲାଇ କହେ ତାକୁ କଥା,ଠୋ ଠୋ ହସୁଥାଏ ହଲାଇଣ ମଥା ।କୃଷ୍ଣ କହେ “ମୋ ବଉନୀ”, ପାରା କହେ “ମୋର”,ସର କହେ, କାଖେଇଲେ ମୁହିଁ ଦୁହିଙ୍କର ।କାଉ ଓ ବାଳିକାବାଳିକା—ଡାମରା କାଉ ରେ ଡାମରା କାଉ,କାଆ କାଆ ରାବି କୁଆଡ଼େ ଯାଉ ?କାଉ—ପାର୍ବତୀ ଦେଈ ଗୋ ପାର୍ବତୀ ଦେଈ,ବନ ପରବତେ ମୁହିଁ ରାବଇ ।ବାଳିକା—ଡାମରା କାଉ ରେ ଡାମରା କାଉ,ନଈ ସମୁଦର କେମନ୍ତେ ଡେଉଁ ?କାଉ—ପାର୍ବତୀ ଦେଈ ଗୋ ପାର୍ବତୀ ଦେଈ,ଉଚ୍ଚ ଆକାଶରେ ମୁହିଁ ଉଡ଼ଇ ।ନଈ ସମୁଦର ରହନ୍ତି ତଳେ,ଉଡ଼ି ଚାଲିଯାଏ ମୁଁ ଜଳେ ଥଳେ ।ବାଳିକା—ଡାମରା କାଉ ରେ ଡାମରା କାଉ,ଦିନଯାକ ଉଡ଼ି କଅଣ ଖାଉ ?କାଉ—ପାର୍ବତୀ ଦେଈ ଗୋ ପାର୍ବତୀ ଦେଈ,ନାନାଜାତି ଫଳ ଗଛେ ପାଚଇ ।ମନ ଖୁସି ହୋଇ ମୁଁ ତାହା ଖାଏ,ସଞ୍ଜ ବେଳ ହେଲେ ବସାକୁ ଯାଏ ।ବାଳିକା—ଡାମରା କାଉ ରେ ଡାମରା କାଉ,ଜାଡ଼ରେ ଫୁଙ୍ଗୁଳା କେମନ୍ତେ ଶୋଉ ?କାଉ—ପାର୍ବତୀ ଦେଈ ଗୋ ପାର୍ବତୀ ଦେଈ,ଜାଡ଼ ଲୁଗା ମୁହିଁ ଲୋଡ଼ଇ ନାହିଁ ।ବାର ମାସ ମୋର ଏ ଡେଣା ପର,ରକ୍ଷା କରେ ମୋତେ ଖରା ଶୀତର ।ବିଳିକା—ଡାମରା କାଉ ରେ ଡାମରା କାଉ,ରାତି ଗୋଟାଯାକ କେମନ୍ତେ ଶୋଭ ?କାଉ—ପାର୍ବତୀ ଦେଈ ଗୋ ପାର୍ବତୀ ଦେଈ,ରାତି କାଟେ ମୁହିଁ ଗଛରେ ଶୋଇ ।ବାଳିକା—ଡାମରା କାଉରେ ଡାମରା କାଉ,ଗଛ ଡାଳଟାରେ କେମନ୍ତେ ଶୋଭ ?କାଉ—ପାର୍ବତୀ ଦେଈ ଗୋ ପାର୍ବତୀ ଦେଈ,ଗଛ ଡାଳେ ଶୁଏଁ ଗୋଡ଼ ଲମ୍ବେଇ ।ବନ ପରବତ ଡାଳ ପତରେ,ଶୋଇପଡ଼େ ମୁହିଁ ରାତିକାଳରେ ।ରାତି ପାହାନ୍ତାରୁ ମୁହିଁ ଉଠଇ,ପିଢ଼ା ଗଛ ବାଡ଼େ ବସି ରାବଇ,ମୋ ଡାକ ଶୁଣିଣ ଜଗତଜନଉଠି ନିଜ କାମେ ଦିଅନ୍ତି ମନ ।ପାରା ଯୋଡ଼ିକଚାଲୁଣି ଚଳଉଁ ଚଳଉଁ ପାଇଳଇଁ ମୁଁ ଗୋଡ଼ି,କି ସୁନ୍ଦର ପାରା ଯୋଡ଼ିକ ଯାଉଅଛନ୍ତି ଉଡ଼ି ।ଆସ ଆସ ପାରା ଯୋଡ଼ିକ ମୋର ପିଣ୍ଡାରେ ବସ,ଖାଇବାକୁ ଦେବି ତୁମକୁ ମୁହିଁ ନଡ଼ିଆ ରସ ।ପିଇବାକୁ ଦେବି ତୁମକୁ ବେଣ୍ଟ ପୋଖରୀ ପାଣି,ଶୋଇବାକୁ ଦେବି ଖଟୁଲି ମାଳୀଘରୁ ମୁଁ ଆଣି ।ମାଳୀଘର ଖଟୁଲିରେ ଯେ ବାଉଁଶର ପାତିଆ,ରଜାଘର ଝିଅ ଗୋଡ଼ରେ ରତନର ଝୁଣ୍ଟିଆ ।ରତନ ଝୁଣ୍ଟିଆ ମଝିରେ ଥିଲା ମାଣିକ୍ୟ ମରି,ଖସିଗଲା ଝୁଣ୍ଟିଆରୁ ସେ ଖୁଣ୍ଟି ନେଲା ତା ଶାରୀ ।ଶାରୀ ପଚାରିଲା ଶୁଆ ଲୋ କେଉଁ ବାଟରେ ଯିବା,ଶୁଆ ବୋଲେ ଶାରୀ ଚାଲ ମୋ ସ୍ୱର୍ଗଦାଣ୍ଡରେ ଯିବାସ୍ୱର୍ଗଦାଣ୍ଡେ ଯାଉଁ ଯାଉଁ ମୁଁ ପାଏ ଗୋବର ଲଣ୍ଡି,ଲିପି ପୋଛି ଦେଇ ଯାଅ ମା ପୂଜୂ ମଙ୍ଗଳଚଣ୍ଡୀ ।ମଙ୍ଗଳଚଣ୍ଡୀ ଗୋ ମଙ୍ଗଳଚଣ୍ଡୀ କଥାଏ କହ,ଲିପି ପୋଛି ଏଥି ଦେଇଛି ମା ଦଣ୍ଡକ ରହ ।କିସ୍ କଥା କିସ୍ କଥା ସେ ରଜା ପୁଅର କଥା,ହଁ ଭରୁଥିବୁ ଶୁଣିବୁ ହାତେ ରଖିଣ ମଥା ।ଚାଲୁଣି ଚଲଉ ଚଲଉ ପାଇଲଇଁ ମୁଁ ଗୋଡ଼ି,ଥଣ୍ଟେ ମଣି ଧରି ପାରାଏ ଯାଉଥିଲା ଯେ ଉଡ଼ି ।ମଣି ଘେନି ଉଡ଼ି ଯାଆନ୍ତେ ଥଣ୍ଟୁ ପଡ଼ିଲା ଖସି,ରାଜାପୁଅ ବିଜେ ପାରିଧି ଘୋଡ଼ା ଉପରେ ବସି ।ଘୋଡ଼ା ଝପଟାଇ ସେ ମଣି ରଜାପୁଅ ଧଇଲା,ରାଜକନ୍ୟା ରୂପ ମଣିରେ ଅଙ୍କା ଥିଲା ଦେଖିଲା ।କେବଣ ଦେଶେ ସେ ରଜାର ଘର ମନରେ ଭାଳି,ତିନି ସଙ୍ଗାତଙ୍କୁ ଘେନିଣ ଘୋଡ଼ା ଦେଲା ସେ ଚାଲି ।ଅଶୀ କୋଶେ ରାତି ହୁଅନ୍ତେ ଘୋଡ଼ା ବାନ୍ଧି ସଙ୍ଗାତେ,ପହରକେ ଜଣେ ଜଗିଲେ ଯାପିବାକୁ ସେ ରାତ୍ରେ ।ପହିଲି ପହରେ କଟ୍ୱାଳ−ପୁଅ ଶୁଣିଲା କାନ୍ଦ,ବିଚାରିଲା ମନେ ମନେ ସେ ଭୂତଙ୍କର ଏ ଫାନ୍ଦ ।ସାଧବପୁଅ ଦ୍ୱିପ୍ରହରେ ଶୁଣେ ବନସ୍ତେ କାନ୍ଦ,ବିଚାରିଲା ମନେ ମନେ ସେ ଗନ୍ଧର୍ବଙ୍କ ଏ ଫାନ୍ଦ ।ରଜାପୁଅ ଶେଷ ପ୍ରହରେ ଶୁଣି ବନସ୍ତେ କାନ୍ଦ,ଆକାଶକୁ ଚାହିଁ ଦେଖିଲା ହସେ ପୂନେଇ ଚାନ୍ଦ ।ଚାନ୍ଦମୁଖେ ଦେଖେ ହସୁଛି ସେହି ରଜାର ଝିଅ,ଘୋଡ଼ା ଚଢ଼ି କାନ୍ଦ ଆଡ଼କୁ ଗଲା ରଜାର ପୁଅ ।ଦେଖେ ଗଜଦନ୍ତ ପଲଙ୍କେ ବସି କାନ୍ଦେ ସୁନ୍ଦରୀ,ରୂପ ଝଟକଇ ଯେସନେ ମର୍ତ୍ତ୍ୟେ ସ୍ୱରଗପରୀ ।ପୁଚ୍ଛଇ ସେ ରାଜକୁମର ସେହି କନ୍ୟାକୁ ଧୀରେ,“କେମନ୍ତେ ଏକାକୀ ଆସିଲ ଏହି ନିର୍ଜ୍ଜନ ପୁରେ ।”ରାଜକନ୍ୟା କହେ, “ଅଛଇ ଏକ ଅସୁରୀ ବୁଢୀ,ଚରିବାକୁ ଯାଏ ରାତିରେ ଦିନେ ଆସଇ ଉଡ଼ି ।ଖାଇଗଲା ବାପ ମାଆଙ୍କୁ ମାରି ସପତ ଭାଇ,ମୋ ବିନା ଦେବାକୁ ଏକୁଳେ ପାଣି କେହି ତ ନାହିଁ ।ଘୋଡ଼ାଶାଳୁ ଘୋଡ଼ା ଯାଇଛି ହାତୀଶାଳରୁ ହାତୀ,ସୁବର୍ଣ୍ଣ ପୁରୀ ତ ପଡ଼ିଛି ଜନ ପ୍ରାଣୀ ନାହାନ୍ତି ।ଏଡ଼େ ରାଜକୁଳ ଉଚ୍ଛନ୍ନ, ଧିକ ମୁଁ ଅଛି ରହି,ରାତିଯାକ ଘୋର ନିର୍ଜନେ ବିକଳେ ମୁଁ କାନ୍ଦଇ ।ସବୁଘରେ ମୁହିଁ ଯାଉଛି ଏକ ଘର ଯେ ମନା,ନିଶା ଗରଜିଲେ ସେ ଘରୁ କଥା ଯାଉଛି ଶୁଣା ।”କବାଟ ଭାଙ୍ଗିଣ ରଜାର ପୁଅ ଘରେ ପଶିଲା,ଦେଖି ତାକୁ କଳା ଘୋଡ଼ାଟା ତାର ବଶ ଯେ ହେଲା ।କାନ ଫୁଙ୍କି ରାଜକୁମାର ପିଠି ଆଉଁସି ଦେଲା,କଟାକ୍ଷେ ଦୂରନ୍ତ ଘୋଡ଼ାଏ ଢଳେ ଟାପୁ ମାରିଲା ।ଘୋଡ଼ାଟାପୁ ତଳେ ଖୋଲିଣ ତଳେ ଦେଖିଲା ପଶି,ଅନେଶ୍ୱତ ମୁଣ୍ଡ କହିଲେ ତାକୁ ବିକଟେ ହସି ।“ତୋହପରି ଦିନେ ଆମ୍ଭର ଥିଲା ରକତ ମାଂସ,ଗୋଟି ଗୋଟି କରି ଅସୁରୀ ହାତେ ଗଲୁ ଟି ନାଶ ।ତୋତେ ଖାଇ ଶଏ ପୂରିବ, ପଳା ନେଇ ଜୀବନ ।”“କିପରି ଅସୁରୀ ମରିବ” ଯୁବା ପୁଚ୍ଛେ ପ୍ରଶନ ।“ଶଏ ଯୋଜନରେ ଅଥପା ମଣ୍ଡପରେ ନଅର,ପୋଖରୀ ଭିତରେ ସେ ପୁରୀ, ଜଗେ ତା ଅଜଗର ।ଅଜଗର ଶିରେ ମାଣିକ୍ୟ ଅସୁରୀର ଜୀବନ,”ପକ୍ଷୀରାଜେ ଚଢ଼ି ଯୁବକ କଲା ତହିଁ ଗମନ ।ଆଣି ସେ ମାଣିକ୍ୟ ମାରିଣ ସେହି ବୁଢ଼ୀ ଅସୁରୀ,ବିଭା ହୋଇ ରାଜକନ୍ୟାକୁ ଭୋଗ କଲା ସେ ପୁରୀ ।ସାହସରେ ମରି, ସାହସେ ଘୋର ବିପଦେ ତରି,ସାହସରେ ଭାଇ ସଂସାରେ ଘର ଦୁଆର କରି ।ସୁନା ପଇତାକାଶୀରଜା ଝିଅ ଲୋ ତୁ ନଳରଜା ବୋହୂ,ନଳରଜା ବୋହୂ ଲୋ ତୁ ନଈକୁ ଗାଧୋଇ ଯାଉ ।ନଈକୁ ଗାଧୋଇ ଯାଉ ଯାଉ ପାଇଲୁ ଗୋଡ଼ବଳା,ଛେଳି କିଣିବାକୁ ନେଇ ଗଲୁ ସେହି ବଳା ।ଟିପିଟିପିକା ଛେଳି ଅଛି ପାତାଳ ଭିତରେ,ରଜାପୁଅ ଖୋଜୁଅଛି ବନସ୍ତ ମଧ୍ୟରେ ।ବନସ୍ତ ଭିତରେ ଅଛି ରଜାର ନଅର,ରତନ ପଲଙ୍କ ଅଛି ନଅର ଭିତର ।ପଲଙ୍କେ ଅଇଲି ଛାଡ଼ି ସୁନ୍ଦର ଫରୁଆ,କିଏ ଚୋରି କରିନେଲା ସିନ୍ଦୁର ଫରୁଆ ।ମୋ ସୁନ୍ଦର ଫରୁଆଟି ନେଲା ରଜାପୁଅ,ବାହୁନି ବାହୁନି କାନ୍ଦେ ରଜାଘର ଝୁଅ ।ଖୋଜି ଖୋଜି ରଜାପୁଅକୁ ବନସ୍ତେ ପାଇଲି,ରଜାପୁଅ ରହିବ ବୋଲି ଦେଉଳ ତୋଳାଇଲି ।ଦେଉଳ ଚାରିପିଠିଯାକ କଉଡ଼ି ମଣ୍ଡାଇଲି,କଡ଼େ କଉଡ଼ି ଊଣା ହେଲା କନ୍ୟା ମୂଲାଇଲି ।କନ୍ୟା ହାତରେ କାଚ ଯୋଡ଼ିକା ରୁଣୁଝୁଣୁ ବାଜେ,ବୋଉ ବେକରେ ସୁନାପଇତା ଖଣ୍ଡେଦୂରକୁ ସାଜେଯେତେହେଲେ ସୁନାପଇତା ଗୁଣ ଯେବେ ନାହିଁ,ବିଅର୍ଥ ଜୀବନ ତେବେ ବହୁ କାହିଁପାଇଁ ?ଡାମରା କାଉ
—୧—
ଡାମରା କାଉ ରେ ଡାମରା କାଉ,ଉଞ୍ଚ ପରବତେ ବୋବାଉଥାଉ ।ଉଞ୍ଚ ପରବତ ଘୁଞ୍ଚିଘୁଞ୍ଚିକାତହିଁରେ ବସିଛି ତିନି ମଞ୍ଜିକା ।ତିନି ତିନି ପଣ ଅଠର ପଣ,ଭାଇଙ୍କୁ ଡକାଇ କଉଡ଼ି ଗଣ ।କଉଡ଼ି ଗଣାରେ ପାହିଲା ରାତି,ଚୋର ନେଇଗଲା କଜଳପାତି ।ଷାଠିଏ ଟଙ୍କାର ବଳଦ ମଲା,ଏକା କାଳି ଗାଈ ମଥାନ କଲା ।ଆସ ଗୋ ସଙ୍ଗାତ ଗାଧୋଇ ଯିବା,କଇଞ୍ଚିକାକୁଡ଼ି ତୋଳି ଆଣିବା ।କଇଁଞ୍ଚି କାକୁଡ଼ି ମୁଣ୍ଡରେ ପିତା,ଛଅ ବୋହୂଙ୍କର ଛଅ ଦୁହିତା ।ମଝିଆଁ ବୋହୂ ଯେ ଲବଙ୍ଗଲତା,ସବା ସାନବୋହୂ ଗଜମୁକୁତା ।ଲବଙ୍ଗଲତାକୁ ଗଜମୁକୁତା,କହିଲେ ଭଉଣୀ କହ ଲୋ କଥା ।ସୁଖ କହିବି କି ଦୁଃଖ କହିବି,ଅଙ୍ଗେ ଲିଭାଇବା କଥା କହିବି ।
—୨—
ସାଧବ ଘରର ଛଅଟି ପୁଅ,ରଜାଘରେ ଥିଲେ ଛଅଟି ଝୁଅ ।ଛଅ ଭାଇଯାକ ବୋଇତେ ଗଲେ,ଦେଶ ବିଦେଶରେ ବଣିଜ କଲେ ।ଅଷ୍ଟଧାତୁ ନବରତନ କେତେ,ଜାହାଜେ ଭରିଲେ ଯାହାକୁ ଯେତେ ।ମଝି ଦରିଆରେ ଝଡ଼ ବହିଲା,ଅଥପା ମଣ୍ଡପେ ବୋଇତ ଗଲା ।ଅଥପା ମଣ୍ଡପେ ଅସୁର ପୁଅ,ଜଗିଅଛି ଛଅ ରଜାର−ଝୁଅ ।ଅସୁରକୁ ମାରି ହୋଇଲେ ବାହା,ଛଅ ଭଉଣୀ ଯେ ଛଅଟି ଯାଆ ।ପରଶ ପଥର ମାଆ ଯେ ଦେଲେ,ଛଅ ଝିଅଯାକ ପଣନ୍ତେ ନେଲେ ।ପକ୍ଷୀରାଜ ଘୋଡ଼ା ଛଅଟି ଭାଇ,ରଜାଘରୁ ନେଲେ ଯୌତୁକ ପାଇ ।ଛଅ ବର କନ୍ୟା ଚଢ଼ିଣ ଗଲେ,ଆପଣା ରାଇଜେ ମିଳିଲେ ଭଲେ ।ଦୂବ ବରକୋଳି ବନ୍ଦାଣଥାଳୀ,ବନ୍ଦାଇଲେ ସାତ ସାଧବ ବାଳୀ ।ଧନରତ୍ନ ଘେନି ଗଲେ ସେ ଘର,ସରିଗଲା ଏଠି କଥା ମୋହର ।ନାନାବାୟା ଗୀତବରଷା ରାତିରେ ଯେ ଯାହାର ଘରେଶୁଅନ୍ତି ସମସ୍ତେ ଯାଇଁ,କେଉଁଠାରେ କିଏ ଗୀତ ଗାଉଥାଏପିଲା ଶୁଆଇବା ପାଇଁ ।ପହିଲି ଆଷାଢ଼େ ବରଷଇ ମେଘଆଣ୍ଠୁ ଆଣି ହୁଏ ପାଣି ।ପାଣିରେ ଡ଼ିଅନ୍ତି ଫକର ଫକରବେଙ୍ଗ ଆଉ ବେଙ୍ଗରାଣୀ ।ଗହନେ ବାଜଇ ଯୋଡ଼ି ମହୁରୀ ଗୋଘନ ଘନ ରାବେ କାକ,ବୋହୂ ବାପ ଘରୁ ଭାର ଆସୁଛି ହୋଶୁଭଇ ଉଠିଆ ଡାକ ।ଆକାଶରେ ଚାଲେ କଳା ବଉଦ ଗୋସୁଲୁ ସୁଲୁ ବହେ ବାଆ,ବସା ଗଛ ଆଡ଼େ ଉଡ଼ିଯାଏ କାଉରାବ ଦେଇ କାଆ କାଆ ।ଜଳୁଜଳୁ ଜଳେ ଜୁଳୁ ଜୁଳିଆ ଗୋଶାଶୁ ଘରେ ଗଲେ ତରା,ମାଆ ଯାଇଛନ୍ତି ମାମୁଁ ଘରକୁ ଗୋତୁରିତେ ଆସିବେ ପରା ।ହୁଙ୍କା ଗିରିପିଠି ଫୁଟିଛି ଛତୁ ଗୋକିଏ ସେ ଛତୁ ତୋଳିଲା,ଦୁଇକୁଳ ଖାଇ ପର୍ବତ ପ୍ରମାଣେନଈ ତ ମାଡ଼ି ଆସିଲା ।ଅକାତ ପାଣିରେ ଶାଶୁ ନଣନ୍ଦଙ୍କଗଞ୍ଜଣା ସହି ନ ପାରି,ବିସଜନ ଦେଲା ସୁବର୍ଣ୍ଣ ପ୍ରତିମାକାହାର ଏ ନବ ନାରୀ ?ଶ୍ରାବଣର ଧାରା ଶୋକପସରା ଗୋବାଟ ଚାଲେ ବଳଦିଆ,କେଣେ ଯାଉଛ ରେ ବଳଦିଆ ଭାଇମେଘ ତ କଳାହାଣ୍ଡିଆ ।ଗାଆଁ ତଳ ବିଲେ ମଇଁଷିପଲ ଗୋକୁହାଟେ ମଇଁଷିଆଳ,ମଇଁଷି ଦୁଧକୁ ବାସ ଚାଉଳ ଗୋଜାଳିବାକୁ ଘଷିଫାଳ ।ପୋଖରୀହୁଡ଼ାରେ ଘୁଷୁରୀପଲ ଗୋକିଏ ସେ କଣ୍ଟା ମାଡ଼ିଲା,ଗହୀର ବିଲରେ ଗୀତ ଗାଏ ଚଷାପବନ ଖରେ ବହିଲା ।ନଈ ସୋପାରିରେ ଘୋର ଅନ୍ଧାର ଗୋକିଏସେ ଗୀତ ଗାଉଛି,ରହ ରହ ଆହୋ ବିଦେଶୀ ବାଟୋଇମେଘ ତ ମାଡ଼ି ଆସୁଛି ।ଶ୍ରାବଣମାସରେ ଘୋର ବରଷା ହୋଶୁଭେ ଘନ ଗରଜନ,ପର୍ବତନାସୀର ମହାବଳ ବାଘକ୍ଷେପି ବୁଲେ ଗ୍ରାମ ବନ ।ଗିରି ଗହନରେ ଝରଇ ଝରଣାମୟୂର ରାବ ଦିଅଇ,ପର୍ବତକୋଳକୁ ତେଜି ଯାଏ ନଈଦୂର ସିନ୍ଧୁପାଶେ ବହି ।ପଶୁ ପକ୍ଷୀ ନର ଗଛ ଘରଦ୍ୱାରଭାସିଯାଏ ଜଳ ସଙ୍ଗେ,ଜଳମୟ ଦିଶେ ଚଉଦିଗ ଯାକପିଲା ଗୀତ ଗାନ୍ତି ରଙ୍ଗେ ।ମେଘ ବରଷିଲା ଟପର ଟପରକେଶୁର ମାଇଲା ଗଜା,କେଉଁ ରାଇଜରେ ରହିଲେ ମୋ ରଜାତେଲିଙ୍ଗି ବାଇଦ ବଜା ।ହୋଓ ରେ ବାଇଆ ହୋଓବିଲରେ ପାଚଇ ରଙ୍ଗଣୀ ଧାନ ଗୋହୋଓରେ ବାଇଆ ହୋଓ,ଯେଉଁ କିଆରିରେ ବହୁତ ଧାନ ତୁସେଇ କିଆରିରେ ଶୋଓ ।ଟୁଣୁ ଟୁଣୁ ପାଚି ବାସନା ଧାନ ଗୋନାଲି ଗୁଲୁ ଗୁଲୁ ଦିଶେ,ଥାଳି ଚାଲି ଦେଲେ ଗୋଟିଏ ପାଖରୁବୁଲିଣ ଆସିବ କି ସେ । ୧ ।ଭୋଦୁଅମାସରେ ମାଣ୍ଡିଆ ପାଚଇହୋ ରେ ବାଇଆ ହୋଓ,ଯେଉଁ କିଆରିରେ ଗହଳ ମାଣ୍ଡିଆସେଇ କିଆରିରେ ଶୋଓ । ୨ ।ମାଣ୍ଡିଆ ବାରିରେ ଶଲରାବାଡ଼ ଗୋଟୋକେଇକୁଣ୍ଡେଇ ଫୁଲ,ଟୋପଲି ଧରିଣ କୃଷ୍ଣ ତୋଳିବ ଗୋକିଏ ଦେବ ତାର ମୀଲ ?ଥିରି ଥିରି କରି ତୋଳିବୁ କୃଷ୍ଣ ରେକଣ୍ଟା ପଶିଯିବ ହାତେ,ଲକ୍ଷେ ଚମ୍ପା ଦେଇ କେତେ ଆତୁରରେଧନ ରେ ପାଇଛି ତୋତେ । ୩ ।ବାଡ଼ି ଚାରିପାଖେ କଣ୍ଟେଇକୋଳି ଗୋକୃଷ୍ଣ ତୋଳି ଯିବ କୋଳି,କୋଳି ଖାଉଁ ଖାଉଁ ଶିଆରୀ ଲଟାରେକୃଷ୍ଣ ଖେଳୁଥିବ ଦୋଳି ।ଶିଆରୀବଣରେ ବାଇଆ ବସା ଗୋହୋଓ ରେ ବାଇଆ ହୋଓ,ଯେଉଁ କିଆରିରେ ଗହଳ ଧାନ ତୁସେଇ କିଆରିରେ ଶୋଓ । ୦ ।ବାଇଆପୁଅର କିସ ଯାଉଛି ସେବାଆ କଲେ ଦୋହଲୁଛି,ଲମ୍ବ ତାଳଗଛ ବାଉଁ ବରଡ଼ାରେବସାରେ ବସିଛି ଲୁଚି ।ଗଜା ବଉଦକୁ ଖର ପବନ ଗୋଉଡ଼ାଇ ନିଏ ବହନ,ଦାଣ୍ଡ ତାଳଗଛ ଦୋହଲି ଦୋହଲିବାୟା ରାବେ ଘନ ଘନ । ୫ ।ଦୁଇ କୂଳ ଖାଇ ବଢ଼ିଅଛି ନଈପାଳରେ ପାରିଛି ଧାନ,ପଲ ବାନ୍ଧି ପକ୍ଷୀ ଆକାଶେ ଉଡ଼ନ୍ତିଶୁଭୁଥାଏ ତାଙ୍କ ଗାନ ।ତା ଶୁଣି ପିଲାଏ ଗାଉଛନ୍ତି ଗୀତହୋଓ ରେ ବାଇଆ ହୋଓ,ଯେଉଁ କିଆରିରେ ଗହଳ ଧାନ ତୁସେଇ କିଆରିରେ ଶୋଓ । ୬ ।ମାତୃସ୍ନେହକହିଛନ୍ତି ମାତା କୃଷ୍ଣକୁ ବୁଝାଇବାହୁନି ଉଝଟପଣଏମନ୍ତ ଉଝଟ କାହିଁକି ହେଲୁ ତୁଆରେ ମୋର ଗଣ୍ଠିଧନ !ବାପା ତୋର କୃଷ୍ଣ ଏକବାଜିଆ ରେତୁହି ହେଲୁ ସେହିପରି,ଦିନରାତି ତମ ସେବା ନ ସରଇବାପ ପୁଅ ଏକା ସରି ।ମୁହିଁ ଯେବେ ପୁତ, ମାମୁଘର ଯିବିଚଳିବୁ କି ବାପଧନ,ଖରାରୁ ଛାଇକି କିଏ ଡାକିବ କିଆରେ ମୋ କୁଳନନ୍ଦନ ।ଅଫଟା ଖଣି ମୋ ମହୁଡ଼ମଣି ରେମୋ ଚମ୍ପାଚାଙ୍ଗୁଡ଼ି ତୁହି,ଭାତ ନ ରୁଚଇ ନିଦ ନ ମାଡ଼ଇପାଖେ ନ ଦେଖିଲେ ମୁହିଁ ।ଚନ୍ଦ୍ରମାବଦନୁଁ ଝାଳ ବୋହୁଥିଲେପଣନ୍ତେ ପୋଛିବ କେହୁ,ବଳେଇ ବଳେଇ ଭାତ ଖୋଇ ଦବଧୂଳି ଝାଡ଼ି ଦେଇ ଦେହୁଁ ।ପିଠି ଆଉଁଷିଣ କୋଳେ ବସ ଇଣଆଖିରୁ ପୋଛିଣ ଲୂହ,ମୁହଁ ଚୁମି ଚୁମି ଗୀତ ଗାଇ ଗାଇବୋଧ ଦେବ କିଏ କହ ।କାଖ କରି କିଏ ସାଇ ବୁଲାଇବଗଛୁଁ ଦେବ ଫୁଲ ତୋଳି,ଚଡ଼େଇଙ୍କ ଗୀତ କିଏ ଶୁଣାଇବକିଏ ଖେଳାଇବ ଦୋଳି ?ନଈ ପୋଖରୀକୁ ଗାଧୋଇ କେ ନେବକିଏ ଦେଖାଇବ ଜହ୍ନି,ମୁହଁକୁ ଅନାଇ ଭୋକବେଳ ଜାଣିଖୋଇବ ମନାଇ ମନ ?ମାତା ମୁଖ ଚାହିଁ କହୁଛନ୍ତି କୃଷ୍ଣମାମୁଘର ତୁ ନ ଯିବୁ ?ମାମୁଘର ଗଲେ ତୋହ ସଙ୍ଗତରେମତେ ସିନା ନେଇଯିବୁ ।ମତେ ଛାଡ଼ିଗଲେ କେମନ୍ତ ପ୍ରକାରେଏକୁଟିଆ ମୁଁ ରହିବି,ଥିର ହୋଇ ଏବେ ଗାଧୋଇ ଖାଇବିଆଉ ଉଝଟ ନୋହିବି ।
ଦ୍ୱିତୀୟ ଭାଗ
କୁଜିକାଉକୁଜି କାଉ ରେ କୁଜି କାଉ,କାଆ କାଆ ରାବି କଅଣ ଗାଉ ?ପାର୍ବତୀ ଦେଈ ଗୋ ପାର୍ବତୀ ଦେଈ,ବାରତା ଦିଅଇ ସଭିଙ୍କୁ ନେଇ ।ବନ ପରବତ ଡ଼େଇଁ ମୁଁ ଯାଏ,ଘର କଥା ନେଇ ପ୍ରବାସେ ଦିଏ ।ମୋ ରାବ ଶୁଣନ୍ତେ ପ୍ରବାସୀ ଜନ,ଘରକଥା ଭାଳି ବିରସ ମନ ।ବିଦେଶି−ବାରତା ଶୁଣି ମୁଁ ଆସେ,ଉଡ଼ି ରାବେ ଆସି ତା ଘର ପାଶେ ।ଚାଉଳ ଅଧାର ପାଇଲେ ମୁହିଁ,ସବୁରି ବାରତା ଦିଅର କହି ।କୁଢ଼ କୁଢ଼ ଦେଲେ ଅଧାର ମତେ,ଆଗ ଖାଇ ମୁହିଁ କହିବି ସତେ ।କୁଜି କାଉ ରେ କୁଜି କାଉ,ବାପାଙ୍କ କତିକି ସତେ କି ଯାଉ ?ମୋ ବାପା ଅଛନ୍ତି ବହୁତ ଦୂରେ,ଉଡ଼ି ଯାଅ କାକ ସମ୍ବଲପୁରେ ।ଦେଉଛି ଅଧାର କାଉ ରେ ଖାଆ,ବାପାଙ୍କ ବାରତା କହି ତୁ ଯାଆ ।କେତେଥର ଖାଇ ଯାଉ ଅଧାର,ବାପା ତ ଆସନ୍ତି ନାହିଁ ରେ ଘର ।ଦାଣ୍ଡ ଦୁଆରେ ମୁଁ ଅନାଇଥାଏଁ,ରାତି ହେଲେ ଦୁଃଖେ ଘରକୁ ଯାଏଁ ।ବିକଳ ହୁଏ ମୋ ମନ ଯେସନ,ନୁହେ କି ସେପରି ବାପାଙ୍କ ମନ ?ତେବେ କିପାଁ ବାପା ଆସନ୍ତି ନାହିଁ,ସାହେବ ଦୂରକୁ ଦେଲା ପଠାଇ ?କୁଜିକାଉ ରେ କୁଜିକାଉ,ମତେ ମିଛ କହି କି ଯଶ ପାଉ !ଏଥର କହିବୁ କାଉ ରେ ସତ,ଖାଇବାକୁ ଦେବି ବାସନା ଭାତ ।ପିଇବାକୁ ଦେବି ନଡ଼ିଆ ପାଣି,ବାପାଙ୍କ ବାରତା ଦେବୁ ତୁ ଆଣି ।ଏଥର ଆସିଲେ ବାପା ଘରକୁ,ନ ଛାଡ଼ିବି ଆଉ ବିଦେଶେ ତାଙ୍କୁ ।ଯେବେ ସେ ମୋ କଥା ନ ମାନି ଯିବେ,ପୁଣି ଆମ ଘରେ କିପାଁ ଆସିବେ ?ଯେବେ ଯିବେ ତେବେ ସଙ୍ଗରେ ଯିବି,ବାପାଙ୍କ ସଙ୍ଗତେ ସର୍ବଦା ଥିବି !ତାଙ୍କରି ସଙ୍ଗରେ ଗାଧୋଇ ଖାଇ,ତାଙ୍କରି କୋଳରେ ପଡ଼ିବି ଶୋଇ ।ମତେ ସଙ୍ଗେ ସଙ୍ଗେ ଘେନି ବୁଲିବେ,ସଞ୍ଜବେଳେ କାଉ ଗୀତ ଶୁଣିବେ ।ଆରେ କାକ ତୁହି ଉଡ଼ିଣ ଯିବୁ,ବାପାଙ୍କ ମୋ ମନକଥା କହିବୁ ।ବୋଉ ମୋତେ ମାରେ ଖାଇବା ପାଇଁ,ବାପା କିପାଁ ଧାଇଁ ଆସନ୍ତି ନାହିଁ ।ତାଙ୍କୁ ଦେଖି ବୋଉ ମାରିବ ନାହିଁ,ଚଞ୍ଚଳ ଚଞ୍ଚଳ ଦେବି ମୁଁ ଖାଇ ।ଭାତ ଖାଇ ତାଙ୍କ ସାଙ୍ଗେ ଯାଆନ୍ତି,ନଈ ନାଳକୂଳେ ବୁଲି ଆସନ୍ତି ।ସଞ୍ଜ ହେଲା କାକ ଯାଆ ରେ ଉଡ଼ି,ସୂର୍ଯ୍ୟଦେବତା ତ ଗଲେଣି ବୁଡ଼ି ।ଘରଛାଆଳୀଘରଛାଆଳୀ ରେ ଘରଛାଆଳୀ ତୁକେଉଁ ଦେଶେ ତୋର ଘର ?ସଙ୍ଗୀ ଘେନି କାହୁଁ ଆସିଣ ଓଲାରୁକାହ୍ନୁ ଘର କି ସୁନ୍ଦର !ତୁହି ଯେତେବେଳେ ଓଲାରୁ ରେ ଘରକାହ୍ନୁ ଯାଏ ଆନ ଘର,ପର ହୋଇ ତୁହି ରହୁ କାହ୍ନୁ ଘରେନିଜ ଘରେ କାହ୍ନୁ ପର ।ପିତା ମାତା ଭାଇ ନ କହନ୍ତି କିଛିଆପଣା ଘର ଚାକର,ଘର ଢିଙ୍କି ପୁଣି କୁମ୍ଭୀର ହୋଇ ସେତୋ ସଙ୍ଗେ ଓଲାରେ ଘର ।କାହ୍ନୁ କହେ କାନ୍ଦି, ଏ ଘରଛାଆଳୀକିପାଁ ଆମ ଘର ଭାଙ୍ଗେ,କି ସୁନ୍ଦର ଘର କି କଲା ସେ ଆସିମାରିବି ମୁଁ ତାକୁ ଡାଙ୍ଗେ,କବାଟକଣରେ ଲୁଚି ନୂଆ ବୋହୂକାଇଁଚ ଗଙ୍ଗଡ଼ା ବୁଣି,“ପୁଅଙ୍କର ବୁଦ୍ଧି ଦେଖ ସାଆନ୍ତାଣି”କହେ କାହ୍ନୁ କଥା ଶୁଣି ।ତାଙ୍କ ହସ ଦେଖି କାବା ହୁଏ କାହ୍ନୁହସୁଥାନ୍ତି ପିତା ଭ୍ରାତା,ଆଖି ଛଳ ଛଳ ଦେଖି ଚୁମା ଦେଇକୋଳକୁ ନିଅନ୍ତି ମାତା ।ଘରଛାଆଳୀ ରେ ଘରଛାଆଳୀ ତୁକେଉଁଆଡ଼େ ତୋର ଘର,ସମସ୍ତେ ତୋହର କାହ୍ନୁ ହେଲା ଏକା,ଏଥିରେ ଜୟ ତୋହର ।ଚିନ୍ତା କରି କରି ଶୋଇ ପଡ଼େ କାହ୍ନୁମନେ ତାର ରାଗ ଭାରି,ସ୍ୱପନରେ ଛଣ— ବିଡ଼ା ଧରି ଘର−ଛାଆଳୀଙ୍କୁ ଦିଏ ମାରି ।ନିଦ୍ରାରେ ଏ ଚେଷ୍ଟା ଦେଖିଣ ଜନନୀକରାନ୍ତି ତା ଜାଗରଣ,ଉଠି ଶୁଣେ କାହ୍ନୁ ନୁଆ ବୋହୂଙ୍କରଟହ ଟହ ହସସ୍ୱନ ।ଦେଖେ ମାତ୍ର ସତ୍ୟ ବୋହୂଙ୍କର ହସଆଉ ତ ସବୁ ସ୍ୱପନ,ଘର ଛାଆଁ ଘର ଠିଆ ହୋଇଅଛିକେବଳ ଧବଳ ବନ ।ଲିପା ପୋଛା ହେଲେ ରାନ୍ଧିବାଢ଼ି ବୋହୂଡାଲି ଭାତ ପରଷନ୍ତି,କାହ୍ନୁ ବାଳୋଚିତ ଅଜ୍ଞାତ ସ୍ନେହରେଇଙ୍ଗିତ କରି ହସନ୍ତି ।କେଉଁଆଡ଼େ ଗଲା ପିଲା ଦିନ କଥାକେଉଁଆଡ଼େ ପିତା ମାତା,ଭାଇବିବାଦରେ ସେହି ଭ୍ରାତୃଜାୟାକାହ୍ନୁକୁ ନ କହେ କଥା ।ପଥିକ ଓ ବରଗଛଦିନେ ଏକ ପାନ୍ଥ ହୋଇ ପଥଶ୍ରାନ୍ତଶୋଇ ବରଗଛ ତଳ,ଭାବଇ “ବିଧାତା କିବା ଅବିବେକୀନାହିଁ ତା ବିଚାର ବଳ;ଏଡ଼େ ବଡ଼ ମହା− ତରୁ ବରଗଛଫଳ ତାର କେଡ଼େ ସାନ,ନାଉନଟା କେଡ଼େ ସରୁ କିନ୍ତୁ ତାରକେଡ଼େ କେଡ଼େ ଫଳମାନ !”ଏମନ୍ତ ସମୟେ ପଥିକ ହୃଦୟେଗଲା ବରଫଳ ପଡ଼ି,“କେମନ୍ତେ ଦୟାଳୁ ପ୍ରଭୁ ଭଗବାନ”ବୋଲିଣ ଛାଡ଼ିଲା ରଡ଼ି ।“ବରଫଳ ଯେବେ ବଡ଼ ହୋଇଥାନ୍ତାଯେସନେ ଢିଙ୍କିଆ ନାଉ,ମୋ ଛାତ ଉପରେ ପଡ଼ି ଯାଇଥିଲେବଞ୍ଚି ଥାଆନ୍ତି କି ଆଉ ।”କବି କହେ, “ସର୍ବ ବିଧାତା ବିଧାନଜଗତ ମଙ୍ଗଳ ପାଇଁ,ଅଳ୍ପ ଜ୍ଞାନୀ ହୋଇ ଜ୍ଞାନର ବଡ଼େଇନ କର ପଥିକ ଭାଇ ।”ଅଦିନ ମେଘଖରା କରୁଅଛି ମେଘ ବରଷୁଛିବିଲୁଆ ପୁଅର ବିଭା,ଗାତରୁ ବାହାରି ହିଡ଼ରେ କଙ୍କଡ଼ାଖରା ପଉଁଛନ୍ତି କିବା !ଘୋର ଘଡ଼ଘଡ଼ି ଘଡ଼ଘଡ଼ି ରଡ଼ିକମ୍ପେ ପ୍ରାଣ ତାହା ଶୁଣି“ଗରଜିଲ୍ଲା ମେଘ ନ ବରଷେ ପାଣି”କିଏ କହୁଥାଏ ପୁଣି ।ଜକ ଜକ ମେଘ ଦିଶଇ ବିଜୁଳିତାଳଗଛ ଯାଏ ଜଳି,ପିଲାଏ ଶୁଣିଣ ମେଘ ଗରଜନଛାଡ଼ନ୍ତି ଉଝଟ ଅଳି ।ବିଜୁଳି ଘେନଇ ଜୀବର ଜୀବନଦିଶେ ସୁନାଲଟା ପରିଶବଦ ମାତର ଘଡ଼ଘଡ଼ି ସିନାତାହାକୁ କିପାଇଁ ଡରି ।ପାଣି ସଙ୍ଗେ ପଡ଼େ ସ୍ୱରଗ ପଥରତାହା ଦେଖି ପିଲାମାନେସାଉଁଟି ଖାଇଣ ଗୀତ ଗାଉଥାନ୍ତିନାଚି କୁଦି ତାନମାନେ ।ପାହାନ୍ତାରାତି ପାହିଲାଣି କାକ ରାବିଲାଣିପୂରୂବ ଆକାଶ ସିନ୍ଦମୟବହଇ ଶୀତଳ ପାହାନ୍ତା ପବନକି ସୁନ୍ଦର ଆହା ଏହି ସମୟ ।ପକ୍ଷୀମାନେ ଆସି ଡାଳେ ଡାଳେ ବସିଗାଉଛନ୍ତି ଗୀତ କିବା ସୁନ୍ଦର,ଶୁଣିଲେ ସେ ଗୀତ ଲାଖିଯାଏ ଚିତ୍ତ,ଉଠ ଉଠ ଆଉ ମଠ ନ କର ।ଗଛରୁ କାକର ପଡ଼େ ଝର ଝରବିନ୍ଦୁ ବିନ୍ଦୁ ମଣ୍ଡି ଘାସ ପତର,ଇନ୍ଦ୍ରନୀଳମଣି ଗଛରେ ଫଳିଛିସ୍ୱଚ୍ଛ ହୀରା ଫଳ କିବା ସୁନ୍ଦର !ନାନାଜାତି ଫୁଲ ଫୁଟି ଚହଟଇଦିଗ ମହକଇ ଫୁଲ ସୁବାସେ,ମିଠା ମିଠା ଖରା ପିଢ଼ା ଗଛ ପତ୍ରେକିବା ସୁନାବନ ଶୋଭା ପ୍ରକାଶେ ।ଏ ନୀଳ ଆକାଶ ସୁନ୍ଦର ପୃଥିବୀଯାହାଙ୍କ ମହିମା ପ୍ରଚାର କରେ,ସେ ପ୍ରଭୁଙ୍କ ନାମ ଚାଲ ହେ ଗାଇବାଏ ପବିତ୍ର କାଳେ ଭକତିଭରେ ।ବାଟୋଇ ଓ ନାଉରିଆବାଟୋଇ—ମେଘ ବରଷଇ ବିଜୁଳି ମାରଇପବନ ବହଇ ଖର,ବାଟ ଚାଲି ଚାଲି ପଡ଼ିଛି ମୁଁ ଥକିଦୂର ଦେଶ ମୋର ଘର ।ଘୋର ଗରଜନେ ଦିଗ ଚମକଇମେଘ ତ କଳାହାଣ୍ଡିଆ,ଅନେକ ଦୂରର ବିଦେଶୀ ବାଟୋଇନାବ ଆଣ ନାଉରିଆ ।ନାଉରିଆ—ଦୁଇ କୂଳ ଖାଇ ଉଛୁଳଇ ନଈଖରେ ବହୁଅଛି ବାଆ,ମେଘ ଗରଜର ବିଜୁଳି ମାରଇକେମନ୍ତେ ମୁଁ ନେବି ନାଆ ?ଭଉଁରି ଖେଳାଇ ଫେଣ ଚବକାଇଘୋର ଗରଜଇ ନଈ,ଅକାତ ପାଣିରେ ଆହୁଲା ନ ମାନେକେମନ୍ତେ ନାବ ନେବଇଁ ।ବୋଟୋଇ—ଗହ ଗହ ପାଟ ଏପାରି ପାଳରେସିରି ସିରି ବହେ ବାଆ,ନାହିଁ ଜନ ପ୍ରାଣୀ କାଉ କୋଇଲି ରେନାହିଁ କିରେ ତୋର ମାୟା ?ଠକ ଠକ ପଡ଼େ ସ୍ୱରଗ ପଥରସାଙ୍ଗ ସାଥି କେହି ନାହିଁ,ରହି ଦୟା ଭାବ ବାହିଆଣ ନାବଆରେ ନାଉରିଆ ଭାଇ ।ନାଉରିଆ—ବନସ୍ତେ ଗରଜେ ଲତା ପତର ହୋଆକାଶେ ଗରଜେ ଘନ,କେମନ୍ତେ ବାହିବି ସେପାରିକି ନାଆ ?ବହେ ପୂବେଇ ପବନ ।ଡରୁଅଛୁ ଆରେ ବାଟୋଇ ଭାଇ ତୁଦେଖି ବିଲ ନିଛାଟିଆ,କେଉଁ ଛାତିରେ ମୁଁ ବାହି ନେବି ନାବନଈ ବଡ଼ ଚହୀରିଆ ।ବାଟୋଇ—ବହୁତ ଦିନରୁ ଦୂର ପରବାସୀମନ ମୋର ଛନ ଛନ,ଘରେ ଛନ୍ତି ମୋର ନୟନପିତୁଳିଦେଖିବାକୁ ବଡ ମନ ।ମୁଣ୍ଡ ଗୁଞ୍ଜିବାକୁ ନଈ ଏପାରିରେନାହିଁ ନାହିଁ ତିଳେ ଠାଇଁ,ଥରି ଉଡ଼ୁଅଛି ପାଣି ପବନରେ,ନାବ ଆଣ ବେଗେ ବାହି ।ନାଉରିଆ—ତୁହାଇ ତୁହାଇ ମେଘ ବରଷଇନଈରେ ତ ଖର ସୁଅ,କେଉଁ ଛାତିରେ ମୁଁ ନାବ ବାହି ନେବିମୁହଁକୁ ନ ଦିଶେ ମୁହଁ ।ଦେଖିବୁ ଘରେ ତୁ ନୟନପିତୁଳିତେଣୁ ଉଚ୍ଛନ୍ନ ତୋ ମନ,କାହା ଓଳି ତଳେ ଠିଆ ହେବେ ପିଲଯେବେ ଯିବ ଏ ଜୀବନ ।ବାଟୋଇ —କୁଳର ଅଙ୍କୁର ନୟନପିତୁଳାଅନ୍ଧ−ନଉଡ଼ି ମୋହରଏକୋଇର ବଳା ବିଶିକେସନ ମୋକରିଅଛି ତାକୁ ଜର ।ମାଆ ତାର ହୋଇ ବାଇଆଣୀ ପରିଲେଖି ବିନୟ ପତର,ବସିଲା ଠାବରୁ ଉଠି ଆସିବାକୁପଠାଇ ଥିଲା ଖବର ।ମଉଷଧି ନେଇ ତର ତର ହୋଇନ ମାନି ପାଣି ପବନ,ଦୂର ବିଦେଶରୁ ଯାଉଅଛି ଘରେରଖିବି ତାର ଜୀବନ ।ନାଉରିଆ—ବରଷୁ ପଛକେ ଘୋର ବରଷା ରେବହୁ ପଛେ ଖର ବାଆ,ସୁଅ ପାଣି ପଛେ ତଡ଼ି ନେଇ ଯାଉତଳକୁ ତଳକୁ ନାଆ ।ପଡ଼ୁ ପଛେ ମୋତେ ଘୋର ବିପଦ ରେପାରି କରିଦେବି ତୋତେ,ଦୟାମୟ ହରି ଦୀନେ ଦୟା କରିଉଦ୍ଧାରିବେ ଭାଇ ମୋତେ ।ବିପଦ ପଡ଼ିଲେ ବାଟୋଇ ଭାଇ ରେସାହା ଯେ ନୋହେ ଆନକୁ,ତାହାର ଜୀବନ ମରଣ ସମାନ,ଧିକ ତାହା ଜୀବନକୁ !ବାଳିକା ଓ ପକ୍ଷୀବାଳିକା—ସାନ ଚଡ଼େଇ ରେ ସାନ ଚଡ଼େଇ ତୁମୋ ପାଶକୁ ଆସ ଧାଇଁ,ଶାଗୁଆ ବନର ପିଞ୍ଜରାଟି ଏ ମୁଁରଖିଛି ତୋହରି ପାଇଁ ।ଅନେକ ସୁନ୍ଦର ତୋରା ଫୁଲମାନଦେବି ମୁହିଁ ତୋତେ ଆଣି,ପାଚିଲା ପିଜୁଳି ଦେବି, ଲାଗିଥିବଯହିଁରେ କାକର ପାଣି ।ପକ୍ଷୀ—ଧନ୍ୟ ଧନ୍ୟ ମୋର ସାନ ବାଳିକା ଗୋ,ତୁମର ଯତନପାଇଁ,ନିର୍ମଳ ଶୀତଳ ପବନ ସମାନମୋର ପ୍ରିୟ ଆଉ ନାହିଁ ।ପୁରାତନ ବର— ଗଛେ ଯେଉଁ ସାନବିଜନ ବସା ଅଛଇ,ସୁନା ପିଞ୍ଜରାର ସୁଖଠାରୁ ତାହାଅନେକ ଭଲ ଅଟଇ ।ବାଳିକା—ସାନ ଚଢ଼େଇ ରେ ସାନ ଚଡ଼େଇ ତୁକେଉଁଠାକୁ ଯିବୁ ଉଡ଼ି,ଯେତେବେଳେ ସବୁ ବିଲବାଡ଼ି ଯିବବରଷା ଜଳରେ ବୁଡ଼ି ।ଓଦା ହୋଇଯିବ ପୁରାତନ ବର—ଗଛ ବରଷା ଜଳରେ,ସାନ ଚଡ଼େଇ ରେ ସାନ ଚଡ଼େଇ ତୁରହି ମୋହରି ସଙ୍ଗରେ ।ପକ୍ଷୀ—ନାହିଁ ନାହିଁ ନାହିଁ ସାନ ବାଳିକା ଗୋ,ଉଡ଼ି ଚାଲିଯିବି ମୁହିଁ,ଶ୍ୟାମଳ ବନର ବିଲ ଅଛି ପୁଣିନିର୍ମଳ ଆକାଶ ଯହିଁ ।ଯେତେବେଳେ ନବ ବସନ୍ତ ଫେରିବଦକ୍ଷିଣା ପବନ ସଙ୍ଗେ,ସେତେବେଳେ ମୋର ଆନନ୍ଦ ସଙ୍ଗୀତପୁଣି ମୁଁ ଗାଇବି ରଙ୍ଗେ ।ବାଳିକା—ସାନ ଚଡ଼େଇ ରେ ସାନ ଚଡ଼େଇ ତୋକିଏ ଦେଖାଇବ ପଥ ?ନିର୍ଜନ ପର୍ବତ ପଥ ଭୟଙ୍କରବିଜନ ସମୁଦ୍ର ପଥ ।ନିର୍ବୁଧିଆ ପକ୍ଷୀ ଆ ଆ ରେ ମୋ ଘରେମୋହରି ସାଥିରେ ଥିବୁ,ନ ମାନି ମୋ ବୋଲ ଚାଲିଗଲେ ନିଶ୍ଚେଜାଣିଥା ପଥ ହୁଡ଼ିବୁ ।ପକ୍ଷୀ—ସାନ ବାଳିକା ଗୋ ସାନ ବାଳିକା ମୋପଥ ଦେଖାନ୍ତି ଈଶ୍ୱର,ନିର୍ଜନ ପର୍ବତ ଅବା ଜନପ୍ରାଣୀ—ଶୂନ୍ୟ ସମୁଦ୍ର ଉପର ।ପ୍ରଭାତ ପବନ ସମାନ ସ୍ୱାଧୀନହୋଇ ମୁହିଁ ଉଡ଼ିଯିବି,ସୂର୍ଯ୍ୟକିରଣର ପଛେ ପଛେ ଯିବିକେଭେ ପଥ ନ ହୁଡ଼ିବି ।ଘରଚଟିଆ
—୧—
ଘରଚଟିଆ ରେ ଘରଚଟିଆ,ଟିକି ଚଡ଼େଇଟି ଅଟୁରେ ତୁହି;ତୋତେ ଦେଖିଲେ ରେ ପୁରୁଣା ବନ୍ଧୁଟିପିଲାଦିନ କଥା ଭାବଇ ମୁହିଁ ।ଖପ ଖପ କରି ଡେଇଁ ଡେଇଁ ଯାଉଉଡ଼ିଯାଇ ପିଢ଼ା ବାଡ଼ରେ ବସୁ,ଯେତେ ଯତ୍ନ କରେ ତୋତେ ଧରିବାକୁଚାହୁଁ ଚାହୁଁ ତୁହି ପାଖରୁ ଖସୁ ।ଏଡ଼େ ଟିକି ପକ୍ଷୀ କେତେ ତୋର ବଳଦେଇଛନ୍ତି ତୋତେ ପରମେଶ୍ୱର;ଯେତେ ବୁଦ୍ଧିବଳ ଥାଉ ମନୁଷ୍ୟରଉଡ଼ିବା ଶକତି ନାହିଁ ତାହାର ।ହାତୀ ଘୋଡ଼ା ବାଘ ବଡ଼ ସେ ହେଉନ୍ତୁତୋପରି କ୍ଷମତା ନାହିଁ ତାଙ୍କର;ପାଖେ ବସିଯାଉ ଧାନ ଖୁଣ୍ଟି ଖାଉଉଡ଼ି ବସୁ ପିଢ଼ା ବାଡ଼ଉପର ।ଧନ୍ୟ ସେ ଈଶ୍ୱର ବଳ ଦୁର୍ବଳରଯାହାର ଯା ଲୋଡ଼ା ଦିଅନ୍ତି ତାହା;ହାତଯୋଡ଼ି ତାଙ୍କୁ ଜଣାଉଛି ମୁହିଁଜ୍ଞାନବଳେ ମୋର ହୁଅନ୍ତୁ ସାହା ।ତୁହି ରେ ଯେପରି ଉଡ଼ି ଯାଇକରିନିରାପଦେ ରହୁ ଗଛଉପରେ;ମୁହିଁ ସେହି ପରି ଜ୍ଞାନଲାଭ କରିପ୍ରବଳହାତରୁ ତରିବି ଥରେ ।
—୨—
ତୋତେ ଦେଖି ପକ୍ଷୀ ମୋ ମନେ ପଡ଼ଇକେତେ କେତେ କଥା ପିଲାଦିନର;ସଖାସଖୀ ମେଳ ପିଲାଦିନ ଖେଳଭାଇ ଭଉଣୀଙ୍କ ସଙ୍ଗ ସ୍ନେହର ।ପିତାମାତାଙ୍କର ମଧୁର ମୂରତିଖଣ୍ଡ ଖିରୀ ଆଦି ଖାଇବା ଚିଜ,ପାଚିଲା ଧାନବ କିଆରୀକୋଣରେଦୁଧ ଗୁଡ଼ ଦେଇ ରାନ୍ଧିବା ନିଜ ।ତୁହି ଯେତେବେଳେ ଧାନ ଖାଉଥାଉଆମେ ଖାଉଥାଉଁ ମଧୁର ଖିରୀ;ତୋତେ କେମନ୍ତେ ରେ ଭଲ ଲାଗୁଥାଏଗିଳିଦେଉ ଧାନ ହରଡ଼ ବିରି ।ଯାହାକୁ ଈଶ୍ୱର ଯାହା ଦେଇଛନ୍ତିତହିଁରେ ମିଳଇ ତାହାର ସୁଖ,ଏ କଥା ଭାବିଣ ମୋ ଦୁଃଖଦଶାରେସବୁବେଳେ ପାଉଥିବି ମୁଁ ସୁଖ ।
—୩—
କେଉଁଆଡ଼େ ଗଲେ ପିଲାଦିନ ସାଥୀକେଉଁଆଡ଼େ ଗଲା ଚାଲି ସେ ଦିନ,ଏହା ଜାଣି ମୁହିଁ ଦୁଃଖରେ ଶୋକରେନୋହିବି ରେ ପକ୍ଷୀ ଅତ୍ୟନ୍ତ ଦୀନ ।ସବୁ ଯାଇଅଛି ଅଛନ୍ତି ଈଶ୍ୱରଏ କଥା ସୁମରି କରି ସାହସ,ଈଶ୍ୱରଙ୍କଠାରେ ରଖିବି ବିଶ୍ୱାସସବୁ ଦୁଃଖ ସେ ମୋ କରିବେ ନାଶ ।
—୪—
ଧୂଳି−ସ୍ନାନ କଲେ ଘରଚଟିଆ ତୁବରଷା ହୁଅଇ କହନ୍ତି ଜନେ,ତୋର ଧୂଳି−ସ୍ନାନ ଦେଖି ଆରେ ପକ୍ଷୀବରଷା−ଭରସା ବାନ୍ଧନ୍ତି ମନେ ।ସ୍ୱଭାବରେ ଶିଶୁ କ୍ଷୁଦ୍ର ବିହଙ୍ଗରେଦେଇଁ ଡେଇଁ ଆସି ଧୂଳିରେ ବସୁ,ନଖରେ ଥଣ୍ଟରେ ଧୂଳି ଉଡ଼ାଇଣଆନନ୍ଦମନରେ ତହିଁରେ ପଶୁ ।
—୫—
ତୋହ ପରି ପିଲାଦିନରେ ପକ୍ଷୀ ରେମୁହିଁ ହେଉଥିଲି ଧୁଳିଧୂସର,ଧୂଳି ବୋଳି ହୋଇ ଧୂଳିଘର କରିଖେଳୁଥିଲି ଧୂଳି ସାଥୀସଙ୍ଗର ।ଧୂଳିରୁ ସଂସାରେ ସବୁ ହୋଇଅଛିଧୂଳିରେ ସମସ୍ତେ ମିଶିଣ ଯିବ,ତୋର ମୋର ଦେହ ଧୂଳି ହୋଇଯିବ,କିଛି ହିଁ ତହିଁରେ ଭେଦ ନ ଥିବ ।ଶିଶୁର ପ୍ରଥମ ଶୋକଶିଶୁ—ଡାକିଆଣ ମୋର ଭାଇକି ମୋ ପାଶେଏକା ମୁଁ ନ ପାରେ ଖେଳି,ଫୁଲ ମହୁମାଛି ବସନ୍ତ ଆସଇକାହିଁ ଗଲା ଭାଇ ଚାଲି ?ପାର୍ବତୀ ଚଡ଼େଇ ଉଜ୍ଜ୍ୱଳ ଦିଶଇମିଠା ମିଠା ଖରା ପାଇ,ଗୋଡ଼ାଇବାକୁ ମୋ ମନ ହେଉ ନାହିଁସଙ୍ଗତେ ନାହିଁ ମୋ ଭାଇ ।ବଗିଚାରେ ଫୁଲ− ଗଛ ଲଗାଇଲୁଁଉଜୁଡ଼ି ଗଲାଣି ତାହା,ବହଳ ବଉଳ ଭାଙ୍ଗିପଡ଼େ ଡାଳ,କେଉଁ ଦେଶେ ଭାଇ ଆହା !ମାତା—ଆରେ ବାବୁ ସେ ମୋ କଥା ନ ଶୁଣିବଆଉ ସେ ଫେରିବ ନାହିଁ,ହସୁଥିଲା ଯଥା ଫୁଟନ୍ତା ଫୁଲ ଯେଜୀବନେ ନାହିଁ ସେ ଭାଇ ।ଫୁଲ ପରି ପୁଟି ଝଡ଼ି ପଡ଼ିଲା ସେଥିଲା ଫୁଲର ଜୀବନଭାଇ ତୋର ଅଛି ସ୍ୱରଗପୁରରେଏକା ଖେଳ ପ୍ରାଣଧନ ।ଶିଶୁ—ବଗିଚାର ପୁଲ ବଣର ଚଡ଼େଇଛାଡ଼ି ଚାଲିଗଲା ଭାଇ,ଏକା ହୋଇ ଦାଣ୍ଡେ କେମନ୍ତେ ଖେଳିବିଡାକ କି ଶୁଣିବ ନାହିଁ ?ନଈକୂଳେ ଅବା ନିକୁଞ୍ଜବନରେଆଉ କି ବୁଲିବୁଁ ନାହିଁ ?ଆହା ଭଲ ପାଇ— ଥାନ୍ତି ମୁଁ ଆହୁରିପ୍ରାଣେ ଥିଲା ଯେବେ ଭାଇ ।ମହୁମାଛିଶିଶୁ—ଆରେ ମହୁମାଛି, ରାବୁଅଛୁ ତୁହିଗୁଣୁ ଗୁଣୁ କାହିଁପାଇଁ ?ମହୁମାଛି—ମୋର ମନ ଆଜି ଭାରି ଖୁସି ଅଛି,ବସନ୍ତ ଆସିଛି ଧାଇଁ ।ମୁହିଁ ଭଲ ପାଏ ନବୀନ ବସନ୍ତଦକ୍ଷିଣା ମିଠା ପବନ,ଚାରିଆଡ଼େ ଫୁଟେ ତୋରା ଫୁଲମାନଆକାଶ ଉଜ୍ଜ୍ୱଳ ବନ ।ଆକୁ ଛାଡ଼ି ତାକୁ ତାକୁ ଛାଡ଼ି ଆକୁସବୁ ପୁଲେ ବୁଲେ ଉଡ଼ି,କେବେହେଁ ମୁହିଁ ଗୋ ନ କରେ ଉଛୁରନୁହଇ ମୁଁ କାମକୁଢ଼ୀ ।ଲାଗିପଡ଼ି ମୁହିଁ କାମ କରୁଥାଏଁଭଲ ଥିବାଯାଏ ବେଳ,ଚତୁମାସ୍ୟା ପାଇଁ ସଞ୍ଚି ରଖେ ମୁହିଁମଧୁର ମହୁଭଣ୍ଡାର ।ଶିଶୁ— ଆରେ ମହୁମାଛି ଉଡ଼ିଯାଆ ତୁହିତୋର ମହୁଫେଣାଘରେ,ଜାଣିଲି ନିଶ୍ଚେ ରେ ଭଲ ହେବ ତୋରଲାଗିଛୁ ନିଜ କାମରେ ।ଈଶ୍ୱରଦେଖନ୍ତି ଈଶ୍ୱର ମୋତେ ପ୍ରତିଦିନକାର୍ଯ୍ୟ କରେ ଖେଳେ ଯେବେ,ପାଠ ପଢେଁ ଅବା କଥା କହେଁ ମୁହିଁଖରେ ଧାଏଁ ଚାଲେ ଯେବେ,ଭାତ ଖାଏ ଅବା ଜଳ ପିଏଁ ମୁହିଁବସି ବସି ଭାବେଁ ଯେବେ,ସୁଖେ ହସେ ଅବା କାନ୍ଦେ, ନିକଟରୁଦେଖନ୍ତି ଈଶ୍ୱର ତେବେ ।ଯେବେ ଥାଏ ଶାନ୍ତ କି ଅବା ଦୁର୍ଦାନ୍ତ,ଯେବେ ଭଲ, ମନ୍ଦ ଯେବେ,ଯେବେ ଆନନ୍ଦିତ, ଯେବେ ବିଷାଦିତ,ଯେବେ ଦୁଃଖୀ, ସୁଖୀ ଯେବେ,ଛିଣ୍ଡାଏ ସୁନ୍ଦର ଉପବନେ ଥିବାସୁରଭି କୁସୁମ ଯେବେ,ଯେବେ କ୍ଷୁଦ୍ର ମାଛି ଦଳେ; ଆକାଶରୁଦେଖନ୍ତି ଈଶ୍ୱର ତେବେ ।ସୂର୍ଯ୍ୟ ଦିଏ ଯେବେ ଉତ୍ତାପ ଆଲୋକତୋରା ତାରା ଜଳେ ଯେବେ,ଯେବେ ମୋ ଶେଯରେ ଚନ୍ଦ୍ରାଲୋକ ପଡ଼େଅନାନ୍ତି ଈଶ୍ୱର ତେବେ ।ଦିବାନିଶି ହାଟ ଦେବମନ୍ଦିରେ ବାଅତି ପାଶେ ପ୍ରଭୁ ଥାନ୍ତି,ଦେଖନ୍ତି ଯାହା ମୁଁ କରଇଁ କହଇଁସତପଥ ସେ ଦେଖାନ୍ତି ।ଦୁଇ କର୍ଣ୍ଣ ଏକ ମୁଖବେନି କର୍ଣ୍ଣ ତବ ମାତ୍ର ଏକ ମୁଖଜାଣ କି ଏହା କାରଣ ?ନ କର ପ୍ରକାଶ ସବୁରିଙ୍କ ପାଶଯାହା କରିବ ଶ୍ରବଣ ।ଅଛି ବେନି ନେତ୍ର ଏକ ମୁଖ ମାତ୍ରଜାଣ କି ଏହା କାରଣ ?ନ କର ପ୍ରକାଶ ସବୁରିଙ୍କ ପାଶଯାହା କରିବ ଦର୍ଶନ ।ତୁନି ହୋତୁନି ହୋ ତୁନି ହୋ ଢେଉ ଆସେ ମାଡ଼ିଫେଣ ଦିଶେ ଧଳାବନ,ଗର୍ଜନ ମଧ୍ୟରେ କାର୍ଯ୍ୟରତ ପିତା,ଘରେ ଶୋଇଛି ମୋ ଧନ ।ତୁନି ହୋ ପବନ ଧାଇଁ ଧାଇଁ ଆସକରି ଘୋର ଗରଜନ,ଭାଇ ଖୋଜୁଛନ୍ତି ହଜିଲ୍ଲା ମେଷକୁ,ଘରେ ଶୋଇଛି ମୋ ଧନ ।ତୁନି ହୋ ବରଷା ଟପି ଆସେ ବିଲେଶୁଭେ ଶବ୍ଦ ସନସନ,ଦେଈ ଯାଇଛନ୍ତି ଗାଈ ଖୋଜିବାକୁଘରେ ତ ଶୋଇଛି ଧନ ।କୃଷକସୁସ୍ଥ ଦେହ ବୁଦ୍ଧ କୃଷକ ସୁବଳଅତି ସୁଖୀ ତାର ଚିତ୍ତ,ଉଷାର ଭରତ ସଙ୍ଗେ ଶଯ୍ୟା ତେଜିଆନନ୍ଦେ ଗାଏ ସେ ଗୀତ ।ଅତୀବ କର୍ମଠ କୃଷକ ସୁବଳପ୍ରତିଦିନ କର୍ମେ ଯାଏ,ହଳ ବୁଲାବେଳେ ବୁଣିବା ବେଳେ ସେଆନନ୍ଦରେ ଗୀତ ଗାଏ ।ସନ୍ତୁଷ୍ଟ−ଅନ୍ତର କୃଷକ ସୁବଳସ୍ୱାଧୀନ, ସୁଖୀ, ନିଶ୍ଚିନ୍ତ,ଶୀତଳ ବରଷା ଉଜ୍ଜ୍ୱଳ ଗ୍ରୀଷମେଆନନ୍ଦେ ଗାଏ ସେ ଗୀତ ।ଘଣ୍ଟା ଗୀତଶୁଣ ହେ ସଙ୍ଗୀତ ଘଣ୍ଟା ଗାଏ ଗୀତ ।ବାଜିଲ୍ଲାବେଳେ ସେ ଗାଏ,କହିବ କିଏ ସେ କାହିଁକି କି ଗୀତ“ଠୁଣ୍ ଠଣାଠଣ” ଗାଏ ?ଏହି ତା ସଙ୍ଗୀତ ଗାଏ ସେ ଏ ଗୀତଏହି ଶବ୍ଦ ବାଜେ କାନେ—“ଖେଳ ଶେଷ ହେଲା କାର୍ଯ୍ୟ ଆରମ୍ଭିଲାଖେଳ ଭାଙ୍ଗ ପିଲାମାନେ ।”ଶୁଣ ହେ ସଙ୍ଗୀତ ଘଣ୍ଟା ଗାଏ ଗୀତବାଜିଲ୍ଲାବେଳେ ସେ ଗାଏ,କହିବ କିଏ ସେ କାହିଁକି କି ଗୀତ‘‘ଠଣ୍ ଠାଣଠଣ” ଗାଏ ।ଏହି ତା ସଙ୍ଗୀତ ଗାଏ ସେ ଯେ ଗୀତଏହି ଶବ୍ଦ ବାଜେ କାନେ—ଦିନ ଶେଷ ହେଲା ଖେଳ ବେଳ ହେଲାଖେଳ ଆସି ପିଲାମାନେ ।”ଅଧ୍ୟବସାୟଆଣ୍ଟ କରି କଣ୍ଟା ମାର ହେ ବାଳକେତାଳୁରେ କରି ପ୍ରହାର,ତାଇଲା ଉପରେ ମାଇଲା ଭଲ ହେଯଥାସାଧ୍ୟ ବଳେ ମାର ।କର୍ମ କରିବାର ଥିଲେ ହେ ବାଳକେମନ ଦେଇ ତାହା କର,ଶିଖରେ ପହଞ୍ଚି ଅଛି ଯେ ବାଳକେତଳୁଁ ଚଢ଼ିଛି ନିକର ।ତଳେ ଠିଆ ହୋଇ ଆକାଶ ଆଡ଼କୁବାଳକେ ରହିଲେ ଚାହିଁଯତନ ନ କଲେ ପର୍ବତଶିଖରେଚଢ଼ି ତ ପାରିବ ନାହିଁ ।ଚାଲୁ ଚାଲୁଁ ଝୁଣ୍ଟି ପଡ଼ିଲେ ବାଳକେହତାଶ ନୋହିବ କେବେ,ଲାଗିପଡ଼ି କର ଯତନ ବାଳକେସାଧନାରେ ସିଦ୍ଧି ତେବେ,ପଢ଼ାଶୁଣାପଢ଼ିଲା ବେଳରେ ପଢ଼ ହେ ବାଳକେଖେଳିଲା ବେଳରେ ଖେଳ,ଏହିପରି ପଢ଼ି ଖେଳ ଆନନ୍ଦରେବିତିଯାଉ ତବ ବେଳ ।ବଡ଼ ଲୋକ ହେବ ମଟର ଚଢ଼ିବଜଜ୍ କିଲଟର ହେବ,ଟଙ୍କା ସୁନା ପାଇ ବଡ଼ ଲୋକ ହୋଇସା’ବ ଟୋପି ମୁଣ୍ଡେ ଦେବ ।ନ ପଢ଼ିଲେ ପାଠ ହାଣିବ ରେ କାଠଖାଇବାକୁ ନ ପାଇବ,ଲୁଗା ନ ମିଳିବ ଘର ଭାଙ୍ଗିଯିବବଡ଼ କଷ୍ଟ ହେ ପାଇବ ।ତେଣୁ ମନଦେଇ ପଢ଼ାଶୁଣା କରହୋଇଚ ସଂସାରେ ସୁଖୀ,ଦାନ ଧ୍ୟାନ କରି ପାଳି ଭୋଙ୍କାଶୋଷୀସେବିବ ହେ ରଙ୍କୀଦୁଃଖୀ ।ଗଛ ଓ କାଠୁରିଆରହ ଆରେ କାଠୁରିଆ ନ ପକାଅ ହାଣିଶୁଣ କାନ ଡେରି ଥରେ ଏ ଗଛକାହାଣୀ ।ନ ଫୁଟୁ ପଛକେ ବାସ−ଫୁଲ ତାହା ଦେହେ,ନ ଉଡ଼ୁ ପଛକେ ମଧୁମକ୍ଷିକା ସେନେହେ ।ବସି କୁହୁ କୁହୁ ତାନେ ନବ ମଧୁକାଳେ,ନ ଗାଉ କୋକିଳ ପଛେ−ଫୁଲଭରା ଡାଳେ ।ନ ଫଳୁ ପଛେ ଏ ଗଛେ ମିଠା ମିଠା ଫଳ,ଖରାବେଳେ ବାଟୋଇ ତ ବସେ ଏହା ତଳ ।ଛାଡ଼ିଯାଆ କାଠୁରିଆ ନ ପକାଅ ହାଣି,ଶୁଣ କାନ ଡେରି ଥରେ ଏ ଗଛ କାହାଣୀ ।କାଠୁରିଆ ନ ହାଣ ସେ ଗଛ ରହ ରହତାହାକୁ ଲଗାଇ ଗଲେ ପିତୃପିତାମହ ।କେତେ ଦୁଃଖ ସୁଖ ସେ ଯେ ଦେଖିଛି ଆମ୍ଭର,କେତେ ନୂଆ ପୁଅ, କେତେ ଯାତ, ବିଭାଘର ।ମନେ ପଡ଼େ ପିଲାଦିନେ ଏହାରି ମୂଳରେଖେଳୁଥିଲୁ ମୁହିଁ ଖେଳ ସାଥିଗହଳରେ ।ଏବେ ବାଲ୍ୟକାଳେ ପୋଥି ଧରି ଛାଇତଳେ,ବସିଣ ପଢ଼େ ମୁଁ ସଞ୍ଜ ସକାଳେ ନିଶ୍ଚଳେ ।କାଠୁରିଆ ନ ହାଣ ସେ ଗଛ ରହ ରହ,ଦେଖିଅଛି ଏ ଗଛ ମୋ ପିତୃ ପିତାମହ ।ନ ହାଣ ଏ ଗଛ ଶୁଣ ଶୁଣ ମୋର ବାଣୀ,ଥାଉଁ ମୁଁ ଜୀବନେ ଗଛ ନ ପାରିବ ହାଣି ।ଦେଖି ତାକୁ କେତେ କଥା ହୁଏ ମୋ ସ୍ମରଣ,ତା ସଙ୍ଗେ ଜଡ଼ିତ ମୋର ବିଗତ ଜୀବନ ।ପଷ୍ଚିମଆକାଶେ ସୂର୍ଯ୍ୟ ଯାଉଥାଏ ବୁଡ଼ି,ଏହି ବସାଗଛେ ପକ୍ଷୀ ଆସୁଥାନ୍ତି ଉଡ଼ି ।ପୂରୂବ ଆକାଶେ ସୂର୍ଯ୍ୟ ଉଦେ ପ୍ରଭାତରେ,ଉଠନ୍ତି ପକ୍ଷୀଏ ରାବି ଏହାର ଡାଳରେ ।ଯାଅ ଯାଅ କାଠୁରିଆ ଏ ଗଛ ନ ହାଣି,ରଖିବି ଏ ଗଛ ମୁହିଁ ସତ୍ୟ ମୋର ବାଣୀ ।ଯାହା ନେବୁ ତାହାଦେବି, ଏ ଗଛ ନ ହାଣ,ମୁଁ ଥାଉଁ ଏ ହଣା ହେବ, ନ ସହିବ ପ୍ରାଣ ।ଏ ଟେକାଟି କିଏରେଶେଯେ ଶୋଇ ହସୁଥାଏ ଏ ଟୋକାଟି କିଏ ରେ,କଜଳପାତି କହି ଯାଇଛି ମୁଣ୍ଡରେ ଲୁଗା ଦେ ରେ ।ଠୁକୁରୁ ଠୁକୁରୁ ଚାଲୁଥାଏ ନାଥୁ ନାଥୁ ପଡ଼ି,କିଛି ଦିନେ ସାହୀଦାଣ୍ଡେ ଦଉଡେ ଗିଡ଼ି ଗିଡ଼ି ।“ଆ ଆରେ ଜହ୍ନମାମୁଁ” ଡ଼ାକେ ହାତ ଠରିଖାଇବୁ ମୋର ସଙ୍ଗେ ଡ଼ାଲି ଭାତ ତରକାରୀ ।”ନ ନାଜ ତି ଫୁଲ ତୋଳି ପଚାରେ କେ କି ବନ,ଚିହ୍ନେ ନାନାଜାତି ପକ୍ଷୀ ଶୁଣି ତାଙ୍କ ସ୍ୱନ ।ରାତିରେ ତାରା ଚିହ୍ନି ଥାଏ ଏ ଟୋକାଟି କିଏ ରେ,କଜଳପାତି କହିଯାଇଛି ମୁଣ୍ଡରେ ଲୁଗା ଦେ ରେ ।ସକାଳୁ ଉଠି ଚାଟଶାଳିକୁ ଯାଏ ସବାଆଗ,ସାଥୀ ପିଲା କହନ୍ତି ତାକୁ “ଆଗ ସୁନା ପାଗ” ।କାହାକୁ କଟୁ ଅବା ମିଛ କଥା କହେ ନାହିଁ,ସାଥୀ ପିଲାମାନଙ୍କୁ ସେ ମଣେ ଯେହ୍ନେ ଭାଇ ।ଆଜି ପାଠ ଆଜି ପଢ଼ି ବୁଝି କରେ ପାଣି,ନ ଜାଣିଲା କଥା ବୁଝେ ପାଠୁଆ ଲୋକ ଜାଣି ।ପଢ଼ିଲାବେଳେ ପଢ଼ି ପାଠ ଖେଳିଲାବେଳେ ଖେଳେ,ପରୀକ୍ଷାରେ ପହିଲା ହୁଏ ସଭିଙ୍କୁ ଜିଣି ହେଲେ ।ପହିଲା ହୋଇ ପାଇଲା ବୃତ୍ତି ଏ ଟୋକାଟି କିଏ ରେ,ସବୁବେଳେ ଲଗାଇ ମନ ପଢ଼ୁଥିଲା ଯେ ରେ ।ଚାକିରି କରି କଉଡ଼ି ଅର୍ଜି ପୋଷେ ପରିବାର,ପାଖ ପଡ଼ିଶା ଦୁଃଖୀରଙ୍କାର କରେ ଉପକାର,ଘରେ ପରେ ହଟେ ବାଟେ ରାଜଦରବାରେ,ଧର୍ମଭୀରୁ ସତ୍ୟବାଦୀ ବିଶୁଦ୍ଧ ଆଚାରେ,ବିଶ୍ୱାସଘାତକେ କରେ ଦୂରରୁ ଜୁହାର,ସାଧୁଜନେ ମଣେ ଯେହ୍ନେ ଭାଇ ଆପଣାର ।ଯେ ଆଡ଼େ ଯାଏ ଆଦର ପାଏ ଏ ଲୋକଟି କିଏ ରେ,ସ୍ୱର୍ଥ ତେଜି ପରଉପକାର କରେ ଯେ ରେ ।ଶହ ହଜାର ମିଳି ସଭା, ତଟସ୍ଥ ସଭିଏ,ଉଭା ହୋଇ ବୀର ପରି କଥା କହେ କିଏ ।କେତେ ଗ୍ରନ୍ଥ କେତେ କାଳ କେତେ ଦେଶୁଁ ଯାଇତେଳି ଅଣି କଥା କହେ ଗଛାଇ ଗଛାଇ ।କି ଅପୂର୍ବ କଥା କହେ ହସାଇ କନ୍ଦାଇ,ସହଜ ନ ଦିଅନ୍ତି ତାଳି ତୁହାଇ ତୁହାଇ ।ମନୁଷ୍ୟ ପରି ମନୁଷ୍ୟଟିଏ ଏ ଲୋକଟି କିଏ ରେ,ପିଲାଦିନେ ମନ ଦେଇ ତପ କରୁଥିଲା ଯେ ରେ ।ତ୍ରିସନ୍ଧ୍ୟାରେ ଇଷ୍ଟଦେବ ନାମ କରେ ଧ୍ୟାନ,ନାନାଶାସ୍ତ୍ର ପଢ ଅର୍ଜୁ ଥାଏ ଧନ ଜ୍ଞାନ,ଅତିଥିସେବାରେ ରତ ଅନ୍ନ ବସ୍ତ୍ର ଦାନ,ଜନହିତେ ସମର୍ପଣ କରେ ଧନ ପ୍ରାଣ,ଦେଶ−କୁଳ−ଧନ୍ୟକାରୀ କର୍ମବୀର କିଏ ରେ,ତୁଳସୀ ପରି ଦୁଇ ପତରୁଁ ବାସୁଥିଲା ଯେ ରେ ।ଚନ୍ଦ୍ରତାରାକେତେ ଚନ୍ଦ୍ର ତାରା ଅଛି ଆକାଶରେଆଣିଦେବି ବାପଧନ,ଚନ୍ଦ୍ରମା ତାରକା ଘେନି ଖେଳିବାକୁହେବ ଯେବେ ତୋର ମନ ।ତୋ ଆଖିରେ ତାରା ଦେଖି ଲୁଚିଯିବେଆକାଶର ତାରା କାହିଁ ।ତୋ ମୁଖଚନ୍ଦ୍ରମା ଦେଖି ଲାଜେ ଚନ୍ଦ୍ରମୁହଁ ଦେଖାଇବ ନାହିଁ ।ଚନ୍ଦ୍ରମା ତାରା କି କଥା କହିବେ ସେଯେତେ ହେଲେ ଜକଜକ,ଚନ୍ଦ୍ର ତାରା ତେଣୁ ଭଲ ନ ଲାଗଇମୁଁ ତୋ ମୁଖନେତ୍ରରଙ୍କ ।ପାଠପଢ଼ାକାହିଁକି କାନ୍ଦୁ ରେ ମୋର ପ୍ରାଣଧନକିଏ ମାଇଲା କି ତତେମଣିଷ ହୋଇ ତୁ ଘର କରିବୁ ରେନେନ୍ତ୍ରେ କି ଦେଖିବି ସତେ ?ପାଠ ପଢ଼ିବୁ ତ ବଡ଼ଲୋକ ହେବୁପାଲିଙ୍କି ପାଟର ଛତାଘୋଡ଼ା ହାତୀ ଦାସ ଦାସୀ ହେବେ ତୋରମାଡ଼ି ବୁଲୁଥିବୁ ଜୋତା ।ଏ ଘର ଦୁଆର ଦିଶିବ ସୁନ୍ଦରଧବଳମୟ ଏ ପୁର,ଦେଖିଣ ଡରିବେ ଶତ୍ରୁ ଶଙ୍କି ଯିବେଲାଜେ ହୋଇଯିବେ ଦୂର ।କକଛୁଆପିଇଦେ ରେ ଦୁଧ ପିଇଦେ ଚଞ୍ଚଳକକଛୁଆ ଅଛି ବନେ,ଆରେ ବାଇଧନ ନ କର କ୍ରନ୍ଦନଆସିବ ସେ ଘରକଣେ ।ତୁନି ହୋ ତୁନି ହୋ ଆରେ ପ୍ରାଣଧନ,ବଡ଼ ଦୁଷ୍ଟ କକଛୁଆ,ତୋର କାନ୍ଦ ଶୁଣି ବଣରୁ ଆସିବକରିବ ବଡ଼ ଅଡ଼ୁଆ ।ତୁନି ହୋଇ କୃଷ୍ଣ କହନ୍ତି ମାତାଙ୍କୁ“କକଛୁଆ କି କରିବ,ବଣରୁ ଆସିଲେ ଆମ ଘରକୁ ସେମାଡ଼ ଖାଇକରି ଯିବ ।”ନିଦକିଏ ସେ ମାଇଲା ମୋ ବାଇଧନକୁକିପାଁ କାନ୍ଦୁ କଇଁ କଇଁ,ନିଦେ ପ୍ରାଣଧନ ସପନ ଦେଖି କିଚମକଇ ରହି ରହି ।ଅଫିଟା ଖଣି ମୋ ମଉଡ଼ମଣି ସେଦରିଦ୍ର ଘର ରତନ,ଅନ୍ଧର ନଉଡ଼ି ଚମ୍ପାଇ ଚାଙ୍ଗୁଡ଼ିମୋର ପ୍ରାଣର ଚନ୍ଦନ ।ନିଦେ ପ୍ରାଣଧନ ହସୁଛି କାନ୍ଦୁଛିଆଗୋ ଷଠଦୁସୀ ମାଅ,କାହିଁକି କନ୍ଦାଇ ହସାଉଛୁ ତାକୁ ?କଲ୍ୟାଣ କରିଣ ଯାଆ ।ନିଦ ମାଉସୀନିଦ ମାଉସି ନିଦ ମାଉସିହେମ ଘରକୁ ତୁ ଆ,ଆଖି ଦୁଇଟି ବୁଜେଇ ଦେଇଶୋଇ ପକେଇ ଯାଆ ।ନିଦ ମାଉସି ନିଦ ମାଉସିଦୋଳି ତୁ ଖେଳାଇବୁ,ଝୁଲେଇ ଝୁଲେଇ ହେମକୁ ମୋରନିଦରେ ହସାଇବୁ ।ନିଦ ମାଉସି ନିଦ ମାଉସିହେମ ପାଖରେ ଥିବୁ,ଯେତେକଯାକ ଭଲ ସ୍ୱପନହେମକୁ ଦେଖାଇବୁ ।ନିଦ ମାଉସି ନିଦ ମାଉସିହେମ ଆଖିରେ ଥିବୁକାଆ କାଆ କରି କାଉ ରାବିଲେଘରକୁ ବାହୁଡ଼ିବୁ ।ହୋଓରୋ ବାଇଆ ହୋଓଦିନ ତ ଯାଇଛି ରାତି ତ ଆସିଛିହୋଓରେ ବାଇଆ ହୋଓ,ଝଙ୍କାଳିଆ ଗଛେ ଗହଳିଆ ଡାଳେତୁନି ହୋଇ କରି ଶୋଓ ।ଦିନ ତ ଯାଇଛି ରାତି ତ ଆସିଛିହୋଓରେ ବିଲେଇ ହୋଓ,ହାଣ୍ଡିଶାଳପାଖେ ଚୁଲି ମୁଣ୍ଡରେ ତୁଉଷୁମ ଜାଗାରେ ଶୋଓ ।ଦିନ ତ ଯାଇଛି ରାତି ତ ଆସିଛିହୋଓରେ କୁକୁର ହୋଓ,ଦାଣ୍ଡାପାଆଭାଗେ ପଥର ପାହାଚେକାନ ଡେରିକରି ଶୋଓ ।ସଞ୍ଜ ନ ଗଡ଼ିଛି ପହଡ଼ ପଡ଼ିଛିହୋଓରେ ବିଲୁଆ ହୋଓ,ବଣବୁଦାତଳେ ହିଡ଼ତଳ ଗାତେହୁକେ ହୁକେ କରି ଶୋଓ ।ସଞ୍ଜବେଳ ଗଲା ନିଶା ଗରଜିଲ୍ଲାହୋରେ ବାଘମାମୁ ହୋଓ,ଗହନ ବନସ୍ତେ ଷୋଳ କୋଶ କ୍ଷେମଝରଣାପାଖରେ ଶୋଓ ।ଦିନ ତ ଯାଇଛି ରାତି ଆସିଅଛିହୋଓରେ ବାଇଆ ହୋଓ,ସମସ୍ତେ ଶୋଇଲେ ବାଇଆଧନ ତୁଆଖି ବୁଜିକରି ଶୋଓ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ