ଅଦ୍ଭୁତ ଶିଶୁ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୦୫
- ସ୍ଥିତି
- ସାର୍ବଜନୀନ (Public domain)
କି ଅଦ୍ଭୁତ ଶିଶୁ ସଖି ନନ୍ଦଦୁଲାଳ,ଦିନୁ ଦିନୁ କଂସକୁ ତ ହେଲା ସେ କାଳ । ୦ ।କରି ତା ଶାଖା ଛେଦନ,କରୁଛି ଶକ୍ତି ଶୋଷଣ,ଶେଷରେ କାଟିବ ମୂଳ ବୁଝିଣ କାଳ । ୧ ।ନ କରେ କଂସକୁ ଶଙ୍କା,ବଧ କଲା ଷଣ୍ଢା ବକା,କଲା ପୁଣି ଅଘାସୁର ମୁଣ୍ଡ ଦିଫାଳ । ୨ ।ଅତି କ୍ଷୁଦ୍ର କଳେବରେ,କି ବିରାଟ ଶକ୍ତି ଧରେ,ଟେକିଲା ସେ ଗୋର୍ବଦ୍ଧନ ଗିରି ବିଶାଳ । ୩ ।ସେ ଯେ ପ୍ରଭୁ ବିଶ୍ୱପାଳ,ମାୟାରେ ଗୋପାଳ ବାଳ,ଦୃପ୍ତ କେଶରୀ ସେ, କଂସ ଛାର ଶୃଗାଳ । ୪ ।ନ ଚିହ୍ନି କଂସ ଚଣ୍ଡାଳ,କଲା ତାହାକୁ କଟାଳ,କର୍ମ ଅବଳକୁ ହୁଏ ବୁଦ୍ଧି ବିଟାଳ । ୫ ।ସେ ଦୁର୍ବଳ-ବଜ୍ରସେହ୍ନା,ଦୁର୍ଜନ ଜୀବନ ଘେନା,କବି କହେ ଫାଟିଲାଣି କଂସ କପାଳ । ୬ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ