ରକ୍ତବୀଜ ବଧ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୨୭
- ସ୍ଥିତି
- ସାର୍ବଜନୀନ (Public domain)
ପାଠଶାଠ କିଛି ମୋର ହେଲା ନାହିଁ ହରି,ବେଳ ଗଲା ପଞ୍ଚେନ୍ଦ୍ରିୟ ପୂଜା କରି କରି ।ନାହିଁ ତହିଁ ଲାଭ କିଛି ବେଠିମାତ୍ର ସାର,ଦଣ୍ଡ ଅଛି ତହିଁ ମାତ୍ର ନାହିଁ ପୁରସ୍କାର ।କେତେ ଆଉ ଖଟିଥିବି ତାଙ୍କ ମନ ଜାଣି,ଏ ପୋଡା କପାଳ ପ୍ରଭୁ କାହୁଁ ଦେଲ ଆଣି ?ବାସନା-ବଇରୀ ମୋର ଯେହ୍ନେ ରକ୍ତବୀଜ,ବଚନକୁ ବଳିଯାଏ ତାହାର ପହିଳ ।ନାହିଁ ତାର ମୃତ୍ୟୁ, ତାକୁ ମାରିବ ବା କିଏ,ଗୋଟାକୁ ମାଇଲେ ଉଠେ ହୋଇ ସେ କୋଟିଏ ।ଖାଇ ସେ ଅମର ଲଡ଼ୁ ହୋଇଛି ଅକ୍ଷୟ,ଅସ୍ତ ସଙ୍ଗେ ସଙ୍ଗେ ତାର ଲାଗିଛି ଉଦୟ ।ଚଣ୍ଡୀରୂପେ ତୁମ୍ଭେ ତାକୁ ନ କଲେ ସଂହାର,ସେ ରାକ୍ଷସ ହସ୍ତୁ ମୋର କାହିଁ ଛି ନିସ୍ତାର ।କେବେ ତୁମ୍ଭେ ହୁଅ ତାତ କେବେ ହୁଅ ମାତ,ମାତୃରୂପେ କର ମୋର ଶତ୍ରୁକୁ ନିପାତ ।ଯୁଗେ ଯୁଗେ ତୁମ୍ଭେ ପରା ହୋଇ ଅବତାର,ପ୍ରବଳେ ସଂହାରି କର ଦୁର୍ବଳେ ଉଦ୍ଧାର ।ଏବେ ଥରେ ଅବତରି କର ଦେବି ଧ୍ୱଂସ,ମୋର ଏ କାମନାରୂପ ରକ୍ତବୀଜ ବଂଶ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ