ପଦ୍ମ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ଭକ୍ତକବି ମଧୁସୂଦନଙ୍କ ଗୀତ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୦୧
- ସ୍ଥିତି
- ସାର୍ବଜନୀନ (Public domain)
କୋଟି ଲାବଣ୍ୟନିଧିରେ ପଦ୍ମ ତୁହିକି ଅମୃତେ ତୋ ତନୁ ଗଢ଼ିଲା ବିହି ?ତୋ ରୂପ-ଦରଶନେ ମୋର ହୃଦୟପୁଣ୍ୟ ଆନନ୍ଦେ ହୁଏ ଅମୃତମୟ ।୧।ଢଳ ଢଳ ସୁନୀଳ ସରସୀ ଜଳଢଳ ଢଳ ଶ୍ୟାମଳ ନଳିନୀ ଦଳ ।ଢଳ ଢଳ ଭାସ୍କର ରଶ୍ମି ଉଜ୍ଜ୍ୱଳତା ମଧ୍ୟେ ଢଳ ଢଳ ତୁହି କମଳ ।୨।ହସ ହସ ବଦନେ ହରଷଭରେଅନାଇ ରହିଅଛି ତୁ ଦିବାକରେ ।ତୋ ମୁଖେ ଜ୍ୟୋତିଧାରା ସେ ଦିବାକରଢାଳଇ ଅବିରଳ ଆରେ ପୁଷ୍କର ।୩।ପିଉ ତୁ କି ଆନନ୍ଦେ ପୀୟୂଷ ସରିସେ ଶୁଭ୍ର ଜ୍ୟୋତିଧାରା ଭକତି କରି ।ଆହା କି ଦିବ୍ୟଶିରୀ ତହୁଁ ତୁ ଲଭୁଧନ୍ୟ ଉତ୍ପଳ, ଧନ୍ୟ ତୋହରି ପ୍ରଭୁ ।୪।ମକରନ୍ଦ- ଅମୃତ ହୃଦେ ତୋହରତହୁଁ ସ୍ଫୁରଇ ବାସ କି ମନୋହର !ସେ ମଧୁପାନେ ମତ୍ତ ମଧୁପଦଳସେ ସୌରଭେ ପରାଣ କେଡେ ଶୀତଳ ।୫।ଶ୍ୱେତ ଲୋହିତେ ରଙ୍ଗା ତୋ ଶୁଭ୍ର ତନୁବାରେ ଦେଖିଲେ କେଭେ ନ ଯିବ ମନୁ ।ସର୍ବ ଶୋଭାର ତୁହି ଉପମାସ୍ଥଳଭକତ ପ୍ରେମିକର ତୁହି ସମ୍ବଳ ।୬।ସ୍ନେହ କରୁଣା ଭକ୍ତି ପବିତ୍ର ରସପୂରିଛି ତୋ ଅନ୍ତର,ରେ ତାମରସ ।ନୋହିଲେ କାହୁଁ ତୋର ଦର୍ଶନେ ମନବିମଳ ପ୍ରେମରସେ ହୁଏ ମଗନ ।୭।ମଧୁମୟ ପବିତ୍ର ଯାହା ବିଶ୍ୱରେତୋ ନାମ ସଙ୍ଗେ ମିଶା ବିଧାତା ବରେ ।ପ୍ରିୟ ମୁଖ ନୟନ କର ଚରଣତୋ ନାମ ସଙ୍ଗେ ସିନା ସୁଖ କାରଣ ।୮।ସତ୍ୟ ଶିବ ସୁନ୍ଦର ପରମେଶ୍ୱର-ନାମ ସଙ୍ଗତେ ଲଗ୍ନ ନାମ ତୋହର ।ତେଣୁରେ ଅରବିନ୍ଦ ଭକ୍ତଜନରବିଭୁ ପଦାରବିନ୍ଦ ସୁମନୋହର ।୯।ସର୍ବ ଶୋଭାର ପଦ୍ମରେ ପଦ୍ମ, ତୋରସଙ୍ଗେ ନିଗୂଢ଼ ଯୋଗ ଅଛଇ ମୋର ।ଜୀବନ ମରଣରେ ତୋ ସଙ୍ଗେ ମିଶିଥାଉ ମୋ ମନ-ପଦ୍ମ ଦିବସ ନିଶି ।୧୦।କଳୁଷ ପଙ୍କେ ମୁହିଁ କେଡେ ମଳିନ !କେମନ୍ତେ ସରି ତୋର ହେବି ନଳିନ ।ପଙ୍କଜ ଅଟୁ ତୁହି, ତେଣୁ ଭରସାତା ପରି ଶୁଭ୍ର ହେବି ଲଭି ସୁଦଶା ।୧୧।ଅନନ୍ତ ମହେଶ୍ୱର ମୋ ପ୍ରାଣସାଇଁବୋଲି ରାଜୀବ, ସଦା ଥିବି ଅନାଇଁ ।ଶିଖାଅ ମୋତେ ସଦା ଏ ପୁଣ୍ୟ ବ୍ରତତୋର ଆଶିଷେ ପୂରୁ ମୋ ମନୋରଥ ।୧୨।ଶରତ
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ