ମହାନିଦ୍ରା
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୪
- ସ୍ଥିତି
- ସାର୍ବଜନୀନ (Public domain)
ମହାନିଦ୍ରେ ! ଜୀବନର ବିଶ୍ରାମଦାୟିନୀ,ଜଗତ ଜଞ୍ଜାଳଜ୍ୱାଳା ଶୀତଳକାରିଣୀ ।ଉପସ୍ଥିତ ହେଲେ ଆସି ଅନ୍ତିମ ସମୟ,ଲଭେ ଜୀବ ତୁମ୍ଭ ଅଙ୍କେ ଅଭୟ ଆଶ୍ରୟ ।ଭୁଞ୍ଜାଅ ତାହାକୁ ତୁମ୍ଭେ ସୁଖଶାନ୍ତି ସୁଧା,ହରିନିଅ ମାତୃସ୍ନେହେ ତାର ତୃଷାକ୍ଷୁଧା ।ଭୁଲେ ସେ ଆଶାର ମନ୍ତ୍ର, ବାସନାର ଜ୍ୱାଳା,ଭୁଲିଯାଏ ଅଗ୍ନିଗର୍ଭ ବିଶ୍ୱ-ବନ୍ଦିଶାଳା ।ବନ୍ଦ ହୁଏ ଦୀର୍ଘଶ୍ୱାସ ପ୍ରାଣ ହାହାକାର,ପୋଡିଯାଏ ଅଭିମାନ, ଦର୍ପ, ଅହଙ୍କାର ।ଦୟାମୟୀ ଦେବୀ ତୁମ୍ଭେ, ଦେବପ୍ରାଣ ତବ,ମର୍ତ୍ତ୍ୟଜୀବ ଦୁଃଖ ଦେଖି ହୋଇଯାଏ ଦ୍ରବ ।ତହୁଁ ତାକୁ ଟାଣିନିଅ କୋଳକୁ ନିଜର,ତବ ସ୍ପର୍ଶେ ପ୍ରାଣ ତାର ହୁଏ ଶୁଦ୍ଧତର ।ଧର ତୁମ୍ଭେ ଉପନାମ ମୃତ୍ୟୁ ବା ମରଣ,ଜୀବନ-ନାଟ୍ୟର ରତ ନବ ସଂସ୍କରଣ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ