ମାନଭଞ୍ଜନି
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୬୪
- ସ୍ଥିତି
- ସାର୍ବଜନୀନ (Public domain)
ମନ ଊଣା କରି କିପାଁ ବସିଛ ରାଧେ,ଡ଼ାକନ୍ତି ତୁମ୍ଭଙ୍କୁ କାହ୍ନୁ ମୂରଲୀ ନାଦେ । ୦ ।ପ୍ରକୃତି ପୁରୁଷ ତୁମ୍ଭେ,ଯୁଗେ ଯୁଗେ ସଙ୍ଗୀ ଉଭେ,କି ଭୟ ତୁମ୍ଭର ବ୍ୟର୍ଥ ଜନାପବାଦେ । ୧ ।ତୁମ୍ଭେ ଯେ ଗୋଲୋକବାସୀ,ଭୁଲିଗଲ ମଞ୍ଚେ ଆସି,ସ୍ୱର୍ଗରାଜ୍ୟେ ରାଜା ଇନ୍ଦ୍ର ତୁମ୍ଭ ପ୍ରସାଦେ । ୨ ।ତୁମ୍ଭେ ଲକ୍ଷ୍ମୀ ନିଶ୍ଚେ ଜାଣ,ଏ ସୃଷ୍ଟି ତୁମ୍ଭ ଭିଆଣ,ତେତିଶ କୋଟି ଦେବତା ଖଟନ୍ତି ପାଦେ । ୩ ।କୃଷ୍ଣ ସ୍ୱୟଂ ନାରାୟଣ,ତ୍ରିଜଗତ ପରାୟଣ,ତାଙ୍କ ପ୍ରିୟା ହୋଇ କିପାଁ ମଗ୍ନ ବିଷାଦେ । ୪ ।ତୁମ୍ଭ ବେନିଙ୍କ ପ୍ରଣୟ,ସବୁ କାଳେ ତ ଅକ୍ଷୟ,ନ ଗଣେ ପ୍ରଣୟ ରାଧେ କୋଟି ପ୍ରମାଦେ । ୫ ।ଉଠ ଉଠ ଚନ୍ଦ୍ରାବଳୀ,ମୂରଲୀ କରୁଛି ଅଳି,ସଖୀ କହେ କୃଷ୍ଣେ ଯାଇ ଭେଟ ଆହ୍ଲାଦେ । ୬ ।ଶୁଭୁଛି ଶୁଣ ଅବାଧେ,ବଂଶୀ ଡ଼ାକେ ରାଧେ ରାଧେ,ଅଭିମାନ ତେଜି ବେଗେ ଚାଲ ଗୋ ହାଦେ । ୭ ।ଉତ୍ସବେ ମିଶିଲେ ଖେଦ,ପ୍ରୀତିରେ ହେଲେ ବିଚ୍ଛେଦ,ଦୁର୍ବଚନ ପ୍ରାୟେ ତାହା ମର୍ମକୁ ବାଧେ । ୮ ।ତୁମ୍ଭଙ୍କୁ ସେ ନନ୍ଦଶିଷ,ଦେଇ ନାହାନ୍ତି ବା କିସ,ଭକ୍ତ ତୁଣ୍ଡେ ତୁମ୍ଭ ନାମ ବୋଲାନ୍ତି ଆଦ୍ୟେ । ୯ ।ଶୁଣ ଦେବୀ ଭୃତ୍ୟବାଣୀ,ମାନ ତେଜ ରାଧାରାଣୀ,କବି କହେ ଦଣ୍ଡ ନାହିଁ ନିରପରାଧେ । ୧୦ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ